Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ହେବା ପରେ ବର୍ତ୍ତମାନ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୭ ତାରିଖ ଠାରୁ ପାଠ ପଢା ଆରମ୍ଭ ହେବ। ଏହି ଅବସରରେ ଆସନ୍ତା ୮ ତାରିଖ ଶନିବାର ଦିନ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଗସ୍ତ କରି ପ୍ରଥମେ ସକାଳ ୮ଟା ସମୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରିବା ସହ ୯ ଘଟିକାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ୯:୩୦ ଘଟିକାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିବା ସ୍ଥାୟୀ ଜାଗାରେ ଭୂମି ପୂଜନ କରିବେ ଏବଂ ଭୀମ ଭୋଇ ମହାବିଦ୍ୟାଳୟର ପୁରୁଣା ବ୍ଲକ ଠାରେ ଅସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବା ସହ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଆଜି ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱ ରାଜବାଟୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକ୍ରମକୁ କିଭଳି ଭାବରେ ସଫଳ କରିବା ସହ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଈଁ ସମସ୍ତ ପ୍ରକାର ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ଉପ ସଭାପତି ବିଚିତ୍ରା ନନ୍ଦ ସାହୁ, ପ୍ରମୋଦ ସାହୁ , ନଗର ସଭାପତି ସୁଷମା ମୁଣ୍ଡା, ନାକାଟିଦେଉଳ ସଭାପତି ଦିଲୀପ ପ୍ରଧାନ, ଭୀମ ଭୋଇ ମଣ୍ଡଳ ସଭାପତି ଶାନ୍ତନୁ ବାରିକ, ଚାରମାଲ ମଣ୍ଡଳ ସଭାପତି ଧରଣୀଧର ସାହୁ , ମହିଳା ମୋର୍ଚ୍ଚା ସଭାପତି ଗୀତାଞ୍ଜଳି ପାଣିଗ୍ରାହୀ, ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ବୈଠରୁ , ଅନୁସୟା ଭୋଇ, ତୁଷାର କର, ଦିଲୀପ ପ୍ରଧାନ , ନଗର ସାଧାରଣ ସମ୍ପାଦକ ଅନିଲ ପୃଷ୍ଟି, ସୁରେଶ ଭିତିରିଆ , ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଉଦୟ ପ୍ରତାପ ସିଂ ଦେଓ ପ୍ରମୁଖଙ୍କ ସହ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026
Latest News

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.