ଭୁବନେଶ୍ବର: ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ କରିସାରିଲାଣି। ହେଲେ ଓଡିଶା ସରକାର ଚୁପଚାପ ବସିରହିଛନ୍ତି। ଏହାର ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା। ଭୁବନେଶ୍ବରରେ ଆସନ୍ତା ଜାନୁୟାରୀ 6 ତାରିଖରେ ଏହି ବିକ୍ଷୋଭ କରାଯିବ ବୋଲି ଦଳ କହିଛି। ବର୍ତ୍ତମାନ ସରକାର ଯେପରି ଭାବେ ଶାସନ କରୁଛି ସେଥିରେ ସାଧାରଣ ଜନତା ହୃଦୟଙ୍ଗମ କରିସାରିଲେଣି। ଆମେ ଏକ ସଚେତନ ବିରୋଧୀ ଦଳ ଭାବେ ସାଧାରଣ ଲୋକଙ୍କୁ ସଚେତନ କରିବୁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେହିପରି ନୂଆ ବର୍ଷରୁ ବିଜେଡି ବିଭିନ୍ନ ପ୍ରସଂଗ ନେଇ ଆନ୍ଦୋଳନ କରିବ ବୋଲି ମଧ୍ୟ ଘୋଷଣା କରିଛି।
Author: Samikhsya Bureau
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆୟୁଷ ଚିକିତ୍ସକ ମହାସଂଘ ପକ୍ଷ ରୁ ରାଜ୍ୟରେ କାର୍ଯ୍ୟରତ ଆୟୁଷ, ଆରବିଏସକେ, ମୋବାଇଲ ହେଲଥରେ କାର୍ଯ୍ୟରତ ଡାକ୍ତର ମିଳିତ ଭାବେ ଲୋୟର ପିଏମଜି ରେ ଆନ୍ଦୋଳନ କରିବେ ବୋଲି ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି। ଏମାନେ ୧୦ ଦଫା ଦାବୀ ନେଇ ପ୍ରାୟ ୩ ହଜାର ଆସ୍ଥାୟୀ ଆୟୁଷ ଡାକ୍ତରଙ୍କ ରାଜଧାନୀରେ କରିବେ ଏହି ବିକ୍ଷୋଭ। କମିଟର କହିବା କଥା ଯେ, ରାଜ୍ୟରେ ବର୍ତ୍ତମାନ ୫୬୨ ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଏବଂ ୬୧୯ ଟି ଆୟୁର୍ବେଦ ମେଡ଼ିକାଲ ଅଫିସର ପଦଵୀ ଦୀର୍ଘ ୨୫ ବର୍ଷ ହେଲା ସ୍ଥାୟୀ ଭାବେ ରହିଛି। ଦୀର୍ଘ ୨୩ ବର୍ଷ ଧରି ଏହା ଉପରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଇ ନାହାଁନ୍ତି। ନୂତନ ସରକାରରେ ମଧ୍ୟ ଏହି ପଦବୀର ବୃଦ୍ଧି ହୋଇ ନାହିଁ। ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗ ଗୁଡ଼ିକ ରେ ନୂତନ ପଦବୀ…
ଭୁବନେଶ୍ବର: ସଂସଦରେ ଗତକାଲି ଭୋଟ ବିଭାଜନ ବେଳେ ବିଜେପି ବଡ ଅଡୁଆ ପରିସ୍ଥିତିରେ ପଡିଯାଇଥିଲା। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ପାଇଁ ବିରୋଧୀ ଭୋଟ ବିଭାଜନ କରିବାକୁ ଚାହିଁଥିଲେ। ଫଳରେ ସବୁ ଦଳ ତାଙ୍କର ସାଂସଦମାନେ ଏଥିରେ ଉପସ୍ଥିତ ରହିବାକୁ ହ୍ବପି ଜାରୀ କରାଯାଇଥିଲା। ଏଥିରେ ବିଜେପି ତାହାର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। କାରଣ ଏହା ସରକାରୀ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା। ହେଲେ ଭୋଟ ଗ୍ରହଣ ପରେ ଦେଖାଯାଇଥିଲା ଯେ, ବିଜେପିର 20 ସାଂସଦ ଅନୁପସ୍ଥିତ ଅଛନ୍ତି। ଏହି ସାଂସଦଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦଳ ନୋଟିସ ଜାରୀ କରିବ ବୋଲି ନିଷ୍ପତି କରିଛି। ଏହି ଅନୁପସ୍ଥିତ 20 ଜଣ ସାଂସଦଙ୍କ ମଧ୍ୟରୁ ଓଡିଶାର ତିନିଜଣ ସାଂସଦ ରହିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ମୟୁରଭଂଜ ସାଂସଦ ନବ ମାଝୀ ଏବଂ କେଉଁଝର ସାଂସଦ ଅନନ୍ତ ନାୟକ।
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ ୧୧ଟି ଜିଲ୍ଲା ତଥା ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ଝାରସୁଗୁଡା, ମାଲକାନଗିରି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଯାରି ରହିଛି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ…
ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଇତିହାସରେ ପ୍ରଥମ ଥର ପାଇଁ ବ୍ୟାପକ ଭାବେ ଆଜି ଏକ ବିସ୍ତୃତ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ। ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ମାଣ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତା, ମାର୍ଶାଘାଇ-ଜମ୍ବୁ ରାସ୍ତା, ବ୍ରହ୍ମପୁର ରିଂ ରୋଡ୍, କଟକ ରିଂ ରୋଡ଼୍ (ଖାନନଗରଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ)ର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ସେହିପରି ଗୋବରଘାଟଠାରେ ଥିବା ସୁବର୍ଣ୍ଣରେଖା ନଦୀ ଉପରେ ହାଇଲେବୁଲ୍ ସେତୁ, ବୌଦ୍ଧ ଜିଲ୍ଲା ବାଉଁଶୁଣିଠାରେ ଥିବା ମହାନଦୀ ଉପରେ ଦ୍ୱିତୀୟ ହାଇଲେବୁଲ୍ ସେତୁ, ଖରସ୍ରୋତା ନଦୀ ଉପରେ ନୂଆବଜାରଠାରେ ଥିବା ହାଇଲେବୁଲ୍ ସେତୁ, ସୁବର୍ଣ୍ଣରେଖା ନଦୀ ଉପରେ ପାନ୍ଟେଲ୍ଠାରେ ହାଇଲେବୁଲ୍ ସେତୁର ପ୍ଲାନ୍…
ଭୁବନେଶ୍ୱର: ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି। ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ବିଜେଡି, କଂଗ୍ରେସ ଉପରୁ ଆସ୍ଥା ହରାଇ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୨୦ ଜଣ ସରପଂଚ ଗୋବିନ୍ଦ ନାଏକ, ବିକାଶ ପ୍ରଧାନ, ଅଙ୍କିତା ବେହେରା, ରମେଶ ନାଏକ, ଗୌରି ମିଶ୍ର, ପ୍ରମୋଦ ଯୋଶୀ, ଉର୍ମିଳା ଜାନି, ଗୀତାଞ୍ଜଳି ସାହୁ, ଆଦିତ୍ୟ କୁମାର ନାଏକ, ପ୍ରିୟାଙ୍କିନୀ ନାଏକ, ଲକ୍ଷ୍ମୀ ମାଝୀ, ସୁଷମା ସେନାପତି, ତପସ୍ୱିନୀ ସାହୁ, ବିଷ୍ଣୁପ୍ରିୟା ଦୁର୍ଗା, ରବିନାରାୟଣ ବେହେରା, ଯୁ୍ଦ୍ଦେଷ୍ଟି ନାଏକ, ମୁରଲୀ ପ୍ରଧାନ, ଦାସମତି ବେମାଲ, ଜ୍ୟୋର୍ତିମୟୀ ମାଝୀ, ଦିଗାମ୍ବର ଲୁହା ବିଜେପିରେ ସାମିଲ ହୋଇଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି…
ଭୁବନେଶ୍ବର: KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍ଚିକି ଲିପିର ସୃଷ୍ଟି ହୋଇଥିଲା। ଅଲ୍ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki 2025” କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି…
ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪। ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନି ଦିନ ବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି। ଚଳିତ ବର୍ଷ ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗଦେବାକୁ ଥିବା ବେଳେ ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ୫୦ ଟି ଉଚ୍ଚ ବିଦ୍ୟାଳୟକୁ ସମ୍ମାନିତ କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା “ସର୍ଗିଫୁଲ- ୨୦୨୪” ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ…
ନୂଆଦିଲ୍ଲୀ: ଓଡିଶାର ଫେୟାର ବ୍ରାଣ୍ଡ ନେତ୍ରୀ ସୁଲତା ଦେଓ ଗତକାଲି ରାଜ୍ୟସଭାରେ ଯେଉଁ ବିସ୍ପୋରକ ଭାଷଣ ଦେଇଛନ୍ତି ତାହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା। ତାହା ହେଲା ସୁଲତା ପ୍ରଧାନମନ୍ତ୍ରୀ କହିଥିବା ‘ମାଲ’ ପ୍ରସଂଗରେ ପୁରା ରାଜ୍ୟସଭାକୁ ହୁଲୁସ୍ତୁଲ କରିଦେଇଛନ୍ତି। ସେ ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଦୁଇ ସାଂସଦ ମମତା ମହନ୍ତ ଏବଂ ସୁଜିତ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଡିବେଟ ରେ ଭାଷଣ ଦେବା ବେଳେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାର କିପରି ଗୋଟିଏ ଭୋଟରେ ଭାଙ୍ଗି ଯାଇଥିଲା ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ସେତେବେଳେ ବଜାରରେ ମାଲ ମିଳୁଥିଲା। ଅଟଳବିହାରୀ ଚାହିଁଥିଲେ ଆଣିପାରି ଥାଆନ୍ତେ। ହେଲେ ସେ ତାହା କଲେ ନାହିଁ। ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ମାଲ କହିବା ନେଇ ସୁଲତା ରାଜ୍ୟ ସଭାରେ ତୁମ୍ବି ତୋଫାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତିକୁ ତୀବ୍ର ବିରୋଧ…
ଭୁବନେଶ୍ୱର: ବିଜେଡି, କଂଗ୍ରେସ ଛାଡି କୋରାପୁଟ, କଟକ ଓ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷା, ଜିଲା ବିଜେଡି ଉପସଭାପତିଙ୍କ ସମେତ ବହୁ ସରପଂଚ ଓ ଏସ୍ଡିସି ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟର ଜୟପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତିଳୋତମା ମୁଦୁଲିଙ୍କ ନେତୃତ୍ୱରେ ସରପଂଚ ଶ୍ରୀ ଆନନ୍ଦ ହାଲୁଆ, ଶ୍ରୀ ଟଙ୍କଧର ହାଲୁଆଙ୍କ ସମେତ ୧୩ ସରପଂଚ, ୧୪ ସମିତି ସଭ୍ୟ ଓ ୧୧ ଜଣ ଏସ୍ଡିସି (ସ୍ପେଶାଲ ଡେଭଲପମେଂଟ୍ କାଉନ୍ସିଲ) ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲା ବିଜେଡି ଉପସଭାପତି ତଥା ପୂର୍ବତନ ସରପଂଚ, ସମିତି ସଭ୍ୟ, ଆତ୍ମା କମିଟି ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ସରପଂଚ ପ୍ରତିମା ମଲ୍ଲିକଙ୍କ ୱାର୍ଡ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ରୀନା ସ୍ୱାଇଁ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତା ବିଜେପିରେ ଯୋଗଦେଇଛନ୍ତି । ଯାଜପୁର ଜିଲାର ଚିଟାଳୋ…
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ପାଳି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ସବୁ ସମୟରେ ସାଧାରଣ ଲୋକଙ୍କୁ ଭେଟିବା, ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ ଘର, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ରହୁଥିବାରୁ ମୁଖ୍ୟମନ୍ତ୍ରୀ ଏଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରଶାସନ ପକ୍ଷରୁ ଏହି ସବୁ ସମସ୍ୟାଗୁଡିକୁ ତୃଣମୂଳ ସ୍ତରରେ ସମାଧାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇଥାନ୍ତି। ସେମାନଙ୍କ ଅଭଯୋଗକୁ ସେ ପ୍ରଥମେ ଶୁଣାଣି କରିଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ୩୦ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଲେ । ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ନିଜେ…
ଭୁବନେଶ୍ବର: ଆଜି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିବା ବେଳେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ତାହା ହେଲା ବିକ୍ଷୋଭ ବେଳେ ସେଠାରେ ଥିବା ମହୁଫେଣାରୁ ମହୁମାଛି ବାହାରି ଆକ୍ରମଣ କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଛାତ୍ର କଂଗ୍ରେସର ସଭ୍ୟମାନେ ସେଠାରୁ ଛିନ୍ନଛତ୍ର ହୋଇଥିଲେ। କେବଳ କଂଗ୍ରେସ କର୍ମି ନୁହଁନ୍ତି ସେଠାରେ ମୁତୟନ ହୋଇଥିବା ପୋଲିସମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଥିଲେ। କଂଗ୍ରେସ କର୍ମିମାନେ ହାତରେ ଧରିଥିବା ବ୍ୟାନର ପୋଷ୍ଟରେ ମହୁମାଛିକୁ ଘଡାଇବାରେ ଲାଗିଥିଲେ। ସେହିପରି ବହୁ କର୍ମୀ ସେଠାରୁ ଗାଡି ଧରି ଜୋରରେ ପଳାଇଥିଲେ। ସେମାନେ ବିଷ୍ଣୁପଦ ସେଠୀକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବୀ କରି ଏହି ବିକ୍ଷୋଭ କରିଥିଲେ। ବିଷ୍ଣପଦ ବିଭିନ୍ନ ଦୁର୍ନିତିରେ ଫସି ରହିଛନ୍ତି। ତାଙ୍କୁ ସିବିଆଇ ତୁରନ୍ତ ଗିରଫ କରାଯାଉ ବୋଲି ହାଙ୍ଗାମା କରୁଥିଲେ। ହେଲେ ମହୁମାଛିଙ୍କ ଉତ୍ପାତ ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।
ନୂଆଦିଲ୍ଲୀ: ଆଜି ଓଡିଶାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର। ଆଜି ରାଜ୍ୟସଭା ଆରମ୍ଭ ହେବା ପରେ ଶୋକସଭା ଆଗତ କରାଯାଇଥିଲା। ଏହାପରେ ଯେଉଁମାନେ ନିର୍ବାଚତ ହୋଇ ରାଜ୍ୟସଭାକୁ ଆସିଛନ୍ତି ସେମାନଙ୍କର ଶପଥ କରାଯାଇଥିଲା। ସୁଜିତ କୁମାର ଓଡିଆରେ ଶପଥ ଗ୍ରହଣ କରିଥିଲେ। ଶପଥ ଶେଷ ହେବା ପରେ ସେ ଜୟ ଜଗନ୍ନାଥ କହିଥିଲେ। ସୁଜିତ କୁମାର ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ବ କରୁଥିଲେ। ଏହାପରେ ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ କରିଥିଲା। ସେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ଆଜି ଶପଥ ଗ୍ରହଣ କରିଛନ୍ତି।
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଜି ଧନୁ ସଂକ୍ରାନ୍ତିରେ ଆସିଛି ବଡ ଖବର। ତାହା ହେଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା ସ୍ଥଗିତ ରଖାଗଲା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ଟଙ୍କା ଆସନ୍ତା 25 ତାରିଖ ବଡଦିନରେ ମହିଳାମାନଙ୍କୁ ଦିଆଯାଇଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପକ୍ରିୟା ଶେଷ ହୋଇ ନ ଥିବାରୁ ଏହି ପର୍ଯ୍ୟାୟ ଟଙ୍କା ପଠାଇବାକୁ ସ୍ଥଗିତ ରଖାଯାଇଛି। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସରକାର ମୋଟ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ। କାଳେ କେହି ଭାବିବ ଯେ, ମୁଁ ଏକ କୋଟି ଭିତରେ ରହିଲି ନାହିଁ ସେଥିପାଇଁ ଏହାକୁ ସ୍ଥଗିତ ରଖାଯାଇ ଯାଞ୍ଚ ଶେଷ ହେବା କାର୍ଯ୍ୟ ଚାଲିଛି। ଏହି ପକ୍ରିୟା ଆସନ୍ତା 30 ତାରିଖ ସୁଦ୍ଧା ଶେଷ ହେବ। ଏହାପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା କେବେ ଦିଆଯିବ ତାହାର ତାରିଖ ଘୋଷଣା…
ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।
Zakir Hussain Dies: ବିଶିଷ୍ଠ ତବଲା ବାଦକ ଜାକିର ହୁସେନ୍ଙ୍କ ସାନ ଫ୍ରାନ୍ସିସ୍କୋରେ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଆଜି ତାଙ୍କ ପରିବାରର ଏହାକୁ ନିଶ୍ଚିତ କରିଛନ୍ତି। କିମ୍ବଦନ୍ତୀ ତବଲା ବାଦକ ଜାକିର ହୁସେନ ବିଶ୍ୱରେ ଅସଂଖ୍ୟ ସଙ୍ଗୀତପ୍ରେମୀଙ୍କୁ ସେ ବାନ୍ଧି ରଖିବାର ସକ୍ଷମ ହୋଇଥିଲେ। ତାଙ୍କ ପତ୍ନୀ ଆଣ୍ଟୋନିୟା ମିନେକୋଲା, ଝିଅ ଅନିସା କୁରେଶି ଏବଂ ତାଙ୍କ ପରିବାର ଇସାବେେଲା କୁରେଶି ଏବଂ ତାଙ୍କ ପରିବାର, ତାଙ୍କ ଭାଇ ତୱଫିକ୍ ଏବଂ ଫଜଲ କୁରେଶି ଏବଂ ତାଙ୍କ ଭଉଣୀ ଖୁରସିଦ ଆଲିଆଙ୍କୁ ହୁସେନ୍ ଛାଡିଯାଇଛନ୍ତି। ଏହାପୂର୍ବରୁ ରବିବାର ଦିନ ହୁସେନ୍ଙ୍କ ବନ୍ଧୁ ତଥା ବଂଶୀବାଦକ ରାକେଶ ଚୈରାସିଆ କହିଥିଲେ ଯେ ତାଙ୍କର ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ସାନ ଫ୍ରାନ୍ସିସ୍କୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉକି, ରବିବାର ଦିନ ଖବର ପ୍ରକାଶ ପାଇଥିଲା ଯେ ୭୩ ବର୍ଷୀୟ ସଙ୍ଗୀତକାରଙ୍କର ଦେହାନ୍ତ ହୋଇଛି। କିନ୍ତୁ ଏହି ଦାବିକୁ…
ଭୁବନେଶ୍ୱର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତା ସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଆରଆଇଡିଏଫ ପାଣ୍ଠି ସହାୟତାରେ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିନସ୍ଥ କାର୍ୟ୍ୟକାରୀ ସଂସ୍ଥା, ନିଗମ ଆଦି ଜରିଆରେ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି । ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଚଳିତ ଡିସେମ୍ବର ମାସ ୧୨ ତାରିଖ ସୁଦ୍ଧା ଏ ବାବଦରେ ରାଜ୍ୟ ବଜେଟରେ ରହିଥିବା ପ୍ରାବଧାନ ମୁତାବକ ବିଭିନ୍ନ ପ୍ରକଳ୍ପ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ବିଭିନ୍ନ ବିଭାଗ ଦ୍ୱାରା ଆରଆଇଡିଏଫ ଉପଯୋଗରେ ସଂପୂର୍ଣ୍ଣ…
ଭୁବନେଶ୍ବର: ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଛି ରାଜ୍ୟ ବିଜେପି। ଏଥିରେ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କୁ ମଧ୍ୟ ବିକୃତ କରିଛନ୍ତି। ରାଜ୍ୟ ବିଜେପି ତାହାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ କରି ଆଳୁ ମିଶନ ଫେଲ ଉପରେ ନବୀନଙ୍କୁ କଡା ସମାଲୋଚନା କରିଛି। ବିଜେପି ଏଥିରେ ଉଲ୍ଲେଖ କରିଛି ଯେ, ୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ। ଏଥିସହିତ ସେହି ଫଟୋଟି ମଧ୍ୟ ବିକୃତ କରି ଲଗାଇଛନ୍ତି। ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ନିନ୍ଦା କରିଛନ୍ତି। ସେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଟ୍ୟାଗ କରି ତାଙ୍କୁ ଏହି ଘଟଣା…
L K Advani Hospitalised: ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଲ.କେ ଆଡଭାନୀଙ୍କୁ ନିୟମିତ ଯାଞ୍ଚ ପାଇଁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହାପୂର୍ବରୁ ଅଗଷ୍ଟ ମାସରେ ଆଡଭାନୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ଦେଶର ପୂର୍ବତନ ଗୃହମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ଆମ୍ଲେଶ ସେଥଙ୍କ ତତ୍ତ୍ବାବଧାନରେ ତାଙ୍କୁ ଏମସରେ ଚିକିତ୍ସା କରାଯାଇଥିଲା। ସେତେବେଳେ ଆଡଭାନୀଙ୍କୁ ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା।
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ୨୦୨୫ ଟଙ୍କା ମୂଲ୍ୟର ଏକ ନୂଆ ବର୍ଷ ୱେଲକମ ପ୍ଲାନ ଆରମ୍ଭ କରିଛି। ୨୦୦ ଦିନର ଭାଲିଡିଟି ରହିଥିବା ଏହି ସ୍ୱତନ୍ତ୍ର ପ୍ଲାନରେ ଅସୀମିତ ୫ଜି ସେବା, ୫୦୦ ଜିବି ୪ଜି ହାଇ-ସ୍ପିଡ଼ ଡାଟା (ଦୈନିକ ୨.୫ ଜିବି), ଅସୀମିତ କଲ୍ ଏବଂ ଏସଏମଏସ ଉପଲବ୍ଧ। ଏହି ପ୍ଲାନ ସହିତ ଗ୍ରାହକମାନେ ସମାନ ସୁବିଧା ମିଳୁଥିବା ମାସିକ ୩୪୯ ଟଙ୍କା ମୂଲ୍ୟର ରିଚାର୍ଜ ତୁଳନାରେ ୪୬୮ ଟଙ୍କା ସଞ୍ଚୟ କରିପାରିବେ। ଏହି ପ୍ଲାନ ସହିତ ୨୧୫୦ ଟଙ୍କା ମୂଲ୍ୟର ପାର୍ଟନର କୁପନ ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି । ଏଥିରେ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି କୁପନ୍ (ସର୍ବନିମ୍ନ ୨୫୦୦ ଟଙ୍କା କ୍ରୟ ଉପରେ), ସ୍ୱିଗି ରେ ୧୫୦ ଟଙ୍କା (୪୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ) ଏବଂ ଇଜ଼ ମାଇଁ ଟ୍ରିପ୍ ମାଧ୍ୟମରେ ଫ୍ଲାଇଟ୍ ବୁକିଂରେ ୧୫୦୦ ଟଙ୍କା ରିହାତି…
Actor Allu Arjun: ଜେଲରୁ ମୁକୁଳିଲେ ପ୍ରଖ୍ୟାତ ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ସକାଳେ ତାଙ୍କୁ ମୁକ୍ତ କରାଯାଇଛି। ଗତକାଲି ରାତିରେ ତାଙ୍କୁ ଜାମିନୀ ମିଳିଥିଲେ ମଧ୍ୟ ଜେଲରୁ ବାହାରି ପାରି ନ ଥିଲେ। ହେଲେ ଆଜି ସକାଳୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ଛାଡିଛନ୍ତି। ଅଲ୍ଲୀ ହାଇଦ୍ରାବାଦସ୍ଥିତ ସଂଧ୍ୟା ସିନେମା ହଲରେ ହୋଇଥିବା ଦଳଚକଟାରେ ଘଟଣାରେ ସେ ଗିରଫ ହୋଇଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଜେଲରୁ ବାହାରିବା ପରେ ସେ ତାଙ୍କ ସମର୍ଥକଙ୍କୁ ‘ମୁଁ ଭଲ ଅଛି’ ବୋଲି କହିଛନ୍ତି। ତଦନ୍ତ ପକ୍ରିୟାରେ ସମସ୍ତ ସହଯୋଗ କରିବି ବୋଲି ସେ କହିଛନ୍ତି। ତାଙ୍କୁ ସାକ୍ଷାତ କରିବା ପାଇଁ ସକାଳୁ ତାଙ୍କ ବାସ ଭବନରେ ପ୍ରଶଂସକଙ୍କ ଭିଡ ଲାଗି ରହିଛି।

