Author: Samikhsya Bureau

ନୂଆଦିଲ୍ଲୀ : ବିଶ୍ବର କରୋନା ମହାମାରୀ କବଳରୁ ବର୍ତ୍ତିବା ପାଇଁ ଆମେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର କରିବାକୁ ଗୁରୁତ୍ବ ଦେଉଛନ୍ତି। ବଜାରରେ କରୋନା ପ୍ରକୋପ ପୂର୍ବରୁ ମଧ୍ୟ ସାନିଟାଇଜର୍ ବିକ୍ରି ହେଉଥିଲା। ଏବେ କିନ୍ତୁ ଲୋକେ ଅଧିକ ସଂଖ୍ୟାରେ ଏଇ ସାନିଟାଇଜର୍ କିଣୁଥିବାର ଦେଖାଯାଉଛି। କଞ୍ଜ୍ୟୁମର ଗାଇଡାନ୍ସ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ସାନିଟାଇଜରର ମାତ୍ରାଧିକ ବ୍ୟବହାର କାରଣରୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ସୂଚନା ଅନୁସାରେ ସାନିଟାଇଜର ବ୍ୟବହାର ସମୟରେ ମଧ୍ୟ ସାବଧାନ ରହିବା ନିତାନ୍ତ ଆବଶ୍ୟକ । ଆମେ ଜୀବାଣୁକୁ ମାରିବା ପାଇଁ ସାନିଟାଇଜରର ବ୍ୟବହାର କରୁଛେ, କିନ୍ତୁ ସେହି ସାନିଟାଇଜର୍‌ ବ୍ୟବହାର ପାଇଁ ଉଚିତ୍‌ କି ନୁହେଁ, ତାହା ଜାଣିବା ନିତାନ୍ତ ଆବଶ୍ୟକ । କାରଣ ମିଳିଥିବା ସୂଚନା ଅନୁସାରେ ଆମେ ବ୍ୟବହାର କରୁଥିବା କିଛି ସାନିଟାଇଜ୍‌ରରେ ଟକ୍ସିକ୍‌ ମିଥାନେଲ୍‌ର ପ୍ରଚୁର ମାତ୍ରା ରହୁଛି, ଯାହାର…

Read More

ଭୁବନେଶ୍ବର, ସେପ୍ଟେମ୍ବର ମାସରେ ପ୍ରତି ଶନିବାର ଦିନ ରାଜ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅତ୍ୟାବଶ୍ୟକ ସେବା ଯେପରିକି ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ସେବା କାର୍ଯ୍ୟାଳୟକୁ ବାଦ ଦିଆଯାଇଛି। ନୋଭେଲ କରୋନା ଭାଇରସକୁ ରୋକିବା ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବିଭାଗ ଏବଂ କର୍ମଚାରୀମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍ କର୍ମଚାରୀଙ୍କ ମଧ୍ୟରେ ଯେଦି ପଜେଟିଭ କେସ୍ ଚିହ୍ନଟ ହେଲେ, ସମ୍ପୃକ୍ତ କାର୍ଯ୍ୟାଳୟ ପ୍ରୋଟୋକଲ୍ ଅନୁସରଣ କରିବାକୁ କୁହାଯାଇଛି।

Read More

ମୁମ୍ବାଇ :  ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏନ୍‌ସିବି । ଅବଦୁଲ୍‌ ବାସିତ ପରିହାର ଓ ଜୈଦ୍‌ ଭିଲିଟ୍ରାଙ୍କୁ ମୁମ୍ବାଇ ଓ ବାନ୍ଦାରୁ ଗିରଫ କରାଯାଇଛି । ରିୟାଙ୍କ ସହଯୋଗୀ ସାମୁଏଲ୍‌ ମିରଣ୍ଡାଙ୍କ ଲିଙ୍କ୍‌ରେ ଦୁହେଁ ଗିରଫ ହୋଇଥିବାର ସୂଚନା ରହିଛି । ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କଠାରୁ ଡ୍ରଗ୍ସ ଆଣୁଥିଲେ । ସୂଚନାଯୋଗ୍ୟ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି । ସୁଶାନ୍ତଙ୍କ ମାମଲାରେ ରିୟାଙ୍କ ଡ୍ରଗ୍ସ ଚାଟ୍‌ ଭାଇରାଲ୍‌ ହେବା ପରେ ଏନ୍‌ସିବି ଏବେ ଏହି ମାମଲାର ଯାଞ୍ଚ କରୁଛି । (ଏଜେନ୍ସି)

Read More

କେନ୍ଦ୍ରାପଡା : ଦୁର୍ଘଟଣାପରେ ବସ୍‌କୁ ଜାଳିଦେଲେ ଲୋକେ । ଏକ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାଗରେ ବସ୍‌କୁ ଜାଳି ଦେଇଥିବାର ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲା ଏନଏଚ୍‌-5 (କ) ହଳଦିଆପଡା ରାଧାଭାଟି ନିକଟରେ ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହିଦୁର୍ଘଟଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏହାପରେ ଲୋକେ ରାଗରେ ବସ୍‌କୁ ପୋଡି ଦେଇଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ, କେନ୍ଦ୍ରର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ସହ ତାଳ ଦେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷା ଯୋଗୁଁ ସଅଳ ସଂକ୍ରମଣ ନିରୂପଣ ସମ୍ଭବ ହେବା ସହ ଅଧିକରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ରଣନୀତି ଯୋଗୁଁ ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ୪.୩୦ କୋଟିରୁ ଅଧିକ (୪,୩୩,୨୪,୮୩୪) ହୋଇଥିବା ବେଳେ ଗତ ୨ ସପ୍ତାହ ମଧ୍ୟରେ ୧,୨୨,୬୬,୫୧୪ ନମୁନା ପରୀକ୍ଷା ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କ୍ରମାଗତ ଭାବେ ସେମାନଙ୍କ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି କରିଚାଲିଛନ୍ତି । ସବୁଠାରୁ ଆଗରେ ତାମିଲନାଡୁ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରହିଥିବା ବେଳେ ମୋଟ ପରୀକ୍ଷାର ଶତକଡା ୩୪ ଭାଗ ଏହି ରାଜ୍ୟଗୁଡିକରେ ସଂଗଠିତ ହୋଇଛି । ଦେଶରେ ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟ ୧୦ ଲକ୍ଷ ଅତିକ୍ରମ କରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ…

Read More

ଯାଜପୁର, ଲଗାତର ବର୍ଷାରେ ଯାଜପୁର ଜିଲ୍ଲାର ବରୀ ବ୍ଲକରେ ଅନେକ ଗାଁ ପାଣି ଘେରରେ ରହିଛି। ଜଣେ ଗର୍ଭବତୀ ମହିଳା ପାଣି ଘେରରେ ଫସି ଯାଇଥିବାରୁ ତାଙ୍କୁ କୋରାପୁଟରୁ ଯାଇଥିବା ଓଡ୍ରାଫ ଟିମ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Read More

ପୁରୀ, ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦୁଇମାସ ଧରି ଚାଲିଥିବା ଚାତୁର୍ମାସ ବ୍ରତ ଉଦଜାପିତ ହୋଇଛି। ଏହି ବ୍ରତ ଆଷାଢ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ କରାଯାଇଥାଏ। ଏହି ସମୟରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଅନ୍ୟ ସାଧୁସନ୍ଥଙ୍କ ସହିତ ମଠ ଭିତରେ ରହିବା ବାଧ୍ୟ ହୋଇଥାଏ। ଏହି ବ୍ରତରେ କେହି ମଠ ସୀମା ପାର ହୋଇ ଯାଇପାରିବେ ନାହିଁ। ମଠ ଭିତରେ ଦିନ ତମାମ ଭକ୍ତି ପୂଜା ଅର୍ଚ୍ଚନା ସହିତ ପୁରାଣ ପାଠ କରାଯାଇଥାଏ। ସେହି ଅନୁସାରେ ପୀଠରେ ପ୍ରତିଦିନ ସକାଳ 10 ଟାରୁ 12 ଟା ପର୍ଯ୍ୟନ୍ତ ବୃହଦାରଣ୍ୟକୋପନିଷଦ ପାଠ , ଅପରାହ୍ନ 5 ଟାରୁ 6 ଟା 30 ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ ପ୍ରବଚନ, ରାତ୍ର 8 ଟାରୁ 9 ଟା ପର୍ଯ୍ୟନ୍ତ ବ୍ରହ୍ମସୁତ୍ର ଶଙ୍କରଭାସ୍ୟ ଟୀକା ପାଠ କରାଯାଉଥିଲା। ଏହି ବ୍ରତ ଉଦଜାପନ ପରେ ଶଙ୍କରାଚାର୍ଯ୍ୟ ମଠ ସୀମା ପାର ହେବାର…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଦେବୀ ନଦୀର ସମ୍ବେଦନଶୀଳ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରି ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ।ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଜଗତସିଂହପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ଦାସ ଦେବୀ ନଦୀର ଆଳିପିଙ୍ଗଳ ନଦୀବନ୍ଧ ପରିଦର୍ଶନ କରି ଜଳସମ୍ପଦ ବିଭାଗର ଯନ୍ତ୍ରୀ ମାନଙ୍କ ସହିତ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଗ୍ରସ୍ତ ସମୟରେ ସୁପରିଣ୍ଟେଣ୍ଡିଙ୍ଗ୍ ଇଂଜିନିୟର ବେଲେଶ୍ୱର ନାଥ ସାହୁ ଓ ଜଗତସିଂହପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀଙ୍କ ସହ ଜଳସମ୍ପଦ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Read More

ରମେଶ ମହାନ୍ତି ଜଗତସିଂହପୁର: ବନ୍ୟାଜଳରେ ପ୍ରଭାବିତ ହୋଇ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତିର୍ତ୍ତୋଲ ତାରତୋଲ ରାସ୍ତାର ଆଦିବାସୀ ପଡା ନିକଟ ରାସ୍ତାରେ ଏକ ଘାଇସୃଷ୍ଟି ହେବା ସହିତ ରାସ୍ତା ଉପରେ ପାଣି ଚାଲୁଛି। ଏହି ସ୍ଥାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନଙ୍କ ସୁରକ୍ଷା ପାଇଁ ଘାଇ ସୃଷ୍ଟି ହୋଇଥିବା ବାଟଦେଇ ଗାଡି ମଟର ଚଳାଚଳ ଓ ସାଧାରଣ ଲୋକେ ଯାତାୟତ ନକରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ବାଉଁଶ ବନ୍ଧାଯିବା ସହିତ ଗତକାଲି ଠାରୁ ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ ଷ୍ଟାଫ୍ ଜଗାରଖା କରୁଛନ୍ତି। ତିର୍ତ୍ତୋଲ ଆଦିବାସୀ ପଡା ଓ ଗୋପିଆକୁଦ ବନ୍ୟାଜଳରେ ଭାସୁଥିବା ବେଳେ ସେଠାରେ ରହୁଥିବା ଲୋକମାନେ ଘରଦ୍ବାର ଛାଡି ୧୨ନଂ ତାଳଦଣ୍ଡା କେନାଲ ବନ୍ଧ ଉପରେ ପାଲଟାଣି ରହିବା ସହ ଗୋପିଆକୁଦ ଗେଷ୍ଟହାଉସ ଓ ତିର୍ତ୍ତୋଲ ବଜାର ସ୍ଥିତ…

Read More

ନୂଆଦିଲ୍ଲୀ, ଗତ ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ଶତକଡା ୭୭ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ ୩.୫ ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ୭,୮୫,୯୯୬ ସକ୍ରିୟ ରୋଗୀ ଥିବାବେଳେ ୨୦.୫୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହରେ ସଂକ୍ରମିତଙ୍କ ତୁଳନାର ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟରେ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ୧୧,୮୫୨, ଆନ୍ଧ୍ରପ୍ରଦେଶ ୧୦,୦୦୪, କର୍ଣ୍ଣାଟକ ୬,୪୯୫, ତାମିଲନାଡୁ ୫,୯୫୬ ଏବଂ ଉତ୍ତରପ୍ରଦେଶ ୪,୭୮୨…

Read More

ନୂଆଦିଲ୍ଲୀ, ଆଗାମୀ ୨୦୨୩-୨୪ ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା କହିଛନ୍ତି। ଅଂଶୀଦାରମାନଙ୍କର କମ୍ପାନୀ ବ୍ୟାପାରରେ ପ୍ରତ୍ୟକ୍ଷ ସହଯୋଗ ଯୋଗୁଁ ପ୍ରକଳ୍ପ ବିକାଶ ପାଇଁ ଥିବା ବାଧାବିଘ୍ନ ଦୂର ହୋଇପାରିବ । ଉଭୟଙ୍କ ସହଯୋଗ ଯୋଗୁଁ ନୂତନ ଚିନ୍ତାଧାରାର ଉପଯୋଗ ହୋଇପାରିବ ବୋଲି ଯୋଶୀ କହିଛନ୍ତି । ଅଂଶୀଦାରମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଲେ ଯେ, କୋଲ ଇଣ୍ଡିଆ ସହିତ ବ୍ୟବସାୟ ପାଇଁ ବିଶେଷ ସୁଯୋଗ ରହିଛି । ୨୦୨୩-୨୪…

Read More

ନୂଆଦିଲ୍ଲୀ, ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ ଭାରତର ମଲ୍ଟି ୱେବଲେନ୍ଥ ସ୍ପେସ ଅବଜରବେଟରି ଆଷ୍ଟ୍ରୋସାଟ୍ ପୃଥିବୀଠାରୁ ୯.୩ ବିଲିୟନ ଆଲୋକବର୍ଷ ଦୂରରେ ଥିବା ଏକ ତାରକାପୁଞ୍ଜର ଏକ୍ସଷ୍ଟ୍ରିମ୍‌-ୟୁଭି ଲାଇଟ ବା ଅଲ୍ଟ୍ରା ଭାୟୋଲେଟ ଆଲୋକ ଠାବ କରିବାରେ ସଫଳ ହୋଇଛି । ଏହି ତାରକାପୁଞ୍ଜର ନାମ ଏୟୁଡିଏଫ୍‌ଏସ୍‌୦୧ ରଖାଯାଇଛି। ପୁଣେସ୍ଥିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ କେନ୍ଦ୍ରର ଦଳେ ଜ୍ୟୋର୍ତିବିଜ୍ଞାନୀ ଡ. କନକ ଶାହାଙ୍କ ନେତୃତ୍ୱରେ ଏହି ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି । ଏ ସଂକ୍ରାନ୍ତ ତଥ୍ୟ ବ୍ରିଟେନରୁ ପ୍ରକାଶ ପାଉଥିବା ପ୍ରମୁଖ ଆନ୍ତର୍ଜାତିକ ପତ୍ରିକା…

Read More

ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପାଣି ଜମି ରହିଛି। ଆଜି ମାସର ପହିଲା ହୋଇଥିବାରୁ ଆଇସିଡିଏସର ଟେକ ହୋମ ରାସନ ବଣ୍ଟା ଯିବା କଥା। ହେଲେ ଏହି ବନ୍ୟା ପ୍ଲାବିତ ଅଞ୍ଚଳରେ ମଧ୍ୟ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି ବଣ୍ଟନ କରିଛନ୍ତି ଟେକ ହୋମ ରାସନ। ରାଜ୍ୟର ଶିଶୁମାନଙ୍କୁ ପୃଷ୍ଟିସାର ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆଇସିଡିଏସ ବା ସମନ୍ବତ ଶିଶୁ ବିକାଶ ସେବା ପ୍ରଚଳନ ହୋଇଆସୁଛି। ଏଥିରେ ଆଶା କର୍ମି ଏବଂ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି ପୃଷ୍ଟିକର ଖାଦ୍ୟ ପ୍ରତି ମାସ ପହିଲାରେ ବାଣ୍ଟି ଥାଆନ୍ତି। ବନ୍ୟା ସମୟରେ ମଧ୍ୟ ସେମାନେ ପାଣିରେ ପଶି ରାସନ ବାଣ୍ଟି ଥିବାରୁ ସେମାନଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪, ରାୟଗଡାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡରୁ ୧୨୬, ବାଲେଶ୍ବରରୁ ୧୦୫, ମାଲକାନଗିରିରୁ ୮୭, ସୁନ୍ଦରଗଡରୁ ୮୬, ସମ୍ବଲପୁରରୁ ୮୪, ପୁରୀରୁ ୮୨, ଭଦ୍ରକରୁ ୬୩, ଜଗତସିଂହପୁରରୁ ୬୨, ଝାରସୁଗୁଡାରୁ ୫୯, ବରଗଡରୁ ୫୭, ବଲାଙ୍ଗିରିରୁ ୫୪, କନ୍ଧମାଳରୁ ୫୨, ଅନୁଗୁଳରୁ ୫୧, କେନ୍ଦୁଝରରୁ ୪୬, ସୋନପୁରରୁ ୩୫, ନବରଙ୍ଗପୁରରୁ ୨୫, ଢେଙ୍କାନାଳରୁ ୨୩, ଗଜପତିରୁ ୨୩, କଳାହାଣ୍ଡିରୁ ୧୬, ବୌଦ୍ଧରୁ ୧୨, ଦେବଗଡରୁ ୭,ଏବଂ ନୂଆପଡ଼ାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ…

Read More

ଗୟା : ପ୍ରେମ କରିବା ଜଣେ ଯୁବକଙ୍କୁ ବେଶ୍‌ ମହଙ୍ଗା ପଡିଛି । ବିହାର ଗୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକଙ୍କୁ ପ୍ରେମ କରିବା ବେଶ୍‌ ମହଙ୍ଗା ପଡିଛି । ପ୍ରେମିକ ଯୁବକଙ୍କୁ ଠେଙ୍ଗାରେ ମାଡ ମରାଯିବା ସହିତ ଗଳା ଚିପି ହତ୍ୟା ଯାଇଛି । ଜଣେ ଯୁବକ ପ୍ରେମ ପାଇଁ ଛଟପଟ ହୋଇ ମରିବାକୁ ପଡିଛି। ଏହିପରି ଏକ ଘଟଣା ଜିଲ୍ଲା ଇମାମଗଞ୍ଜରେ ଘଟିଛି । ମୃତକ ଜଣକ ଢିବର ଗ୍ରାମ ନିବାସୀ 19 ବର୍ଷୀୟ ସଂଜୀବ କୁମାର ବୋଲି ସୂଚନା ରହିଛି । ମୃତକଙ୍କ ପିତା ଓ ବୃଦ୍ଧା ଜେଜେମା’ କହିଛନ୍ତି ଯେ, ପ୍ରେମ ପ୍ରସଙ୍ଗକୁ ନେଇ ସଂଜୀବଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ସେହିପରି ମୃତକଙ୍କ ଭଉଣୀଙ୍କ କହିବାନୁସାରେ ତାଙ୍କ ଭାଇ ପଡୋଶୀରେ ବିକାଶ କୁମାରଙ୍କ ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କର୍ ରହିଥିଲା । ଦୁହେଁ ପ୍ରାୟ ଫୋନ୍‌ରେ କଥାବାର୍ତ୍ତା…

Read More

ନୂଆଦିଲ୍ଲୀ : ମାତ୍ର 1 ଘଣ୍ଟା ମଧ୍ୟରେ 28 ହଜାର କୋଟିରୁ ଅଧିକ ଟଙ୍କାର ଲାଭ ହାସଲ କରିଛନ୍ତି ଜୁମ୍ ଭିଡିଓ କମ୍ୟୁନିକେସନର ସିଇଓ । ଜୁମର ସିଇଓ ଏରିକ ୟୁଆନ ଏକ ଘଣ୍ଟା ମଧ୍ୟରେ 4.2 ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 28 ହଜାର କୋଟିର ଲାଭ ହାସଲ କରିଛନ୍ତି । ଆମେରିକୀୟ ସେୟାର ବଜାରରେ ଜୁମ୍ ଅଂଶଧନର ମୂଲ୍ୟରେ 26 ପ୍ରତିଶତ ଅଭିବୃଦ୍ଧି ଘଟି ଏହା 410 ଡଲାରରେ ପହଞ୍ଚିବା ସହିତ ୟୁଆନଙ୍କ ସମ୍ପତ୍ତିର ପରିମାଣ 20 ବିଲିୟନ୍ ଡଲାର ଅତିକ୍ରମ କରିଛି । ୟୁଆନଙ୍କ ବ୍ୟତୀତ ଆମାଜନ୍ ମାଲିକ ଜେଫ୍ ବେଜୋସ୍ 13 ବିଲିୟନ୍ ଡଲାର ଏବଂ ଟେସଲାର ମାଲିକ ଏଲନ ମସ୍କ 8 ବିଲିୟନ୍ ଡଲାରର ଫାଇଦା ହାସଲ କରିଛନ୍ତି।

Read More

ଭୁବନେଶ୍ବର : ଆଜି ଭୁବନେଶ୍‌ବରରୁ 307 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ମୋଟ୍‌ 307ପଜିଟିଭ୍‌ରୁ 135ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 172ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍‌ରି ଚିହ୍ନଟ ହୋଇଥିବା 135ଜଣଙ୍କ ମଧ୍ୟରେ ଓୟୁଏଟି କଲେଜରୁ 20ଜଣ ରହିଥିବାବେଳେ ସେଣ୍ଟ୍ରାଲ୍‌ ସରକାରୀ ହସ୍ପିଟାଲରୁ 9ଜଣ ରହିଥିବାବେଳେ ମହାଦେବ ନଗରରୁ 3 ଜଣ, ପୋଲିସ୍‌ ସିକ୍ୟୁରିଟି ଓ୍ବିଙ୍ଗ୍‌ର 3 ଜଣ, ସାଲିଆ ସାହିରୁ 3 ଜଣ ରହିଛନ୍ତି । ସେହିପରି ଆଜି ସେହିପରି ଆଜି ଚିହ୍ନଟ ହୋଇଥିବାବେଳେ 172 ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାବେଳେ ଖାରବେଳ ନଗରରୁ 6 ଜଣ ରହିଥିବାବେଳେ ଗଣ୍ଡମୁଣ୍‌ଡା ବସ୍ତିରୁ 5ଜଣ, ଟଙ୍କପାଣି ରୋଡରୁ 3 ଜଣ, ଶୈଳଶ୍ରୀ ବିହାରରୁ 4 ଜଣ, ନୀଳାଦ୍ରି ବିହାରରୁ 4 ଜଣ, ଓଲ୍ଡ ଟାଉନ୍‌ରୁ 5 ଜଣ, ଝାରପଡାରୁ 3 ଜଣ , ଜାଗମରାରୁ 4 ଜଣ, ଆଇଆରସି ଭିଲେଜରୁ 4 ଜଣ,…

Read More

କଟକ:  ଘରୋଇ ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗରେ ଆପୋସ ସମାଧାନ ପାଇଁ ଆଜି ଓଡିଶା ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ବୈଠକ ଡାକି ଆଲୋଚନା କରି ସମାଧାନର ସୂତ୍ର ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅଭିଭାବକ ମହାସଂଘ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଆବେଦନକାରୀ ଅଭିଭାବକଙ୍କୁ ସାମିଲ କରିବାକୁ କୁହାଯାଇଛି । ଯଦି କୌଣସି ନିର୍ଯ୍ୟାସ୍ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ । କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ ଯେ, ଘରୋଇ ସ୍କୁଲ ଫ’ ବୃଦ୍ଧି ମାମଲାରେ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା।

Read More

ପୁରୀ : ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢିଲା । ସେପ୍ଟେମ୍ବର 30 ଯାଏ କଟକଣା ବଢାଇଲେ ପୁରୀ ଜିଲ୍ଲାପାଳ। ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିବା ମନା । କେବଳ ପୁରୀ ଜିଲ୍ଲାବାସୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରିପାରିବେ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣା ମାନି ଦାହ ସଂସ୍କାର କରିପାରିବେ ବୋଲି ସୂଚନା ରହିଛି । ମହାମାରୀ କରୋନାର ଭୟଙ୍କର ସ୍ଥିତିକୁ ନଜରରେ ରଖି ସ୍ବର୍ଗଦ୍ବାରର ଦାହ ସଂସ୍କାର ଉପରେ କଟକଣା ଲଗାଯାଇଥିଲା ଏପରିକି ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି।

Read More

ଭୁବନେଶ୍ବର : ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ  । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ଏହାର ସିବିଆଇ ପାଇଁ ସେ ଦାବି କରିଛନ୍ତି । ଅପରପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି  । ଆଦିତ୍ୟଙ୍କ ବାପା କହିଛନ୍ତିଯେ, ଜଣେ ମହିଳା ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ  । ତାଙ୍କୁ ବିବାହ କରିବା ପାଇଁ ବ୍ଲାକମେଲିଂ କରୁଥିଲେ । ସେହି ମହିଳାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର  । କିନ୍ତୁ କ୍ରାଇମବ୍ରାଂଚ ଏଦିଗରେ ତଦନ୍ତ କରୁନାହିଁ ବୋଲି ସେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି  । ଏହି ମାମଲାର ଏବେ…

Read More

ଭୁବନେଶ୍ବର : ସିଏମ୍‌ସି ଓ ବିକାଶ ଭବନ କାର୍ଯ୍ୟାଳୟ 15 ଦିନ ସାଧାରଣ ଲୋକଙ୍କୁ ମନା । ଏକାଧିକ ପଜିଟିଭ୍‌ ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକ କାର୍ଯ୍ୟାଳୟ ନ ଆସିବା ପାଇଁ ସିଏମସି ବାରଣ କରିଥିବା ସୂଚନା ମିଳିଛି । ସେହିଭଳି ଡିସିପିଙ୍କ କାର୍ଯ୍ୟାଳୟକୁ ମଧ୍ୟ 7 ଦିନ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଡିସିପିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଆକ୍ରାନ୍ତ ହେବାରୁ ଏହି କଟକଣା ଜାରି ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ପୁଣି 3ହଜାର 25 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Read More