Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ, ଗଢିବ ସରକାର
ଜାତୀୟ ଖବର

ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ, ଗଢିବ ସରକାର

February 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
DELHIBJP
ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ, ଗଢିବ ସରକାର

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ଦଖଲ କରିଛି ବିଜେପି। ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିଛି। ଯାହା କେହି କେବେ ଆଶା କରି ନ ଥିଲା। ବର୍ତ୍ତମାନ ବିଜେପି ଗୋଟିଏ ପରେ ଗୋଟିଏ ବିଧାନସଭା ଆସନ ଦଖଲ କରିବାରେ ଲାଗିଛି।

ଆଜିର ଫଳାଫଳ ଅନୁସାରେ ଦିଲ୍ଲୀର ମୋଟ 70ଟି ବିଧାନସଭା ଆସନରୁ ବିଜେପି ଖାତାକୁ ଯାଇଛି 47 ଟି ଆସନ। ଆମ ଆଦମୀ ପାର୍ଟିକୁ ମିଳିଛି ମାତ୍ର 23 ଟି ଆସନ। ଏହି ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଦଖଲ କରିବାରେ ସକ୍ଷମ ହୋଇପାରି ନାହିଁ। ଦୀର୍ଘ ବର୍ଷ ଧରି କଂଗ୍ରେସ ଏହି ବିଧାନସଭା ଆସନରେ ରାଜ କରୁଥିଲା। ହେଲେ ସେଠାରେ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ତେବେ ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିବା ସହିତ ଦୁଇ ବଡ ନେତା ମଧ୍ୟ ହାରି ଯାଇଛନ୍ତି। ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ। ଅରବିନ୍ଦ କେଜ୍ରାୱାଲ ପ୍ରାୟ 3 ହଜାର ଭୋଟରେ ହାରିଥିବା ବେଳେ ମନୀଷ ମାତ୍ର 6 ଶହ ଭୋଟରେ ପରାଜୟ ସ୍ବୀକାର କରିଛନ୍ତି। ତେବେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଆତୀଶ ବିଜୟ ଲାଭ କରିଛନ୍ତି।

aap BJP Delhi assembly Delhi Election Result delhielection ଦିଲ୍ଲୀ ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026

ଏନଟିଏର ଡିଜିଙ୍କ ସହ ନିଟ୍‌ ପୁନଃପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ ସଚିବ

June 13, 2026
Latest News

ସବୁଠାରୁ ବଡ଼ ଫିଫା ବିଶ୍ୱକପ୍ ବିଜୟ ରେକର୍ଡ କଲା ଆମେରିକା: ପାରାଗୁଏକୁ ପରାସ୍ତ କରି ରଚିଲା ଇତିହାସ

June 13, 2026

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.