ନୂଆଦିଲ୍ଲୀ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ସ୍ୱଚ୍ଛତା ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି। ଏହି କାରଣରୁ ଆମେ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ଆମ ଘରର ସ୍ୱତନ୍ତ୍ର ଭାବେ ପରିଷ୍କାର କରିଥାଉ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସଫା କରିବା ପାଇଁ ବ୍ୟବହୃତ ଫୁଲ ଝାଡୁ ମଧ୍ୟ ମାଙ୍କର ପ୍ରତୀକ ଅଟେ । ଆସନ୍ତୁ ଝାଡୁକୁ କିପିର ବ୍ୟବହାର କରିବେ ସେ ସଂପର୍କରେ କେତେକ ତଥ୍ୟ ଆମେ ଆପଣଙ୍କୁ ଦେବୁ 1-ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ଝାଡୁକୁ କେବେ ବି ପାଦ ତଳେ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି। ଘରେ ଦରିଦ୍ରତା ଗୋଡାଏ। 2-ଝାଡୁକୁ ଅସମ୍ମାନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହିତ ସମାନ ହୋଇଥାଏ । 3-ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଝାଡୁକୁ କେବେ…
Author: Samikhsya Bureau
ଭୁବନେଶ୍ବର: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି 1-ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ । ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ । 2-ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। 3- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ ।…
ନୂଆଦିଲ୍ଲୀ, ଗ୍ରହମାନଙ୍କର ଚିକିତ୍ସା: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ । ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ । ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ । ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ । ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ । ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ । ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ । ରାହୁ- ଗହମକୁ କ୍ଷୀରରେ…
ମେଷ-ପରିବାର ଏବଂ ସମାଜରେ ଆପଣଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ଏହାର ମୂଲ୍ୟ ଅଧିକ ହେବ। ଟେନସନ ରହିବେ। କ୍ଳାନ୍ତ ହୋଇଯିବେ। ବିପଦ କରନ୍ତୁ ନାହିଁ। ଧୈର୍ଯ୍ୟ ଧରନ୍ତୁ। ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବ। ବିବାଦ ପଳାୟନ ପରେ ରୋଜଗାରରେ ଇଚ୍ଛାକୃତ ସଫଳତାର ସମଷ୍ଟି। ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବିପଦ କରନ୍ତୁ ନାହିଁ। ତତ୍ପରତା ନାହିଁ। କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ। ବୁଡି ଯାଇଥିବା ଟଙ୍କା ପାଇବେ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ। କାର୍ଯ୍ୟକୁ ପ୍ରଶଂସା କରାଯିବ। ଆୟ ବୃଦ୍ଧି ପାଇବ। ଚିନ୍ତା ଏବଂ ଟେନସନ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ ବ୍ୟବହାର ପାଇଁ ଜିନିଷ କ୍ରୟ କରିବେ। ସାମାଜିକ…
ଭୁବନେଶ୍ବର: ଆଜି ସଂଧ୍ୟାରେ ଅନୁଗୁଳସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ ଏକ ବିସ୍ପୋରଣ ଘଟି ନିଆଁ ଲାଗିଯାଇଥିବାର ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଜିନ୍ଦଲ ପ୍ଲାଣ୍ଟ ଭିତରେ ଏକ ବଡ ଶଦ୍ଦ ହୋଇଥିଲା। ଏହାପରେ ହୁତୁହୁତୁ ହୋଇ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣା ଜଣାପଡିବା ପରେ କଂପାନୀ କର୍ତ୍ତୁପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବାର ଜଣାପଡିଛି। ତେବେ ପ୍ଲାଣ୍ଟର କୌଣସି ପାଇପ ଫାଟି ଏପରି ଦୁର୍ଘଟଣା ହୋଇଥିବାରୁ ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି।
Reliance Jio: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଚଳିତ ଆର୍ଥିକବର୍ଷର ଦ୍ଵିତୀୟ ତ୍ରୈୟମାସ ପାଇଁ କମ୍ପାନୀର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଜୁଲାଇରୁ ସେପ୍ଟେମ୍ବର ଯାଏଁ ରହିଥିବା ଏହି ତ୍ରୟମାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ତ୍ରୈୟମାସ ତୁଳନାରେ ଏହି ତ୍ରୟମାସରେ ୨୩.୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓ ପ୍ଲାଟଫର୍ମସର ତ୍ରୈମାସିକ ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୩୭୧୧୯ କୋଟି ଟଙ୍କା ହୋଇଛି। ଏହି ତ୍ରୈୟମାସରେ ଜିଓର ଗ୍ରାହକ ସଂଖ୍ୟାରେ ପୂର୍ଵ ବର୍ଷ ସମାନ ସମୟ ତୁଳନାରେ ୪.୨ ପ୍ରତିଶତ ବୃଦ୍ଧି ସହିତ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭.୮୮ କୋଟି ହୋଇଥିବା କମ୍ପାନୀ…
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀ ଠାରେ ଭାରତୀୟ ଶକ୍ତି କ୍ଷେତ୍ରର ପରିଦୃଶ୍ୟ ୨୦୪୭ ଉପରେ ବିଚାର ବିମର୍ଶ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଭାରତୀୟ ଶକ୍ତି କ୍ଷେତ୍ର ପରିଦୃଶ୍ୟ ୨୦୪୭ ଉପରେ ଦୁଇ ଦିନିଆ ବିଚାର ବିମର୍ଶ ଅଧିବେଶନରେ କେନ୍ଦ୍ର ଶକ୍ତି ଏବଂ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ସ୍ୱଚ୍ଛ ଶକ୍ତି ଉତ୍ସକୁ ପରିବର୍ତ୍ତନ କରିବା ସହିତ ଦେଶର ବଢୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରଙ୍କ ରଣନୀତି ବିଷୟରେ ଆଲୋକପାତ କରିଥିଲେ । “୨୦୪୭ ସୁଦ୍ଧା ଆମର ବିଦ୍ୟୁତ ଚାହିଦା ୭୦୮ ଗିଗାୱାଟରେ ପହଞ୍ଚିବ ବୋଲି ଆମେ ଅନୁମାନ କରୁଛୁ । ଏହାକୁ ପୂରଣ କରିବା ପାଇଁ , ଆମକୁ ଆମର କ୍ଷମତାକୁ ୪ ଗୁଣା ଅର୍ଥାତ୍ ୨୧୦୦ ଗିଗାୱାଟକୁ ବୃଦ୍ଧି କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋହର ଲାଲ କହିଛନ୍ତି । ଏହା କେବଳ କ୍ଷମତା…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ – ବିଶ୍ୱ ଦୂରସଂଚାର ମାନକ ସଭା (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କରିବେ। ଡବ୍ଲୁଟିଏସଏ ହେଉଛି ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ୟୁନାଇଟେଡ୍ ନେସନ୍ସ ଏଜେନ୍ସି ଫର ଡିଜିଟାଲ ଟେକ୍ନୋଲୋଜିର ମାନକୀକରଣ କାର୍ଯ୍ୟ ପାଇଁ ପରିଚାଳନା ସମ୍ମିଳନୀ, ଯାହା ପ୍ରତି ଚାରି ବର୍ଷରେ ଆୟୋଜନ କରାଯାଏ। ପ୍ରଥମ ଥର ପାଇଁ ଆଇଟିୟୁ-ଡବ୍ଲୁଟିଏସଏ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ଆୟୋଜନ କରାଯିବ। ଟେଲିକମ୍, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩,୦୦୦ରୁ ଅଧିକ ଶିଳ୍ପ ନେତା, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ। ଡବ୍ଲୁଟିଏସଏ ୨୦୨୪…
ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର) ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଭଳି ୦୯ଟି ବର୍ଗର ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା କରିଛି। ଶ୍ରେଷ୍ଠ ଶିଳ୍ପ, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ, ଶ୍ରେଷ୍ଠ ଅନୁଷ୍ଠାନ (ବିଦ୍ୟାଳୟ କିମ୍ବା କଲେଜ ବ୍ୟତୀତ), ଏବଂ ଶ୍ରେଷ୍ଠ ନାଗରିକ ସମାଜ ବିଜେତାଙ୍କ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି। ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ…
କେନ୍ଦୁଝର/ ଭୁବନେଶ୍ୱର: ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରୀୟ ସଦସ୍ୟତା କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ସଦସ୍ୟତା ଟୋଲିର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚାସୀନ ଥିଲେ। ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଆଲୋକ ସେଠୀ, ଘଷିପୁରା ବିଧାନସଭା ପ୍ରାର୍ଥୀ ଶମ୍ଭୁନାଥ ରାଉତ, ଚମ୍ପୁଆ ବିଧାନସଭା…
ବାଣପୁର( ସୀତାରାମ ଅଗ୍ରହୱାଲ): ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା’ଭଗବତୀ’ । ବାଣପୁରରେ ଶାରଦୀୟ ପର୍ବ ଶେଷ। ବାଣପୁର ଦୀର୍ଘ 16 ଦିନର ମହାର୍ଘବେଳାରେ ଭିତର ଓ ବାହାର ପର୍ବ ଗୃହରେ ମା’ଙ୍କ ଆବାହନ ସଂସ୍ଥାପନ, ଚଣ୍ଡୀପାଠ , ବଗଳା ସ୍ତୋତ୍ର ଫଠନ , ଦୀପ, ଧୂପ ନୈବେଦ୍ୟ ଅର୍ପଣ, ଯାଗଯଜ୍ଞ, ଆଳତୀ ଗୁପ୍ରପୂଜା, ବନ୍ଦାପନା ପରେ ପହଡ଼ ପରି ନିତି କାନ୍ତି ଇତ୍ୟାଦି ଏକ ବିଚିତ୍ରମୟ ପରିବେଶ ସୃଷ୍ଟି କରିଥିଲା। ପ୍ରତ୍ୟହ ମା’ ଭଗବତୀଙ୍କ ସହିତ ମା’ ମାନଙ୍କର ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ,ବେଶ ,ବଲ୍ଲଭ ପରେଶଙ୍କୁଡ଼ି ଧୂପ, ସଂଧ୍ୟାରେ ନିଶଙ୍କୁଡ଼ି ପୂଜା ପରେ ଦେବୀ ନୃତ୍ୟ , “କାଠିନୃତ୍ୟ “ବଳି ଜେନାନୃତ୍ୟ ଇତ୍ୟାଦି ପାରମ୍ପରିକ ନୀତି କାନ୍ତି ଓମଧ୍ୟରାତ୍ରରେ ଗୁପ୍ତ ପୂଜା ଦର୍ଶନ କରିବାପାଇଁ,ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ,”ଜୟମା ଭଗବତୀଙ୍କର ଜୟ” ଧ୍ୱନୀରେ ଉଚ୍ଛୁଳି ପଡ଼ୁଥିଲା ପାଟ ଅଗଣା। ମୂଳାଷ୍ଟମୀଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମା’ଙ୍କ…
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିର ଭାଟପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୧୦୩୪ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୧୦୦୦ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨୪ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୮ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା l ଅନୁରୂପ ଭାବେ ଜଣେ ହିତାଧିକାରୀଙ୍କୁ ୨୦,୦୦୦/-ଟଙ୍କା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଜଣେ ହିତାଧିକାରୀ ଙ୍କୁ ୫୦୦୦/-ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ରଖାଯାଇଛି । ଜନ ସଚେତନତା ପାଇଁ ବିଭିନ୍ନ ବିଭାଗ ତରଫରୁ ଯଥା- ସାମାଜିକ ସୁରକ୍ଷା ବିଭାଗ, ଗ୍ରାମିଣ ଆବାସ ବିଭାଗ, ମାଗଣା ସ୍ୱାସ୍ଥ୍ୟ ଶିବିର, ଆୟୁଷ୍ମାନ ଆରୋଗ୍ୟ ଶିବିର,…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫ ତାରିଖରେ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ। ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ ମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା। ୨୦୨୩-୨୪ ବଜେଟ୍ ଘୋଷଣାର ପାରା ୬୦ ଅଧୀନରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଦୁର୍ଗା ମୂର୍ତ୍ତି ବିସର୍ଜନକୁ ନେଇ ସୃଷ୍ଟି ହୋଇଥିବା ତୁମୁଳ କାଣ୍ଡ ଧିରେଧିରେ ସାଂପ୍ରଦାକ ହିଂସା ଆଡକୁ ଗତି କରୁଛି। ଗତକାଲି ଉତ୍ତର ପ୍ରଦେଶର ବାହାରାଇଚ ଜିଲ୍ଲାର ମହାଶିରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରାଯାଉଥିଲା। ଏହି ସମୟରେ ଶୋଭାଯାତ୍ରାରେ ବାଜୁଥିବା ସଂଗୀତକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଗୋଟିଏ ଗୋଷ୍ଠୀର ଲୋକେ ପଥର ମାଡ କରିଥିଲେ। ଏପରିକି ଗୁଳି ମାଡ ମଧ୍ୟ କରାଯାଇଥିଲା। ଏଥିରେ ପାଞ୍ଚଜଣ ଆହାତ ହେବା ସହିତ ଗୁଳି ମାଡରେ ରାମ ଗୋପାଳ ନାମକ 22 ବର୍ଷର ଯୁବକ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ନେଇ ଆଜି ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଧିରେ ଧିରେ ଏହି ଘଟଣା ଚାରିଆଡେ ବ୍ୟାପି ଯିବା ପରେ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି। ସେମାନେ ଉତ୍ତେକ୍ତ ହୋଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି କରିବାରେ ଲାଗିଛନ୍ତି। ଘଟଣାସ୍ଥଳରେ…
ଭୁବନେଶ୍ବର: ଆଜି ବିଜେଡି ରେ ତୁ.. ତୁ.. ମେ.. ମେ .. ଭିତରେ ଏକ ବଡ ଖୋଲାସା ଆସିଛି। ତାହା ହେଲା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କର ବଡ ବୟାନ ପଦାକୁ ଆସିଛି। ଆଜି ସେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ କାଉଣ୍ଟର କରିବାକୁ ଯାଇ ଖୋଲିଛନ୍ତି ବିଜେଡି ସହିତ ତାଙ୍କ ସଂପର୍କ। ଲେନିନ କହିଥିଲେ ଯେ, ଯଦି ଅମର ଶତପଥୀଙ୍କର ବିଜେଡିରେ ରହିଲେ ଅଣନିଃସ୍ବାଶୀ ଲାଗୁଛି ତେବେ ସେ ଦଳ ଛାଡି ଦେଉ ନାହାଁନ୍ତି। ଏହାର ଉତ୍ତର ଦେଇ ଅମର କହିଛନ୍ତି ଯେ, ପ୍ରକୃତରେ ସେ ବର୍ତ୍ତମାନ ବିଜେଡିରେ ନାହାଁନ୍ତି। କାରଣ ଦଳର ବର୍ତ୍ତମାନ ସମସ୍ତେ ନୂଆ ସଦସ୍ୟ ହେଉଛନ୍ତି। ସେହି ହିସାବରେ ଦେଖିବାକୁ ଗଲେ ମୁଁ ଏ ପର୍ଯ୍ୟନ୍ତ ମୋର ଦଳର ସଦସ୍ୟତାକୁ ନବୀକରଣ କରି ନାହିଁ। ତେଣୁ ବର୍ତ୍ତମାନ ବୈଷୟିକ ଦୃଷ୍ଟିରୁ ଦେଖିଲେ ମୁଁ ବର୍ତ୍ତମାନ ବିଜେଡିରେ ନାହିଁ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା। ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିବା ସହିତ କିଛି ସମୟ ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆମ ଆଦିମ ପାର୍ଟିର ଏହି ନେତ୍ରୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ବିଜେପିର ବଡ ଟାର୍ଗେଟରେ ରହିଛି ଆମ ଆଦମି ପାର୍ଟୀ। ଆଉ କିଛି ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏପରି ସମୟରେ ଆତିଶୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀଙ୍କ ଏହା ହେଉଛି ଏକ ସୌଜନ ମୂଳକ ସାକ୍ଷାତ ବୋଲି ଜଣାପଡିଛି।
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପରେ ଦଳ ଭିତରେ ଆଭ୍ୟନ୍ତରଣ କନ୍ଦଳ ଲାଗି ରହିଛି। ଜଣେ ଜଣେ ନେତା ବିଭିନ୍ନ ସମୟରେ ଦଳ ବିପର୍ଯ୍ୟୟ କାରଣ କହି ଦଳର ମଙ୍ଗୁଆଳମାନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବାରେ ଲାଗିଛନ୍ତି। ପୂର୍ବରୁ ପ୍ରଦୀପ ମାଝୀ, ଅବିନାଶ ସାମଲ ଏବଂ ନିକଟରେ ସୌଭିକ ବିଶ୍ବାଳ ପ୍ରମୁଖ ବିଷ ଉଗାଳି ସାରିଲେଣି। ଏସବୁ ଭିତରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା ଅମର ଶତପଥୀ। ଅମର ଶତପଥୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେ ନବୀନ ପଟ୍ଟନାୟକଙ୍କୁ ନେତା କରିଥିଲୁ, ହେଲେ ଅନ୍ୟକାହାକୁ ନୁହେଁ। ଅନ୍ୟଜଣେ କାହିଁକି ତାଙ୍କୁ ହାଇଜାକ କରି ସବୁ ଶ୍ରେୟ ନେବାକୁ ଚେଷ୍ଠା କରୁଥିଲେ। ଲୋକେ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରନ୍ତି ଅନ୍ୟ କାହାକୁ ନୁହେଁ। ଅମର ଏପରି କହି ପରୋକ୍ଷରେ ଭି କେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଭୁଲ ନିଷ୍ପତି ଯୋଗୁଁ ଆଜି…
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ପୋଲିସ୍ ଏବଂ ଗୁଜୁରାଟ ପୋଲିସର ସ୍ୱତନ୍ତ୍ର ସେଲ୍ ଗୁଜୁରାଟରୁ ୫୧୮ କିଲୋଗ୍ରାମ କୋକେନ ଜବତ କରିଛି। ସୂତ୍ରରୁ ପ୍ରକାଶ ଯେ, ମିଳିତ ଅପରେସନ୍ ବେଳେ ଗତକାଲି ଗୁଜରାଟର ଆଙ୍କଲେଶ୍ୱରର ଆଭାର୍ ଡ୍ରଗ୍ସ ଲିମିଟେଡ୍ କମ୍ପାନୀରୁ ଏହି କୋକେନ୍ ଉଦ୍ଧାର କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏହାପୂର୍ବରୁ, ଚଳିତ ମାସ ୧ ତାରିଖ ଦିନ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ମହିପାଲପୁରର ଏକ ଗୋଦାମ ଉପରେ ଚଢାଉ କରି ୫୬୨ କିଲୋଗ୍ରାମ କୋକେନ୍ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାର ଅନୁସନ୍ଧାନ ବେଳେ ୧୦ ଅକ୍ଟୋବରରେ ଦିଲ୍ଲୀର ରମେଶ ନାଗର ଅଞ୍ଚଳର ଏକ ଦୋକାନରୁ ପ୍ରାୟ ୨୦୮ କିଲୋଗ୍ରାମ କୋକେନ ଉଦ୍ଧାର କରାଯାଇଥିଲା। ପଚରାଉଚରା ବେଳେ ଜଣାପଡିଥିଲା ଯେ ଉଦ୍ଧାର ହୋଇଥିବା ନିଶା ଦ୍ରବ୍ୟ ଫାର୍ମା ସଲ୍ୟୁସନ୍ ସର୍ଭିସେସ୍ ନାମକ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ବିଧାୟକ ବାବା ସିଦ୍ଦିକଙ୍କ ଘନିଷ୍ଠ ବନ୍ଧୁ ସଲମାନ ଖାନ ରବିବାର ସନ୍ଧ୍ୟାରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ପୂର୍ବ ବାନ୍ଦ୍ରାର ନେତା ସିଦ୍ଦିକଙ୍କୁ ଗତ ଶନିବାର ଦିନ ଗୁଳି ମାଡରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘରକୁ ଯାଇଥିଲେ ଭାଇଜାନ। କଡା ସୁରକ୍ଷା ଏବଂ ତାଙ୍କ ଅଙ୍ଗରକ୍ଷୀ ଶେରାଙ୍କୁ ଘେରି ରହିଥିବା ଜଣେ ଶୋକସନ୍ତପ୍ତ ସଲମାନ ଖାନ ସମବେଦନା ଜଣାଇବା ପରେ ଘରୁ ବାହାରକୁ ଯାଇଥିବାର ନଜର ଆସିଛନ୍ତି। ବାବା ସିଦ୍ଦିକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣିବା ପରେ ସଲମାନ ଖାନ ବିଗ୍ ବସ୍ 18 ର ସୁଟିଂକୁ ବାତିଲ କରି ଲିଳାବତୀ ଡାକ୍ତରଖାନାକୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ବାବା ସିଦ୍ଦିକଙ୍କୁ ରାଜ୍ୟ ସମ୍ମାନରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା।
ନୂଆଦିଲ୍ଲୀ: ସୁରକ୍ଷାକୁ ନେଇ ଆଜି ସକାଳେ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ନୂଆଦିଲ୍ଲୀକୁ ଫେରିଆସିଛି। ଏହି ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ଯେଉଁଠାରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, “ଅକ୍ଟୋବର ୧୪ ରେ ମୁମ୍ବାଇରୁ ଜେଏଫକେ ପର୍ୟ୍ୟନ୍ତ ବିମାନ ଚଳାଚଳ କରୁଥିବା ଏକ ନିର୍ଦ୍ଦିଷ୍ଟ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। ଫଳରେ ସରକାରଙ୍କ ସୁରକ୍ଷା ନିୟାମକ କମିଟିର ନିର୍ଦ୍ଦେଶ ଅନୁଯାୟୀ ବିମାନଟିକୁ ଦିଲ୍ଲୀ ଫେରାଇ ଅଣାଯାଇଥିଲା। ସମସ୍ତ ଯାତ୍ରୀ ଓହ୍ଲାଇ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅଛନ୍ତି।” ବିମାନଟି ବିମାନବନ୍ଦରରେ ଏକ ଦୂର ରନୱେରେ ଅଟକି ରହିଥିଲା ଏବଂ ଏକ ବୋମା ସ୍କ୍ବର୍ଡ ଟିମ୍ ସମେତ ସୁରକ୍ଷା ଏଜେନ୍ସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ସୁରକ୍ଷା ସୁନିଶ୍ଚିତ…
ଭୁବନେଶ୍ବର: ରାବଣ ପୋଡି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବକ୍ତବ୍ୟକୁ ନେଇ ବର୍ତ୍ତମାନ ପାରାଦୀପ ରାଜନୀତି ହଲଚଲ। କାରଣ ସମ୍ପଦ ଏମିତି ଏକ ବାଣ ମାରିଛନ୍ତି ଯେଉଁଥିରେ ରାବଣ ପୋଡି ଉତ୍ସବ ଫିକା ପଡିଯାଇଛି। ସମ୍ପଦ କହିଛନ୍ତି ଯେ ପାରାଦୀପରେ ମଣିଷ ରୂପୀ ରାବଣମାନେ ବୁଲୁଛନ୍ତି। ସେମାନଙ୍କୁ ଉଚିତ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ସେ କାହାର ନାଁ ନ ନେଇ କହିଛନ୍ତି ଯେ, ଏଠାକାର ଲୋକେ ଜାଣିଛନ୍ତି ସେ ମଣି। ରୂପୀ ରାବଣ କିଏ। ମୁନା ପତି ଓ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟାକାରୀଙ୍କ ସହ ସଂପର୍କ ରଖିଥିବା ଏହି ରାବଣ ଏଠାରେ ବୁଲୁଛନ୍ତି। ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସମ୍ପଦ କହିଛନ୍ତି। ସେହିପରି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ନେଇ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବାପା ଦାମୋଦର ରାଉତ ଜଣେ ସ୍ବାଭିମାନ ନେତା ଥିଲେ। ଯେଉଁମାନେ ହତ୍ୟାକାଣ୍ଡରେ ସଂପୃକ୍ତ ତାଙ୍କୁ ସେ ଜୀବନ…

