ଭୁବନେଶ୍ୱର: ଆଜି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ତଥା ନୀତି ବିକାଶ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରୀ ଏନ୍. ଗୁଆନେରୀ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ମାନ୍ୟବର କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରି ରାଜ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବର୍ତ୍ତମାନ ଏବଂ ଭବିଷ୍ୟତ ସହଭାଗିତା ଆଲୋଚନା କରିଛନ୍ତି। ରାଜ୍ୟରେ ଖାଦ୍ୟ ନିରାପତ୍ତା ତଥା ପୁଷ୍ଟିହୀନତାର ହ୍ରାସ ପାଇଁ ରଣନୀତି ବିଷୟରେ ଆଲୋଚନା ନିମନ୍ତେ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀଙ୍କ ସହଯୋଗ ନିମନ୍ତେ ସେ କୃତଜ୍ଞତା ଜଣାଉଛନ୍ତି ବୋଲି ଶ୍ରୀମତୀ ଗୁଆନେରୀ ପ୍ରକାଶ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ସହଯୋଗୀ ଅଭିବୃଦ୍ଧି ତଥା ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ…
Author: Samikhsya Bureau
ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ। ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା। ହେଲେ ଗଠନମୂଳକ ସମ୍ବାଦ ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା। ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍। ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗରେ କେଉଁ ବର୍ଗଙ୍କ ପାଇଁ କ’ଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍। ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଦୈନିକ ଜାତୀୟ ହିନ୍ଦୀ…
ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ୧୦ଟି ରାଜ୍ୟରେ ୬ଟି ପ୍ରମୁଖ କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ମୋଟ ୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟର ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି ଟ୍ରାକିଂ ବା ଟ୍ରାକ୍ ସଂଖ୍ୟା ବୃଦ୍ଧି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ଦୁଇଟି ପ୍ରକଳ୍ପ ସାମିଲ ରହିଛି। ଏଥିରେ ଥିବା ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍ ରେଳ ଲାଇନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ। ସେହିପରି ବରଗଡ଼ ଜିଲ୍ଲାକୁ ନୂଆପଡ଼ା ସହ ଯୋଡ଼ୁଥିବା ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍ – ନୂଆପଡ଼ା ରୋଡ୍ ନୂଆ ଲାଇନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଦୁଇଟି ପ୍ରକଳ୍ପ ପାଇଁ ଯଥାକ୍ରମେ ୧,୩୬୦ କୋଟି ଏବଂ ୨,୯୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଯୋଜନାକୁ ସଫଳ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; ‘‘ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛୁ- #10YearsOfJanDhan । ସମସ୍ତ ହିତାଧିକାରୀଙ୍କୁ ଏବଂ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଅଭିନନ୍ଦନ । ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକ, ବିଶେଷକରି ମହିଳା,…
ଭୁବନେଶ୍ବର: ରାଜ୍ୟରେ ଖୁବ ଶିଘ୍ର ଲାଗୁ ହେବ ସିଏମ କିଶାନ ଯୋଜନା। ବିଜେଡି ସରକାର ଅମଳରେ ଚାଲିଥିବା କାଳିଆ ଯୋଜନାର ଏହା ହେଉଛି ଏକ ନୂଆ ନାମ। ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେ କହିଛନ୍ତି ଯେ, ଏହି ଯୋଜନାରେ ଯେଉଁମାନେ ପିଏମ କିଶାନ ଯୋଜନାରେ ସହାୟତା ପାଉଛନ୍ତି ସେମାନେ ମଧ୍ୟ ସାମିଲ ହୋଇପାରିବେ। ତେବେ ନୂଆ ଚାଷିମାନେ ସିଏମ କିଶାନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ବୋଲି କନକବର୍ଦ୍ଧନ କହିଛନ୍ତି।
ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ରେକର୍ଡ ସପ୍ଲାୟର ପୂର୍ଣ୍ଣେନ୍ଦୁ କୁମାର ସେଠୀ। ତାଙ୍କ ଘର ସହିତ ତିନିଟି ସ୍ଥାନରେ ଭିଜିଲାନସ ଚଢାଉ କରୁଛି। ତାଙ୍କର ଅୟବର୍ହିଭୂତ ସଂପତ୍ତି ରହିଥିବାର ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଯେଉଁ ତିନିଟି ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ବରର କାନନ ବିହାରରେ ଥିବା ଚାରି ତାଲା କୋଠା, ଜଗତସିଂହପୁରରେ ଥିବା ତାଙ୍କ ପୈତୃକ ଘର ଏବଂ ଭୁବନେଶ୍ବରରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ। ତେବେ ଏହି ଚଢାଉ ଜାରୀ ରହିଥିବାରୁ ସଂପତ୍ତି ଆକଳନ ସୂଚନା ମିଳିପାରି ନାହିଁ।
ଭୁବନେଶ୍ବର: ବିଜେପିରୁ ମମତା ମହାନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ। ହେବାର ଥିଲା। କାରଣ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଆଉ ତାଙ୍କର ସଂଖ୍ୟା ମଧ୍ୟ ଥିଲା। ସେ ବିଜେଡିରୁ ଇସ୍ତଫା ଦେଲେ ବିଜେପିରେ ମିଶିଲେ ଆଉ ସେ ତାଙ୍କର ସେହି ରାଜ୍ୟସଭା ପଦକୁ ବଜାଇ ରଖିଲେ। କେବେଳ ପରିବର୍ତ୍ତନ ହେଲା ଦଳ। ମମତାଙ୍କ ଏପରି ୟୁଟର୍ଣ୍ଣକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ତେବେ ମମତା ଯେ ହଠାତ ବିଜେଡି ଆଉ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ତାହା କେବେ ହୋଇ ନ ଥିବ। ଏହା କେବେ ବି ଦିନେ ଦୁଇ ଦିନର କଥା ହୋଇ ନ ଥିବ। ନିଶ୍ଚିତ ଭାବେ କେନ୍ଦ୍ରୀୟ ବିଜେପି ନେତାମାନେ ମମତାଙ୍କ ସହିତ ପୂର୍ବରୁ କଥା ହୋଇ ତାଙ୍କୁ ବୁଝାଇ ସୁଝାଇ ଏହିପରି ଏକ ବଡ ପଦକ୍ଷେପ ନେବା ପାଇଁ ରାଜି କରାଇଥିବେ।ତେଣୁ ଏଥିରେ ନିଃସନ୍ଦେହରେ କୁହାଯିବ ଯେ, ବିଜେପି ଗୋଟିଏ…
ଭୁବନେଶ୍ବର: ଏକ ଘଟଣା କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବିଜେଡର ଜଣେ ଜିଲ୍ଲାପରିଷଦ ସଭ୍ୟାଙ୍କୁ ଦଳରୁ ବହିସ୍କାର କରିଛନ୍ତି। ଏନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକର ଜୋନ ତିନିର ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ମାଝୀ। ତାଙ୍କୁ ଦଳରୁ ବହିସ୍କାର କରାଯିବ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: କୁଡୁମୀ ସମାଜକୁ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜର ଜଣାଶୁଣା ନାରୀ ନେତ୍ରୀ ତଥା ନବ ନିର୍ବାଚିିତ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଛବି ମଲ୍ଲିକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ଶ୍ରୀମତୀ ପୂର୍ଣ୍ଣିମା କେରକେଟା ପ୍ରମୁଖ ନେତୃବୃନ୍ଦ ଶ୍ରୀ ମହନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟରେ ବିଜେପି ଶକ୍ତିଶାଳୀ ହେଉଛି। ରାଜ୍ୟସଭାରେ ଓଡିଶାରୁ ବିଜେପି ତରଫରୁ ପ୍ରତିନିଧିତ୍ୱ କରୁଥିବା ସାଂସଦଙ୍କ ସଂଖ୍ୟା ୧ ରୁ ୨ କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ବିଜେପିର ଏବେ “ଡବଲ ଇଞ୍ଜନ ସରକାର” ଥିବାରୁ ବିକଶିତ ଓଡ଼ିଶା ଏବଂ ବିଶେଷ…
ଭୁବନେଶ୍ବର: ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭା ଉପନିର୍ବାଚନରେ ବିଜୟଲାଭ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ସେ ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି। ଆଜି ମମତା ବିଧାନସଭା ଆସି ତାଙ୍କର ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ରାଜ୍ୟସଭା ଉପନିର୍ବଚନ ପାଇଁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଜଣେ ବିଜେପିର ମମତା ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଆଜି ଶେଷ ଦିନରେ ଜଗନ୍ନାଥ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ବିଜୟଲାଭ କରିଛନ୍ତି। ପୂର୍ବରୁ ସେ ସେହି ଆସନର ସଦସ୍ୟା ଥିଲେ।
ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଆଜି ସେ ବିଧାନସଭା ଯାଇ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଜଗନ୍ନାଥ ବିଜେପି ନେତା ହୋଇଥିଲେ ମଧ୍ୟ ସେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏପରିକି ତାଙ୍କ ପ୍ରାର୍ଥୀତ୍ବକୁ 10 ଜଣ ବିଧାୟକ ମଧ୍ୟ ପ୍ରସ୍ତାବକ ଥିଲେ। ତେବେ ତାଙ୍କର ପ୍ରାର୍ଥୀତ୍ବକୁ ନେଇ ବିଜେପି ନେତା ତଥା ବିଧାୟକ ସ୍ବଷ୍ଟ କରିଥିଲେ। ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ ଭାବ ନାମାଙ୍କନ ଦାଖଲ କରିବା ପାଇଁ କୁହାଯାଇଥିଲା। କାଳେ ମମତାଙ୍କ ପ୍ରାର୍ଥୀତ୍ବ କଟିଯିବ, ସେ ଭୟରେ ଦଳ ତରଫରୁ ଏପରି କରାଯାଇଥିଲା ବୋଲି କୁହାଯାଇଥିଲା। ବର୍ତ୍ତମାନ ଜଗନ୍ନାଥ ପ୍ରାର୍ଥୀ ପ୍ରତ୍ୟାହାର କରିବା ପରେ ମମତା ଜିତିବା ଆଜି ଅପରାହ୍ନରେ ଘୋଷଣା କରାଯିବ।
ନୂଆଦିଲ୍ଲୀ: ଶେଷରେ ଯେଉଁ ଗୁଜବ ସୃଷ୍ଟି ହେଉଥିବା ତାହା ସତ ହେବାକୁ ଯାଉଛି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ବିଜେପିରେ ମିଶିବେ। ଏ ନେଇ ସ୍ପଷ୍ଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ନିଜ ସାମାଜିକ ଗଣ ମାଧ୍ୟମରେ ସେ ଏ ନେଇ ସ୍ପଷ୍ଟ କରିଛନ୍ତି। ବିଶ୍ବଶର୍ମା କହିଛନ୍ତି ଯେ, ଆଜି ସକାଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଚମ୍ପେଇ ସୋରେନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆସନ୍ତା 30 ତାରିଖରେ ବିଜେପିରେ ମିଶିବେ ବୋଲି ନିଷ୍ପତି ହୋଇଛି।
ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ ଓଡିଶାର ବିଭିନ୍ନ ମହଲରେ ଛନକା ପଶିଯାଇଛି। ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ସେ ଆଜି ସଂଧ୍ୟାରେ ଆଜି ପୁରୀଯିବେ। ସେଠାରେ ସେ ରାତ୍ରୀଯାପନ କରିବେ। ବୁଧବାର ଦିନ ସକାଳୁ ସେ ଜଗନ୍ନାଥ ଦର୍ଶନ କରିବେ। ଏହାପରେ ସେ କଟକ ଯିବେ। ସେଠାରେ କଳାଧନ ଉପରେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ। ସେ ଗସ୍ତର ଶେଷ ଦିନରେ ଭୁବନେଶ୍ବର ଇଡି ଅଫିସରେ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଆତଙ୍କିତ ହୋଇପଡିଛନ୍ତି।
ଭୁବନେଶ୍ବର: ଆଶ୍ଚର୍ଯ୍ୟଜନକ ଭାବେ ସୋମବାର ଦିନ ଭୁବନେଶ୍ବର ବିମାନ ବନ୍ଦରରୁ ୮୭ କେଜି ସୁନା ଏବଂ ୨୦୦ କେଜି ରୂପା ଜବତ କରାଯାଇଛି।ଏ ସବୁ ଏକ ଟଙ୍କା ବୁହା ଗାଡିରେ ଯାଉଥିବା ବେଳେ ରାସ୍ତାରେ ଧରିଛି ଜିଏସଟି ଟିମ। ଗାଡିକୁ ଅଟକାଇ ଚେକିଂ କରିବା ପରେ ଏତେ ପରିମାଣର ସୁନାରୂପା ମିଳିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି। ତେବେ ଏହା କେଉଁଠୁ ଆସିଲା ଏବଂ ଏହାକୁ କିଏ ନେଉଥିଲା ତାହାର ଅନୁଧ୍ୟାନ କରାଯାଉଛି। ଘଟଣାରୁ ଜଣାପଡିଛି ଯେ, ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ବିମାନରେ ବହୁ ପରିମାଣର ସୁନାରୂପା ପରିବହନ ହେଉଛି ବୋଲି ଜିଏସଟିକୁ ଖବର ଆସିଲା। ସେହି ଅନୁସାରେ ସେହି ବିମାନକୁ ଛକି ରହିଲେ ଜିଏସଟି ଟିମ। ବିମାନରୁ ସୁନାରୂପା ଏକ ଟଙ୍କାବୁହା ଗାଡିରେ ଲଦାହୋଇ ଆସିବା ବେଳେ ଜିଏସଟି ଟିମ ଧରିଥିଲେ। ଏସବୁର ମୂଲ୍ୟ ପ୍ରାୟ ୬୦ କୋଟି ହେବ ବୋଲି ଅନୁମାନ କରାଯାଇଛି। ତେବେ ଏତେ ପରିମାଣର ମୂଲ୍ୟବାନ ଧାତୁ…
ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କାରଣ ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଥଇଥାନ ହୋଇପାରୁ ନାହିଁ। ସେ ନିର୍ବାଚନରେ ନିଜେ ସିନା ହାରିଗଲେ ହେଲେ ଦଳକୁ ଜିତାଇ ସରକାର କରିବାରେ ସକ୍ଷମ ହେଲେ। ଏପରି ପରିସ୍ଥିତିରେ ତାଙ୍କୁ କେନ୍ଦ୍ର ବିଜେପି କୌଣସି ସ୍ଥାନରେ ଥଇଥାନ କରିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରୁ ନାହିଁ। ମନ୍ତ୍ରୀ ମଣ୍ଡଳ ଗଠନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଲା। ଏପରିକି ଦିଲ୍ଲୀ ସୁତ୍ରରୁ ମଧ୍ୟ ଜଣାପଡିଲା ଯେ, ତାଙ୍କୁ ଅଧ୍ୟକ୍ଷ କରାଯାଉଛି। ହେଲେ କଣ ହେଲା କେଜାଣି ତାହା ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ମମତା ମହାନ୍ତ ରାଜ୍ୟସଭା ଛାଡିବା ପରେ ମନମୋହନଙ୍କୁ ନିଆଯିବ ବୋଲି ଶୁଣାଗଲା। ହେଲେ ତାହା ମଧ୍ୟ ହେଲା ନାହିଁ। ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପଛରେ ତାଙ୍କ ସମର୍ଥକଙ୍କର ରହିଛି…
ଭୁବନେଶ୍ବର: କିଛିଦିନ ପାଇଁ ଚିକେନ ନ ଖାଇବାକୁ ଆଜି ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ବାର୍ଡ ଫ୍ଲୁ ହେବାର ପ୍ରମାଣ ମିଳିଛି। ତାହାକୁ ନିୟନ୍ତ୍ରଣ ପାଇଁ ଭେଟନାରୀ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି। ସେଥିପାଇଁ କିଛିଦିନ ଧରି ଚିକେନ ନ ଖାଇଲେ ଭଲ ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ଲୋକମାନଙ୍କ ଜ୍ବର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅବଜରଭେସନରେ ରଖାଯାଇଛି। ବାର୍ଡ ଫ୍ଲୁ ପାଇଁ ଯାହାକିଛି ଔଷଧ ଦରକାର ତାହା ବର୍ତ୍ତମାନ ରାଜ୍ୟରେ ମହଜୁଦ ରହିଛି। ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ। ବର୍ତ୍ତମାନ କୌଣସି ଉଦବେଗ ଜନିତ ପରିସ୍ଥିତି ନାହିଁ।
ଭୁବନେଶ୍ବର: ଓଡିଶାରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଣେ ବିଜେପି ଦଳ ତରଫରୁ ମମତା ମହାନ୍ତ ଆଉ ଜଣେ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ଜଣେ ଡମି ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଛନ୍ତି ବୋଲି ବିଜେପି କହିଛି। ସେ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବେ। ହେଲେ ଏ ପର୍ଯ୍ୟନ୍ତ ସେ ନିଜେ କିଛି କହି ନାହାଁନ୍ତି। ପ୍ରାର୍ଥପତ୍ର ପ୍ରତ୍ୟାହାର କରିବେ କି ନାହିଁ ସେ କିଛି ସ୍ପଷ୍ଟିକରଣ ଦେଇ ନାହାଁନ୍ତି। ଫଳରେ ଦିନକୁ ଦିନ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଯେମିତି ନାଟକୀୟ ମୋଡରେ ସେ ପ୍ରାର୍ଥୀପତ୍ର ଦାଖଲ କଲେ ଠିକ ସେହିପରି ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ବେଳେ କିଛି ନାଟକ ହେବ କି ?
ଭୁବନେଶ୍ୱର: ବିଶ୍ୱ ଉଦ୍ୟମିତା ଦିବସ ଉତ୍ସବର ଏକ ଅଂଶ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ (REP) ପକ୍ଷରୁ ଛାତ୍ରଛାତ୍ରୀ ତଥା ଆଇଆଇଟି ଦ୍ୱାରା ଅନ୍ତର୍ଭୁକ୍ତ ପ୍ରାୟ ୩୦ଟି ଷ୍ଟାର୍ଟ ଅପ୍ ସହିତ ଏକ ସମୃଦ୍ଧ ଇଣ୍ଟରାକ୍ଟିଭ୍ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନଗୁଡିକ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର, ଉତ୍କଳ ଚାମ୍ବର ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲିମିଟେଡ଼ର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଏବଂ କିଛି ସଫଳ ଷ୍ଟାର୍ଟ ଅପର ପ୍ରତିଷ୍ଠାତା ଏହି ଆଲୋଚନା ଅଧିବେଶନର ସଂଚାଳନ କରିଥିଲେ। ଏହି ଅଧିବେଶନ ଷ୍ଟାର୍ଟ-ଅପମାନଙ୍କ ପାଇଁ ସେମାନଙ୍କର ଯାତ୍ରା, ଆହ୍ୱାନ ଏବଂ ଅଭିନବ ସମାଧାନକୁ ସିଧାସଳଖ ନିର୍ଦ୍ଦେଶକଙ୍କ ସହ ବାଣ୍ଟିବା ପାଇଁ ଏକ ଫଳପ୍ରଦ ସୁଯୋଗ ପ୍ରଦାନ କରିବା ସହ ସହଯୋଗ ଏବଂ ପରାମର୍ଶର ଅବସର ପ୍ରଦାନ କରିଥିଲା। ଏହି ଅବସରରେ ପ୍ରଫେସର କରମଲକର ଉଲ୍ଲେଖ କରିଥିଲେ ଯେ…
ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ବୋର୍ଡ ରୁମ୍ରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ଫଳ, ପନିପରିବା ଓ ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ତଥା ସବ୍ଡିଭିଜନ୍ରେ ଶୀତଳ ଭଣ୍ଡାର ଖୋଲାଯିବା ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ଜଳବାୟୁ ଓ ପାଣିପାଗ ଅନୁଯାୟୀ ଶୀତଳଭଣ୍ଡାରର ସ୍ଥାପନା ଓ ଏହାର ଖର୍ଚ୍ଚ ଆକଳନ ନେଇ ମନ୍ତ୍ରୀ ଶ୍ରୀ ସିଂହଦେଓ ସେବାପ୍ରଦାନକାରୀ ସଂସ୍ଥା ଓ ବିଶେଷଜ୍ଞମାନଙ୍କଠାରୁ ଅବଗତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳବାୟୁ ଅନୁକୂଳ ଶୀତଳ…
ଅନୁଗୋଳ: ଆଜି ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଣ୍ୟତିଥି। ଏହି ପବିତ୍ର ଜନ୍ମାଷ୍ଠମୀରେ ସ୍ବାମୀ ଲକ୍ଷଣାନନ୍ଦଙ୍କୁ ତାଙ୍କର ଜଳେଶପଟ୍ଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ଏହାକୁ ନେଇ ସେତେବେଳେ ଫୁଲବାଣୀରେ ଦଙ୍ଗା ସୃଷ୍ଟି ହୋଇଥିଲା। ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ଜନ୍ମସ୍ଥାନ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

