ଭୁବନେଶ୍ବର: ଆଜି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫୁଡ ବ୍ଲଗର ସୋନାଲୀ ସଂଘମିତ୍ରା ପରିଡାଙ୍କ ଆଜି ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ। ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ହେଲେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ତେବେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାପଡିଛି ଯେ, ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ…
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ବୁଲି ଦେଖିଥିଲେ। ଗସ୍ତ କାର୍ୟ୍ୟକ୍ରମର ଶେଷ ପର୍ଯ୍ୟାୟ ଛତ୍ରପୁରଠାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ସମୀକ୍ଷା କରି ବୀମା ଭୂକ୍ତ ଚାଷୀମାନଙ୍କ ପାଇଁ କ୍ଷୟକ୍ଷତି ସଂପର୍କରେ ଜଣାଇବା ସମୟ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଏହି ସମୟ ରବିବାର ପର୍ୟ୍ୟନ୍ତ ଥିବା ବେଳେ ଏହା ଆସନ୍ତା କାଲି ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ପୁନଃ ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।…
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀର ସଭାପତି ଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥ୍ଖଲା। ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ମୁଦୁଲିଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି। ଶ୍ରୀ ମୁଦୁଲି ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ କାର୍ୟ୍ୟ କରୁଛନ୍ତି। ତାଙ୍କୁ ୯୯ ବର୍ଷ ବୟସ। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ ପୂର୍ବରୁ ବିଶ୍ବମ୍ବର ପରିଡା, ପ୍ରହ୍ଲାଦ ରାୟଲାଠ, ଶ୍ରୀଧର ଦାସ, ପୁରୁଷୋତ୍ତମ ନାୟକ, ଭବାନୀ ଚରଣ ପଟ୍ଟନାୟକ ଓ ନୀଳମଣି ସାମଲ କାର୍ଯ୍ୟ କରିଛନ୍ତି। ବିଦାୟୀ ସଭାପତି ନୀଳମଣି ସାମଲଙ୍କର ଗତ ଜାନୁଆରୀ ମାସ ୨୭ ତାରିଖରେ…
ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରୋନିକ୍ସ ସେକ୍ଟର ୨୦୨୭ ଭିତରେ ୧୨ ମିଲିଅନ୍ ଚାକିରି ସୃଷ୍ଟି କରିବାକୁ ଯାଉଛି। ଏହିପରି ଏକ ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି। ସେଥିମଧ୍ୟରୁ ୩ ମିଲିଅନ୍ ସିଧା ଓ ୯ ମିଲିଅନ୍ ପରୋକ୍ଷ ଚାକିରି ସ୍ଥାନ ସୃଷ୍ଟି ହେବ। ସିଧା ଚାକିରିରେ ପ୍ରାୟ ୧ ମିଲିଅନ୍ ଇଞ୍ଜିନିୟର, ୨ ମିଲିଅନ୍ ଆଇଟିଆଇ ବିଶେଷଜ୍ଞ ଏବଂ ଏଆଇ, ଏମଏଲ୍, ତଥା ଡାଟା ସାଇନ୍ସର ଭଳି ମୈଦାନରେ ୦.୨ ମିଲିଅନ୍ ସ୍ଥାନ ରହିବ। ଏଥିପାଇଁ, ନନ ପ୍ରଫେସନା ଚାକିରିଗୁଡ଼ିକ ପରୋକ୍ଷ ଭାବରେ ୯ ମିଲିଅନ୍ ଚାକିରି ଯୋଗାଇବାକୁ ଆଶା କରାଯାଉଛି, ଯାହା ଏହି ସେକ୍ଟରର ଅପାର ସମ୍ଭାବନା ଏବଂ ଆର୍ଥିକ ବୃଦ୍ଧିରେ ଯୋଗଦାନକୁ ଉତ୍ସାହିତ କରୁଛି। ଟିମଲିଜ୍ ଡିଗ୍ରୀ ଆପ୍ରେଣ୍ଟିସସିପ୍ର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଇଲେକ୍ଟ୍ରୋନିକ୍ସ ଶିଳ୍ପ ଦ୍ୱାରା ୨୦୩୦ ମସିହାରେ $୫୦୦ ବିଲିୟନ ଉତ୍ପାଦନ ଲକ୍ଷ ଆଦାୟ କରିବାର ଉଦ୍ଦେଶ୍ୟ ରହିଛି। ଏହା ପାଇଁ ଆଗାମୀ ପାଞ୍ଚ…
ଭୁବନେଶ୍ବର: ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ତଥା ସମୟ ଦେଇ ପାରୁ ନ ଥିବାରୁ ସେ ଏହି ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ତେବେ ନିୟମ ଅନୁସାରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଦାୟିତ୍ବରେ ରହିବେ। ତେବେ ଓସିଏର ନିୟମ ଅନୁସାରେ ଆସନ୍ତା 45 ଦିନ ମଧ୍ୟରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ନୂଆ ସଭାପତି ଦାୟିତ୍ବ ନେବା ପରେ ଓସିଏର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହେବ। ପ୍ରଣବ ପ୍ରକାଶ ବିଜେଡି ସରକାରରେ ଥିବା ବେଳେ ସେ ଏହି ବ୍ୟୟ ବହୁଳ ସଂସ୍ଥାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଜେଡି ସରକାରରୁ ଯିବା ପରେ ସେ ଏହି ପଦବୀରେ ଆଉ ବେଶୀ ଦିନ ରହିପାରିବେ ନାହିଁ ବୋଲି…
Tina Ahuja on Periods: ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ନିଜ ମା’ଙ୍କ ସହିତ ଏକ ଟେଲିଭିଜନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ସେ ପିରିଅଡସ୍ ବା ଋତୁଶ୍ରାବ ବାବଦରେ ନିଜର ଖୋଲା ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଯନ୍ତ୍ରଣା ଏକ ମାନସିକ ରୋଗ। ସେ ଦାବି କରିଛନ୍ତି ଯେ ପିରିଅଡସ୍ରେ ଯନ୍ତ୍ରଣା ମୁଖ୍ୟତଃ ମୁମ୍ବାଇ ଓ ଦିଲ୍ଲୀର ଝିଅଙ୍କଠାରେ ଅଧିକ ଦେଖାଦିଏ। ଅନ୍ୟ ସହରର ମହିଳାମାନଙ୍କଠାରେ ଏହି ଯନ୍ତ୍ରଣା ଏତେ ପରିମାଣର ହୁଏ ନାହିଁ। ସେ ଏହାକୁ ମଧ୍ୟ କହିଛନ୍ତି ଯେ ପିରିଅଡସ୍ର ଯନ୍ତ୍ରଣା ଆମର ମନୋଭାବନାରୁ ବା ମାନସିକତାରୁ ସୃଷ୍ଟି ହୁଏ। ପିରିଅଡସ୍ର ପିଡା ମାନସିକ ରୋଗ ଟିନା ଆହୁଜା କହିଛନ୍ତି, “ମୁଁ ମୁଖ୍ୟତଃ ଚଣ୍ଡିଗଡ଼ରେ ରହୁଛି ହେଲେ ମୁଁ ମୁମ୍ବାଇ ଓ ଦିଲ୍ଲୀର ଝିଅମାନେ ଏହି ପିରିଅଡସ୍ ଯନ୍ତ୍ରଣା ବାବଦରେ କଥା ହେବାର ଶୁଣିଛି। ହେଲେ ସେମାନେ ଏହି କଥା ଅନ୍ୟକୁ…
ଭୁବନେଶ୍ବର: ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ନବୀନ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। ସେହିପରି ଆସନ୍ତାକାଲି ନବୀନ ଗଂଜାମ ଜିଲ୍ଲା ଗସ୍ତରେ ଯିବେ। ସେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ। ଏଥିସହିତ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା…
ଭୁବନେଶ୍ୱର: ପ୍ରତିଟି ସାରସ୍ୱତ ସଂରଚନାର ସମ୍ବେଦନାର ସୂତ୍ରଟିଏ ଥାଏ । କାରୁଣ୍ୟରୁ ଉତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ ଡ. ନାୟକ ତାଙ୍କ ସାହିତ୍ୟ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମୋ ସୃଜନ ମୋ ଜୀବନ’ଶୀର୍ଷକ ବକ୍ତବ୍ୟ ରଖି ଡ. ନାୟକ କହିଛନ୍ତି ଯେ ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିବାବେଳେ ଚିଲ ପାଟିରୁ ମାଛଟିଏ ଖସିଯିବାର ଦୃଶ୍ୟ ଦେଖି ପ୍ରଥମ କବିତା ଲେଖିଥିଲେ। ଦୃଶ୍ୟମାନ ପ୍ରକୃତି ଓ ଗ୍ରାମୀଣ ଚରିତ୍ରମାନେ ତାଙ୍କ ଲେଖାରେ ଉପସ୍ଥାପିତ ହେଉଥିଲେ। ମାତ୍ର ସତୁରୀ ଦଶକରୁ ତାଙ୍କର ସାରସ୍ୱତ ଧାରା ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ହେଲା। ସେ ଇନ୍ଦ୍ରିୟୋତ୍ତର ଚେତନା ଓ ଅଦୃଶ୍ୟ ଜଗତର ଅନୁଭବକୁ ନେଇ ଲେଖାଲେଖି ଜାରି ରଖିଲେ…
ଭୁବନେଶ୍ଵର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥରେ ଯେ, ନିଜର ଅତୁଳୀନୟ କୃତି ପାଇଁ ମନମୋହନ ସିଂ କେବଳ ଭାରତ ନୁହେଁ, ସାରା ବିଶ୍ଵରେ ସ୍ମରଣୀୟ ହୋଇ ରହିବେ । ଭାରତର ଦ୍ରୁତ ବିକାଶର ଶ୍ରେୟ କେବଳ ମନମୋହନ ସିଂଙ୍କର। ସରକାରକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସେ ସୂଚନା ଅଧିକାର ଆଇନ ପ୍ରଣୟନ କରିଥିଲେ । ଯାହାଫଳରେ ଜଣେ ସାଧାରଣ ମଣିଷ ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ ପୟରି ଉତ୍ତର ପାଇବାର ଅଧୁକାରପ୍ରାପ୍ତ ହୋଇପାରିଥିଲା। ଭାରତକୁ କ୍ଷୁଧାମୁକ୍ତ କରିବା ପାଇଁ ଯୁଗାନ୍ତକାରୀ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିବା ସହ…
ଭୁବନେଶ୍ବର: ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ। ସେମାନେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ସହିତ ଆଲୋଚନା କରିବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ- ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା। ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ଛତ୍ରପୁର ବ୍ଲକ। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ- କଟକ ଓ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା- ଭଦ୍ରକ ଓ ବାଲେଶ୍ୱର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର- କେନ୍ଦ୍ରାପଡ଼ା ଓ ଯାଜପୁର ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ- ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।
ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ନିର୍ବାଚନ ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ତାଙ୍କ ଗସ୍ତ ପାଇଁ ବର୍ତ୍ତମାନ ଗଞ୍ଜାମ ବିଜେଡି ବେଶ ତତ୍ପରତା ପ୍ରକାଶ ପାଇଛି। ତେବେ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେଷ ସେଥିପାଇଁ ସେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ। ଏଥିସହିତ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।
ନୂଆଦିଲ୍ଲୀ: ଆଜି ଅନ୍ତିମ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ପ୍ରାର୍ଥିବ ଶରୀରକୁ ଆଜି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଅନ୍ତିମ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ତାଙ୍କର ପ୍ରାର୍ଥିବ ଶରୀରକୁ ଦିଲ୍ଲୀ ନିଗମବୋଧ ଘାଟକୁ ନିଆଯାଉଛି। ଏହି ଶୋଭାଯାତ୍ରାରେ ଖୋଦ ରାହୁଳ ଗାନ୍ଧୀଙ୍କ ସହିତ ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି। ନିମଗବୋଧ ଘାଟରେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହ, ବିଭିନ୍ନ ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ତିନିସେନାର ମୁଖ୍ୟ ପ୍ରମୁଖ ସେଠାରେ ଉପସ୍ଥିତ ଅଛନ୍ତି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ଭୁବନେଶ୍ବର: ରାଜ୍ୟ ସରକାର ଲ କମିଶନ ଗଠନ କରିଛନ୍ତି। ପୂର୍ବରୁ ସରକାର ଓଡିଶା ଲ କମିଶନ ଗଠନ କରିବାକୁ ନିଷ୍ପତି କରିଥିଲେ। ସେହି ଅନୁସାରେ ଆଜି ସେହି କମିଟର ପୂର୍ଣ୍ଣାଙ୍କ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି କମିଟର ଅଧ୍ୟକ୍ଷ ରହିବେ ଜଷ୍ଟିସ ବିଶ୍ବନାଧଥ ରଥ।ଏଥିରେ ଅଧ୍ୟକ୍ଷଙ୍କ ସହିତ ଛଅ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଆଇନି ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଆଇନଜୀବି ସୂର୍ଯ୍ୟକାନ୍ତ ମିଶ୍ର, ସୌରେନ୍ଦ୍ର ମହାପାତ୍ର, କମିଶନଙ୍କ ସଚିବ ଏହାର ସଦସ୍ୟ ରହିବେ।
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ଯ୍ୟ ସଂପର୍କରେ ବୈଠକରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ୱାରା ଅଦ୍ୟତନ କରାଯାଉଛି,ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ ସୁଦୃଢ ଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ। ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ…
ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବ ବିଖ୍ୟାତ ଅର୍ଥନୀତିଜ୍ଞ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କାରଣ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତର ଅର୍ଥନୀତି ଯେଉଁ ସୋପାନରେ ପହଞ୍ଚିଥିଲା ତାହା ଉଦାହରଣ ହୋଇ ରହିଛି। ଫଳରେ ତାଙ୍କର ବିୟୋଗରେ କେବଳ ଭାରତ କାହିଁକି ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି। ତେବେ ମନମୋହନଙ୍କ ଓଡିଶା ସହିତ ରହିଛି ରାଜନୈତିକ ତଥା ପାରିବାରିକ ସଂପର୍କ। କାରଣ ସେ ଜଣେ ଓଡିଆ ପୁଅକୁ ଜ୍ବାଇଁ କରିଛନ୍ତି। ସେ ହେଉଛନ୍ତି ଅଶୋକ ପଟ୍ଟନାୟକ। ମନମୋହନଙ୍କ ଚାରି ଝିଅ ମଧ୍ୟରୁ ଦ୍ବିତୀୟ ଝିଅ ଦାମନ ସିଂଙ୍କୁ ବାହା ହୋଇଛନ୍ତି ଅଶୋକ ପଟ୍ଟନାୟକ। ଅଶୋକ ହେଉଛନ୍ତି ୧୯୮୩ ମସିହାର ଗୁଜୁରାଟ କ୍ୟାଡର ଆଇପିଏସ। ତାଙ୍କ ଘର କଟକ, ହେଲେ ବର୍ତ୍ତମାନ ତାଙ୍କ ପରିବାର ଭୁବନେଶ୍ବରର ଖାରବେଳ ନଗରରେ ରହୁଛନ୍ତି। ମନମୋହନ ସିଂ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ୨୦୧୬ ରୁ ୨୦୧୮ ମସିହାରେ ଅଶୋକ ନ୍ୟାସନାଲ ଇଣ୍ଟିଲେଜେନସି…
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପରଲୋକରେ ଭାବାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଯାହା କହିଛନ୍ତି ତାହା ହେଲା.. ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ଆମ ସମସ୍ତଙ୍କ ହୃଦୟରେ ଗଭୀର ଯନ୍ତ୍ରଣା ଆଣିଛି। ତାଙ୍କର ପରଲୋକ ଏକ ରାଷ୍ଟ୍ର ଭାବରେ ଆମ ପାଇଁ ଏକ ବଡ଼ କ୍ଷତି। ବିଭାଜନ ସମୟରେ ଅନେକ କିଛି ହରାଇବା ଏବଂ ଏଠାରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପରେ ଭାରତ ଗଠନ ଏକ ସାଧାରଣ କଥା ନୁହେଁ। ତାଙ୍କ ଜୀବନ ଭବିଷ୍ୟତ ପିଢୀକୁ ଶିକ୍ଷା ଦେବା ଜାରି ରଖିବ ଯେ କିପରି କଷ୍ଟ ଏବଂ ସଂଘର୍ଷରୁ ଉପରକୁ ଉଠି ଉଚ୍ଚତା ହାସଲ କରାଯାଇପାରିବ। ତାଙ୍କୁ ସର୍ବଦା ଜଣେ ସମ୍ଭ୍ରାନ୍ତ ମଣିଷ, ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ। ଜଣେ ଅର୍ଥନୀତିଜ୍ଞ ଭାବରେ ସେ…
ଭୁବନେଶ୍ୱର: ଏକ ବର୍ଷ ପାଇଁ ବୃଦ୍ଧି ପାଇଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଚଳିତ ଡିସେମ୍ବର ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ମାତ୍ର ତା ପୂର୍ବରୁ ସରକାର ଆଉ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଫଳରେ ଶ୍ରୀ ଆହୁଜା ଆସନ୍ତା ୨୦୨୫ ଡିସେମ୍ବର ୩୧ ଯାଏଁ ଚାକିରିରେ ରହିବେ। ୧୯୯୦ ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ହେଉଛନ୍ତି ମନୋଜ ଆହୁଜା। ରାଜ୍ୟରେ ବିଜେପି ସରକାର ଆସିବା ପରେ ତାଙ୍କୁ ୨୦୨୪ ଜୁନ୍ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ।
ମୁମ୍ବାଇ: ଡିସେମ୍ବର ମାସର ଉତ୍ସବ ପରିବେଶରେ ଜିଓ ପେମେଣ୍ଟସ ବ୍ୟାଙ୍କ ଏହାର ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ଡିସେମ୍ବର ୨୫ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ ସଞ୍ଚୟ ଖାତା ଖୋଲୁଥିବା ଗ୍ରାହକଙ୍କୁ ୫୦୦୦ ଟଙ୍କା ପର୍ୟ୍ୟନ୍ତ ମୂଲ୍ୟର ଉପହାର ଭାଉଚର ଉପଲବ୍ଧ ହେବ। ଏହି ଉପହାର ଭାଉଚର୍ ମ୍ୟାକଡୋନାଲ୍ଡସ୍, ଇଜ୍ ମାଇଁ ଟ୍ରିପ୍, ମ୍ୟାକ୍ସ ଫ୍ୟାଶନ୍ ପରି ବଡ ବ୍ରାଣ୍ଡର ରହିଛି। ଜିଓ ପେମେଣ୍ଟସ ବ୍ୟାଙ୍କ ହେଉଛି ଏକ ଡିଜିଟାଲ ବ୍ୟାଙ୍କ, ଯାହାକି ମାତ୍ର ପାଞ୍ଚ ମିନିଟରେ ଏକ ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଥାଏ। ଏଥିରେ ବାୟୋମେଟ୍ରିକ୍ ପ୍ରାମାଣିକିକରଣ ଏବଂ ରୁପେ ପ୍ଲାଟିନମ୍ ଡେବିଟ୍ କାର୍ଡ ତଥା ନିରବଛିନ୍ନ ବ୍ୟାଙ୍କିଙ୍ଗ ଅନୁଭୂତି ଭଳି ସେବା ସାମିଲ ରହିଛି। ଉତ୍ସବ ସମୟରେ ଜିଓ ପେମେଣ୍ଟସ୍ ବ୍ୟାଙ୍କ ଏହାର ବିଶେଷ ସୁବିଧାସମ୍ପନ୍ନ ସେବା ଏବଂ ସ୍ୱତନ୍ତ୍ର ଅଫର ମାଧ୍ୟମରେ ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି।
ଭୁବନେଶ୍ବର: ଶେଷରେ ଓଡିଶାରୁ ବିଦାୟ ନେଲେ ରଘୁବର ଦାସ। ସେ ମଙ୍ଗଳବାରରେ ଇସ୍ତଫା ଦେବା ପରେ ଆଜି ରାଜଭବନ ଛାଡିଛନ୍ତି। ଆଜି ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସେ ତାରକସିର ଏକ ଉପହାର ପ୍ରଦାନ କରିଥିଲେ। ସେହିପରି ବାଚସ୍ପତି ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ବିମାନ ବନ୍ଦରରେ ରଘୁବରଙ୍କ ବିଦାୟ ଦେଇଥିଲେ। ରଘୁବର ଗତ ବର୍ଷ ଓଡିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ। ତାଙ୍କର ଆହୁରି କାର୍ଯ୍ୟକାଳ ଥିବା ବେଳେ ତାଙ୍କୁ କେନ୍ଦ୍ର ସରକାର ରାଜ୍ୟପାଳ ପଦରୁ ହଟାଇଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
ଭୁବନେଶ୍ବର: ଆଜି ଡ଼ିସେମ୍ବର ୨୬ ତାରିଖ. ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳ ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଛି। ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟ ର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି…
ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ମହୋଦୟା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ତାଙ୍କ ପ୍ରତି ଭରଷା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମାନ୍ୟବର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ୧୩ ମାସରୁ ଅଧିକ ସମୟ ବିତାଇବା ପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ଓ ସମ୍ମାନ ସହିତ ବିଦାୟ ନେଉଛନ୍ତି । ଏହି…

