Author: Samikhsya Bureau

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ହଇଚଇ ସୃଷ୍ଟି କରିଛି। କାରଣ ହେଲା କାମ୍ବଲି ଏହି ଭିଡିଓରେ ଠିକ ଭାବେ ଚାଲିପାରୁ ନାହାଁନ୍ତି। ସେ ଚାଲିବା ପାଇଁ ବହୁ ଲୋକଙ୍କର ସାହାଯ୍ୟ ନେବାକୁ ପଡୁଛି। ଗୋଡ ଦୁଇଟି ସିଧା ହୋଇପାରୁ ନ ଥିବାର ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଲୋକ କମେଣ୍ଟ ଦେବାରେ ଲାଗିଛନ୍ତି। ଅନେକ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ସେ ସ୍ନାୟୁ ରୋଗରେ ପିଡିତ ଅଛନ୍ତି ବୋଲି ଅନେକ ମତ ଦେଇଛନ୍ତି। ଅନ୍ୟ କେତେକ ସେ ଅତ୍ୟଧିକ ମଦ ପିଇଥିବାରୁ ଚାଲିପାରୁ ନାହାଁନ୍ତି ବୋଲି ମତାମତ ଦେଇଛନ୍ତି। ତେବେ ପ୍ରକୃତରେ ତାଙ୍କର କଣ ହୋଇଛି ସେ ନେଇ କାମ୍ବିଲଙ୍କ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Read More

ପୁରୀ: ଆଦିତ୍ୟବାହିନୀ ଦ୍ଵାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାରାଜାଙ୍କ ନିଜସ୍ଵ ସଚିବ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ମହାରାଜଙ୍କ ଶୁଭ କରକମଳରେ ମଠ ପରି ସରସ୍ଥିତ ଭାଗବତ କକ୍ଷରେ ଉଦ୍‌ଘାଟିତ ହୋଇଛି। ମଠରେ ବହୁ ସାଧୁ ସନ୍ଥଙ୍କ ସହିତ ହୃଷିକେଶ ବ୍ରହ୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଦିତ୍ୟବାହିନୀ ପୁରୀ ନଗର ଶାଖାର ସଦସ୍ୟମାନେ ପରିଚାଳନା କରିଥିଲେ। ଭୁବନେଶ୍ୱରସ୍ଥିତ ବାଲାଜୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସହାୟତାରେ ଉକ୍ତ ଶିବିର ପରିଚାଳିତ ହୋଇଛି। ମୋଟ ୭୨ଜଣଙ୍କୁ ଚିକିତ୍ସିତ କରାଯାଇ ଓରାଲ କିଟ୍ ପ୍ରଦାନ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଡଃ ସଞ୍ଜୀବ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ପରି ଚାଳି ତ ହୋଇଥିଲା। ହସ୍ପିଟାଲର ଅନ୍ୟ ଡାକ୍ତର ବୃନ୍ଦ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଆଦିତ୍ୟ ବାହିନୀର ସଦସ୍ୟ ମାତୃପ୍ରସାଦ ମିଶ୍ର, ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ପୁର୍ଣଚନ୍ଦ୍ର ଖୁଣ୍ଟିଆ, ସଂଗ୍ରାମ କାନୁନଗୋ,…

Read More

ଭୁବନେଶ୍ବର: ଶେଷରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ସେ କଟକ ଓବିସିସି ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ତାଙ୍କର ଅୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ କୋଟିକୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ଏଥିରେ ରହିଛି ୪୫ ପ୍ଲଟ ଓ ଫ୍ଲାଟ। ତାଙ୍କର ସ୍ଥାୟୀ ଜମା ପରିମାଣ ୧ କୋଟି ୬୨ ଲକ୍ଷ ଟଙ୍କା ହେବ। ଭୁବନେଶ୍ବର ଏବଂ ଢେଙ୍କାନାଳରେ ରହିଛି ଦୁଇଟି ଦାମୀ ପ୍ଲଟ। ପ୍ରଦୀପଙ୍କର ଗୋଟିଏ ମେଡିସିନ ଦୋକାନ , ଗୋଟିଏ କ୍ରସର ୟୁନିଟ ରହିଛି। ଏହାସହିତ  ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି। ସେହିପରି ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ୟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ କରାଯାଇଛି…

Read More

ଭୁବନେଶ୍ବର: କେନ୍ଦ୍ରସରକାର ପୋଲାଭରମ ନିର୍ମାଣ ପାଇଁ ବ୍ୟବରାଦ କରିବା ପରେ ବର୍ତ୍ତମାନ ଓଡିଶାର ଚିନ୍ତା ବଢିଯାଇଛି। ଏହା ଦ୍ବାରା ଓଡିଶାର ବହୁ କ୍ଷତି ହେବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବ ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ପୂର୍ବରୁ ଓଡିଶା ଆନ୍ଧ୍ର ବିବାଦ ଚାଲିଥିବା ବେଳେ ବର୍ତ୍ତମାନ କେନ୍ଦ୍ରର ବଜେଟ ଏହାକୁ ଆହୁରି ବିବାଦୀୟ କରିଦେଇଛି। ଏହାକୁ ନେଇ ବିଜେଡି ବର୍ତ୍ତମାନ ରାସ୍ତାକୁ ଓହ୍ଲାଇବ ବୋଲି ଜଣାପଡିଛି। ତେବେ ଏହି ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶାର କଣ କ୍ଷତି ହେବ ତାହାର ଆକଳନ ପାଇଁ ବିଜେଡିର ଏକ ଟିମ ମାଲକାନଗିରିର ମୋଟୁ ଅଞ୍ଚଳ ପରିଦର୍ଶନ କରିବେ। ଏହି ଟିମ ଆସନ୍ତାକାଲି ବୁଧବାର ଦିନ ସେଠାକୁ ଯିବେ ବୋଲି ଜଣାପଡିଛି। ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ଟିମ ଗଠନ କରାଯାଇଛି। ଏଥିରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ବିଜେଡି ନେତା…

Read More

ନୂଆଁଖାଇ :ପାଖେଇଲା ନୂଆଖାଇ। ପଶ୍ଚିମ ଓଡିଶାର ଏହା ହେଉଛି ଏକ ବଡ ପର୍ବ। ଯେଉଁଥିରେ ସମସ୍ତେ ଏକାଠି ବସି ନୂଆ ଫସଲର ଭୋଗ ଖାଇଥାନ୍ତି। ତେବେ ପଶ୍ଚିମ ଓଡିଶାର ବଲାଙ୍ଗୀର ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ବା ସେପ୍ଟେମ୍ବର ୮ ତାରିଖ ରବିବାର ଲାଗିହେବ ନବାନ୍ନ। ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି। ବିଶୁଦ୍ଧ ତୁଳା ଲଗ୍ନେ ଶୁଭବେଳା ଦିନ ୯ ଘଣ୍ଟା ୩୫ ମିନିଟରୁ ୧୦ ଘଣ୍ଟା ୭ ମିନିଟ ମଧ୍ୟରେ ଲାଗି ହେବ ନବାନ୍ନ। ପାଟଣା ଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହୋଇଛି ଏହି ଲଗ୍ନ।

Read More

ଭୁବନେଶ୍ବର: ଆସନ୍ତାକାଲି ବୁଧବାର ଦିନ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଟ୍ରପଲାଇନ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି। ତାହା ଲଘୁଚାପକୁ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି। ଏହାଫଳରେ ରାଜ୍ୟରେ ପୁଣି ବର୍ଷା ଲାଗିରହିବ ବୋଲି କୁହାଯାଇଛି। ବର୍ତ୍ତମାନ ଟ୍ରପଲାଇନ ଯୋଗୁଁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ଼, ସମ୍ବଲପୁର,ଦେବଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ସତର୍କ କରାଯାଇଛି । ସେହିଭଳି ଆସନ୍ତାକାଲି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲା ସୁନ୍ଦରଗଡ,…

Read More

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ମୁଖ୍ୟତଃ ନବୀନ ସରକାରରେ ଗାଦିମାଡି ବସିଥିବା ବହୁ ଅଧିକାରୀଙ୍କୁ ମୋହନ ସରକାର ବଦଳ କରିଦେଇଛନ୍ତି। କେତେକ ଅଧିକାରୀଙ୍କୁ ସଚିବାଳୟରୁ ବାହାର କରି ଅନ୍ୟ ସ୍ଥାନକୁ ପଠାଇଦେଇଛନ୍ତି। ଯେଉଁମାନଙ୍କର ବଦଳ ହୋଇଛି ସେମାନେ ହେଲ.. ଲାଲା ମନୋଜ କୁମାର ରାୟ, ଡେପୁଟି ଡିଜି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ  ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ ମନୋଜ କୁମାର ସ୍ୱାଇଁ, ଯୁଗ୍ମ କମିଶନର, ବିଡିଏ  ପ୍ରତାପ ଚନ୍ଦ୍ର ହୋତା, ସ୍ୱତନ୍ତ୍ର ସଚିବ, ସଂସଦୀୟ ବ୍ୟାପାର  ପ୍ରଶାନ୍ତ କିଶୋର ମହାପାତ୍ର, ଅତିରିକ୍ତ ସଚିବ, ଉଚ୍ଚଶିକ୍ଷା ବିଭାଗ  ଏସକେ ଜମିରୁଦ୍ଦିନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ  ମାନସ ରଞ୍ଜନ ପାଢ଼ୀ, ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗ ସୁରଞ୍ଜନ ପ୍ରଧାନ, ଅତିରିକ୍ତ ସଚିବ, ରାଜସ୍ୱ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି । ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ । ଆମର ଗର୍ବ, ଆମ ତ୍ରିରଙ୍ଗା, ତୁମ ଘରେ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅ, ଏବଂ…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ଏକ ନୂଆ ପାୱାରଫୁଲ କମିଟ ଗଠନ କରିଛି। ଏହି କମିଟ ଦଳୀୟ ବ୍ୟାପାରରେ ସମସ୍ତ ନିଷ୍ପତି ଗ୍ରହଣ କରିବେ। ସେମାନଙ୍କ ନିଷ୍ପତି ଅନୁସାରେ ଦଳ ପରିଚାଳିତ ହେବ। ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟରେ ୧୫ଜଣ ସଦସ୍ୟ ରହିଥିବା ବେଳେ ଅଧ୍ୟକ୍ଷ ଭାବେ ଦେବୀପ୍ରସାଦ ମିଶ୍ରଙ୍କୁ ନିଆଯାଇଛି। ସେହିପରି ଏହି କମିଟରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମକେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ୍‌, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ଶାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ସଦସ୍ୟ ଅଛନ୍ତି।

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ମୋଟ ୯୮ (ଦଶମ – ୬୨, ଦ୍ୱାଦଶ – ୩୬ ) ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି  ଭବ୍ୟ ସମାରୋହକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ତେଜ୍ ପ୍ରତାପ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍.ଘାଟନ କରି ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଅଭିଭାଷଣରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଯୋଗଦାନ କରି ମାତାପିତାଙ୍କୁ ଈଶ୍ୱର ରୂପେ ଗ୍ରହଣ କରି ତାଙ୍କର ଆଶିଷ ଲାଭ କଲେ ବିଦ୍ୟାର୍ଥୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳଯର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ଓ ସଂଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ନୂଆଦିଲ୍ଲୀରେ ୩୩ତମ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଅବସରରେ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିଛନ୍ତି। ନିକଟରେ ବ୍ରୋଞ୍ଜ ପଦକ ବିଜେତା ଶ୍ରୀ ସରବଜୋତ ସିଂ, ପୂର୍ବତନ କ୍ରିକେଟର ଶ୍ରୀ ଆକାଶ ଚୋପ୍ରା ଏବଂ ଷ୍ଟିପଲଚେଜ୍ ଆଥଲେଟ୍ ଶ୍ରୀମତୀ ସୁଧା ସିଂହଙ୍କ ସମେତ ବିଭିନ୍ନ କ୍ରୀଡ଼ା ପ୍ରତିଭା ଏବଂ ସ୍କୁଲ ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାରୋହକୁ ସମ୍ବୋଧିତ କରି ଡ.ମନସୁଖ ମାଣ୍ଡଭିୟ କହିଛନ୍ତି, କ୍ରୀଡ଼ା କେବଳ ପ୍ରତିଯୋଗିତା ନୁହେଁ, ଏହା ଏକ ଜୀବନଶୈଳୀ। ଡାକ ଟିକଟ ଉନ୍ମୋଚନ କ୍ରୀଡ଼ା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ଆଥଲେଟମାନଙ୍କ ପାଇଁ ଜାତୀୟ ଗୌରବ ଏବଂ ପ୍ରୋତ୍ସାହନର ପ୍ରତୀକ ଭାବରେ କାର୍ଯ୍ୟ କରୁଛି । ଡ.ମାଣ୍ଡଭିୟ ଆହୁରି…

Read More

ଭୁବନେଶ୍ବର: ଅଗଷ୍ଟ ୯ ତାରିଖରେ ନାଭାଲ ଷ୍ଟାଫ ମୁଖ୍ୟ (ସିଏନଏସ) ଆଡମିରାଲ୍ ଦିନେଶ କେ. ତ୍ରିପାଠୀ ଅଗ୍ନିବୀର ମାନଙ୍କର ଚତୁର୍ଥ ବ୍ୟାଚ୍‌ର ଚୂଡ଼ାନ୍ତ ପ୍ୟାରେଡ୍ (ପିଓପି)ର ସମୀକ୍ଷା କରିବେ। ଆଇଏନଏସ ଚିଲିକାରେ ଏହି ସମାରୋହରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସମେତ ୧୩୯୦ ଜଣ ଅଗ୍ନିବୀର ଅଂଶଗ୍ରହଣ କରିବେ। ଏହି ଅବସରରେ ନୌସେନା ଅଗ୍ନିବୀରଙ୍କ ସହ ୩୩୦ ତଟରକ୍ଷୀ ନାବିକ ମଧ୍ୟ ଉତ୍ତୀର୍ଣ୍ଣ ହେବେ । ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ- ଇନ୍ -ଚିଫ୍ ଭାଇସ୍ ଆଡମିରାଲ ଭି. ଶ୍ରୀନିବାସ ପ୍ୟାରେଡ୍ ର ପରିଚାଳନା ଅଧିକାରୀ ହେବେ। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଅଗ୍ନିବୀରଙ୍କ ପରିବାର, ବିଶିଷ୍ଟ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନେ ଉପସ୍ଥିତ ରହିବେ। ପିଓପି କେବଳ ଅଗ୍ନିବୀର ମାନଙ୍କର ୧୬ ସପ୍ତାହର ପ୍ରାରମ୍ଭିକ ନୌସେନା ପ୍ରଶିକ୍ଷଣର ସଫଳ ସମାପ୍ତିକୁ ସୂଚିତ କରେ ନାହିଁ , ବରଂ ଯୁଦ୍ଧ ପ୍ରସ୍ତୁତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ…

Read More

ନୂଆଦିଲ୍ଲୀ: ୨୦୧୨ ମଇ ୧୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ପାଇଁ କୋଇଲା ଉପରେ ରୟାଲଟି ହାର କାରବାର ମୂଲ୍ୟର ୧୪% ଧାର୍ଯ୍ୟ କରାଯାଇଛି । ଏଥିରେ ପଶ୍ଚିମବଙ୍ଗ ରାଜ୍ୟକୁ ବାଦ୍ ଦିଆଯାଇଛି ଯେଉଁଠାରେ ରୟାଲ୍ଟି ହାର କୋଇଲାର ଗ୍ରେଡ୍ କୁ ଆଧାର କରି ପ୍ରତି ଟନ୍‌ ୭ରୁ ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି । ଓଡ଼ିଶାକୁ ୨୦୨୩-୨୪ ଆର୍ଥିକ ରେ କୋଇଲା କାରବାର ମୂଲ୍ୟର ୧୪ ପ୍ରତିଶତ ଦରରେ ୩୮୮୧.୭୯୬ କୋଟି ଟଙ୍କା (ଅସ୍ଥାୟୀ) ମିଳିଛି, ଯାହାକି ବିଗତ ଦଶନ୍ଧିରେ କୋଇଲା ଉତ୍ପାଦନର ଅନୁରୂପ ଅଟେ। ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(୩) ବ୍ୟବସ୍ଥା ରହିଛି ଯେ ସରକାରୀ ଗେଜେଟରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଦ୍ବିତୀୟ ଅନୁସୂଚୀରେ ସଂଶୋଧନ କରିପାରିବେ ଯାହା ଦ୍ୱାରା ବିଜ୍ଞପ୍ତିରେ ନିର୍ଦ୍ଦିଷ୍ଟ ତାରିଖରୁ କୌଣସି ଖଣିଜ ସମ୍ବନ୍ଧରେ ପ୍ରଦାନଯୋଗ୍ୟ ରୟାଲ୍ଟି ହାରକୁ…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍‌ସିଲ ଗଠନ କରାଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ଆମ ରାଜ୍ୟ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନନୀୟ ପରିଷଦର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତି। ଅନୁରୂପ ଭାବରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଏହି ପରିଷଦର ଆବାହକ ଥିବା ବେଳେ ହରିୟାଣାର ଅର୍ଥମନ୍ତ୍ରୀ ଶ୍ରୀ ଜୟ ପ୍ରକାଶ ଦଲାଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଶ୍ରୀ ଓ. ପି. ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଶ୍ରୀ ଅତିଶୀ ମାରଲେନା, ଆସାମ ଅର୍ଥ ମନ୍ତ୍ରୀ ଶ୍ରୀମତୀ ଅଜନ୍ତା ନିୟୋଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ଶ୍ରୀ ପି. କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଶ୍ରୀ…

Read More

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨ ସ୍ଥାନ ଉପରକୁ ଉଠି ୮୬ ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗତ ତିନିବର୍ଷ ମଧ୍ୟରେ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୬୯ ଟି ସ୍ଥାନ ଉପରକୁ ଉଠିଛି। ୨୦୨୧ ମସିହାରେ, ରିଲାଏନ୍ସ ଏହି ତାଲିକାରେ ୧୫୫ ତମ ସ୍ଥାନରେ ରହିଥିଲା। ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନରେ ରହିଛି। ଲଗାତାର ୨୧ ବର୍ଷ ଧରି ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ଥାନ ବଜାୟ ରଖିଛି। ଅନ୍ୟ କୌଣସି ଭାରତୀୟ କମ୍ପାନୀ ଏତେ ଦିନ ଧରି ଏହି ତାଲିକାରେ ରହିପାରି ନାହାଁନ୍ତି। ଫର୍ଚୁନ୍ ଅନୁଯାୟୀ, ରିଲାଏନ୍ସର ଆୟ ୧୦୮୮୭୭ ମିଲିୟନ ଡ଼ଲାର୍ ରେକର୍ଡ କରାଯାଇଥିଲା। କମ୍ପାନୀର ଲାଭ ୧.୩ ପ୍ରତିଶତ ବୃଦ୍ଧି ପାଇ ୮୪୧୨ ନିୟୁତ ଡଲାର ସ୍ତରରେ ପହଞ୍ଚିଛି ଏବଂ ପ୍ରାୟ ୩.୫ ଲକ୍ଷ କର୍ମଚାରୀ ରିଲାଏନ୍ସକୁ ସେମାନଙ୍କ…

Read More

ଭୁବନେଶ୍ବର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଯୋଡା ଆଜାଦ୍‌ ବସ୍ତିର କ୍ରିଷ୍ଣା ଭୁଷାଲ, ଷ୍ଟାଣ୍ଡାର୍ଡ ୧ ରେ ପଢୁଥିବା ତାଙ୍କ ପୁଅ ନିକିତ ଭୁଷାଲ ଓ ତାଙ୍କ ପୁଅର ସହପାଠୀ ଗଣେଶ ଶର୍ମାଙ୍କୁ ମଟର ସାଇକେଲରେ ସ୍କୁଲ ଛାଡିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ହିଟ୍‌ ଆଣ୍ଡ ରନ୍ କେସ୍ ସୋଲାସିୟମ ସ୍କିମରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା…

Read More

ଭୁବନେଶ୍ବର: ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱ ରେ ତାଳଚେର ଓ କଣିହାଁ ବ୍ଲକ ଏବଂ ତାଳଚେର ମୁନିସିପାଲିଟି ର ଅଧକ୍ଷ ଉପାଧ୍ୟାକ୍ଷ ଓ ସଭ୍ୟମାନେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଥିଲେ। ତାଳଚେର ଅଂଚଳ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେମାନେ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ତାଳଚେର ଅଂଚଳରେ ଦଳ ର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ଶ୍ରୀ ପଟନାୟକ ପରାମର୍ଶ ଦେଇଥିଲେ।

Read More

ନୂଆଦିଲ୍ଲୀ: ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବହୁ ବିଜେପି ସାଂସଦଗଣ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଏହି ସାକ୍ଷାତ ଅବସରରେ ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ, ବିଶେଷ କରି ମହିଳା, ଜନଜାତି ଓ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବା ନେଇ ଶ୍ରୀ ପ୍ରଧାନ ତାଙ୍କ ସଂକଳ୍ପକୁ ଦୋହରାଇଛନ୍ତି । ସାକ୍ଷାତ ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ ତମ ପ୍ରତିଷ୍ଠା ଦିବସ ଆଜି ପ୍ରତିଷ୍ଠାନ ପରିସରରେ ଥିବା ନୂତନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଏନ୍ ସିଇଆର୍ ଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକ୍ ଲାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସର୍ବଦା ସଂସ୍କୃତିର ପ୍ରସାର ଓ ପୃଷ୍ଠପୋଷକତା କରିଥାଏ ବୋଲି ମତଦେଇ, କେବଳ ସାର୍ଟିଫିକେଟ୍ କି ଡିଗ୍ରୀରେ ଶିକ୍ଷା ବ୍ୟବସ୍ଥାକୁ ସୀମିତ ନ ରଖି ଏହାକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ସର୍ବଭାରତୀୟ ସ୍ତରରେ ସ୍ଥାପିତ ଏନ୍ ସିଇଆର୍ ଟି ଓ ଏହାର ପାଞ୍ଚଟି ସକ୍ରିୟ ଶାଖା ଭୁବନେଶ୍ୱର, ଭୋପାଳ, ଆଜମେର, ମୈସୁର ଓ ଶିଲଂରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି କହିଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ରେ ପ୍ରତିଫଳିତ ଭାରତୀୟ ଶିକ୍ଷାବ୍ୟବସ୍ଥାର ନବକଳେବରକୁ ପ୍ରତ୍ୟେକ ଶିକ୍ଷାର୍ଥୀ ଅନୁଭବ କରିବା ସହ ଏହାର ପ୍ରତିପୃଷ୍ଠା…

Read More

ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଏହି ଅବସରରେ ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର…

Read More