ଭୁବନେଶ୍ବର: ଓଡିଶାରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଣେ ବିଜେପି ଦଳ ତରଫରୁ ମମତା ମହାନ୍ତ ଆଉ ଜଣେ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ଜଣେ ଡମି ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଛନ୍ତି ବୋଲି ବିଜେପି କହିଛି। ସେ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବେ। ହେଲେ ଏ ପର୍ଯ୍ୟନ୍ତ ସେ ନିଜେ କିଛି କହି ନାହାଁନ୍ତି। ପ୍ରାର୍ଥପତ୍ର ପ୍ରତ୍ୟାହାର କରିବେ କି ନାହିଁ ସେ କିଛି ସ୍ପଷ୍ଟିକରଣ ଦେଇ ନାହାଁନ୍ତି। ଫଳରେ ଦିନକୁ ଦିନ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଯେମିତି ନାଟକୀୟ ମୋଡରେ ସେ ପ୍ରାର୍ଥୀପତ୍ର ଦାଖଲ କଲେ ଠିକ ସେହିପରି ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ବେଳେ କିଛି ନାଟକ ହେବ କି ?
Author: Samikhsya Bureau
ଭୁବନେଶ୍ୱର: ବିଶ୍ୱ ଉଦ୍ୟମିତା ଦିବସ ଉତ୍ସବର ଏକ ଅଂଶ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ (REP) ପକ୍ଷରୁ ଛାତ୍ରଛାତ୍ରୀ ତଥା ଆଇଆଇଟି ଦ୍ୱାରା ଅନ୍ତର୍ଭୁକ୍ତ ପ୍ରାୟ ୩୦ଟି ଷ୍ଟାର୍ଟ ଅପ୍ ସହିତ ଏକ ସମୃଦ୍ଧ ଇଣ୍ଟରାକ୍ଟିଭ୍ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନଗୁଡିକ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର, ଉତ୍କଳ ଚାମ୍ବର ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲିମିଟେଡ଼ର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଏବଂ କିଛି ସଫଳ ଷ୍ଟାର୍ଟ ଅପର ପ୍ରତିଷ୍ଠାତା ଏହି ଆଲୋଚନା ଅଧିବେଶନର ସଂଚାଳନ କରିଥିଲେ। ଏହି ଅଧିବେଶନ ଷ୍ଟାର୍ଟ-ଅପମାନଙ୍କ ପାଇଁ ସେମାନଙ୍କର ଯାତ୍ରା, ଆହ୍ୱାନ ଏବଂ ଅଭିନବ ସମାଧାନକୁ ସିଧାସଳଖ ନିର୍ଦ୍ଦେଶକଙ୍କ ସହ ବାଣ୍ଟିବା ପାଇଁ ଏକ ଫଳପ୍ରଦ ସୁଯୋଗ ପ୍ରଦାନ କରିବା ସହ ସହଯୋଗ ଏବଂ ପରାମର୍ଶର ଅବସର ପ୍ରଦାନ କରିଥିଲା। ଏହି ଅବସରରେ ପ୍ରଫେସର କରମଲକର ଉଲ୍ଲେଖ କରିଥିଲେ ଯେ…
ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ବୋର୍ଡ ରୁମ୍ରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ଫଳ, ପନିପରିବା ଓ ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ତଥା ସବ୍ଡିଭିଜନ୍ରେ ଶୀତଳ ଭଣ୍ଡାର ଖୋଲାଯିବା ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ଜଳବାୟୁ ଓ ପାଣିପାଗ ଅନୁଯାୟୀ ଶୀତଳଭଣ୍ଡାରର ସ୍ଥାପନା ଓ ଏହାର ଖର୍ଚ୍ଚ ଆକଳନ ନେଇ ମନ୍ତ୍ରୀ ଶ୍ରୀ ସିଂହଦେଓ ସେବାପ୍ରଦାନକାରୀ ସଂସ୍ଥା ଓ ବିଶେଷଜ୍ଞମାନଙ୍କଠାରୁ ଅବଗତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳବାୟୁ ଅନୁକୂଳ ଶୀତଳ…
ଅନୁଗୋଳ: ଆଜି ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଣ୍ୟତିଥି। ଏହି ପବିତ୍ର ଜନ୍ମାଷ୍ଠମୀରେ ସ୍ବାମୀ ଲକ୍ଷଣାନନ୍ଦଙ୍କୁ ତାଙ୍କର ଜଳେଶପଟ୍ଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ଏହାକୁ ନେଇ ସେତେବେଳେ ଫୁଲବାଣୀରେ ଦଙ୍ଗା ସୃଷ୍ଟି ହୋଇଥିଲା। ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ଜନ୍ମସ୍ଥାନ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ବର/କଟକ: ଆଜିଠାରୁ ବାଜିଲା ଦଶହରା ବିଗୁଲ। କାରଣ ଦୁର୍ଗାପୂଜାର ଆଦ୍ୟ ପର୍ବ ହେଉଛି ଜନ୍ମାଷ୍ଠମୀରେ ମାଟି ଉଠା କାର୍ଯ୍ୟ। ପୂଜା ସମିତିର କର୍ମକର୍ତ୍ତାଗଣ ନଦୀପଠାକୁ ଯାଇ ପୂଜାଅର୍ଚ୍ଚନା କରି ମାଟି ଆଣିଛନ୍ତି। ଆଜି ଭୁବନେଶ୍ବରର ସହୀଦନଗର, ନୟାପଲ୍ଲୀ ପରି ପୂଜାସମିତି କୁଆଖାଇ ନଦୀ ପଠାରୁ ଏହି ମାଟି ଆଣିଛନ୍ତି। ସେହିପରି କଟକର ବିଭିନ୍ନ ପୂଜାସମିତ ମହାନଦୀ ପଠାକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରି ଏହି ମାଟି ଆଣିଛନ୍ତି। ମୁଖ୍ୟତଃ ଜନ୍ମାଷ୍ଟମୀରୁ ମାଙ୍କ ମଣ୍ମୟୀ ମୃତ୍ତିର ନିର୍ମାଣ କାର୍ଯ୍ୟ ହୋଇଥାଏ। ନଦୀ ପଠାରୁ ମାଟି ଆସି ସେହି ମାଟିରେ ମୃତ୍ତି ନିର୍ମାଣର ଶୁଭାରମ୍ଭ କରାଯାଏ। ଏହି ମାଟି ଉଠାରୁ ପୂଜାର ପ୍ରସ୍ତୁତି ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆସନ୍ତାକାଲି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ ଓଡିଶାର ବିଭିନ୍ନ ମହଲରେ ଛନକା ପଶିଯାଇଛି। ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ନବୀନ ପୁରା ଘରୋଇ ଗସ୍ତରେ ଓଡିଶା ଆସୁଛନ୍ତି। ସେ ଆସନ୍ତାକାଲି ରାତିରେ ପୁରୀରେ ଅବସ୍ଥାନ କରିବା ପରେ ବୁଧବାର ଦିନ ସକାଳେ ଜଗନ୍ନାଥ ଦର୍ଶନ କରିବେ। ଏହାପରେ ସେ କଟକରେ କଳାଧନ ଉପରେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ। ସେ ଗସ୍ତର ଶେଷ ଦିନରେ ଭୁବନେଶ୍ବର ଇଡି ଅଫିସରେ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଆତଙ୍କିତ ହୋଇପଡିଛନ୍ତି।
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଠମୀ। ଏହିଦିନ ପ୍ରଭୃ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଭାଦ୍ରବ ମାସ ଅଷ୍ଠମୀ ତିଥୀରେ ଦେବକୀଙ୍କ ଗର୍ଭରୁ କାରାଗାର ଭିତରେ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଭାଦ୍ରବ ଅଷ୍ଟମୀକୁ ଜନ୍ମାଷ୍ଠମୀ ଭାବେ ପାଳନ କରାଯାଉଛି। ଏହିଦିନ କୃଷ୍ଣ ଭକ୍ତମାନେ ଦିନସାରା ଉପବାସ ରହି ଏହି ଦିନକୁ ପାଳନ କରିଥାନ୍ତି। ଛାତ୍ରଛାତ୍ରୀଙ୍କ ଭିତରେ କୃଷ୍ଣ ପ୍ରେମ ପରିପ୍ରକାଶ କରିବା ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଶନିବାର ଦିନ ପାଳନ ହୋଇଛି ଜନ୍ମାଷ୍ଠମୀ। ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା ଆଉ ଗୋପୀଙ୍କ ବେଶ ହୋଇ କୃଷ୍ଣଙ୍କ ବିଭିନ୍ନ ଲୀଳାକୁ ନାଟ୍ୟ ରୂପରେ ପରି ପ୍ରକାଶ କରିଥିଲେ।
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ଧର୍ମରେ ଏହି ପର୍ବ ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ। ଏହିଦିନ ରାତିରେ ପ୍ରଭୃ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଅର୍ଥାତ ଭାଦ୍ରବ ମାସ ଅଷ୍ଟମୀ ତିଥିରେ କୃଷ୍ଣ କାରାଗାରରେ ଦେବକୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। ଏହିଦିନ କୃଷ୍ଣ ଭକ୍ତମାନ ଉପବାସ ରହି ବ୍ରତ ପାଳନ କରିଥାନ୍ତି। ଚଳିତ ବର୍ଷ ଏହି ଅଷ୍ଟମୀ ତିଥୀ ଦୁଇଦିନ ଧରି ରହୁଛି। ହେଲେ ହିନ୍ଦୁ ପଞ୍ଜିକା ଅନୁସାରେ ନିମ୍ନ ଲିଖିତ ଅନୁସାରେ ପୂଜା ବିଧି କରାଯିବ। ଅଷ୍ଟମୀ ତିଥି ଆରମ୍ଭ – ଅଗଷ୍ଟ ୨୬, ୨୦୨୪ – ଭୋର ୩:୩୯ ମିନିଟ ଅଷ୍ଟମୀ ତିଥି ସମାପ୍ତ – ଅଗଷ୍ଟ ୨୭, ୨୦୨୪ – ଭୋର ୨:୧୯ ରୋହିଣୀ ନକ୍ଷତ୍ର ଆରମ୍ଭ – ଅଗଷ୍ଟ ୨୬, ୨୦୨୪ – ଅପରାହ୍ନ ୩:୫୫ ମିନିଟ ରୋହିଣୀ ନକ୍ଷତ୍ର ସମାପ୍ତ – ଅଗଷ୍ଟ ୨୭, ୨୦୨୪ – ଅପରାହ୍ନ ୩:୩୮ ମିନିଟ…
ପୁରୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପୁରୀ ଗସ୍ତ କାଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ୟ୍ୟକ୍ରମର ୧୧୩ତମ ଅଧ୍ୟାୟ ଶୁଣିଛନ୍ତି । ଆଜିର କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୃଷ୍ଟିସାଧନ ଉପରେ ଚର୍ଚ୍ଚା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଭାରତକୁ ଅପପୁଷ୍ଟି କବଳରୁ ମୁକ୍ତ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଭୂମିକା, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଯୁବପିଢିଙ୍କ ସଫଳତାର କାହାଣୀ ଉପରେ ବାର୍ତ୍ତା ଓଡ଼ିଶା ସମେତ ଦେଶବାସୀଙ୍କୁ ପ୍ରେରିତ କରିଛି । ମନ୍ କୀ ବାତରେ ବିଶ୍ୱ ସଂସ୍କୃତ ଦିବସର ଉଲ୍ଲେଖ କରି ଦେବ ଭାଷା ସଂସ୍କୃତର ଉତ୍ଥାନ ମୋଦୀ ୩.୦ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସେହିପରି ପିଲାମାନଙ୍କ ପୁଷ୍ଟିସାଧନ ଉପରେ ଭାରତ ସରକାର ଦେଉଥିବା ପ୍ରାଥମିକତା…
ବ୍ରହ୍ମପୁର /ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଥିବା ସରକାରୀ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉପରେ ବିଭାଗ ପ୍ରାଥମିକତା ଦେଉଛି। ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସରକାର ଓ ଘରୋଇ ସହଭାଗିତାରେ ରାଜ୍ୟର ଚାରିଟି ସ୍ଥାନରେ ବିନା ମୂଲ୍ୟରେ ଯାନଚାଳକମାନଙ୍କୁ ପ୍ରଶିକ୍ଷିତ କରାଯାଉଛି। ପୂର୍ବରୁ ଯାଜପୁର ଜିଲ୍ଲା ଛତିଆରେ ପ୍ରଶିକ୍ଷଣ କେନ୍ଦ୍ର ଥିବାବେଳେ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାଲୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଏବଂ କେନ୍ଦୁଝରରେ ଏଭଳି ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଡ୍ରାଇଭିଂ ଟ୍ରେନିଂ ସ୍କୁଲ…
ଖୋର୍ଦ୍ଧା : ଗ୍ୟାରେଜ ଭିତରେ ପଶି ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି। ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ସେକ୍ ସାଜିଦ। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଲୋକେ ମକୁନ୍ଦପ୍ରସାଦ ନିକଟରେ ମୃତଦେହ ରଖି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସେହି ଘଟଣା ପରେ ଖୋର୍ଦ୍ଧା ପୋଡା ସାହିରେ କିଛି ଯୁବକ ପଶି ବାଇକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଘଟଣା ଅତି ସମ୍ବେଦନଶୀଳ ଆଡକୁ ଗତି କରୁଥିବା ଜଣାପଡିବା ପାରେ ଘଟଣା ସ୍ଥଳରେ ପୋଲିସ ଡ଼ିଜି ୱାଇ.ବି ଖୁରାନିଆ, ଅତିରିକ୍ତ ପୋଲିସ ମହାନିର୍ଦେଶକ ରାମକୃଷ୍ଣ ଶର୍ମା,ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା,…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋଦ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ନିର୍ବାଚନ ମଣ୍ଡଳୀ ଚିଲିକା ଅନ୍ତର୍ଗତ ବାଣପୁରରେ ଚୋରାମଦ ଚଢାଉ ଜୋରଦାର କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ତତ୍ୱାବଧାନରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ହଜାର ହଜାର ଦେଶୀ ମଦ ଜବତ ହେବା ସହ ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନାରଣଦେଇପୁର ଗ୍ରାମର ଅଭିଯୁକ୍ତ ଅଶୋକ କୁମାର ବେହେରାଙ୍କ ନିକଟରୁ 230 ଲିଟର ଦେଶୀ ମଦ ଓ ବାଇକ ଜବତ ହୋଇଥିବା ବେଳେ ନଛିପୁର ଗ୍ରାମର ଗୁଣ ଚନ୍ଦ୍ରଙ୍କ ନିକଟରୁ 30 ଲିଟର ଦେଶୀ ମଦ ଜବତ ହୋଇଛି। ସେହିପରି ଭାବେ ସାନସିରେଇପୁର ଅଞ୍ଚଳରୁ ଏକ ଟାଟା ଏସି ଗାଡ଼ିରୁ 1500 ଲିଟର ଦେଶୀ ମଦ ଜବତ କରାଯାଇ ଅଭିଯୁକ୍ତ ପ୍ରକାଶ ମାଟିଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର…
ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରୀ ଭାବେ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପ୍ରତି ସୋମବାରରେ ଖୋଲାଯାଇଥାଏ। ଯେଉଁଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ ମନ୍ତ୍ରୀ ବସି ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ କରିଥାନ୍ତି। ଏହି ପ୍ରକୋଷ୍ଠ ବହୁ ସଂଖ୍ୟାରେ ଲୋକେ ଦୂରଦୂରାନ୍ତରୁ ଆସି ଅଭିଯୋଗ କରିଥାନ୍ତି। ହେଲେ ଆସନ୍ତାକାଲି ଜନ୍ମାଷ୍ଠମୀ ଥିବାରୁ ଅଫିସ ବନ୍ଦ ରହିବ। ସେଥିପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।
ବାଲୁଗାଁ: ଦେଶର ପୁରାତନ ଆୟୁର୍ବେଦିକ ଔଷଧ ନିର୍ମାତା ଝାଣ୍ଡୁ ତରଫରୁ ଆଜି ପୂର୍ବାହ୍ନ ରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ସଭାକକ୍ଷ ରେ କମ୍ପାନୀ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସୁରକ୍ଷା ରେ ଆୟୁର୍ବେଦିକ ତଥ୍ୟ ଓ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆୟୁର୍ବେଦିକ ଚିକିତ୍ସାର ଦାର୍ଶନିକ ଓ ବୈଜ୍ଞାନିକ ପୃଷ୍ଟ ଭୁମି ଉପରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ଦେବରାଜ ଦାସ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସଂପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସ୍ୱପ୍ନାରାଣୀ ପଟ୍ଟନାୟକ, ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଙ୍ଘ ସଭାପତି ଡା ସଞ୍ଜୟ ମହାପାତ୍ର, ରାଜ୍ୟ ଆୟୁଷ ସଂଘ ପରିଚାଳନା କମିଟି ସଦସ୍ୟ ଡା ବିଦ୍ୟା ପଟ୍ଟନାୟକ, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ନର୍ମଦା ବିଶ୍ୱାଳ…
ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ଆରମ୍ଭ ହେଲା ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର। ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରଙ୍କ ର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତା ଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷା କାରୀ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର…
Maan Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ବିକାଶ ଦ୍ୱାରା ଦେଶର ଯୁବକମାନେ ବହୁ ଉପକୃତ ହୋଇଛନ୍ତି। ଆଜି ଆକାଶବାଣୀରେ ମୋଦୀ ତାଙ୍କର ମାସିକ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଅନେକ ଘଟଣା ଘଟୁଛି ଯାହା ଏକ ବିକଶିତ ଭାରତର ମୂଳଦୁଆକୁ ଦୃଢ କରୁଛି। ସେ କହିଛନ୍ତି, ଏହି ମାସର ୨୩ ତାରିଖ ଦିନ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରିଥିଲେ ଏବଂ ଚନ୍ଦ୍ରଯାନ -୩ ର ସଫଳତାକୁ ପାଳନ କରିଥିଲେ। ସେ କହିଛନ୍ତି ଯେ ଗତ ବର୍ଷ ଏହି ଦିନ ଚନ୍ଦ୍ରୟାନ -୩ ଶିବ-ଶକ୍ତି ବିନ୍ଦୁରେ ଚନ୍ଦ୍ରର ଦକ୍ଷିଣ ଭାଗରେ ଏକ ସଫଳ ଅବତରଣ କରିଥିଲା। ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଛି। ଆଇଆଇଟି-ମାଡ୍ରାସର ଆଲୁମିନି ଦ୍ୱାରା ଆରମ୍ଭ ହୋଇଥିବା ସ୍ପେସେଟେକ୍ ଷ୍ଟାର୍ଟ ଅପ୍ ଗାଲାକ୍ସି…
ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ 484 ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ନୂତନ କୃଷି ଶିକ୍ଷା ସଦନର(Auditorium) ଉଦଘାଟନ କରିଥିଲେ। ଏଥିରେ 1008ଟି ଆସନ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ଧାନରେ ସ୍ବାବଲମ୍ବୀ ହେବା ଯଥେଷ୍ଟ ନୁହେଁ। ଆମକୁ ତୈଳବୀଜ, ପନିପରିବା,ମାଛ,ଅଣ୍ଡା, ଫଳ ଓ ଫୁଲ ଆଦି ଉତ୍ପାଦନ ବୃଦ୍ଧି କରିବା ଏବଂ ଏଥିରେ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ପୂର୍ବ…
ଭୁବନେଶ୍ବର: ଶେଷରେ ଗିରଫ ହେଲେ ବିଜୟ କୁମାର ମଙ୍ଗରାଜ। ଗତକାଲି ତାଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କଠାରୁ ଆୟବର୍ହିଭୂତ ସଂପତ୍ତି ଠାବ କରାଯାଇଛି। ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏ ନେଇ ଭିଜିଲାନ୍ସ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଶ୍ରୀ ବିଜୟ କୁମାର ମଙ୍ଗରାଜ, ଅର୍ଥ ପରାମର୍ଶଦାତା ଓ ଚିଫ ଆକାଉଣ୍ଟସ୍ ଅଫିସର, ଓଏସଆରଟିସି, ଭୁବନେଶ୍ୱରଙ୍କୁ ଆୟବର୍ହିଭୂତ ସମ୍ପତ୍ତି (ଆୟର ୧୬୨%) ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ଆୟବର୍ହିଭୂତ ସମ୍ପତ୍ତିରେ ଭୁବନେଶ୍ୱରରେ ୨ଟି ଓ କେରଳରେ ଏକ ୨ ମହଲା କୋଠା, ୨ଟି ଦାମି ପ୍ଲଟ୍, ଜମା ₹୧.୪୭ କୋଟି ଆଦି ମିଳିଛି।
ଭୁବନେଶ୍ବର: ଚଳିତ ବର୍ଷ କଲେଜ ନିର୍ବାଚନ ହୋଇପାରିବ ନାହିଁ। କାରଣ ସମୟ ପାଖେଇ ଯାଇଥିବାରୁ ତାହା ବର୍ତ୍ତମାନ କରିବା ସମ୍ଭବକର ନୁହେଁ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହା କହିବା ପରେ ବିଧାନସଭା ହୁଲୁସ୍ତୁଲ। ଚଳିତ ବର୍ଷ ନିର୍ବାଚନ କରାଯାଉ ବୋଲି ବିରୋଧୀ କଂଗ୍ରେସ ଦାବୀ କରିଛି। ଏଥିସହିତ କେତେକ ଛାତ୍ର ସଂଗଠନ ମଧ୍ୟ ଏହାକୁ ବିରୋଧ କରିଛି। ତେବେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ, କଲେଜ ନିର୍ବାଚନ ନେଇ ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତି ନେବେ। ଚଳିତ ବର୍ଷ ନିର୍ବାଚନ ହେବ କି ନାହିଁ ବୋଲି ପଚାରିବାରୁ କହିଲେ ସରକାର ଠିକ ସମୟରେ ଠିକ ନିଷ୍ପତି ନେବେ। ଅର୍ଥାତ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି ସେ କହିଲେ ନାହିଁ। ଫଳରେ ଛାତ୍ର ସଂସଦ ନିର୍ବାଚନ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ ସମାଲୋଚନା କରାଯାଇଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲା ତାହା ବର୍ତ୍ତମାନ ପୂର୍ଣ୍ଣ ରୂପରେଖ ନେଇ ପାରୁନାହିଁ। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, “ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ…
Trump in Danger: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତି ସେତିକି ସରଗରମ ହୋଇପଡୁଛି। ବର୍ତ୍ତମାନ ସାରା ବିଶ୍ବର ନଜର ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟିରୁ କମଳା ହାରିସ ପ୍ରାର୍ଥୀ ହୋଇଛନ୍ତି। ଏଥିରେ କିଏ ଜିତିବ ହାରିବ ଭିନ୍ନ କଥା, ହେଲେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ନିକଟରେ ଟ୍ରମ୍ପ ନ୍ୟୁଜ ନେସନ ରିପୋର୍ଟର ଅଲି ବାର୍ଡଲିଙ୍କୁ ସାକ୍ଷାତକାର ଦେଉଥିବା ବେଳେ ହଠାତ ଅଧାରୁ ଚାଲିଯାଇଥିଲେ। ଏହାକୁ ନେଇ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି। ଘଟଣାଟି ହେଲା ଯେ, ଟ୍ରମ୍ପ ୟୁଏସଏ- ମେକ୍ସିକୋ ସୀମା ନିକଟରେ ପ୍ରଚାର କରୁଥିଲେ। ସେହି ସମୟରେ ନ୍ୟୁଜ ନେସନର ରିପୋର୍ଟର ବାର୍ଡଲି ତାଙ୍କର ସାକ୍ଷାତକାର ନେଲେ। ଟ୍ରମ୍ପ କିଛି ସମୟ ସାକ୍ଷାତକାର ଦେବା ପରେ ହଠାତ ସେ ଅଧାରୁ ଚାଲିଗଲେ। ଗଲା ବେଳେ ସେ କହିଲେ ଯେ,…

