ଭୁବନେଶ୍ବର: ଓଡିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ଭୁବନେଶ୍ବରରେ ନବନିଯୁକ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପୁଷ୍ପଗୁଚ୍ଛ ଦେଇ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ବାଗତ କରିବା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଗ୍ରାମ୍ୟ ଉନ୍ନୟନ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଧାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ରଣନୀତିକ ପଦକ୍ଷେପ ଉପରେ ମନ୍ତ୍ରୀଙ୍କୁ ସମ୍ୟକ ସୂଚନା ଦେଇଥିଲେ। ଏଥି ସହିତ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ଉଦ୍ଦେଶ୍ୟରେ ନୂତନ ନୀତିଗତ ପଦକ୍ଷେପ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ରେ ଅଂଶୀଦାରଙ୍କ ସହଭାଗିତାକୁ ବିଭାଗ ଗୁରୁତ୍ୱ ଦେଉଛି ବୋଲି କହିଥିଲେ। ନବ ନିଯୁକ୍ତ ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସହ ପଞ୍ଚାୟତିରାଜ, ପାନୀୟଜଳ ବିଭାଗର ଦାୟିତ୍ବରେ ମଧ୍ୟ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ…
ଭୁବନେଶ୍ବର: ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଆଜି 95 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଓଡିଶାର ରାଜ୍ୟପାଳ ଭାବେ ୨୦୦୭ ଅଗଷ୍ଟ ୨୧ ତାରିଖରୁ ୨୦୧୩ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ରାଜ୍ୟପାଳ ଥିବା ବେଳେ ସ୍ବର୍ଗତ ଭଣ୍ଡାରେଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ସ୍ବର୍ଗତ ଭଣ୍ଡାରେଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି।
ଭୁବନେଶ୍ବର: ଆଜି ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଶା ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଭୁବନେଶ୍ବର: ଆଜି ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଓଡିଶାର ରାଜ୍ୟପାଳ ଭାବେ ୨୦୦୭ ମସିହା ଅଗଷ୍ଟ ୨୧ ତାରିଖରେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ପରବର୍ତ୍ତି ରାଜ୍ୟପାଳ ଆସିବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ସେ ୨୦୧୩ ମାର୍ଚ୍ଚ ୯ ତାରିଖ ପର୍ୟ୍ୟନ୍ତ ଓଡିଶାର ରାଜ୍ୟପାଳ ଥିଲେ। ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ ହେଉଛନ୍ତି ସୁପ୍ରିମ କୋର୍ଟର ଜଣେ ପ୍ରତିଷ୍ଠିତ ଓକିଲ। ସେ କଂଗ୍ରେସର ଜଣେ ଟାଣୁଆ ନେତା ମଧ୍ୟ ଥିଲେ। ସେ ତିନିଥର ରାଜ୍ୟସଭାକୁ ନିର୍ବାଚନ ହୋଇଯାଇଥିଲେ। ସେ ୧୯୮୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ ଲିଖିତ ପୁସ୍ତକ The Arc of Memory ଉନମୋଚିତ ହୋଇଥିଲା।
ଭୁବନେଶ୍ୱର: କୁଏତ୍ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆ ମହମ୍ମଦ ଜହୁୂର ଓ ସନ୍ତୋଷ ଗୌଢ଼ଙ୍କ ମୃତ୍ୟୁ ଘଟିଛି । ଜହୁରଙ୍କ ଘର କଟକ ଜିଲା ତିଗିରଆ ଥାନା ଅନ୍ତର୍ଗତ କରଡାପଲ୍ଳୀ ଗ୍ରାମରେ ହୋଇଥିବା ବେଳେ ସନ୍ତୋଷଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତମ ବ୍ଲକର ରଣଝାଲି ଗାଁରେ। ଜହୁର ୨୦୧୭ରୁ କୁଏତ୍ରେ ଲାବୋରୋଟାରୀ ଟେକନିସିଆନ ଭାବେ କାମ କରୁଥିଲେ । ସନ୍ତୋଷ ୨ବର୍ଷ ପୂର୍ବେ କୁଏତ୍ ଯାଇଥିଲେ । ଗତ ବୁଧବାର ଭୋର ସମୟରେ କୁଏତ୍ରେ ସେମାନେ ରହୁଥିବା ୬ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜହୁର ଓ ସନ୍ତୋଷ ମଧ୍ୟ ରହିଛନ୍ତି। ଉଭୟଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି…
ନୂଆଦିଲ୍ଲୀ: ଶାସନ ହାତରୁ ଗଲେ କଣ ଅବସ୍ଥା ହୁଏ ତାହା ସମସ୍ତେ ଜାଣନ୍ତି। ସେହିପରି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ସରକାର ପରିବର୍ତ୍ତନ ପରେ। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବାସଭବନକୁ ଭାଙ୍ଗିଛି ନଗର ନିଗମ। ପୂର୍ବରୁ ଜଗମୋହନ ବେଆଇନି ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ହେଲେ ସେ ମୁଖ୍ୟମନ୍ତ୍ରୀ ଥିବାରୁ କେହି କିଛି କରିପାରିଲେ ନାହିଁ। ବର୍ତ୍ତମାନ ଗତ 12 ତାରିଖରେ ଆନ୍ଧ୍ର ପ୍ରଦେଶ ସରକାର ପରିବର୍ତ୍ତନ ହୋଇଯାଇଛି। ଜଗମୋହନଙ୍କ ସ୍ଥାନରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶାସନ ଭାର ନେବାର ଦିନ କେଇଟା ହୋଇ ନାହିଁ ଆରମ୍ଭ କରିଦେଲେ ଏହି ପଦକ୍ଷେପ। ଜଗନମୋହନଙ୍କ ହାଇଦ୍ରାବାଦ ଲୋଟସ ପଣ୍ଡ ନିକଟରେ ଏକ ନୂଆ ଘର କରିଛନ୍ତି। ସେଥିରେ ସେ ନଗର ନିଗମର ଏକ ଚଲା ରାସ୍ତା ଉପରେ ଏହି ଘର ନିର୍ମାଣ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ…
ଭୁବନେଶ୍ବର: ଆଜି ରାଜ୍ୟ ଅତିଥୀ ଭବନରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଲୋକାଭିମୁଖୀ କାମ କରିବା ପାଇଁ ସେ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ଥାନାର ଦ୍ବାରସ୍ଥ ହେଉଛନ୍ତି ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ପାଇଁ କହିଛନ୍ତି। ଏହି ବୈଠକରେ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ଏସପି ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମୋହନ ମାଝୀ ବିଭିନ୍ନ ଅଧିକାରୀଙ୍କ ସହିତ ଘନଘନ ବୈଠକ ଜାରୀ ରଖିଛନ୍ତି। ପୂର୍ବରୁ ମୁଖ୍ୟସଚିବ ଏବଂ ବରିଷ୍ଠ ଆଇଏଏସଙ୍କ ସହିତ ବୈଠକ କରିଛନ୍ତି।
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି। ଏଥିରେ ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୪ଟି ଭାଷାରେ ୨୪ ଜଣ ଲେଖକଙ୍କୁ ବାଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସେହିପରି ୨୩ଟି ଭାଷାରେ ୨୩ ଜଣ ଲେଖକଙ୍କୁ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷା ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପାଇଁ ମନୋନିତ କରାଯାଇଛି। ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ଏକ ତାମ୍ରଫଳକ ସହିତ ୫୦ ହଜାର ଟଙ୍କାର ଏକ ଚେକ୍ ମଳିବି। ସେହିପରି ୨୦୨୪…
ଭୁବନେଶ୍ବର: ପ୍ରାୟ ଦୁଇମାସ ନିରବତା ପରେ ଏବେ ଭୁବନେଶ୍ବର ସଂସଦୀୟ ଅଞ୍ଚଳରେ ପ୍ରବେଶ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଚଳିତ ନିର୍ବାଚନରେ ଶ୍ରୀମୟୀଙ୍କୁ ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଥିଲା। କାରଣ ତାଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ କରିବ ବୋଲି ବିଜେଡି ନିର୍ବାଚନର ବହୁ ପୂର୍ବରୁ ମଇଦାନକୁ ଛାଡିଥିଲା। ଶ୍ରୀମୟୀ ମଧ୍ୟ ଜାନ୍ ଲଗାଇ ଭୁବନେଶ୍ବରର ସଂସଦୀୟ କ୍ଷେତ୍ରର ସାତୋଟି ନିର୍ବାଚନ ମଣ୍ଡଳିର ଗଳିକନ୍ଦି ବୁଲିସାରିଥିଲେ। ହେଲେ ଭାଗ୍ୟର ବିଡମ୍ବନା ତାଙ୍କୁ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ କରାଯାଇ ମନ୍ମଥ ରାଉତରାୟଙ୍କୁ ଟିକେଟ ଦିଆଯାଇଥିଲା। ଏହାପରେ ପରେ ଶ୍ରୀମୟୀ ପୁରା ମଇଦାନରୁ ଉଭାନ ହୋଇଯାଇଥିଲେ। ଏତେ ବଡ ନିର୍ବାଚନ ଶେଷ ହେଲା ସିନା ଶ୍ରୀମୟୀ ପୁରା ରାଜନୀତିରୁ ଆଉଟ ହୋଇଗଲେ। ତେବେ ସବୁ କାମ ଶେଷ ହେବା ପରେ ଏହି ଶ୍ରୀମୟୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପୁଣି ବୁଲାବୁଲି ଆରମ୍ଭ କରିଛନ୍ତି। ସେ ପୁରୁଣା ଭୁବନେଶ୍ବର ଖୋର୍ଦ୍ଧାର ବିଭିନ୍ନ କାର୍ଯ୍ୟକ୍ରମରେ…
ଝାରସୁଗୁଡା: ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ଶେଷ ହୋଇ ନାହିଁ ବିବାଦ। ବର୍ତ୍ତମାନ ଇଭିଏମ ବିବାଦ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦୀପାଳି ଦାସ। ଦୀପାଳି ଝାରସୁଗୁଡା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇ ହାରିଯାଇଛନ୍ତି। ସେ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ମାତ୍ର ୧୩୩୩ ଭୋଟରେ ହାରିଯାଇଛନ୍ତି। ବର୍ତ୍ତମାନ ଇଭିଏମରେ ତ୍ରୁଟି ଦର୍ଶାଇ ଦୀପାଳି ପୁଣି ଥରେ ଗଣତି କରିବା ପାଇଁ ସେ ଆବେଦନ କରିଛନ୍ତି। ଦୀପାଳି କହିଛନ୍ତି ଯେ, ତାଙ୍କର ନିଜ ଗାଁ ସରବାହଲରେ ସେ ପଛରେ ଅଛନ୍ତି। ଏହି ବୁଥରେ ବିଜେପି ପ୍ରାର୍ଥୀ ୩୬୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଏହା କେବେ ସମ୍ଭବ ହେବ ନାହିଁ ବୋଲି ଦୀପାଳି କହିଛନ୍ତି। ଭୋଟ ପୁନଃଗଣତି ପାଇଁ ସେ ଧାର୍ୟ୍ୟ ଫି ଦାଖଲ କରି ସାରିଛନ୍ତି। ନିୟମ ଅନୁସାରେ ପାଞ୍ଚ ପ୍ରତିଶତ ଇଭିଏମ ଓ ଭିଭିପାଟ ଗଣତି କରାଯିବ। ସେଥିପାଇଁ ପ୍ରତି ସେଟ ପିଛି ୪୭ ହଜାର…
ଭୁବନେଶ୍ବର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ ପାଳନ କରିଥିଲେ ରଜ ମହୋତ୍ସବ। ଫୁଲ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଜଣେ ଖାଣ୍ଟି ଓଡିଆ ଘରର ପୁଅ ଭଳି ପୋଡ ପିଠା ଖାଇଥିଲେ, ରଜ ପାନ ଖାଇଥିଲେ। ପିଲାଙ୍କୁ ଦୋଳି ମଧ୍ୟ ଖେଳାଇଥିଲେ। ସେଠାରେ ରଜ ମହୋତ୍ସବ ପାଳିବା ପାଇଁ ଉପସ୍ଥିତ ଥିବା ଯୁବକ, ଯୁବତୀ ଓ ଜନତାଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ବର: ଆଜି ହେଉଛି ପହିଲି ରଜ। ଏହି ରଜରେ ରାଜା ସ୍ବାଇଁ ତଥା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି।ଆଜି ରାଜଭବନରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି। ରଣେନ୍ଦ୍ର ପ୍ରତାପ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ବିଧାନସଭା ସମ୍ଭାଳିବେ। ସେ ଆସନ୍ତା ୧୮ ଏବଂ ୧୯ ତାରିଖରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ସେହିପରି ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବାଚସ୍ପତି ନିର୍ବାଚନ ମଧ୍ୟ ସେ ପରିଚାଳନା କରିବେ। ଆଜି ରାଜଭବନରେ ଆୟୋଜିତ ଏହି ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ପ୍ରଦୀପ ଜେନା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ବାସତ ମିଶ୍ର, ସଂସଦୀୟ ସଚିବ ଜି ମାଥିଭାତନାନ୍, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।ମିଉଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ସେ ମାଲ୍ୟାର୍ପଣ କରି ବରପୁତ୍ର ମାନଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ସ୍ଵାଧୀନତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓ ଓଡ଼ିଆ ଅସ୍ମିତାର ସୁରକ୍ଷାରେ ଆମର ଏହି ବରପୁତ୍ର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି।ରାଜ୍ୟର ନୂଆ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ କରି ଚାଲିବେ ବୋଲି ସେ କହିଥିଲେ। ଏହି ଅବସରରେ ଉପ ମୂଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ଆଜି ହେଉଛି ରଜ। ଏହି ଉପଲକ୍ଷେ ଓଡିଶାର ଗାଁଗଣ୍ଡା ବେଶ ଉତ୍ସବ ମୁଖର। ଝିଅମାନେ ସୁନ୍ଦର ବେଶଭୂଷା ସହିତ ଦୋଳି ଖେଳି ଏହି ଉତ୍ସବ ପାଳନ କରିଥାନ୍ତି। ତିନିଦିନ ଧରି ଏହି ଉତ୍ସବ ପୁରପଲ୍ଲୀରେ ପାଳିତ ହେବ। ସେହି ଉପଲକ୍ଷେ ଓଡିଶାବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟି କରି ରାଷ୍ଟ୍ରପତି କହିଛନ୍ତି, “ଗଣପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା, ପାନ ଓ ଦୋଳି ଖେଳ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଏହି ପର୍ବକୁ ହର୍ଷୋଲ୍ଲାସ ସହିତ ପାଳନ କରନ୍ତି। କୃଷିଭିତ୍ତିକ ଏହି ରଜ ପର୍ବ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି।”
ଭୁବନେଶ୍ବର: ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ। ପ୍ରଥମେ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ପହିଲି ରଜରେ ସକାଳୁ ସକାଳୁ ଗାଁ ଗଣ୍ଡାରେ ଦୋଳି ବାନ୍ଧି ଝିଅମାନେ ଏହି ଉତ୍ସବ ଆରମ୍ଭ କରିଦେଇଛନ୍ତି। ଗୋଡରେ ଅଳତା ଲଗାଇ ଦୋଳିରେ ଝୁଲିବାରେ ଲାଗିଛନ୍ତି। ଏହି ଉତ୍ସବର ଏକ ମୁଖ୍ୟ ଖାଦ୍ୟ ହେଲା ପୋଡପିଠା। ଚାଉଳ ଚୂନାରେ ପ୍ରସ୍ତୁତ ଏହି ପିଠା ବେଶ୍ ସୁସ୍ବାଦ। ଗାଁ ର ଏହି ଉତ୍ସବକୁ ସହରରେ ପାଳନ ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ସହରର ବିଭିନ୍ନ ପ୍ରେକ୍ଷାଳୟରେ ରଜପିଠା ପ୍ରତିଯୋଗୀତା, ହୁଳହୁଳି ପ୍ରତିଯୋଗୀତା ସହିତ ପୁଚି ଖେଳର ମଧ୍ୟ ଆୟୋଜନ କରାଯାଇଛି। ତିନିଦିନ ଧରି ଏହି ଉତ୍ସବ…
ଭୁବନେଶ୍ବର: ଓଡିଶା ବିଧାନସଭାର ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେବେ କାମଚଳା ବାଚସ୍ପତି। ଏ ନେଇ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ନିଯୁକ୍ତ କରିଛନ୍ତି। ସେ ବାଚସ୍ପତି ନିର୍ବାଚନ ପର୍ୟ୍ୟନ୍ତ ଏହି କାର୍ୟ୍ୟ କରିବେ। ଆସନ୍ତା ୧୮ ଏବଂ ୧୯ ତାରିଖରେ ବିଧାୟକଙ୍କ ଶପଥ ପାଠ କରାଯିବ। ସେ ସମସ୍ତ ବିଧାୟକଙ୍କୁ ଶପଥ କରାଇବେ। ସବୁ ବିଧାୟକ ଶପଥ ଗ୍ରହଣ କରିବା ପରେ ଆସନ୍ତା ୨୦ ତାରିଖରେ ବଚସ୍ପତି ନିର୍ବାଚନ କରାଯିବ। ଏହି ପଦବୀ ପାଇଁ ବିଜେପି ସୁରମା ପାଢୀଙ୍କ ନାମ ଘୋଷଣା କରିଛି। ବର୍ତ୍ତମାନ ସଂଖ୍ୟା ଦୃଷ୍ଟିରୁ ସେ ବାଚସ୍ପତି ଭାବେ ନିର୍ବାଚିତ ହେବେ।
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି । ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତିନି ଦିନିଆ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟ୍ ଗୁଡିକରେ ରଜରଂ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳି ବ୍ୟବସ୍ଥା କରାଯାଇଛି ଏବଂ ଏହି ପର୍ବ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ଭ୍ରମଣ କରୁଥିବା…
ଭୁବନେଶ୍ବର: ସାଧାରଣତଃ ରଜ ଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତ। ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏକ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି। ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା…
ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରେ ନୂଆ ନୂଆ ପଦକ୍ଷେପ ନେବାରେ ଲାଗିଛନ୍ତି। ସେହିପରି ଏକ ବଡ ପଦକ୍ଷେପ ହେଲା ରାଜ୍ୟରୁ 5ଟି ବା ମୋ ସରକାର ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏହାର ଲୋଗୋ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଗାଯୋଗରେ ବ୍ୟବହାର କରାଯିବ ନାହିଁ। ନବୀନ ସରକାର ବେଳେ 5ଟି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଯାହା ଅଧିନରେ ରାଜ୍ୟର ସମସ୍ତ ବିଭାଗକୁ ସେହି ଅଧିନକୁ ଅଣାଯାଇଥିଲା। ଆଉ ତାହାର ମୁଖ୍ୟ ଥିଲେ ଭି କେ ପାଣ୍ଡିଆନ। ଏହି ବ୍ୟବସ୍ଥାକୁ ମୂଳରୁ ବିଜେପି ବିରୋଧ କରିଆସୁଥିଲା। ବର୍ତ୍ତମାନ ସେମାନେ ସରକାରକୁ ଆସିବା ପରେ ତାହାକୁ ହଟାଇ ଦେଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ଦୁଇ ଅଫିସରଙ୍କ କାର୍ଯ୍ୟକାଳକୁ ପୁଣି ବଢେଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ପି କେ ମିଶ୍ରଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର ଅବସର ପରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଜଡିତ ଥାଏ। ତେଣୁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପରେ ଆଜି ନିଯୁକ୍ତି କ୍ୟାବିନେଟ କମିଟ ତାଙ୍କର କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି। ସେହିପରି ଅନ୍ୟତମ ବରିଷ୍ଠ ଅଧିକାରୀ ଅଜିତ ଡୋଭାଲ ମଧ୍ୟ ଜାତୀୟ ସୁରକ୍ଷା ଉପଦେଷ୍ଠା ଭାବେ ମଧ୍ୟ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସେ ଆଇପିଏସରୁ ଅବସର ନେବା ପରେ ଜାତୀୟ ସୁରକ୍ଷା ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳକୁ ମଧ୍ୟ ଆଜି କ୍ୟାବିନେଟ ନିଯୁକ୍ତି କମିଟ ଅନୁମୋଦନ କରିଛନ୍ତି। ଉଭୟ…

