ନବରଙ୍ଗପୁର : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି। ଏହାରି ମଧ୍ୟରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି। ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି ବୋଲି ଜଣାଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ରମେଶ ଅନୁରୋଧ କରିଛନ୍ତି।
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ଚିଲିକା: ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି ହେଲେ ତାହା ଅଧପନ୍ତରିଆ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ରେଳବାଇ ଓଭରବ୍ରିଜ ବିଷୟରେ। ଅଗଣିତ ଆନ୍ଦୋଳନ ଏବଂ ଦାବି ପରେ ବାଣପୁର ଏବଂ ବାଲୁଗାଁକୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତା ମଧ୍ୟରେ ଥିବା ବାଲୁଗାଁ ରେଳ ଷ୍ଟେସନର ରେଲୱେ ଲେବେଲ କ୍ରସିଂ ଗେଟ ଉପର ଦେଇ ଏକ ଓଭରବ୍ରିଜ ନିର୍ମାଣ ପ୍ରକଳ୍ପ ରାଜ୍ୟ ପୂର୍ତ୍ତବିଭାଗ ତରଫରୁ ଅନୁମୋଦନ ହେଇଥିଲା। ଏହି ପ୍ରକଳ୍ପର ଶୁଭ ଦେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ଚିଲିକା ବିଜେଡି ବିଧାୟକ ଶ୍ରୀ ରଘୁନାଥ ସାହୁ। ସେହିଦିନ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କର ଖୁସିର ସୀମା ନଥିଲା କାରଣ ବାଲୁଗାଁ ରେଳ ଫାଟକ ଖୋର୍ଦ୍ଧା ରେଳ ଡିଭିଜନର ସବୁଠାରୁ ବ୍ୟସ୍ତ ଫାଟକ ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରତି ଦଶ ମିନିଟରେ ଥରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ରେଳ ଅତିକ୍ରମ କରେ।…
ତାମିଲନାଡୁ : ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ 7ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ କୁଡ୍ଡାଲୋରଠାରେ ଶୁକ୍ରବାର ଦିନ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଏକ ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡିନଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ବାଣପୁର ବ୍ଲକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଆଜି ବାଣପୁର ବ୍ଲକ ଉନ୍ନୟନ ଅଧିକାରୀ ଡ. ଶୁଭଶ୍ରୀ ତ୍ରିପାଠୀ କରୋନାରେ ସଂକ୍ରମଣ ହୋଇଛନ୍ତି। ଏନେଇ ଡ. ଶୁଭଶ୍ରୀ ନିଜେ ସୂଚନା ଦେଇଛନ୍ତି। ତେବେ ବିଡିଓ କରୋନା ପଜିଟିଭ ହେବା ପରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। କରୋନା ଭୂତାଣୁ ଆମ ଶରୀର ମଧ୍ୟକୁ ଆସିବା ପାଇଁ ସୁଯୋଗ ଖୋଜୁଥିବାରୁ ଆମ ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ ପଡିବ ବୋଲି ବିଡିଓ କହିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ରଖିବା, ହାତକୁ ଭଲଭାବରେ ସାବୁନରେ ଧୋଇବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ବାଣପୁର ତହସିଲଦାର ମନ୍ମଥ ବେହେରା ମଧ୍ୟ କରୋନାରେ ସଂକ୍ରମଣ ହୋଇଥିଲେ। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଥିବାବଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି…
ହରିୟାଣା : ଜଣେ ନାରୀ ହିଁ ଝିଅଟିକୁ ଭଲରେ ବୁଝିପାରେ । କିନ୍ତୁ ଯଦି ଜଣେ ଝିଅ ପାଇଁ ଯଦି ତା’ର ନିଜ ଘରର ମହିଳାମାନେ ଶ୍ରୁତ ହୋଇ ପଡନ୍ତି ତେବେ ସେ କାହାକୁ କହିବ । ଏଠାରେ ଜଣେ ଖୁଡୀ ନିଜର ପରକୀୟା ପ୍ରୀତି ପଦାରେ ପଡିବା ପରେ ରାଗରେ ନିଜ ଝିଆରୀର ଦୁଷ୍କର୍ମ କରାଇବା ପରି ଘଟଣା ସାମ୍ନାକୁ ଆସିଛି । ଜଣେ ଖୁଡୀ ନିଜ ଖରାପ କାର୍ଯ୍ୟ ଲୁଚାଇବାକୁ ଯାଇ ନିଜ ଝିଆରୀ ସହିତ ଏପରି କୁକର୍ମ କରିଥିବାର ଜଣାପଡିଛି । ହରିୟାଣାର ରେଓ୍ବାଡୀ ଜିଲ୍ଲା ଅନ୍ତର୍ଗତ କୋସଲୀ ଅଞ୍ଚଳର ଏକ ଗ୍ରାମରେ ଜଣେ ଖୁଡୀ ନିଜ ନିରୀହ ଝିଆରୀର ଦୁଷ୍କର୍ମ କରାଇଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ସେହି ଗ୍ରାମର ଜଣେ ମହିଳା ନିଜ ଯା’ ଓ ଗ୍ରାମର ଚାରିଜଣ ଯୁବକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ।ମହିଳାଙ୍କ ସୂଚନା ଅନୁସାରେ…
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ଅଶାଳୀନ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ କଟକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ଦିନ ସାଲେପୁରର କୁସୁମ୍ଭି ଗାଁର ବାସିନ୍ଦା 40 ବର୍ଷିୟ ସାୟଦ ହାସନ ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶର ବାଗପାଟ ଜିଲ୍ଲା ଅନ୍ତର୍ଗତ ସିଙ୍ଗବାଲି ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ସେଡିସନ ଚାର୍ଜ ସମେତ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ଧଫାରେ ମାମଲା ଋଜୁ କରାଯାଇଛି ବୋଲି ପୋଲିସ କହିଛି। ଅହମ୍ମଦ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ବିରୋଧରେ ଧମକ ପୋଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଲଖମୀପୁର : ଉତ୍ତରପ୍ରଦେଶର ଲଖମୀପୁରର ଖିରିଠାରେ ତିନି ବର୍ଷୀୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶିଶୁଟିର ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ସିଙ୍ଗାହୀ ଥାନା ଗ୍ରାମର ଜଣେ ତିନି ବର୍ଷୀୟା ବାଳିକା ନିଜ ଘର ବାହାରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଆଖପାଖରେ ଖୋଜିଥିଲଷ । କିନ୍ତୁ ତା’ ପରଦିନ ଦ୍ବିପ୍ରହର ସମୟରେ ଆଖୁ କ୍ଷେତରୁ ଶିଶୁଟିର ମୃତଦେହ ପଡିଥିବାର ଦେଖାଯାଇଥିଲା । ଶିଶୁଟିର ମୃତଦେହ ମିଳିଥିବା ସ୍ଥାନରୁ ଏକ ରକ୍ତଭିଜା ରୁମାଲ୍ ମଧ୍ୟ ଜବତ ହୋଇଛି । ଶିଶୁଟିର ଦୁଷ୍କର୍ମ ପରେ ହତ୍ୟା ହୋଇଥିବାର ଗ୍ରାମବାସୀମାନେ ସନ୍ଦେହ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲେ । ପୋଷ୍ଟମର୍ଟମ୍ ରିପୋର୍ଟରୁ ଶିଶୁଟି ସହ…
କେଦାର ମିଶ୍ର ଆଉ ଦିନେ କି ଦୁଇ ଦିନରେ ଭାରତରେ କରୋନା ଜନିତ ମୃତ୍ୟୁ ୭୦ ହଜାରରେ ପହଞ୍ଚିବ। ସତୁରୀ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୭୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୭୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ଗତକାଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଲେ ପ୍ରତି ଦଶ ଲକ୍ଷ ଲୋକରେ ଆମର ମୃତ୍ୟୁ ସଂଖ୍ୟା ୪୯, ଯାହାକି ପୃଥିବୀରେ ସବୁଠୁ କମ। ସରକାରୀ ତଥ୍ୟ ରଖିଲା ବେଳେ ଆମର ବରିଷ୍ଠ ଅଧିକାରୀମାନେ ଏତେ ଦାୟିତ୍ଵହୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କେମିତି? ଆମର କରୋନା ଜନିତ ମୃତ୍ୟୁ ସଂଖ୍ୟା ପୃଥିବୀର ସବୁଦେଶ ତୁଳନାରେ ସବୁଠୁ ସତରେ କମ କି? ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଜନ ହପକିନ୍ସ ବିଶ୍ଵ ବିଦ୍ୟାଳୟ…
ମୁମ୍ୱାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପରେ ଏବେ ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଛି ଏନସିବି । ରିଆ, ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଆଜି ସକାଳେ ତଦନ୍ତ କରିଥିଲା ଏନସିବି । ଚଢଉ କରିବା ପରେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ଉଠାଇ ନେଇଛି ଏନସିବି । ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି । ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା ।ଏହି ସମୟରେ ଏକ ପୁରୁଣା ଡାଏରୀ ଜବତ କରିଛି ଏନ୍ସିବି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରୁ 9ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ମୃତକଙ୍କ ମଧ୍ୟରେ ବଲାଙ୍ଗିର, କଟକ, ଗଞ୍ଜାମ, ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଲାଙ୍ଗିର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 18 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 75 ବର୍ଷୀୟ ମହିଳା । ସେହିପରି ଖୋର୍ଦ୍ଧା ଜିଲ୍ଲାର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 67 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ଭୁବନେଶ୍ବରର 90 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି । ସେହିପରି କଟକର ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ମହିଳା । ଗଞ୍ଜାମର ଦୁଇ ଆକ୍ରାନ୍ତଙ୍କ ଦୁଇଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 50 ଓ 70…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3 ହଜାର 267ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 859ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 384, ପୁରୀରୁ 235, ରାୟଗଡାରୁ 169, ଭଦ୍ରକରୁ 138, ମୟୂରଭଞ୍ଜରୁ 134, ସୁନ୍ଦରଗଡରୁ 127, ବରଗଡରୁ 120, କେଉଁଝରରୁ 107, ଗଞ୍ଜାମରୁ 97, ନବରଙ୍ଗପୁରରୁ 85, କୋରାପୁଟରୁ 83, ସମ୍ବଲପୁରରୁ 80, ନୟାଗଡରୁ 70, ସୋନପୁର ଓ ଜଗତସିଂହପୁରରୁ 66ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 60, କେନ୍ଦ୍ରାପଡାରୁ 51, ବୌଦ୍ଧରୁ 44, ନୂଆପଡାରୁ 40, ଝାରସୁଗୁଡା ଓ କଳାହାଣ୍ଡିରୁ 37 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ ଓ କଳାହାଣ୍ଡିରୁ 27ଜଣ ଲେଖାଏଁ ରହିଛନ୍ତି । ସେହିପରି ଦେବଗଡ ଓ ଯାଜପୁରରୁ 23ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଓ ଗଜପତିରୁ 18 ଜଣ ଲେଖାଏଁ ରହିଥିବାବେଳେ ମାଲକାନଗିରିରୁ 17, ବାଲେଶ୍ବରରୁ 9 ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 267 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1961ଜଣ ଚିହ୍ନଟ ହୋଇଥିବାବେଳେ 1306ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 16 ହଜାର678 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 743ଜଣ । ସେହିପରି ସୁସ୍ଥ ହୋଇଛନ୍ତି 87 ହଜାର 351ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 522ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ରୁଦ୍ରପ୍ରୟାଗ, ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି ମନ୍ଦିର ସମ୍ମୁଖରେ ଏକ ଅଖଣ୍ଡ ଧ୍ବନି ଜଳୁଛି। ବିଶ୍ବାସ ରହିଛି ବାହାଘର ଦେଖିବା ପାଇଁ ବିଷ୍ଣୁ ସେହିଠାରେ ଏକ କୁଣ୍ଡରେ ଅଗ୍ନି ଜାଳି ବସିଥିଲେ। ଫଳରେ ସେହି ଧ୍ବନି ଆଜି ପର୍ଯ୍ୟନ୍ତ ଅର୍ଥାତ ତିନି ଯୁଗ ଧରି ଜଳୁଛି ବୋଲି କୁହାଯାଉଛି। ଭକ୍ତମାନେ ସେହି ମନ୍ଦିରକୁ ଦର୍ଶନରେ ଆସିଲେ ଭକ୍ତିପୂତ ଭାବେ ସେହି ଅଗ୍ନି କୁଣ୍ଡରେ କାଠ ନିକ୍ଷେପ କରିଥାନ୍ତି। ଏହା ଦ୍ବାରା ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।
ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦଠାରେ ଜଣେ ଲୁଟେରୀ ଦୁଲହନ୍ର କାହାଣୀ ପଦାକୁଆସିଛି । ତେବେ ଏହି ଲୁଟେରୀ ଦୁଲହନ୍ଙ୍କ ଖାସ୍ କଥାହେଉଛି ଯେ, ଏହି ବଧୂ ଜଣକ କେବଳ ବରିଷ୍ଠ ନାଗରିକ ବା ସିନିୟର ସିଟିଜେନ୍ଙ୍କୁ ହିଁ ନିଜର ଶିକାର ବନାଇ ଥା’ନ୍ତି । ବୃଦ୍ଧ ତଥା ଅଧିକ ବୟସ୍କଙ୍କୁ ବିବାହ କରିବା ପରେତାଙ୍କ ବିଶ୍ବାସ ଜିତି ସମସ୍ତ ଧନ ସମ୍ପତ୍ତି ଧରି ଚମ୍ପଟ ମାରନ୍ତି । ନିକଟର ଏହି ଲୁଟେରୀ ଦୁଲହନ୍ଜଣକ କବିନଗରର ଜଣେ 66 ବର୍ଷ ବୟସ୍କ ଯୁଗଳ କିଶୋରଙ୍କୁ ଶିକାର କରିଛନ୍ତି । ପେସାରେ କଣ୍ଟ୍ରାକ୍ଟର ଥିବା ଯୁଗଲ କିଶୋରଙ୍କ ସ୍ତ୍ରୀଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ସେ ତାଙ୍କର ଏକମାତ୍ର ପୁଅଙ୍କ ସହିତ ଘରେ ରହୁଥିଲେ । ନିଜରଏକଲାପଣ ଦୂର କରିବାକୁ ଯୁଗଳ ସାଥୀ ଖୋଜୁଥିବାବେଳେ ଲୁଟେରୀ ଦୁଲହନ୍ ତାଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ । ଯୁଗଲ୍ କିଶୋର ନିଜ ପାଇଁ…
ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 83 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା 1 ହଜାର 96ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 83 ହଜାର 341 ଆକ୍ରାନ୍ତଚିହ୍ନଟ ହେବା ପରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 39 ଲକ୍ଷ 36 ହଜାର 747ରେ ପହଞ୍ଚିଛି । ସେହିପରି ଦେଶର ସର୍ବମୋଟ ମୃତ୍ୟୁ ସଂଖ୍ୟା 68 ହଜାର 472ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 30 ଲକ୍ଷ 37 ହଜାର 151 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 8 ଲକ୍ଷ 31 ହଜାର 124 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର 77.15 ପ୍ରତିଶତ ଛୁଇଁଛି । ସେହିପରି ଦେଶରେ ମୃତ୍ୟୁ ହାର 1.74%…
ଯାଜପୁର : ଯାଜପୁର ଜିଲ୍ଲା 16ନମ୍ବର ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ୍ ଓଭରଟେକିଂ କରୁଥିବାବେଳେ ଅନ୍ୟ ଏକ ଟ୍ରକ୍କୁ ଧକ୍କା ଦେଇଥିଲେ । ଏହି ସମୟରେ ରାସ୍ତା କଡରେ ଛିଡା ହୋଇଥିବା କିଛି ଲୋକଙ୍କ ଉପରେ ଟ୍ରକ୍ଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ 32 ବର୍ଷୀୟ ଯୁବ ବ୍ୟବସାୟୀ ଅମୂଲ୍ୟ ସେଠୀ ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇଯାଇଥିବା ବେଳେ ଗୁରୁତରମାନଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ଲାଗି ସ୍ଥାନାନ୍ତରଣ କରାଯାଇଛି ।
ଢାକା, ବାଙ୍ଗାଲାଦେଶର ରାଜଶାହୀ ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୨୧୭ କୋଟି ଟଙ୍କା ହେବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ କହିଛନ୍ତି। ରାଜଶାହୀ ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ ଅଳକା କୁମାର କହିଛନ୍ତି, “ମଙ୍ଗଳବାର ଦିନ ହଠାତ୍ ପାଗ ଖରାପ ହେବା ପରେ ଜିଲାରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଥିଲା। ଆକାଶ ଘନ ମେଘ ଦ୍ୱାରା ଆଚ୍ଛାଦିତ ହୋଇଥିଲା ଏବଂ ପବନ ନଥିଲା ଯାହା ଦ୍ବାରା ପୋଖରୀରେ ଅମ୍ଳଜାନ ଅଭାବ ଦେଖାଦେଲା। ଫଳରେ ପୋଖରୀ ଏବଂ କେନାଲଗୁଡିକରେ ଥିବା ମାଛର ମୃତ୍ୟୁ ହୋଇଛି। ” ଜିଲ୍ଲା ମତ୍ସ୍ୟଜୀବୀ ଅଧିକାରୀ କହିଛନ୍ତି ଯେ ମତ୍ସ୍ୟ ବ୍ୟବସାୟୀଙ୍କୁ ୧୧.୭୩ କୋଟି ଟଙ୍କା କ୍ଷତି ସହିବାକୁ ପଡିବ କିନ୍ତୁ ବ୍ୟବସାୟୀମାନେ କହିଛନ୍ତି ଯେ ଏହାଠାରୁ ଅଧିକ କ୍ଷତି ହେବ। ପ୍ରାୟ ତିନି ରୁ ସାତ କିଲୋଗ୍ରାମର ରୁହି କାଟଲା ମାଛକୁ…
ଶ୍ରୀନଗର, ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ସକାଳୁ ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି ବୋଲି ସେନା ସୂତ୍ରରୁ ପ୍ରକାଶ। ସେହି ଅଞ୍ଚଳର ଆତଙ୍କବାଦୀଙ୍କ ସଂପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଏବଂ ସେନାର ମିଳିତ ଟିମ୍ ଏହି ଅଞ୍ଚଳକୁ କର୍ଡନ କରିବା ପରେ ୟେଡିପୋରାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିଥିଲେ। ଏହାପରେ ସେମାନେ ଏନକାଉଣ୍ଟର ଆରମ୍ଭ କରିଥିଲା। ବାରାମୁଲାର ୟେଡିପୋରା ପଠାନ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ସେଠାରେ ବ୍ୟାପକ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ବୋଲି ପୋଲିସ କହିଛି।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ସଂଖ୍ୟା ୨୬.୨ ନିୟୁତ ମାର୍କକୁ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୮୬୭,୦୦୦ ରୁ ଅଧିକ ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୨୬,୨୦୮,୬୯୦ ରେ ପହଞ୍ଚି ମୃତ୍ୟୁ ସଂଖ୍ୟା ୮୬୭,୨୧୯ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ନୂତନ ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ଆମେରିକାରେ ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ଏବଂ ମୃତ୍ୟୁ ହୋଇଛି। ଆଜି ସକାଳ ସୁଦ୍ଧା ଆମେରିକାରେ ୬,୧୪୯,୨୬୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୬,୭୮୫ ରେ ପହଁଚିଛି। ୪,୦୪୧,୬୩୮ ସଂକ୍ରମଣ ଏବଂ ୧୨୪,୬୧୪ ମୃତ୍ୟୁ ସହିତ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଲା। ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୮୫୩,୪୦୬), ଏବଂ ପରେ ରୁଷିଆ (୧,୦୦୬,୯୨୩), ପେରୁ (୬୫୭,୧୨୯), କଲମ୍ବିଆ (୬୩୩,୩୩୯), ଦକ୍ଷିଣ ଆଫ୍ରିକା…
Defence Minister Rajnath Singh paid floral tributes to Mahatma Gandhi at Indian Embassy in Moscow, Russia today.
ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ତଥା ଭାଷ୍ୟକାର ରଜତ କରଙ୍କ ଜନ୍ମ ଦିନ। ଠିକ ୮୭ ବର୍ଷ ତଳେ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ଦିନ ସଂପର୍କରେ ରଜତ ତାଙ୍କ ଟୁଇଟର ଆକାଉଣ୍ଟରେ ଅବଗତ କରାଇଛନ୍ତି। ସେ ଏ ନେଇ କହିଛନ୍ତି ଯେ, “ପରମପିତାଙ୍କ କୃପା ଓ ଗୁରୁ ମାନଙ୍କ ମାର୍ଗଦର୍ଶନ ରେ ଜୀବନ ର ୮୭ ଟି ସୋପାନ ପୂର୍ଣ୍ଣ ହେଲା, ଏ ଜାତି ଯାହା ଦେଇଛି ତା ଲାଗି ମୁଁ ଚିର ୠଣୀ ଓ ସଦା ସର୍ବଦା କର୍ମ ତତ୍ପର ରହିବି। ମୋ ଜନ୍ମଦିନ ରେ ଶୁଭେଚ୍ଛା ବାର୍ତ୍ତା ଦେଇ ଥିବା ମୋର ଅଗଣିତ ସୁହୃଦ ସ୍ରୋତାଙ୍କ ପ୍ରଭୁ ମଙ୍ଗଳ କରନ୍ତୁ” ।

