Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ପରିଚାଳିତ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର
ଆଜିର ଖବର

ମହିଳା ପରିଚାଳିତ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

August 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
State Meet on Strengthening Women-Led Enterprises
State Meet on Strengthening Women-Led Enterprises

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟିଠାରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର-ସହ-ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ କେବଳ ମହିଳାଙ୍କ ଆର୍ଥିକ ସଶକ୍ତିକରଣର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି। ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକର ଗୁଣାତ୍ମକ ବିକାଶ, ବଜାର ସଂଯୋଗ, ଦକ୍ଷତା ବିକାଶ ଓ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ସେମାନଙ୍କ ଆୟ ବୃଦ୍ଧି କରି ଆତ୍ମନିର୍ଭର କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ଅଂଶୀଦାରମାନଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରାଯିବା ସହ କ୍ଷେତ୍ରସ୍ତରର ଅଭିଜ୍ଞତା, ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜୀବିକା କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ, ମହିଳା ପରିଚାଳିତ ଉଦ୍ୟୋଗର ବିକାଶ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ଭାଲ, ମିଶନ ଶକ୍ତିର ନିର୍ଦ୍ଦେଶିକା ଡା. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଡି.ପି.ସି., ଡି.ପି.ଏମ୍., ବି.ପି.ସି., ବି.ପି.ଏମ୍., ବି.ପି.ଏ., ଡି.ପି.ଏ.ସି.ଏ., ବି.ଏଲ୍.ସି., ଏସ୍.ଡି.ସି. ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନ ମିଶନ ଶକ୍ତି ବିଭାଗ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026
Latest News

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.