Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ନୌସେନାର ମୋଟର କାର ରାଲିକୁ ଉଦଘାଟନ କଲେ ରାଜ୍ୟପାଳ
ଆଜିର ଖବର

ଭାରତୀୟ ନୌସେନାର ମୋଟର କାର ରାଲିକୁ ଉଦଘାଟନ କଲେ ରାଜ୍ୟପାଳ

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
governor
ଭାରତୀୟ ନୌସେନାର ମୋଟର କାର ରାଲିକୁ ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ମୋଟର କାର ରାଲିରେ ଅଂଶ ଗ୍ରହଣ କରିଥିବା ନୌସେନାର ଅଧିକାରୀ / କର୍ମକର୍ତ୍ତାଙ୍କ ସହ ରାଜଭବନର ଅଭିଷେକ ହଲ୍ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଉକ୍ତ କାର ରାଲି କେବଳ ଏକ ଯାତ୍ରା ନୁହେଁ । ରାଲିରେ ଅଂଶ ଗ୍ରହଣକାରୀମାନେ ଯୁବ ସମୁଦାୟ ଏବଂ ନାଗରିକମାନଙ୍କ ନିକଟରେ ପହଂଚି ଭାରତୀୟ ନୌସେନାରେ ଥିବା କ୍ୟାରିୟର ସମ୍ଭାବନା ସଂପର୍କରେ ସଚେତନ କରାଇବେ । ଦେଶର ସୈନିକ ସ୍କୁଲମାନଙ୍କରେ ଝିଅମାନଙ୍କର ଆଡମିସନ୍ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନେଇଥିବା ଐତିହାସିକ ନିଷ୍ପତ୍ତିକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ସମାଜକୁ ଏକ ସକରାତ୍ମକ ବର୍ତ୍ତା ଦେଉଛି ବୋଲି କହିଥିଲେ ।

ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଭାରତୀୟ ନୌସେନା ସହିତ ଥିବା ତାଙ୍କର ସୁଖଦ ସ୍ମୃତି ମନେପକାଇବା ସହିତ ଦେଶର ସୁରକ୍ଷା ପ୍ରତି ଭାରତୀୟ ନୌସେନାର ଉତ୍କର୍ଷତା, ସମର୍ପଣ ଏବଂ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏକ ମହତ୍ ଉଦ୍ଦେଶ୍ୟ ନେଇ ଭାରତୀୟ ନୌସେନାର ଏଭଳି ମୋଟର କାର ରାଲି ଆୟୋଜନକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଅଂଶଗ୍ରହଣକାରୀମାନଙ୍କୁ ଅନେକ ଉପଲବ୍ଧି ଓ ମଧୁର ସ୍ମୃତି ପ୍ରଦାନ କରିବ ଏବଂ ଏହି ଅଭିଯାନ ସାମୁଦ୍ରିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ ଏବଂ ମୋଟର କାର ରାଲିର ସଫଳତା କାମନା କରିଥିଲେ ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଲେଫ୍ଟନାଂଟ୍ କମାଣ୍ଡର ଅବିନାଶ କ୍ଷେତ୍ରୀଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ର ଲେଫ୍ଟନାଂଟ୍ କମାଣ୍ଡର ଜୁବିନ ଜନ୍ ପ୍ରାରମ୍ଭରେ ମୋଟର କାର ରାଲିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ମୋଟର କାର ରାଲି ଚଳିତ ମାର୍ଚ୍ଚ ୩ ତାରିଖରେ କୋଲକତାର ଆଇଏନ୍‌ଏସ ସୁଭାଷରୁ ଶୁଭାରମ୍ଭ ହୋଇଥିଲା ।

ଏହି ଅଭିଯାନ ଚଳିତ ମାର୍ଚ୍ଚ ୨୧ ମଧ୍ୟରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇ ତାମିଲ୍‌ନାଡ଼ୁ ରାଜ୍ୟର ଚେନାଇରେ ସମାପ୍ତ ହେବ । ରାଲି ପ୍ରାୟ ୩୮୦୦ କି.ମି ଯାତ୍ରା କରିବ ଏବଂ ଏହି ଅବସରରେ ଅଂଶଗ୍ରହଣକାରୀମାନେ ସ୍କୁଲ, କଲେଜ, ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ, ଯୁବପୀଢ଼ି, ନାଗରିକ ତଥା ନୌସେନାର ପୂର୍ବତନ ସୈନିକ, ବୀରାଙ୍ଗନାମାନଙ୍କ ସହିତ ବାର୍ତ୍ତାଳାପ ଜରିଆରେ ନାରୀ ଶକ୍ତି ଓ ମହିଳା ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ଭାରତୀୟ ନୌସେନା ସଂପର୍କରେ ସଚେତନ କରାଇବେ ।

governor ଡ. ହରି ବାବୁ କମ୍ଭମ୍‌ପାଟି ଭାରତୀୟ ନୌସେନା ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.