Author: Samikhsya Bureau

ଭୁବନେଶ୍ବର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଉଥାନ୍ତି। ସାଧାରଣ ଲୋକଟିଏ ପକ୍ଷରେ ଜଣେ ଉଚ୍ଚ ପଦାଧିକାରୀଙ୍କୁ ଭେଟିବା କଷ୍ଟକର ହୋଇଥାଏ। କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ଯେତେବେଳେ ତାଙ୍କ ଦୁଃଖ ଶୁଣୁଛନ୍ତି, ସେତେବେଳେ ସେମାନେ ଖୁସିରେ ଆତ୍ମହରା ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦରପୂର୍ଣ୍ଣ କଥାରେ ସେମାନ ଆନନ୍ଦିତ ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇ ଅଧିକାରୀମାନେ ମଧ୍ୟ ତତ୍ପରାତର ସହ ଲୋକଙ୍କ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ପ୍ରେରଣ କରୁଥାନ୍ତି। ଏ ଥିଲା ଆଜିର ଅଭିଯୋଗ ପ୍ରକୋଷ୍ଠର ଦୃଶ୍ୟ- ଯେଉଁଠି ସାଧାରଣ ଲୋକ ଓ ସରକାରଙ୍କ…

Read More

ଭୁବନେଶ୍ବର: ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ରଥଙ୍କ ଘରେ ଆଜି ଭିଜିଲାନସ ଚଢାଉ କରିଛି। ତେବେ ଏହି ଚଢାଉରେ ଯାହା ମିଳିଛି ତାହା ଯେ କେହି ଜାଣିଲେ ତାଙ୍କର ମୁଣ୍ଡ ଖରାପ ହୋଇଯିବ। କାରଣ ଜଣେ ମୁଖ୍ୟ ଇଂଜିନିୟରଙ୍କ ଘରୁ ପୁଳା ପୁଳା ବାହାରିବ ତାହା କେହି ବିଶ୍ବାସ କରିପାରୁ ନାହିଁ। ଆଜି ସକାଳୁ ଶ୍ରୀଯୁକ୍ତ ରଥଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢାଉ ବେଳେ ତାଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ଏଥିରେ ୪୨ଟି ଫ୍ଲାଟ ସହ ୮୮ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ନେଇ ତଥ୍ୟ ପାଇଛି ଭିଜିଲାନ୍ସ। ଏହାସହ ୨ଟି କୋଠା, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ, ଗୋଟିଏ ଔଷଧ ଦୋକାନ, କ୍ରସର ୟୁନିଟ, ଚାରିଚକିଆ ଗାଡ଼ି, ଦୁଇଟି ଜେସିବି ଓ ଗୋଟିଏ ଏକ୍ସାଭେଟର ଜବତ କରିଛି ଭିଜିଲାନ୍ସ। ଏତିକିରେ ସରିନାହିଁ ଏହି ତାଲିକା,…

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ର ମିଳିତ ଆନୁକୂଲ୍ୟରେ ଷ୍ଟାରସ୍‌ ((STARS)) କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ଓଡ଼ିଆ ପ୍ରିନୁ୍ୟର ୨.୦ ପ୍ରତିଯୋଗିତା ସମସ୍ତ ୩୦ ଗୋଟି ଜିଲ୍ଲାରେ ଆୟୋଜନ କରାଯାଉଛି। ଏହା ଆଗାମୀ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ୧୦ଟି ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି। ଏହା ସହ ନୂତନ ବୈଷୟିକ ଜ୍ଞାନ ଆଧାରିତ ମତାମତ ମଧ୍ୟ ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ୨୬୭୧ ମତାମତ ମଧ୍ୟରୁ ୮୩୮ଟି ଉତ୍କୃଷ୍ଟ ବିଚାରଧାରାକୁ ଚୟନ କରାଯାଇଛି। ଚୟନ ହୋଇଥିବା ବିଚାରଧାରାକୁ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିବେ। ପ୍ରକଳ୍ପ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ପ୍ରତି ଜିଲ୍ଲାରୁ ସର୍ବଶ୍ରେଷ୍ଠ ୩ ଗୋଟି ବିଚାରଧାରାକୁ…

Read More

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଅରୁଣ ସିଂ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ବିଜେପିରେ ମିଶିବା ପରେ ମମତା କହିଛନ୍ତି ଯେ, ଲୋକମାନଙ୍କର ସେବା କରିବା ମୋର ଉଦ୍ଦେଶ୍ୟ। ହେଲେ ବିଜେଡି ମୋତେ ଅଣଦେଖା କରିବାରେ ଲାଗିଲା। ଫଳରେ ମୁଁ ରାଜ୍ୟସଭା ସାଂସଦ ଏବଂ ବିଜେଡିରୁ ଇସ୍ତଫା ପ୍ରଦାନ କଲି। ଗତକାଲି ମମତା ବିଜେଡି ସହିତ ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଥିଲେ।

Read More

ଭୁବନେଶ୍ବର: ଗତକାଲି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତ୍ରୀ ମମତା ମହନ୍ତ। ବର୍ତ୍ତମାନ ବିଜେଡି ସଙ୍କଟ ସମୟରେ ସେ ଏପରି ଇସ୍ତଫା ଦେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଓଡିଆ ଅସ୍ମିତା କହି ବିଜେଡିରେ ବିପର୍ଯ୍ୟୟ ସୃଷ୍ଟି କରି ବିଜେପି କ୍ଷମତା ଦଖଲ କରିଛି। ଏପରିକି ଓଡିଶାର ସମସ୍ତ ଲୋକସଭା ଆସନ ବିଜେଡିଠାରୁ ଛଡାଇ ନେଇଛି। ଏପରି ସମୟରେ ବିଜେଡିର ଜାତୀୟ ସ୍ତରରେ ଶକ୍ତି ଦେଖାଇବା ପାଇଁ ଏକ ମାତ୍ର ଅସ୍ତ୍ର ରହିଛି ରାଜ୍ୟସଭା ସାଂସଦ। ମୋଟ 10ଟି ଆସନ ମଧ୍ୟରୁ ବିଜେଡିର ନଅ ଟି ଥିବା ବେଳେ ବିଜେପି ହାତରେ ରହିଛି ଏକମାତ୍ର ଆସନ। ତାହା ପୁଣି ସେହି ବିଜେଡିର ଆର୍ଶିବାଦରେ ଅଶ୍ହନୀ ବୈଷ୍ଣବ ରାଜ୍ୟସଭାକୁ ଯାଇଛନ୍ତି। ତଥାପି ବିଜେଡି ହାତରେ ନଅ ଜଣ ସଦସ୍ୟ ରହିଥିବାରୁ ରାଜ୍ୟସଭାରେ ଦବଦବ ରହିଛି। ହେଲେ ମମତା ମହନ୍ତଙ୍କ ଇସ୍ତଫା ପରେ ତାହା ଆଠକୁ ଖସିଆସିଛି। ଏହି…

Read More

ଭୁବନେଶ୍ବର: ଆଜି ଗୃହରେ ବ୍ୟୟ ମଂଜୁରୀ ବିଲ ଉପସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ବିସ୍ତୁତ ବକ୍ତବ୍ୟ ରଖିଛନ୍ତି। ସେ ଯାହା କହିଛନ୍ତି ତାହା ହେଲା 1. ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ 25 ତାରିଖରେ ବର୍ଷ 2024-25ର ବଜେଟ୍ ଉପସ୍ଥାପନ କରିଥିଲି । 29 ଓ 30 ତାରିଖରେ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ସରିଛି । ବଜେଟ ପ୍ରକ୍ରିୟା ସମ୍ପୂର୍ଣ ହୋଇ ବର୍ଷ 2024-25 ର ପୂର୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ଏହି ଗୃହରେ ଅନୁମୋଦନ ପାଇଁ ସେପ୍ଟେମ୍ବର 10 ତାରିଖରେ ଉପସ୍ଥାପନ କରାଯିବ। 2. ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ଦ୍ଵାରା ଆଗତ ଓ ପାରିତ ହୋଇଥିବା ଲେଖାନୁଦାନ ଅଟକଳ 31 ଜୁଲାଇ, 2024 ପର୍ଯ୍ୟନ୍ତ ବୈଧ। ଏଣୁ ଚଳିତ ମାସ 25 ତାରିଖରେ ଉପସ୍ଥାପିତ 2024-25 ଆର୍ଥିକ ବର୍ଷର ପୁର୍ଣ୍ଣାଙ୍ଗ ବଜେଟରୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ…

Read More

ଭୁବନେଶ୍ବର: ଦୀର୍ଘ ରାଜ୍ୟପାଳ ସମୟ ଶେଷ କରି ଗତକାଲି ଛତିଶଗଡ ରାଜଭବନରୁ ବିଦାୟ ନେଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଜଭବନ ପରିବାର ତରଫରୁ ଏକ କର୍ଯ୍ୟକ୍ରମ କରାଯାଇ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମସ୍ତେ ବିଶ୍ବଭୂଷଣଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଶ୍ବଭୂଷଣଙ୍କୁ ସାକ୍ଷାତ କରି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେହିପରି ଛତିଶଗଡ ବିଧାନସଭା ବାଚସ୍ପତି ରମଣ ସିଂ ମଧ୍ୟ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଥିଲେ। ଛତିଶଗଡର ପ୍ରମୁଖ ନେତା ତଥା ଅଧିକାରୀମାନେ ତାଙ୍କୁ ସାକ୍ଷାତ କରି ବିଦାୟ ପ୍ରଦାନ କରିଛନ୍ତି। ଗତକାଲି ସକାଳେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସପତ୍ନିକ ରାୟପୁର ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ପୂଜାଅର୍ଚ୍ଚନା କରିଥିଲେ। ସେଠାରେ ସେ ଛତିଶଗଡର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କରିବା ସହିତ ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ସମୟରେ ସେଠାରେ ଉତ୍କଳ ସମାଜ ତରଫରୁ ତାଙ୍କୁ…

Read More

ରିପୋର୍ଟ- ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟର ଆନୁକୁଲ୍ୟରେ ତଥା ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଏକ ନିଆରା ଫ୍ୟାଶନ୍ ସୋ ଲାବଣ୍ୟବତୀ (ହସ୍ତତନ୍ତ୍ରର କବିତା) ଆୟୋଜିତ ହୋଇଯାଇଛି। “ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ” ଥିମ୍‌ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ତଥା ସମନ୍ୱୟ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପବଳ ସାମନ୍ତ। ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବକ୍ତା ତଥା ପୁରୀ ଗୋବର୍ଦ୍ଧନ ମଠର ଉପଦେଷ୍ଟା ପଣ୍ଡିତ୍ ମାତୃପ୍ରସାଦ ମିଶ୍ର, ରୁଚି ଫୁଡ଼୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁ। ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ସାହୁ ସ୍ୱାଗତ ସମ୍ଭାଷଣ ସହ ପ୍ରକାଶ କରିଥିଲେ ଭାରତୀୟ ହସ୍ତତନ୍ତ୍ର ଜଗତରେ ଓଡ଼ିଶୀ ଶାଢୀର…

Read More

ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଥମେ ଅଭିନନ୍ଦନ ଜଣାଇ ପରେ ବିଜେପି ସରକାର ଗେମ ଚେଞ୍ଜର କହୁଥିଲା, ହେଲେ ଏବେ ଜଣାପଡିଲା ଯେ, ନେମ୍ ଚେଞ୍ଜର। ତେବେ ବିଧାନସଭାରେ ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ହେଲା.. ଜୟ ଜଗନ୍ନାଥ, ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ। ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ। ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥ‍ିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି। ପରିବର୍ତ୍ତନ ଆଣିବାର ପ୍ରତିଶୃତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି। ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା Change…

Read More

ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶେଷରେ ତାଙ୍କ ପଦବୀରୁ ଅବ୍ୟାହିତ ଦିଆଯାଇଛି। ସେଠାରେ ନୂଆ ରାଜ୍ୟପାଳ ଭାବେ କେନ୍ଦ୍ର ସରକାର ରମନ ଡେକ୍କାଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ବିଶ୍ବଭୂଷଣଙ୍କ ସହିତ ଚାରି ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଅବସର ଦେଇଛନ୍ତି। ସେମାନେ ହେଲେ ମହାରାଷ୍ଟ୍ରର ରମେଶ ବୈସ୍, ରାଜସ୍ଥାନର କଲରାଜ ମିଶ୍ର, ଛତିଶଗଡର ବିଶ୍ୱଭୂଷଣ ହରିଚନ୍ଦନ ଏବଂ ମଣିପୁରର ଅନୁସୁୟା ଉଇକେ ଅନ୍ତର୍ଭୁକ୍ତ। ଯେଉଁମାନଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଗଲା ସେମାନେ ହେଲେ 1-ଓମ୍ ମାଥୁର- ସିକ୍କିମର ରାଜ୍ୟପାଳ 2- ସାନ୍ତୋଶ ଗାଙ୍ଗୱାର- ଝାଡଖଣ୍ଡର ରାଜ୍ୟପାଳ 3- କେ.କୈଳାସନାଥନ- ପୁଡୁଚେରୀର ଉପରାଜ୍ୟପାଳ 4- ରମଣ ଡେକ୍କା- ଛତିଶଗଡ ରାଜ୍ୟପାଳ 5-ସି ପି ରାଧାକୃଷ୍ଣନ- ମହାରାଷ୍ଟ୍ର ରାଜ୍ୟପାଳ 6- ଏଚ କେ ବାଗଡେ- ରାଜସ୍ଥାନ ରାଜ୍ୟପାଳ 7-ଜିଷ୍ଣୁ ଦେବ ବର୍ମା- ତେଲଙ୍ଗାନା ରାଜ୍ୟପାଳ 8- ସି ଏଚ…

Read More

ଭୁବନେଶ୍ୱର: ସମ୍ପ୍ରତି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱରସ୍ଥିତ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ଜନଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି। ଜନସାଧାରଣଙ୍କର ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତି ସୋମବାର ଦିନ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି। ସେଠାରେ ଯେଉଁମାନଙ୍କର କିଛି ଅଭିଯୋଗ ରହିଛି ତାହାର ତୁରନ୍ତ ସମାଧାନ କରାଯାଉଛି। ଗତ ସୋମବାର ଦିନ ମଧ୍ୟ ବିଧାନସଭା ପାଇଁ ବନ୍ଦ ରହିଥିଲା। ଏଥର ମଧ୍ୟ ତାହା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

Read More

ରିପୋର୍ଟ- ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଆର. ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନ ଆନୁକୂଲ୍ୟରେ ଆୟୋଜିତ ଓଡିଶା କୁଇନ -2024 ର ଗ୍ରାଣ୍ଡ ଫିନାଲେ ଉତ୍ସବ ଭୁବନେଶ୍ୱରରେ ଆୟୋଜିତ ହୋଇ ଯାଇଛି। ବିଶିଷ୍ଟ ଯୁବ ପ୍ରଯୋଜକ ରମେଶ ବାରିକଙ୍କ ଏହାଥିଲା ସ୍ୱପ୍ନର କାର୍ଯ୍ୟକ୍ରମ। ଓଡିଶା କୁଇନ କାର୍ଯ୍ୟକ୍ରମ ମାଧ୍ୟମରେ ଓଲିଉଡ଼ ପାଇଁ ନୂତନ ଅଭିନେତ୍ରୀ ସୃଷ୍ଟି କରିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ। ବିଶିଷ୍ଟ ଉଦ୍ୟୋଗୀ ମହମ୍ମଦ ଅଲିମଙ୍କ ତତ୍ୱାବଧାନ ରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ପ୍ରତିଯୋଗିନୀ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସାରା ଓଡିଶାରୁ ଆସିଥିଲେ। ସେଥିମଧ୍ୟରୁ ଓଡିଶାର ଖ୍ୟାତନାମା ବିଚାରକ ମାନଙ୍କ ଦ୍ୱାରା ସର୍ବଶ୍ରେଷ୍ଠ 21 ଜଣ ପ୍ରତିଯୋଗିନୀ ଗ୍ରାଣ୍ଡ ଫିନାଲେ ଉତ୍ସବରେ ଭାଗ ନେଇଥିଲେ। ମୁମ୍ବାଇର ପ୍ରସିଦ୍ଧ ଫେସନ କୋରିଓଗ୍ରାଫର କେୟୁର ଦେଶାଇ ଏହି 21 ଜଣ ପ୍ରତିଯୋଗିନୀଙ୍କୁ ଗ୍ରାଣ୍ଡ ଫିନାଲେ ପାଇଁ ପ୍ରସ୍ତୁତ କରାଇଥିଲେ। ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ସୁଦର୍ଶନଙ୍କୁ ରାଷ୍ଟ୍ରପତି ଏହି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସୁଦର୍ଶନ ଗତ 12 ତାରିଖରେ ରୁଷିଆ ପିଟରସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପୟିନସିପ୍ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କୁ ସେଠାରେ ଗୋଲ୍ଡ ସ୍ୟାଣ୍ଡ ମାଷ୍ଟର ଟାଇଟଲ ପ୍ରଦାନ କରାଯାଇଛି। ପିଟରସବର୍ଗରେ ସୁଦର୍ଶନ 12 ଫୁଟର ରଥରେ ଜଗନ୍ନାଥ ବାଲୁକା କଳା ନିର୍ମାଣ କରିଥିଲେ। ଏହି ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ବାଲୁକାଶିଳ୍ପୀ ଯୋଗଦେଇଥିଲେ। ସୁଦର୍ଶନଙ୍କ ବାଲୁକା କଳା ଶ୍ରେଷ୍ଠ ପଦକ ହାସଲ କରିଥିଲା। ସେଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଭିନନ୍ଦନ ଜଣାଇ ଦୁଇ ଲକ୍ଷ ଟଙ୍କା ପୁରସ୍କୃତ କରିଥିଲେ। ସୁଦର୍ଶନ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗୀତାରେ ଯୋଗ ଦେଇ ବହୁ ପୁରସ୍କାର ହାସଲ କରିଛନ୍ତି।

Read More

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ତଥା ମଡେଲ ମୁଗ୍ଧା ଭେଇରା ଗଡସେ, ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ମିଶି ‘ସାରି ମୁଡ୍’ ବ୍ରାଣ୍ଡକୁ ବ୍ରାଇଡାଲ ମଲରେ ଶୁଭାରମ୍ଭ କରିଛନ୍ତି। ଏହି ଭବ୍ୟ ସମାରୋହରେ ବିଧାୟକ (କୋରେଇ) ତଥା ଅଭିନେତା ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଗ୍ଧା ଗଡ଼ସେଙ୍କ ଉପସ୍ଥିତିରେ ଏହି ବ୍ରାଣ୍ଡର ଶୁଭାରମ୍ଭ କରିଥିଲେ। ‘ସାରି ମୁଡ: ପ୍ରତ୍ୟେକ ଭାବନା ପାଇଁ ଶାଢ଼ୀ’ ହେଉଛି ମୁଗ୍ଧା ଗଜସେଙ୍କ ଏକ ଉଦ୍ୟୋଗୀ ଅଭିଯାନ ଯାହା ଆମର ସମୃଦ୍ଧ ପରମ୍ପରା, ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ। ବୁଣା ଏବଂ ଡିଜାଇନ୍ ସହିତ ଉଚ୍ଚମାନର ପାରମ୍ପରିକ ଶାଢ଼ି ଉତ୍ପାଦନ କରିବା ପାଇଁ ସମଗ୍ର ଭାରତର ବୁଣାକାରମାନଙ୍କୁ ସଶକ୍ତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଶାଢ଼ି କପଡା ଠାରୁ ଅଧିକ ସୌନ୍ଦର୍ଯ୍ୟମୟୀ ପରିଧାନ। ଏହା ଏକ ଭାବନାକୁ ବ୍ୟକ୍ତ କରେ ଓ ପ୍ରତିନିଧିତ୍ଵ କରେ, ଯାହା ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇ ଆସିଚି…

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-2025 ବର୍ଷ ପାଇଁ ଓଡିଶା ବଜେଟ  ଉପସ୍ଥାପାନା କରିଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟନସଭା ପରିସରରେ ଥିବା ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇ ବଜେଟ ଗେଜେଟ ପ୍ରଦାନ କରିଛନ୍ତି। ବିଧାନସଭାର ନିୟମ ଅନୁସାରେ ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀମାନେ ବାଚସ୍ପତିଙ୍କୁ ଭେଟି ଏହି ବଜେଟ ପ୍ରଦାନ କରିଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ, ଜଳସେଚନ, ଗ୍ରାମ୍ଯ ଉନ୍ନୟନ, ସହରାଞ୍ଚଳ ବିକାଶ, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଅନୂସୁଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ତଥା ସମସ୍ତ ବର୍ଗର ବିକାଶ ନିମନ୍ତେ ଗୁରୁତ୍ଵାରୋପ କରାଯାଇଛି। ଏଥିରେ ମହିଳା ସଶକ୍ତିକରଣ ନିମନ୍ତେ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁଭଦ୍ରା…

Read More

Odisha Budget 2024: ରାଜ୍ୟରେ ବିଏସକେୱାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ରହିବ। ଏହା ବନ୍ଦ ହେବ ନାହିଁ। ହେଲେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ତାହା ସ୍ପଷ୍ଟ ହୋଇଛି। ଏହାର ନାମ ପରିବର୍ତ୍ତନ କରାଯାଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ ମଧ୍ୟ କରିଛନ୍ତି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବଜେଟ ଭାଷଣ ଦେଉଥିବା ବେଳେ ସେ କହିଛନ୍ତି ଯେ, ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନା ଅଧିନରେ ଗରିବ ଶ୍ରେଣୀର ଲୋକେ ପୁରଷମାନେ ପାଞ୍ଚ ଏବଂ ମହିଳାମାନେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଫଳରେ ବିଏସକେୱାଇ ସ୍ଥାନରେ ବର୍ତ୍ତମାନ ଜିଜଏୱାଇ ଲାଗୁ ହେବ।

Read More

ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବେଜଟ 2024 ଉପସ୍ଥାପିତ କରିଛନ୍ତି। ତେବେ ଏଥିରେ ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ଦଳର ଥିବା ଆକର୍ଷଣୀୟ ଯୋଜନା ସୁଭଦ୍ର ଯୋଜନା ଲାଗୁ କରିବା ପାଇଁ ଏଥର ବଜେଟରେ ପ୍ରାବନ୍ଧନ କରାଯାଇଛି। ଆଜି ବଜେଟ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି କହିଥିଲେ। ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ। ଏହି ବଜେଟର ସ୍ପଷ୍ଟ ହୋଇଛି ଖୁବ ଶିଘ୍ର ରାଜ୍ୟରେ ଏହା ଲାଗୁ କରାଯିବ।

Read More

Rocky the Slave: ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ସର୍ବଶେଷ ହିନ୍ଦୀ ଚଳଚ୍ଚିତ୍ର ‘ରକ୍କି ଦ ସ୍ଲାଭ୍’ ଆସନ୍ତାକାଲି ଜୁଲାଇ 26 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଖ୍ୟାତ ଆକ୍ସନ୍ ମାଷ୍ଟର ଜେମ୍ସ ଜନ୍ ବାର୍ଲାଙ୍କ ନିର୍ଦ୍ଦେଶିତ ତଥା ଶୋଭା ବାର୍ଲାଙ୍କ ଦ୍ବାରା ନିର୍ମିତ ଏହି ଆକ୍ସନ୍ ଥ୍ରୀଲର ମୁକ୍ତିଲାଭ ପୂର୍ବରୁ ବେଶ ଚର୍ଚ୍ଚାକୁ ଆସିଛି। ଲେସଲି ଏହି ଚଳଚିତ୍ରରେ ରୀତା ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଲେସଲି ଯେପରି ଭାବପ୍ରବଣ ଗଭୀରତା ଏବଂ ଶକ୍ତିଶାଳୀ ଅଭିନୟ କରିଛନ୍ତି ସେଥିରେ ସେ ଅନେକ ପୁରସ୍କାର ଅର୍ଜନ କରିବ ବୋଲି ଆଶା କରାଯାଇଛି। ଏଥିରେ ଜାର୍କି ସରାଫ, ଗାଭିନ ପାକର୍ଡ, ସୁଦେଶ ବେରି, ଶକ୍ତିକାପୁର, ପ୍ରତୋଷ ତ୍ରିପାଠୀ ଏବଂ ପ୍ରୀତି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ସବୁବେଳେ ଭିନ୍ନ ଧରଣର କାମ ପାଇଁ ପରିଚିତ ଜେମ୍ସ ବାର୍ଲାଙ୍କ ଏହି ଚଳଚିତ୍ରରେ ରୋମାଞ୍ଚକର ଦୃଶ୍ୟ ଭରି ରହିଛି। ଏଥିରେ ଲେସଲି ଆକ୍ସନ୍ ରୋଲ୍ କୁ…

Read More

ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌-ଏଫ୍‌ବିୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ହେଉଛି କୃଷକମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ। ଖରିଫ, ୨୦୨୩ରେ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଥିଲା। ଗତବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାର ୨ ହେକଫର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କ ଭାଗ ବହନ କରିବେ ଏବଂ ଆବେଦନର ବୈଧତା ପାଇଁ ସେମାନଙ୍କୁ ମାତ୍ର ୧/- ଟଙ୍କା ଦେବାକୁ ପଡିବ। ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଉନ୍ନତ ବିପଦ ପ୍ରଶମନ ପାଇଁ ଏହି ଯୋଜନାରେ କୃଷକଙ୍କ ପଞ୍ଜୀକରଣ ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଖରିଫ ଋତୁରେ ଅତି କମରେ ୨୦ ପ୍ରତିଶତରୁ ଅଧିକ ଅଞ୍ଚଳ ଏବଂ କୃଷକମାନଙ୍କୁ ଏହି…

Read More

ଭୁବନେଶ୍ବର: ଆଜି ଉପସ୍ଥାପିତ ହେବ ନୂଆ ସରକାରଙ୍କ ନୂଆ ବଜେଟ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଏହି ବଜେଟ ଉପସ୍ଥାପନା କରିବେ। ପ୍ରଥମ ଥର ପାଇଁ ବିଜେପି ସରକାର ବଜେଟ ଉପସ୍ଥାପନା କରିବେ। ଅନ୍ୟପକ୍ଷରେ ନିଜେ ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଦାୟିତ୍ବରେ ଥିବାରୁ ସେ ହିଁ ବଜେଟ ଉପସ୍ଥାପନା କରିବେ। ଏଥର ବଜେଟ କଳେବର ବେଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଏହାର ପରିମାଣ ପ୍ରାୟ ତିନି ଲକ୍ଷ କୋଟି ଛୁଇଁବାର ସମ୍ଭାବନା ରହିଛି। ତେବେ ବିଜେପି ସରକାର କାଳିଆ ଏବଂ ବିଏସକେୱାଇ ଯୋଜନା ପାଇଁ ବ୍ୟୟ ବରାଦ କରୁଛନ୍ତି କି ନାହିଁ  ତା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଚଳିତ ବଜେଟ ଉପସ୍ଥାପନା କରିବେ।

Read More

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୁଧବାର ଦିନ ଶିକ୍ଷା ସପ୍ତାହର ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୁପେ ପାଳନ କରାଯାଇଛି। କ୍ରୀଡ଼ାକୁ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ବରଂ ମୁଖ୍ୟ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ଗୁରୁତ୍ୱକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ତେବେ ଭାରତର କୋଣ ଅନୁକୋଣରେ ଥିବା ପାରମ୍ପାରିକ ଖେଳକୁ ଶିକ୍ଷାନୀତି-୨୦୨୦ରେ ସାମିଲ କରାଯାଇଛି । ଶିକ୍ଷା ସପ୍ତାହର ଏହି ଦିବସଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା, ଦଳଗତ କାର୍ଯ୍ୟ ମନୋଭାବ ବୃଦ୍ଧି, ଶୃଙ୍ଖଳିତ ଆଚରଣ ବୃଦ୍ଧି, ଖେଳୁଆଡ଼ ମନୋଭାବ ଓ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ବେଶ୍‌ ସହାୟକ…

Read More