Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ 
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ 

August 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ 
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ 

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ, ପରମେଶ୍ବର ଫୁଙ୍କୱାଲ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନକୁ ବିସ୍ତୃତ ଭାବେ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।

ନିରୀକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ଆରଙ୍ଗ ମହାନଦୀ, ମହାସମୁନ୍ଦ, ଖରିଆର ରୋଡ୍, ନୂଆପଡ଼ା ରୋଡ୍, ହରିଶଙ୍କର ରୋଡ୍, କଣ୍ଟାବାଞ୍ଜି ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ମଧ୍ୟ, ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲାର ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ। ମହାପ୍ରବନ୍ଧକ ବିଶେଷ ଭାବରେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଧ୍ୟାନ ଦେଇଥିଲେ, ଯାହା ନେଟୱାର୍କରେ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି।

ମହାପ୍ରବନ୍ଧକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର ଠିକ୍ ସମୟରେ ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରି ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ସେବା ଗୁଣରେ ଉନ୍ନତି ଆଣିବାରେ ସେମାନଙ୍କର ମହତ୍ୱକୁ ଦର୍ଶାଇଛନ୍ତି। ମହାପ୍ରବନ୍ଧକଙ୍କ ନିରୀକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆରଙ୍ଗ ମହାନଦୀ ଟିଟିଲାଗଡ ସେକ୍ସନ ପରମେଶ୍ବର ଫୁଙ୍କୱାଲ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

ରବର୍ଟ ଇ. ହଲ୍‌ ଏବଂ ମାଇକେଲ୍‌ ଉଡ୍‌ଫୋର୍ଡଙ୍କୁ ୨୦୨୬ ଅର୍ଥଶାସ୍ତ୍ର ନୋବେଲ ପୁରସ୍କାର

October 12, 2026

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

ରବର୍ଟ ଇ. ହଲ୍‌ ଏବଂ ମାଇକେଲ୍‌ ଉଡ୍‌ଫୋର୍ଡଙ୍କୁ ୨୦୨୬ ଅର୍ଥଶାସ୍ତ୍ର ନୋବେଲ ପୁରସ୍କାର

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.