Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ
ଆଜିର ଖବର

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ
ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପାରମ୍ପରିକ ରୀତିରେ ଡିଏଭି ଗାନ ପରେ ଡିଏଭି ଓଡ଼ିଶା ଜୋନ୍ ଡି ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ୟୁନିଟ୍-୮ ର ଅଧ୍ୟକ୍ଷା ଇପ୍ସିତା ଦାସ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟଅତିଥିରୂପେ ୯-ଏୟାରମେନ ସିଲେକ୍ସନ ସେଣ୍ଟର, ଭାରତୀୟ ବାୟୁସେନା, ଭୁବନେଶ୍ଵର କମାଣ୍ଡିଙ୍ଗ୍ ଅଫିସର ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଯୋଗଦାନ କରି ନିଜର ବକ୍ତବ୍ୟରେ “ସେବା, ତ୍ୟାଗ ଓ ସମର୍ପଣ ଭାବନା ହିଁ ଜଣେ ଛାତ୍ର ପ୍ରତିନିଧିର ବାସ୍ତବ ପ୍ରତିଫଳନ” ବୋଲି କହିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥିତିରେ ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ଛାତ୍ର ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ଭାରତୀୟ ବାୟୁସେନାରେ ଯୋଗଦାନ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ। ଡିଏଭି ଓଡ଼ିଶା ଜୋନ୍ ଏଫ୍‌ର ସହ ଆଞ୍ଚଳିକ ଅଧିକାରୀ ତଥା ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର ପ୍ରଚେତା ପଣ୍ଡା ଲିଡ଼ର ଏବଂ ପି. ଯୋଗେଶ କୁମାର ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଳୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧ ତଥା ୭ଟି କ୍ଲବ୍ ର ସାତ ଜଣ ସମ୍ପାଦକ ନୂତନ ଶିକ୍ଷାବର୍ଷ ଦାୟିତ୍ଵ ଗ୍ରହଣ କରିଥିଲେ।

ବିଦ୍ୟାଳୟସ୍ତରୀୟ ନାନାବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମନ୍ତ୍ର ସଦନ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବାବେଳେ ଭକ୍ତି ସଦନ ରନର୍ସଅପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି ହେଲ୍.ଥ ଆଣ୍ଡ ୱେଲନେସ୍ କ୍ଲବ୍ ଚମ୍ପିଆନ୍ ହୋଇଥିବାବେଳେ ଇନୋଭେସନ କ୍ଲବ୍ ରନର୍ସଅପ୍ ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷ ବଳରାମ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାବେଳେ ଭୁବନେଶ୍ୱରସ୍ଥ ଡିଏଭି ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏଥିରେ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟ କ୍ୟାବିନେଟ୍‌ର ସଂଯୋଜିକା ଶିକ୍ଷୟିତ୍ରୀ ରାଜଶ୍ରୀ ତରଙ୍ଗିଣୀ କାର୍ଯ୍ୟକ୍ରମର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ର ପ୍ରତିନିଧିଙ୍କ ଶପଥ ଡିଏଭି ପୋଖରୀପୁଟ ଶପଥ ପାଠୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.