Author: Samikhsya Bureau

ଭୁବନେଶ୍ବର: ଆଗାମୀ ୨୦୨୫ ମସିହା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ଗତ ଗୁରୁବାର ଅପରାହ୍ଣରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ,ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ।…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ୨୦୨୨ ରେଜଲ୍ଟ। ଏଥିରେ ବାଜିମାତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଝିଅ ଶିବାନୀ ରାଉତ। ସମଗ୍ର ଓଡ଼ିଶାରେ ୧୭୦ ତମ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗୌରବ ଆଣିଛନ୍ତି ଶିବାନୀ। ସେ ହେଉଛନ୍ତି ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା। ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ୨୦୧୬ ମସିହାରେ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୨୦୧୮ ମସିହାରେ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ପରବର୍ତୀ ସମୟରେ ୨୦୨୨ ମସିହାରେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ରୁ ବିଇଡ଼ି ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଗତବର୍ଷ ଡ଼ିଏଭି ପବ୍ଲିକ ସ୍କୁଲରେ କିଛି ମାସ ଶିକ୍ଷକତା କରିଥିବା ବେଳେ ଚଳିତ ବର୍ଷ ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି। ପିଲାଟି…

Read More

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି। ଆଜି ପୂର୍ବାହ୍ନରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ଅପରାହ୍ନରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟରେ ଅନୁଷ୍ଠିତ ପୃଥକ୍‌ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ଉପରୋକ୍ତ ମର୍ମରେ ମତ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ମତ୍ସ୍ୟଚାଷ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯକ୍ରମ ଯଥା: ବାୟୋ ଫ୍ଲକ୍‌, କେଜ କଳଚର୍‌, ମଧୁର ଜଳ ମାଛଚାଷ, ଖାରି ଜଳ ଓ ଲୁଣି ଜଳ ମାଛଚାଷ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନଙ୍କୂ ଉଚିତ ସମୟରେ ସହାୟତା ପ୍ରଦାନ ସାଙ୍ଗକୁ ସେମାନଙ୍କ ଉନ୍ନତି ସହିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଫଳ। ଏଥିରେ ୬୮୩  ଜଣ କୃତ କାର୍ଯ୍ୟ ହୋଇ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏଥିରେ ପ୍ରଥମ ଦଶ ଜଣ ମଧ୍ୟରେ ୫ଜଣ ମହିଳା ଓ ୫ ପୁରୁଷ ଥିବାର ଜଣାପଡିଛି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

Read More

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ପୂର୍ବତନ ବିଧାୟକ ଶ୍ରୀ ଉତ୍କଳ କେଶରୀ ପରିଡାଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ପରିଡା ବିଭିନ୍ନ କ୍ରୀଡା ଓ ସମବାୟ ସଂଗଠନ ସହ ଜଡ଼ିତ ଥିଲେ। ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରି ସାଲେପୁର କଲେଜର ଛାତ୍ର ସାଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଯୁବ ଓ ଛାତ୍ର ରାଜନୀତିର ଜଣେ ଅନନ୍ୟ ପ୍ରତିଭା ଥିଲେ। ସ୍ୱର୍ଗତଃ ପରିଡା କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ନେତୃତ୍ୱ ନେବା ସହ ଏହି ନିର୍ବାଚନମଣ୍ଡଳୀରୁ ୨୦୦୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକବ୍ୟକ୍ତ କରିଛନ୍ତି। ସ୍ୱର୍ଗତଃ ପରିଡାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା…

Read More

ନୂଆଦିଲ୍ଲୀ: ବିଜୟ ରାହତକରଙ୍କୁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଚେୟାରମ୍ୟାନ୍ ତଥା ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ କରିଛନ୍ତି। ସେ ବିଜେପି ଜାତୀୟ ସଚିବ ତଥା ଦଳର ମହିଳା ୱିଙ୍ଗର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିପରି ଡ. ଅରଖାନା ମଜୁମଦାରଙ୍କୁ ଏନସିଡବ୍ଲୁ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି ବୋଲି ବିଜ୍ଞପ୍ତି ଜାରୀ କରାଯାଇଛି।

Read More

ଭୁବନେଶ୍ବର: କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କର ପୁଅ କଳିଙ୍ଗ କେଶରୀ ପରିଡା କହିଛନ୍ତି। ୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି। ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ…

Read More

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ, (IITBBS-REP) ବୈଦ୍ୟୁତିକ ଯାନ (ଇଭି), ବ୍ୟାପକ ଜିରୋ ନିର୍ଗମନ ଯାନ (ଜେଡଇଭି) ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଗ୍ରୀନ୍ ଟେକ୍ନୋଲୋଜି (ଯେପରିକି ହାଇଡ୍ରୋଜେନ୍, ସିସିୟୁ) ଭଳି ନୂତନ ଶକ୍ତି କ୍ଷେତ୍ରରେ ଅନୁସନ୍ଧାନ, ପରାମର୍ଶ ଏବଂ ପ୍ରଶିକ୍ଷଣରେ ସହଯୋଗ କରିବା ପାଇଁ ନାଗପୁର ସ୍ଥିତ ପିମାନିଫୋଲ୍ଡ ଇଭି ଏକାଡେମୀ ପ୍ରାଇଭେଟ ଲିମିଟେଡ଼ (evACAD) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହାକି  ମଲ୍ଟି ସେକ୍ଟରାଲ୍ ପ୍ରୟୋଗ ପାଇଁ ଉଭୟ ସଂସ୍ଥାର ଅଭିଜ୍ଞତାକୁ ଉପଯୋଗ କରିବ। ଏମଓୟୁ ର ଏକ ଅଂଶ ଭାବରେ, ଉଭୟ ସଂସ୍ଥା, ଆଧୁନିକ ଅଟୋମୋବାଇଲ୍ ଏବଂ ଇ-ମୋବିଲିଟି ଇଣ୍ଡଷ୍ଟ୍ରିର ଆବଶ୍ୟକତାକୁ ଧ୍ୟାନରେ ରଖି ଇ-ଡ୍ରାଇଭ ଏବଂ ବ୍ୟାଟେରୀ ସିଷ୍ଟମରେ ଆଡଭାନ୍ସଡ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ (ସ୍ନାତକୋତ୍ତର, ଡିପ୍ଲୋମା, ସ୍ୱଳ୍ପ ମିଆଦି ସାର୍ଟିଫିକେଟ୍) ର ମିଳିତ ଅଫର୍ ମାଧ୍ୟମରେ ନିଜର ଜ୍ଞାନ ଓ ସାଧନର ଉପଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି। ଆଇଆଇଟି ଭୁବନେଶ୍ୱର…

Read More

New Policy Of AWS: ଆମାଜନ ୱେବ ସର୍ଭିସେସ ବା AWS କଂପାନୀର ବଡ ନିଷ୍ପତି। କଂପାନୀର କର୍ମଚାରୀଙ୍କୁ ରୋକଠୋକ ନିର୍ଦ୍ଦେଶ ସପ୍ତାହକୁ ପାଞ୍ଚଦିନ କାମ ଭଲରେ କର ନଚେତ କଂପାନୀ ଛାଡ। କର୍ମଚାରୀଙ୍କ ଏକ ବୈଠକରେ ଏହା ଜଣାଇଛନ୍ତି AWS ର ସିଇଓ ମ୍ୟାଟ ଗାରମାନ। କଂପାନୀ ଆସନ୍ତା ଜାନୁୟାରୀରୁ ସପ୍ତାହରେ ପାଞ୍ଚଦିନିଆ କାମ ନୀତିକୁ ଲାଗୁ କରିବାକୁ ଯାଉଥିବାରୁ ଗାରମାନ ଏହି ଚରମ ବାଣୀ ଶୁଣାଇ ଦେଇଛନ୍ତି। ଗାରମାନ କହିଛନ୍ତି ଯେ ଯଦି କୌଣସି କର୍ମଚାରୀ ଏପରି ନୀତିରେ ଭଲ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି ତାହା ହେଲେ କିଛି ଅସୁବିଧା ନାହିଁ। ଆମ ଚାରିପାଖରେ ବହୁତ କଂପାନୀ ରହିଛି। ସେମାନେ ସୁବିଧାରେ ସେଠାକୁ ଯାଇ କାମ କରିପାରିବେ। ଅର୍ଥାତ ଗାରମାନ ସିଧା ସିଧା କହିଛନ୍ତି ଯେ, ଆମ କଂପାନୀ ଛାଡି ଚାଲିଯାଅ। ସେ କହିଛନ୍ତି ସପ୍ତାହରେ ପାଞ୍ଚଦିନିଆ କାମ ଯଦି ଠିକରେ ନ କରିବ…

Read More

ଭୁବନେଶ୍ବର: ଖୁବ ଶିଘ୍ର ଓଡିଶା ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ। ଏ ନେଇ ରାଷ୍ଟ୍ରୀୟ ବିଜେପି ତରଫରୁ ହୋଇଛି ବଡ ଯୋଜନା। ସେଠାରେ ମୋହନ ମାଝୀଙ୍କୁ ଓଡିଶାର 24 ବର୍ଷର ସରକାରକୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ଦଳ ପ୍ରଚାର କରିବ। ସେତିକି ନୁହେଁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ସବୁ ମନ୍ତ୍ରୀ ଓ ବିଧାୟକ ଏବଂ ସାଂସଦ ମଧ୍ୟ ଝାଡଖଣ୍ଡ ନିର୍ବାଚନର ମଙ୍ଗ ଧରିବେ। ବର୍ତ୍ତମାନ ଝାଡଖଣ୍ଡ ନିର୍ବାଚନ ବିଜେପି ପାଇଁ ଏକ ଚାଲେଞ୍ଜ ଭାବେ ଉଭା ହୋଇଛି। ଏହି ରାଜ୍ୟର ଜେଏମଏମ ସରକାରଙ୍କୁ ଭାଙ୍ଗି ବିଜେପି କିପରି ଶାସନ କରିବ ସେ ନେଇ ରଣନୀତି ତିଆରି ଚାଲିଛି। ଝାଡଖଣ୍ଡରେ ବହୁ ଓଡିଆ ବସବାସ କରୁଛନ୍ତି। ଅନେକ ନିର୍ବାଚନ ମଣ୍ଡଳିରେ ଓଡିଆ ଭୋଟରଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ଓଡିଆ ଭୋଟକୁ ହାତେଇବା ଏବଂ 24 ବର୍ଷର ସରକାରକୁ ଭାଙ୍ଗିବା ପ୍ରଚାର କରାଇବାକୁ ବିଜେପି ଏହି ଯୋଜନା…

Read More

ଭୁବନେଶ୍ବର: ବେଦାନ୍ତ କଂପାନୀର ପାଉଁଶକୁ ନେଇ ଉତକ୍ଷିପ୍ତ ହେଲେ ବିଜେପି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ। କଂପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରଗଡରଏହି ଲୋକସଭା ସାଂସଦ। ବେଦାନ୍ତ ଝାରସୁଗୁଡା ପାୱାର ପ୍ଲାଣ୍ଟରୁ ଯେଉଁ ପାଉଁଶ ଉତ୍ପନ ହେଉଛି ତାହା ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରୁଛି। କେନ୍ଦ୍ର ସରକାର ତୁରନ୍ତ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଏହି ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବେଦାନ୍ତ ଝାରସୁଗୁଡା କଂପାନୀ ବିଶାକ୍ତ ପାଉଁଶ ବେଆଇନି ଭାବେ ବିଭିନ୍ନ ସ୍ଥାନରେ ପକାଉଛି। ଏହା ଉପରେ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟ ଗଠନ କରି ଅନୁଧ୍ୟାନ କରନ୍ତୁ। ଏହାପରେ କଂପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପୁରୋହିତ ଚିଠିରେ…

Read More

ନୂଆଦିଲ୍ଲୀ: ନିକଟରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାମ୍ମାନ ଖାନ, ନୁହା ଜିଲ୍ଲାରେ ଥିବା ଝିର୍କା ବିଧାନସଭା ଆସନରୁ ୯୮,୪୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଖାନ ମୋଟ ୧,୩୦,୪୯୭ ଭୋଟ୍ ପାଇଛନ୍ତି। ତେବେ ଖାନଙ୍କ ବିଜୟକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦର କାରଣ ହେଲା ୨୦୨୩ ଜୁଲାଇ ୩୧ତାରିଖରେ ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକୁ ଉତ୍ତେଜିତ କରିବାରେ ତାଙ୍କର ଭୂମିକା ଅଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ବର୍ତ୍ତମାନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଝୁଲି ରହିଛି। ତେବେ ପ୍ରକୃତ କଥା ହେଲା ଖାନଙ୍କ ସଫଳତା ପଛରେ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର ଦୃଢ ସମର୍ଥନ ବୋଲି ସ୍ପଷ୍ଟ ହୋଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସେ ଏହି ଅଞ୍ଚଳରେ ରହୁଥିବା ବେଆଇନ ରୋହିଙ୍ଗ୍ୟା ପ୍ରବାସୀମାନଙ୍କଠାରୁ ମଧ୍ୟ ସେ ସମର୍ଥନ ହାସଲ କରି ଏପରି ବିଜୟ ହୋଇଛନ୍ତି।…

Read More

ନୂଆଦିଲ୍ଲୀ: ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି। ପୂର୍ବରୁ ନ୍ୟାୟଦେବୀ ହାତରେ ଖଣ୍ଡା ଧରିଥିବା ବେଳେ ଏବେ ସମ୍ବିଧାନ ଧରିଛନ୍ତି। ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି। ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ହୋଇଛନ୍ତି। ତାଙ୍କ ବାସଭବନରେ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ଦଳର ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଏହା କେମିତି ହେଲା ବୋଲି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଘଟଣାଟି ହେଲା ଭିନ୍ନ ପ୍ରକାରର। ବିଜେପିର ନିୟମ ରହିଛି ପ୍ରତି ଦଶ ବର୍ଷରେ ଥରେ ପୁଣି ସମସ୍ତେ ସଦସ୍ୟ ହେବେ। ଯାହାକୁ ସଦସ୍ୟତା ନବୀକରଣ ବୋଲି କୁହାଯାଏ। ଏହା ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯାଏ। ଅର୍ଥାତ ଏହି କ୍ୟାଟାଗୋରୀର ସଦସ୍ୟ ଦଳର ବିଭିନ୍ନ ସାଂଗଠାନିକ କାର୍ଯ୍ୟରେ ଯୋଗଦେବା ସହିତ ଦଳିୟ ପଦପଦବୀ ନିର୍ବାଚନରେ ଭାଗ ନେବା ପାଇଁ ଯୋଗ୍ୟ ହେବେ। ଏହି ସକ୍ରିୟ ସଦସ୍ୟମାନେ ଅନ୍ୟୁନ ନିଜ ବୁଥ କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ପଚାଶ ଜଣଙ୍କୁ ପଂଜିକରଣ କରାଇବାକୁ ପଡିବ।…

Read More

Happy Birthday Naveen: ଆଜି ହେଉଛି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। ଆଜିଠାରୁ ନବୀନଙ୍କୁ 78 ବର୍ଷ ବୟସରେ ପଦାର୍ପଣ କଲେ। ସେ 1946 ଅକ୍ଟୋବର 16 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ମାତା ଜ୍ଞାନ ପଟ୍ଟନାୟକ ସୁପୁତ୍ର ଭାବେ ଜନ୍ମ ନେଇ ସେ ସାରା ବିଶ୍ବରେ ଜଣେ ଲୋକପ୍ରିୟ ରାଜନେତା ଭାବେ ପ୍ରଶଂସା ହାସଲ କରିଛନ୍ତି। ତାଙ୍କର ଜନ୍ମ ଦିନରେ ବର୍ତ୍ତମାନ ସୁଦ୍ଧା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଭିନେତା କମଳ ହାସନ, ସାଂସଦ କାନମୋଝି, ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ପ୍ରମୁଖ ଶୁଭେଚ୍ଛା ଜଣାଇସାରିଲେଣି। ସମସ୍ତେ ନବୀନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର କମିଶନରେଟ ପୋଲିସ ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। କେତେ ଦୁର୍ବୁତ ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଏକ ଫ୍ଲାଟ ଭଡା ନେଇ ଏହି କାରବାର କରୁଥିଲେ। ଆଜି ସକାଳୁ ପୋଲିସ ଚଢାଉ କରି ସେଠାରୁ କେତେକ ଅଜଣା ଡିଭାଇସ, ମୋବାଇଲ ଫୋନ ଓ ଲାପଟପ ଜବତ କରିଛି। ଏହା କାରବାରରେ ସଂପୃକ୍ତ ଥିବା ଛଅ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ସମସ୍ତେ କୋଲକତା ବାସିନ୍ଦା। ଘଟଣାରୁ ଜଣାପାଡିଛି ଯେ, ଏହି ବ୍ୟକ୍ତିମାନେ ସେହି ଆପର୍ଟମେଣ୍ଟ ଭଡା ନେଇ ବହୁଦିନ ଧର କାରବାର ଚଳାଇ ଆସୁଥିଲେ। ଲୋକମାନଙ୍କୁ ସେମାନେ ଫେକ ଲିଙ୍କ ପଠାଇ ଏବଂ କଲ କରି ତାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରୁଥିଲେ। ତେବେ ବିସ୍ତୁତ ତଥ୍ୟ ଜାଣିବା ପାଇଁ ପୋଲିସ ଏହି ଛଅ ଜଣଙ୍କୁ ରିମାଣ୍ଡରରେ ନେବ ବୋଲି ଜଣାପଡିଛି।

Read More

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି। ଜିଓ ଭାରତ ଭି୩ ଏବଂ ଜିଓଭାରତ ଭି୪ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍ ଅଧୀନରେ ଆରମ୍ଭ କରାଯାଇଛି। ତେବେ ଏହି ଫୋନରେ କଣ ରହିଛି ଫିଚର ଜାଣିବା ପାଇଁ ତଳ ଭିଡିଓକୁ କ୍ଲିକ କରନ୍ତୁ… ନୂଆ ମଡେଲଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। ଗତ ବର୍ଷ ଜିଓଭାରତ ଭି୨ ମଡେଲ୍ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା​​। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି ।

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ପଞ୍ଚୁଗାଁ ଗ୍ରାମର ଦୁଇ ଜଣ ଯୁବକଙ୍କ ବାଇକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଯୁବକ ଦ୍ବୟ ହେଲେ ଉକ୍ତ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ, ୨୨ ବର୍ଷ ଏବଂ ରାଜେଶ ମହାପାତ୍ର, ୧୬  ବର୍ଷ। ସୂଚନା ମୁତାବକ ଉକ୍ତ ଦୁଇ ଯୁବକ ଗତକାଲି ଏକ ବାଇକରେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। ତେବେ କାର୍ଯ୍ୟ ସାରି ଅପରାହ୍ନରେ ଘରକୁ ଫେରୁଥିବାବେଳେ ଗୋପ ଥାନା ଯୋଗେଶ୍ବରପୁର ଆଳୁଦଣ୍ଡାପାଟଣା ମଧ୍ୟରେ ଥିବା ଅଣ୍ଡର କଲଭର୍ଟ ଠାରେ ଏକ କାର ସହ ମୁହାଁମୁହିଁ ବାଇକଟି ଧକ୍କା ହୋଇଥିଲା। ଯାହା ଫଳରେ ବାଇକରେ ଥିବା ଉଭୟ ସୌମ୍ୟ ଏବଂ ରାଜେଶ କିଛି ଦୂରରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। କିନ୍ତୁ ସେଠାରେ…

Read More

ପିପିଲି: ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍‌ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଥିଲେ ଯେ, ଡେଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ। ପିପିଲି ଟୋଲ୍ ପ୍ଲାଜା ନିକଟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଅର୍ଥ ର ଅଭାବ ରହିବ ନାହିଁ। ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ବୃହତ ଶୀତଳ ଭଣ୍ଡାର ରେ ପରିଣତ କରାଯିବ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

Read More

ନୂଆଦିଲ୍ଲୀ: ନ୍ୟାସନାଲ କନଫ୍ରେନସର ଉପସଭାପତି ଓମାର ଅବଦୁଲ୍ଲା ଆଜି ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶେର-ଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC) ରେ ଏହି ସମାରୋହ ଅନୁଷ୍ଠିତ ହେବ। ଏଥିରେ ଜମ୍ମୁର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଅବଦୁଲ୍ଲା ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଶପଥ ଗ୍ରହଣ କରାଇବେ। ସମାରୋହ ପୂର୍ବରୁ ଅବଦୁଲ୍ଲାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ଧାରା 370 ରଦ୍ଦ ହେବା ଏବଂ ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ପୁନର୍ଗଠନ ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ନିର୍ବାଚିତ ସରକାର ହେବ। ଓମାର ଅବଦୁଲ୍ଲାଙ୍କ ଜେଜେବାପା ଶେଖ ମହମ୍ମଦ ଅବୁଲ୍ଲା ଜମ୍ମୁ କାଶ୍ମୀର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଓମାରଙ୍କ ପିତା ଫାରୁକ୍ ଅବଦୁଲ୍ଲା ଜମ୍ମୁ କଶ୍ମୀରର ତିନିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା…

Read More