Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁବ ଶିଘ୍ର ସରକାରୀ ଡ୍ରାଇଭିଂ ତାଲିମ କେନ୍ଦ୍ର ବୃଦ୍ଧି ହେବ, ପରିବହନ ମନ୍ତ୍ରୀଙ୍କ ଘୋଷଣା
ଆଜିର ଖବର

ଖୁବ ଶିଘ୍ର ସରକାରୀ ଡ୍ରାଇଭିଂ ତାଲିମ କେନ୍ଦ୍ର ବୃଦ୍ଧି ହେବ, ପରିବହନ ମନ୍ତ୍ରୀଙ୍କ ଘୋଷଣା

August 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୁବ ଶିଘ୍ର ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ, ପରିବହନ ମନ୍ତ୍ରୀଙ୍କ ଘୋଷଣା

ବ୍ରହ୍ମପୁର /ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଥିବା ସରକାରୀ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉପରେ ବିଭାଗ ପ୍ରାଥମିକତା ଦେଉଛି। ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସରକାର ଓ ଘରୋଇ ସହଭାଗିତାରେ ରାଜ୍ୟର ଚାରିଟି ସ୍ଥାନରେ ବିନା ମୂଲ୍ୟରେ ଯାନଚାଳକମାନଙ୍କୁ ପ୍ରଶିକ୍ଷିତ କରାଯାଉଛି।

ପୂର୍ବରୁ ଯାଜପୁର ଜିଲ୍ଲା ଛତିଆରେ ପ୍ରଶିକ୍ଷଣ କେନ୍ଦ୍ର ଥିବାବେଳେ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାଲୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଏବଂ କେନ୍ଦୁଝରରେ ଏଭଳି ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ରହିଛି। ସଡ଼କ ସୁରକ୍ଷା ଦିଗରେ ପଦକ୍ଷେପ ସ୍ୱରୂପ ଆଗକୁ ସରକାରୀସ୍ତରରେ ଏଭଳି ପ୍ରତିଷ୍ଠାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ପାଲୁର ପ୍ରତିଷ୍ଠାନ କେନ୍ଦ୍ରଟି ସଫଳତାର ସହ ପ୍ରଥମ ବର୍ଷ ପୂରା କରିଥିବାରୁ ସମସ୍ତ କର୍ମକର୍ତ୍ତା ଓ ଅନ୍ତେବାସୀଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଅଭିନନ୍ଦନ ଜଣାଇଛନ୍ତି। ଏହି ଯୋଜନାର ଅଧିକରୁ ଅଧିକ ପ୍ରଚାରପ୍ରସାର କରି ଅନେକ ଚାଳକଙ୍କୁ ପ୍ରଶିକ୍ଷଣ ପ୍ରକ୍ରିୟାରେ ଯୋଡିବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପରିବହନ କମିସନର ଦୀପ୍ତିରଞ୍ଜନ ପାତ୍ର, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ବିକାଶ ଚୌଧୁରୀ, ପରିବହନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭ୍ରମର ମହାପାତ୍ର, ଗଞ୍ଜାମ ଆରଟିଓ, ଚାରିଟି ପ୍ରଶିକ୍ଷଣ କେନ୍ଦ୍ରର ପ୍ରିନ୍ସପାଲ, ପ୍ରଶିକ୍ଷଣ ଦେଉଥିବା ଅଶୋକ ଲେଲାଣ୍ଡ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥଲେ।

ସୂଚନାଯୋଗ୍ୟ ଯେ ଏହି ୪ଟି ତାଲିମ କେନ୍ଦ୍ରରୁ ଅଦ୍ୟାବଧି ବିନା ମୂଲ୍ୟରେ ୫ ହଜାରରୁ ଅଧିକ ନୂତନ ଚାଳକ ଓ ୨୨ ହଜାରରୁ ଅଧିକ ଚାଳକ ରିଫ୍ରେଶର କୋର୍ସ କରିସାରିଲେଣି। କେବଳ ପୁରୁଷ ନୁହେଁ, ମହିଳାମାନେ ମଧ୍ୟ ଏହି ତାଲିମ ନେବାରେ ଆଗ୍ରହ ପ୍ରକାଶ କରିଛନ୍ତି।ଏଥିରୁ ଅନେକ ରାଜ୍ୟ ଓ ଦେଶର ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଏପରିକି ୩୦ ଜଣ ଦକ୍ଷ ଚାଳକ ଉତ୍ତମ ସୁବିଧା ସୁଯୋଗରେ ଜାପାନ ଦେଶରେ ଚାକିରି କରିବାକୁ ଚୟନ ହୋଇଛନ୍ତି । କାର୍ଯ୍ୟକ୍ରମର ସ୍ମୃତି ସ୍ୱରୂପ ମନ୍ତ୍ରୀ ଶ୍ରୀ ଜେନା ବୃକ୍ଷରୋପଣ କରିଥିଲେ। ଅନ୍ତେବାସୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ: ଯୋଗଦେଲେ ଗଞ୍ଜାମ ଜିଲ୍ଲାପାଳ

July 7, 2026

ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

July 7, 2026

ଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇଏମପିସିସି ବୈଠକ

July 7, 2026

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026
Latest News

ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ: ଯୋଗଦେଲେ ଗଞ୍ଜାମ ଜିଲ୍ଲାପାଳ

July 7, 2026

ପରିସୀମନ ବିଲ୍ ଉପରେ ନିଜର ମତ ବଦଳାଇଲେ ଅଖିଳେଶ ଯାଦବ?: ରଖିଲେ ଏହି ତିନୋଟି ସର୍ତ୍ତ

July 7, 2026

ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

July 7, 2026

ଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇଏମପିସିସି ବୈଠକ

July 7, 2026

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.