ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଚାରିଆଡେ ଚାଲିଥିବା ବେଳେ ଏହା ଭିତରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିବା ପରି ଖବର ମଧ୍ୟ ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ ରଂଜନ ଗତ ନିର୍ବାଚନରେ ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢେଇ କରି ହାରିଯାଇଛନ୍ତି। ହେଲେ ଆଜି ତାଙ୍କ ସାକ୍ଷାତକୁ ନେଇ ବେଶ ଚର୍ଚ୍ଚା ବଢିଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ଅତିଥୀ ଭବନରେ ବିଭିନ୍ନ ବର୍ଗର ଭଉଣୀମାନେ ଆସି ତାଙ୍କୁ ରାକ୍ଷୀ ପିନ୍ଧାଉଥାନ୍ତି। ଏହା ଭିତରେ ପ୍ରବେଶ କଲେ ବର୍ତ୍ତମାନ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଥିବା ସୌମ୍ୟରଂଜନ। ତାଙ୍କ ଆସିବା ନେଇ ସେଠାରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ବହୁ ନେତା ଆଶ୍ଚର୍ଯ୍ୟ ହୋଇଥିଲେ। ସେ କଣ ବିଜେପିରେ ମିଶିବେ କି ବୋଲି ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ…
Author: Samikhsya Bureau
ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା କଲେଜ ନିର୍ବାଚନ କରାଯିବ। ତେବେ ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷଠାରୁ ଏହା ନିୟମିତ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଏ ନେଇ ସରକାରୀ ସ୍ତରରେ ଏକ ପ୍ରକାରର ନିଷ୍ପତି ହୋଇସାରିଛି। ଖୁବ ଶିଘ୍ର ସେ ଉପରେ ଆଲୋଚନା କରାଯାଇ ଘୋଷଣା କରାଯିବ। ସେ କହିଛନ୍ତି ଯେ, ସାଧାରଣତଃ କଲେଜ ନିର୍ବାଚନ ସେପ୍ଟମ୍ବର ମାସରେ ଅନୁଷ୍ଠିତ ହୋଇଥାଏ। ନିର୍ବାଚନ ସରିବା ପରେ ପୂଜା ଛୁଟି ଘୋଷଣା ହୋଇଯାଏ। ତେବେ ଆମେ ସରକାରକୁ ଆସିବାର ଅଳ୍ପ ଦିନ ହୋଇଛି। ସେପ୍ଟମ୍ବର ମାସ ପାଖେଇଯାଇଥିବାରୁ ସେ ନେଇ ପ୍ରସ୍ତୁତି ହୋଇପାରି ନାହିଁ। ସେଥିପାଇଁ ଚଳିତ ବର୍ଷ କଲେଜ ନିର୍ବାଚନ ନ କରିବାକୁ ନିଷ୍ପତି ହୋଇଛି। ଆସନ୍ତାବର୍ଷ ଠିକ ଏହି ସମୟରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର: ଆଜି ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର ଆର କନଭେନସନ ଠାରେ ରାଜ୍ୟସ୍ତରୀ ସଂଗ୍ରାମୀ କେଶରୀ ଜେନା ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ସୁଯୋଗ୍ୟ ଏବଂ ଆଦୃତ ଯୁବନେତା। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଥିଲେ ସଂଗ୍ରାମ ଜେନା ଥିଲେ ଜଣେ ଫାୟାର ବ୍ରାଣ୍ଡ ଯୁବ ନେତା । ସେ ଥିଲେ ସାହସୀ ଏବଂ ଦୁଃସାହସୀ ମଧ୍ୟ। ବିନା ମାସ୍କରେ ସେ ପିପିଲି ଉପନିର୍ବାଚନରେ ପ୍ରଚାର କରୁଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ଯୁଝାଡ଼ୁ…
ଭୁବନେଶ୍ୱର: ମାନବ ସମାଜର ସୁରକ୍ଷା ପାଇଁ ପରିବେଶର ସୁରକ୍ଷା ନିତାନ୍ତ ଆବଶ୍ୟକ ଓ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବୃକ୍ଷରାଜି ଏବଂ ଜଙ୍ଗଲର ସୁରକ୍ଷା ଜରୁରୀ। ବୃକ୍ଷର ସୁରକ୍ଷା ନିମନ୍ତେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହେବା ଜରୁରୀ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ନଗର ବନଖଣ୍ଡ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ଆନନ୍ଦ ବନ ପରିସରରେ ଆୟୋଜିତ ରକ୍ଷା ବନ୍ଧନ-୨୦୨୪ ଅବସରରେ ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ-‘ଗଛ ପାଇଁ ରାକ୍ଷୀଟିଏ’ ଉଦ୍ଘାଟିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ବୃକ୍ଷ ଓ ମଣିଷର ସମ୍ପର୍କ ବହୁ ପୁରାତନ ଓ ନିବିଡ । ପ୍ରଦୂଷଣରୁ ସୁରକ୍ଷା ଦେଉଥିବା ବୃକ୍ଷରେ ଆଜି ଆମେ ରାକ୍ଷୀ ବାନ୍ଧିଛେ। ବୃକ୍ଷ ଯେପରି…
ଭୁବନେଶ୍ବର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଭାଇମାନେ ଭଉଣୀର ସୁରକ୍ଷା ପାଇଁ ଏହି ରାକ୍ଷୀ ବାନ୍ଧିଥାନ୍ତି। ଏହି ପବିତ୍ର ଦିନଟିକୁ ନେତ୍ରୀମାନେ ମଧ୍ୟ ହାତ ଛଡା କରିବାକୁ ଚାହିଁ ନାହାଁନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଆଜି ଲେଖାଶ୍ରୀ ନବୀନ ନିବାସ ଆସି ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଲେଖାଶ୍ରୀ ହେଉଛନ୍ତି ବିଜେଡିର ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ। ବିଭିନ୍ନ ପ୍ରସଂଗରେ ସେ ବିଜେପିକୁ ତାଙ୍କର ଚିରାଚରିତ ଢଙ୍ଗରେ ତୀର ମାରି ଥାନ୍ତି। ନିକଟରେ ଅସ୍ମିତା ନେଇ ସେ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ତାହାକୁ ଆହୁରି ଶାଣିତ କରିବା ପାଇଁ ଆଜି ସେ ଦଳର ମୁଖିଆଙ୍କଠାରୁ ଆର୍ଶିବାଦ ନେଇଛନ୍ତି।
ଭୁବନେଶ୍ବର: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସେମାନଙ୍କ ପାଇଁ ଥିଲେ ଆଦରର ‘ମୋହନ ଭାଇ’ । ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ। ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଆଜି ମଧ୍ୟ ଗହ୍ମା ପୂର୍ଣ୍ଣମୀ ପର୍ବ। ଏହି ଅବସରରେ ରାଜ୍ୟର ସବୁ ଭଉଣୀ ମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି…
ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ ଜଣାଇଥିଲେ। ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ। ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲ ର କୁନି କୁନି ପିଲାମାନେ ରାଖୀ ବାନ୍ଧି ଥିଲେ। ଭୁବନେଶ୍ୱର ମହାନଗର ନିଗମ ର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱ ରେ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ମଧ୍ୟ…
ଭୁବନେଶ୍ୱର : ସର୍ବଭାରତୀୟ ଓଡିଶାନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟ ସ୍ତରୀୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୦ ଓ ୨୨ ତାରିଖ ଦିନ ରବୀନ୍ଦ୍ର ମଣ୍ଡପରେ ନୃତ୍ୟଧାମର ସପ୍ତମ ଶାସ୍ତ୍ରୀୟ ନୃତ୍ୟ ଓ ଗୁରୁନମନ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ନୃତ୍ୟ ସମାରୋହରେ ଅଗଷ୍ଟ ୨୦ ତାରିଖ ଦିନ ପଦ୍ମଶ୍ରୀ ରଞ୍ଜନା ଗୌହର, ପଦ୍ମଶ୍ରୀ ଅରୁଣା ମହାନ୍ତି, ଉସ୍ତାଦ ବିସ୍ମିଲାଖାଁ ସମ୍ମାନିତ ବିନୋଦ କେଭିନ ବଚନ ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ‘ନୃତ୍ୟଧାମ ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସେହିପରି ଅଗଷ୍ଟ ୨୨ ତାରିଖ ଦିନ ପଦ୍ମଶ୍ରୀ ଗୀତା ମହାଲିକ, ଗୁରୁ ଦୁର୍ଗାଚରଣ ରଣବୀର,…
ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ୨୨ ତାରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୨୨ ତାରିଖ ଦିନ ଭୁବନେଶ୍ୱର ନୟାପଲ୍ଲି ସ୍ଥିତ ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପିସିସିର ସମସ୍ତ ଛାମୁଆ ସଂଗଠନ ଏବଂ ଅନ୍ୟାନ ସାମ୍ମୁଖ୍ୟ ପୂର୍ବତନ କର୍ମକର୍ତା ମାନଙ୍କର ପୃଥକ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସଭାପତି ଜୟଦେବ ଜେନା, ଶିବାନନ୍ଦ ରାୟ, ଜିଲ୍ଲା କଂଗ୍ରେସ ସଭାପତି…
ଭୁବନେଶ୍ବର: ଆସନ୍ତାକାଲି ସୋମବାର ୧୯ ତାରିଖରେ ପଡୁଛି ଶ୍ରାବଣ ପୂର୍ଣ୍ଣିମା। ଏହିଦିନକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହିଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ହେଲେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଭଦ୍ରା କାଳ ପଡୁଥିବାରୁ ରାକ୍ଷୀ ବାନ୍ଧିବା ସମୟ ଅଡୁଆ ହୋଇଯାଇଛି। କାରଣ ଭଦ୍ରାକାଳ ଭିତରେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ତାହା ଅଶୁଭ ହେବ। ତେବେ ଓଡିଶାର ଜ୍ୟୋତିଷଙ୍କ ଅନୁସାରେ ଆସନ୍ତାକାଲି ସୋମବାର ୧୯ ଅଗଷ୍ଟ ଦିନ ଭୋର ୩ଟା ୪ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ, ଆଉ ଏହା ରାତି ୧୧ଟା ୫୫ ମିନିଟ ଯାଏଁ ରହିବ। ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ। ଏହି ଭଦ୍ରାକାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ । କାରଣ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରଯାଏ । ଜ୍ୟୋତିଷଙ୍କ ଗଣନା…
ଭୁବନେଶ୍ବର: ବିଜେଡି ତାହାର ନୂଆ ବିଧାୟକଙ୍କୁ ଅଲଗା ପ୍ରଶିକ୍ଷଣ ଦେବ। ସରକାରୀ ସ୍ତରରେ ଆୟୋଜିତ ପ୍ରଶିକ୍ଷଣକୁ ଦଳ ବର୍ଜନ କରିଛି। ଗତକାଲି ବିଧାନସଭାରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ଡକାଯାଉଥିବା ପ୍ରତିବାଦ କରି ଉଭୟ କଂଗ୍ରେସ ଓ ବିଜେଡି ସେହି ଶିବିରକୁ ବର୍ଜ୍ଜନ କରିଛନ୍ତି। ବର୍ତ୍ତମାନ ବିଜେଡି ଆସନ୍ତା 25 ତାରିଖରେ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ ଶିବିର କରିବ। ଏଥିରେ ଦଳର ନୂଆ ବିଧାୟକମାନଙ୍କୁ ଅଭିଜ୍ଞ ବିଧାୟକମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦଘାଟନ କରି ନିଜର ଅଭିଭାଷଣ ରଖିବେ।
ଭୁବନେଶ୍ୱର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀମତୀ ପରିଡା କହିଛନ୍ତି ଯେ, ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ତାଙ୍କ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ଶ୍ରୀମତୀ ଝିଙ୍ଗିଆ ଓରାମ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ। ଶ୍ରୀମତୀ ପରିଡା ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ଭୁବନେଶ୍ୱର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଝିଙ୍ଗିଆ ଓରାମ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଭୁବନେଶ୍ବର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ସେ କିଛିଦିନ ଧରି ଭୁବନେଶ୍ବର ଆପୋଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଶନିବାର ବିଳମ୍ବିତ ରାତିରେ ସେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ତାଙ୍କର ମରଶରୀରର ଭୁବନେଶ୍ବରସ୍ଥିତ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଛି। ଝିଙ୍ଗିଆଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମ ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି…
ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆଜି ନବୀନ ନିବାସ ଲୋକାରଣ୍ୟ ହୋଇଯାଇଥିଲା। ପାଲଲହଡା, ବୋଲଗଡ଼ ବେଗୁନିଆ ବିଧାନସଭା ନିବର୍ଚନମଣ୍ଡଳୀର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଯୁବ, ଛାତ୍ର ଛାତ୍ରୀ, ମହିଳା ନେତୃବୃନ୍ଦ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସଂଙ୍କଳ୍ପବଦ୍ଧଭାବେ କାମ କରିବାକୁ ଘୋଷଣା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ । ଏହି ସାକ୍ଷାତ ସମୟରେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରୟଣ…
ଭୁବନେଶ୍ବର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ। ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଦମନ ଚଳଚିତ୍ରର ମୁଖ୍ୟ କଳାକାର ଶ୍ରୀ ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ।
ଭୁବନେଶ୍ବର: ପୂର୍ବତନ ମୁଖ୍ୟଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ତାହାକୁ ସରକାର ତୁରନ୍ତ ଗ୍ରହଣ କରି ତାଙ୍କ ପଦବୀରୁ ଅବ୍ୟାହିତ ଦେଇଛନ୍ତି। ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ପଦବୀରୁ ଅବସର ନେବା ପରେ 2020 ମସିହାରେ ତାଙ୍କୁ ବିଜେଡି ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଇଥିଲେ। ଏଥିସହିତ ସେ ତତକାଳିନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।
ଭୁବନେଶ୍ବର: ଆରମ୍ଭ ହେଲା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଓଡିଶା ବିଧାନସଭା ପରିସରରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ। ଆଜି ଏହାକୁ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ନିଜର ସାଂସଦୀୟ ଅନୁଭୂତିକୁ ବିଧାୟକଙ୍କ ଆଗରେ ଉପସ୍ଥାପିତ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହ ବହୁ ମନ୍ତ୍ରୀ ଯୋଗଦେଇଛନ୍ତି। ନୂଆକରି ନିର୍ବାଚିତ ହୋଇ ଆସିଥିବା ବିଧାୟକଙ୍କୁ ପ୍ରଶ୍ନକାଳ, ବିଧାନସଭାର ନିତି ନିୟମ କଣ ରହିଛି. କିପରି ପ୍ରଶ୍ନ ପଚରାଯାଏ ସେ ନେଇ ଅଭିଜ୍ଞମାନେ ନୂତନ ବିଧାୟକଙ୍କୁ ବୁଝାଇବେ। ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ନୂଆ ବିଧାୟକମାନେ ଯୋଗଦେବା ପାଇଁ କୁହାଯାଇଥିଲେ ମଧ୍ୟ ବିଜେଡି କଂଗ୍ରେସର କେହି ଆସିଲେ ନାହିଁ। ଏହି ସରକାରୀ କାର୍ଯ୍ୟକ୍ରମ ଏକ ଦଳୀୟ କାର୍ଯ୍ୟକ୍ରମ ହେଉଛି କହି ଉଭୟ କଂଗ୍ରେସ ବିଜେଡି ଶିବିରକୁ…
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ ମମତା ମହାନ୍ତ ପୁଣି ଥରେ ରାଜ୍ୟସଭା ଯିବେ। ଏହି ସୂଚନା ବିଜେପି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଦେଇଛନ୍ତି ବୋଲି କୁହାଯାଇଛି। ସେ କହିଛନ୍ତି ଯେ, ଆଉ ଦିନେ ଦୁଇ ଦିନ ଭିତରେ ତାଙ୍କର ନାମ ଘୋଷଣା ହେବ। ତେବେ ଏଥିରୁ ସ୍ପଷ୍ଟ ହେଲା ଯେ, ମମତା ମହାନ୍ତଙ୍କୁ ନେଇ ବିଜେପି ବଡ ଖେଳ କରିଦେଲା। କାରଣ ମମତାଙ୍କୁ ବିଜେପି ପ୍ରାର୍ଥୀ କଲେ ତାଙ୍କର ସେହି ସଦସ୍ୟତା ବଜାଇ ରହିବା ସହିତ ସରକାରୀ ଦଳରେ ସାମିଲ ହେଲେ। ଏପରିକି ତାଙ୍କୁ ଭବିଷ୍ୟତରେ କୌଣସି ଗୁରୁ ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିପାରନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପିରୁ ଯେ କେହି ଛିଡା ହେଲେ ସେ ଜିତିବା ନିଷ୍ଚିତ।…
ଭୁବନେଶ୍ୱର: କଲକତାର ରାଧା ଗୋବିନ୍ଦ କର(ଆର ଜି କର)ମେଡ଼ିକାଲ କଲେଜ ରେ ଜଣେ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ଯଥା ଭୁବନେଶ୍ୱର ସ୍ଥିତ ଡା ଅଭିନ୍ୟ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ରାଉଲକେଲା ସ୍ଥିତ ଉତ୍କଳମଣୀ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଓ ରିସର୍ଚ୍ଚ ଏବଂ ତିନି ଆୟୁର୍ବେଦିକ କଲେଜ ଯଥା ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବଲାଙ୍ଗୀର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ ରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି…
ଭୁବନେଶ୍ୱର: କଲିକତାର ଆରଜିକର ମେଡିକାଲ କଲେଜ ଆଣ୍ଡ ହସପିଟାଲ ର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ସତ୍ୟନଗର କାଳି ମନ୍ଦିର ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ରାମ ମନ୍ଦିର ଠାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ ପଶ୍ଚମବଙ୍ଗ ପ୍ରଶାସନ ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦିଅନ୍ତୁ । ପଶ୍ଚିମବଙ୍ଗରେ ମହିଳା ଅସୁରକ୍ଷିତ ରହିଥିବାର ଏହା ଜ୍ୱଳନ୍ତ ଉଦାହରଣ । ଛାତ୍ର କଂଗ୍ରେସ ପକ୍ଷରୁ ମୃତକଙ୍କ ପରିବାରକୁ ନ୍ୟାୟ ଏବଂ ଅପରାଧିକୁ ତୁରନ୍ତ ଦଣ୍ଡବିଧାନ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ରଣଜିତ ପାତ୍ର, ସନ୍ତୋଷ ଜେନା, କିରଣ ସାହୁ, ସୁଦୀପ ସାମଲ, ନିହାର ବେହେରା, ମହମ୍ମଦ ପରଭେଜ,…

