ବାଲୁଗାଁ: ଚିଲିକା ନିର୍ବାଚନମଣ୍ଡଳୀରେ ଦିନେ ପାୱାର କରିଡରର ଶୀର୍ଷରେ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦଳ ଓ କର୍ମୀଙ୍କ ପାଇଁ ଅଲୋଡ଼ା ହୋଇପଡିଛନ୍ତି। ଏହାର ନଜିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ରଘୁନାଥଙ୍କ ପାଖକୁ ଆଉ କେହି ବିଜେଡି କର୍ମୀ ଯାଉନାହାନ୍ତି।ଏପରିକି ଖୁଲମଖୋଲା ରଘୁନାଥଙ୍କ ବିରୋଧରେ ବିଷଉଦଗାର କରିବାରେ ଲାଗିଛନ୍ତି। ନିର୍ବାଚନରେ ପରାଜୟ ପରେ ସେ ଖୋଲାଖୋଲି ଗଣମାଧ୍ୟମରେ ନିଜ ଦଳୀୟ ନେତାଙ୍କୁ ବିରୋଧରେ ବିଷୋଦଗାର କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଫଳରେ ଚିଲିକା ବିଜେଡିର ସମସ୍ତ ଆଗ ଧାଡ଼ିର କର୍ମୀ ଓ ନେତାମାନେ ରଘୁନାଥ ସାହୁଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳୁଛି। କାରଣ ରଘୁନାଥଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ଆଗ ଧାଡ଼ିର କର୍ମୀ ଓ ନେତା ମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ। ‘ଢୋଲ ଭିତରେ ମୂଷା’ ଏବଂ ‘ବିଭୀଷଣ’ ପରି ଉପାଖ୍ୟାନ ମଧ୍ୟ…
Author: Samikhsya Bureau
ଭୁବନେଶ୍ବର: ଓଡ଼ିଆ ଅସ୍ମିତାର ଅନେ୍ୱଷଣ ଓ ପ୍ରସାର ଦିଗରେ ସବୁ ସଚେତନ ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ । ସାଂସ୍କୃତିକ ଅବକ୍ଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ଦରକାର ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ବିଶିଷ୍ଟ ନାଟ୍ୟକାର, ସଂସ୍କୃତି ଗବେଷକ, ନିର୍ଦ୍ଦେଶକ ଓ ସଂଗ୍ରାହକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଆୟୋଜିତ ସୁରେଶ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂ ଓଡ଼ିଆ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସରକାର ସବୁମତେ ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ରେଡ୍କ୍ରସ୍ ଭବନରେ ଅନୁଷ୍ଠିତ ‘ସୁରେଶ ସମାବେଶ’ରେ ଅତିଥିମାନେ ସୁରେଶ ବଳବନ୍ତରାୟ ଓଡ଼ିଶାରେ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଥିଲେ ବୋଲି ଜଣାଇ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିଥିଲେ। ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ନାଟ୍ୟକର୍ମୀ ତଥା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ବକ୍ତବ୍ୟ ରଖି…
ଭୁବନେଶ୍ବର: ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବିଗତ 14 ବର୍ଷ ଧରି । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ 121 ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ 36 ଜଣ ମହିଳା ଓ 85 ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ 8 ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି। ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ…
Konark Festival: ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ। କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହା ଆୟୋଜିତ ହେବ। ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା.. ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପୁଣି ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ବିଜେଡି ଆଜି ଯାଜପୁରର ଜଣେ ନେତାଙ୍କୁ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଯାଜପୁରର ଜୋନ ନମ୍ବର 39 ର ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକଙ୍କୁ ଦଳ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନିଲମ୍ବନ କରାଗଲା ବୋଲି ସଭାପତିଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକର ପୂର୍ବତନ ବିଧାୟକ ସମୀର ଦେଙ୍କ ଗତ ୧୮ ତାରିଖ ଦିନ ପରଲୋକ ଘଟିଥିଲା। ସ୍ୱର୍ଗତଃ ଦେଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସ୍ୱର୍ଗତଃ ଦେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ। ଛାତ୍ରବସ୍ଥାରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତଃ ଦେ ଜଣେ ବାସ୍ତବରେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ। ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ । ତାଙ୍କ ବିୟୋଗ କେବଳ ପାର୍ଟୀ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି…
ଭୁବନେଶ୍ୱର: ଭୁବନେଶ୍ବରରେ ଆୟୋଜିତ ଡିଜି ସମ୍ମଳନୀରେ ଯୋଗଦେବା ପାଇଁ ଓଡିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ। ଆଜି କଂଗ୍ରେସ ତରଫରୁ ତାଙ୍କ ଗସ୍ତକୁ ବିରୋଧ କରାଯିବା ପରେ ବିଜେପି ତାତି ଉଠିଛି। ଆଜି ଏ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନ୍ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଦଳର ସତା ଏବେ ହଜିବାରେ ଲାଗିଛି । ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି। ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି। ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି। କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭଳି ସ୍ଥିତିରେ ଦଳ ତଳକୁ ତଳ ଯିବ…
ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବିରୋଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍ଜିଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ୍ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯୁବ କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍, ମୁଣ୍ଡରେ କଳା ପଟି ଏବଂ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଅଗ୍ରସର ହେଉଥିବା ବେଳେ, ପୋଲିସ୍ ଯୁବ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭସ୍ଥଳରୁ ଗିରଫ କରି ଭ୍ୟାନ ଯୋଗେ ଉଠାଇ ନେଇଥିଲା । ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦି ଓ ଶାହାଙ୍କ ଗସ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ବିଜେପି ଶାସନର ୬ ମାସରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ…
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ଼ ଦ୍ୱାରା ବିଭିନ୍ନ ସମୟରେ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେବାରେ ଲାଗିଛି। କେତେବେଳେ ଆଦିବାସୀଙ୍କ ଉପରେ ଅତ୍ୟାଚାର, କେତେବେଳେ ଆଦିବାସୀଙ୍କ ଜମିରେ ନାଲିପାଣି ମାଡିବା ଘଟଣା, କେତେବେଳେ ପରିବେଶ ପ୍ରଦୂଷଣ ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ସ୍ଥାନୀୟ ଆଦିବାସୀମାନେ ଆନ୍ଦୋଳନ କରିବା ସହିତ ଥାନା ଘେରାଉ କରୁଛନ୍ତି। ସେହିପରି ଆଉ ଏକ ଅଭିଯୋଗ ବେଦାନ୍ତ ବିରୋଧରେ କରାଯାଇଛି। ତାହା କିନ୍ତୁ ଏସବୁ ଅଭିଯୋଗଠାରୁ ସଂପୂର୍ଣ୍ଣ ଭିନ୍ନ। ତାହା ହେଲା ବେଦାନ୍ତ କର୍ତ୍ତୁପକ୍ଷ ଆଦିବାସୀଙ୍କ ଧର୍ମିୟ ଭାବନା ଉପରେ ଅସମ୍ମାନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ବେଦାନ୍ତ ଲାଞ୍ଜିଗଡ କାରଖାନ ନିକଟସ୍ଥ ଗ୍ରାମବାସୀମାନେ ଆନ୍ଦୋଳନ କରି ବେଦାନ୍ତ କଂପାନୀ ରାସ୍ତାକୁ ଅବରୋଧ କରିଥିଲେ। ଅଭିଯୋଗ ଅନୁସାରେ ବେଦାନ୍ତ କର୍ମାଚାରୀ ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବର୍ଡି ଗାଁରେ ଥିବା ଆଦିବାସୀଙ୍କ ପୂଜାପୀଠକୁ ଭାଙ୍ଗି ଦେଇଛନ୍ତି। ସେଠାରେ କମ୍ପାନୀର କର୍ମଚାରୀମାନେ ରୋଷେଇ…
ଭୁବନେଶ୍ବର: କେତେ ମିନିଟ ନୁହେଁ ପ୍ରାୟ ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପି ନେତାଙ୍କୁ କରାଇଛନ୍ତି ଟିୟୁସନ। ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟ ଆସିଥିଲେ। ସେଠାରେ ସାଂସଦ ବିଧାୟକ ତଥା ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ସେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ଜଣେ ବିଧାୟକଙ୍କ ସହିବା ଅନୁସାରେ ମୋଦି ନେତାମାନଙ୍କୁ ତୃଣମୂଳ ସ୍ତରରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବଡବଡ କାମ ଗ୍ରାମ୍ୟ ଲୋକଙ୍କର କାମରେ ଆସିପାରେ ନ ଆସିପାରେ। ସେମାନେ ଏହାକୁ ମନେ ରଖିପାରନ୍ତି ନହେଲେ ନାହିଁ। ହେଲେ ଆପଣମାନେ ତାଙ୍କର ଗୋଟିଏ ଛୋଟିଆ କାମ କରିଥିଲେ ସେମାନେ ସବୁବେଳ ପାଇଁ ମନେ ରଖିବେ। ସେଥିପାଇଁ ଆପଣମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରୁହନ୍ତୁ। ସେହିପରି ଜଣେ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ପ୍ରଧାନମନ୍ତ୍ରୀ ଭାବେ ନିଜକୁ କିପରି ଅନୁଭବ କରୁଛନ୍ତି।…
ଭୁବନେଶ୍ବର: ଆଜି ଭୁବନେଶ୍ବରକୁ ତିନିଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୁବନେଶ୍ବରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ଯୋଗଦେବେ। ଆଜି ଅପରାହ୍ନରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ହୋଇଥିବା ଏକ ମଞ୍ଚରେ ନିଜର ଅଭିଭାଷଣ ରଖିଥିଲେ। ଏହି ମଞ୍ଚରେ ମୋଦି ପ୍ରଥମେ ଓଡିଆରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମେ ଜୟଜଗନ୍ନାଥ ବୋଲି କହିଥିଲେ। ଏହାପରେ ଓଡିଶାର ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର ଓଡିଆରେ କହି ଅଭିଭାଷଣ ଆରମ୍ଭ କରିଥିଲେ। ଆଜି ପ୍ରଭୃ ଲିଙ୍ଗରାଜଙ୍କ ଧାମକୁ ଆସି ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଓଡିଶା ପର୍ବରେ ଯୋଗ ଦେଇଥିବା କଥା କହିଥିଲେ। ସେଠାରେ ସେ ମସଲା ଚାହା ପିଇ ବେଶ ସନ୍ତୁଷ୍ଠ ହୋଇଥିଲେ ବୋଲି କହିଥିଲେ। ସେହି ଉତ୍ସବରେ ସେ ଓଡିଶାର ପରଂପରା ଏବଂ ସଂସ୍କୃତିକୁ ଉଦଜିବିତ କରିଥିଲା…
ଭୁବନେଶ୍ବର: କେଉଁ ଆଦିମ ଅନାଦି କାଳରୁ ମନୁଷ୍ୟ ବୃକ୍ଷଲତାର ବିଭିନ୍ନ ଅଂଶକୁ ଔଷଧ ଭାବରେ ବ୍ୟବହାର କରି ଆସୁଛି। ଖ୍ରୀଷ୍ଟ ପୂର୍ବ ୪୦୦୦ ଠାରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ସମୟ ମଧ୍ୟରେ ରଚନା କରାଯାଇଥିବା ଋକ ବେଦରେ ୬୭ ଗୋଟି, ଯଜୁର୍ବେଦରେ ୮୨ ଗୋଟି ଏବଂ ଅଥର୍ବ ବେଦରେ ୨୮୯ ଗୋଟି ଔଷଧୀୟ ବୃକ୍ଷ ତଥା ଏହାର ଉପଯୋଗ ଦ୍ୱାରା ରୋଗ ଚିକିସ୍ଛା ବିଷୟରେ ବିଷଦ ଭାବରେ ବର୍ଣ୍ଣନା ଅଛି। ଏହାର ପରବର୍ତ୍ତୀ କାଳରେ ରଚିତ ଅଷ୍ଟାଙ୍ଗ ଆୟୁର୍ବେବ ହେଉଛି ବିଶ୍ୱର ପ୍ରାଚୀନତମ ଚିକିସ୍ଛା ପ୍ରଣାଳୀ ଯେଉଁଥିରେ ମୁଖ୍ୟତ ବୃକ୍ଷଲତା ମାନଙ୍କର ସରଳ ପ୍ରୟୋଗ ତଥା ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତିର ବିଧି ବିଧାନ ସହିତ ରୋଗ ଚିକିତ୍ସାର ବର୍ଣ୍ଣନା ରହିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରାଥମିକ ଉପଚାରରେ ପ୍ରୟୋଗ ହେବା ଭଳି ତଥା ଘରୋଇ ଚିକିସ୍ଛା ଭାବରେ ବ୍ୟବହାର କରାଯିବା ଭଳି ପଞ୍ଚ କଷାୟ ଯେପରିକି ସ୍ବରସ…
ଭୁବନେଶ୍ବର: ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଭାପତି ମନମୋହନ ସାମଲଙ୍କ ସହ ବିଜେପିର ବହୁ ସାଂସଦ ଓ ମନ୍ତ୍ରୀ ସ୍ବାଗତ କରିଥିଲେ। ଆଜି ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହା ଉଦଘାଟନ କରିବେ। ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେଉଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସକାଳୁ ବିଭିନ୍ନ ରାଜ୍ୟର ଡିଜିଙ୍କ ସହିତ ବିଭିନ୍ନ ଏଜେନ୍ସିର ମୁଖ୍ୟମାନେ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। କିଛିସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିବେ।
Viral Video: ବର୍ତ୍ତମାନ ଯୁଗରେ ସିସି ଟିଭି କେତେବେଳେ କଣ ଭିଡିଓ ଉତ୍ତୋଳନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। କାରଣ ଯାହା କେହି କେବେ ଦେଖି ନ ଥିବା ତାହାକୁ ସିସିଟିଭି କ୍ୟାମେରାରେ ବାନ୍ଧି ହୋଇଯାଉଛି। ଯାହା ପରବର୍ତ୍ତି ସମୟରେ ଯେ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ସେମିତି ଏକ ଘଟଣା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଲା ଜଣେ ସ୍କୁଟି ଚାଳକ ଏକ ଡିଭାଡରରେ ସ୍କୁଟି ଧକ୍କା କରି ସୁପରମ୍ୟାନ ପରି ଉପରକୁ ଉଡିଯାଉଛି। ଏହି ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଅନେକ ଦେଶୀ ସୁପରମ୍ୟାନ ବୋଲି କହିଛନ୍ତି। ସ୍କୁଟି ଚାଳକ ଉପରକୁ ଉଡି ଅନ୍ୟପଟେ ଆସୁଥିବା ଏକ ମାଲବୋଝେଇ ଗାଡିର ବନେଟ୍ ଉପରେ ପଡିଯାଇଛି। https://twitter.com/Jeriah__/status/1861772151583326527?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1861772151583326527%7Ctwgr%5Eb692d444b4fbb64e01b63fe5344a868904eb35fa%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Fdnpindia-epaper-dh32aa52fd1e564d7ab912b538d71eaab2%2Fviralvideodesisupermanscooterriderflyhighinairafterhittingdividernetizensaysindiaisntforbeginners-newsid-n641224644 ଭାଗ୍ୟ ଭଲ ସ୍କୁଟି ଚାଳକ ସେହି ଗାଡିର ବନେଟ ଉପରେ ପଡିଥିଲେ। ନଚେତ ଅବସ୍ଥା କଣ ହୋଇଥାଆନ୍ତା ତାହା କହିବା…
ଭୁବନେଶ୍ବର: ଆଜି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏମାନେ ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ପୁରା ରାଜଧାନୀକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଯେପରି କେଉଁଠି କିଛି ଅଘଟଣା ନ ହୁଏ ସେଥିପାଇଁ ଉଭୟ କେନ୍ଦ୍ର ରାଜ୍ୟ ସୁରକ୍ଷା କର୍ମି ସଜାଗ ରହିଛନ୍ତି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦର ବାହାରେ ଏକ ମଞ୍ଚରେ ଅଳ୍ପ ସମୟ ପାଇଁ ସେ ନିଜର ଅଭିଭାଷଣ ରଖିବେ। ଏହାପରେ ସେ ରାଜଭବନ ଯିବେ। ସେଠାରେ କିଛି ସମୟ ରହଣୀ ପରେ ସେ ବିଜେପି ପାର୍ଟି ଅଫିସ ଆସିବେ। ସେଠାରେ ସେ ବିଜେପି ନେତାମାନଙ୍କ ସହିତ ଦୀର୍ଘ ଆଲୋଚନା କରିବେ। ଏପରିକି ନେତା, ବିଧାୟକ ସାଂସଦଙ୍କ ସହିତ ମୋଦି ରାତ୍ରୀ ଭୋଜନ କରିବେ। ସେଥିପାଇଁ ରାଜ୍ୟ ବିଜେପି…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଭୁବନେଶ୍ବରର ସମସ୍ତ ସ୍କୁଲଗୁଡିକ ଅଧା ଛୁଟି ଘୋଷଣା କରିଛନ୍ତି। ଏ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଆଜି ଅପରାହ୍ନ ଗୋଟାଏ ବେଳେ ରାଜଧାନୀର ସମସ୍ତ ସ୍କୁଲ ବନ୍ଦ ରହିବ। ଅର୍ଥାତ ଗୋଟାଏ ବେଳେ ସ୍କୁଲ ଛୁଟି ଘୋଷଣା କରାଯିବ। ଭୁବନେଶ୍ବରରେ ଆଜି ସର୍ବଭାରତୀୟ ଡିଜି ସମ୍ମିଳନୀ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଠା ସହିତ ସବୁ ରାଜ୍ୟର ଡିଜି ଏହି ସମ୍ମିଳନୀରେ ଯୋଗଦେବେ। ସେଥିପାଇଁ ରାଜଧାନୀକୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଏପରିକି ଆଜିଠାରୁ ତିନିଦିନ ପାଇଁ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି। ସେହି କାରଣରୁ ଛାତ୍ରଛାତ୍ରୀଙ୍କ ଯାତାୟତରେ ଅସୁବିଧା ନ ହେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରି ଆଜି ଅଧା ଛୁଟି ଘୋଷଣା କରିଛନ୍ତି।
ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ। ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆମନ୍ତ୍ରଣ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଏବଂ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ। ମଣ୍ଡେଇ ପର୍ବ ନବରଙ୍ଗପୁର ଜିଲ୍ଲାର ସମୃଦ୍ଧ ଲୋକ ସଂସ୍କୃତି ଓ ଅନ୍ୟାନ୍ୟ ବିଭବ ଗୁଡ଼ିକୁ ରାଜ୍ଯ ଏବଂ ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିବାର ଏକ ପ୍ରୟାସ।
ଭୁବନେଶ୍ବର: ଇନଫର୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ମାୟୋପିଆ (ସମୀପଦୃଷ୍ଟି) ପରିଚାଳନାକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଲଭିପିଇଆଇ ନେଟୱାର୍କ ମଧ୍ୟରେ ଚତୁର୍ଥ “ଇନଫର୍ ମାୟୋପିଆ ସେଣ୍ଟର” ଖୋଲିବାରେ ସହାୟତା କରିଛି। ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସରେ ଥିବା ଏହି ଅତ୍ୟାଧୁନିକ କେନ୍ଦ୍ର ଓଡ଼ିଶାର ଶିଶୁ ଓ ଯୁବବର୍ଗଙ୍କ ପାଇଁ ବିସ୍ତୃତ ମାୟୋପିଆ ପରିଚାଳନା ସେବା ପ୍ରଦାନ କରୁଥିବା ପ୍ରଥମ ଉତ୍ସର୍ଗୀକୃତ କେନ୍ଦ୍ର ଅଟେ। ୧୦ ନଭେମ୍ବର, ୨୦୨୪ ରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡା. ତାରା ପ୍ରସାଦ ଦାସ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଇନଫର୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ ରଙ୍ଗାସ୍ୱାମୀ ପୋଥୁଲା ଏବଂ ମୋହନ ବନାଲା ଆଭାସୀ ଭାବରେ ଯୋଗ ଦେଇଥିଲେ। ଇନଫର୍-ଏଲଭିପିଇଆଇ ମଧ୍ୟରେ ଚାରି ବର୍ଷର ସଫଳ ସହଭାଗିତା ୨୦୨୦ ରେ ତେଲେଙ୍ଗାନାର ହାଇଦ୍ରାବାଦରେ ଇନଫର୍ ମାୟୋପିଆ…
ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ଆୟୋଜିତ ହେବ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ସେଥିପାଇଁ ଭୁବନେଶ୍ବରରୁ ବେଶ ସଜେଇ ଦିଆଯିବା ସହିତ କଡା କଟକଣା ମଧ୍ୟ ଜାରୀ କରାଯାଇଛି। ବର୍ତ୍ତମାନ ସାରା ଭୁବନେଶ୍ବରକୁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଲୋକସେବା ଭବନ, ଏୟାରପୋର୍ଟ, ରାଜଭବନ, ଅତିଥୀ ଭବନ ପରି ସ୍ଥାନରେ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ଆସନ୍ତାକାଲି ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ। ଏହି ସମ୍ମିଳନୀ ପାଇଁ ଭିଭିଆଇପିଙ୍କ ଯାତାୟତ ପାଇଁ ଭୁବନେଶ୍ବରର ଟ୍ରାଫିକ କଟକଣା କରାଯାଇଛି। ବହୁ ରାସ୍ତାକୁ ସାଧାରଣ ଯାତାୟତ ପାଇଁ ବନ୍ଦ କରାଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। ତାହା ହେଲା ଏ ନେଇ ଜନସାଧାରଣ ସମସ୍ତ ସହଯୋଗ କରିବା ପାଇଁ ଭୁବନେଶ୍ବର ପୋଲିସ କମିଶନରେଟ ଅନୁରୋଧ କରିଛି। ଏହି କଟକଣା ଆସନ୍ତାକାଲି…
ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧୀ ଦଳ ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଓଡିଶାର ନୋଡାଲ୍ ପ୍ରତିଷ୍ଠାନ ଆଇଆଇଟି ଭୁବନେଶ୍ୱର ହୋଇଥିବାବେଳେ ମହାରାଷ୍ଟ୍ରର ନୋଡାଲ୍ ପ୍ରତିଷ୍ଠାନ ହେଉଛି ଆଇଆଇଏମ୍, ମୁମ୍ବାଇ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ଦ୍ୱାରା ମିଳିତ ଭାବେ ଏକ ସ୍ୱତନ୍ତ୍ର ସମାରୋହରେ ଛାତ୍ରଛାତ୍ରୀ ପ୍ରତିନିଧୀଙ୍କ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ସେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ,ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର), ଶ୍ରୀ ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର, ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକବୃନ୍ଦ ତଥା ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରତିନିଧୀମାନେ ୨୯ ନଭେମ୍ବରରେ ମହାରାଷ୍ଟ୍ରରେ ପହଞ୍ଚିବେ ଏବଂ ସେମାନଙ୍କର ଯାତ୍ରା ୩ ଡିସେମ୍ବରରେ ଶେଷ ହେବ। ସେମାନଙ୍କ ସହିତ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ…
ନୂଆଦିଲ୍ଲୀ: ଭୁବନେଶ୍ବରରୁ ସିଧା ସୁରତ ଏବଂ ରାଜସ୍ଥାନର ଜୟପୁରକୁ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ନୂଆଦିଲ୍ଲୀରେ ସାଂସଦ ଷଡଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅପରାଜିତା ସୁରତ ଏବଂ ଜୟପୁର ସହିତ ଜମ୍ମୁ ଏବଂ ଭାଇଜାକକୁ ମଧ୍ୟ ସିଧା ବିମାନ ଚଳାଚଳ ପାଇଁ ଦାବୀ କରିଛନ୍ତି। ସେହିପରି ସେ ଭୁବନେଶ୍ବର ବିମାନ ବନ୍ଦରର ଟର୍ମିନାଲ ତିନିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଦାବୀ କରିଛନ୍ତି।

