ଭୁବନେଶ୍ବର: ମହାପ୍ରଭୃଙ୍କ ରତ୍ନଭଣ୍ଡାରର ଜିନିଷ ଏବେ ଗଣତିମଣତି ଶେଷ ହୋଇପାରିବ ନାହିଁ। ଏହି କଥା କହିଛନ୍ତି ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇପାରୁ ନାହିଁ। ପୂର୍ବରୁ ଯାହା ଆଶା କରାଯାଉଥିଲା ତାହାଠାରୁ ଅଧିକ କାମର ଆବଶ୍ୟକତା ରହିଛି। ତାହା ଶେଷ ନ ହେବା ପର୍ଯ୍ୟନ୍ତ ରତ୍ନଭଣ୍ଡାର ଜିନିଷ ଗଣତିମଣତି ଶେଷ ହୋଇପାରିବ ନାହିଁ। ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ରିତିନୀତି ଅନୁସାରେ ଭଣ୍ଡାର ଘର ମରାମତି ହେଉଛି। ରିତିନୀତିରୁ କିଛି ସମୟ ବାହାର କରାଯାଇ ମରାମତି କରାଯାଉଛି। ଏ ନେଇ ଏଏସଆଇ ଓ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ କାର୍ଯ୍ୟ ହେଉଛି। ତେବେ ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭାରତରେ କର୍କଟ ରୋଗର ବୃଦ୍ଧି ପାଉଥିବା ଚିନ୍ତାକୁ ସମ୍ବୋଧିତ କରି ଏହାକୁ ଜନସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ଭାବରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସରକାର ଆବଶ୍ୟକୀୟ ଚିକିତ୍ସା ଏବଂ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ହେଲେ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଏହି ରୋଗକୁ ରୋକିବା ପାଇଁ ଅନୁରୋଧ କରିଛନ୍ତି। ମଧ୍ୟପ୍ରଦେଶର ଗଢ଼ା ଗ୍ରାମକୁ ତାଙ୍କ ଗସ୍ତରେ, ପ୍ରଧାନମନ୍ତ୍ରୀ ମୋଦୀ ବାଗେଶ୍ୱର ଧାମ ଚିକିତ୍ସା ଏବଂ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅବହେଳିତ ରୋଗୀଙ୍କୁ ମାଗଣା କର୍କଟ ଚିକିତ୍ସା ଯୋଗାଇବା ପାଇଁ ଡିଜାଇନ୍ ହୋଇଥିବା ଏହି ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ, କେମୋଥେରାପି ସେବା ଏବଂ ବିଶେଷଜ୍ଞ ଡାକ୍ତର ରହିବେ। ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା, ଏହି ସୁବିଧା ଦୁଇରୁ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା…
ଭୁବନେଶ୍ବର: ଆଜି ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ପରିବାର ସହିତ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ପବିତ୍ର ସ୍ନାନ କରିବା ସହିତ ସେଠାରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ଏହି ମହାନ ସ୍ନାନରରେ ସାମିଲ ହେବା ଆଜି ସପରିବାର ଉତ୍ତରପ୍ରଦେଶ ଗସ୍ତ କରିଥିଲେ। ଏହାପରେ ସେ ଅଯୋଦ୍ଧା ଗସ୍ତ କରି ସେଠାରେ ରାମ ମନ୍ଦିରରେ ପୂଜା ଅର୍ଚ୍ଚନା କରିବେ। ପୂର୍ବରୁ ଏହି ସଙ୍ଗମ ସ୍ଥଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବୁଡ ପକାଇଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରୟାଗରାଜ ଯାଇ ବୁଡ ପକାଇଛନ୍ତି। ସେହିପରି ଓଡିଶାରେ ପ୍ରାୟ ମନ୍ତ୍ରୀ ବୁଡ ପକାଇ ଫେରିଛନ୍ତି। ସେହି ତାଲିକାରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଭୁବନେଶ୍ବର: ସତ୍ୟଭାମା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଡ୍ଡୋ-ମାଟିର ମଣିଷ’ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ ହୋଇଯାଇଛି। ପଟିଆସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ ଏହି ମହୁରତ ପର୍ବର ଅତିଥି ଇ. ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡା, ଜଗନ୍ନାଥ ପ୍ରଧାନ, ପ୍ରକାଶ କୁମାର ପଣ୍ଡା ଓ ଯଜ୍ଞାଶିଷ ମହାପାତ୍ର ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ‘ଲାଡ୍ଡେ।’ କେବଳ ଏକ ମନୋରଞ୍ଜନ ଧର୍ମୀ ସିନେମା ନୁହେଁ। ଏଥିରେ ସମାଜ ପାଇଁ ବାର୍ତ୍ତା ବି ରହିଛି । ପ୍ରକୃତିକୁ ରକ୍ଷା ପାଇଁ ଜଣେ ପ୍ରକୃତିର ସନ୍ତାନ ବା ମାଟିର ମଣିଷ କେଉଁ ପର୍ଯ୍ୟାୟକୁ ଯାଇପାରେ ତାର ନଜିର ଏଥିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଭମ ସାଗର। ନିର୍ଦ୍ଦେଶନା…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସେ ପୁରା ପରିବାର ସହିତ ପ୍ରୟାଗରାଜ ଗସ୍ତ କରୁଛନ୍ତି। ଏହାପରେ ସେ ଅଯୋଦ୍ଧା ଯାଇ ସେଠାରେ ରାମମନ୍ଦିରରେ ପୂଜା ଅର୍ଚ୍ଚନା କରିବେ। ପୂର୍ବରୁ ଏହି ସଙ୍ଗମ ସ୍ଥଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବୁଡ ପକାଇଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରୟାଗରାଜ ଯାଇ ବୁଡ ପକାଇଛନ୍ତି। ସେହିପରି ଓଡିଶାରେ ପ୍ରାୟ ମନ୍ତ୍ରୀ ବୁଡ ପକାଇ ଫେରିଛନ୍ତି। ସେହି ତାଲିକାରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ନୂଆଦିଲ୍ଲୀ: ଆଜି କ୍ୟାବିନେଟ ନିଯୁକ୍ତି କମିଟ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଓଡିଆ ପୁଅ ଶକ୍ତିକାନ୍ତ ଦାସ ନିକଟରେ ଆରବିଆଇ ଗଭର୍ଣ୍ଣର ପଦରୁ ଅବସର ନେଇଛନ୍ତି। ସେ ପୂର୍ବରୁ ଅର୍ଥ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ବେଶ ପ୍ରିୟ ଭାବେ ଜଣାଶୁଣା। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଓଡିଆ ପୁଅ ପି କେ ମିଶ୍ର କାର୍ଯ୍ୟ କରୁଛନ୍ତି। ସେହି ଗ୍ରୁପରେ ବର୍ତ୍ତମାନ ଆଉ ଜଣେ ଓଡିଆ ସାମିଲ ହେଲେ।
ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ସେମାନେ ଏଠାରେ ପଢିବେ । ରାଜ୍ୟ ସରକାର ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖି ପଦକ୍ଷେପ ନେଉଛନ୍ତି ଏବଂ ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ଭରସା ଓ ଆତ୍ମ ବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ଏହା ପରେ ନେପାଳ ଦୂତାବାସର ଅଧିକାରୀ ଶ୍ରୀ ନବୀନ ରାଜ୍ ଅଧିକାରୀ ଏବଂ ସଞ୍ଜୀବ ଶର୍ମା ଦାସ ମଧ୍ୟ ଲୋକସେବା…
ଭୁବନେଶ୍ବର: ଆଜି କିଟ୍ ରେ ହୋଇଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ କରାଯାଇଛି। ଏଥିରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ ହୋଇଛି। ଅଚ୍ୟୁତଙ୍କୁ ବିଭିନ୍ନ ଗାଳି କରି ଯୁବ କଂଗ୍ରେସ କର୍ମିମାନେ ଇନଫୋସିଟି ଥାନାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହାପରେ କର୍ମିମାନେ କିଟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ବାଧାଦେଇଥିଲା। ଯୁବ କଂଗ୍ରେସର ରଣଜିତ ପାତ୍ର ନେତୃତ୍ବରେ ଶହଶହ କର୍ମି ଏହି ଆନ୍ଦୋଳନରେ ଯୋଗଦେଇଥିଲେ। ସେମାନେ ଅଚ୍ୟୁତ ସାମନ୍ତ କିପରି ପ୍ରଶାସନକୁ ପକେଟରେ ରଖିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ବ୍ଲାକ ମେଲିଂ କରୁଛନ୍ତି ତାହା ଅବଗତ କରାଇଥିଲେ। କିଟରେ ପଢୁଥିବା ଶହଶହ ନେପାଳୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଉ ବୋଲି ସେମାନେ ଦାବୀ କରିଥିଲେ।
ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୨୧ ଫେବୃଆରୀ ୨୦୨୫ ରେ ମାତୃଭାଷା ଦିବସକୁ ମହାସମାରୋହରେ ପାଳନ କରିଥିଲା। ମୁଖ୍ୟ ଅତିଥି ଏବଂ ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ଦାଶ ବେନହୁର (ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାଶ)ଙ୍କ ଅଭିଭାଷଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ୟୁନେସ୍କୋ ଘୋଷଣା ଅନୁଯାୟୀ ବିଶ୍ୱବ୍ୟାପୀ ପାଳନ ସହିତ ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ପ୍ରତି ସଚେତନତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତ ବର୍ଷ “ଭାଷା ଗୁରୁତ୍ୱପୂର୍ଣ୍ଣ” ବିଷୟବସ୍ତୁ ସହିତ ଆନ୍ତର୍ଜାତୀୟ ମାତୃଭାଷା ଦିବସର ୨୫ତମ ବର୍ଷ ପାଳନ କରାଯାଇଥିଲା। ଏହି ଅବସରରେ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଗୁରୁତ୍ୱାରୋପ କରି କହିଥିଲେ ଯେ ମାତୃଭାଷା ହେଉଛି ହୃଦୟର ଭାଷା। “ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ; ଏହା ଆମର ସଂସ୍କୃତି, ଇତିହାସ ଏବଂ ପରିଚୟର ଏକ ଭଣ୍ଡାର। ଆମେ ଆମର ନିଜସ୍ୱ…
ନୂଆଦିଲ୍ଲୀ: ଓଡିଶୀ ନୃତ୍ୟ ଜଗତର ପ୍ରଖ୍ୟାତ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ମନୋଜ ରାଉତ ସୂଚନା ଦେଇଛନ୍ତି। ଆଜି ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ୧୯୩୩ ମସିହା ଜୁଲାଇ ୬ ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମାୟାଧର ରାଉତ “ଓଡ଼ିଶୀ ନୃତ୍ୟର ଜନକ” ବୋଲି ବିବେଚନା କରାଯାଏ। ସେ ୧୯୫୦ ଦଶକରେ ଶାସ୍ତ୍ର-ଆଧାରିତ ଜ୍ଞାନ ସହିତ ଓଡ଼ିଶୀର ପୁନରୁଦ୍ଧାରକୁ ଆଗେଇ ନେଇଥିଲେ। ସେ ସାତ ବର୍ଷ ବୟସରେ ପ୍ରଥମେ ‘ଗୋଟିପୁଅ’ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ସେ ଓଡିଶୀ ନୃତ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ପଦ୍ମଶ୍ରୀ ସହିତ ସେ ଟାଗୁର ଏକାଡେମୀ ରତ୍ନ, କେନ୍ଦ୍ର ସଂଗୀତ…
ଭୁବନେଶ୍ବର: ଆଜି ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟରେ ଅବକାରୀ ନୀତି ୨୦୨୫-୨୦୨୬ ପ୍ରଣୟନ ପାଇଁ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଚିଠା ପ୍ରସ୍ତାବ ଉପରେ ଅଂଶୀଦାର ମାନଙ୍କ ମତାମତକୁ ଆଧାର କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚ଼ନା କଲେ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଏହି ବୈଠକରେ ଅବକାରୀ ନୀତି ସଂପର୍କରେ ଉପସ୍ଥାପନା ହୋଇଥିଲା। ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍ ଅଫ୍ ଡୁଇଂ ବିଜିନେସ୍ ,ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା, ମଦର ଖୁଚୁରା ବ୍ୟବସାୟୀ, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା। ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ…
ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମ୍ୟାପ ମାଇଁ କ୍ରପର ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ଉପସ୍ଥାପନ ପ୍ରଦର୍ଶନ କରିଛନ୍ତି। ଏହି ଉପସ୍ଥାପନ ପ୍ରଦର୍ଶନ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ପ୍ରତିବର୍ଷ ଏଠାରେ ବାତ୍ୟା, ଅଦିନିଆ ବର୍ଷା, ବନ୍ୟା, ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ଏବଂ କୃଷକମାନେ ହିଁ ଏହାର ସର୍ବାଧିକ କ୍ଷତି ସହିଥାନ୍ତି । ଏହା ବାଦ, ରୋଗପୋକ ଏବଂ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ମଧ୍ୟ ଫସଲ ହାନି ହୋଇଥାଏ । ଏସବୁର ମୁକାବିଲା କରିବା…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେବା ପରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିଥିଲେ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ଲଗାତାର ତିନିଦିନ ଧରି ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଂଗ୍ରେସ ନେତା, କର୍ମୀ, କଂଗ୍ରେସ ପ୍ରେମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ, କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ କଂଗ୍ରେସକୁ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି । ଓଡ଼ିଶା ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ବିଶ୍ୱାସ ଜିତିବା ଆମର ପ୍ରଥମ…
ଭୁବନେଶ୍ବର: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓମାନରେ ଫସିଥିବା ଏହି ଓଡ଼ିଆ ଶ୍ରମିକମାନଙ୍କ ବିଷୟରେ ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଆବାସିକ କମିଶନର ବିଦେଶ ମନ୍ତ୍ରାଳୟ…
ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । 250 କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଫୋକସ୍ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଓଡ଼ିଶା ବିକାଶର ଯେଉଁ ଲକ୍ଷ୍ୟ ରଖିଛି ମତାହା ନିଶ୍ଚୟ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…
ଭୁବନେଶ୍ବର: ଆଜି ସଂଧ୍ୟାରେ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତଦନ୍ତ କମିଟ ଆଗରେ ହାଜର ହୋଇଛନ୍ତି। ସେ ରାଜ୍ୟ ଅତିଥୀ ଭବନରେ କମିଟର ସଦସ୍ୟଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି। ମୁଖ୍ୟତଃ କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରର ଘଟଣା ନେଇ ତାଙ୍କୁ ଏହି ଜେରା କରାଯାଇଥିବା ଜଣାପଡିଛି। ପ୍ରାୟ ଅଢେଇ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଛି। ରାଜ୍ୟ ସରକାର କିଟ ମାମଲାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୋଭା ଶର୍ମା ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ସଦସ୍ୟ ରହିଛନ୍ତି। ଏହି ସଦସ୍ୟମାନେ ଅଚ୍ୟୁତଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।
ଭୁବନେଶ୍ବର: କିଟ୍ ଘଟଣା ନେଇ ଆଜି ବିଧାନସଭା ପଡିଲା ଉଠିଲା। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନେ କିଟ୍ ବିରୋଧରେ ବିଷଉଦଗାର କରିଛନ୍ତି। ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସଦସ୍ୟଗଣ ଦାବୀ କରିଛନ୍ତି। ଏ ନେଇ କଂଗ୍ରେସ କିଟ ବିରୋଧରେ ଏକ ମୁଲତବୀ ପ୍ରସ୍ତାବ ଆଗତ କରିଛି। ତେବେ ତାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି। ହେଲେ ଆଜି ଶୂନ୍ୟକାଳରେ ଏବଂ ମୁଲତବି ଆଲୋଚନାରେ ଏ ନେଇ ବିଭିନ୍ନ ସଦସ୍ୟ କିଟ ବିରୋଧରେ ଏବଂ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ନାହିଁ ବୋଲି ଦାବୀ କରିଥିଲେ। ଏ ନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତି କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବୀ କରିଥିଲେ। ସରକାର କାହିଁକି ଏ ପର୍ଯ୍ୟନ୍ତ କୌଣସି ବଡ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କର ବୋଲି…
ଭୁବନେଶ୍ୱର: ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଅଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି…
ଭୁବନେଶ୍ବର: ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇସାରିଥିବା ବେଳେ ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଏହାର ଫାଷ୍ଟ ଲୁକ୍ ଓ ଅଡିଓ ଲୋକାର୍ପଣ ହୋଇଛି l ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଭାରତୀୟ ରକ୍ଷା ମନ୍ତ୍ରଣାଳୟ ତଥା ଆଡ଼ଭୋକେଟ ସଂଜୀବ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ l ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି…
ଭୁବନେଶ୍ୱର : ଆଗାମୀ ବନାଗ୍ନି ଋତୁରେ ଜଙ୍ଗଲଗୁଡ଼ିକରେ ଅଗ୍ନି ନିର୍ବାପନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବନାଗ୍ନି ନିରାକରଣ କାର୍ଯ୍ୟକ୍ରମଗୁଡ଼ିକ ବନାଗ୍ନି ଋତୁ (Forest Fire Season) ର ଯଥେଷ୍ଟ ପୂର୍ବରୁ ନଭେମ୍ବର/ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କାର୍ୟ୍ୟ ଯୋଜନା (District Action Plan/DAP) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିଆରି କରାଯାଉଛି, ଯଦ୍ୱାରା ଅନ୍ୟ ବିଭାଗଗୁଡ଼କର ଦରକାରବେଳେ ସହାୟତା ମିଳିପାରୁଛି । ଜଙ୍ଗଲ ଆଭ୍ୟନ୍ତରୀଣ ତଥା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା (Fire Lines ସୃଷ୍ଟି କରାଯାଇଅଛି । ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର୍ୟ୍ୟକ୍ରମର ସୂଚନା, ବ୍ୟାନର ଓ ବିଜ୍ଞାପନକୁ ସଠିକ୍ ସ୍ଥାନରେ ପ୍ରଦର୍ଶନ କରାଯାଇଛି ଏବଂ ବନାଗ୍ନି ନିର୍ବାପନ ମକ ଡ୍ରିଲ (mock drill) ଇତ୍ୟାଦି କରାଯାଉଅଛି । ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ କରାଯାଇଅଛି ଓ ବନାଗ୍ନି ନିର୍ବାପନ ନିମନ୍ତେ…
ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜକୁ ଚାଷୀ ସରକାର ବୋଲି କହୁଛନ୍ତି। ଉଭୟ କହୁଛନ୍ତି, ଆମେ କୃଷକଙ୍କ ପାଇଁ ଜତ୍ନଶୀଳ। ହେଲେ, ପ୍ରକୃତପକ୍ଷେ ଚାଷୀର ଉତ୍ପାଦ ବୃଦ୍ଧି ସମୟରେ ସରକାରଙ୍କ ଅସଲ କଥା ଧରାପଡ଼ିଛି। ଅଧିକାଂଶ ଜିଲ୍ଲାରେ ଧାନ ବିକ୍ରିରେ ବ୍ୟାପକ ହରିଲୁଟ୍, ମିଲର ରାଜ୍ ଚାଲିଛି। ସରକାରଙ୍କ ସ୍ଲୋଗାନକୁ ଫିକା ପକେଇଦେଇଛି। ପ୍ରାରମ୍ଭରୁ ସରକାର ଧାନ କିଣା ବ୍ୟବସ୍ଥିତ କରି କଟନୀ ଛଟନୀ ବନ୍ଦ କରିବେ ବୋଲି କହିଥିଲେ ହେଁ, ପୂରା ହାତ ଛାଡ଼ି ଦେଇଛନ୍ତି। ଯେଉଁଥିରେ କି ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ଏହାର ପ୍ରମାଣ। ମନ୍ତ୍ରୀ କହିଥିଲେ, ସଚିବ କହୁଛନ୍ତି, ଧାନ କିଣା ବ୍ୟବସ୍ଥାରେ ଆପଣ ମୁଣ୍ଡ ପୁରାନ୍ତୁ ନାହିଁ, ଏହାକୁ ଚାଷୀ ଓ ମିଲରଙ୍କ ଉପରେ ଛାଡ଼ି ଦିଅନ୍ତୁ। ସରକାରୀ ନିୟନ୍ତ୍ରଣ ହୁଗୁଳା ହେଲା ପରେ ମିଲରଙ୍କ ମନମାନୀ ବଢ଼ିଯାଇଥିଲା। ସ୍ଥଳ ବିଶେଷରେ ୯, ୧୧, ୧୨ ଓ ୨୪କେଜି ପର୍ଯ୍ୟନ୍ତ ମିଲରମାନେ ଧାନ…

