ଭୁବନେଶ୍ୱର: ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ଦ୍ୱାରା ଜାତୀୟ ଧାନ ଗବେଷଣା ସଂସ୍ଥା କଟକଠାରେ ଆଜି ଆଇସିଏଆର୍ ଆଞ୍ଚଳିକ କମିଟି-୨ର ୨୭ତମ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଆଜିର ଜଳବାୟୁ ଓ ପରିବର୍ତ୍ତନଶୀଳ ପରିବେଶ ଅନୁଯାୟୀ ହେଉଥିବା କୃଷି, ଉଦ୍ୟାନ କୃଷି, ପଶୁପାଳନ ଓ ମତ୍ସ୍ୟ ଉତ୍ପାଦନ ସହ ଜଡ଼ିତ ସମସ୍ୟା ଓ ତାହାର ସମାଧାନ ନେଇ ଆଲୋଚନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବେ ଜଳବାୟୁ ସମ୍ବନ୍ଧୀୟ ଫସଲ ସମସ୍ୟା ଉପରେ ଆଲୋଚନା ଓ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରୁଛନ୍ତି। କୃଷକଙ୍କ ଅଗ୍ରଗତି ପାଇଁ ଏହି ସହଯୋଗ ଅତ୍ୟନ୍ତ…
Author: Samikhsya Bureau
ନୂଆଦିଲ୍ଲୀ: ଦେଶର ୧୯୪ଟି ଜିଲ୍ଲାର ବିଶେଷ ଭାବେ ବିଲୁପ୍ତ ପ୍ରାୟ ଜନଜାତି ଗୋଷ୍ଠୀ (ପିଭିଟିଜି) ବସ୍ତି ଏବଂ ପିଭିଟିଜି ପରିବାରମାନଙ୍କ ନିକଟରେ ପହଞ୍ଚିବା ଉଦ୍ଦେଶ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଗଷ୍ଟ ୨୩, ୨୦୨୪ ରୁ ୧୦ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍-ଜନମନ) ପାଇଁ ଦେଶବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଏବଂ ହିତାଧିକାରୀ ସଂପୃକ୍ତି ଶିବିର ଚଳାଇବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଗତକାଲି ଡକାଯାଇଥିବା ଏକ ବୈଠକରେ ପିଏମ-ଜନମନ ଅଧୀନରେ ଥିବା ଯୋଜନାଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ପିଏମ-ଜନମନ ଉପରେ ଆଇଇସି ଅଭିଯାନ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରୁ ଜନଜାତୀୟ ଗୌରବ ଦିବସ (୧୫ ନଭେମ୍ବର, ୨୦୨୩)ରେ ପ୍ରଧାନମନ୍ତ୍ରୀ-ଜନମନ ମିଶନର ଶୁଭାରମ୍ଭ କରିଥିଲେ। ଏହି…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨୩, ୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ‘ବିକ୍ରମ’ ଲ୍ୟାଣ୍ଡରର ସଫଳ ଅବତରଣ ସ୍ମୃତିରେ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ‘ରୋବୋଟିକ୍ସ ଚ୍ୟାଲେଞ୍ଜ’ ଓ ‘ଭାରତୀୟ ଅନ୍ତରୀକ୍ଷ ହାକାଥନ୍’ର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଇସ୍ରୋ ଏହାର ପ୍ରାରମ୍ଭିକ ଦିନରୁ ଏକ ଚମତ୍କାର ଯାତ୍ରା ଜାରି ରଖିଛି । ମହାକାଶ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହା ସହ ଇସ୍ରୋ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଅମୂଲ୍ୟ ଅବଦାନ ରଖିଛି। ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଭାରତର ମହାକାଶ କାର୍ଯ୍ୟକ୍ରମକୁ ବିଶ୍ୱର ଶ୍ରେଷ୍ଠ ମହାକାଶ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନିତ କରିଥିବା ସମର୍ପିତ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା…
ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ଏହି ଯୋଜନା ଚଳିତ ବର୍ଷଠାରୁ ପ୍ରଦାନ କରାଯିବ। ଏ ନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ଗତକାଲି ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷରୁ ଏହା ଲାଗୁ କରିବା ପାଇଁ ନିଷ୍ପତି କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଯୋଜନା ବାବଦରେ କହିଛନ୍ତି ଯେ, ଯୋଗ୍ୟ ମହିଳାମାନଙ୍କୁ ପାଞ୍ଚ ବର୍ଷ ପାଇଁ ମୋଟ ପଚାଷ ହଜାର ଟଙ୍କା ମିଳିବ। ପ୍ରତି ବର୍ଷ ଦଶ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ। ଗୋଟିଏ କିସ୍ତି ରାକ୍ଷୀ ପୂର୍ଣିମାରେ ଏବଂ ଅନ୍ୟଟି ମହିଳା ଦିବସରେ ପାଞ୍ଚହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଯୋଜନା 2029 ମସିହା ପର୍ଯ୍ୟନ୍ତ ଲାଗୁ ହେବ। ଏଥିରେ ଯେଉଁ ମହିଳାଙ୍କ ବୟସ 21 ବର୍ଷ ରୁ ଅଧିକ ଏବଂ 60 ବର୍ଷରୁ…
ନୂଆଦିଲ୍ଲୀ: ସୁନା ଅଳଙ୍କାର ପିନ୍ଧିବା ବହୁ ଲୋକଙ୍କର ବେଶ ବଡ ଆକର୍ଷଣ ରହିଛି। ହେଲେ ମନ୍ଦିର ଦର୍ଶନ କରିବାକୁ ଗଲା ବେଳେ ସୁନା ଜିନିଷ ନ ପିନ୍ଧିବା ପାଇଁ ବାରଣ କରାଯାଇଥାଏ। ତେବେ ଏସବୁ ଭିତରେ ତିରୂପତିସ୍ଥିତ ଶ୍ରୀ ଭେଙ୍କେଟଶ୍ବର ମନ୍ଦିରକୁ ଆସିଥିବା ତିନିଜଣ ଭକ୍ତ ବେଶ ଚର୍ଚ୍ଚାରେ ଅଛନ୍ତି। ପୁନେରୁ ଆସିଥିବା ଏହି ତିନିଜଣ ଭକ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଥିବା ବେଳେ ଜଣ ମହିଳା ଅଛନ୍ତି। ସେମାନେ ଗତକାଲି ତିରୂପତି ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ତେବେ ସେମାନେ ଦେହରେ ବିଭିନ୍ନ ଅଳଙ୍କାର ଲଗାଇ ଦର୍ଶନକୁ ଆସିଥିଲେ। ଏହି ସୁନା ଅଳଙ୍କାରର ଓଜନ ପ୍ରାୟ 25 କେଜି ହେବ ବୋଲି ଜଣାପଡିଛି। ସେମାନଙ୍କୁ ଦେଖିବା ପାଇଁ ସେଠାରେ ଭିଡ ଜମିଥିଲା। ତେବେ ଏହି ଧନି ଭକ୍ତ ପୁନେରୁ ଆସିଥିଲେ ମଧ୍ୟ ତାଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ।
ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟର ଆହ୍ୱାନ ଦେଇଛି ଦେଶର ବୃହତ୍ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏଆଇବିଇଏ। ଏହି ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ହେବ ବୋଲି ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ ଜଣାଇଛନ୍ତି। ଏହି ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଫିସର ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ସେହି ଅନୁସାରେ ଆସନ୍ତା ଅଗଷ୍ଟ ୨୮ ତାରିଖ ବୁଧବାରରେ ଏହି ବନ୍ଦ କରାଯିବ। ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍ର ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ…
ଭୁବନେଶ୍ୱର: ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍ଲାଇନ ଡେଷ୍ଟିନେଶନରେ ସପିଙ୍ଗ୍ କରିଛନ୍ତି। ଏହି ଅଂଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ୍ ଗିୟରରେ ବାର୍ଷିକ ୮୦% ରୁ ଅଧିକ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବ୍ୟାଡମିଂଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି। ଏହି ଅବସରରେ ଆମାଜନ ଇଣ୍ଡିଆର ହୋମ, କିଚେନ୍ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ ଏନ୍…
ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ। ସକାଳୁ ଭିଜିଲାନ୍ସର ଏକ ବଡ ଟିମ ତାଙ୍କର ସାତଟି ସ୍ଥାନରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ଓଏସଆରଟିସି ର ଆର୍ଥିକ ଉପଦେଷ୍ଠା ତଥା ମୁଖ୍ୟ ଆକାଉଣ୍ଟାଣ୍ଟ ବିଜୟ କୁମାର ମଙ୍ଗରାଜ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଚଢାଉ ଜାରୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ଭୁବନେଶ୍ବରର ଜେଡ୍ ଇଷ୍ଟେରେ ଥିବା ଗୋଟିଏ ଫ୍ଲାଟ ସହିତ ପଲାଶୁଣୀରେ ଦୁଇଟି ତିନି ତାଲା କୋଠା। ଏଥିସହିତ ତାଙ୍କର ଭୁବନେଶ୍ବର ଫ୍ଲାଟରୁ ବିପୁଳ ପରିମାଣର ସୁନା ଅଳଙ୍କାର ମିଳିଥିବାର ଜଣାପଡିଛି।
ଭୁବନେଶ୍ବର: ଆଜି ଚିକିଟି ମଦମୃତ୍ୟୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ଦୁଇ ବିରୋଧ ବିଜେଡି ଓ କଂଗ୍ରେସ ଗୃହମଧ୍ୟରେ ହାଙ୍ଗାମା କରିଛନ୍ତି। ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଇସ୍ତପା ଦାବୀ କରି ଦୁଇ ବିରୋଧୀ ଏହି ହଟ୍ଟଗୋଳ କରିଛନ୍ତି। ସଦସ୍ୟମାନେ ବାଚସ୍ପତି ଟେବୁଲ ଉପରକୁ ଚଢି ମାଇକ ଭାଙ୍ଗିବାକୁ ଚେଷ୍ଠା କରିଛନ୍ତି। ଫଳରେ ବିଧାନସଭା ମାର୍ସଲ ଏବଂ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ମଦମୃତ୍ୟୁ ନେଇ ନାରାବାଜି ଆରମ୍ଭ କରିଦେଇଥିଲେ। ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହି ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ଏହା ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟ ଚାଲୁ ରଖିଥିବା ବେଳେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଭାଙ୍ଗିବା ପାଇଁ ଚେଷ୍ଠା କରିଥିଲେ। ପରିଶେଷରେ ବାଚସ୍ପତି ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କରିଥିଲେ।
ଭୁବନେଶ୍ବର: ଆଜି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ। ଅପରାହ୍ନ ପ୍ରାୟ ଦୁଇଟା ବେଳକୁ ବାହର ରତ୍ନଭଣ୍ଡାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯିବ। ଏ ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଆଲମିରା ଓ ସିନ୍ଧୁକକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ରତ୍ନଭଣ୍ଡାରର ସ୍ଥିତି ଏଏସଆଇର ଏକ ଟିମ ଯାଞ୍ଚ କରିବେ। ଏହି ସ୍ଥାନାନ୍ତରିତ ପାଇଁ ଏକ 12 ଜଣିଆ ଟିମ ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ପ୍ରମୁଖ ରହିଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ପୁରୀ ଏସପି ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡିବେ। ଆଇନ ବିଭାଗ ଚିଠି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଜାରରେ ଥିବା କାଠ ଓ ଲୁହା ଆଲମିରା ସିନ୍ଧୁକ ବାହାର କରାଯିବ। ସେଗୁଡିକ ଶ୍ରୀମନ୍ଦିର ଭିତରେ…
ଭୁବନେଶ୍ବର: ଇଡିର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଗୁରୁବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ ବିଶାଲ ରାଲିର ଆୟୋଜନ କରିଥିଲା। ଏଥିରେ ଦଳର କର୍ମିମାନେ ଭୁବନେଶ୍ବର ଇଡି ଅଫିସ ଘେରାଉ କରିବା ସହିତ ଗର୍ଜନ ସଭାର ଆୟୋଜନ କରିଥିଲେ। ମୁଖ୍ୟତଃ ହିଡେନବର୍ଗ ରିପୋର୍ଟରେ ଥିବା ସେବିର ମୁଖ୍ୟ ଏବଂ ଆଦାନୀଙ୍କ ମଧୁଚନ୍ଦ୍ରିକାକୁ ନେଇ କଂଗ୍ରେସ ଏହି ବିକ୍ଷୋଭ କରିଛି। କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ନେତୃତ୍ବରେ କଂଗ୍ରେସ କର୍ମିମାନେ ଏକ ରାଲିରେ ବାହାରିଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଆଗକୁ ଯିବାକୁ ଦେଇ ନ ଥିଲା। ଫଳରେ ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ବିକ୍ଷୋଭରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟକୁମାର ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗଦେଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାର୍ସଠାରେ ପୋଲାଣ୍ଡ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି । ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ସୀମିତ ଏବଂ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ଭାରତ-ପୋଲାଣ୍ଡ ସମ୍ପର୍କର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନେତାମାନେ ଏହି ସମ୍ପର୍କକୁ ‘ରଣନୈତିକ ଭାଗିଦାରୀ’ ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ନିରାପତ୍ତା, ସାଂସ୍କୃତିକ ସହଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ, ସହରାଞ୍ଚଳ ଭିତ୍ତିଭୂମି, ଜଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବୈଦ୍ୟୁତିକ ଯାନ, ସବୁଜ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଏଆଇ, ଖଣି ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅର୍ଥନୈତିକ ଏବଂ ବ୍ୟବସାୟିକ ସହଯୋଗ…
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ । ଆଜି ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଶ୍ରୀମତି ଲିଲିତା ଦାସ, ନବୀନ ନିବାସକୁ ଆସି ବିଜୁ ଜନତା ଦଳ ସଭାପତି ତଥା ବିରୋଧିଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ.ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ଅନୁଷ୍ଠିତ ନିର୍ବାଚନରେ ଶ୍ରୀମତୀ ଲିଲିତା ଦାସ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଜିଲ୍ଲାପରିଷଦର ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯ଜଣ ହେଉଛନ୍ତି ବିଜୁ ଜନତା ଦଳର । ଏହି ଅବସରରେ ବିରୋଧିଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଆପଣମାନେ ଲୋକଙ୍କ…
ନୂଆଦିଲ୍ଲୀ: ଆଜି ଆର. ଜି କର ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟା ଘଟଣା ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥବା ବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।ସିବିଆଇର ତରଫରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ପଶ୍ଚିମବଙ୍ଗର ସରକାରୀ ପରାମର୍ଶଦାତା କପିଲ ସିବଲଙ୍କ ମଧ୍ୟରେ ଏହି ଘଟଣା ଘଟିଛି। ମାମଲାର ଶୁଣାଣି ଚାଲିଥିବା ବେଳେ କପିଲ ସିବଲ କୌଣସି କଥାରେ ହସିଥିଲେ। ସିବଲ ହସୁଥିବାର ଦେଖି ଏସଜେ ତୁଷାର ମେହେଟ୍ଟା ଅସନ୍ତୋଷ ପ୍ରକାଶ କରିଥିଲେ। ସେ ସିବଲଙ୍କୁ କହିଥିଲେ ଯେ, “କେହି ଜଣେ ପ୍ରାଣ ହରାଇଛନ୍ତି, ଅତି କମରେ ହସନ୍ତୁ ନାହିଁ।” ଗୁରୁବାର ଦିନ ଏହି ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ମେହେଟ୍ଟା କିପଲ ସିବଲଙ୍କୁ ତାଗିଦ କରିଛନ୍ତି। ଯାହାକୁ ନେଇ ସେଠାରେ ଉପସ୍ଥିତ ଅନ୍ୟ ଓକିଲ ତାଜୁବ ହୋଇପଡିଥିଲେ। https://twitter.com/ShivAroor/status/1826522690905145509 ଦୁଇ ବରିଷ୍ଠ ଓକିଲଙ୍କ ମଧ୍ୟରେ ପୋଲିସ ଦ୍ୱାରା ଏଫଆଇଆର ପଞ୍ଜିକରଣ…
ଭୁବନେଶ୍ବର: ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚର ଶେଷଦିନ ଥିଲା। ଗତକାଲି ପ୍ରାର୍ଥପତ୍ର ଦାଖଲ ଶେଷ ତାରିଖରେ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ସେମାନେ ହେଲେ ବିଜେପିରୁ ମମତା ମହାନ୍ତ ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଆଜି ପ୍ରାର୍ଥପତ୍ର ଯାଞ୍ଚ ପରେ ଉଭୟଙ୍କ ନାମାଙ୍କନ କାୟମ ରହିଛି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ୨୭ ତାରିଖ। ଏହି ଶେଷ ତାରିଖ ସୁଦ୍ଧା ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାକ କରିବେ ନା ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯଦି କୌଣସି କାରଣରୁ ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ଭୋଟିଂ ହେବା ନିଶ୍ଚିତ। ବର୍ତ୍ତମାନ ଏହାକୁ ନେଇ ଓଡିଶା ରାଜନୀତି ବେଶ ସରଗରମ ହୋଇଉଠିଛି।
ଭୁବନେଶ୍ୱର: ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସରକାରୀ କାର୍ଯ୍ୟରେ ଅବହେଳା, ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଂଘନ କରିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍ସପେକଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍-ଇନ୍ସପେକଟର ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବିତ କରାଯାଇଛି । ଏଥି ନେଇ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିଲମ୍ବନ ସମୟ ଅବଧି ମଧ୍ୟରେ ଉଭୟଙ୍କ ମୁଖ୍ୟାଳୟ ଅବକାରୀ ଡେପୁଟି କମିଶନର (ଦକ୍ଷିଣାଞ୍ଚଳ ଜୋନ୍) ସ୍ଥିର କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ବ୍ରହ୍ମପୁରର…
ଭୁବନେଶ୍ୱର: ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ. ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ…
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା ଦୁଇବିଡା ଟଙ୍କା। ଫଳରେ ଭିଜିଲାନ୍ସ ଟିମ ଯେଉଁ ସ୍ଥାନରେ ଜିନିଷ ଲୁଚାଇବାର ସମ୍ଭାବନା ଥାଏ ତାହା ଯାଞ୍ଚ କରିବାରେ ଲାଗିଛନ୍ତି। ତେବେ ଭିଜିଲାନ୍ସ ଯେଉଁ ରେଞ୍ଜରଙ୍କ ଘରେ ଚଢାଉ କରୁଛନ୍ତି ସେ ହେଉଛନ୍ତି ଢେଙ୍କାନାଳ ରେଞ୍ଜ ର ରେଞ୍ଜର ବିଭୂଦାନନ୍ଦ ମିଶ୍ର। ବର୍ତ୍ତମାନ ସୁଦ୍ଧା ଚଢାଉରେ ତାଙ୍କର ଆଠଗଡରେ ଏକ ବିରାଟ କୁକୁଡା ଫାର୍ମ, ଢେଙ୍କାନାଳ ରତ୍ନବଜାରରେ ତିନିତାଲା କୋଠା, ରସୁଲଗଡରେ ଏକ ଫ୍ଲାଟ ଥିବା ଜଣାପଡିଛି। ଏହି ସ୍ଥାନଗୁଡିକରେ ମଧ୍ୟ ଚଢାଉ ଜାରୀ ରହିଛି। ଏଥିସହିତ ତାଙ୍କର ଅଫିସ, ସରକାରୀ ବାସଭବନ, ଆଠଗଡର ପୌତୃିକ ଘରେ ମଧ୍ୟ ଚଢାଉ ଚାଲିଛି।
ଭୁବନେଶ୍ୱର: ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍ଭେନସନ ହଲ୍ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟିମ୍ର ଗୋଲକିପର ଶ୍ରୀ ପି.ଆର. ଶ୍ରୀଜେସ୍ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍ ପ୍ରତ୍ୟେକଙ୍କୁ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଦେଖନ୍ତୁ ପୁରା ତାଲିକା ସତ୍ୟବ୍ରତ ସାହୁ- ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ବ ଦେଓ ରଞ୍ଜନ ସିଂହ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସୁରେନ୍ଦ୍ର କୁମାର- ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା- ଶକ୍ତି ବିଭାଗର ପ୍ରମୁଖ୍ୟ ସଚିବ ସହ ପୂର୍ବର ଶିଳ୍ପ ଏବଂ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ରହିବେ ବିଷ୍ଣୁପଦ ସେଠୀ- ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ପ୍ରମୁଖ୍ୟ ସଚିବ ଉଷା ପାଢ଼ୀ- ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ, ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିଶାଳ ଗଗନ-ନୂଆଦିଲ୍ଲୀରେ ଆବାସିକ କମିଶନର ଏନବିଏସ ରାଜପୁତ- ରାଜ୍ୟପାଳଙ୍କ ପ୍ରମୁଖ ସଚିବ…
ଭୁବନେଶ୍ବର: ଆଜି ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତିରେ ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ଏବଂ ଅପରାହ୍ନରେ ଜଗନ୍ନାଥ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ସସପେନସ ଲାଗିରହିଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଯେ, ଜଗନ୍ନାଥଙ୍କ ପ୍ରାର୍ଥୀ ପତ୍ରରେ 10 ଜଣ ବିଜେପି ବିଧାୟକ ପ୍ରସ୍ତାବକ ଅଛନ୍ତି। ସୂଚନା ଅନୁସାରେ ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ତାହା ହେଲା କଣ ମମତା ମହାନ୍ତଙ୍କୁ ବଳି ପକାଯିବ କି? ଟିକେଟ ଦେବା କହି ତାଙ୍କୁ ବଳି ପକାଇଦେ କି? ଅନ୍ୟ ଏକ ପ୍ରଶ୍ନ ଉଠିଛି ଯେ, ବିଜେପି କଣ ଦୁଇ ଭାଗ ହୋଇଯାଇଛି…

