Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପୁଣି ଖୋଲିବ ରତ୍ନଭଣ୍ଡାର, ଦିନ ଗୋଟାଏରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ଆଜିର ଖବର

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର, ଦିନ ଗୋଟାଏରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

August 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ପୁଣି ଖୋଲିବ ରତ୍ନଭଣ୍ଡାର, ଦିନ ଗୋଟାଏରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ବର: ଆଜି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ। ଅପରାହ୍ନ ପ୍ରାୟ ଦୁଇଟା ବେଳକୁ ବାହର ରତ୍ନଭଣ୍ଡାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯିବ। ଏ ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଆଲମିରା ଓ ସିନ୍ଧୁକକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ରତ୍ନଭଣ୍ଡାରର ସ୍ଥିତି ଏଏସଆଇର ଏକ ଟିମ ଯାଞ୍ଚ କରିବେ।

ଏହି ସ୍ଥାନାନ୍ତରିତ ପାଇଁ ଏକ 12 ଜଣିଆ ଟିମ ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ପ୍ରମୁଖ ରହିଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ପୁରୀ ଏସପି ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡିବେ।

ଆଇନ ବିଭାଗ ଚିଠି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଜାରରେ ଥିବା କାଠ ଓ ଲୁହା ଆଲମିରା ସିନ୍ଧୁକ ବାହାର କରାଯିବ। ସେଗୁଡିକ ଶ୍ରୀମନ୍ଦିର ଭିତରେ ଥିବା ନୀଳାଦ୍ରୀବିହାର ମ୍ୟୁଜିୟମ ନିକଟସ୍ଥ ଘରେ ରଖାଯିବ। ସେଥିପାଇଁ ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ତେବେ ଶ୍ରୀମନ୍ଦିରର ନୀତିକାନ୍ତି ଯଥାରୀତିରେ ଚାଲିବ। ଏପରିକି ଭକ୍ତମାନେ ମହାପ୍ରଭୃଙ୍କ ଅଭଢା ମଧ୍ୟ ପାଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ କମିଟ ଭିତର ରତ୍ନ ଭଣ୍ଡାରକୁ ପ୍ରବେଶ କରିବା ପରେ ସେଠାରୁ ସମସ୍ତଙ୍କ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଏଗୁଡିକ ତିନୋଟି କାଠ ଅଲମିରା, ଗୋଟିଏ ଷ୍ଟିଲ ଆଲମିରା, ଗୋଟିଏ ଲୁହା ଆଲମିରା ଏବଂ ଦୁଇଟି କାଠ ସିନ୍ଧୁକରେ ଥିଲା। ଏହିଗୁଡିକ ଆଜି ସ୍ଥାନାନ୍ତରିତ କରାଯାଇ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ।

ରତ୍ନଭଣ୍ଡାର ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.