ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଅଞ୍ଚଳରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି। ଉକ୍ତ ଦୁଇଟି ସହରର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିଲେ। ବିଧାୟକ ସର୍ବପ୍ରଥମେ ବାଲୁଗାଁ ଏନ.ଏ.ସି କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଏହାପରେ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନିଜର ଅଭିଭାଷଣରେ ବିଧାୟକ ଆଗାମୀ ଦିନରେ ବାଲୁଗାଁ ସହରର ସର୍ବାଙ୍ଗୀନ ଉନ୍ନତି ସହ ସହରର ଡ୍ରେନେଜ ଏବଂ ଆଲୋକୀକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ଵେଚ୍ଛାସାଥି ମାନେ ଉପସ୍ଥିତ ଥିଲେ।…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାୟଗଡାରୁ ସର୍ବାଧିକ ୬୦୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୬୮, ଖୋର୍ଦ୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟାଗଡରୁ ୧୪୧, ମୟୂରଭଞ୍ଜରୁ ୧୨୦, ମାଲକାନଗିରିରୁ ୧୨୦, ବରଗଡରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ବରରୁ ୮୩, କନ୍ଧମାଳରୁ ୭୯, ଢେଙ୍କାନାଳରୁ ୬୬, ବଲାଙ୍ଗିରିରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡାରୁ ୫୦, ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୫, କେନ୍ଦୁଝରରୁ ୨୯, ଦେବଗଡରୁ ୧୩, ସୋନପୁରରୁ ୧୩, ନୂଆପଡାରୁ ୯, ବୌଦ୍ଧରୁ ୬ ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩…
ନୂଆଦିଲ୍ଲୀ : କରୋନା ସଙ୍କଟ କାରଣରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ପୁନର୍ବାର ପ୍ରତିବନ୍ଧକ ଲଗାଇଛି ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ । ଆସନ୍ତା ସେପ୍ଟେମ୍ବର 3୦ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ ମନ୍ତ୍ରାଳୟ ପକ୍ଷରୁ ରୋକ ଲଗାଯାଇଛି । ତେବେ କାର୍ଗୋ ବିମାନ ଏବଂ ସ୍ୱତନ୍ତ୍ର ଭାବରେ ଅନୁମତି ହାସଲ କରିଥିବା ବିମାନ ଗୁଡିକୁ ଏହି ନିୟମରୁ ବାଦ ଦିଆଯିବ । ସୋମବାର ଦିନ ଡିଜିସଏ ମୁଖ୍ୟ ଅରୁଣ କୁମାର ଏହି ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର 30 ପୂର୍ବରୁ କରୋନା ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।
ଭୁବନେଶ୍ୱର: ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ଆଜି ତାଙ୍କର ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ନିଜେ ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ଆଜି ସକାଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଳମଗ୍ନ ଅବସ୍ଥାରେ ଅଛି। ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟ ବନ୍ଧ ଭାଙ୍ଗିଛି। ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି। ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବହୁ ଜିଲ୍ଲା ଜଳମଗ୍ନ ହୋଇଥିବାବେଳେ ବହୁ ଗାଁ ବୁଡିଯାଇଛି, ଅନେକ ଘର ଭାଙ୍ଗି ଯାଇଛି ଏବଂ ବହୁ ସ୍ଥାନରେ ରାସ୍ତା ଓ ଗମନାଗମନ ଭିତ୍ତିଭୂମି ନଷ୍ଟ ହୋଇଛି । ତେବେ ସାଧାରଣ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ତ୍ୱରାନିତ୍ୱ ପଦକ୍ଷେପ ନିଆଯାଉଥିବା ନବୀନ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟା ଆସିବା ଫଳରେ ଚାରୋଟି ବଡ ନଦୀ ର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା। ଫଳରେ ହୀରାକୁଦରେ 46ଟି ଗେଟ ଖୋଲା ଯାଇଥିଲା । ଅନ୍ୟପଟେ ଗେଟ ଖୋଲିବା ଯୋଗୁଁ ତଳିଆ ଅଂଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବରୀରେ ବ୍ୟାପକ…
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ଏନେଇ ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ ପ୍ରଣବ ମୁଖାର୍ଜୀ । 84 ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀ । ଅଗଷ୍ଟ 10 ତାରିଖରେ ପ୍ରଣବ ମୁଖାର୍ଜୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ବ୍ରେନ୍ ସର୍ଜରୀ ଓ ଫୁସ୍ଫୁସ୍ ସଂକ୍ରମଣଓ କରୋନାରେ ମଧ୍ୟ ପୀଡ଼ିତ ଥିଲେ ପ୍ରଣବ ମୁଖାର୍ଜୀ । 2012ରୁ 2017ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ ପ୍ରଣବ ମୁଖାର୍ଜୀ । ଭାରତୀୟ ରାଜନୀତିରେ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ରହିଥିଲେ ପ୍ରଣବ ମୁଖାର୍ଜୀ ।1969ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜନୀତିକୁ ଆସିଥିଲେ ପ୍ରଣବ ମୁଖାର୍ଜୀ । କଂଗ୍ରେସର ବରିଷ୍ଠ ନେତା ଥିଲେ ପ୍ରଣବ ମୁଖାର୍ଜୀ । ସେ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳି…
ଭୁବନେଶ୍ବର : ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ବନ୍ୟାଦୃଷ୍ଟିରୁ ଆବେଦନ ଅବଧି ବଢାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ। ସେପ୍ଟେମ୍ବର 4 ପରିବର୍ତ୍ତେ ସେପ୍ଟେମ୍ବର 11 ଯାଏଁ ସରକାର ଯୁକ୍ତ ଦୁଇ ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବିଳମ୍ବରେ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ରାଜ୍ୟରେ ଏବେ ବନ୍ୟା ସ୍ଥିତିକୁ ଦେଖି ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 404 ପଜିଟିଭ୍ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ ଆଜି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି 273 ଜଣ । ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 10 ହଜାର 425ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 6 ହଜାର 334ଜଣ । 42 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 4 ହଜାର 38ଜଣ ସକ୍ରିୟ ମାମଲା ରହିଛି । ବିଏମସି ଓ୍ବାର୍ଡ ଅନୁଯାୟୀ ସକ୍ରିୟ ମାମଲା, ସୁସ୍ଥ ମାମଲା ଓ ମୃତ୍ୟୁ ସଂଖ୍ୟାର ସୂଚନା ଦେଇଛି । 27 ନମ୍ବର ଓ୍ବାର୍ଡରେ ସର୍ବାଧିକ 23 ଜଣ ରହିଥିବାବେଳେ 2 , 40, ଓ 19 ନମ୍ବର ଓ୍ବାର୍ଡରେ 17ଜଣ ଲେଖାଏଁ ରହିଛନ୍ତି । ସେହିପରି 32 ନମ୍ବର ଓ୍ବାର୍ଡରେ 15 ଜଣ, 46 ନମ୍ବର ଓ୍ବାର୍ଡରେ 19ଜଣ ରହିଛନ୍ତି ।
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କଣ୍ଟେନେମେଣ୍ଟ ଜୋନ୍ରେ ଲକ୍ଡାଉନ୍ ଅବଧି ସେପ୍ଟେମ୍ବର 30 ଯାଏଁ ବୃଦ୍ଧି କରିଛନ୍ତି । ତେବେ ସେପ୍ଟେମ୍ବର 8ରୁ ରାଜ୍ୟରେ ମେଟ୍ରୋ ରେଳ ସେବା ଆରମ୍ଭ ହେବ । ଏହା ବ୍ୟତୀତ ରାଜ୍ୟରେ 7,11 ଓ 12 ତାରିଖରେ ସମ୍ପୂଣ୍ଣ ଲକଡାଉନ୍ ଜାରି ରହିବ । ଏନେଇ ରାଜ୍ୟ ସରକାର ସୋମବାର ଦିନ ଆଦେଶ ଜାରି କରିଛନ୍ତି । ପୂର୍ବବତ୍ ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଏବଂ ପ୍ରେକ୍ଷାଳୟ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ।ସେହିପରି ରାଜ୍ୟରେ ସ୍କୁଲ କଲେଜ ମଧ୍ୟ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ରହିଛି । ଅପରପକ୍ଷରେ, କଣ୍ଟେନମେଣ୍ଟ ଜୋନ ବାହାର ଅଞ୍ଚଳରେ ଓପନ୍ ଥିଏଟର ସେପ୍ଟେମ୍ବର 21 ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ଥାନା ବଡବାହାଳ ପଂଚାୟତର ଖଣ୍ଡହତା ଗ୍ରାମରେ ଜଣେ ବ୍ୟକ୍ତିବିଷ ପାନ କରି ଆତ୍ମ ହତ୍ୟା କରିଥିବା ଘଟଣା ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ,ଖଣ୍ଡହତା ଗ୍ରାମର ପ୍ରହଲ୍ଲାଦ ମାଝୀ(୫୦) ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା । ସେ ଏମିତି ନିଜର ସ୍ତ୍ରୀ ସହ ମଦ୍ୟପାନ କରି ଝଗଡା କରେ ।ଗତକାଲି ମଧ୍ୟ ମଦ୍ୟପାନ କରି ସ୍ତ୍ରୀ ସହ ଝଗଡା କରି ଶେଷରେ କିଟନାଷକ ଔଷଧ ଖାଇ ଦେଇଥିବା ରେଢାଖୋଲ ଥାନାଧୀକାରୀ ପ୍ରଶାନ୍ତ କୁମାର ସାମଲ ପ୍ରକାଶ କରିଛନ୍ତି । ଆଜି ରେଢାଖୋଲ ପୋଲିସ୍ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
କନ୍ଦର୍ପ ବେହେରା ରେଢାଖୋଲ : ଆଜି ରେଢାଖୋଲ ଥାନା କଦଳୀଗଡ ନିକଟସ୍ଥ ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ପଂଚାୟତର ଓରଡା ପୋଲ ନିକଟରୁ ଜଣେ ଅଚିହ୍ନା ଯୁବତୀର ମୃତ ଦେହକୁ କିଆକଟା ପୋଲିସ୍ ଉଦ୍ଧାର କରିଛି । ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ଗ୍ରାମ ନିକଟ ତଥା ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ପଂଚାୟତର ଓରଡା ନିକଟରେ ଥିବା ଏକ ପୋଲ ପାଖରେ ଜଣେ ଅଚିହ୍ନା ଯୁବତୀର ମୃତ ଦେହ ପଡିଥିବା ରାସ୍ତାରେ ଯାଉଥିବା ବାଟୋଇମାନେ ଦେଖି କିଆକଟା ପୋଲିସ୍ କୁ ଖବର ଦେଇଥିଲେ କିଆକଟା ପୋଲିସ୍ ଶବଟିକୁ ଜବତ କରି କିଆକଟା ଥାନାକୁ ନେଇଯାଇଥିଲା । ମୃତ ମହିଳାର ବୟସ ୨୦ ବର୍ଷ ଭିତରେ ବୋଲି ଆନୁମାନ କରାଯାଉଛି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସଂଦେହ ହେଉଛି । ମହିଳାଟିର ତଂଟିକୁ କୈାଣସି ଏକ ଧାରୁଆ ଅସ୍ତ୍ରରେ କାଟି ତାକୁ…
ଅଗରତାଲା : ତ୍ରିପୁରାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି ।ଖେଳିବା ବାହାନାରେ ଏକ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଛି । ଅଭିଯୁକ୍ତମାନେ ନାବାଳକ ବୋଲି ସୂଚନା ରହିଛି । ରବିବାର ପଶ୍ଚିମ ତ୍ରିପୁରାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଲୁଚାକାଳି ଖେଳିବା ବାହାନାରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ସାତ ଜଣ ବାଳକ । ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଛି । ଗିରଫ ହୋଇଥିବା 6 ଅଭିଯୁକ୍ତ ନାବାଳକ ମଧ୍ୟରୁ ଚାରି ଜଣଙ୍କୁ ଜୁଭେନାଇଲ ହୋମ ପଠାଯାଇଥିବା ବେଳେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଣ ଏହି ଦୁଇ ଅଭିଯୁକ୍ତ କରୋନା ପଜିଟିଭ୍ ହୋଇଥିବାର ସୂଚନା ରହିଛି । ଶନିବାର ଦିନ ନାବାଳିକା ଜଣକ ଘରକୁ ଫେରୁଥିବା ସମୟରେ ଏହି କାଣ୍ଡ ଘଟିଥିବାର ସୂଚନା ରହିଛି । ପୀଡ଼ିତା ନାବାଳିକାଙ୍କ ପିତାଙ୍କ ଅଭିଯୋଗେ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି…
ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଚାରି ମାସର ଅଗ୍ରୀମ ମଧୁବାବୁ ପେନସନ ଟଙ୍କା ପାଇବେ ହିତାଧୀକାରୀ । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ଚାରି ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ ଦେବାକୁ ନିଷ୍ପତ୍ତି ହୋଇଛି । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଟଙ୍କା ହିତାଧୀକାରୀଙ୍କୁ ମିଳିବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବରରେ ଏକକାଳୀନ ଚାରି ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।
ଭୁବନେଶ୍ବର : କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଦ୍ବୈତନଗରୀରେ କୋଭିଡ କଟକଣା ଭିତରେ ପୂଜା କରାଯିବ ବୋଲି ସୂଚନା ରହିଛି । ଭୁବନେଶ୍ବରରେ ଆଡମ୍ବରଶୂନ୍ୟ ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ପୂଜା କମିଟି ସହ ପୋଲିସ୍ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି, ମାଇକ୍ବାଜିବନି । କେବଳ ମନ୍ତ୍ରପାଠ ଲାଗି ମାଇକ୍ ବାଜିବ କି ନାହିଁ ବିଚାର କରାଯିବ । ସେହିପରି ପୂଜା କମିଟିର ମାତ୍ର 10ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ । ଘର ଘର ବୁଲି ଚାନ୍ଦା ଆଦାୟ କରାଯିବନି, ସ୍ବଇଚ୍ଛାରେ ଯିଏ ଯାହା ଦେବ ବୋଲି ସୂଚନା ରହିଛି । ଲୋକେ ମଣ୍ଡପକୁ ନ ଆସି, ଘରେ ରହି ପୂଜା ପାଳନ କରିବେ । ମୂର୍ତ୍ତିର ଉଚ୍ଚତା 4ରୁ 5 ଫୁଟ ମଧ୍ୟରେ ରହିବ, ନିର୍ଦ୍ଦିଷ୍ଟ ଉଚ୍ଚତା ହେବ…
ବିହାର : ବିହାରର ଗୋପାଳଗଞ୍ଜରେ ଜଣେ ଯୁବକଙ୍କୁ ନିଜ ପ୍ରେମିକାକୁ ସାକ୍ଷାତ କରିବା ବେଶ୍ ମହଙ୍ଗା ପଡିଛି । ଯୁବକ ଜଣକ ବିବାହିତା ପ୍ରେମିକାକୁ ସହ ଯୁବତୀଙ୍କ ବେଡରୁମ୍ରୁ ଧରାପଡିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ଯୁବକ ଜଣକୁ ସଡକ ଉପରେ ଘୋଷାରି ଘୋଷାରି ଆଣିବା ସହିତ ଏପରି ମାଡ ହୋଇଥିଲା ଯେ, ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୋପାଳଗଞ୍ଜର ମୁର୍ଗିଆ ଗ୍ରାମରେ ରାତ୍ରିର ଅନ୍ଧାରରେ ଜଣେ ଯୁବକ ବିବାହିତା ପ୍ରେମିକାକୁ ସାକ୍ଷାତ କରିବା ପାଇଁ ପ୍ରେମିକାଙ୍କ ଶାଶୁଘରେ ପହଞ୍ଚିଥିଲେ । ମହିଳାଙ୍କ ଶାଶୁଘର ଲୋକଙ୍କୁ ଏହାର ଆଭାସ ମିଳିବା ପରେ ମହିଳାଙ୍କ ବେଡରୁମ୍ରୁ ପ୍ରେମିକଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହା ପରେ ମହିଳାଙ୍କ ଶାଶୁଘର ଲୋକେ ତାଙ୍କୁ ଘୋଷାଡି ଘୋଷାଡି ଘରୁ ଆଣି ନିବସ୍ତ୍ର କରି ପ୍ରବଳ ମାଡ ମାରିଥିଲେ । ଘଟଣାଟି ପ୍ରଘଟ ହେବା…
ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାର ଗୋଟିଏ ପରିବାରର ତିନିଜଣଙ୍କର ହତ୍ୟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣା ଏତ୍ମାଦୋଲ୍ଲାର ନଗଲା କିଶନଲାଲ ଅଞ୍ଚଳରେ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ପୁଅ ରହିଛନ୍ତି । ତିନି ଜଣଙ୍କର ଜଳନ୍ତା ଶବ ଘରୁ ମିଳିଥିବାବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ମଧ୍ୟରେ 55 ବର୍ଷୀୟ ରଘୁବୀର, ସ୍ତ୍ରୀ ମୀରା ଓ 22 ବର୍ଷୀୟ ପୁଅ ବବୁଲ୍ ରହିଛନ୍ତି । ମୃତ ବ୍ୟକ୍ତି ଜଣଙ୍କର ଅର୍ଥାତ ଘରର ମାଲିକ ହାତ ଓ ଗୋଡ଼କୁ ସେଲୋଟେପରେ ବନ୍ଧା ଯାଇଥିଲା। ଘଟଣାଟି ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତିନିଜଣଙ୍କୁ ହତ୍ୟା କରାଯିବା ପରେ ଜଳାଇ ଦିଆଯାଇଥିବାର ସନ୍ଦେହ ହୋଇଛି । ତେବେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କର କିଏ କିପରି କାହିଁକି ହତ୍ୟା…
ନୂଆଦିଲ୍ଳୀ : ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷିତ କରାଯାଇଥିବା ବେଳେ ଆଜି ଦଣ୍ଡ ଘୋଷଣା କରାଯାଇଛି । ଦଣ୍ଡ ସ୍ୱରୂପ ପ୍ରଶାନ୍ତ ଭୂଷଣଙ୍କୁ 1 ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଯଦି ଜରିମାନା ଅର୍ଥ ପୈଠ ନକରାଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଅର୍ଥ ପ୍ରଦାନ ନକରନ୍ତି ତେବେ ତିନି ମାସର ଜେଲ ଦଣ୍ଡାଦେଶ ସହିତ ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କର ବାର ଲାଇସେନ୍ସ ରଦ୍ଧ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ବିଜାପୁର : ଛତିଶଗଡ ବିଜାପୁର ଜିଲ୍ଲାରେ ଏଏସ୍ଆଇ ନଗେୟା କର୍ସାଙ୍କୁ ମାଓବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିବାର ସୂଚନା ରହିଛି । ବିଜାପୁର ଜିଲ୍ଲା ତେନ୍ତୁଲନା ଗାଁ ପାଖରେ ଗୁଳି ହତ୍ୟା କରିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏଏସ୍ଆଇ ଜଣକ ନିଜର ଛୁଟି ସାରି ଡ୍ୟୁଟିରେ ଯୋଗଦେବାକୁ ଯାଉଥିବାବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିବାବେଳେ ତାଙ୍କୁ ଗୁଳି କରି ହତ୍ୟାକରିଛନ୍ତି । ସୋମବାର ଦିନ ସକାଳୁ ସକାଳୁ କୁଟରୁ-ବିଜାପୁର ରାସ୍ତା ନିକଟରେ ତାଙ୍କ ମୃତଦେହ ପଡିଥିବାର ଦେଖାଯାଇଥିଲା । ରବିବାର ସନ୍ଧ୍ୟାରେ ମାଓବାଦୀମାନେ ତାଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିବାର ଆଶଙ୍କା କରାଯାଇଛି । ନଗେୟା କୁଟରୁ ଥାନାରେ କାର୍ଯ୍ୟରତ ଥିବାବେଳେ ସେ ସବୁଦିନ ପରି ରବିବାର ସନ୍ଧ୍ୟାରେ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ମଙ୍ଗାପେଟ୍ଟା ନିକଟରେ ତାଙ୍କର ବାଇକ୍ ପଡିଥିବାର ସୂଚନା ରହିଛି । ପୋଲିସ୍ ସୂଚନା ଅନୁସାରେ ଏଏସ୍ଆଇଙ୍କ…
ନୂଆଦିଲ୍ଳୀ: ପୁଣି ଥରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୨୯ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍ ନିକଟରେ ଉଭୟ ସେନା ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଚୀନ୍ ସେନାର ଉଦ୍ୟମକୁ ବିଫଳ କରିଦେଇଛନ୍ତି। ଆଲୋଚନା ସତ୍ତ୍ବେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ଜବାବ ଦେଇଛି ଭାରତୀୟ ସେନା। ତେବେ ଦୁଇ ସେନା ମୁହାମୁହିଁ ହେବା ସତ୍ତ୍ବେ କୌଣସି ମୃତାହତ ହୋଇନଥିବାର ସୂଚନା ମିଳିଛି। ଭାରତୀୟ ସେନାର ପିଆରଓ କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ‘ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ଯବାନମାନେ ଅଗଷ୍ଟ ୨୯ ଓ ୨୯ ତାରିଖ ରାତ୍ରିରେ ପୂର୍ବ ଲଦାଖରେ ଚାଲିଥିବା ବିବାଦ ସମୟରେ ସାମରିକ ତଥା କୂଟନୈତିକ ସହମତିର ଉଲ୍ଲଂଘନ କରିବା ସହିତ ଏହାର ଯଥାସ୍ଥିତି ବଦଳାଇବା ପାଇଁ ପ୍ରଚେଷ୍ଟା ପୂର୍ବକ ଅନୁପ୍ରବେଶ କରିଥିଲେ। ପିଆରଓ ଆହୁରି ମଧ୍ୟ କହିଛନ୍ତି…
ଭୁବନେଶ୍ବର : କରୋନା ଯୋଗୁଁ ଆଜି ରାଜ୍ୟର 10 ଜଣଙ୍କ ଜୀବନ ଯାଇଛି । କନ୍ଧମାଳ ଓ ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧାରୁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବରରୁ 56 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଦୁଇ ମୃତକଙ୍କ ମହିଳା ହୋଇଥିବାବେଳେ ଦୁହିଁ ଜଣଙ୍କ ବୟସ 60 ବର୍ଷ ବୋଲଇ ସୂଚନା ରହିଛି । କନ୍ଧମାଳର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 43, 58 ଓ 42 ବର୍ଷ । ସେହିପରି ଗଞ୍ଜାମର 48 ବର୍ଷୀୟ ପୁରୁଷ, ରାୟଗଡାରୁ 54ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 71 ବର୍ଷୀୟ ପୁରୁଷ, ନୟାଗଡରୁ…

