ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ହେବା ପରେ ବର୍ତ୍ତମାନ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୭ ତାରିଖ ଠାରୁ ପାଠ ପଢା ଆରମ୍ଭ ହେବ। ଏହି ଅବସରରେ ଆସନ୍ତା ୮ ତାରିଖ ଶନିବାର ଦିନ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଗସ୍ତ କରି ପ୍ରଥମେ ସକାଳ ୮ଟା ସମୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରିବା ସହ ୯ ଘଟିକାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ୯:୩୦ ଘଟିକାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିବା ସ୍ଥାୟୀ ଜାଗାରେ ଭୂମି ପୂଜନ କରିବେ ଏବଂ ଭୀମ ଭୋଇ ମହାବିଦ୍ୟାଳୟର ପୁରୁଣା ବ୍ଲକ ଠାରେ ଅସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବା ସହ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ଆଜି ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱ ରାଜବାଟୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକ୍ରମକୁ କିଭଳି ଭାବରେ ସଫଳ କରିବା ସହ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଈଁ ସମସ୍ତ ପ୍ରକାର ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଜିଲ୍ଲା ଉପ ସଭାପତି ବିଚିତ୍ରା ନନ୍ଦ ସାହୁ, ପ୍ରମୋଦ ସାହୁ , ନଗର ସଭାପତି ସୁଷମା ମୁଣ୍ଡା, ନାକାଟିଦେଉଳ ସଭାପତି ଦିଲୀପ ପ୍ରଧାନ, ଭୀମ ଭୋଇ ମଣ୍ଡଳ ସଭାପତି ଶାନ୍ତନୁ ବାରିକ, ଚାରମାଲ ମଣ୍ଡଳ ସଭାପତି ଧରଣୀଧର ସାହୁ , ମହିଳା ମୋର୍ଚ୍ଚା ସଭାପତି ଗୀତାଞ୍ଜଳି ପାଣିଗ୍ରାହୀ, ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ବୈଠରୁ , ଅନୁସୟା ଭୋଇ, ତୁଷାର କର, ଦିଲୀପ ପ୍ରଧାନ , ନଗର ସାଧାରଣ ସମ୍ପାଦକ ଅନିଲ ପୃଷ୍ଟି, ସୁରେଶ ଭିତିରିଆ , ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଉଦୟ ପ୍ରତାପ ସିଂ ଦେଓ ପ୍ରମୁଖଙ୍କ ସହ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।


