Author: Samikhsya Bureau

ଭୁବନେଶ୍ବର: 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ, ବାଲେଶ୍ବରର ୭୬ଟି, ଗଜପତିର ୨୮ଟି, ଢେଙ୍କାନାଳର ୬୩ଟି, କେନ୍ଦୁଝରର ୪୫ଟି ଓ କଟକର ୮୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ…

Read More

ଭୁବନେଶ୍ବର: ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ତେବେ ଏଥର ସମ୍ବଲପୁର ଲୋକସଭା ଆସନ ଉପରେ ପୁରା ରାଜ୍ୟର ନଜରରେ ରହୁଛି। ଏହାର କାରଣ ହେଲା ଯେ, ସେହି ଆସନରୁ ଲଢେଇ କରିବାକୁ ସଜବାଜ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏକ ବିଶେଷ ସୁତ୍ର ଅନୁସାରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡିର ଟାଣୁଆ ତଥା ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ପ୍ରସ୍ତୁତ କରାଯାଉଛି। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ହେଲେ ବିଜେଡିର ଜଣେ ଟାଣୁଆ ନେତାର ଆବଶ୍ୟକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁରରେ ସେପରି କେହି ନେତା ଦୃଷ୍ଟିକୁ ଆସୁ ନ ଥିବାରୁ କୁଆଡେ ବବିଙ୍କୁ ଛିଡା ହେବା ପାଇଁ ନିଷ୍ପତି ହେଉଛି ବୋଲି ଜଣାପଡିଛି। ସେହି ସୁତ୍ର ଅନୁସାରେ ଜଣାପଡିଛି ଯେ,…

Read More

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ହେବ ଅଙ୍କୁର ପୂଜନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଦିନ ୧୧ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ପୂଜା ଚାଲିବ। ଏହାପରେ ୧୫ ତାରିଖରୁ ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ସେହିଦିନ ଯଜ୍ଞକୁଣ୍ଡ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ ଏବଂ ମଣ୍ଡଳ ପୂଜନ ହେବ। ସେହିପରି ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା ଏବଂ ସଂକୀର୍ତ୍ତନ କାର୍ଯ୍ୟ ଆରମ୍ଭ ହେବ। ସେହିପରି ୧୭ ତାରିଖ ସକାଳୁ ଆରମ୍ଭ ହେବ ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମ। ସେହିିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭବେଳାରେ ପ୍ରକଳ୍ପର ଶୁଭାରମ୍ଭ କରିବେ। ଗତକାଲିଠାରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବ୍ରାହ୍ମଣ ବରଣ କାଯ୍ୟ ସଂପର୍ଣ୍ଣ କରିଛନ୍ତି। ଗୁଆଟେକା ସହିତ ମହାଯଜ୍ଞର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ…

Read More

ଭୁବନେଶ୍ୱର : ପୁଣି ଥରେ ବିରୋଧୀ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ନେତାମାନଙ୍କ ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଥିବାରୁ ବହୁତ ବଡ ବଡ ନେତା ଆସୁଛନ୍ତି। ବଡ଼ ବଡ଼ ଭାଷଣ ଦେଇ ଆପଣମାନଙ୍କ ସାଙ୍ଗରେ କଥା ହେଇକି ପଳାଉଛନ୍ତି। ସେମାନେ ନିର୍ବାଚନ ଆସିଲେ ଦେଖା ଦେବେ। ନିର୍ବାଚନ ସରିଗଲେ ଆଉ ଦେଖା ମିଳିବ ନାହିଁ । ସମ୍ବଲପୁର ବରେଇପାଲି ଓ ରେଙ୍ଗାଳି ସାଧାରଣ ସଭାରେ ଯୋଗ ଦେଇ ନିର୍ବାଚନ ସର୍ବସ୍ବ ବିରୋଧୀ ନେତାଙ୍କୁ ଏଭଳି ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ସେ କହିଛନ୍ତି ଯେ, “ଅନ୍ୟ ଲୋକଙ୍କ ଭଳି ଆମେ ସେପରି କରୁ ନାହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁତ ଖୁସିର କଥା ଯେ ଏ ବର୍ଷର ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମା’ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏହା ଏ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି କୃଷି କ୍ଷେତ୍ରରେ ମଧ୍ୟ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି। ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ…

Read More

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଭଲ କ୍ୟାରିଅର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର। କଠିନ ପରିଶ୍ରମର ବିକଳ୍ପ ନାହିଁ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପଢି ଆଜି ସଫଳତାର ଶୀର୍ଷରେ ଥିବା କିଛି ବ୍ୟକ୍ତଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ଏ ଅବସରରେ ସଫଳ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପାଟଣାଗଡ଼ରେ ୧୯୫୭ ମସିହାରେ ଜନ୍ମ ହୋଇଥିଲେ ସୁବ୍ରତ ବାଗଚି। ପାଟଣାଗଡ଼ରେ ସରକାରୀ ସ୍କୁଲରେ ପାଠ ପଢି ଓଡ଼ିଶା ସେକ୍ରେଟାରିଆଟରେ ଜଣେ କିରାଣୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ। ଏହାପରେ ଚାକିରି ଛାଡି ଆଇଟି କ୍ଷେତ୍ରରେ ଯୋଗ ଦେଇଥିଲେ। ଆଇଟି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି। ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି। ସେ କହିଛନ୍ତି ଯେ ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି। ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ…

Read More

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ଫେସବୁକରେ ଶାସକ ବିଜୁ ଜନତା ଦଳର ପଦାଧିକାରୀମାନେ ଆଡମିନ୍ ଥିବା ଏକ ଗୃପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଥିବାର ଏକ ପୋଷ୍ଟ କରାଯାଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ। ଏହା ଏକ ଗର୍ହୀତ ଅପରାଧ ଏବଂ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦିଆଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବିକୁ “ବିଜୁ ଜନତା ଦଳ ଓଡ଼ିଶା”ର ଫେସବୁକ ଆଇଡିରୁ ପୋଷ୍ଟ କରାଯାଉଛି । ବିଜେଡି କର୍ମୀଙ୍କ ଅଶାଳୀନ କମେଂଟ ଦ୍ୱାରା ମୋଦିଜୀଙ୍କ ସମ୍ମାନ ହାନୀ ଘଟିଛି। ବିଜେଡି ସାମାଜିକ ଗଣମାଧ୍ୟମରେ ‘ଗୁଣ୍ଡା ସୃଷ୍ଟିକାରୀ ଦଳ’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଅସମ୍ମାନଜନକ ମନ୍ତବ୍ୟ ପୋଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିର ଇପ୍ସିତା ସାହୁ, ସୁବ୍ରତ ଛାଟୋଇ, ଅଞ୍ଜନା କବି, ପଙ୍କଜ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିନା ପିଆଜ ରସୁଣ ଖାଦ୍ୟ ଖାଇଥିବାର ଜଣାପଡିଛି। ଭାତ, ଡାଲି, ଖଟା, ଭେଣ୍ଡି ଭଜା, କଲରା ଚିପ୍ସ ଏବଂ ପନିର ତରକାରୀ ଆଦି ପାଣ୍ଡିଆନ ଖାଇଥିଲେ ଯାହାକି କମ ତେଲ ଏବଂ ମସଲା ବିହୀନ ଥିଲା। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପାଣ୍ଡିଆନ ସଦାବେଳେ ଏହିପରି ସାଧା ଖାଦ୍ୟ ଖାଉଥିବାର ଜଣାପଡିଛି। ଏହି ସମୟରେ ସେ ମିଶନ ଶକ୍ତି କାଫେ ର ମହିଳାମାନଙ୍କୁ ପ୍ରଶଂସା କରିବା ସହ ଘର ପରି ହାତ ରନ୍ଧା ଖାଦ୍ୟ ଖାଇ ବହୁତ ଖୁସି ଅଛି ବୋଲି କହିଥିଲେ। ତତସହିତ ଉକ୍ତ କାଫେରେ ମଧ୍ୟାହ୍ନ ଭୋଜନ ସହିତ ସକାଳ ଜଳଖିଆ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।…

Read More

ଭୁବନେଶ୍ବର: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଗତକାଲି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ପାଇଁ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶା ଏକ ରୂପାନ୍ତରିତ  ଅର୍ଥନୈତିକ ବିକାଶ ଦେଇ ଗତି କରୁଥିବା ଜଣାଯାଉଛି। ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ସହ ରାଜ୍ୟଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ଏକ ଐତିହାସିକ ନିଷ୍ପତ୍ତି ସ୍ୱରୂପ ଏସଏଲଏସଡବ୍ଲ୍ୟୁସିଏ ବୈଠକରେ ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ (ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନସିଲାରିଜ୍), ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍ଗେତ ଦିଆଯାଇଛି। ସମୁଦାୟ ୫୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନା ଥିବା…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଥିଲା। ସେ ମଧ୍ୟାହ୍ନରେ ବାଣପୁରରେ ପହଞ୍ଚି ପ୍ରଥମେ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମାଆଙ୍କ ଦୂଆରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିଥିଲେ। ଯାହାକୁ ନେଇ ଚିଲିକା ରାଜନୀତି ବେଶ ସରଗରମ ହୋଇ ଉଠିଛି। ରଘୁନାଥ ପାଣ୍ଡିଆନଙ୍କୁ ଏକ ଉତ୍ତରୀୟ ପ୍ରଦାନ କରିବା ସହିତ ସୁନ୍ଦର ଫୁଲତୋଡାଟିଏ ଉପହାର ଦେଇଥିଲେ। ଯାହାକୁ ପାଣ୍ଡିଆନ ଆଗ୍ରହ ସହକାରେ ଗ୍ରହଣ ମଧ୍ୟ କରିଥିଲେ। ଚିଲିକାର ବହୁ ବିଜେଡି ନେତାଙ୍କ ଉପସ୍ଥିତିରେ ଏବଂ ସର୍ବ ସାଧାରଣଙ୍କ ସମ୍ମୁଖରେ ରଘୁନାଥ ଏହି ଉପହାର ଦେଇଥିଲେ। କେବଳ ସେତିକି ନୁହେଁ, ରଘୁନାଥ ଭଗବତୀ ମନ୍ଦିର ନିକଟରେ ଭେଟିବା ପରେ ସେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ମଧ୍ୟ ଯାଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ସହିତ ପାଣ୍ଡିଆନଙ୍କ ଭାଷଣ ଶୁଣିଥିଲେ। ଭାଷଣ ଶେଷ ହେବା ପରେ…

Read More

ବାଣପୁର(ସୀତାରାମ ଅଗ୍ରୱାଲ): ଦିନକୁ ଦିନ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ପାଣ୍ଡିଆନ ଓଡ଼ିଶାର ବିକାଶ ପାଇଁ ଅହରହ ଚେଷ୍ଟିତ ଥିବା ବେଳେ ଜନସାଧାରଣ ମଧ୍ୟ ତାଙ୍କୁ ବିପୁଳ ସମର୍ଥନ ଦେବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶକ୍ରମେ ପାଣ୍ଡିଆନ ପ୍ରତିଦିନ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ଉନ୍ନୟନ ପ୍ରକଳ୍ପ ତଦାରଖ କରୁଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଖୋର୍ଦ୍ଧା ଏବଂ ପରେ ବାଣପୁର ଆସିଥିଲେ। ଖୋର୍ଦ୍ଧା ହାବେଳୀ ପଡିଆରେ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ସେ ସିଧାସଳଖ ସଡ଼କପଥରେ ବାଣପୁର ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ। ସେଠାରେ ମା’ ଙ୍କୁ ଦର୍ଶନ କରିବା ସହ ନିକଟରେ ମନ୍ଦିର ପରିସରରେ ଆରମ୍ଭ…

Read More

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆକ୍ରମଣ ପରେ ଆକ୍ରମଣ କରିବାରେ ଲାଗିଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ରଣପୁରରେ ସେ କେନ୍ଦ୍ରମନ୍ତ୍ରୀଙ୍କ ନାମ ନ ନେଇ ସିଧା ଆକ୍ରମଣ କରିଛନ୍ତି। କେବଳ ଆକ୍ରମଣ ନୁହେଁ ସେ ଏଥର ସିଧା କେନ୍ଦ୍ରମନ୍ତ୍ରୀଙ୍କୁ କରିଛନ୍ତି ଚ୍ୟାଲେଞ୍ଜ। ଆଜି ପାଣ୍ଡିଆନ ବାଣପୁର ସଭା ଶେଷ କରି ରଣପୁରରେ ପହଞ୍ଚି ଥିଲେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେଇ ସେ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯଦି କେନ୍ଦ୍ରମନ୍ତ୍ରୀଙ୍କ ସତସାହସ ଅଛି ତେବେ ବିଏସକେୱାଇ କାର୍ଡକୁ ରଦ୍ଦ କରି ଦିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସତସାହସ ଅଛି ତେବେ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ସ୍ଥାନିତ କରୁ। ଇସ୍ତାହାରର ଏକ ନମ୍ବରରେ ସେମାନେ ଏହି କାର୍ଡକୁ ରଦ୍ଦ କରିବେ ବୋଲି ସ୍ଥାନିତ କରନ୍ତୁ। ଯଦି କରିପାରିବେ ତେବେ ଆପଣଙ୍କୁ ଓଡିଶାର…

Read More

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବଡଓସ୍ତିଆ ପଂଚାୟତରେ ରାଜ କିଶୋର ନାୟକଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଗୋବିନ୍ଦପୁର ପଂଚାୟତରେ କାଳନ୍ଦୀ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ। ଏହି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ । ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ ହେଉଛି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରି ଯୋଗଦାନ ଦେଉଛନ୍ତି । ଓଡ଼ିଶାର…

Read More

ଭୁବନେଶ୍ୱର: ସ୍ଥାନୀୟ ମହାଲେଖାକାର ଅଡିଟ -2 ଆନୁକୂଲ୍ୟରେ ଏବଂ ଏ.ଜି ରିକ୍ରେସନ କ୍ଲବ ସହଯୋଗରେ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆଜି ରେଲୱେ ଇଣ୍ଡୋର ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିବା ସହ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଓଡିଶା ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରାଧ୍ୟାନ ଦେବା ସହ କ୍ରୀଡା ବିଭିନ୍ନ କ୍ରୀଡା ଭିତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଧାନ ମହାଲେଖାକାର ଅଡିଟ -1 କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର, ପୂର୍ବତଟ ରେଳବାଇ ଅଡିଟର ମହା ନିର୍ଦେଶକ…

Read More

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡିଶା ରାଜନୀତିରେ ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ସେହିପରି ଏକ ବଡ ଚର୍ଚ୍ଚା ପଦାକୁ ଆସିଛି। ତାହା ହେଲା ଯେ, ବିଜେପି ସାଂସଦ ଜୁଏଲ ଓରାମ ଏଥର ଲୋକସଭା ନିର୍ବାଚନ ଲଢିବେ ନାହିଁ। ତାଙ୍କୁ ବିଧାନସଭା ମଇଦାନକୁ ଛଡା ଯିବ ବୋଲି ଚର୍ଚ୍ଚା ଚାଲିଛି। ଏହାର କାରଣରେ କୁହାଯାଇଛି ଯେ, ବର୍ତ୍ତମାନ ଓଡିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କେହି ହୋଇପାରୁ ନାହାଁନ୍ତି। ଦୀର୍ଘ ସମୟ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ଓଡିଶାରେ ମୁଖ୍ୟମନ୍ତ୍ରୀ ଚେହେରା ବନିବା ପାଇଁ ପ୍ରଚେଷ୍ଠା କରିଥିଲା। ହେଲେ ସେ ଓଡିଶା ଲୋକଙ୍କର ପ୍ରିୟପାତ୍ର ହୋଇପାରିଲେ ନାହିଁ। ତେଣୁ ଏଥର ନିର୍ବାଚନରେ ଆଉ ଧର୍ମେନ୍ଦ୍ରଙ୍କ ନେତୃତ୍ବ ଉପରେ କେନ୍ଦ୍ର ବିଶ୍ବାସ କରୁ ନାହିଁ। ଏହି କାରଣରୁ ବର୍ତ୍ତମାନ ରାଜ୍ୟ ରାଜନୀତିରୁ ଦୂରେଇ ରହିଥିବା ସାଂସଦ ଜୁଏଲ ଓରାମଙ୍କୁ ଦଳ ଆଗକୁ ଆଣିବ ବୋଲି ଅନୁମାନ କରାଯାଉଛି।…

Read More

ଭୁବନେଶ୍ବର: ଆଜି ବରିଷ୍ଠ କଂଗ୍ରେସ ନେତା ଡ ବିଶ୍ବରଂଜନ ମହାନ୍ତିଙ୍କ ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି। ଏହି ପଦବୀରେ ବରିଷ୍ଠ ନେତା ଗଣେଶ୍ବର ବେହେରା କାର୍ଯ୍ୟ କରୁଥିଲେ। ବିଶ୍ବରଂଜନ ହେଉଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ତଥା ସାଧାରଣ ସଂପାଦକ। ବିଶ୍ବରଂଜନ ପୂର୍ବରୁ ଗୁଜୁରାଟର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ଦଳର ଜଣେ ବେଶ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ଏଥିସହିତ ସେ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ବ। ତାଙ୍କର ଯୋଗଦାନ ଫଳରେ କଂଗ୍ରେସ ଆଗାମୀ ଦିନରେ ମିଡିଆ କ୍ଷେତ୍ରରେ ବେଶ ଭଲ କରିବ ବୋଲି ଆଶା କରିଛି।

Read More

ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି…

Read More

ନବରଙ୍ଗପୁର: ଆଜି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଂଗପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ସେ ଏକ ବିଶାଳ ଜନସମାଜକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହି ସମୟରେ ସେ ରାଇଘର ଏକ କାର୍ଯ୍ୟକ୍ରମରେ ଏକ ବଡ ସୂଚନା ଦେଇଛନ୍ତି। ତାହା ହେଲା ଅଙ୍ଗନବାଡି ଏବଂ ଆଶା କର୍ମିଙ୍କର ଦରମା ବଢିବ। ଏପରିକି କମ୍ୟୁନିଣ୍ଟ ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ। ସେ ସୂଚନା ଦେଇ କହିଥିଲେ ଯେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏକ ଖୁସିଖବର ଦେବେ। ତାହା ହେଲା ଅଙ୍ଗନବାଡି ଏବଂ ଆଶାକର୍ମିଙ୍କ ଦରମା ବୃଦ୍ଧି। ଆପଣମାନେ କିଛିଦିନ ପରେ ଏହି ଖୁସି ଖବର ଶୁଣିବେ ବୋଲି ପାଣ୍ଡିଆନ କହିଥିଲେ। ଏହି ସୂଚନା ଦେବାପରେ ସେଠାରେ ଥିବା ଜନ ସମାଜ ବେଶ ତାଳିମାରି ଖୁସି ପ୍ରକଟ କରିଥିଲେ।

Read More

ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା। ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ। ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ। ମୋର ତିନି ଝିଅ। ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି। ମୁଁ କିଛି ସଞ୍ଚୟ କରିପାରିନଥିଲି। ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି। ମୋ ପାଖରେ ଆଉ କିଛି…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ। ଏହାପରେ…

Read More