Author: Samikhsya Bureau

ମିର୍ଜାପୁର : ପତ୍ନୀର ଅବୈଧ ସମ୍ପର୍କକୁ ନେଇ ସ୍ବାମୀ ଜଣକ  ରାଗରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ସ୍ତ୍ରୀର ଅବୈଧ ସମ୍ପର୍କରେ ଜାଣିବା ପରେ ସ୍ତ୍ରୀର ପ୍ରେମିକକୁ କୋଦାଳରେ ହତ୍ୟା କରିଛି ସ୍ବାମୀ । ତେବେ ସ୍ବାମୀ ଜଣକ ହତ୍ୟା କରିବା ପୂର୍ବରୁ  ସ୍ତ୍ରୀର ପ୍ରେମିକ ସହିତ ବିଡି ପିଇଥିଲେ । ବିଡି ପିଇସାରିବା ପରେ ରାଗରେ କୋଦାଳରେ ମାରି ହତ୍ୟା କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଥିବାବେଳେ ମିର୍ଜାପୁର ପୋଲିସ୍‌ ଏହି ଜମାଲପୁରର ହୋଇଥିବା ହତ୍ୟାକାଣ୍ଡର ଖୁଲାସା କରିଛି । ଅଗଷ୍ଟ 20 ତାରିଖ ଦିନ ବିନ୍ଦପୁରବା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି ।

Read More

କ୍ରିଷ୍ଟଚର୍ଚ୍ଚ :  ଚାରି ଲକ୍ଷଟଙ୍କାର ଗୋଟିଏ ଗଛ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ସତ୍ୟ । ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ଚାରିଲକ୍ଷଟଙ୍କା ଦେଇ ଏକ ଗଛ କିଣିଛନ୍ତି ।  ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ଗଛରେ ମାତ୍ର ଚାରିଟି ପତ୍ର ରହିଛି । ଏହି ଗଛଟିର ମୂଲ୍ୟ 8150 ନ୍ୟୁଜିଲ୍ୟାଣ୍ଡ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ 4 ଲକ୍ଷ ଟଙ୍କା ରହିଛି । ଏହି ଗଛଟିର ନାମ ଫିଲୋଡେଣ୍ଡ୍ରନ ମିନିମା । ଏହି ଗଛ ଗୁଡିକୁ ସାଧାରଣତଃ ସଉକ ପାଇଁ ଘରେ ରଖାଯାଏ । ତେବେ ବିକ୍ରି ହୋଇଥିବା ଗଛଟିର ସମସ୍ତ 4ଟି ଯାକ ପତ୍ର ସବୁଜ ଏବଂ ହଳଦିଆ ରଙ୍ଗର ମିଶ୍ର ଥିଲା । ନ୍ୟୁଜିଲ୍ୟାଣ୍ଡର ୱେବସାଇଟ ଟ୍ରେଡମିରେ ଗଛଟିକୁ କିଣିବା ପାଇଁ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା କାରଣରୁ ଅଚଳ ହୋଇଥିବା ଭାରତୀୟ ରେଳ ସେବା ଧୀରେ ଧୀରେ କାର୍ଯ୍ୟକ୍ଷମ ହେବାରେ ଲାଗିଛି । ଅନଲକ୍ 4.0ର ଘୋଷଣା ପରେ ଆସନ୍ତା 12 ତାରିଖରୁ 80ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ ଭିକେ ଯାଦବ ଶନିବାର ଏହି ଘୋଷଣା କରିଛନ୍ତି । 12 ତାରିଖରୁ ଏହି ଟ୍ରେନ ଗୁଡିକ ଚାଲିବ ଏବଂ 10 ତାରିଖରୁ ଏହାର ଅଗ୍ରୀମ ବୁକିଂ ସେବା ଆରମ୍ଭ କରାଯିବ ବୋଲି ଯାଦବ ସୂଚନା ଦେଇଛନ୍ତି। ଭାରତୀୟ ରେଳବାଇ ପକ୍ଷରୁ ବର୍ତ୍ତମାନ 230ଟି ସ୍ୱତନ୍ତ୍ର ଟ୍ରେନେ ଚଳାଯାଉଛି । ବିଭିନ୍ନ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଟ୍ରେନ ସେବା ଆରମ୍ଭ କରାଯାଇଥିବା ଯାଦବ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 80 ଟ୍ରେନ ମଧ୍ୟରେ ପୁରୀରୁ ଦୁର୍ଗ ଏବଂ ଦୁର୍ଗରୁ ପୁରୀ ଯାଉଥିବା ଦୈନିକ ଟ୍ରେନ ରହିଛି ।

Read More

ଭୁବନେଶ୍ବର : ଗତକାଲି ଅଭିନେତା ତଥା  ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ଦାଖଲ କରିଥିବା ପିଟିସନ ସାମ୍ନାକୁ ଆସିଥିଲା । ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ୍ ସାମ୍ନାକୁ ଆସିଛି। ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ କରିଛନ୍ତି। ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। 47 ପୃଷ୍ଠାର ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ଏଥିରେ ଦର୍ଶାଇଛନ୍ତି। ଅନୁଭବ ଏଥିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବାହାଘରର ପ୍ରଥମ ଦିନରୁ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଶାରୀରିକ ସଂପର୍କ ରଖିବାକୁ ବର୍ଷା 3/4 ମାସ ସମୟ ମାଗିଥିଲେ। ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ…

Read More

କେରଳ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ସମୟରେ ବି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । କେରଳରେ ପଟ୍ଟନାମିଠାଠାରେ ଏକ କରୋନା ସଂକ୍ରମିତ ଯୁବତୀଙ୍କ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ  ଏଠାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର୍‌ 19 ବର୍ଷୀୟା କରୋନା ଆକ୍ରାନ୍ତଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ କେରଳ ପୋଲିସ୍‌ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ପାଥଲମରେ ଜଣେ 19 ବର୍ଷୀୟା ଯୁବତୀ ତାଙ୍କ ସମ୍ପର୍କୀୟଙ୍କ ଘରେ ହୋମ କ୍ୱାରାଣ୍ଟାଇନରେ ଥିବା ବେଳେ ଗତ ଶନିବାର ସେ କରୋନା ପଜିଟିଭ ଥିବା ଜଣାପଡିଥିଲା। ଏହାପରେ ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ଯୁବତୀଙ୍କ ସହ ଅନ୍ୟ ଜଣେ ମହିଳା ଯେ କି କରୋନା ସଂକ୍ରମିତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭିନ୍ନ ଭିନ୍ନ କରୋନା କେୟାର ସେଣ୍ଟରକୁ ପଠାଇଥିଲେ। ପ୍ରଥମେ…

Read More

ପଞ୍ଜାବ : ଲକ୍‌ଡାଉନ୍‌ ମଧ୍ୟରେ ଜନ୍ମଦିନ ପାର୍ଟି କରିବା ଅଭିଯୋଗରେ ପଞ୍ଜାବ ପୋଲିସ୍‌  ଅକାଲୀ ଦଳ ର ନେତାଙ୍କ ପୁଅ ସମେତ 54ଜଣଙ୍କୁ ଗିରଫଦାର କରିଛି । କରୋନା ପ୍ରୋଟୋକଲ୍‌ ନିୟମ ଉଲ୍ଲଂଘନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପାର୍ଟି କରୁଥିବା ଅଭିଯୋଗ ରହିଛି । ଏହା ସହିତ ଏହି ପାର୍ଟିରେ ପୁଲ୍‌ ଡାନ୍ସ ମଧ୍ୟ ଆୟୋଜିତ କରାଯାଇଥିଲା । ଡାନ୍ସର ମାନଙ୍କର ଡ୍ୟାନ୍ସ ସହିତ ରାତ୍ରିରେ ମଦ ମଧ୍ୟ ପରସା ଯାଇଥିଲା । ଲୁଧିଆନା ପୋଲିସ୍‌ଙ୍କ ମୁତାବକ ଅକାଳୀ ଦଳ ନେତା ସୁରଜିତ୍‌ ସିଂହ ପମ୍ମାଙ୍କ ପୁତ୍ର ସିମରନ୍‌ ସିଂହ ଓବରୟେଙ୍କ ଜନ୍ମଦିବସ ଉପରେ ଅଭିଯୋଗ ହୋଇଥିଲା । ପୋଲିସ୍‌ ଏହି ମାମଲାରେ ସିମରନ୍‌ ସିଂହ ଓବରୟେଙ୍କ ସମେତ 53ଜଣଙ୍କୁ ଗିରଫ କରିଛି । ପୋଲିସ୍‌ ଘଟଣାସ୍ଥଳରୁ ମଦ ବୋତଲ, ବିଅର, ହୁକ୍କା ମଧ୍ୟ ଜବତ କରିଛି । ପଞ୍ଜାବରେ ଲକ୍‌ଡାଉନ୍‌ ନିୟମକୁ କୋହଳ କରାଯାଇଥିବାବେଳେ କିଛିକାଂଶରେ ମଧ୍ୟ ଏବେ ବି…

Read More

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ  8 ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 546କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟର ମୋଟ୍‌ 30ଟି ଜିଲ୍ଲାରୁ3 ହଜାର 543ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 797ଜଣ ରହିଥିବାବେଳେ ବରଗଡରୁ 396,  କଟକରୁ 322 ଜଣ, ଯାଜପୁରରୁ 252, ଝାରସୁଗୁଡାରୁ 192, ମୟୂରଭଞ୍ଜରୁ 142, ବାଲେଶ୍ବରରୁ 120, ପୁରୀରୁ 117,  ଗଞ୍ଜାମରୁ 108, ଭଦ୍ରକରୁ 107,  ସୋନପୁରରୁ 106, କେନ୍ଦ୍ରାପଡାରୁ 103, ରାୟଗଡାରୁ 101, ନୂଆପଡାରୁ 93, କେଉଁଝର ଓ କୋରାପୁଟରୁ 84 ଜଣ ରହିଥିବାବେଳେ ସମ୍ବଲପୁରରୁ 83,  ନବରଙ୍ଗପୁରରୁ 78ଜଣ, ଅନୁଗୁଳ ଜିଲ୍ଲାରୁ 73ଜଣ, ଜଗତସିଂହପୁରରୁ 67ଜଣ, ନୟାଗଡରୁ 62ଜଣ, କଳାହାଣ୍ଡିରୁ 57ଜଣ, ଢେଙ୍କାନାଳରୁ 51, କନ୍ଧମାଳରୁ 45, ବଲାଙ୍ଗିରରୁ 43, ମାଲକାନଗିରିରୁ 37, ସୁନ୍ଦରଗଡରୁ 34, ବୌଦ୍ଧରୁ 29, ଗଜପତିରୁ 20, ଦେବଗଡରୁ 7 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 810 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2286ଜଣ ଚିହ୍ନଟ ହୋଇଥିବାବେଳେ 1524ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 24ହଜାର31 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 29 ହଜାର 658ଜଣ । ସେହିପରି ସୁସ୍ଥ ହୋଇଛନ୍ତି 93 ହଜାର 774ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 538ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ବ୍ରହ୍ମପୁର :  ବ୍ରହ୍ମପୁରଠାରେ ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି । ଫୁଲ ତୋଳିବାକୁ ଯାଉଥିବାବେଳେ କାର୍‌ ଧକ୍କାରେ ଜଣଷ ମହିଳାଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ପାଞ୍ଚ ଜଣ ଆହତ ହୋଇ ଏମ୍‌କେସିଜି ମେଡ଼ିକାଲର ଭାର୍ତ୍ତି ହୋଇଛି। ବ୍ରହ୍ମପୁରରୁ ଗଜପତି ଯାଉଥିବା କାର୍‌ ଦିଗପହଣ୍ଡିର ମୁଖ୍ୟ ରାସ୍ତାରେ ଦେଖାଦେଇଥିବାର ସୂଚନା ରହିଛି । ଫୁଲ ତୋଳିବାକୁ ଯାଉଥିବାବେଳେ କାର୍‌ ଧକ୍କାରେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁରରୁ ଗଜପତି ଯାଉଥିବା କାର୍‌ ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ମହିଳାଙ୍କୁ ଧକ୍କା ଦେଇଥିଲା । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣାକରିଥିଲେ । ସେହିପରି କାର୍‌ରେ ରହିଥିବା ପାଞ୍ଚଜଣ ମଧ୍ୟ ଆହତ ହୋଇଛନ୍ତି ।

Read More

ଭୀଲଓ୍ବାଡ଼ା : ରାଜସ୍ଥାନରେ ଭୀଲଓ୍ବାଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଭୀଲଓ୍ବାଡାର ବିଜୋଲିଆ ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଭୀଲଓ୍ବାଡା – କୋଟା ରାଜପଥର ନୟାନଗର ନିକଟରେ ଏକ ମାରୁତି ଭ୍ୟାନ୍‌ ଓ ଟ୍ରଲର୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଧକ୍କା ହେବା ଫଳରେ ଭ୍ୟାନ୍‌ରେ ରହିଥିବା 7ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ବିଜୋଲିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଛଅ ଜଣଯାକ ଭିଲଓ୍ବାଡା ଗ୍ରାମର ସିଙ୍ଗୋଲୀ ଗ୍ରାମର ହୋଇଥିବାବେଳେ ଜଣେ ସଲାବାଟିଆ ଗ୍ରାମର ବୋଲି ସୂଚନା ରହିଛି । (ଏଜେନ୍ସି)

Read More

ହାଇଦ୍ରାବାଦ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପୋଲିସ ମିଳିତ ଭାବେ ଚଢାଉ କରି ୩୩ଟି ତେଲ ଟାଙ୍କି ସିଲ୍ କରିଛନ୍ତି । ଏହି ଟାଙ୍କିରେ ଗ୍ରାହକମାନଙ୍କୁ ତେଲ ଦେବା ବେଳେ ଇଲେକ୍ଟ୍ରୋନିକ୍ ଚିପ୍ସ ବ୍ୟବହାର କରି ଠକେଇ କରୁଥିଲେ। ଉଭୟ ତେଲୁଗୁ ରାଜ୍ୟର ପୋଲିସ ଏବଂ ମେଟ୍ରୋଲୋଜି ବିଭାଗ ମିଳିତ ଚଢାଇ କରି ଏହି ଠକେଇର ପରଦା ଫାର୍ସ କରିବାରେ ସକ୍ଷମ ହୋଇଛନ୍ତି। ଏକ ଗ୍ୟାଙ୍ଗ ଇନ୍ଧନ ଷ୍ଟେସନରେ ଇଣ୍ଟିଗ୍ରେଟେଡ୍ ଚିପ୍ସ ଲଗାଉଥିଲେ। ଯାହା ଫଳରେ ଫିଲିଂ ମେସିନ୍ ବୋର୍ଡରେ ଯାହା ଦେଖା ଯାଉଥିଲା ତା ଠାରୁ କମ୍ ଇନ୍ଧନ ବାହାରୁଥିଲା।  ଅର୍ଥାତ ପ୍ରତି ୧୦୦୦ ମିଲି ଲିଟର ପେଟ୍ରୋଲ କିମ୍ବା ଡିଜେଲ କିଣିଲେ ଏହି ଇନ୍ଧନ ଷ୍ଟେସନଗୁଡିକରୁ ୯୭୦ ମିଲି ଲିଟର ତେଲ ବାହାରୁ ଥିଲା ବୋଲି ପୋଲିସ କହିଛି। ସାଇବରବାଦ ପୋଲିସ କମିଶନର ଭି.ସି. ସଜ୍ଜନ ଶନିବାର ଏହି ଗ୍ୟାଙ୍ଗର ଠକେଇ ସଂପର୍କରେ କହିଛନ୍ତି ଯେ ଏମାନେ ଏକ ମାନ୍ୟୁପେଲଟ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା70ହଜାର ଡେଇଁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 90 ହଜାର 633 ଜଣ ଆକ୍ରାନ୍ତଚିହ୍ନଟ ହୋଇଥିବାବେଳେ 1065 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 8 ଲକ୍ଷ 62 ହଜାର 320 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 31 ଲକ୍ଷ 80 ହଜାର 865 । ସେହିପରି ଦେଶରେ  ମୃତ୍ୟୁ ସଂଖ୍ୟା 70 ହଜାର 626ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 41 ଲକ୍ଷ 13 ହଜାର 812କୁ ବୃଦ୍ଧି ହୋଇଛି । ଦେଶରେ ସର୍ବାଧିକ ସକ୍ରିୟ ଆକ୍ରାନ୍ତ ମହାରାଷ୍ଟ୍ରରେର ହିଁ ରହିଛନ୍ତି । ମହାରାଷ୍ଟ୍ରରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଚାଲୁରହିଛି । ଏହାପରେ ଦ୍ବିତୀୟ ସ୍ଥାନରେ ରହିଛି ତାମିଲନାଡୁ ଏଠାରେ ଦ୍ବିତୀୟ ସର୍ବାଧିକ…

Read More

ଫତେଗଞ୍ଜ: ଯାହାକୁ ରଖିବେ ଅନନ୍ତ, କି ପାରିପାରେ ବଳବନ୍ତ । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ବର୍ଷକର ଏକ ଶିଶୁଟି ଜୀବିତ ସାପକୁ ପାଟିରେ ପୂରାଇ ଦେଇଥିବାବେଳେ ସାପଟି ଶିଶୁଟିର କିଛି କ୍ଷତିକରିପାରି ନାହିଁ । ତ୍ତରପ୍ରଦେଶର ବରେଲୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଛୋଟ ପିଲା ଖେଳୁ ଖେଳୁ ସାପକୁ ଗିଳିଦେଇଥିବାର ସୂଚନା ରହିଛି । ତେବେ ସାପଟିକୁ ଗିଳୁଥିବାବେଳେ ଛୁଆଟିର ମା’ ଏହାକୁ ଦେଖିଦେଇଥିଲେ । ତତ୍‌କ୍ଷଣାତ୍‌ ସାପର ଲାଞ୍ଚକୁ ଧରି ଟାଣି ବାହାରେ ଫୋପାଡି ଥିଲେ । ବରେଲୀର ଫତେଗଞ୍ଜର ପଶ୍ଚିମ ଅଞ୍ଚଳ ଭୋଲାପୁରରେ ଏପରି ଏକ ଘଟଣା ଘଟିଛି। ଏଠାରେ ଏକ ବର୍ଷର ଏକ ଶିଶୁଖେଳୁ ଖେଳୁ ସାପଟିକୁ ଗିଳୁଦେଉଥିବାବେଳେ ତା’ଙ୍କ ମା’ ଏହାକୁ ଦେଖି ସାପର ଲାଞ୍ଜକୁ ଧରି ଟାଣି ଆଣି ବାହାର କରିଥିଲେ । ଏହାପରେ ତୁରନ୍ତ ଶିଶୁଟିକୁ ନେଇ ହସ୍ପିଟାଲରେ ଭର୍ତ୍ତି…

Read More

ଦେବଗଡ : ବୋମା ତିଆରି ବେଳେ ବିସ୍ଫୋରଣ ଘଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦେବଗଡ ଥାନା କଲାଣ୍ଟିଚିଲାଣ୍ଡିଖୋଳ ଗାଣେ ରାତିରେ ଏହି ବିସ୍ଫୋରଣ ଘଟିଛି । ଜନ୍ତୁଶିକାର ପାଇଁ ବୋମା ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି । ଦୁଇମୃତକ ହେଉଛନ୍ତି ରିଆମାଳ ଥାନା କନସର ଗ୍ରାମର । ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବାର ସୂଚନା ରହିଛି ।

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ  ସୌଭିକ୍‌ ଚକ୍ରବର୍ତ୍ତୀ ଓ  ସୁଶାନ୍ତିଙ୍କ ମ୍ୟାନଜେର୍‌ ସେମୁଏଲ୍‌ ମିରାଣ୍ଡାଙ୍କୁ 4 ଦିନିଆ ରିମାଣ୍ଡରେ ପଠାଯାଇଛି । ଦୁହେଁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରହିବ । ଅପରପକ୍ଷରେ ଡ୍ରଗ୍‌ ଡିଲର୍‌ କାଇଜାନ୍‌ ଇବ୍ରାହିମ୍‌ଙ୍କୁ14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହା ମଧ୍ୟରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ରିଆଙ୍କୁ ଜୋରା କରିବା ପାଇଁ  ରିଆ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ସମନ ଜାରି କରିଛି । ଆଜି ରିୟାଙ୍କ ଘରେ ଏନ୍‌ସିବିର ଟିମ୍‌ ସହିତ ମୁମ୍ବାଇ ପୋଲିସ୍‌ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ସକାଳ 10.30 ସୁଦ୍ଧା ରିଆ ଏନ୍‌ସିବି ଅଫିସ୍‌ରେ ପହଞ୍ଚିବେ ବୋଲି ସୂଚନା ରହିଛି । (ଏଜେନ୍ସି)

Read More

ମାଲକାନଗିରି: ଗଞ୍ଜେଇ ବେପାରୀଙ୍କ ମାଡ଼ରେ ଜଣେ ହୋମଗାର୍ଡ ଗୁରୁତର ହୋଇଥିବାର ଖବର ମିଳିଛି। ମାଲକାନଗିରି ଜିଲ୍ଲାର ବାଲିମେଳା ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଉକ୍ତ ହୋମଗାର୍ଡଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇଥିବା ହୋମଗାର୍ଡଙ୍କ ନାମ ବନବାସୀ ମହାରଣା ବୋଲି ସୂଚନା ରହିଛି ।  ମିଳିଥିବା ସୂଚନା ଅନୁସାରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ବାଲିମେଳା ପୁଲିସ୍ ସେମାନଙ୍କୁ ଧରିବା ଲାଗି ଗୋଡ଼ାଇଥିଲା। ଭାରରେ ଗଞ୍ଜେଇ ଚୋରାଚାଲାଣ ବେଳେ ଅଟକାଇବାରୁ ହୋମଗାର୍ଡଙ୍କୁ ଆକ୍ରମଣ ହୋଇଥିବାର ସୂଚନା ରହିଛି ।

Read More

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଏକ ଅଘଟଣ ଘଟିଛି। ତିନି ନମ୍ବର ୟୁନିଟରେ ଆସ୍ ହାଣ୍ଡଲିଂ ପ୍ଲାଣ୍ଟର ହପର୍‌ ଖସି ପଡ଼ିବାରୁ ଚାରିଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 3ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Read More

ନୂଆଦିଲ୍ଲୀ, ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସାରା ଦେଶର ୪୭ ଜଣ ଶିକ୍ଷକଙ୍କୁ ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁରସ୍କାର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଓଡିଶାରୁ ଦୁଇ ଜଣଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ତାପସ କୁମାର ମହାନ୍ତି ଏବଂ ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଶିକ୍ଷକମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ ନିରୀକ୍ଷଣ କରିଥିଲେ ଯେ, ଜାତୀୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା। ଶିକ୍ଷୟତ୍ରୀ ଭାବରେ ମହିଳାମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଡକ୍ଟର ଏସ୍.ରାଧାକ୍ରିଷ୍ଣନଙ୍କୁ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ରପତି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଗତଦୁଇଦିନ ତଳେ ଗୋଟିଏ ୩ ଲକ୍ଷ ଟଙ୍କାର କାମ ପାଇଁ ୩୦ ହଜାର ପିସି କାରବାର ନେଇ ଖବର ପ୍ରସାରଣ ପରେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲୁଥବା ନେଇ ଅଭିଯୋଗ ହୋଇଛି। ପିସି ମାଗିଥିବା କନିଷ୍ଠ ଯନ୍ତ୍ରୀକୁ ବଂଚାଇବା ପାଇଁ ବ୍ଲକ୍‌ର ସମସ୍ତେ ଚେୟାରମ୍ୟାନ, ସରପଞ୍ଚ, ସମିତିସଭ୍ୟ ଏବଂ ପଦସ୍ଥ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି। ସୂଚନାଯୋଗ୍ୟ ପିସି ନେଇ ଅଭିଯୋଗ କରିଥିବା ଟି. ଫକୀର ପାତ୍ରକୁ ଘଟଣା ପ୍ରସାର ହେବା ପରେ ବ୍ଲକ୍ ତରଫରୁ ଚେୟାରମ୍ୟାନଙ୍କ କାର୍ଯ୍ୟାଳୟକୁ ଡ଼କାଇଥିଲେ। ସେଠାରେ ସଭାପତି, ସରପଞ୍ଚ, ସମିତିସଭ୍ୟ, ବିଡ଼ିଓ ଏହି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରି ଟି. ଫକୀର ପାତ୍ରକୁ ପ୍ରଥମେ ଲୋଭ ଦେଖାଇ ଏବଂ ନ ମାନିବାରୁ ଚାପ ପକାଇ କିଛି ଲେଖିବାକୁ ଦେଇଥିଲେ। ସମସ୍ତେ ଚାପ ପକାଇବାରୁ ଟି. ଫକୀର ପାତ୍ର ଭୟଭୀତ ହୋଇ ସେମାନେ କହିବା ପ୍ରକାରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ସଂକ୍ରମଣ ସଂଖ୍ୟା ଶହେ ତଳକୁ ଥିବାବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ପାଇ ୧୦୨ ହୋଇଛି। ଆଜି ମଧ୍ୟ ଜଣକର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତକାଲି ସମୁଦାୟ ୬୬୪୬ଟି ନମୁନା ପଠାଯାଇଥିବାବେଳେ ଜିଲ୍ଲାରେ ସୁସ୍ଥହାର ୯୪ ପ୍ରତିଶତରେ ପହଞ୍ଚିଛି। ଆଜି ସଂକ୍ରମିତ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା, ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ ୯୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। କବିସୂର୍ଯ୍ୟନଗର, ପାତ୍ରପୁର, ସାନଖେମୁଣ୍ଡି, ସୋରଡ଼ା ବ୍ଲକ୍‌ରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବାବେଳେ ଆସିକାରୁ ୪, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୪, ବ୍ରହ୍ମପୁର ମହାନଗର ନିଗମରୁ ୯, ଭଂଜନଗରରୁ ୪, ବୁଗୁଡ଼ାରୁ, ୩, ଛତ୍ରପୁରରୁ ୮, ଚିକିଟିରୁ ୪, ଧରାକୋଟରୁ ୫, ଦିଗପହଣ୍ଡିରୁ ୪, ଗଂଜାମରୁ ୭, ହିଂଜିଳିକାଟୁରୁ ୩, ଜଗନ୍ନାଥପ୍ରସାଦରୁ ୩, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୧, ପୋଲସରାରୁ ୩, ପୁରୁଷୋତ୍ତମପୁରରୁ ୧, ରଙ୍ଗେଇଲୁଣ୍ଡାରୁ ୫, ଶେରଗଡ଼ରୁ…

Read More