Author: Samikhsya Bureau

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ ଅନ୍ୟ କେନ୍ଦ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମିତି ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ସଫଳତାର ବିସ୍ତୃତ ପ୍ରଚାରପ୍ରସାର ଲାଗି ଆପୋସ ସମନ୍ୱୟ ଏବଂ ସହଯୋଗ ବୃଦ୍ଧି ନେଇ ବୈଠକରେ ସହମତି ହୋଇଛି । ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ବର୍ତ୍ତମାନ ଜାରି ରହିଥିବା ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଅଭିଯାନ ସମ୍ପର୍କରେ ସଚେତନତାକୁ ଆହୁରି ବ୍ୟାପକ…

Read More

ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟଟନ ଦିବସ ସେପ୍ଟେମ୍ବର ୨୭ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ ନାମରେ ଏକ ଜାତୀୟ ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ସାମାଜିକ ଅନ୍ତର୍ଭୁକ୍ତିକରଣ, ନିଯୁକ୍ତି ଏବଂ ଅର୍ଥନୈତିକ ପ୍ରଗତିର ବାହକ ଭାବରେ ପର୍ଯ୍ୟଟନକୁ ସକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ – ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତର ୬ଟି ପର୍ଯ୍ୟଟନ ସ୍ଥଳୀ ଯଥା- ଓରଛା (ମଧ୍ୟପ୍ରଦେଶ), ଗଣ୍ଡିକୋଟା (ଆନ୍ଧ୍ରପ୍ରଦେଶ), ବୋଧଗୟା (ବିହାର), ଆଇଜଲ (ମିଜୋରାମ), ଯୋଧପୁର (ରାଜସ୍ଥାନ) ଏବଂ ଶ୍ରୀ ବିଜୟପୁରମ୍ (ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ)ରେ ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦିର ସଂଚାଳନ କରିଥିଲେ । ଏହି ପଦକ୍ଷେପ ମାଧ୍ୟମରେ , ପର୍ଯ୍ୟଟନ ମନ୍ତ୍ରଣାଳୟ ଗନ୍ତବ୍ୟସ୍ଥଳ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ପାଇଁ ସାମଗ୍ରିକ ଅନୁଭୂତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ସେମାନଙ୍କ ଗନ୍ତବ୍ୟସ୍ଥଳ ପାଇଁ ଗର୍ବିତ ରାଷ୍ଟ୍ରଦୂତ ଏବଂ କାହାଣୀକାର ଥିବା ‘ପର୍ଯ୍ୟଟନ ଅନୁକୂଳ’…

Read More

ଭୁବନେଶ୍ୱର: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଇତିମଧ୍ୟରେ ୧୦ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଚଳିତବର୍ଷ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶରେ ପାଳନ ହେଉଛି ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ । ଏହିକ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କିତ ଦୁଇଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସମପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆୟୋଜିତ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା ।…

Read More

ନୂଆଦିଲ୍ଲୀ: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ନୂଆଦିଲ୍ଲୀ, ଆଜାଦ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସ୍କୃତିକ, କଳା ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ଭାରତ ସରକାରଙ୍କ ସହିତ ଏକ ଚୁକ୍ତିପତ୍ର (MOU) ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR), ଭାରତ ସରକାରଙ୍କ ପକ୍ଷରୁ ଅଞ୍ଜୁ ରଂଜନ, ଡେପୁଟି ଡାରେକ୍ଟର ଜେନେରାଲ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ପୂର୍ବରୁ ୨୦୨୨ ମସିହା ନଭେମ୍ବର ୧୧ ତାରିଖରେ “ଭାରତୀୟ ରାଜ୍ୟ ଗୁଡିକର ସାଂସ୍କୃତିକ ସମ୍ମେଳନ” (Bharat Ke Rajyon Ka Sanskrutic Sammelan)”ରେ ଦେଶର ୨୧ ଗୋଟି ରାଜ୍ୟ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିସାରିଛନ୍ତି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସରକାର ତା.୨୭.୦୯.୨୦୨୪…

Read More

ନୂଆଦିଲ୍ଲୀ: ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାମ କରନ୍ତି ସେମାନେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଧାରାବାହିକ ଭାବେ ବସି ରହି କାମ କଲେ ବହୁ ସାଂଘାତିକ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ Dead Butt Syndrome ବା ଡେଡ୍ ବୁଟ ସିନଡ୍ରୋମ କୁହାଯାଇଥାଏ। ଆଜିକାଲି ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରାୟତଃ ବସିବା କାର୍ଯ୍ୟ ମିଳିଥାଏ। ଏପରି ପରିସ୍ଥିତିରେ ୯-୧୦ ଘଣ୍ଟା ପାଇଁ ନିରନ୍ତର କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରୁଛି। ଲାମ୍ବା ସମୟ କାର୍ଯ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହା ଅନେକ ସମସ୍ୟା ସୃଷ୍ଟି କରୁଛି। ଏହିପରି ଲୋକଙ୍କ ଶରୀରରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧାର ସମସ୍ୟା ବଢିବାରେ ଲାଗିଛି। ଚାପରେ ଲାମ୍ବା ସମୟ ଧରି କାମ କରିବା ଦ୍ଵାରା ହୃଦୟ ଏବଂ କର୍କଟ ଭଳି ରୋଗ ବଢିବାରେ ଲାଗିଛି। ଯଦି ଆପଣ ମଧ୍ୟ ଦୀର୍ଘ ସମୟ ବସି…

Read More

ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ମିଥୁନ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଲୋକଙ୍କ ପ୍ରତି ଭଲ କାମ କରିବାର ଅନୁଭବ ଜାଗ୍ରତ ହେବ। ଆଜି ଆପଣ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଆପଣ କିଛି ଅସମାପ୍ତ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟୀମାନଙ୍କ ପାଇଁ…

Read More

ଭୁବନେଶ୍ୱର: ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର , ନିବେଶକ ମାନଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି। ପ୍ରଗତି ପଥରେ ଆଗେଇ ଚାଲିଛି ଓଡିଶା। ଓଡିଶା ସରକାରଙ୍କ ସହଜ ଶିଳ୍ପନୀତି ନିବେଶକ ମାନଙ୍କୁ ଆକୃଷ୍ଟ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦୂରଦର୍ଶିତା ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଓଡିଶାରେ ଆୟୋଜିତ ହେଉଛି ଉତ୍କର୍ଷ ଓଡିଶା– ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝିଙ୍କ ଦ୍ୱାରା ଆଜି ଏହାର ଲୋଗୋ ଉନ୍ମୋଚନ ସମାରେହ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନିବେଶକ ମାନଙ୍କୁ ସ୍ୱାଗତ କରାଯାଇଛି। ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ୨୦୨୫…

Read More

ଭୁବନେଶ୍ୱର: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଛନ୍ତି। ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ରାଜ୍ୟର ପୋଲିସ ଅଧିକାରୀ ମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା…

Read More

ଭୁବନେଶ୍ୱର: ରାଜ୍ୟ ସରକାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିବା ଡିପ୍‌ଥେରିଆ ରୋଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରୋଗୀମାନଙ୍କର ଉଚ୍ଚତର ଚିକିତ୍ସା ଏବଂ ଏହି ରୋଗ କିପରି ଅଧିକ ନ ବ୍ୟାପିବ ସେଥି ପାଇଁ ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ରୋଗ ମୁଖ୍ୟତଃ ଶିଶୁମାନଙ୍କଠାରେ ଦେଖାଯାଉଥିବା ଜଣାପଡ଼ିଛି। ଏହା ଏକ ଟିକା ଦ୍ୱାରା ପ୍ରତିରୋଧ କରାଯାଇପାରୁଥିବା ରୋଗ ହୋଇଥିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଏକ ଇମୁ୍ୟନାଇଜେସନ୍‌ ବିଶେଷଜ୍ଞ ଦଳ ଏବଂ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଶିଶୁରୋଗ ଏବଂ ପି.ଏସ୍‌.ଏମ୍‌ ବିଶେଷଜ୍ଞ ଦଳଙ୍କୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ସ୍ଥଳରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଡିପ୍‌ଥେରିଆ ଦେଖାଯାଇଥିବା ଅଞ୍ଚଳରେ ରୋଗୀମାନଙ୍କୁ ଚିକିତ୍ସା ଯୋଗାଉଥିବା ଚିକିତ୍ସକ ଦଳଙ୍କୁ ସହଯୋଗ କରିବା ସହ ରୋଗର ବିସ୍ତାରକୁ ରୋକିବା ପାଇଁ…

Read More

ଭୁବନେଶ୍ୱର: ଏକ ଚମତ୍କାର ପ୍ରଦର୍ଶନରେ ପୂର୍ବତଟ ରେଳପଥର ଖେଳାଳିମାନେ ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କସ (CLW) ରେ 23 ରୁ 25 ସେପ୍ଟେମ୍ବର 2024 ପର୍ଯ୍ୟନ୍ତ ଆୟୋଜିତ 14 ତମ ସର୍ବ ଭାରତୀୟ ରେଳବାଇ ଆର୍ଚେରୀ ଚମ୍ପିଅନସିପ୍ 2024 ରେ ଚାରିଟି ପଦକ ହାସଲ କରିଛି। ରେଳଡବା ମରାମତି କାରଖାନା, ମଞ୍ଚେଶ୍ୱରରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ସୁଭମ୍ ଦାଶ କମ୍ପାଉଣ୍ଡ ଗୃପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କରିଥିବାବେଳେ ରେଳପଥର ଜେନେରାଲ୍ ଷ୍ଟୋରସ୍ ଡିପୋ (ଜିଏସଡି) ର ଶ୍ରୀ କୁଲଭେନ୍ଦର ସିଂ ସମାନ ବର୍ଗରେ ଦୁଇଟି ରୌପ୍ୟ ପଦକ ହାସଲ କରି ରେଳପଥ ପାଇଁ ଗର୍ବ ଏବଂ ସ୍ୱୀକୃତି ଆଣିଛନ୍ତି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କର ନିଷ୍ଠା ଏବଂ ପରିଶ୍ରମ ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ…

Read More

ଭୁବନେଶ୍ୱର: ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି। ଏ ସରକାର ଶହେ ଦିନ ପୂରଣ କରିସାରିଲାଣି। କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି। ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି। ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ନାରୀ ନିର୍ଯାତନା ବଢି ଚାଲିଛି।ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଓଡିଶାରୁ ପୁଞ୍ଜି ଫେରି ଯାଉଛି। ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ। ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା…

Read More

ଭୁବନେଶ୍ବର: ବରିଷ୍ଠ ଆଇପିଏସ ତଥା ପୋଲିସ ଟ୍ରେନିଂ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଛଅ ବର୍ଷ କିମ୍ବା ତାଙ୍କୁ 62 ବର୍ଷ ବୟସ କିମ୍ବା ସରକାରଙ୍କ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଶ୍ରୀ ଷଡଙ୍ଗୀ ଚଳିତ ବର୍ଷ ଜାନୁୟାରୀରେ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଓଡିଶାର ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରେ ନୂଆ ସରକାର ଆସିବା ପରେ ଅରୁଣ ଷଡଙ୍ଗୀଙ୍କୁ ଡିଜି ପଦରୁ ହଟାଇ ଦିଆଯାଇ ୱାଇ ବି ଖୁରାନିୟାଙ୍କୁ ନିଯୁକ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: ବିଶ୍ୱ ପରିବେଶ ଦିବସ, ୫ ଜୁନ୍ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ବୋଧି ବୃକ୍ଷର ଚାରା ରୋପଣ କରି ‘ମାଆଙ୍କ ନାମରେ ଗୋଟିଏ ଗଛ’ ନାମକ ଅଭିନବ ଅଭିଯାନର ଶୁଭାରମ୍ଭ କରିଥିଲେ। ପରିବେଶର ବିକାଶ ପାଇଁ ଏହି ସାମୁହିକ ଅଭିଯାନକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ‘ମାଆଙ୍କ ନାମରେ ଗୋଟିଏ ଗଛ’ ଏକ ପ୍ରତୀକାତ୍ମକ ଅଭିଯାନ। ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧନ ହେଉଛି । ଗୋଟିଏ ହେଲା ଜଣଙ୍କ ଜୀବନରେ ମାଆଙ୍କ ଭୂମିକାକୁ ସମ୍ମାନ ଦେବା ଏବଂ ଅନ୍ୟଟି ହେଲା ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପ୍ରତି ଅବଦାନ ରଖିବା। ବୃକ୍ଷ ଠିକ୍ ମାଆଙ୍କ ଭଳି ପରବର୍ତ୍ତୀ ପିଢ଼ିକୁ ସୁରକ୍ଷିତ ରଖିଥାଏ। ୮୦ କୋଟି ଚାରାରୋପଣ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଫଳତାର ସହ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ୮୦ କୋଟି ଚାରାରୋପଣ…

Read More

ଭୁବନେଶ୍ବର: ଲୋକସେବା ଭବନ  କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା”  ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏ ସଂପର୍କିତ ଉପସ୍ଥାପନ କରିଥିଲେ। “ସୁଭଦ୍ରା”ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଅଦ୍ୟାବଧି ଛପା ଯାଇଥିବା  ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫  ଫର୍ମ ବଣ୍ଟନ କରାଯାଇଛି । ଆଜି  ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷରୁ  ଅଧିକ  ଆବେଦନ  ପଞ୍ଜିକୃତ ହୋଇସାରିଛି। ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ “ସୁଭଦ୍ରା” ହିତାଧିକାରୀଙ୍କୁ  ଅର୍ଥରାଶି ପ୍ରଦାନ କରାଯାଇଛି। ଏଥି…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏହା ଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନିୟମିତତା, ଦୁର୍ନୀତି ଓ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପ୍ରକଳ୍ପର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ତେଣୁ, ସବୁ ଯୋଜନା ଯେପରି ଠିକ୍‌ ସମୟରେ କାର୍ଯ୍ୟକାରୀ…

Read More

ଭୁବନେଶ୍ବର: ବିଜେଡି ଚଳିତ ନିର୍ବାଚନ ରେ କାହିଁକି ହାରିଲା। ଏ ନେଇ ବିଭିନ୍ନ ଦଳୀୟ ନେତାଙ୍କ ଭିନ୍ନଭିନ୍ନ ବୟାନ ଆସିବାରେ ଲାଗିଛି। କାରଣ ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ନେତାମାନେ ସେମାନଙ୍କ ରୋଷକୁ ବ୍ୟକ୍ତ କରିବାରେ ଲାଗିଛନ୍ତି। ପୂର୍ବରୁ ବରିଷ୍ଠ ନେତା ପ୍ରଦୀପ ମାଝୀ, ଅବିନାଶ ସାମଲ ପରେ ଆଜି କଣ୍ଟାମାଳର ପୂର୍ବତନ ବିଧାୟକ ମହିଧର ରଣା ଏହାର କାରଣ ସଂପର୍କରେ କହିଛନ୍ତି। ମହିଧର କହିଛନ୍ତି ଯେ ବିଜେଡି ଦଳ ଭିତରେ ନେତାଙ୍କ ଗୋଡ ଟଣାଟଣି ହିଁ ଏହାର ମୁଖ୍ୟ କାରଣ। ଏଥିସହିତ ନିର୍ବାଚନ ସମୟରେ ତୃଣମୂଳ ସ୍ତରରେ ଥିବା ନେତାମାନଙ୍କୁ ପଚରାଗଲା ନାହିଁ। ଦଳୀୟ ସରପଞ୍ଚ, ଅଧ୍ୟକ୍ଷ, କାଉନସିଲର ଏମାନଙ୍କୁ ଗୁରୁତ୍ବ ଦିଆଗଲା ନାହିଁ। ଫଳରେ ଦଳର ବିପର୍ଯ୍ୟୟ ହେଲା ବୋଲି ସେ କହିଛନ୍ତି। ସେହିପରି ମହିଧର କହିଛନ୍ତି ଯେ, ଏଥର ଦଳର ନିର୍ବାଚନ ଇସ୍ତାହାର ସେପରି ଆଖିଦୃଶିଆ ନ ଥିଲା। ଫଳରେ ଦଳ…

Read More

ବାଙ୍ଗାଲୁରୁ: ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ଭାଷା ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ସରକାରଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛି ବିଜେପି। ବିଜେପି କହିଛି ଯେ, ସିଦ୍ଧରମେୟା ସରକାର ରାଜ୍ୟରେ ମୁସୁଲିମ ପ୍ରୀତି ଦେଖାଇବା ପାଇଁ ଏପରି କରିଛନ୍ତି। ଏହାକୁ ସରକାର ତରୁନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ସାଂସଦ ନଳିନୀ କୁମାର କଟ୍ଟେଲ। ସୂଚନାରୁ ପ୍ରକାଶ ଯେ, କର୍ଣ୍ଣାଟକର ସିଦ୍ଧରମେୟା ସରକାର ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥିଙ୍କୁ ଉର୍ଦ୍ଦୁ ଜାଣିଥିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ମୁଦିଗେରେ ଏବଂ ଚିକକମାଗାଲୁର ଜିଲ୍ଲାର ଅଙ୍ଗନୱାଡି ଶିକ୍ଷକ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଉର୍ଦ୍ଦୁ ଜାଣିବା ଆବଶ୍ୟକ ବୋଲି ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏହାକୁ ନେଇ ସେଠାରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଏହାକୁ ଏକ ଭୟଙ୍କର ରାଜନୈତିକ ଷଢଯନ୍ତ୍ର ବୋଲି ବିଜେପି କହିଛି। https://youtu.be/ns4C-wo2yFk Video Source- One India ବର୍ତ୍ତମାନ…

Read More

ଭୁବନେଶ୍ବର: ଖୁବ ଶିଘ୍ର ବଳକା ହିତାଧିକାରୀ ବା ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପୂର୍ବରୁ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଆଉ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ସେ ନେଇ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମସ୍ତଙ୍କୁ ସେହି 5 ହଜାର ଟଙ୍କା ଦିଆଯିବ। ବିଭାଗୀୟ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 92 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଏହି ପକ୍ରିୟା ବର୍ତ୍ତମାନ ସୁଦ୍ଧା ଚାଲିଛି। ଖୁବ ଶିଘ୍ର ଏକ ଏକ କୋଟିରେ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟ ଟଙ୍କା ସମସ୍ତଙ୍କୁ ଦିଆ ସରିବା ପରେ ମାର୍ଚ୍ଚରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

Read More

ବାଣପୁର ( ସୀତାରାମ ଅଗ୍ରୱାଲ): ସ୍ୱଚ୍ଛତା ହିଁ ସେବା ସପ୍ତାହ ଉପଲକ୍ଷେ ଗୁରୁବାର ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ସଫେଇ ମିତ୍ର ମାନଙ୍କର ବ୍ଲକ ପରିସରରେ ଏକ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପଂଚାୟତ ଅଧୀନରେ କାର୍ଯ୍ୟରତ ସଫେଇ ମିତ୍ର ମାନଙ୍କର ରକ୍ତଚାପ, ରକ୍ତ ସର୍କରା ଭଳି ମାରାତ୍ମକ ରୋଗ ନିରୂପଣ କରି ସେମାନଙ୍କୁ ରୋଗମୁକ୍ତ ରଖିବାକୁ ଉକ୍ତ ଶିବିରର ମୂଳ ଲକ୍ଷ। ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରର ଡାକ୍ତର ଶୈଳେଶ କୁମାର ପଟ୍ଟନାୟକ ସଫେଇ ମିତ୍ର ମାନଙ୍କର ସ୍ଵାସ୍ତ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l ଉକ୍ତ ଶିବିରରେ ବିଡ଼ିଓ ଶୀତଲ ଅଗ୍ରୱାଲ, ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅତିରିକ୍ତ ଯନ୍ତ୍ରୀ ଆଦ୍ୟସା ଦାଶ ପ୍ରମୁଖ ଯୋଗଦେଇ ସଫେଇ ମିତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ସଫେଇ ମିତ୍ରମାନେ ଦୈନିକ କାର୍ଯ୍ୟ କରିବା ଦ୍ୱାରା ଆମ ଚତୁଃପାର୍ଶ୍ଵ ସଫାସୁତୁରା ରହେ। ତେଣୁ ସେମାନେ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ ବୋଲି ବିଡ଼ିଓ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଙ୍କୁଳି ମାଛବନ୍ଧ ଠାରେ ଗୋଟେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଭାସିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେବା ପାଇଁ ବନ୍ଦୋବସ୍ତ କରୁଛନ୍ତି।

Read More

ରେଢ଼ାଖୋଲ(କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେହୁରୀ ସାହିରେ ଜୈନିକା ବୃଦ୍ଧା ଙ୍କୁ କେହି ହତ୍ୟା କରି ଫେରାର ଥିବା ଜଣା ପଡିଛି। ପ୍ରକାଶ ଯେ, ରେଢ଼ାଖୋଲ ଦେହୁରୀ ସାହିର ହିରା ବାହାଦୁରଙ୍କ ଦ୍ବିତୀୟ ପତ୍ନୀ ତରଙ୍ଗିଣି ସାହୁଙ୍କୁ ଦିନ ସମୟରେ କେହି  ପିଟି ପିଟି ହତ୍ୟା କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣା ପଡିଛି। ହିରା ବାହାଦୁର ଜଣେ ବିଦ୍ୟୁତ ବିଭାଗ ର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ହୋଇ ଥିବା ବେଳେ ତରଙ୍ଗିଣି ତାଙ୍କର ଦ୍ୱିତୀୟ ପତ୍ନୀ। ତରଙ୍ଗିଣିଙ୍କର କୌଣସି ସନ୍ତାନ ନ ଥିବା ବେଳେ ପ୍ରଥମ ପତ୍ନୀ ର ପୁଅ ଓ ଝିଅ ଅଛନ୍ତି। ପ୍ରାୟତଃ ସବୁବେଳେ ଜମିବାଡ଼ି କୁ ନେଇ ତରଙ୍ଗିଣି ଓ ସ୍ବାମୀ ଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ, ଝିଅ, ଜ୍ବାଇଁ ମିଶି ଝଗଡା କରୁଥିଲେ ବୋଲି ଜଣା ପଡିଛି। ପୋଲିସ ତଦନ୍ତ…

Read More