Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ
ଜାତୀୟ ଖବର

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ

November 26, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଲେ ଯେ ପିତୃମାତୃହୀନ ଶିଶୁମାନେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ। ପୂର୍ବରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ନାମ ଥିଲା ‘ରେନ୍‌ବୋ’, ଯାହା ମଝିରେ ମଝିରେ ଆକାଶରେ ପରିଦୃଶ୍ୟ ହୋଇଥାଏ। ପରେ ରେନ୍‌ବୋ ନାମକୁ ପରିବର୍ତ୍ତନ କରି ମହକ ରଖା ଯାଇଥିଲା। ଏହି ନାମକରଣ ବାସ୍ତବିକ୍‌ ଯଥାର୍ଥ।

କୋଭିଡ୍‌-୧୯ ମହାମାରୀ ସମୟରେ ପିତୃମାତୃହୀନ ଶିଶୁମାନଙ୍କ ଲାଳନ ପାଳନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ‘ପିଏମ୍‌ କେୟାର’ ଯୋଜନା ଆରମ୍ଭ କରିଥିଲେ। ଏବେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଶିଶୁ ଯନି ଅନୁଷ୍ଠାନ ସେହିଭଳି ସମୁଚିତ ଲାଳନ ପାଳନରେ ପ୍ରୟାସରତ।

ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଶିଶୁମାନେ ହେଉଛନ୍ତି ନିଷ୍ୱାପ, କଳୁଷତା ସେମାନଙ୍କୁ ସ୍ପର୍ଶ କରି ନ ଥାଏ। ସେଥିପାଇଁ ସେମାନଙ୍କୁ ଦେବତାର ଆଖ୍ୟା ଦିଆଯାଇଥାଏ। କୌଣସି ନା କୌଣସି କାରଣରୁ ଯେଉଁ ଶିଶୁମାନଙ୍କୁ ପିତାମାତାଙ୍କ ସ୍ନେହ ଓ ଶ୍ରଦ୍ଧା ମିଳି ପାରିନି, ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଜରୁରୀ। ଶିକ୍ଷା ଶେଷ ପର୍ଯ୍ୟନ୍ତ ସେମାନଙ୍କ ଦକ୍ଷତା ଓ ଅର୍ନ୍ତନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ଜରୁରୀ।

ଏହିଭଳି କୋମଳମତି ଶିଶୁମାନଙ୍କୁ ଶ୍ରଦ୍ଧା, ସ୍ନେହ ଓ ସଦିଚ୍ଛାର ହାତ ବଢ଼ାଇ, ସେମାନଙ୍କ ମୁହଁରେ ହସ ଫୁଟାଇ ଓ ସମାଜରେ ସେମାନଙ୍କୁ ସମ୍ମାନ ଓ ପ୍ରତିଷ୍ଠା ମିଳିବା ପାଇଁ ଉଦ୍ୟମ କରୁଥିବା ଶିଶୁ ଯନି ଅନୁଷ୍ଠାନର ଭୂମିକା ବାସ୍ତବିକ ଅଭିନନ୍ଦନୀୟ। ସମଗ୍ର ରାଜ୍ୟରେ ୨୨୫ଟି ପଞ୍ଜିକୃତ ଶିଶୁ ଯନି ଅନୁଷ୍ଠାନରେ ୮୬୮୩ରୁ ଅଧିକ ଶିଶୁମାନଙ୍କର ଯନି, ସୁରକ୍ଷା, ବିକାଶ, ତଥା ସହଭାଗିତାର ଅଧିକାରଗୁଡ଼ିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକ ମାଧ୍ୟମରେ ନିଶ୍ଚିତ କରାଯାଉଥିବା ପ୍ରଶଂସନୀୟ।

ପିତୃମାତୃହୀନ ଶିଶୁର ସମୁଚିତ ଲାଳନ ପାଳନ ପାଇଁ ସରକାର ଚିନ୍ତା କରି ସେମାନଙ୍କୁ ଏକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହିଭଳି ୫ଟି ଶିଶୁଙ୍କ ସଂପୂର୍ଣ୍ଣ ଦାୟିତ୍ୱ ନେବେ ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ବଣମଲ୍ଲୀ ବଣରେ ଫୁଟି ମଉଳି ନ ଯାଉ । ଯେଉଁ ଶିଶୁମାନେ କମ୍‌ ବୟସରୁ ସଂଘର୍ଷ ଦେଖିଛନ୍ତି ଓ ପାରିବାରିକ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପ୍ରତିଭାର ଉନ୍ମେଷ ଓ ବିକାଶ ହେବା ଜରୁରୀ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଓ ହସ୍ତଶିଳ୍ପ ହସ୍ତକଳାର ପ୍ରସାର ନିମନ୍ତେ ଡିଜିଟାଲ ପ୍ଲାଟଫର୍ମ ଯୋଗାଇ ଦେଇ ପାରିଲେ ବିଶ୍ୱବ୍ୟାପୀ ଆଦୃତି ମିଳିବ।

ରାଜ୍ୟର ଉପାନ୍ତ, ସୀମାନ୍ତ ଓ ଗ୍ରାମ୍ୟ ପ୍ରତିଭାମାନଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ପାରିଲେ ସେମାନଙ୍କ ପ୍ରତିଭାର ମହକରେ ସାରା ବିଶ୍ୱରେ ମହକ ଖେଳିଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତବ୍ୟକ୍ତ କରିଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇ କହିଲେ ଯେ ପୁଷ୍ପର ମହକ ଯେପରି ସବୁଆଡ଼େ ଖେଳିଯାଏ ସେହିପରି ଶିଶୁ ଯନି ଅନୁଷ୍ଠାନର ପିଲାମାନଙ୍କ ମହକ ଓ ପ୍ରତିଭା ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ବ୍ୟାପୀଯାଇଛି। ଏହି ପ୍ରତିଭାବାନ ଶିଶୁମାନଙ୍କ ସମୁଚିତ ଉନ୍ନତି ଓ ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସବୁବେଳେ ପ୍ରୟାସରତ। ମହକ ସେହି ପ୍ରୟାସର ସଫଳ ଉଦ୍‌ଭାବନା। ଯେଉଁ ଶିଶୁମାନେ ୫ ଦିନ ଧରି ଉଚ୍ଚକୋଟୀର ପ୍ରତିଭା ପ୍ରଦର୍ଶନ କରିବେ, ସେମାନେ ପୁରସ୍କୃତ ହେବେ ବୋଲି ଶ୍ରୀମତୀ ଶର୍ମା କହିଥିଲେ।

ଶିଶୁ ସୁରକ୍ଷା ସହାୟତା ନମ୍ବର-୧୦୯୮ର ଭିଡିଓକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲୋକାର୍ପିତ କରିଥିଲେ । ଶିଶୁ କଳାକାର ବିଦୂସ୍ମିତା ଶବର ଚିତାକର୍ଷକ ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହି ନେଇଥିଲେ।

ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ପିଲାମାନେ ସ୍ୱହସ୍ତରେ ଆଙ୍କିଥିବା ଚିତ୍ରକୁ ଅତିଥିମାନଙ୍କୁ ଭେଟି ଦେଇଥିଲେ। ପୂର୍ବରୁ ଆଦୃତ ଶିଶୁ ଗୃହ, ଖୋର୍ଦ୍ଧାର ଶିଶୁ ପ୍ରତିଭାମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ବେଲୁନ୍‌ ଉଡ଼ାଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଦ୍ୱୟ ରାଜ୍ୟ ଶିଶୁ ମହୋତ୍ସବ ମହକର ଉଦ୍‌ଘାଟନ କରିଥିଲେ।

 

ପୃଥ୍ୱୀରାଜ ହରିଚନ୍ଦନ ପ୍ରଭାତୀ ପରିଡା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.