Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ପରେ ପ୍ରଥମଥର ପାଇଁ ଗଂଜାମ ଗସ୍ତ କଲେ ନବୀନ, କ୍ଷୟକ୍ଷତି କଲେ ଅନୁଧ୍ୟାନ
ବିଶେଷ ଖବର

ନିର୍ବାଚନ ପରେ ପ୍ରଥମଥର ପାଇଁ ଗଂଜାମ ଗସ୍ତ କଲେ ନବୀନ, କ୍ଷୟକ୍ଷତି କଲେ ଅନୁଧ୍ୟାନ

December 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ପରେ ପ୍ରଥମଥର ପାଇଁ ଗଂଜାମ ଗସ୍ତ କଲେ ନବୀନ ପଟ୍ଟନାୟକ, ବୁଲିଲେ କ୍ଷତିଗସ୍ତ ଚାଷ ଜମି

ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ନବୀନ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ  ଅଞ୍ଚଳ ଦେଖିଥିଲେ। କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ଏହି ସମୟରେ ହଜାର ହଜାର ମହିଳା ନବୀନଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ।

ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ରେ ଆସିନାହାନ୍ତି। ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ। ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚି ଯାଇ ଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ କହିଥିଲେ ଯେ ଗଞ୍ଜାମ ର ଚାଷୀକୁଳ ଦୁଃଖ ରେ ଅଛନ୍ତ, ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ତେଣୁ କାଳ ବିଳମ୍ବ ନ କରି ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି।
ସେ ସବୁବେଳେ ଚାଷୀମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ।

ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ରେ ବ୍ୟାପକ ଫସଲ କ୍ଷତି ଘଟିଛି ଓ ଚାଷୀମାନେ ଦୁଃଖରେ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଚାଷୀଙ୍କ ଦୁଃଖ ସମୟରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଉଦବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ ଚାଷୀଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ସହାୟତା ଘୋଷଣା କରିବାକୁ ଦୃଢ଼ ଦାବୀ ଜଣାଇଛନ୍ତି।

ନବୀନ ପଟ୍ଟନାୟକ ନବୀନଙ୍କ ଗଞ୍ଜାମ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

କାମଳ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

May 25, 2026
Latest News

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଭାଇରାଲ ଭିଡିଓ ମାମଲାରେ JDU ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯିବ କି?: ଆସିଲା ବଡ଼ ଅପଡେଟ୍

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.