Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା
ଆଜିର ଖବର

ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

August 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା
ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ଆରଇପିସିଓ ବ୍ୟାଙ୍କଠାରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨୨.୯୦ କୋଟି ଟଙ୍କାର ଲାଭାଂଶ ଚେକ୍ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ୭୬.୩୨ କୋଟି ଟଙ୍କାର ଅଂଶଧନ ପୁଞ୍ଜି ଉପରେ ୩୦% ହାରରେ ଏହି ଲାଭାଂଶ ପ୍ରଦାନ କରାଯାଇଛି। ଆରଇପିସିଓ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଇ. ସନ୍ଥାନମ୍, ନିର୍ଦ୍ଦେଶକ ତଥା ଆରଇପିସିଓ ହୋମ୍ ଫାଇନାନ୍ସ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ସି. ଥାଙ୍ଗାରାଜୁ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଓ.ଏମ୍. ଗୋକୁଲଙ୍କଠାରୁ ଶ୍ରୀ ଶାହ ଏହି ଚେକ୍ ଗ୍ରହଣ କରିଥିଲେ।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ “ସମବାୟ ବ୍ୟାଙ୍କିଙ୍ଗରେ ଉଦାହରଣ ସୃଷ୍ଟି କରି ୨୦୨୫-୨୬ ଆର୍ଥିକ ବର୍ଷରେ ୧୬୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଯାହା ବ୍ୟାଙ୍କର ଇତିହାସରେ ସର୍ବାଧିକ । ଏଥିପାଇଁ ଆରଇପିସିଓ ବ୍ୟାଙ୍କ୍ ପରିଚାଳନାକୁ ଅଭିନନ୍ଦନ। ଆଜି, ଗୃହ ମନ୍ତ୍ରଣାଳୟ ତରଫରୁ, ଆରଇପିସିଓ ବ୍ୟାଙ୍କର ଏକ ପ୍ରତିନିଧିମଣ୍ଡଳ ଠାରୁ ୨୨.୯୦ କୋଟି ଟଙ୍କାର ଲାଭାଂଶ ଚେକ୍ ଗ୍ରହଣ କରାଯାଇଛି, ଯେଉଁଥିରେ ଅଧ୍ୟକ୍ଷ ଇ. ସନ୍ଥାନମ୍, ନିର୍ଦ୍ଦେଶକ ଶ୍ରୀ ଥାଙ୍ଗାରାଜୁ ଏବଂ ପରିଚାଳନା ନିର୍ଦ୍ଦେଶକ ଓ. ଏମ୍. ଗୋକୁଲ୍ ସାମିଲ ଥିଲେ। ଗୃହ ମନ୍ତ୍ରଣାଳୟ ଅଧୀନରେ ବ୍ୟାଙ୍କର ସଫଳତା ଏହାର ବୃତ୍ତିଗତ ଦକ୍ଷତା ଏବଂ ଉତ୍କର୍ଷତାର ଏକ ପ୍ରମାଣ, ଆରଇପିସିଓ ବ୍ୟାଙ୍କର ପରିଚାଳନା ଏବଂ କର୍ମଚାରୀମାନଙ୍କୁ ମୋର ଶୁଭେଚ୍ଛା ”

ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ, ସଚିବ (ସୀମା ପରିଚାଳନା ଏବଂ ଏଫଏଫଆର) ଡ. ରାଜେନ୍ଦ୍ର କୁମାର, ଯୁଗ୍ମ ସଚିବ (ଏଫଏଫଆର ଡିଭିଜନ) ଗୟା ପ୍ରସାଦ ଏବଂ ଯୁଗ୍ମ ସଚିବ (ଆରଏଚଏସ) ମାଖନ ଲାଲ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାଙ୍କ ୧୬୯ କୋଟି ଟଙ୍କାର ନିଟ୍ ଲାଭ କରିଛି, ଯାହା ଆରଇପିସିଓ ବ୍ୟାଙ୍କ ଇତିହାସରେ ସର୍ବାଧିକ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ବ୍ୟାଙ୍କ କ୍ରମାଗତ ଭାବେ ଲାଭ ଅର୍ଜନ କରୁଛି ଏବଂ ଅଂଶୀଦାରମାନଙ୍କୁ ଲାଭାଂଶ ପ୍ରଦାନ କରୁଛି। ୩୦.୦୬.୨୦୨୬ ସୁଦ୍ଧା ବ୍ୟାଙ୍କ ୨୬,୦୦୦ କୋଟି ଟଙ୍କାର ବ୍ୟାବସାୟକୁ ଅତିକ୍ରମ କରିଛି।

ଅମିତ ଶାହ ଆରଇପିସିଓ ବ୍ୟାଙ୍କ ଗୃହ ମନ୍ତ୍ରଣାଳୟ ଗୃହମନ୍ତ୍ରୀଙ୍କ ପ୍ରଶଂସା
Share. Facebook Twitter LinkedIn Email WhatsApp Copy Link

Related Posts

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

August 6, 2026

ଜିଓର ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଭରସାଯୋଗ୍ୟ ଟେଲିକମ୍ ନେଟୱାର୍କ ଜାରି

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପୂର୍ବତଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 6, 2026
Latest News

ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

August 6, 2026

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

August 6, 2026

ଜିଓର ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଭରସାଯୋଗ୍ୟ ଟେଲିକମ୍ ନେଟୱାର୍କ ଜାରି

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପୂର୍ବତଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.