Author: Samikhsya Bureau

ନୂଆଦିଲ୍ଲୀ: ଗୋଟିଏ ଥଣ୍ଡା ପାନୀୟ ବା କୋଲଡ୍ ଡ୍ରିଙ୍କିସର ଦାମ ହେଉଛି ୧୬ ହଜାର ୪୦୦ ଟଙ୍କା। ଏହା ଯେ କେହି ଶୁଣିଲେ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏତେ ଟଙ୍କାର କୋଲଡ ଡ୍ରିଙ୍କିସ ଅଛି କି ବୋଲି ପ୍ରଶ୍ନ ଉଠିବ। ହେଲେ ତାହା ନୁହେଁ, ପ୍ରକୃତରେ ଏକ କୋଲଡ ଡ୍ରିଙ୍କିସର ଦାମ ଏକ ହୋଟେଲ ତାଙ୍କ ଗ୍ରାହକଙ୍କୁ ଏହି ଟଙ୍କା ଦାବୀ କରିଛି। ଏତେ ଟଙ୍କା କାହିଁକି ବୋଲି ପ୍ରଶ୍ନ କରିବାରୁ ଗ୍ରାହକଙ୍କୁ ମାରଧର କରାଯିବା ସହିତ ପୁଣି ପଚାଶ ହଜାରଟଙ୍କା ଦାବୀ କରାଯାଇଛି। ତେବେ ଘଟଣାଟି ନୂଆଦିଲ୍ଲୀରେ ଘଟିଛି। ସବୁଠୁ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରେମାଳାପ ଲୋଭରେ ଜଣେ ପୁରୁଷ ଏହି ଘଟଣାରେ ଫସିଯାଇଛନ୍ତି। ଯିଏ କି ହଟହଟା ହେବା ସହିତ ଗୋଟିଏ ଥଣ୍ଡା ପାନୀୟ ଏତେ ଦାମ ଦେବାକୁ ବାଧ୍ୟ ହେଉଥିଲା। ପରବର୍ତ୍ତି ସମୟରେ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚି ଏକ…

Read More

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ। ଏହି ଦାୟିତ୍ବ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି। ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ। ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍‌ରେ…

Read More

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ସମେତ ଚାଲିଶ ଜଣ ରହିଛନ୍ତି। ତେବେ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଏହି ଦୁଇଜଣ ଝାଡଖଣ୍ଡ ନିର୍ବାଚନର ମୁଖ୍ୟ ଆକର୍ଷଣ ହେବେ। ଚାଲିଶ ଜଣିଆ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା। ସେହିପରି ତୃତୀୟ ରାଜନାଥ ସିଂ ଏବଂ ଚତୁର୍ଥରେ ଅମିତା ଶାହା। ତାପରେ ନୀତିନ ଗଡକରୀ, ଶିବରାଜସିଂ ଚୌହ୍ବାନ ଏବଂ ହେମନ୍ତ ବିଶ୍ବଶର୍ମା ରହିଛନ୍ତି। ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ 12 ନମ୍ବରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 17 ନମ୍ବରରେ ରହିଛନ୍ତି। ତେବେ ଏହି ତାଲିକାରେ ଆଦିବାସୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯେପରିକି ଚମ୍ପେଇ ସୋରେନ, ଅର୍ଜ୍ଜୁନ ମୁଣ୍ଡା, ବିଷ୍ଣୁ ଦେଶାଇ ପ୍ରମୁଖ…

Read More

ଭୁବନେଶ୍ବର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍‌ଟି’ ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ…

Read More

ଭୁବନେଶ୍ବର: ବାତ୍ୟା ଦାନା ଶେଷରେ ସ୍ଥଳଭାଗ ଛାଡିବା ପକ୍ରିୟା ଆରମ୍ଭ କରିଛି। ଗତକାଲି ମଧ୍ୟ ରାତ୍ରୀରେ ଏହା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ତେବେ ଏହି ସମୟରେ ଯେଉଁ ତାଣ୍ଡବ ଲିଳା କରିଥିଲା ତାହାର ଏହା ହେଉଛି ପ୍ରମାଣ। ବର୍ତ୍ତମାନ ଦାନା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ପରିଣତ ହୋଇଛି। ଆଉ ଏକ ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗରୁ ଅପସରି ଯିବ। ବାତ୍ୟା ପରେ ଅବପାତ, ପରେ ଲଘୁଚାପକୁ ପରିବର୍ତ୍ତନ ହୋଇ ଏହା ଉଭେଇ ଯିବ।

Read More

ଭୁବନେଶ୍ବର: ଶେଷରେ ବାତ୍ୟାକୁ ନେଇ ଯେଉଁ ଆଶା ଆଶଙ୍କା ଥିଲା ତାହା ଶେଷ ହୋଇଛି। ବାତ୍ୟା ଦାନାର ଲ୍ୟାଣ୍ଡଫଲ ପକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ବାତ୍ୟା ସ୍ଥଳଭାଗରୁ ଅପସରି ଯିବା ପାଇଁ ଚେଷ୍ଠା କରୁଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଭୀଷଣ ବାତ୍ୟା ଦାନା ଦୁର୍ବଳ ହୋଇ କେବଳ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଏହାପରେ ଅବପାତ ପରେ ଲଘୁଚାପକୁ ପରିବର୍ତ୍ତନ ହୋଇ ଉଭାଇ ଯିବ। ଗତକାଲି ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ଏହାପରେ ରାତି ପ୍ରାୟ ୧. ୩୦ ରୁ ୩ ଟା ୩୦ ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିଥିଲା।

Read More

ଭୁବନେଶ୍ବର: ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ବର୍ତ୍ତମାନ ସ୍ଥଳଭାଗ ଅତିକ୍ରମ କରୁଛି ଦାନା। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ପଶ୍ଚାତ ଭାଗ ସ୍ଥଳଭାଗରେ ପହଚିଛି। ଏହି ପକ୍ରିୟା ଶେଷ ହେବାକୁ ଆହୁରି ଦୁଇଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରାଯାଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଦାନା ଦୁର୍ବଳ ହେବ। ଏହାର ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି।…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF  ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୧ଟି ଜିଲ୍ଳାର ୩୮ଟି ବ୍ଲକର ୧୬୫୩ଟି ଗ୍ରାମ , ୯ଟି ପୌରାଞ୍ଚଳ ଓ ୨୬ଟି ୱାର୍ଡ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଥିବା ତଳିଆ ଓ ବିପଦଶଙ୍କୁଳ ଅଞ୍ଚଳରୁ ସମୁଦାୟ ୩,୬୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରହିଛି। ଆଜି ଦିନ ୧୧ଟା ସୁଦ୍ଧା ୩ଲକ୍ଷ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର…

Read More

Cyclone Dana Pre Impact: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ବର୍ତ୍ତମାନଠାରୁ ଡରାଇବା ଆରମ୍ଭ କଲାଣି। ସମୁଦ୍ର ଉପକୂଳ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି। ଏହାର ପ୍ରଭାବ ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ପରିଲକ୍ଷିତ ହୋଇଛି। ବାଲେଶ୍ବର ବସ୍ତା ଅଞ୍ଚଳରେ ଗତକାଲି ରାତିରୁ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ବସ୍ତା ବ୍ଲକର ବୃନ୍ଦାବନପୁର ଗ୍ରାମରେ ବହୁ ଗଛ ଉପୁଡି ପଡିଥିବାର ଦେଖାଯାଇଛି। ଏହି ଖବର ଜାଣିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାରେ ଲାଗିଛନ୍ତି। ସେହିପରି ଚାଳଘର ଗୁଡିକର ଅବସ୍ଥା ମଧ୍ୟ ତଦୃପ। ଯଦି ବାତ୍ୟା ଆସିବା ପୂର୍ବରୁ ଏପରି ସ୍ଥିତି ତେବେ ବାତ୍ୟା ଆସିଲେ କଣ ହେବ ବୋଲି ଲୋକେ ଭୟଭିତ ହୋଇପଡିଛନ୍ତି।

Read More

ଭୁବନେଶ୍ବର: ବାତ୍ୟା ଦାନାର ପ୍ରଭାବ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି। ପାରାଦୀପ, ଜଗତସିଂହପୁର ବାଲେଶ୍ବର ଭଦ୍ରକରେ ଏହାର ତାଣ୍ଡବ ଆରମ୍ଭ ହୋଇସାରିଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଂଗରେ ମଧ୍ୟ ବାତ୍ୟାର ପ୍ରଭାବ ପରିଲକ୍ଷିତ ହୋଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ହେବା ସହିତ ପବନ ମଧ୍ୟ ପ୍ରବାହିତ ହେଉଛି। ଫଳରେ ରାସ୍ତାଘାଟରେ ଗଛ ଉପୁଡି ପଡିଯାଇଛି। ସେଠାରେ ସଜାଗ ଥିବା ଅଗ୍ନିଶମ ବିଭାଗ ଏହି ଘଟଣା ପରେ ରାସ୍ତା ସଫା କାମ କରିବା ଲାଗିଯାଇଛନ୍ତି। ଗତକାଲି ରାତିରୁ ଅସ୍ତରଂଗର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀ କଟର ସାହାଯ୍ୟରେ ଗଛ କାଟିବା ସହିତ ରାସ୍ତାରୁ ତାହାକୁ ହଟାଉଛନ୍ତି। ତେବେ ବର୍ଷା ପରିମାଣ ଓ ପବନ ବେଗ ବୃଦ୍ଧି ପାଉଥିବାରୁ ଏହି କ୍ଷତି ଆହୁରି ପରିଲକ୍ଷିତ ହେବ।

Read More

ବାଣପୁର( ସୀତାରାମ ଅଗ୍ରୱାଲ): ବେଆଇନ ବାଘଛାଲ ଜବତ ଅଭିଯୋଗରେ ୩ ବର୍ଷ ପୂର୍ବେ ଏସଟିଏଫ ଭୁବନେଶ୍ୱର ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ପଦ୍ମପୁର ଗ୍ରାମର ରତ୍ନାକର ସାହୁ ଦୋଷୀ ସାବ୍ୟସ୍ତ ହେବାରୁ ଆଜି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପରି ସ୍ନାତକୀ ଦାସ ଅଭିଯୁକ୍ତଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାର ରାୟ ଶୁଣାଇଛନ୍ତି। ସୂଚନା ମୁତାବକ ୨୦୨୧ ଡିସେମ୍ବର ୨୯ ରେ ବେଆଇନ ବାଘଛାଲ ଚାଲାଣ ଅଭିଯୋଗରେ ଗମ୍ଭାରୀମୁଣ୍ଡା ରୋଡରୁ ଅଭିଯୁକ୍ତ ରତ୍ନାକରଙ୍କୁ ଏସଟିଏଫ ଭୁବନେଶ୍ୱର ବାଘଚାଲ ସହ ଗିରଫ କରିଥିଲା। ଉକ୍ତ ମାମଲାର ଶୁଣାଣି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଜାରି ରହିଥିବା ବେଳେ ୧୦ ଜଣ ସାକ୍ଷୀ ଏବଂ ୨୪ ଗୋଟି ଦସ୍ତାବିଜ ବଳରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉକ୍ତ ମାମଲାର ତଦନ୍ତକାରୀ…

Read More

ବାଣପୁର(ସୀତାରାମ ଅଗ୍ରୱାଲ): ସମ୍ଭାବ୍ୟ ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ବୁଧବାର ଦିନ ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ ବାଣପୁର ଓ ଚିଲିକା ବ୍ଲକ ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ତଦାରଖ କରିଥିଲେ। ଏହି ଅବସରରେ ଉପ ଜିଲ୍ଲପାଳ ଶ୍ରୀ ସେଠି ସାମ୍ଭାବ୍ୟ ବାତ୍ୟା କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ କହିଥିଲେ। ଉଭୟ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାତ୍ୟା ସମୟରେ ନାଗରିକଙ୍କ ସ୍ଥାନାନ୍ତରିକରଣ ପ୍ରକ୍ରିୟା ସମ୍ବନ୍ଧୀୟ ପ୍ଲାନ ସମ୍ପର୍କରେ ଅବଗତ କରାଯାଇଛି। ସମସ୍ତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି ଏବଂ ସାମୟିକ ବାତ୍ୟା ଆଶ୍ରୟସ୍ଥଳିକୁ ସଜାଗ ରଖାଯାଇଛି ଏବଂ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବିଦ୍ୟୁତ, ପାଣି, ଶୁଖିଲା ଖାଦ୍ୟ ସହ ଜେନେରେଟରର ବ୍ୟବସ୍ଥା ହୋଇଥିବା ଜଣାପଡିଛି। ଉଭୟ ବ୍ଲକର ସମସ୍ତ ପଞ୍ଚାୟତରେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁରୂପଭାବେ ଅତ୍ୟାବଶକୀୟ ସାମଗ୍ରୀର କଳାବଜାରୀ ରୋକିବା…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା ଆଜି ସରକାର ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଦେଇଛନ୍ତି। ଏହାର ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କୁ ସରକାର ବହିସ୍କାର କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ନୋଟିସ ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଏବଂ ସବୁ ସଦସ୍ୟାକୁ ବହିସ୍କାର କରାଗଲା। ନିକଟରେ ରାଜ୍ୟ ସରକାର ବିଭିନ୍ନ ନିଗମ ତଥା କମିଶନ ଅଫିସରେ ନୂଆ ନିଯୁକ୍ତି ପ୍ରଦାନ କରିବେ। ସେ ନେଇ ଏବେଠାରୁ ଏପରି ରାସ୍ତା ସଫା କାମ ଆରମ୍ଭ ହୋଇଯାଇଛି। କେତେକ ନିଗମରୁ ଅଧ୍ୟକ୍ଷ ତଥା ସଦସ୍ୟ ସେଚ୍ଛାକୃତ ଭାବେ ଇସ୍ତଫା ଦେଇସାରିଛନ୍ତି। ହେଲେ କେତେକ କମିଶନ ଅଫିସରେ ତାହା କରାଯାଇ ନାହିଁ। ଫଳରେ ସେଗୁଡିକ ସରକାର ଭାଙ୍ଗିବାରେ ଲାଗିଛନ୍ତି।

Read More

ଭୁବନେଶ୍ବର: ବାତ୍ୟା ଦାନାର ସଫଳ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଏହାର ପ୍ରାକ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି । ଏହି ଅବସରରେ ଆଜି ପୁଣିଥରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ଭା.ପୁ.ସେ. ଏହି ସଂକ୍ରାନ୍ତରେ ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.), ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅଗ୍ନିଶମାଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଅଗ୍ନିଶମାଧିକାରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବାତ୍ୟା ଦ୍ଵାରା ପ୍ରଭାବିତ ସମ୍ଭାବ୍ୟ  ବିଭିନ୍ନ ଅଞ୍ଚଳ ଗୁଡିକରେ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀମାନେ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସେମାନେ ଆବଶ୍ୟକ କରୁଥିବା ଉଦ୍ଧାରକାରୀ ଦଳ ଏବଂ ସରଞ୍ଜାମ ବିଷୟରେ ମହାନିର୍ଦ୍ଦେଶକ ମହୋଦୟଙ୍କୁ ଅବଗତ କରାଇଥିଲେ । ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଙ୍କ ପ୍ରତ୍ୟକ୍ଷ…

Read More

ଭୁବନେଶ୍ବର: ବାତ୍ୟା ଦାନାର ବର୍ତ୍ତମାନ ବାହାର ଭାଗ ବା ଅଂଶ ସ୍ଥଳ ଭାଗ ଛୁଇଁଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ବାତ୍ୟାର ଆଖି ହେଉଛି ଏହାର କେନ୍ଦ୍ରସ୍ଥଳ। ଏହି ଆଖିଠାରୁ ପ୍ରାୟ 500ରୁ 600 କିଲୋମିଟର ପର୍ଯ୍ୟନ୍ତ ତାହାର ବାହାର ଅଂଶ ରହିଥାଏ। ସେହି ଅଂଶ ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଲାଣି ବୋଲି ସେ କହିଛନ୍ତି। ଏହାର ପ୍ରଭାବରେ ବର୍ତ୍ତମାନ ପାରାଦୀପ, ଜଗତସିଂହପୁର, ଧାମରା, ଭଦ୍ରକ ପରି ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏଥିସହିତ ହାଲକା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ଧିରେଧିରେ ବାତ୍ୟାର ଅନ୍ୟ ଅଂଶ ସ୍ଥଳଭାଗ ଆଡକୁ ଆସିବା ପରେ ଏହି ବର୍ଷାର ପରିମାଣ ବଢିବାରେ ଲାଗିବ। ବାତ୍ୟାର ଆଖି ଆସନ୍ତାକାଲି ରାତିରେ କିମ୍ବା ଶୁକ୍ରବାର ଭୋରରୁ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ଦାନା ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ…

Read More

ଭୁବନେଶ୍ବର: ସମୁଦ୍ରରେ ବଳବାନ ହେବାରେ ଲାଗିଛି ବାତ୍ୟା ଦାନା। ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଧାମରା ଏବଂ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ତେବେ ଏହି ସମୟରେ ସମୁଦ୍ରରେ ଦୁଇ ମିଟର ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି। ସେଥିପାଇଁ ଓଡିଶା ଉପକୂଳର ବନ୍ଦରଗୁଡିକରେ ସର୍ବାଧିର ବିପଦ ସଙ୍କେତ 10 ଜାରୀ କରାଯାଇଛି। ତେବେ ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଦାନା ବର୍ତ୍ତମାନ ପାରାଦ୍ବୀପର ଦକ୍ଷିଣପୂର୍ବ ଦିଗର 520 କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମ ବଂଗର ସାଗରଦ୍ବୀପଠାରୁ ଏହା 600 କିଲୋମିଟର ଦୂରରେ ରହିଛି। ଆଜି ରାତିରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଆସନ୍ତାକାଲି ମଧ୍ୟ ରାତ୍ରୀରେ କିମ୍ବା ଭୋରରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବ।

Read More

ଭୁବନେଶ୍ବର: ବାତ୍ୟା ଦାନା ପାଇଁ ଆସନ୍ତା 27 ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ତେବେ ପରବର୍ତ୍ତି ପରୀକ୍ଷା କେବେ ହେବ ସେ ନେଇ ପରେ ଅବଗତ କରାଯିବ ବୋଲି ଓପିଏସସି ତରଫରୁ କୁହାଯାଇଛି। ତେବେ ଏ ନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୁତ ତଥ୍ୟ ହାସଲ କରିପାରିବେ। ବର୍ତ୍ତମାନ ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ। ପଚିଶ ତାରିଖରେ ଏହାର ପ୍ରବଳ ପ୍ରଭାବ ରହିବ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଭାଙ୍ଗିଯିବା ସହିତ ଗମନାଗମନ ବାଧାପ୍ରାପ୍ତ ହେବ। ଏପରିକି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ଭୁବନେଶ୍ବର: ଆସୁଛି ବାତ୍ୟା ଦାନା। ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଆଜି ଭୋରରୁ ବାତ୍ୟାରେ ପରିଣତ ହୋଇଛି। ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି। ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ହେଲା ଯେ ପ୍ରଭାବତି ଜିଲ୍ଲାଗୁଡିକର ଦାୟିତ୍ବ ମନ୍ତ୍ରୀ ଓ ସଚିବଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ…

Read More

ଭୁବନେଶ୍ବର: ଆଜି ବାତ୍ୟାରେ ପରିଣତ ହୋଇଛି ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଅବପାତ। ପାରଦ୍ବୀପ ରାଡରେ ଏହା ବାତ୍ୟା ହେଲା ବୋଲି ସ୍ପଷ୍ଟ ହୋଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି। ଏହି ଦାନା ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ 100 ରୁ 110 କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ଦାନା 23 ତାରିଖରେ ବାତ୍ୟା ରୂପ ନେବ। ଏହାପରେ 24 ତାରିଖରେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ କୌଣସି ସ୍ଥାନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ନେଇ ପୂର୍ବତଟ ରେଳ ୧୨୪ଟି ଟ୍ରନକୁ ବାତିଲ କରିଛି। ଏ ନେଇ ଖୋର୍ଦ୍ଧା ଡିଆରମ ଅଫିସରୁ ବିଜ୍ଞପ୍ତି ପ୍ରକାଶ କରିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଯେଉଁ ଟ୍ରେନଗୁଡିକ ବାତିଲ ହୋଇଛି ତାହାର ତାଲିକା ରେଳ ବିଭାଗ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ତାହା ହେଲା https://twitter.com/DRMKhurdaRoad/status/1848720614087115060 ତେବେ ବାତ୍ୟା ପରେ କିପରି ରେଳ ଲାଇନ ସଜଡା ଯିବ ସେ ନେଇ ମଧ୍ୟ ପୂର୍ବତଟ ରେଳବାଇ ଏକ ବୈଠକ କରିଛି। ମୁଖ୍ୟତଃ ଭୁବନେଶ୍ବର ବିଶାଖପାଟନାମ ପର୍ଯ୍ୟନ୍ତ ରେଳ ଧାରଣ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିଷ୍ପତି କରାଯାଇଛି। ଏପରି କ୍ଷେତ୍ରରେ ଯାତ୍ରୀମାନେ ରେଳବାଇକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

Read More