Author: Samikhsya Bureau

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ), ମିଳିତ ଜାତିସଂଘର ମିଳିତ ସହଯୋଗରେ ଗ୍ଲୋବାଲ ଏନଭାୟାରମେଣ୍ଟ ଫାଶିଲିଟି (ଜିଇଏଫ୍‌) – ୭ ପ୍ରକଳ୍ପ, ଓଡ଼ିଶା ଦ୍ୱାରା ଏକ ଦିନିକିଆ ରାଜ୍ୟ ଉଦ୍‌ଘାଟନୀ କର୍ମଶାଳା ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଶୀର୍ଷକ “ପଞ୍ଜାବ, ହରିୟାଣା, ଓଡ଼ିଶା ଏବଂ ଛତିଶଗଡ଼ରେ ଧାନ-ଗହମ ଫସଲ ପ୍ରଣାଳୀରେ ରୂପାନ୍ତରଣ ଦ୍ୱାରା ଭାରତରେ ଚିରସ୍ଥାୟୀ ଖାଦ୍ୟ ପ୍ରଣାଳୀର ପ୍ରଚାର ଓ ପ୍ରସାର’’ ରହିଛି। ଉପ- ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଇଏଫ୍‌ ଅନୁଦାନପ୍ରାପ୍ତ ପ୍ରକଳ୍ପ ଏବଂ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରାଥମିକତା ମଧ୍ୟରେ ସୁଦୃଢ଼ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଓ…

Read More

ଭୁବନେଶ୍ବର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାରେ ୩ ଦିନିଆ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା। ଏହି ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ ବାତ୍ୟା ‘ଦାନା’ ପାଇଁ ଏହି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ କଲେଜ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏ ସଂପର୍କରେ ଏସଆରସି ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

Read More

ଭୁବନେଶ୍ବର: ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ। ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁକରିବା ସଂପର୍କରେ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ। ସେହିଭଳି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଆବଶ୍ୟକ ଡିଜି/ଜେନେରେଟର ସେଟ୍ ସବୁବେଳେ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର…

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଶକ୍ତି ଗୋଟାଇ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହାପରେ 24 ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ପାଣିପାଗ ବିଭାଗ ଅନୁସାରେ ୨୩ ଅକ୍ଟୋବରରେ ଏହା ବାତ୍ୟା ରୂପ ଧାରଣ କରିବ। ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସେତେବେ ତାହା ପ୍ରବଳ ବାତ୍ୟାରେ ପରିଣତ ହେବ।୨୪ ଅକ୍ଟୋବର ରାତି ସମୟରେ ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ୧୦୦-୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ଏହାଦ୍ବାରା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ। ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛି। ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।ମହାବୀର ବଜାର କ୍ଲବ ଚଳିତ ବର୍ଷ ଏହାର ୭୫ତମ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୀର୍ଘ ୭୫ ବର୍ଷ ଧରି ଆପଣମାନଙ୍କ ପୂର୍ବ ପିଢି ସମୟରୁ ଏହି ପୂଜା ନିରବଚ୍ଛିନ୍ନ ଭାବେ ଚାଲିଆସିଛି। ଏହା ଆପଣମାନଙ୍କ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବର ନିଦର୍ଶନ। ମୁଖ୍ୟମନ୍ତ୍ରୀ ଏହି…

Read More

ଭୁବନେଶ୍ବର: ସମୁଦ୍ର ଭିତରେ ଦାନା ଗୋଟାଉଛି ବାତ୍ୟା ଦାନା। ସ୍ଥଳଭାଗରେ ତାଣ୍ଡବ ଲିଳା କରିବା ପାଇଁ ବର୍ତ୍ତମାନ ଦାନା ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳି ହେବାରେ ଲାଗିଛି। ବର୍ତ୍ତମାନ ଏହା ପାରାଦ୍ବୀପର ପୂର୍ବ ଦକ୍ଷିଣ ଦିଗର 730 କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମ ବଂଗର ସାଗର ଦ୍ବୀପଠାରୁ ଏହି ଲଘୁଚାପ 770 କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରିବାରେ ଲାଗିଛି। ଯାହାର ଗତିରୁ ଅନୁମାନ କରାଯାଇଛି ଯେ, ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ। ସେହିପରି 24 ତାରିଖରେ ଏହି ପ୍ରବଳ ବାତ୍ୟାରେ ପରିଣତ ହେବ। ଏହା ପୁରୀ ଓ ସାଗର ଦ୍ବୀପ ମଧ୍ୟ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାରେ ୩ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା। ଏହି ଜିଲ୍ଲାର ସ୍କୁଲ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ ବାତ୍ୟା ‘ଦାନା’ ପାଇଁ ଏହି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏ ସଂପର୍କରେ ଏସଆରସି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

Read More

Cyclone Review Meeting:: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି। ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ବୈଠକ ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାପାଇଁ ରାଜ୍ୟ ସରକାରଙ୍କ…

Read More

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଆଜି କୃଷି ଭବନସ୍ଥିତ ବୋର୍ଡରୁମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀବୃନ୍ଦ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ଆତଙ୍କିତ ନ ହୋଇ ସତର୍କ ତଥା ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୃଷି ଭବନ ତଥା ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ…

Read More

Cyclone News: ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ୫ଟି ମହାନଗର ନିଗମର କମିଶନର, ସମସ୍ତ ପୌରପାଳିକା ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ସମୟରେ ଶ୍ରୀମତୀ ପାଢ଼ୀ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହ ତୁରନ୍ତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ଆହ୍ୱାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ସମସ୍ତ ୟୁଏଲବିମାନଙ୍କୁ ଅନୁରୋଧ କରିଛନ୍ତି, ବିଶେଷକରି ଏହି ପରି କ୍ଷେତ୍ରରେ ଜଳ ଯୋଗାଣ: ବାତ୍ୟା ସମୟରେ ଓ ପରେ ବିଶୁଦ୍ଧ ଜଳ ନିରବଚ୍ଛିନ୍ନ ଭାବେ ଉପଲବ୍ଧ ହେବ। ଜଳବନ୍ଦୀ…

Read More

ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

Read More

Cyclone Update: ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପସାଗର ଏବଂ ନିମ୍ନ ଆଣ୍ଡାମାନ ସାଗରରେ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। ବଙ୍ଗୋବସାଗରର ପୂର୍ବ ମଧ୍ୟ ଭାଗରେ ଏହା ଆଜି ଦିନ ସଦୃଶ୍ୟ ଲଘୁଚାପ ଭାବରେ ଚିହ୍ନିତ ହୋଇଛି। ଭାରତ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ସେହିପରି ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଏହା ବାତ୍ୟାରେ ପରିଣତ ହେବ। ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସେତେବେ ତାହା ପ୍ରବଳ ବାତ୍ୟାରେ ପରିଣତ ହେବ। ୨୪ ଅକ୍ଟୋବର ରାତି ସମୟରେ ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ୧୦୦-୧୧୦…

Read More

ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ସଜ୍ଜିତ ଜିଓର ଅଭିନବ ସପିଂ କାର୍ଟ ସ୍ୱୟଂଚାଳିତ ଭାବରେ ଆପଣ କିଣୁଥିବା ସାମଗ୍ରୀର ସପିଂ ବିଲ୍ ସୃଷ୍ଟି କରିବ। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ କରିଛି । ଏହାର ବ୍ୟବହାର ମଧ୍ୟ ବହୁତ ସହଜ। ଷ୍ଟୋର୍‌ଗୁଡିକରେ ଉପଲବ୍ଧ ଇଣ୍ଟେଲିଜେଣ୍ଟ ସପିଂ କାର୍ଟଗୁଡିକ ସିଧାସଳଖ ବିଲିଂ ଡେସ୍କ ସହିତ ସଂଯୁକ୍ତ ରହିବ । ଗ୍ରାହକ କାର୍ଟରେ ଯାହା ବି ସାମଗ୍ରୀ ରଖିବେ, କାର୍ଟରେ ରହିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଜ୍ଜିତ କ୍ୟାମେରା ଏବଂ ସ୍କାନର୍ ସେହି ସାମଗ୍ରୀର ବିବରଣୀ ବିଲିଂ ଡେସ୍କକୁ ପଠାଇବ ଏବଂ ସାମଗ୍ରୀର ମୂଲ୍ୟ ଡାଟାବେସ ଆଧାରରୁ ବାହାର କରାଯାଇ ବିଲରେ ଯୋଡି ହୋଇଯିବ। ଯଦି ଗ୍ରାହକ…

Read More

ଭୁବନେଶ୍ବର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି। ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘର ଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି। ବତୀଘର ପର୍ଯ୍ୟଟନରେ ଓଡିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟହାଉସର ବିକାଶ କରାଯାଇଛି। ଏଥିରେ ଓଡିଶାର…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକାରେ ଉଡ଼ିବ ଡ୍ରୋନ କ୍ୟାମେରା। କାରଣ ହେଲା ପକ୍ଷୀ ଶିକାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ହାଇଟେକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚିଲିକାରେ ଶୀତ ଋତୁରେ ପକ୍ଷୀ ଶିକାରକୁ ରୋକିବା ପାଇଁ ଏପରି କଡ଼ା ପଦକ୍ଷେପ ନେଇଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଚିଲିକାରେ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ଅଛି ଏବଂ ଅକ୍ଟୋବର ୧ ରୁ ଅଦ୍ୟାବଧି ଚିଲିକାରେ 59 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଡ଼ିଏଫଓ ଶ୍ରୀ ନାୟକ କହିଛନ୍ତି। ଚଳିତ ବର୍ଷ ଡ୍ରୋନ କ୍ୟାମେରା ସମ୍ପୂର୍ଣ ଚିଲିକାକୁ ଜଗିବ ଏବଂ ପକ୍ଷୀ ଶିକାରୀଙ୍କୁ ଚି଼ହ୍ନଟ କରିବ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନିତି ଆପଣାଯିବ।ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ। ଗତ ବର୍ଷ ଗ୍ରୀଷ୍ମଋତୁରେ…

Read More

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା। ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୫ ଟା ୩୦ ମିନିଟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି ଅବପାତ ଏବଂ ବୁଧବାର ଦିନ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ନାମ ଦାନା କରାଯାଇଛି। ବର୍ତ୍ତମାନ ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଏକ ଅବପାତ ଏବଂ ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗଳାର ପୂର୍ବ କେନ୍ଦ୍ରୀୟ  ଉପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ସ୍ପର୍ଶ କରିବ।

Read More

ଚିଲିକା( ସୀତାରାମ ଅଗ୍ରୱାଲ): ଏଥର ଚିଲିକା ନିର୍ବାଚନ ମଣ୍ଡଳି ଓଏସଏସ ପାଇବାରେ ରେକର୍ଡ ହାସଲ କରିଛି। କାରଣ ପୂର୍ବରୁ କାଁ ଭାଁ ଏହି ଅଞ୍ଚଳରୁ ସଫଳତା ହାସଲ କରୁଥିବା ବେଳେ ଏଥର ପାଞ୍ଚ ଜଣଙ୍କୁ ମିଳିଛି ଓଏଏସ, ଯାହା ସେହି ଅଞ୍ଚଳ ପାଇଁ ଖୁସିର ଖବର ହୋଇଯାଇଛି। ଶିବାନୀ ରାଉତ: ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା ହେଉଛନ୍ତି ଶିବାନୀ। ସେ ଓଡିଶାରେ ୧୭୦ ତମ ସ୍ଥାନ ହାସଲ କରିଛନ୍ତି। ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି। ରାକେଶ ଜେନା: ସାରା ଓଡ଼ିଶାରେ ୨୪୭ ର‍୍ୟାଙ୍କ ରଖିଛନ୍ତି ବାଣପୁରର ରାକେଶ ଜେନା।ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଭାପୁର ଗ୍ରାମର ପ୍ରକାଶ ଜେନାଙ୍କ ପୁଅ ହେଉଛନ୍ତି…

Read More

Cyclone Alert: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା ଆଜି ଲୋକସେବା ଭବନରେ ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଡି କେ ସିଂହ, ସଂପୃକ୍ତ ବିଭାଗର ଅଧିକାରୀ ଏବଂ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରାମା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟା ନେଇ ଆଜି ପାଣିପାଗ ବିଭାଗ ତରଫରୁ ସ୍ୱତନ୍ତ୍ର ବୁଲେଟିନ୍ ଜାରୀ କରାଯାଇଛି। ଏଥିରେ.. 1- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଉପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 2- ଏହି ସଂପର୍କରେ ସଂପୃକ୍ତ ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 3- ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ୨୧ତାରିଖରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଓଡିଶା ତଟ ତଥା ଉତ୍ତର ବଙ୍ଗୋପସାଗରରେ ଲାଗିଥିବା ସମୁଦ୍ରକୁ ନ…

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ଯେଉଁ ବାତ୍ୟା ହେବ ବୋଲି ଆଶଙ୍କା ଥିଲା ତାହା ଆଜି ସ୍ପଷ୍ଟ ହୋଇଛି। ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ବାତ୍ୟା ହେବ ବୋଲି ସ୍ପଷ୍ଟ କରିଛି। ବର୍ତ୍ତମାନ ଏହ ସମୁଦ୍ର ଭିତରେ ପ୍ରାୟ ପାଞ୍ଚି କିଲୋମିଟର ବ୍ୟାପି ଘନୀଭୂତ ହେବାରେ ଲାଗିଛି। ତେବେ ଏହି ବାତ୍ୟାର ରୂପରେଖ କିପରି ହେବ ତାହା ଜଣାପଡି ନାହିଁ। ତେବେ ପାଣିପାଗ ବିଭାଗ ଅନୁସାରେ ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହେବ, ୨୨ ତାରିଖ ସକାଳ ସୁଦ୍ଧା ଅବପାତ ଏଂ ୨୩ ସୁଦ୍ଧା ବାତ୍ୟା ରୂପ ନେବ। ସେହିପରି ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Read More

ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବରର ଜଟଣୀରେ ହେବ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା କେନ୍ଦ୍ର। ଭିଡିଓ କନଫ୍ରେସିଂ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆସନ୍ତା 29 ତାରିଖରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହେବ ବୋଲି ଅପରାଜିତା ଷଡଙ୍ଗୀ। ଏ ନେଇ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ସେଥିପାଇଁ ଅପରାଜିତା ତାଙ୍କୁ ଏହି ନିଷ୍ପତି ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଅପରାଜିତା ଏହି କାର୍ଯ୍ୟର ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି।

Read More

IAS Ranu Sahu Arrested Issue: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ଛତିଶଗଡରେ ବହୁ କୋଟି ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ଇଡି କିଛିଦନ ତଳେ ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି। ଆଦିବାସୀ ବିକାଶ ବିଭାଗର ପୂର୍ବତନ ସହକାରୀ କମିଶନର ମାୟା ଭେରଙ୍କୁ ଇଡି ଗିରଫ କରିବାର ଠିକ୍ ଗୋଟିଏ ଦିନ ପରେ ଅକ୍ଟୋବର ୧୭ ରେ ଏହି ଗିରଫ କରାଯାଇଛି। ଉଭୟ ଅଧିକାରୀ ଦୁର୍ନୀତି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜିଲ୍ଲା ବିକାଶ ପାଇଁ ଉଦ୍ଦିଷ୍ଟ ଡିଏମ୍ଏଫ୍ ପାଣ୍ଠିକୁ ଏମାନେ ହେରଫେର କରିଥିଲେ। ଦୁର୍ନୀତି ଅଭିଯୋଗ ଏବଂ ରିମାଣ୍ଡ ଏହି ସ୍କାମର ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ ବରିଷ୍ଠ ସରକାରୀ କର୍ମଚାରୀମାନେ ନିଯୁକ୍ତ କଣ୍ଟ୍ରାକ୍ଟରଙ୍କ ସହ ମିଶି କୋରବା ଜିଲ୍ଲାର ବିକାଶ ପାଇଁ ଡିଏମଏଫରୁ ବେଆଇନ ଭାବେ ୧୦୦୦ କୋଟିରୁ ଅଧିକ ଟଙ୍କା…

Read More