Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବାଲୁଗାଁରେ ଆୟୋଜିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ, ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଚିଲିକା ସମ୍ମାନ
ରାଜ୍ୟ ଖବର

ବାଲୁଗାଁରେ ଆୟୋଜିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ, ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଚିଲିକା ସମ୍ମାନ

November 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
chilikaBoita
ବାଲୁଗାଁରେ ଆୟୋଜିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ, ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଚିଲିକା ସମ୍ମାନ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି, ବାଲୁଗାଁର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି “ଚିଲିକା ବୋଇତ ବନ୍ଦାଣ ମହୋତ୍ସବ- ୨୦୨୪”। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ।

ଏ ନେଇ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଚିଲିକା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଏକ ମହୋତ୍ସବ ନୁହେଁ,ଏହା ଓଡ଼ିଆ ଜାତିର ସ୍ପନ୍ଦନ ଓ ଗୈାରବ ର ପ୍ରତୀକ। ଚ଼ିଲିକା ବୋଇତ ବନ୍ଦାଣ ଉତ୍ସବର ଗୈାରବମୟ ଇତିହାସ ସମଗ୍ର ଭାରତବର୍ଷରେ ଜନାଦୃତ।ଏହି ମହୋତ୍ସବ ପ୍ରାଚ଼ୀନ କଳିଙ୍ଗର ଐତିହାସିକ ନୈବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିଥାଏ।

ସେ ଆହୁରି କହିଥିଲେ ଯେ, ଓଡ଼ିଆ ସାଧବ ପୁଅର ବାଲି, ଜାଭା, ସୁମାତ୍ରା ତଥା ଅନ୍ୟ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କୁ ନୌବାଣିଜ୍ୟ ଯାତ୍ରା ଆର୍ଥିକ ପ୍ରଗତିର ଆଧାର ହେବା ସହ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ହୋଇପାରିଥିଲା। ସେହି ଗୌରବୋଜ୍ଜଳ ସଂସ୍କୃତି,ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ଏବଂ ଅତୀତରୁ ପ୍ରେରଣା ପାଇ ଭବିଷ୍ୟତ ପାଇଁ ମାର୍ଗ ନିର୍ମାଣ ନିମନ୍ତେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରେରଣା ଯୋଗାଇବ ବୋଲି ଆଶା ଓ ବିଶ୍ଵାସ ରହିଛି।

ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବୋଇତ ବନ୍ଦାଣ ମହୋତ୍ସବର ମୁଖ୍ୟ ପୁରୋଧା, ବାଣପୁର ଓ ଚ଼ିଲିକା ମାଟିର ଗର୍ବ ଓ ଗୌରବ, ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଚ଼ିଲିକା ମହୋତ୍ସବ କମିଟି ପକ୍ଷରୁ “ଚ଼ିଲିକା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ତାଙ୍କ ଅନୁପସ୍ଥିତରେ ଏହି ସମ୍ମାନକୁ ତାଙ୍କ ସୁପୁତ୍ର ତଥା ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ଗ୍ରହଣ କରିଥିଲେ।

ଏହି ଉତ୍ସବରେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ବିଶିଷ୍ଟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚ଼ଞ୍ଚଳ ରଣା, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକା ଶ୍ରୀମତୀ ସାଗରିକା ନାଥ ଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ଶେଷରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ତ୍ତିକ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.