ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ@୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର୍ୟ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି । ବିକଶିତ ଓଡ଼ିଶା @ ୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @ ୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବ ।…
Author: Samikhsya Bureau
ଭୁବନେଶ୍ବର: ସିପିଆଇ ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଂପାଦକ ଦିବାକର ନାୟକ ଗୁରୁତର ଅସୁସ୍ଥ ହୋଇ ଏଏମସରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଇନଫେକ୍ସନ ଯୋଗୁଁ ସେ ଗୁରୁତର ହୋଇପଡିଛନ୍ତି। ଶ୍ରୀ ନାୟକ ପୂର୍ବରୁ କିଡନୀ ରୋଗରେ ପିଡିତ ହୋଇ ଭଲ ହୋଇଥିଲେ। ଦିବାକର ନାୟକ ସିପିଆଇର ଜଣେ ବରିଷ୍ଠ ନେତା ଭାବେ ବେଶ ଜଣାଶୁଣା। ବିଭିନ୍ନ ସମୟରେ ସେ ତୀକ୍ଷ୍ମ ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଦିଅନ୍ତି। ତାଙ୍କ ନେତୃତ୍ବରେ ସାରା ରାଜ୍ୟରେ ସିପିଆଇ ପକ୍ଷରୁ ବହୁ ଆନ୍ଦୋଳନ ତଥା ପ୍ରତିବାଦ ସଭା କରାଯାଇଛି। ସିପିଆଇର ଅନ୍ୟତମ ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା ଏବଂ ଅନ୍ୟ ସିପିଆଇ ସାଥୀଗଣ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ପ୍ରାର୍ଥିପତ୍ର ଦାଖଲ ବେଳେ ତାଙ୍କ ସାଥିରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ମନ୍ତ୍ରୀଗଣ। ଗତକାଲି ମମତା ମହାନ୍ତ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ମମତା ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏହାପରେ ଆସନ୍ତାକାଲି ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହା ସରିବା ପରେ ୨୭ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି। ନିୟମ ଅନୁସାରେ ଯଦି ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରେ ଏବଂ ତାହା କାମୟ ରହେ ତେବେ ସେପ୍ଟମ୍ବର ୩ ତାରିଖରେ ଉପନିର୍ବାଚନ ହେବ। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ଆସନ୍ତା ୨୭ ତାରିଖରେ ପ୍ରାର୍ଥୀ ପ୍ରତ୍ୟାହାର ସମୟ ଶେଷ…
ନୂଆଦିଲ୍ଲୀ: ମୁଁ ବର୍ତ୍ତମାନ ଭଲ ଅଛି. ଡେଙ୍ଗୁରୁ ଧିରେଧିରେ ଭଲ ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ହସପିଟାଲ ଅବଜରଭେସନରେ ଅଛି। ମୋର ସ୍ବାସ୍ଥ୍ୟ ନେଇ କୌଣସି ଭୁଲ ଖବର ଦିଅନ୍ତୁ ନାହିଁ। ଏହା ହେଉଛି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ନିବେଦନ। ମନ୍ତ୍ରୀ ଓରାମ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି। ହେଲେ କେତେକ ଗଣମାଧ୍ୟମର କିଛି ଭୁଲ ଖବର ପ୍ରକାଶ କରୁଛନ୍ତି। ସେଥିପାଇଁ ତାଙ୍କୁ ଏହିପରି କିଛି ସଫେଇ ତାଙ୍କର ସମାଜିକ ଗଣମାଧ୍ୟମରେ ଦେବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ତାଙ୍କ ଧର୍ମପତ୍ନୀଙ୍କର ଡେଙ୍ଗୁରେ ଦେହାନ୍ତ ହୋଇଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱସ୍ତରୀୟ ନେତା ଭାବେ ଉଭା ହୋଇଛନ୍ତି। ବିଶ୍ଵର ଅଧିକାଂଶ ଦେଶ ମୋଦୀଙ୍କ କଥା ଶୁଣନ୍ତି ବୋଲି ବିଶ୍ୱାସ କରାଯାଏ। ଭାରତ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୂଆଁଏ ନାହିଁ। ରୁଷରୁ ତୈଳ କିଣିବା ସହ ଭାରତର ଅନେକ ବୈଦେଶିକ ନୀତି ଯୋଗୁଁ ଆମେରିକା ସମେତ ଅନେକ ଦେଶ ଭାରତ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହି ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ମୋଦୀ ସରକାରକୁ ହଟାଇବା ପାଇଁ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ପରଦା ପଛରେ ରହି କୁଆଡେ ବଡ ଉଦ୍ୟମ କରୁଛି। ରୁଷର ସରକାରୀ ଗଣମାଧ୍ୟମ ସ୍ପୁଟନିକ୍ ତାହାର ରିପୋର୍ଟରେ ଏହା କହିଛି। ଏହି ରିପୋର୍ଟ କହିଛି ଯେ, ସିଆଇଏ ଆନ୍ଧ୍ରପ୍ରଦେଶର ବ୍ୟାପିଷ୍ଟ ଚର୍ଚ୍ଚ ଏବଂ ବିରୋଧୀ ଦଳର ନେତାଙ୍କ ସହ ଯୋଗାଯୋଗରେ ଅଛି। ଏଥିରେ ଆମେରିକା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହାୟତାରେ ମୋଦୀ ସରକାରକୁ ହଟାଇବା ପାଇଁ…
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ତେବେ ଆଜି ସେ ଚର୍ଚ୍ଚାର ଅନ୍ତ ହୋଇଛି। ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ମମତା ମହାନ୍ତ ହେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ। ତାଙ୍କ ନାମକୁ ଆଜି କେନ୍ଦ୍ର ବିଜେପି ଘୋଷଣା କରିଛି। ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ତେବେ ଏଥିରୁ ସ୍ପଷ୍ଟ ହେଲା ଯେ, ମମତା ମହାନ୍ତଙ୍କୁ ନେଇ ବିଜେପି ବଡ ଖେଳ କରିଦେଲା। କାରଣ ମମତାଙ୍କୁ ବିଜେପି ପ୍ରାର୍ଥୀ କଲେ ତାଙ୍କର ସେହି ସଦସ୍ୟତା ବଜାଇ ରହିବା ସହିତ ସରକାରୀ ଦଳରେ ସାମିଲ ହେଲେ। ଏପରିକି ତାଙ୍କୁ ଭବିଷ୍ୟତରେ କୌଣସି ଗୁରୁ ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିପାରନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପିରୁ ଯେ କେହି ଛିଡା ହେଲେ ସେ ଜିତିବା ନିଷ୍ଚିତ। ସେହି ହିସାବରେ ବର୍ତ୍ତମାନ ମମତା ପୁଣି…
ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବର କଟକରୁ ସିମବକ୍ସ ମିଳିବା ପରେ ରାଞ୍ଚିରୁ ମଧ୍ୟ ତାହା ମିଳିଛି। ଓଡିଶା ପୋଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରାଞ୍ଚି ନେବା ପରେ ଏହି ଘଟଣା ପଦାକୁ ଆସିଛି। ରାଞ୍ଚି ବିର୍ସା ମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ପାଞ୍ଚଟି ସିମ ବକ୍ସ ସହିତ ବହୁ ପରିମାଣର ସିମ କାର୍ଡ ମିଳିଛି। ଫଳରେ ଏହାର ଚେର ଢେର ଲମ୍ବା ବୋଲି ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୋଲିସ ଗିରଫ କରିବା ପରେ ତାକୁ ପାଞ୍ଚଦିନିଆ ରିମାଣ୍ଡରେ ନେଇଛି। ପ୍ରଥମେ ଭୁବନେଶ୍ବରରୁ ସିମବକ୍ସ ମିଳିବା ପରେ ପୁଣି କଟକରୁ ଏହି ସିମବକ୍ସ ଏବଂ ବିପୁଳ ପରିମାଣର ସିମକାର୍ଡ ମିଳିଛି। ଏହାପରେ ସେମାନଙ୍କର ଚେର ରାଞ୍ଚି ପର୍ଯ୍ୟନ୍ତ ଲମ୍ବିଥିବାର ଜଣାପଡିବା ପରେ ପୋଲିସ ତାକୁ ରାଞ୍ଚି ନେଇ ଏହି ବକ୍ସ ଜବତ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ଟି ସିମବକ୍ସ ମିଳିଛି। ତେବେ ଏଗୁଡିକ କିଛି ଆତଙ୍କିବାଦ…
ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟ ହୋ ହାଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ପ୍ରଥମେ ଏକ ଘଣ୍ଟା ପାଇଁ ଏବଂ ପରେ ପୁରା ଅପରାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଫଳରେ ଗୃହରେ ଅଚଳ ଅବସ୍ଥା ସୃଷ୍ଟି ହୋଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ କଲେଜ ନିର୍ବାଚନ ନେଇ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲା। କାହିଁକି ରାଜ୍ୟ ସରକାର କଲେଜ ନିର୍ବାଚନ କରିଲେ ନାହିଁ ସେ ନେଇ ହାଙ୍ଗାମା କରିଥିଲେ। ସେହିପରି ବିରୋଧୀ ବିଜେଡି ମଧ୍ୟ ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଂଗ ନେଇ ହଟ୍ଟଗୋଳ କରିଥିଲା। ଫଳରେ ଆଜି ଗୃହରେ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି। ଆଜିଠାରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଯାହା ସେପ୍ଟମ୍ବର 13 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଜୁଲାଇ 22…
କୋଣାର୍କ: ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଥିବା କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ଝୁଲଣ ଉତ୍ସବ ଶେଷ ହୋଇଛି। ଗତକାଲି ଶେଷ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଓଡିଶୀ, ଭାରତନାଟ୍ୟମ ସହିତ କଥକ। ଏହି ଶାସ୍ତ୍ରୀୟ ନୃତ୍ୟରେ ଝୁମି ଉଠିଥିଲା କୋଣାର୍କ ନାଟ୍ୟ ମଣ୍ଡପ। ଶେଷ ସଂଧ୍ୟାର ପ୍ରଥମ ନୃତ୍ୟ ଥିଲା ଓଡିଶୀ। ଯାହାକୁ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ଜଗଜିତ ଦାସ। ସେ ଓଡିଶୀରେ ଅଭିନୟରେ ମା ଯୋଶଦାଙ୍କ କୃଷ୍ଣଙ୍କ ପ୍ରତି ଥିବା ସ୍ନେହକୁ ନୃତ୍ୟରୂପ ଦେଇଥିଲେ। ସେହିପରି ପୁନାର ମଧୁରା ଦେସପାଣ୍ଡେଙ୍କ କଥକ ମଧ୍ୟ ବେଶ ଉଚ୍ଚକୋଟିର ହୋଇଥିଲା। ଶେଷରେ ପରିବେଷଣ ହୋଇଥିଲା ଭାରତନାଟ୍ୟମ। କୋଲକାତାର ନୃତ୍ୟଶିଳ୍ପୀ ରାଜା ଦତ୍ତ ଏବଂ ଶ୍ରୀମତୀ ଛତ୍ୟା ଘୋଷ ଦଶାବତାର ଓ ଗୀତଗୋବିନ୍ଦକୁ ନୃତ୍ୟ ରୂପ ଦେଇଥିଲେ। ଶେଷ ସଂଧ୍ୟାରେ ଅତିଥୀ ଭାବେ ସମାଜସେବୀ ରୋଜାଲୀନ ପାଟ୍ଟଶାଣୀ ମିଶ୍ର, ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ପର୍ଯ୍ୟଟନ ବିଭାଗର ପୂର୍ବତନ ସହ ନିର୍ଦ୍ଦେଶକ ବିରଞ୍ଚି ମିଶ୍ର…
ଭୁବନେଶ୍ବର: ପୁଣି ଥରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଛି। ସେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ତାଙ୍କୁ ଡେଙ୍ଗୁ ହୋଇଥିଲା।ହେଲେ ସେଥିରୁ ସେ ଭଲ ହୋଇ ଘରକୁ ଫେରିଥିଲେ। ଏବେ ପୁଣି ସ୍ବାସ୍ଥ୍ୟ ଖରାପ ହେବରୁ ତାଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଛି। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି। ନିକଟରେ ତାଙ୍କର ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। ସେ ଭୁବନେଶ୍ବରରେ ଡେଙ୍ଗୁରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ପେଟେଲେଟ ହ୍ରାସ ପାଇବାରୁ ଦେହାନ୍ତ ହୋଇଯାଇଛି। ପତ୍ନୀଙ୍କ ଶେଷକୃତ୍ୟ ଶେଷ କରି ଜୁଏଲ ଦିଲ୍ଲୀ ଫେରିଯାଇଥିଲେ।
ଭୁବନେଶ୍ଵର: ଆଜି ରାକ୍ଷୀ ପୂର୍ଣମୀ ତଥା ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବାହ୍ନରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ପ୍ରଥମେ ସେ ମନୋଦୟ ଯାଇଥିଲେ ସେଠାରେ କୁନି କୁନି ପିଲାମାନେ ତାଙ୍କୁ ଫୁଲ ପ୍ରଦାନ କରି ସ୍ବାଗତ ଜଣାଇଥିଲେ ଏବଂ ମନୋଦୟ ଭବନ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ପିଲାମାନେ ତାଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ। ଏହାପରେ ସେ ପିଲାଙ୍କୁ ରାକ୍ଷୀ ପୂର୍ଣିମାର ଶୁଭେଚ୍ଚା ପ୍ରଦାନ କରିଥିଲେ। SIEPD ସୁପରିଟେନଡେଣ୍ଟ ଡଃ ପମ୍ବା ଦେ, ତାଙ୍କୁ ଅଫିସ ବୁଲାଇ ଦେଖାଇଥିଲେ ଏବଂ ଅଧିକାରୀମାନେ ବିଭିନ୍ନ ଥେରପି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏତଦ୍ ବ୍ୟତୀତ ଥେରପିଷ୍ଟ ସ୍ଵତନ୍ତ୍ର…
ନୂଆଦିଲ୍ଲୀ/ଭୁବନେଶ୍ଵର: ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଛନ୍ତି। ଓଡ଼ିଶାର ୫ ଟି ଜିଲ୍ଲାରୁ ଯାଇଥିବା ଛାତ୍ରଛାତ୍ରୀ ମହାମହିମ ରାଷ୍ଟ୍ରପତିଙ୍କୁ ହାତ ତିଆରି ରାକ୍ଷୀ ବାନ୍ଧିଛନ୍ତି। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ସହ ରକ୍ଷା ବନ୍ଧନ କେବଳ ଭାଈ-ଭଉଣୀଙ୍କ ମଧ୍ୟରେ ନୁହେଁ ବରଂ ଦେଶର ସୀମା ସୁରକ୍ଷାରେ ମୁତୟନ ଥିବା ଯବାନଙ୍କ ସହ ମଧ୍ୟ ପାଳନ କରିବା ଉଚିତ୍। ଆମ ସୁରକ୍ଷା ପାଇଁ ସେମାନେ ସର୍ବଦା ଜାଗ୍ରତ ରୁହନ୍ତି। ଏହି ଅବସର ହେଉଛି ସେମାନଙ୍କୁ ସମ୍ମାନ ଜଣାଇବାର ପ୍ରକୃଷ୍ଟ ସମୟ। ରାଷ୍ଟ୍ରପତି ଭବନରେ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରୀ, ମହିଳା ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ। ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରକ୍ଷାବନ୍ଧନ ପାଳନ କରିଥିଲେ। ସେହିପରି ସମବିତ୍ ଗୁରୁକୁଳମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କ ଠାରୁ ମଧ୍ୟ ହାତରେ ରାକ୍ଷୀ ଭିଡିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ମୁହୂର୍ତ୍ତକୁ ସ୍ମରଣୀୟ ମୁହୂର୍ତ୍ତ କହିବା ସହ ସେ କହିଛନ୍ତି ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପାର ସ୍ନେହ ଏବଂ ଅତୁଟ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ। ଆଜି ସମବିଦ୍ ଗୁରୁକୁଲମ ବାଳିକା ସୈନିକ ସ୍କୁଲ ପରିବାର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିବାର ସୌଭାଗ୍ୟ ଲାଭ ହେଲା। ଛୋଟ ଛୋଟ ଝିଅ ଓ ଭଉଣୀମାନଙ୍କ ସ୍ନେହ ଆଜିର…
ଭୁବନେଶ୍ୱର: ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ। ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ। ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥମେ ରାଜ୍ୟ, ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କାର୍ଯ୍ୟକର୍ତାଙ୍କୁ ନେଇ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କର୍ମଶାଳା। ଆସନ୍ତା କାଲି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ…
ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଚାରିଆଡେ ଚାଲିଥିବା ବେଳେ ଏହା ଭିତରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିବା ପରି ଖବର ମଧ୍ୟ ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ ରଂଜନ ଗତ ନିର୍ବାଚନରେ ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢେଇ କରି ହାରିଯାଇଛନ୍ତି। ହେଲେ ଆଜି ତାଙ୍କ ସାକ୍ଷାତକୁ ନେଇ ବେଶ ଚର୍ଚ୍ଚା ବଢିଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ଅତିଥୀ ଭବନରେ ବିଭିନ୍ନ ବର୍ଗର ଭଉଣୀମାନେ ଆସି ତାଙ୍କୁ ରାକ୍ଷୀ ପିନ୍ଧାଉଥାନ୍ତି। ଏହା ଭିତରେ ପ୍ରବେଶ କଲେ ବର୍ତ୍ତମାନ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଥିବା ସୌମ୍ୟରଂଜନ। ତାଙ୍କ ଆସିବା ନେଇ ସେଠାରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ବହୁ ନେତା ଆଶ୍ଚର୍ଯ୍ୟ ହୋଇଥିଲେ। ସେ କଣ ବିଜେପିରେ ମିଶିବେ କି ବୋଲି ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ…
ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା କଲେଜ ନିର୍ବାଚନ କରାଯିବ। ତେବେ ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷଠାରୁ ଏହା ନିୟମିତ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଏ ନେଇ ସରକାରୀ ସ୍ତରରେ ଏକ ପ୍ରକାରର ନିଷ୍ପତି ହୋଇସାରିଛି। ଖୁବ ଶିଘ୍ର ସେ ଉପରେ ଆଲୋଚନା କରାଯାଇ ଘୋଷଣା କରାଯିବ। ସେ କହିଛନ୍ତି ଯେ, ସାଧାରଣତଃ କଲେଜ ନିର୍ବାଚନ ସେପ୍ଟମ୍ବର ମାସରେ ଅନୁଷ୍ଠିତ ହୋଇଥାଏ। ନିର୍ବାଚନ ସରିବା ପରେ ପୂଜା ଛୁଟି ଘୋଷଣା ହୋଇଯାଏ। ତେବେ ଆମେ ସରକାରକୁ ଆସିବାର ଅଳ୍ପ ଦିନ ହୋଇଛି। ସେପ୍ଟମ୍ବର ମାସ ପାଖେଇଯାଇଥିବାରୁ ସେ ନେଇ ପ୍ରସ୍ତୁତି ହୋଇପାରି ନାହିଁ। ସେଥିପାଇଁ ଚଳିତ ବର୍ଷ କଲେଜ ନିର୍ବାଚନ ନ କରିବାକୁ ନିଷ୍ପତି ହୋଇଛି। ଆସନ୍ତାବର୍ଷ ଠିକ ଏହି ସମୟରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର: ଆଜି ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର ଆର କନଭେନସନ ଠାରେ ରାଜ୍ୟସ୍ତରୀ ସଂଗ୍ରାମୀ କେଶରୀ ଜେନା ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ସୁଯୋଗ୍ୟ ଏବଂ ଆଦୃତ ଯୁବନେତା। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଥିଲେ ସଂଗ୍ରାମ ଜେନା ଥିଲେ ଜଣେ ଫାୟାର ବ୍ରାଣ୍ଡ ଯୁବ ନେତା । ସେ ଥିଲେ ସାହସୀ ଏବଂ ଦୁଃସାହସୀ ମଧ୍ୟ। ବିନା ମାସ୍କରେ ସେ ପିପିଲି ଉପନିର୍ବାଚନରେ ପ୍ରଚାର କରୁଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ଯୁଝାଡ଼ୁ…
ଭୁବନେଶ୍ୱର: ମାନବ ସମାଜର ସୁରକ୍ଷା ପାଇଁ ପରିବେଶର ସୁରକ୍ଷା ନିତାନ୍ତ ଆବଶ୍ୟକ ଓ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବୃକ୍ଷରାଜି ଏବଂ ଜଙ୍ଗଲର ସୁରକ୍ଷା ଜରୁରୀ। ବୃକ୍ଷର ସୁରକ୍ଷା ନିମନ୍ତେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହେବା ଜରୁରୀ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ନଗର ବନଖଣ୍ଡ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ଆନନ୍ଦ ବନ ପରିସରରେ ଆୟୋଜିତ ରକ୍ଷା ବନ୍ଧନ-୨୦୨୪ ଅବସରରେ ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ-‘ଗଛ ପାଇଁ ରାକ୍ଷୀଟିଏ’ ଉଦ୍ଘାଟିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ବୃକ୍ଷ ଓ ମଣିଷର ସମ୍ପର୍କ ବହୁ ପୁରାତନ ଓ ନିବିଡ । ପ୍ରଦୂଷଣରୁ ସୁରକ୍ଷା ଦେଉଥିବା ବୃକ୍ଷରେ ଆଜି ଆମେ ରାକ୍ଷୀ ବାନ୍ଧିଛେ। ବୃକ୍ଷ ଯେପରି…
ଭୁବନେଶ୍ବର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଭାଇମାନେ ଭଉଣୀର ସୁରକ୍ଷା ପାଇଁ ଏହି ରାକ୍ଷୀ ବାନ୍ଧିଥାନ୍ତି। ଏହି ପବିତ୍ର ଦିନଟିକୁ ନେତ୍ରୀମାନେ ମଧ୍ୟ ହାତ ଛଡା କରିବାକୁ ଚାହିଁ ନାହାଁନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଆଜି ଲେଖାଶ୍ରୀ ନବୀନ ନିବାସ ଆସି ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଲେଖାଶ୍ରୀ ହେଉଛନ୍ତି ବିଜେଡିର ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ। ବିଭିନ୍ନ ପ୍ରସଂଗରେ ସେ ବିଜେପିକୁ ତାଙ୍କର ଚିରାଚରିତ ଢଙ୍ଗରେ ତୀର ମାରି ଥାନ୍ତି। ନିକଟରେ ଅସ୍ମିତା ନେଇ ସେ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ତାହାକୁ ଆହୁରି ଶାଣିତ କରିବା ପାଇଁ ଆଜି ସେ ଦଳର ମୁଖିଆଙ୍କଠାରୁ ଆର୍ଶିବାଦ ନେଇଛନ୍ତି।
ଭୁବନେଶ୍ବର: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସେମାନଙ୍କ ପାଇଁ ଥିଲେ ଆଦରର ‘ମୋହନ ଭାଇ’ । ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ। ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଆଜି ମଧ୍ୟ ଗହ୍ମା ପୂର୍ଣ୍ଣମୀ ପର୍ବ। ଏହି ଅବସରରେ ରାଜ୍ୟର ସବୁ ଭଉଣୀ ମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି…
ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ ଜଣାଇଥିଲେ। ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ। ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲ ର କୁନି କୁନି ପିଲାମାନେ ରାଖୀ ବାନ୍ଧି ଥିଲେ। ଭୁବନେଶ୍ୱର ମହାନଗର ନିଗମ ର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱ ରେ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ମଧ୍ୟ…

