Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 913କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2348ଜଣ ଚିହ୍ନଟ ହୋଇଥିବାବେଳେ 1565ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 50 ହଜାର807 ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34 ହଜାର849ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 15ହଜାର 279ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 616ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କେନ୍ଦୁଝର:  କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଶୋଇଥିବା ଅବସ୍ଥାରେ ମା’ ଓ 7 ବର୍ଷର ଝିଅକୁ ହତ୍ୟା କରାଯାଇଛି । ମା’ ପାଖରେ ଶୋଇଥିବା 5 ବର୍ଷର ପୁ୍ଅ ବର୍ତ୍ତି ଯାଇଥିବା ସୂଚନା ରହିଛି । ଚମ୍ପୁଆ ଥାନା ଶଙ୍କରପୁର ଗାଁ ଧଳାଡିହି ସାହିରେ ଡବଲ୍‌ ମର୍ଡର ହୋଇଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଚମ୍ପୁଆ ପୋଲିସ୍‌ ଛାନ୍‌ଭିନ୍‌ କରିଛି।

Read More

ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ଓଡିଶାରେ 48,000 ରୁ ଅଧିକ କୋଭିଡ-19 ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପରୀକ୍ଷା ହାରରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ 48, 508ଟି ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ 41, 164,  ଆରଟିପିସିଆରରେ 7,202 ଓ ଟ୍ରୁନଟ୍‌ରେ 138ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାନୁସାରେ, ଗତ 24 ଘଣ୍ଟାରେ 94 ହଜାର 372ଜଣ ଆକ୍ରାନ୍ତ ରହିଥିବାବେଳେ 1 ହଜାର 114ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 78 ହଜାର 586ରେ ପହଞ୍ଚିଛି ।  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 47 ଲକ୍ଷ 54 ହଜାର 357କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌  9 ଲକ୍ଷ 73 ହଜାର 175ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 37 ଲକ୍ଷ 02 ହଜାର 596ରେ ପହଞ୍ଚିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଏବେ ଅଣାୟତ୍ତ। ତେବେ କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂତନ ପ୍ରୋଟୋକଲ୍‌ ଜାରି କରିଛି । ଏହି ନିୟମାବଳୀ ଅନୁସାରେ  ପ୍ରତ୍ୟହ ହାଲୁକା ବ୍ୟାୟାମ କରିବାକୁ ନୂଆ ଗାଇଡଲାଇନ୍‌ରେ ପରାମର୍ଶ ଦିଆଯାଇଛି। ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ୍‌ ଓ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟହ ମର୍ଣ୍ଣିଂ ଓ ଇଭିନିଂ ଓ୍ବାକ୍‌ କରିବା ସହ ତଟକା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଧୂମପାନ ଓ ମଦ୍ୟପାନଠାରୁ ପୂରା ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ବ ପାଳନ ସହ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ନିୟମିତ ଚଓ୍ବନପ୍ରାଶ୍‌ ଖାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ମେଡିସିନ୍‌ ନେବେ। ସ୍ବାସ୍ଥ୍ୟର ସାମର୍ଥ୍ୟ ଅନୁସାରେ ଘର ଓ ପେସାଦାର କାମ କରିପାରିବେ। ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ…

Read More

ଭୁବନେଶ୍ବର : ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌। କୋଭିଡ୍-19 କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ 37 ହଜାର 459 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର 7ଟି ସହରରେ 84ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ 31ଟି ପରୀକ୍ଷା କେନ୍ଦ୍ରରେ 15 ହଜାର 688 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ। ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ ଏସ୍‌ଓପି ଜାରି ହୋଇଛି । ପରୀକ୍ଷା ପୂର୍ବରୁ ଏସ୍‌ଓପି ଜାରି କରିଛି ଏନ୍‌ଟିଏ । ଯେଉଁ ପରୀକ୍ଷାର୍ଥୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ ଆଜି ପରୀକ୍ଷା ହଲ୍‌ରେ ପଶିବାକୁ ଅନୁମତି ଦିଆଯିବ ନାହିଁ । ପଜିଟିଭ୍‌ ଛାତ୍ରଛାତ୍ରୀ ଅନ୍ୟ ଦିନରେ ପରୀକ୍ଷା ଦେଇପାରିବେ। ଆଜି ପରୀକ୍ଷା…

Read More

ନୂଆଦିଲ୍ଲୀ : ପୁଣି ଥରେ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାତ୍ରୀ 11ଟାରେ ଅମିତ ଶାହା ଶ୍ଵାସକ୍ରିୟା ଜନିତ ସମସ୍ୟା ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏମ୍ସର କାର୍ଡିଓ ନ୍ୟୁରୋ ଟାୱାରରେ ଅଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ମେଦାନ୍ତ ହସ୍ପିଟାଲରୁ ଘରକୁ ଫେରିଥିଲେ। ଏମ୍ସ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ହସ୍ପିଟାଲରେ ରହିବା ଗୃହମନ୍ତ୍ରୀଙ୍କ ପାଇଁ ଉଚିତ୍ ହେବ। ସେଠାରେ ତାଙ୍କର ଉଚିତ୍ ଚିକିତ୍ସା କରାଯିବ। ଉଲ୍ଲେଖଯୋଗ୍ୟ ଅମିତ ଶାହ ଗତ କିଛି ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଚିକିତ୍ସାର ଦୁଇ ସପ୍ତାହ ପରେ ସେ ସୁସ୍ଥ ହୋଇ ଅଗଷ୍ଟ 14ରେ ଘରକୁ ଫେରିଥିଲେ। ତାଙ୍କୁ ବର୍ତ୍ତମାନ ଆଶୋଲେସନରେ…

Read More

ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ଦୈନିକ ଖବର କାଗଜ ‘ଧରିତ୍ରୀ’ ର ସଂପାଦକ ତଥାଗତ ଶତପଥୀ ଏକ କନ୍ୟାର ପିତା ହୋଇଛନ୍ତି। ଏ ନେଇ ନିଜେ ତଥାଗତ ଟୁଇଟ୍ କରି ଜଣାଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ କନ୍ୟା 12 ତାରିଖ 4 ଟା 42 ମିନିଟ୍ ରେ ଜନ୍ମ ଗ୍ରହଣ କରିଛି। ଏଥିରେ ତଥାଗତ ଝିଅର ପାଦର ଫଟୋଟିଏ ମଧ୍ୟ ଟୁଇଟ କରିଛନ୍ତି। ଝିଅର ନାମ ନିଜ ମାଙ୍କ ନାମକୁ ଯୋଡି ଆଭ୍ୟା ନନ୍ଦିନୀ ଶତପଥୀ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତଥାଗତଙ୍କର ପୂର୍ବରୁ ଏକ ପୁଅ ମଧ୍ୟ ଅଛି।

Read More

ଭୁବନେଶ୍ବର, ଆଜି ରାଜ୍ୟର ପାଞ୍ଚୋଟି ଜିଲ୍ଲାର ପ୍ରବଶ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି ଏବଂ ନବରଂଗପୁର। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହିପରି 10ଟି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ଗଂଜାମ, ପୁରୀ ନୟାଗଡ, ବୌଦ୍ଧ, ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ।

Read More

ବ୍ରହ୍ମପୁର, ମାସ ମାସ ଧରି କାମ ନ କରି ଘରେ ରହିବା ପରେ ବର୍ତ୍ତମାନ ପେଟ ପାଇଁ ପୁଣି ଥରେ କର୍ମ କ୍ଷେତ୍ରକୁ ବାହୁଡିବାକୁ ପଡିବ। ଶ୍ରମିକ ଟ୍ରେନରେ ଯିବା ପାଇଁ ବ୍ରହ୍ମପୁର ଷ୍ଟେସନରେ ଧାଡିର ଶ୍ରମିକମାନେ ଅପେକ୍ଷା କରିଛନ୍ତି।

Read More

Paid homage to son of Mayurbhanj soil Sri. Sudhir Kumar Tudu, who valiantly fought the banned maoists in fierce gun battle at Kalahandi District and laid down his life in the service of the nation. We vow to uphold the integrity of the nation for which he laid down his life.

Read More

ସାଲେପୁର, ଆମେରିକା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଆଶାକର୍ମୀ ମାନଙ୍କୁ କିଟ୍ ପ୍ରଦାନ।କେଭିଡ୍ ସମୟରେ ଆଶା ଭଉଣୀ ମାନେ ଯେଭଳି ଭାବରେ ଅତି ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ।

Read More

ଭୁବନେଶ୍ବର, ଆଜି ଦୁଇଜଣ ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ କେନ୍ଦ୍ରପଡା ବିଧାୟକ ଶଶୀଭୂଷଣ ବେହେରା। ଉଭୟ ସେମାନଙ୍କ ଟୁଇଟର ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ଉଭୟଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ। ବର୍ତ୍ତମାନ ଏହି ଦୁଇ ବିଧାୟକ ସୁସ୍ଥ ଅଛନ୍ତି। ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଦୟାକରି ପରୀକ୍ଷା କରାଇ ନିଅନ୍ତୁ ବୋଲି ଉଭୟ ଅନୁରୋଧ କରିଛନ୍ତି।

Read More

ମୁଲୁଗୁ, ଧୂମଧାମରେ ବାହାଘର ଚାଲିଛି, ବର କନ୍ୟା ପଣ୍ଡିତଙ୍କ କଥା ଅନୁସାରେ ସବୁ କାମ କରୁଛନ୍ତି। ସେଠାରେ ଉପସ୍ଥିତି ଅତିଥିମାନେ ମଧ୍ୟ ପଣ୍ଡିତଙ୍କ କଥାରେ ବରକନ୍ୟାଙ୍କୁ ଆର୍ଶିବାଦ ଦେଉଛନ୍ତି। ଏହି ସମୟରେ ହଠାତ ଏକ ମାଙ୍କଡ ବେଦୀ ଭିତରକୁ ପଶି ଆସି ବରକନ୍ୟାଙ୍କ ମୁଣ୍ଡ ଉପରେ ବସିପଡିଲା। ଆଶ୍ଚର୍ଯ୍ୟର କଥା ମାଙ୍କଡଟି ବର ମୁଣ୍ଡ ଉପରେ ବସି କନ୍ୟା ମୁଣ୍ଡରେ ହାତ ରଖିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ହଠାତ କିଛି ଜାଣିପାରିଲେ ନାହିଁ। ବିଶ୍ବାସ ନ ହେଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଆଉ ଏହି ଘଟଣାଟି ତେଲଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାସ୍ଥିତ ମାଙ୍ଗାପେଟ୍ ଗ୍ରାମରେ  ଘଟିଛି। ଗତକାଲି ଏକ ବାହାଘର ନୃସିଂହସ୍ବାମୀ ମନ୍ଦିରରେ ଅନୁଷ୍ଠିତ ହେବା ବେଳେ ଏହି ଘଟଣାଟି ଘଟିଛି। ଏହି ମନ୍ଦିରରେ ପୂର୍ବରୁ ବହୁ ବାହାଘର ହୋଇଛି ହେଲେ ଏପରି ଘଟଣା କେବେ ଘଟି ନାହିଁ ବୋଲି ମନ୍ଦିର କର୍ତ୍ତୁପକ୍ଷ କହିଛନ୍ତି। ତେବେ ଏପରି…

Read More

ଭୁବନେଶ୍ୱର: ବିଜେପି ଓ ବିଜେଡି ସହ ଲଢେଇ ଜାରି ରଖିବ କଂଗ୍ରେସ । ରାଜ୍ୟରେ ବିଜେପି ଓ ବିଜେଡ଼ି ମିଳିମିଶି ରହିଛନ୍ତି ।  ଉଭୟ ଦଳ ସହ ଆମର ଲଢେଇ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ  । ମିଜୋରାମ ଓ ମଣିପୁର ପ୍ରଭାରୀ ନିଯୁକ୍ତ ହେବା ପରେ ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ  କାମ କରାଯିବ।  ନୂଆ ପ୍ରଭାରୀ ଚେଲ୍ଲାକୁମାର ଜଣେ ନିଷ୍ଠାବାନ କର୍ମୀ । ସେ କାହା ଦ୍ୱାରା ପ୍ରଭାବିତ ହୁଅନ୍ତିନି ।  ପୂର୍ବରୁ ଅନେକ ପ୍ରଦେଶର ଦାୟିତ୍ୱ ମୋତେ ମିଳିଥିଲା । ଅଭିଜ୍ଞତା କାମରେ ଲଗାଇବି ବୋଲି ସେ କହିଛନ୍ତି । ଏହାଛଡ଼ା  ସିଡବ୍ଲୁ୍ୟସିରେ ସ୍ଥାନ ମିଳିଥିବା ସେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି ।  ଏହା ଦ୍ୱାରା ଦକ୍ଷିଣ ଓ…

Read More

ରମେଶ ମହାନ୍ତି ଜଗତସିଂହପୁର:- ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ପ୍ରଭାବରେ ଦେଶରେ ହାହାକାର ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମହାମାରୀର କୈଣସି ଔଷଧ ନ ବାହାରିବା ସାଧାରଣରେ ଚିନ୍ତାର କାରଣ ହୋଇଛି ।ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ହାତକୁ ବାରମ୍ବାର ଧୋଇବା ଓ ହାତକୁ ସାନିଟାଇଜର କରି ମୁହଁରେ ମାସ୍କ ବାନ୍ଧିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଛି । ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକ ଖୋଲିଲେ ଛାତ୍ରଛାତ୍ରୀମାନଙ୍କୁ ଜୀବାଣୁମୁକ୍ତ କରିବାକୁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି ଜଗତସିଂପୁରର ଶୁଭ୍ରଜ୍ୟୋତି ମହାନ୍ତି। ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର  ଛାତ୍ର ଶୁଭ୍ରଜ୍ୟୋତି ଦେଢବର୍ଷ ତଳେ ନିଜ ସାଇକେଲକୁ ଘଣ୍ଟାକୁ ୨୦ କିମି ବେଗରେ ବାଇକ୍ ର ପୁରୁଣା ବ୍ୟାଟେରୀ ଦ୍ୱାରା ଚଳାଇ ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି…

Read More

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ଭଜନ ଗାୟିକା ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟ ପୋଡ୍‌ୱାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ବୟସ ହୋଇଥିଲା। ଆଦିତ୍ୟଙ୍କ ପରଲୋକ ନେଇ ଗାୟକ ତଥା ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍‌ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅନୁରାଧାଙ୍କ ପୁତ୍ର ଆଦିତ୍ୟ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ ଓ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଦିତ୍ୟ ଜଣେ ଜଣାଶୁଣା ମ୍ୟୁଜିକ୍‌ ଆରେଞ୍ଜର ଓ ପ୍ରଡ୍ୟୁସର ଭାବରେ ପରିଚିତ ।

Read More

ଭୁବନେଶ୍ବର : ଆଇସୋଲେସନ୍‌ ରୁମ୍‌ରେ ବସି ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଦେହରେ ଅଧିକ ତାପମାତ୍ରା ଥିଲେ ବି ଦେଇହେବ ନିଟ୍‌ ପରୀକ୍ଷା। ଆଇସୋଲେସନ୍‌ ରୁମ୍‌ରେ ନିରୀକ୍ଷକମାନେ ପିନ୍ଧିବେ ପିପିଇ କିଟ୍‌ । ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତି ରୁମ୍‌ରେ 12 ଜଣଙ୍କ ବସିବା ବ୍ୟବସ୍ଥା ହୋଇଛି । ପରୀକ୍ଷା ବ୍ୟବସ୍ଥା ନେଇ  ନିଟ୍‌ ରାଜ୍ୟ ସଂଯୋଜକ ପଲ୍ଲୀ ପଟ୍ଟନାୟକଙ୍କ ସୂଚନା  ଦେଇଛନ୍ତି । ଆସନ୍ତାକାଲି ନିଟ୍ ପରୀକ୍ଷା  ଅନୁଷ୍ଠିତ ହେବ ।  ଜେଇଇ ଭଳି ନିଟର ସଫଳ ପରିଚାଳନା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ପରୀକ୍ଷାର୍ଥୀଙ୍କ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ରବିବାର ଅପରାହ୍ନ 2ଟାରୁ 5ଟା ଯାଏ ପରୀକ୍ଷା ହେବ । ଚଳିତ ବର୍ଷ ଓଡ଼ିଶାର 83ଟି ପରୀକ୍ଷା କେନ୍ଦ୍ରରେ 37 ହଜାର 459 ପରୀକ୍ଷାର୍ଥୀ ନିଟ୍ ଦେବେ ।

Read More

ନୂଆଦିଲ୍ଲୀ : ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ କରୋନା ଔଷଧ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍‌ ଥିଲେ ଔଷଧ କିଣିହେବ ବୋଲି ସୂଚନା ରହିଛି । ତେବେ ସର୍ତ୍ତମୂଳକ ଫେଭିପିରାଭିର୍‌ ଟାବଲେଟ୍‌ ବିକ୍ରିକୁ ଅନୁମତି ମିଳିଛି । ସେହିପରି ରେମଡେସିଭିର ଇଞ୍ଜେକସନ୍‌ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ଔଷଧ କିଣିବାବେଳେ ଦୋକାନରେ ପ୍ରେସ୍‌କ୍ରିପସନ୍‌ ଓ ଅନୁମତି ପତ୍ର ଦେବାକୁ ହେବ । ଔଷଧ ବ୍ୟବହାର ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନୁମତି ପତ୍ର ଦେବାକୁ ପଡିବ । ତେବେ ଔଷଧ ବିକିବା ବେଳେ ଖୁଚୁରା ଦୋକାନୀମାନଙ୍କ ପାଇଁ କେତେକ ସର୍ତ୍ତ ଲାଗୁ ହେବ ।ଔଷଧ ବିକ୍ରି ପୂର୍ବରୁ ପ୍ରେସ୍‌କ୍ରିପସନ୍‌ର ଫଟୋ କପି ରଖିବା ଜରୁରୀ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର : ଯାତ୍ରା କଳାକାର ଭିକୁସେଠ ଓରଫ୍‌ ମହେନ୍ଦ୍ର ଦାସ ମାତ୍ର 55 ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ପରେ ଚୌଦ୍ବାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ପରଲୋକ ନେଇ ମହେନ୍ଦ୍ର ଦାସଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଭିକୁ ସେଠ ଯାତ୍ରା ଜଗତର ଜଣେ ଲୋକପ୍ରିୟ କଳାକାର । ସେ ବହୁ ଚର୍ଚ୍ଚିତ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଟ୍ ଭୂମିକାରେ ଅଭିନୟ କରି ଷ୍ଟାର୍ ବନିଥିଲେ। ନବେ ଦଶକରେ ଯଲିଉଡ ଷ୍ଟାର୍ ମହେନ୍ଦ୍ର ଦାଶ ଥିଲେ ସବୁଠୁ ଟପ୍‌ରେ। ଯାହା ମଞ୍ଚରେ ଦର୍ଶକ ତାଙ୍କର ଖଳନାୟକ ରୂପ ଦେଖିବା ଲାଗି ଟିକେଟ୍ କାଟୁଥିଲେ। ଏପରିକି ନାୟକ ଅପେକ୍ଷା ମହେନ୍ଦ୍ର ଦାଶଙ୍କର ଭୂମିକାକୁ ଯାତ୍ରା ନାଟ୍ୟକାର ଓ ନିର୍ଦ୍ଦେଶକମାନେ ଅଧିକ ଗୁରୁତ୍ଵ ଦେଉଥିଲେ । କେବଳ ଯାତ୍ରା ନୁହେଁ ଓଡ଼ିଆ ଚଳଚ୍ଚିତ୍ର ‘ଯଶୋଦା’ରେ ମଧ୍ୟ ଅଭିନୟ…

Read More