ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଜେନେରାଲ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସୀମା ସୁରକ୍ଷା ବାହିନୀ ଆଇନ, 1968 ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ନିଷ୍ପତ୍ତି ନିଆଯାଇଛି। ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (ଅଣ-ଗେଜେଟେଡ୍) ନିଯୁକ୍ତି (ସଂଶୋଧନ) ନିୟମ, 2025 ନାମକ ନୂତନ ନିୟମ 18 ଡିସେମ୍ବର, 2025 ରୁ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଲାଭ ଅଗ୍ନିପଥ ଯୋଜନା ଅଧୀନରେ ସେବା କରିଥିବା ଯୁବକମାନଙ୍କୁ ମିଳିବ। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବାର୍ଷିକ ବିଏସଏଫ ନିଯୁକ୍ତିରେ ଖାଲି ପଦବୀର ଅଧା ଏବେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରହିବ। ସରକାର ବିଶ୍ୱାସ କରନ୍ତି ଯେ, ଏହା ପୂର୍ବରୁ ପ୍ରଶିକ୍ଷିତ ଏବଂ ଶୃଙ୍ଖଳିତ ଯୁବକମାନଙ୍କୁ ସୁରକ୍ଷା ବାହିନୀରେ ସ୍ଥାୟୀ କ୍ୟାରିୟର କରିବାର…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ନୌ ଆଗମନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ସେ ଅଧିକାରୀମାନଙ୍କୁ ସମସ୍ତ ପ୍ରସ୍ତୁତି ସମୟ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ଦୁଇ ଲକ୍ଷ ଲୋକ ରାଲିରେ ଯୋଗଦେବାର ଆଶା କରାଯାଉଛି। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ। ସେ ଏହି ଜାତୀୟ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ପାଇଁ ଉତ୍ସର୍ଗୀକୃତ ଏକ ଆଧୁନିକ ସଂଗ୍ରହାଳୟ ମଧ୍ୟ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଅନୁଷ୍ଠିତ ହେବ।
ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇ ଆସିଛି। ହେଲେ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିଛି ଆଉ ଏକ ଆକର୍ଷଣ ସ୍ଥଳ – କନିକା ରାଜବଂଶୀୟ ଶିକାରକୋଠୀ ସହ ପ୍ରାଚୀନ ଶିବ ମନ୍ଦିର। ଖୋଳାନଦୀ ପାର ହୋଇ ପ୍ରାୟ ତିନି କି.ମି. ପର୍ଯ୍ୟନ୍ତ ପାଦଚଲା ରାସ୍ତାକୁ ଅତିକ୍ରମ କଲେ ଶିକାର କୋଠୀ ଦୃଷ୍ଟି ଗୋଚର ହୋଇଥାଏ। ହେନ୍ତାଳବଣର ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ଶିକାରକୋଠୀ। କନିକା ରାଜବଂଶର ଶାସକ ମାନେ ବନ୍ୟପ୍ରାଣୀ ଶିକାର ପାଇଁ ଏହି କୋଠୀ ନିର୍ମାଣ କରିଥିବା ସୂଚନା ରହିଛି। ଶିକାରକୋଠୀକୁ ଲାଗି କରି ରହିଛି ବିଶାଳ ପଦ୍ମପୋଖରୀ। ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଏହି ଶିକାରକୋଠୀର ବିଭିନ୍ନ ଅଂଶରେ ସ୍ୱତନ୍ତ୍ରଭାବେ ଡିଜାଇନ କରାଯାଇଥିବା ରନ୍ଧ୍ର ରହିଛି। ପୋଖରୀକୁ ପାଣି ପିଇବାକୁ ଆସୁଥିବା ବନ୍ୟଜନ୍ତୁମାନଙ୍କୁ ଏହି ରନ୍ଧ୍ର ମଧ୍ୟରେ ବନ୍ଧୁକ ରଖି କନିକା ରାଜା ଶିକାର କରୁଥିଲେ। ଏହି ଶିକାରକୋଠୀ…
ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ୩ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଖେଳ ମହୋତ୍ସବରେ କ୍ରିକେଟ, ଫୁଟବଲ, ଭଲିବଲ, ୧୦୦ -୨୦୦ ମିଟର ଦୌଡ , ଖୋଖୋ, ଲମ୍ବଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ୧୨ ଟି ପଞ୍ଚାୟତର ଖେଳାଳି ଉପସ୍ଥିତ ଥିଲେ। ବିଡ଼ିଓ ଶରତ ମାଝୀ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।
କୋରାପୁଟ: କୋରାପୁଟ ପରବ ପଡ଼ିଆରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଅନୁଷ୍ଠିତ ହେଉଛି। ଶନିବାର ଦ୍ୱିତିୟ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଉଛି। ଗତକାଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଶାଲ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ପଲ୍ଲୀଶ୍ରୀ ମେଳାର ମଧ୍ୟ ଉଦଘାଟନ କରିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ। ପରବର ପ୍ରଥମ ରାତିରେ ଦୂରୂଆ ସମ୍ପ୍ରଦାୟର ଢେମାଶା, ଓଡ଼ିଶୀ, ମସ୍ତିପୁଟର କାଠି ନାଚ, ଢ଼େମଶା ନୃତ୍ୟ, ସାନ୍ତାଳୀ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।
ଭୁବନେଶ୍ଵର; ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ଦେବଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଜିଲ୍ଲାର ରିଆମାଳ ବ୍ଲକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ୫୧ଟି ମଣ୍ଡିରେ ୨୧ ହଜାର ୪୧୪ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯିବ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଦେବଗଡ଼ ଜିଲ୍ଲାରେ ଗତ ବର୍ଷ ୪୯ଟି ମଣ୍ଡି ଖୋଲାଯାଇଥିବା ବେଳେ ଚଳିତ ବର୍ଷ ୫୧ଟି ମଣ୍ଡି ଖୋଲାଯାଇଛି। ସେହିଭଳି ଗତବର୍ଷ ୧୯, ୬୬୨ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ୨୧, ୪୧୪ ଚାଷୀ ପଞ୍ଜିକରଣ କରିଛନ୍ତି ଜିଲ୍ଲାରେ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ ଋତୁରେ ଧାନ କିଣା ପାଇଁ ୬୨,୭୪୭ ଏକର ଜମି ପଞ୍ଜିକୃତ ହୋଇଛି ଯାହା ଗତବର୍ଷ ୫୮, ୨୪୯ ଏକର ଥିଲା। ଧାନ କିଣା ପୂର୍ବରୁ…
ଭୁବନେଶ୍ଵର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଶ୍ୱ ବ୍ୟାଙ୍କ ମିଶନ ଟିମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ (ଓଏସସିଆରଜିପି) ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ବିଭାଗର ପଦାଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ଶାସ ଶାସନ ସଚିବ, ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ରୂପକ୍ଷ(ଓସଡମା) ର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଶ୍ବବ୍ୟାଙ୍କ ଓ ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ୨୦୨୩-୨୪ରୁ ଆରମ୍ଭ ହୋଇ ଅପ୍ରେଲ ୨୦୨୮ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବା ପାଇଁ ପାଣ୍ଠି ପ୍ରାବଧାନ ରହିଛି।…
ଭୁବନେଶ୍ଵର: ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ ଆର୍ଥିକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ। ଭାରତ ସରକାରଙ୍କ ଦିଗଦର୍ଶନ ଓ ମାର୍ଗଦର୍ଶନକୁ ପାଥେୟ କରି କୃଷି, ବିପଣନ, ବ୍ୟାଙ୍କିଂ, ଖାଉଟି, ଗୋପାଳନ, ମତ୍ସ୍ୟ, ହସ୍ତତନ୍ତ, ହସ୍ତଶିଳ୍ପମାନଙ୍କ ମଧ୍ୟରେ ସଂଯୋଗ ଓ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସୁଦୃଢ ସମବାୟ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି। ଶନିବାର ସ୍ଥାନୀୟ ସ୍ଵସ୍ତି ହୋଟେଲଠାରେ ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଆନୁଷ୍ଠାନିକ ଭାବେ ଏହି ସମାରୋହକୁ ଉଦଯାପନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନଃବିନ୍ୟାସ, ବ୍ୟବସାୟିକ ସମ୍ପ୍ରସାରଣ, ସମବାୟ ସଂସ୍ଥାମାନଙ୍କ ମଧ୍ୟରେ ଆର୍ଥିକ ସହଭାଗିତା,…
ଭୁବନେଶ୍ଵର: ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫। ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଉଦଯାପନୀ କାର୍ଯ୍ୟକ୍ରମରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ବି. ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ, ଓବିସି ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାଶ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ସୁଧାକର ଶବର , ସ୍ବତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର, ବିତ୍ତ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ ବନିତା ଦାସ, ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ନନ୍ଦ, ପ୍ରମୁଖ ଉପସ୍ଥିତ…
ମେଷ- ଜୀବନସାଥୀ ସହିତ ସଂପର୍କ ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ। ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ହେବ। ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣା ଜନିତ ଖବର ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକରରେ ପରିଣତ କରିବ। ବୃଷ- ଆଜି ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଉଡ଼ିଯିବ। ମିଥୁନ- ଆପଣଙ୍କ ଖର୍ଚ୍ଚରେ ଆପଣକୁ ସଂଯମ ରହିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭରେ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନ ଆସେ ଏବଂ ସେହି ସମୟରେ ନକାରାତ୍ମକ ଚିନ୍ତାଧାରା…
ନୂଆଦିଲ୍ଲୀ: ଆସାମର ସଂଯୋଗୀକରଣ, ଆର୍ଥିକ ବିସ୍ତାର ଏବଂ ବିଶ୍ୱସ୍ତରୀୟ ସମ୍ପର୍କ କ୍ଷେତ୍ରରେ ଏକ ପରିବର୍ତ୍ତନମୂଳକ ମାଇଲଖୁଣ୍ଟ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ପ୍ରଗତି ପର୍ବ। ସେ ଆଲୋକପାତ କରିଛନ୍ତି ଯେ, ଯେତେବେଳେ ପ୍ରଗତିର ଆଲୋକ ଲୋକଙ୍କ ପାଖରେ ପହଞ୍ଚେ, ଜୀବନର ପ୍ରତ୍ୟେକ ପଥ ନୂତନ ଉଚ୍ଚତା ଛୁଇଁବା ଆରମ୍ଭ କରେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆସାମ ଭୂମି ପ୍ରତି ତାଙ୍କର ଗଭୀର ଆସକ୍ତି, ଏହାର ଲୋକଙ୍କ ପ୍ରେମ ଏବଂ ସ୍ନେହ, ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ମା’ ଓ ଭଉଣୀମାନଙ୍କ ଆତିଥ୍ୟ ଏବଂ ଆତ୍ମୀୟତା ତାଙ୍କୁ ନିରନ୍ତର ଅନୁପ୍ରାଣିତ କରେ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ସାମୂହିକ ସଂକଳ୍ପକୁ…
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଜଣେ ମୁସଲିମ ମହିଳା ଡାକ୍ତରଙ୍କ ହିଜାବ କାଢିବା ପ୍ରସଙ୍ଗ ବିବାଦ ସୃଷ୍ଟି କରିଛି। ଏହି ସମୟରେ ଡାକ୍ତର ନୁସରତ ପରୱିନ ଯୋଗଦାନର ଶେଷ ଦିନରେ ମଧ୍ୟ ତାଙ୍କ ଚାକିରିରେ ଯୋଗ ଦେଇ ନଥିଲେ। ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ କମିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ଯୋଗଦାନ ତାରିଖକୁ କମିଟି ବୃଦ୍ଧି କରିଛି। ଯୋଗଦାନର ଶେଷ ତାରିଖ ଡିସେମ୍ବର ୩୧ ତାରିଖ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ତାରିଖ ସୁଦ୍ଧା ସେ ଚାକିରିରେ ଯୋଗ ଦେଇପାରିବେ। ଶୁକ୍ରବାର ଦିନ ନୁସରତ ପରୱିନଙ୍କ ବନ୍ଧୁମାନେ ସୂଚନା ଦେଇଥିଲେ ଯେ, ସେ ଆଜି (ଡିସେମ୍ବର ୨୦) ତାଙ୍କ ନିଯୁକ୍ତ ହସ୍ପିଟାଲ ପାଟନା ସଦରର ସବଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେବେ। କିନ୍ତୁ ନୁସରତ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଯୋଗ ଦେଇ ନଥିଲେ। ଦିନସାରା ସିଭିଲ୍ ସର୍ଜନଙ୍କ କାର୍ଯ୍ୟାଳୟଠାରୁ ପିଏସସି ସବଲପୁର ପର୍ଯ୍ୟନ୍ତ ନୁସରତ ପରୱିନ୍ ଆଜି…
ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ। ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମଶକ୍ତି ଉପରେ ପୂର୍ବ ନିର୍ଭରଶୀଳତାଠାରୁ ଢେର ଆଗକୁ ବଢ଼ିଛି। ଏହା ଏକ ଅଧିକ ବିଶ୍ୱସନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମବିଶ୍ୱାସୀ ସମ୍ପର୍କରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫ କର୍ପୋରେସନ କାଉନସିଲ) ଦେଶଗୁଡ଼ିକୁ ୧୫ ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବାଧିକ। ଏପରି ଏକ ସଦ୍ଭାବନା ପୂର୍ଣ୍ଣ ପ୍ରୟାସ ଏଭଳି ପରିଚିତି ସୃଷ୍ଟି କରିଛି ଯାହା ପୂର୍ବ ସରକାରମାନେ କେବେ କରିପାରି ନଥିଲେ। ଛଅଟି ଆରବ ରାଷ୍ଟ୍ରକୁ ନେଇ ଗଠିତ ଜିସିସି ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ରାଷ୍ଟ୍ରଗୋଷ୍ଠୀ ମଧ୍ୟରୁ…
ଭୁବନେଶ୍ଵର: ଡାକ୍ତରମାନଙ୍କର ବିଭିନ୍ନ ଦାବୀକୁ ଅଣଦେଖା କରୁଥିବା ସରକାରଙ୍କ ଉପରେ ଅଭିଯୋଗ ହୋଇଛି। ଡାକ୍ତରମାନେ ବାରମ୍ବାର ଦାବୀ ଉପସ୍ଥାପନ କରୁଥିଲେ ମଧ୍ୟ ସରକାର ପ୍ରତାରଣା କରୁଛନ୍ତି। ଯାହାକୁ ନେଇ ଡାକ୍ତରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା) ପକ୍ଷରୁ ଜନସାଧାରଣଙ୍କ ଅବଗତ ନିମନ୍ତେ ଏକ ଚିଠି ଜାରି କରାଯାଇଛି। ଜାରି କରାଯାଇଥିବା ଚିଠିରେ ସରକାରଙ୍କୁ ଏକ ପ୍ରକାର ଚେତାବନୀ ମଧ୍ୟ ଦିଆଯାଇଛି। ଦାବୀ ପୂରଣ ନହଲେ ଆସନ୍ତା ୨୬ ତାରିଖରୁ ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ବହିର୍ବିଭାଗ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି। ଚିଠି ମାଧ୍ୟମରେ ଓମସା ପକ୍ଷରୁ କୁହାଯାଇଛି ଯେ, “ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖା ପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ଅନ୍ୟ କିଛି ଦାବୀ ପାଇଁ…
ରଣପୁର: ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ନାଟିମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାରି ଜଣ ଶିକ୍ଷକଙ୍କ ଅବସର ଓ ବିଦାୟ ଉପଲକ୍ଷେ ଏକ ଗରିମାମୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଶିକ୍ଷକମାନଙ୍କର ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ ସେବା ଓ ଶିକ୍ଷା ମାଧ୍ୟମରେ ସମାଜ ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରି ସଭା ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନେ ସମାଜର ମେରୁଦଣ୍ଡ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଶିକ୍ଷକଙ୍କ ନିଷ୍ଠା, ତ୍ୟାଗ ଓ ଶିକ୍ଷା ପ୍ରତି ସମର୍ପଣକୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଂଜନ ଦାଶ, ପ୍ରାକ୍ତନ ସାଧନ କେନ୍ଦ୍ର ସଂଯୋଜକ…
ବାଲୁଗାଁ: ବାଲୁଗାଁ ରେଳ ଷ୍ଟେସନର ଦ୍ଵିତୀୟ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ଶନିବାର ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟେସନ ମାଷ୍ଟର ସୁବୋଧ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରେଳ ବିଭାଗ ପକ୍ଷରୁ ଆରପିଏଫ ଆଇଆଇସି ଦାମୋଦରନ ତିଲକ, ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ଅନ୍ତେସ ମିନା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ବ୍ରହ୍ମପୁର ସର୍କଲ ମୋହନ ଚନ୍ଦ୍ର ବେହେରା, ବରିଷ୍ଠ ଅନୁଭାଗ ଯନ୍ତ୍ରୀ ଭି. କିଶୋର କୁମାର, କନିଷ୍ଠ ବିଦ୍ୟୁତ ଯନ୍ତ୍ରୀ ଗୁରୁନାଥ ପ୍ରଧାନ, ଦୂରସଂଚାର କର୍ମଚାରୀ ତାପସ ରଞ୍ଜନ ବାରିକ, ମୁଖ୍ୟ ଟିକେଟ ନିରୀକ୍ଷକ ରାଜେଶ କୁମାର, ମୁଖ୍ୟ ବାଣିଜ୍ୟ ସୁପରଭାଇଜର ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ସୁପରଭାଇଜର ଏବଂ ଷ୍ଟେସନ ପରାମର୍ଶଦାତା କମିଟି ସଭ୍ୟ ଯଥା ପ୍ରଫୁଲ୍ଲ କୁମାର ମାନସିଂହ,ସୀତାରାମ ଅଗ୍ରୱାଲ,ମୁରଲୀଧର ସାମନ୍ତସିଂହାର ଏବଂ ରବୀନ୍ଦ୍ର ପ୍ରଧାନ ଆଦି ଯୋଗଦେଇଥିଲେ। ଉକ୍ତ ବୈଠକରେ ବାଲୁଗାଁ ରେଳ ଷ୍ଟେସନର ଉନ୍ନତି ଏବଂ ପାସେଞ୍ଜର ମାନେ ସମ୍ମୁଖୀନ ହେଉଥିବା…
ନୂଆଦିଲ୍ଲୀ: ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଇଭେଣ୍ଟ, ଟି୨୦ ବିଶ୍ୱକପ୍, ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଭାରତର ୧୫ ଜଣିଆ କ୍ରିକେଟ୍ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଅଧିନାୟକ ହେବେ। ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଶୁଭମନ ଗିଲ୍ ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ଏହା ବ୍ୟତୀତ ଜିତେଶ ଶର୍ମା ମଧ୍ୟ ୧୫ ଜଣିଆ ଦଳରେ ସାମିଲ ନାହାନ୍ତି। ଅକ୍ସର ପଟେଲଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ସଦ୍ୟ ମୁସ୍ତାକ ଅଲି ଟ୍ରଫିରେ ୫୦୦ ରୁ ଅଧିକ ରନ କରିଥିବା ଇଶାନ୍ କିଶାନ୍ ଙ୍କୁ ଦଳରେ ସାମିଲ କରାଯାଇଛି। ରିଙ୍କୁ ସିଂହଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ…
ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଖବର ମିଳିଛି ଯେ, ଜସପ୍ରିତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ସିରିଜରୁ ବାଦ ପଡିପାରନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ଟି୨୦ ବିଶ୍ୱକପ୍ ର ପ୍ରସ୍ତୁତି ପାଇଁ ବୁମରାହ ଏବଂ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳି ପାରିବେ ନାହିଁ। ଜସପ୍ରିତ ବୁମରାହ ଖେଳିବେ ନାହିଁ! ସୂଚନା ଅନୁଯାୟୀ, “ବୁମରାହଙ୍କ ପାଇଁ ଦଳ ର ଯୋଜନା ସ୍ପଷ୍ଟ। ତାଙ୍କ ଫିଟନେସ୍ ସମ୍ପର୍କରେ ବିଭିନ୍ନ ଅନୁମାନ ଉଠିପାରେ, କିନ୍ତୁ ଆପଣଙ୍କୁ ସେହି ମ୍ୟାଚ୍ ଏବଂ କ୍ରିକେଟର ଫର୍ମାଟକୁ ପ୍ରାଥମିକତା ଦେବାକୁ ପଡିବ ଯେଉଁଥିରେ ଆପଣ ବୁମରାହ ଖେଳିବାକୁ ଚାହୁଁଛନ୍ତି। ବିଶ୍ୱକପ୍ ପୂର୍ବରୁ ସେ ଅଧିକ ଟି୨୦ ମ୍ୟାଚ୍ ଖେଳିବା…
ନୂଆଦିଲ୍ଲୀ: ତୋଶାଖାନା-୨ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଶନିବାର ଏକ ସ୍ୱତନ୍ତ୍ର ଫେଡେରାଲ ତଦନ୍ତ ଏଜେନ୍ସି (FIA) କୋର୍ଟ ସେମାନଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ ଦେଇଛନ୍ତି। ଏହି ମାମଲା ଅତ୍ୟନ୍ତ କମ୍ ମୂଲ୍ୟରେ ଏକ ମହଙ୍ଗା ବୁଲଗାରୀ ଅଳଙ୍କାର ସେଟ୍ କିଣିବା ସହ ଜଡିତ। ରାୱଲପିଣ୍ଡି କୋର୍ଟଙ୍କ ରାୟ ଘୋଷଣା: ରାୱଲପିଣ୍ଡିର ଅଡିଆଲା ଜେଲରେ ଅନୁଷ୍ଠିତ ଏକ ଶୁଣାଣି ସମୟରେ ସ୍ୱତନ୍ତ୍ର ବିଚାରପତି କେନ୍ଦ୍ରୀୟ ଶାହରୁଖ ଅର୍ଜୁମନ୍ଦ ଏହି ରାୟ ପ୍ରଦାନ କରିଛନ୍ତି। ଇମ୍ରାନ ଖାନ ବର୍ତ୍ତମାନ ସେହି ଜେଲରେ ବନ୍ଦୀ ଅଛନ୍ତି ଯେଉଁଠାରେ କୋର୍ଟ କାର୍ଯ୍ୟ ଚାଲିଥିଲା। କୋର୍ଟ ଇମ୍ରାନ ଖାନଙ୍କୁ ମୋଟ ୧୭ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ଏଥିରେ ପାକିସ୍ତାନ ଦଣ୍ଡ ସଂହିତାର ଧାରା ୪୦୯ (ଅପରାଧିକ ବିଶ୍ୱାସ ଭଙ୍ଗ) ଅନୁଯାୟୀ ୧୦ ବର୍ଷ ଏବଂ ଦୁର୍ନୀତି ନିବାରଣ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ସୁନାଲଲି ଗ୍ରାମର ଉଦୟ ସାହୁଙ୍କର ପୁଅ ଗତ ୩ ଦିନ ହେଲା ନିଖୋଜ ଥିଲେ। ପିତା ଉଦୟ ଗ୍ରାମବାସୀଙ୍କ ସହଯୋଗରେ ବହୁତ୍ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। କିନ୍ତୁ ଗତକାଲି ଗାଁ ନିକଟସ୍ଥ ରୁଷିକୁଲ୍ୟା ନଦୀରେ କୌଣସି ବ୍ୟକ୍ତିଙ୍କର ଶବ ଭାସୁଥିବା ଗାଁ ଲୋକେ ଦେଖିଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ପହିଲିର ମୃତ୍ୟୁକୁ ନେଇ ଗାଁ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି।
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଉପରେ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ, ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଯାତ୍ରୀ ଅଙ୍କିତ ଦିୱାନଙ୍କୁ ଆକ୍ରମଣ କରି ଆହତ କରିଛନ୍ତି। ରକ୍ତାତ ଅବସ୍ଥାରେ ପୀଡିତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ଡିଜିସିଏ, ଏୟାର ଇଣ୍ଡିଆ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ନ୍ୟାୟ ଦାବି କରିଛନ୍ତି। ଏହି ଘଟଣା ପରେ ବିମାନ ସଂସ୍ଥା ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ପାଇଲଟଙ୍କୁ ନିଲମ୍ବିତ କରିଛି। ପୀଡିତ ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ଅପ୍ରତିକର ପରିସ୍ଥିତି ସେୟାର କରିଛନ୍ତି, ତାଙ୍କ ମୁହଁରୁ ରକ୍ତ ବାହାରିଥିବାର ଏକ ଫଟୋ ସେୟାର କରିଛନ୍ତି। ସେ ପାଇଲଟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

