ଭୁବନେଶ୍ବର: ଏକ ମର୍ସିଡିଜ କାରରୁ ଦଶ ଲକ୍ଷ ଲାଞ୍ଚ ଟଙ୍କା ମିଳିବା ଘଟଣାର ନୂଆ ମୋଡ ନେଇଛି। ଏ ନେଇ ସିବିଆଇ ତନାଘନା କରିବା ପରେ ଜଣେ ଆଇଏଏସଙ୍କୁ ହାଜର ହେବା ପାଇଁ ନୋଟିସ ଜାରୀ କରାଯାଇଛି। ସେ ହେଉଛନ୍ତି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ତାଙ୍କୁ ଗତ 10 ତାରିଖରେ ହାଜର ହେବା ପାଇଁ ନୋଟିସ ଜାରୀ କରାଯାଇଥିଲା। ହେଲେ ସେ ହାଜର ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ। ତେବେ ଆଜି ସେ ହାଜର ହେବେ ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ଭାରତ ସରକାରଙ୍କ ବ୍ରିଜ୍ ଆଣ୍ଡ ରୁଫ କରପୋରେସନ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିଥାଏ। ବିଷ୍ଣୁପଦ ଅନୂସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ସ୍କୁଲ ମରାମତି ପାଇଁ ଏହି ସଂସ୍ଥାକୁ କାମ ନେବା ପାଇଁ ଚିଠି କରିଥିଲେ। ଏପରିକି ସଂସ୍ଥା କେତେ ଖର୍ଚ୍ଚ ହେବ ବୋଲି ଏକ ରିପୋର୍ଟ ଦେବା…
Author: Samikhsya Bureau
ଭୁବନେଶ୍ବର: ବିଭିନ୍ନ ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡା କଥା କହି ଚର୍ଚ୍ଚାରେ ରହିଥାନ୍ତି। ସେମିତି ସେ ବିଜେଡିକୁ ନେଇ ଏକ ବଡ ଟିପ୍ପଣୀ ଦେଇଛନ୍ତି। ତାହା ହେଲା, ଗୋଟିଏ ହୁଇସିଲ ପୁଙ୍କିଲେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ହେଲେ ଆମେ ଚାହୁଁ ନାହୁଁ ଯେ, ବିଜେଡି ଭାଙ୍ଗି ଯାଉ। କାରଣ ଗୋଟିଏ ଦଳ ଭାବେ ସେ ରହିବା ଦରକାର। ଅପମାନିତ ହେବା ଦରକାର ବୋଲି ସେ କହିଛନ୍ତି। ବିଜେଡି ସାଂସଦମାନେ ବିଜେପି ମୁହାଁ ହେଉଛନ୍ତି ଏବଂ ବିଜେଡି ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି ବୋଲି ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡିର ବହୁ ସାଂସଦ ବିଧାୟକ ଓ ନେତା ବିଜେପି ଆସିବାକୁ ଆଗ୍ରହୀ ଅଛନ୍ତି। ସେମାନେ ରିତମତ ଆମ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ତେବେ ବିଜେଡି ସଂପୂର୍ଣ୍ଣ ମୂଳପୋଛ ହେଉ ବୋଲି ଆମେ ଚାହୁଁ ନାହୁଁ।…
ନୂଆଦିଲ୍ଲୀ: ଶେଷରେ ଗିରଫ ହୋଇଛନ୍ତି ପୁଷ୍ପା-2 ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ସେ ହାଇଦ୍ରାବାଦର ଏକ ସିନେମା ହଲକୁ ବିନା ସୂଚନାରେ ପ୍ରବେଶ କରିଥିଲେ। ଫଳରେ ତାଙ୍କୁ ଦେଖିବା ପାଇଁ ସେଠାରେ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ପୋଲିସ ଏକ ମାମଲା ଋଜୁ କରି ତାହାର ତଦନ୍ତ କରିଥିଲା। ଏଥିସହିତ ସଂଧ୍ୟା ସିନେମା ହଲ ମାଲିକ ଏବଂ କର୍ମଚାରୀଙ୍କ ନାମରେ ମଧ୍ୟ ମାମଲା ଋଜୁ ହୋଇଛି। ପୋଲିସର ସୂଚନା ଅନୁସାରେ ଅଲ୍ଲୀ ଅର୍ଜ୍ଜୁନଙ୍କ ବିରୋଧରେ ବିଏନଏସ 105 ଧାରା ଲାଗୁ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ଉପସ୍ଥାପିତ କରାଯିବ। ଯଦି ଜାମିନୀ ନ ମିଳେ ତେବେ ସେ ଜେଲ ଯିବା ନିଶ୍ଚିତ ବୋଲି ଜଣାପଡିଛି।
ଭୁବନେଶ୍ବର: ଓଡିଶାର ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କାରେ କିଣୁଛନ୍ତି। ଯାହା ଅନ୍ୟ ରାଜ୍ୟ ତୁଳନାରେ ବେଶ ଅଧିକ। ଏହାକୁ ନଜରରେ ରଖି ପଡୋଶୀ ରାଜ୍ୟର ଦଲାଲମାନେ ବର୍ତ୍ତମାନ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ଅନ୍ୟ ରାଜ୍ୟରୁ କମ ମୂଲ୍ୟରେ ଧାନ କିଣି ଓଡିଶାରେ ଚଢା ଦରରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଗତକାଲି ଏକ ଟ୍ରକ ଧାନ ଗାଡି ଧରା ପଡିବା ପରେ ଏହି ଘଟଣା ପଦାକୁ ଆସିଛି। ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ସାତୁପଲ୍ଲୀ ଗ୍ରାମର ଆଇପି ରାଇସ ମିଲରୁ ଏହି ଧାନ ଟ୍ରକ ଜବତ ହୋଇଛି। ଏହି ମିଲ ନିକଟରେ ପଶ୍ଚିମ ବଂଗ ନମ୍ବର ଥିବା ଏକ ଦଶ ଚକିଆ ଟ୍ରକ ଛିଡା ହୋଇଥିଲା। ସ୍ଥାନୀୟ ଲୋକେ ଏହି ଖବର ଯୋଗାଣ ବିଭାଗକୁ ଦେବା ପରେ ଅଧିକାରୀମାନେ ଗାଡି ତଦାରଖ କରିଥିଲେ।…
ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି। କାରଣ ବିଜେପିର ଯେଉଁ ତୃଣମୂଳ ସଂଗଠନ ନିର୍ବାଚନ ଚାଲିଛି ତାହା ଶେଷ ହେବ। ସେମାନେ ନିର୍ବାଚିତ ହେବା ପରେ ରାଜ୍ୟର ନୂଆ ସଭାପତିଙ୍କୁ ବାଛିବେ। ସେହି ହିସାବରେ ଆସନ୍ତା ଜାନୁୟାରୀରେ ରାଜ୍ୟ ବିଜେପିକୁ ଆସିବେ ନୂଆ ମଙ୍ଗୁଆଳ। ଯେହେତୁ ବିଜେପି ବର୍ତ୍ତମାନ ରାଜ୍ୟ ସରକାରରେ ରହିଛି ତେଣୁ ଏହି ସଭାପତି ପଦବୀ ଉପରେ ବହୁ ବରିଷ୍ଠ ନେତାଙ୍କ ନଜର। ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ବର୍ତ୍ତମାନର ସଭାପତି ମନମୋହନ ସାମଲ ପୁଣି ଥରେ ସଭାପତି ହେବେ ନା ତାଙ୍କୁ ହଟାଇ ଦିଆଯିବ। ଦେଖିବାକୁ ଗଲେ ମନମୋହନ ଚଳିତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଜେପି ବିଜେଡି ମେଣ୍ଟ ନ ହେବା ପାଇଁ ଯେଉଁ କେତେଜଣଙ୍କର ଭୂମିକା ରହିଛି ସେମାନଙ୍କ ମଧ୍ୟରେ ମନମୋହନ ମୁଖ୍ୟ। ହେଲେ ଦୁଃଖର କଥା ଯେ, ସେ ନିର୍ବାଚନରେ ହାରିଗଲେ। ମନମୋହନ ଯଦି ଜିତିଥାଆନ୍ତେ…
ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧୬ ତାରିଖ ( ସୋମବାର ) ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହିଦିନ ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତ ତା.୨୮.୧୦.୨୦୨୪ ରିଖ ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ଆବେଦନକାରୀ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ଏହି ଦିନ ପାଇଁ ଅନ୍ୟମାନଙ୍କୁ ପଞ୍ଜୀକରଣ ନ କରିବାକୁ ଅନୁରୋଧ କରାଯାଇଛି।
ଭୁବନେଶ୍ବର: ଆଜି ତାରିଖଟି ହେଉଛି ସବୁଠାରୁ ବିରଳ ସଂଯୋଗ। କାରଣ ଆଜିର ତାରିଖ ହେଉଛି ୧୨/୧୨/୨୪ । ଏହା ବେଶ କୌତୁହଳ ପୂର୍ଣ୍ଣ ହୋଇଥିବା ବେଳେ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଜିର ତାରିଖକୁ ନେଇ ବେଶ ଆଲୋଚନା ମଧ୍ୟ ଚାଲିଛି। ତେବେ ଆଜିର ତାରିଖ ଜ୍ୟୋତିଷ ଶାସ୍ତ୍ରରେ ସେପରି କୌଣସି ଗୁରୁତ୍ବ ବହନ କରେ ନାହିଁ। ହେଲେ ତିଥି ଅନୁସାରେ ଦେଖିଲେ ଆଜି ହେଉଛି ଦ୍ବାଦଶୀ ତିଥି ଏବଂ ଶେଷ ମାଣବସା ଗୁରୁବାର। ତେବେ ସଂଖ୍ୟା ଶାସ୍ତ୍ର ହିସାବରେ ଆଜିର ତାରିଖ ବେଶ ଗୁରୁତ୍ବ ବହନ କରୁଛି। କାରଣ ଏପରି ତାରିଖରେ ଯେଉଁମାନେ ଜନ୍ମ ଗ୍ରହଣ କରିବେ ସେମାନେ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ହେଲା ପ୍ରଥମରେ ଏପରି ଜନ୍ମ ତାରିଖ ଭାଗ୍ୟରେ ଥିଲେ ମିଳେ ବୋଲି ଧରାଯାଇଛି। ସେହିପରି ଏହି ତାରିଖଟି ହେଉଛି ବନ୍ଧନ ବା ଯୋଡି ହୋଇ ରହିବାର ପ୍ରତୀକ। ତେଣୁ ଏହି ତାରିଖରେ ଯେଉଁମାନେ ଜନ୍ମ ଗ୍ରହଣ…
ଭୁବନେଶ୍ବର: ବେଦାନ୍ତ କଂପାନୀ ପ୍ରତି ପୂର୍ବ ବିଜେଡି ସରକାରଙ୍କ ଥିଲା ଅହୁତେକ ପ୍ରୀତି। କାରଣ ବେଦାନ୍ତ ଝାରସୁଗୁଡା କଂପାନୀକୁ ସେତେବେଳର ସରକାର ଛାଡ କରିଥିଲେ ୩୫୯୯.୮୮କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ। ଓଡିଶା ବିଧାନସଭାରେ ଏକ ଲିଖିତ ଉତ୍ତରରୁ ଏହା ଜଣାପଡିଛି। ଯାହାକୁ ନେଇ ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଡିଶା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ। ସେ ପଚରିଥିବା ପ୍ରଶ୍ନ ହେଲା ଯେ, ରାଜ୍ୟ ସରକାର କେତୋଟି କଂପାନୀକୁ କେତେ ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ କରିଛନ୍ତି। କେଉଁ ଆଧାରରେ ଏହି ଛାଡ କରାଯାଇଛି ତାହାର ଉତ୍ତର ଦେବେ କି ? ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାର ଅର୍ଥାତ ବିଜେଡି ସରକାରଙ୍କ ସମୟରେ ୧୪ଟି ଶିଳ୍ପ ସଂସ୍ଥାର ମୋଟ ୪୦୯୭.୬୭ କୋଟି ଟଙ୍କାର ବିଦ୍ୟୁତ ଦେୟ ଛାଡ଼ କରାଯାଇଛି। ସେଥିମଧ୍ୟରୁ…
ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେସନ ଶେଷ ହୋଇଛି। ଏହି ଅଧିବେସନ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା ହୋଇଥିଲା। ହେଲେ 20 ଦିନ ପୂର୍ବରୁ ଗୃହକୁ ହଠାତ ବନ୍ଦ କରିଦିଆଗଲା। ଏହି ଅଧିବେସନରେ ଅତିରିକ୍ତ ବଜେଟ ପାଶ ହେବାର ଥିଲା, ଯାହା ଶେଷ ହୋଇଯାଇଛି। ଫଳରେ ଆଗକୁ ଆଉ କିଛି ଗୁରୁତ୍ବ ନ ଥିବା ଅନୁଭବ କରି ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ତେବେ ତରବରିଆ ଭାବେ ଗୃହକୁ ଏପରି ବନ୍ଦ କରିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ହେଲା ଯେ, ବିଧାନସଭାପରି ଗୁରୁତ୍ବପୂର୍ଣ୍ଣ ବୈଠକକୁ ବାତିଲ କରିବା ଠିକ ନୁହେଁ। ପୂର୍ବରୁ ବିଜେଡି ସରକାର ଏପରି ଗୃହକୁ ପୂର୍ବରୁ ବନ୍ଦ କରୁଥିବାରୁ ବିଜେପି ସମାଲୋଚନା କରୁଥିଲା। ହେଲେ ଏବେ ଖୋଦ ବିଜେପି ସରକାର ଏପରି କରିବା ଠିକ ନୁହେଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାର ରାଜରାସ୍ତାରେ ବସିଥିବା ମିଶନ ଶକ୍ତି ମହିଳାଙ୍କ…
ଭୁବନେଶ୍ବର: ସମୟ ପୂର୍ବରୁ ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେସନ। ଏହି ଅଧିବେସନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ତା ପୂର୍ବରୁ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏଥର ଏହି ଅଧିବେସନରେ ମୋଟ ୧୬ଟି କାର୍ଯ୍ୟଦିବସ ରଖାଯାଇଥିଲା। ହେଲେ ୧୨ଟି କାର୍ଯ୍ୟଦିବସ ପରେ ଗୃହକୁ ମୁଲତବୀ ରଖାଯାଇଛି। ଏହି ଅଧିବେସନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଆଗତ କରିଥିଲେ, ଯାହା ପରିତ ହୋଇଯାଇଛି। ସେହିପରି ଏହି ଅଧିବେସନରେ ୨ଟି ସରକାରୀ ବିଲ୍ ସହ ୧୦ଟି ବେସରକାରୀ ବିଲ୍ ଆଗତ ହେଇଥିଲା। ସେହିପରି ଏହି ଅଧିବେସନର ଆରମ୍ଭ ବେଶ ହଟ୍ଟଗୋଳ ମଧ୍ୟରେ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାର ସହିତ ଗୃହ ଚାଲିଥିଲା।
ଭୁବନେଶ୍ବର: ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ। ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି। ଇଂରାଜୀ ମିଡିଅମ୍ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡିଆ ଭାଷା ପଢିବାରେ ଅକ୍ଷମ। ଏହା ଦୁଃଖର ବିଷୟ। ଇଂରାଜୀ ଓ ହିନ୍ଦୀ ଆମ ପାଇଁ ଏକ ଲିଙ୍କ ଲାଙ୍ଗୁଏଜ୍ ହୋଇପାରେ। କିନ୍ତୁ, ଏହା କେବେ ଆମ ମାତୃଭାଷାର ବିକଳ୍ପ ହୋଇ ପାରିବ ନାହିଁ। ତେଣୁ, ରାଜ୍ୟ ସରକାର ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବଦେଇ କାମ ଆରମ୍ଭ କରିଛନ୍ତି। ସରକାରୀ ଫାଇଲ୍କୁ ଓଡିଆ ଭାଷାରେ କରିବା ପାଇଁ ଦୃଢ ନିର୍ଦ୍ଦେଶ…
ଭୁବନେଶ୍ୱର: ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା କୁମାରୀ ପ୍ରଧାନ, ବେଲଗୁଣ୍ଠାର ପୂର୍ବତନ ସରପଂଚ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସେମାନଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।ବିଜେପିର ନୀତି ଓ ଆଦର୍ଶରେ ଏବଂ ଯଶସ୍ୱୀ ପଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। ଏହି ମିଶ୍ରଣ ପର୍ବରେ ସୋରଡା ବିଧାୟକ ଶ୍ରୀ ନୀଳମଣି ବିଶୋୟୀ, ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ମହାନ୍ତି ଓ ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବ ନେଇ ଆଜି ମିନି ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ମାଲକାନଗିରି ଜିଲ୍ଲାର ଏମ.ଭି-୧୧ ଗ୍ରାମରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ଅବସରରେ ଯେଉଁ ମିନି ମାରାଥନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଛି ତାହା କ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ବିଶେଷ ସୁଯୋଗ। ନିଜର ପ୍ରତିଭାକୁ ପ୍ରଦର୍ଶନ ସହ ଶାରୀରିକ ବିକାଶରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁସ୍ଥ ଶରୀର ହିଁ ମାନସିକ ବିକାଶ ତଥା ଜଣେ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ଦିଗରେ ସାହାଯ୍ୟ କରିଥାଏ। ଅନ୍ୟ ମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବଳ ମାଲକାନଗିରି ମୁଖ୍ୟାଳୟ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର…
ପୁରୀ : ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ପୁରୀରେ ଆଜିଠାରୁ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି। ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ ମାଧ୍ୟମରେ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ମଙ୍ଗଳବାର ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିବା ମହାନ ଶିକ୍ଷାବିତ୍ ତଥା ହିନ୍ଦୀ ସାହିତ୍ୟିକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ ପୁସ୍ତକ ‘ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସିଦ୍ଧ ଲେଖକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ମହାନ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଦିଗରେ ସାହିତ୍ୟ ଏକାଡେମୀର ଏହି ପୁସ୍ତକ ଏକ ସାର୍ଥକ ପ୍ରୟାସ ଏବଂ ତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ଅଟେ । ଜଣେ ପ୍ରକୃତ ଦେଶଭକ୍ତ, କର୍ମଠ ନେତା ଏବଂ ଜଣେ ପ୍ରଖ୍ୟାତ ବିଦ୍ୱାନ ଭାବରେ ବିଷ୍ଣୁକାନ୍ତ ଶାସ୍ତ୍ରୀ ଭାରତରେ ସାଂସ୍କୃତିକ ଜାତୀୟତାବାଦକୁ ଦିଗଦର୍ଶନ ଦେଇଥିଲେ । ୩୦ ବର୍ଷ ପୂର୍ବେ ଆଦରଣୀୟ ଶାସ୍ତ୍ରୀଜୀଙ୍କ ମାର୍ଗଦର୍ଶନରେ ମୁଁ ଗଣତନ୍ତ୍ରର ମନ୍ଦିର ‘ସଂସଦ’କୁ ଯାଇ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବୁଝିବାର ସୁଯୋଗ…
ଭୁବନେଶ୍ବର: ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳିତ ହେଉଥିବା ବିଶ୍ବ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟଙ୍କ ମୂଳଭୂତ ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା ପୂର୍ବରୁ ସମଗ୍ର ଭାରତ ବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି ବୋଲି କହିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ। ଆଜି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ନ୍ୟାୟାଧିଶ ଶ୍ରୀ ଚକ୍ରଧାରୀ ଶରଣ ସିଁ କହିଲେ ଯେ ଅନେକ ଲୋକ ସେମାନଙ୍କ ଅଧିକାର ବିଷୟରେ ଅଜ୍ଞ। ସେମାନଙ୍କୁ ସଚେତନ କରାଇବା ସହିତ ସମାଜରେ ଯେଉଁମାନେ ଅଧିକାର ଚ୍ୟୁତ ହେଉଛନ୍ତି, ସେମାନଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ସମାନ ମଞ୍ଚ ପ୍ରଦାନ କରିବା ଆମର…
ଭୁବନେଶ୍ବର: ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ (IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ ୫ ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତ ଥିଲେ। ରାଜ୍ୟରେ ପ୍ରାୟ ଅବ୍ୟବହୃତ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମି ଥିବାବେଳେ ଏହାର ସଦ୍ ବ୍ୟବହାର ଏବଂ ମାଟିର ଉର୍ବରତା ହ୍ରାସକୁ ଦୃଷ୍ଟିରେ ରଖି କୃଷି ବିଭାଗ ୨୦୨୨-୨୩ ବର୍ଷରେ ୭୦ ହଜାର ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମି ମ୍ୟାନେଜମେଣ୍ଟ (Rice Fallow Management) ଆରମ୍ଭ କରିଥିଲେ। ଧାନ ଫସଲ ପରେ ମାଟିରେ ଥିବା ଆର୍ଦ୍ରତାକୁ ବ୍ୟବହାର କରି…
ଭୁବନେଶ୍ୱର: ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପକ ବନ୍ଦେରକରଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଓଡିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳ ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଧାନସଭା ଗୃହ ପରିଚାଳନା, ପାଠାଗାର, ନେଭା, ଗବେଷଣା ବିଭାଗ ଓ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ। ନିଜର ଆଞ୍ଚଳିକ ଓଡ଼ିଆ ଭାଷାରେ ବିଧାନସଭା ପରିଚାଳନା ହେଉଥିବା ଏବଂ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଓ ସ୍ଵକୀୟ ଆଭିଜାତ୍ୟକୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବାର ଦେଖି ସେମାନେ ଆନନ୍ଦ ପ୍ରକାଶ କରିବା ସହ ବାସ୍ତବରେ ଏହି ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଚାଲିଛି ବୋଲି ପ୍ରକାଶ କରିଥିଲେ। ଅପରାହ୍ନରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଗୋଆର ଆଦିମ ଜନଜାତି ଏବଂ ଓଡ଼ିଶାର ଜନଜାତିଙ୍କ ବେଶପୋଷାକ, ଅଳଙ୍କାର, ଜୀବନ-ଜୀବିକାରେ ଅନେକ ସାମଞ୍ଜସ୍ୟ ଥିବା…
ଘାତକ ଭାଇରସ ଗାୟବ: ସାରା ବିଶ୍ବକୁ ଚକିତ କରିବା ପରି ଖବର ଜଣାପଡିଛି। ତାହା ହେଲା ଅଷ୍ଟ୍ରେଲିଆର ଗୋଟିଏ ଲାବରେଟରୀରୁ ଶତାଧିକ ଘାତକ ଭାଇରସ୍ ନମୁନା କୁଆଡେ ଗାୟବ ହୋଇଯାଇଛି। ଏହାକୁ ଖୋଦ କ୍ୟୁନିସଲ୍ୟାଣ୍ଡ ସରକାର ଘୋଷଣା କରିଛନ୍ତି। ଏହାର ତଦନ୍ତ କରିବା ପାଇଁ ସରକାର ଅଷ୍ଟ୍ରେଲିଆର ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା “ପ୍ରମୁଖ ଐତିହାସିକ ଜୀବ ଜାତି ସୁରକ୍ଷା ଅନୁଶାସନ ଉଲ୍ଲଙ୍ଘନ” ଧାରାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି ଖବରରେ ଦେଖାଗଲା ଯେ ଅଗଷ୍ଟ 2023ରେ କ୍ୟୁନ୍ସଲ୍ୟାଣ୍ଡ ପବ୍ଲିକ୍ ହେଲ୍ଥ୍ ଭାଇରୋଲଜି ଲାବରେଟରୀରୁ 323 ଟି ଭାଇରସ୍ ନମୁନା—ଯେଉଁଥିରେ ହେନ୍ଦ୍ରା ଭାଇରସ୍, ଲାଇସା ଭାଇରସ୍ ଓ ହାଣ୍ଟାଭାଇରସ୍ ଥିଲା ତାହା କୁଆଡେ ଗାୟବ ହୋଇଯାଇଛି। ହେନ୍ଦ୍ରା ଏକ ଜୁନୋଟିକ୍ ବା ପ୍ରାଣୀରୁ ମାନବ ଦେହକୁ ଆସିଥିବା ଭାଇରସ୍, ଯାହା କେବଳ ଅଷ୍ଟ୍ରେଲିଆରେ ମିଳିଥାଏ ତାହା କୁଆଡେ ମିଳୁ ନାହିଁ। ସେହିପରି ହାଣ୍ଟାଭାଇରସ୍ ଏକ ଭାଇରସ୍ ପରିବାର,…
ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟମାନେ ମଧ୍ୟ ସାମିଲ ଥିଲେ। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ର ସୁଫଳ ଲୋକଙ୍କ ପାଖରେ ଠିକ ଭାବରେ ପହଁଚୁଛି କି ନାହିଁ ତା ଉପରେ ଦୃଷ୍ଟି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।ଏହା ସହିତ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ…
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଛାତ ଭୁଷୁଡି ମୃତ ଓଡିଆ ଯୁବକ ବିପିନ ବିହାରୀ ସ୍ବାଇଁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ ଓମାନର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଡିସେମ୍ବର ୮ ତାରିଖରେ ଏକ ପ୍ରକଳ୍ପରେ କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି କୋଠାର ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ବିପିନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ…

