ଭୁବନେଶ୍ୱର: ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂତନ ଜ୍ଞାନକୌଶଳର ଉପଯୋଗ କ୍ରମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ ଦେଇଛନ୍ତି। କୌଶଲ୍ୟାଗଙ୍ଗଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୪ ଦିନିଆ ମତ୍ସ୍ୟଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପରୋକ୍ତ ମର୍ମରେ ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା ଲକ୍ଷ୍ୟରେ ପ୍ରାଣୀସଂପଦ ବିକାଶ, ମତ୍ସ୍ୟଚାଷ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ ଏବଂ ଉଦ୍ୟାନଚାଷ ଜରିଆରେ ମହିଳା ସଶକ୍ତିକରଣକୁ ବିସ୍ତୃତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମହିଳା ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ରମେ ଗ୍ରାମପଞ୍ଚାୟତ ପୁଷ୍କରିଣୀଗୁଡ଼ିକରେ ବାୟୋଫ୍ଲକ୍ ତଥା ଅନ୍ୟାନ୍ୟ ମାଛଚାଷ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଯଥେଷ୍ଟ ଲାଭବାନ୍ କରାଇବ ବୋଲି ମନ୍ତ୍ରୀ ଶ୍ରୀ…
Author: Samikhsya Bureau
ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ ଠାରେ ‘ଏକତା ଦୌଡ’ ବା Run For Unity କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ପିଲା, କ୍ରୀଡା ହଷ୍ଟଲର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ସଂଗଠନର ପିଲାମାନେ ଯୋଗଦେଇ ଦୌଡରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ନେତୃତ୍ବ ନେଇ ଏହି ଦୌଡରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଓ ଦୃଢ ପଦକ୍ଷେପର ତୁଳନା ନାହିଁ। ଦେଶର ଏକତା ପାଇଁ ସର୍ଦ୍ଦାର ପଟେଲ ସମର୍ପିତ ହୋଇ ଏକ ଅଖଣ୍ଡ ଭାରତର ମୂଳଦୁଆ ସ୍ଥାପନ କରି ଦେଶୀୟ ରାଜ୍ୟ ମାନଙ୍କର ସମ୍ମିଶ୍ରଣରେ…
ଭୁବନେଶ୍ବର: ଆଜି ବିଜେପିରେ ଯୋଗଦେବେ ବିଜେଡି ନେତ୍ରୀ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଢେଙ୍କାନାଳ ଦିଲ୍ଲାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ। ଏ ଖବର ଜଣାପଡିବା ପରେ ଆଜି ସକାଳେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ ରୀନାରାଣୀଙ୍କର ଗଁଦିଆ ବ୍ଲକରେ ବେଶ ସୁଦୃଢ ସଂଗଠନ ରହିଛି। ସେ ବିଜେଡି ପାଇଁ ବେଶ ସକ୍ରିୟ ଭାବେ କାମ କରିଆସୁଥିଲେ। ହେଲେ ହଠାତ ସେ ବିଜେପିରେ ମିଶିବେ ବୋଲି କାହିଁକି ନିଷ୍ପତି ନେଲେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ସୁତ୍ର ଅନୁସାରେ ଢେଙ୍କାନାଳର ବିଜେଡି ନେତା ସୁଧୀର ସାମଲଙ୍କ ସହିତ ରୀନାରାଣୀଙ୍କ ସହ ଭଲ ସଂପର୍କ ନ ଥିଲା। ସୁଧୀର ସାମଲ କୁଆଡେ ରୀନାରାଣୀଙ୍କୁ ସଂଗଠନୀୟ କାର୍ଯ୍ୟରୁ ଅଲଗା କରି ରଖିଥିଲେ ବୋଲି ଅଭିଯୋଗ ହୋଇଛି। ସେଥିପାଇଁ ରୀନା ବିଜେଡିର ପଦଯାତ୍ରା ସମୟରେ ନିଜକୁ ଦୂରେଇ ରଖିଥିଲେ ବୋଲି ରୀନାରାଣୀଙ୍କ ସମର୍ଥକ ଅଭିଯୋଗ କରିଛନ୍ତି।…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଆଜି ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ତରଫରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ଯାହାକଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶାନାମା ପ୍ରକାଶିତ ହୋଇଛି।
ଭୁବନେଶ୍ବର: ଆଜି ହେଉଛି ଧନତେରାସ। ଆଜିର ଦିନରେ ସୁନା କିଣିଲେ ସବୁବେଳ ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ସେଥିପାଇଁ ଅନେକ ସୁନା କିଣିବା ପାଇଁ ଏହି ଦନକୁ ଅପେକ୍ଷା କରିଥାନ୍ତି। ତେବେ ଆଜିର ସୁନା ଦର ଯାହା ରହିଛି ତାହା ଲୋକଙ୍କୁ ହତାସ କରିଦେଇଛି। କାରଣ ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୧୭ ହଜାର ଟଙ୍କା ଅଧିକ ରହିଛି। ବିଭିନ୍ନ ସୁନା ଗହଣା ନିର୍ମାତାଙ୍କ ତଥ୍ୟ ଅନୁସାରେ ଆଜି ଭୁବନେଶ୍ବରରେ ଯେଉଁ ଦର ରହିଛି ତାହା ହେଲା ୨୨ କ୍ୟାରେଟ୍ ସୁନା ଦାମ ଆଜି ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ୪୫୦ ଟଙ୍କା ରହିଛି। ଫଳରେ ଅନେକ ଗ୍ରାହକ କେବଳ ବିଧି ଅନୁସାରେ ଅଳ୍ପ ସୁନା କିଣି ନିଜର ଇଚ୍ଛା ପୁରଣ କରୁଛନ୍ତି।
ଭୁବନେଶ୍ବର: ଆଜି ଦୁର୍ନିତି ନିବାରଣ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଯେଉଁ ବିବୃତି ଦେଇଛନ୍ତି ତାହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଭାରେ କହିଲେ ଯେ, ମୋତେ କେହି ହେୟଜ୍ଞାନ କରନ୍ତୁ ନାହିଁ। ବର୍ତ୍ତମାନ ଟ୍ରେଲର ଚାଲିଛି, ପୁରା ଫିଲ୍ମ ପାଇଁ ଅପେକ୍ଷା କରନ୍ତୁ। ଏହାକୁ ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ଲେନିନ ମହାନ୍ତି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଶେଷରେ ମୁଖ୍ୟମନ୍ତ୍ରୀ ମାନିଲେ ଯେ, ସେ ଅସହାୟ। କାରଣ ଏପରି ନ ହୋଇଥିଲେ ସେ କେବେ ବି ନିଜକୁ କେହି ହେୟଜ୍ଞାନ କରନ୍ତୁ ନାହିଁ ବୋଲି କହି ନ ଥାଆନ୍ତେ। ଏହା ଦ୍ବାରା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପୁରା ଅସାହୟ ବୋଲି ଶ୍ରୀ ଲେନିନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭଲ ହୋଇ ଥାଆନ୍ତା ଯଦି ମୁଖ୍ୟମନ୍ତ୍ରୀ ସେମାନଙ୍କ…
ଭୁବନେଶ୍ବର: ମୋତେ କେହି ହେୟ ଜ୍ଞାନ କରନ୍ତୁ ନାହିଁ, ଏବେ ଟ୍ରେଲର ଚାଲିଛି.. ଆଗକୁ ପୁରା ସିନେମା ବାକି ଅଛି ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ ବରିଷ୍ଠ ଅଧିକାରୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିଲା। ଯେଉଁମାନେ ଦୁର୍ନିତି କରୁଛନ୍ତି ସେମାନଙ୍କୁ ଖୁବ ଶିଘ୍ର ବନ୍ଧାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ତାଙ୍କୁ କେହି ହେୟ ଜ୍ଞାନ କରନ୍ତୁ ନାହିଁ ବୋଲି କହିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ତାହା ହେଲା ଯେ, ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କୁ କିଏ ହେୟଜ୍ଞାନ କରୁଛି କି ? ତେବେ ସେମାନେ ଅଧିକାରୀ ନା ମନ୍ତ୍ରୀ ନା ବିଜେପି ନେତା। କାରଣ ଓଡିଶା ପରି ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କିଏ ହେୟଜ୍ଞାନ କରିବ ସେ ନେଇ ସନ୍ଦେହ ରହିଛି। ତେବେ କଣ ମୁଖ୍ୟମନ୍ତ୍ରୀଙ୍କ ଏହା ନିଜ ଅନୁଭବ କି ବୋଲି ସାଧାରଣ ଆଲୋଚନା…
ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀସ୍ଥିତ ବିଞ୍ଚିଗିରିଠାରେ ଜାତୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ଜାତୀୟ ଅନୁଷ୍ଠାନ ମାଧ୍ୟମରେ ଯୋଗ ଏବଂ ଓଡିଶାର ହଜିଯାଉଥିବା ପ୍ରାକୃତିକ ଚିକିତ୍ସାର ପ୍ରସାର ହୋଇପାରିବ। ପୂର୍ବରୁ ଅପରାଜିତା ଆୟୁଷ ବିଭାଗ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହାର ଅନୁମୋଦନ କରାଇଥିଲେ। ଫଳରେ ଅପରାଜିତାଙ୍କ କାର୍ଯ୍ୟକାଳରେ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇପାରେ। ଏହି ଉତ୍ସବରେ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିଆ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆୟୁଷମନ୍ତ୍ରୀ ପ୍ରତାପରାଓ ଯାଦବ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଅପରାଜିତା ଷଡଙ୍ଗୀ…
ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ଆଜି ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ। ସେ ନେଇ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଚାଲିଛି। ଯେଉଁମାନେ ଡେରିରେ ଆବେଦନ କରିଛନ୍ତି କିମ୍ବା କଟିଯାଇଛନ୍ତି ସେମାନଙ୍କ କଥା ବିଚାର କରି ଏହି ଟଙ୍କା ପ୍ରଦାନ କରାଯିବ। ଗତ କ୍ୟାବିନେଟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ କେତେକ ପରିବର୍ତ୍ତନ କରିଛନ୍ତି। ସେଥିରେ ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ ଏହି ଯୋଜନାରୁ ବାଦ ପଡୁଥିଲେ।ହେଲେ କ୍ୟାବିନେଟ ଅନୁମୋଦନ ଅନୁସାରେ ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ସେସବୁକୁ ବିଚାର କରି ଏହି ତୃତୀୟ କିସ୍ତି ପ୍ରଦାନ କରାଯିବ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନ କରି ସନ୍ଧ୍ୟାରେ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସମିକ୍ଷାପରେ ଗଣ ମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ସମୁଦାୟ 6210 ଟି ଆଶ୍ରୟସ୍ଥଳରେ 8 ଲକ୍ଷରୁ ଅଧିକ ଲୋକ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି । ମାତ୍ର 30 ହଜାର ଲୋକ 470 ଟି ଆଶ୍ରୟସ୍ଥଳୀରେ ଅଛନ୍ତି ।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଛନ୍ତି। ଆଜି ଅଲ୍ ଇଣ୍ଡିଆ ରେଡିଓର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଆଇନଗତ ଭାବେ କାହାକୁ ଡିଜିଟାଲ୍ ଆରେଷ୍ଟ କରାଯାଇପାରିବ ନାହିଁ। ଡିଜିଟାଲ ଆରେଷ୍ଟ ନାମରେ ଘଟୁଥିବା ଠକେଇକୁ ରୋକିବା ପାଇଁ ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ପୀଡିତା ଏବଂ ଜଣେ ଠକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। କଥାବାର୍ତ୍ତା ସମୟରେ ଠକ ନିଜକୁ ପୋଲିସ, ସିବିଆଇ କିମ୍ବା ନାର୍କୋଟିକ୍ସ ବିଭାଗର ଅଧିକାରୀ ବୋଲି କହୁଥିଲେ। ଏହିପରି ଠକମାନେ ପୀଡିତାଙ୍କଠାରୁ ବ୍ୟକ୍ତିଗତ ସୂଚନା ନେଇ ଭୟର ବାତାବରଣ ସୃଷ୍ଟି କରନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଶ୍ରେଣୀର ଏବଂ ବୟସ ବର୍ଗର ଲୋକମାନେ ଡିଜିଟାଲ୍ ଗିରଫଦାରୀର ଶିକାର ହୋଇଛନ୍ତି ଏବଂ ଭୟ ଯୋଗୁଁ ଲକ୍ଷ ଲକ୍ଷ…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟା ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଅରବିନ୍ଦ ପାଢ଼ୀ ଏହି ପ୍ରଦର୍ଶନୀକୁ ସ୍ଥାନୀୟ ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନେ ନିଜ ନିଜ ର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର,…
ଭୁବନେଶ୍ବର: ବାତ୍ୟା “ଦାନା” ସ୍ଥଳଭାଗ ଛୁଇଁବାର ଆଜକୁ ପ୍ରାୟ ତିନି ଦିନ ହୋଇଗଲାଣି । ଏହା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟାର ଓ ତତ୍ ଜନିତ ବନ୍ୟାର ପ୍ରକୋପରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକରେ ଯେଉଁଠାରେ କି ଅଦ୍ୟାବଧି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଅଣାଯାଇପାରି ନାହିଁ, ସେଠାକୁ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କ ଆଦେଶରେ ଅତିରିକ୍ତ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇ ତତ୍ପରତାର ସହ ଦିବାରାତ୍ର ଏକ କରି କାର୍ଯ୍ୟ ପନ୍ଥାକୁ ତ୍ଵରାନିତ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଅନୁରୋଧ କ୍ରମେ ପ୍ରାୟ ଅଧିକାଂଶ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀଙ୍କ ସଫଳ ଉଦ୍ୟମରେ ଅନେକ ସମ୍ବେଦନଶୀଳ ସ୍ଥାନ, ରାସ୍ତା, ଘର, ସରକାରୀ ଦପ୍ତର, ଡାକ୍ତରଖାନା ଓ ବିଦ୍ୟାଳୟ ପରିସର ମାନଙ୍କରେ ବିଦ୍ୟୁତ୍ ର ପୁନଃ ସଂଯୋଗୀକରଣ, ରାସ୍ତାଘାଟ ଗମନାଗମନ ଯୋଗ୍ୟ, ଘର ଗୁଡିକୁ ବିପଦମୁକ୍ତ ଓ ଜଳମଗ୍ନ ସ୍ଥାନ ଗୁଡିକ ରେ ଫସି ରହିଥିବା ଲୋକ ମାନଙ୍କୁ ପର୍ଯ୍ୟାୟକ୍ରମେ…
ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦ ପ୍ରତିଶତ ହ୍ରାସ କରିଛି। ଏହି ସୀମିତ ସମୟ ଅଫରରେ, ୯୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍ ବର୍ତ୍ତମାନ ବଜାରରେ ୬୯୯ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ ହୋଇଛି। ଉଲ୍ଲେଖନୀୟ ଭାବେ ଜିଓଭାରତ ୪ଜି ଫୋନରେ ମାତ୍ର ୧୨୩ ଟଙ୍କାରେ ମାସିକ ରିଚାର୍ଜ ହୋଇପାରିବ, ଯେଉଁଥିରେ ଅସୀମିତ ମାଗଣା ଭଏସ୍ କଲ୍ ଏବଂ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ। ଜିଓଭାରତ ଫୋନର ୧୨୩ ଟଙ୍କା ମୂଲ୍ୟର ମାସିକ ରିଚାର୍ଜ ପ୍ଲାନ ଅନ୍ୟ ଅପରେଟରଙ୍କ ସର୍ବନିମ୍ନ ମାସିକ ରିଚାର୍ଜ ପ୍ଲାନ ତୁଳନାରେ ୪୦ ପ୍ରତିଶତ ଶସ୍ତା ରହିଛି । କାରଣ ଅନ୍ୟ ନେଟୱାର୍କଗୁଡ଼ିକରେ ଫିଚର ଫୋନର ମାସିକ ରିଚାର୍ଜ ପାଇଁ ସର୍ବନିମ୍ନ ମୂଲ୍ୟ ୧୯୯ ଟଙ୍କା ରହିଛି, ଯାହା ଜିଓ ଅପେକ୍ଷା ୭୬ ଟଙ୍କା…
ନୂଆଦିଲ୍ଲୀ: ଜମି ରେକର୍ଡର ଡିଜିଟାଇଜେସନ୍, ଜମି ମାଲିକାନା ପରିଚାଳନାର ଆଧୁନିକୀକରଣ ସହିତ ଗ୍ରାମୀଣ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ଏହି ପଦକ୍ଷେପ ଭୂମି ପ୍ରଶାସନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିଛି ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ ପରିବାରକୁ ସଶକ୍ତ କରିଛି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ନିକଟରେ ଜଟିଳ କାଗଜପତ୍ର ଏବଂ ମାଲିକାନା ବିବାଦ ସହିତ ଜଡିତ ଦୀର୍ଘ ଦିନର ଆହ୍ୱାନର ମୁକାବିଲା କରି ଏହି ପରିବର୍ତ୍ତନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୬ ରୁ ଗ୍ରାମୀଣ ଭାରତରେ ପ୍ରାୟ ୯୫% ଜମି ରେକର୍ଡକୁ ଡିଜିଟାଇଜ୍ କରାଯାଇଛି, ଯାହା ଗ୍ରାମାଞ୍ଚଳରେ ସୁରକ୍ଷିତ ଏବଂ ଉପଲବ୍ଧ ଜମି ମାଲିକାନା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଜମି ରେକର୍ଡର ଡିଜିଟାଇଜେସନ୍ ର ଆବଶ୍ୟକତା ଭାରତରେ ଜମି ରେକର୍ଡର ଡିଜିଟାଇଜେସନ୍ ବିବାଦ, ଠକେଇ ଏବଂ ମାନୁଆଲ…
ଭୁବନେଶ୍ବର: ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ସେ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯାଇଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ସାକ୍ଷାତ କରିଥିଲେ। ଏହାପରେ ବିର୍ଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ରାଜଭବନରେ ବିର୍ଲାଙ୍କୁ ସାକ୍ଷାତ କରିଥିଲେ। ସେଠାରେ ଉଭୟ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ଆଲୋଚନା କରିଥିଲେ। ବିର୍ଲା ଏକ ଘରୋଇ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି।
ଭୁବନେଶ୍ବର: ବାତ୍ୟା “ଦାନା”ର ପରବର୍ତ୍ତୀ କ୍ଷୟକ୍ଷତି କୁ ଦୃଷ୍ଟିରେ ରଖି ବାତ୍ୟା ଆସନ୍ନ ଜିଲ୍ଲା ଗୁଡିକରେ ମୁତୟନ ହୋଇଥିବା କର୍ମଚାରୀମାନେ ବାତ୍ୟା “ଦାନା” ର ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଭାଙ୍ଗି ପଡିଥିବା ବା ଉପୁଡିପଡ଼ିଥିବା ଗଛ ଗୁଡିକୁ କାଟି ସଫାକରି ରାସ୍ତା ଗମନାଗମନ ଯୋଗ୍ୟ କରାଯାଇଛି। ସେହିପରି ଘର ଗୁଡିକୁ ବିପଦମୁକ୍ତ କରିବା ସହିତ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଘେରରେ ରହିଥିବା ଲୋକ ମାନଙ୍କୁ ନିରାପଦରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଅପରାହ୍ଣ ୫.୩୦ ଘଟିକା ସୁଦ୍ଧା ହସ୍ତଗତ ହୋଇଥିବା ବିବରଣୀ ଅନୁସାରେ ସମୁଦାୟ ୫୫୮ ଟି ସ୍ଥାନରେ ୧୩୫୦ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କରାଯାଇଛି। ସେହିପରି ୨୨୦ ରୁ ଉର୍ଦ୍ଧ୍ଵ ଘରକୁ ବିପଦମୁକ୍ତ କରାଯାଇଥିଲା।…
ଭୁବନେଶ୍ୱର: ସମ୍ପ୍ରତି ବାତ୍ୟା ‘ଦାନା’ ର ପ୍ରଭାବ ତଥା ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ପ୍ରଭାବିତ ବିଭିନ୍ନ ଜିଲ୍ଲାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ସେଚ ସଦନର ବନ୍ୟା ନିୟନ୍ତ୍ରଣ କକ୍ଷରେ ଏକ ସମୀକ୍ଷା ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ। ଏହି ବୈଠକରେ ଜଳ ସମ୍ପଦ ବିଭାଗର ଉଚ୍ଚ ପଦାଧିକାରୀ ଯୋଗ ଦେଇଥିଲେ। ଜଳ ସମ୍ପଦ ବିଭାଗର ଜିଲ୍ଲା ସ୍ତରୀୟ ନୋଡାଲ ଅଫିସରମାନେ ପୂର୍ବରୁ ପ୍ରଭାବିତ ଜିଲ୍ଲା ମାନଙ୍କରେ ମୁତୟନ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି l ପ୍ରଶାସନ ସହିତ ସମନ୍ବୟ ରକ୍ଷା କରି ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ପରିଚାଳନା କରାଯିବାକୁ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ବର: ବାତ୍ୟା ଦାନା ଉଦ୍ଧାର କାର୍ଯ୍ୟକୁ ନେଇ ବଡ ପ୍ରଶ୍ନ ଉଠାଇଛି ବିଜେଡି। ରାଜ୍ୟ ସରକାର ଲୋକ ସ୍ଥାନାନ୍ତର ଏବଂ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରଦାନ କରିଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି ଯେ, ପ୍ରକୃତରେ ରାଜ୍ୟ ସରକାର କେତେ ଲୋକଙ୍କୁ ସ୍ଥାନାନ୍ତରିତ କରିଛନ୍ତି ତାହାର ସଠିକ ହିସାବ ଦିଅନ୍ତୁ। ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କେତେବେଳେ ଚାରି ଲକ୍ଷ, କେତେବେଳେ ଛଅ ଲକ୍ଷ କେତେବେଳେ ଆଠ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି ବୋଲି କହୁଛନ୍ତି। ତେବେ ଏ ନେଇ ରାଜ୍ୟ ସରକାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ। କାରଣ ଦାନା ବାତ୍ୟା ବେଳେ ଯେଉଁ ବେଗରେ ପବନ ପ୍ରବାହିତ ହେଉଥିଲା ସେଥିରେ ଏତେ ଲୋକ ସ୍ଥାନାନ୍ତରିତର ଆବଶ୍ୟକତା ନ ଥିଲା। ଯଦି କରାଯାଇଛି ଭଲ କଥା। ହେଲେ କେଉଁ ବାତ୍ୟା ଆଶ୍ରୟସ୍ଥଳରେ କେତେ ଲୋକ ରହିଥିଲେ ତାହାର…
ଭୁବନେଶ୍ବର: ଭୁବନେଶ୍ବର କଲରାପତରିଆ ବାଘ। ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଆତଙ୍କ ଖେଳିଯାଇଛି। ଭୁବନେଶ୍ବରର ଭିଆଇପିମାନେ ଆତଯାତ କରୁଥିବା ଏୟାରପୋର୍ଟ ଅଞ୍ଚଳରେ ଏହି ବାଘ ଅଛି ବୋଲି ବର୍ତ୍ତମାନ ଖୋଜାଖୋଜି ଚାଲିଛି। ସେହି ଭିତରେ ଥିବା ଛୋଟ ଜଙ୍ଗଲ ଭିତରେ ବାଘ କେଉଁଠି ଲୁଚିଥିବାର ସନ୍ଦେହ କରାଯାଉଛି। ହେଲେ ଏ ପର୍ଯ୍ୟନ୍ତ ବାଘର କୌଣସି ପତ୍ତା ମିଲିପାରି ନାହିଁ। ଘଟଣାରୁ ଜଣାପଡିଛି ଯେ, ଏୟାରପୋର୍ଟ ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ। ସେ ଅଳିଆ ପକାଇବା ପରେ ହଠାତ ଗୋଟିଏ ବାଘ ଏୟାରପୋର୍ଟ ପାଚେରୀ କଡରେ ଯାଉଥିବାର ଲକ୍ଷ୍ୟ କଲେ। ସେହି ପାଚେରୀକୁ ଲାଗି ଜଣେ ମହିଳା ଛିଡା ହୋଇଥିଲେ। ସେ ତାଙ୍କୁ ବଡପାଟିରେ ବାଘବାଘ ବୋଲି ଚିତ୍କାର କଲେ। ସେହି ମହିଳା ମଧ୍ୟ ବାଘ ଦେଖି ଦୌଉଡିଲେ। ଉଭୟ ଏକ ଛୋଟ କଲପତରିଆ ବାଘ ଦେଖିଛନ୍ତି ବୋଲି ସ୍ବୀକାର କରୁଛନ୍ତି। ଏହି ଖବର ଜଣାପଡିବା…

