ଭୁବନେଶ୍ବର: ଗତକାଲି ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ଆଜି କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କେକ କାଟି ପିଲା ମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇ ଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇ ଥିଲେ। ପ୍ରତ୍ୟେକ ଖେଳାଳୀ ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ…
Author: Samikhsya Bureau
ଭୁବନେଶ୍ବର: ଆଜି ବିଶ୍ବ ଆଦିବାସୀ ଦିବସ ତଥା କ୍ରାନ୍ତୀ ଦିବସକୁ ପାଳନ କରିଛି ବିଜୁ ଜନତା ଦଳ। ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗଦେଇ ଯାହା କହିଲେ ତାହା ହେଲା… ସମସ୍ତଙ୍କୁ ନମସ୍କାର, ଆଜି, ଆମେ ବିଶ୍ୱ ଜନଜାତି ଦିବସ ପାଳନ କରୁଛୁ। ଆଜି ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ହେଉଛି। ଏହି ଅବସରରେ, ସହିଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି । ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ଆମ ଓଡ଼ିଶାରେ ୬୪ ପ୍ରକାରର ଜନଜାତି ଏବଂ ୧୩ ଆଦିମ ଜନଜାତି, ଭାଇଭଉଣୀ ବାସ କରନ୍ତି। ଜନଜାତି ଭାଇଭଉଣୀ ମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ମୁଁ ବହୁତ ଖୁସି ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି…
ଭୁବନେଶ୍ବର: ରାଜ୍ୟରେ ଦୀର୍ଘଦିନ ଧରି ଲାଗି ରହିଛି ବର୍ଷା। ଏହା ଦ୍ବାରା ଧାନ ଚାଷର ବିପୁଳ କ୍ଷତି ହୋଇଛି ବୋଲି ଅନୁମାନ କରାଯାଇଛି। ଜମିରେ ଆଣ୍ଠୁଏ ପାଣି ଯାଉଥିବାରୁ ଧାନତଳି ଆଉ ଉପରକୁ ଉଠିପାରୁ ନାହିଁ। ଫଳରେ ଚାଷୀ ବର୍ତ୍ତମାନ ବଡ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି। ଏପରି ପରିସ୍ଥିତିକୁ ଅନୁଧ୍ୟାନ କରି କଣ କ୍ଷତି ହୋଇଛି ତାହାର ରିପୋର୍ଟ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଓଡିଶାର ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ଚାଷଜମି, ଘରବାରି ଏବଂ ଅନ୍ୟାନ୍ୟ ଚାଷ ଉପରେ କଣ ପ୍ରଭାବ ପଡିଛି ତାହାର ଆକଳନ କରିବା ପାଇଁ କୁହାଯାଇଛି। ଯଥାଶିଘ୍ର ଏହି ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଭୁବନେଶ୍ବର: ଓଡିଶାର ଖାଲିପଡିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇସାରିଛି। ସେହି ଅନୁସାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖ ଉପନିର୍ବାଚନ ହେବ। ଏଥିପାଇଁ ଅଗଷ୍ଟ ୧୪ରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ବିଜେଡି ନେତ୍ରୀ ମମତା ମହାନ୍ତ ହଠାତ ରାଜ୍ୟସଭା ସାଂସଦ ପଦରୁ ଏବଂ ଦଳରୁ ଇସ୍ତଫା ପ୍ରଦାନ କରି ବିଜେପିରେ ସାମିଲ ହୋଇଛନ୍ତି। ସେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡିଛି। ତେବେ ବର୍ତ୍ତମାନ ଏହାର ଉପନିର୍ବାଚନ ହେଲେ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ଦିଲ୍ଲୀ ସୁତ୍ର ଅନୁସାରେ ପୁଣି ଥରେ ମମତା ମହାନ୍ତ ବିଜେପି ପ୍ରାର୍ଥୀ ହେବେ। ସେଥିପାଇଁ କୁଆଡେ ତାଙ୍କୁ ପ୍ରତିଶୃତି…
ଭୁବନେଶ୍ବର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୁଟୁମ୍ବ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ପେନ୍ସନ୍ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ଶହୀଦ ସ୍ତମ୍ବରେ ପୁଷ୍ପ ପ୍ରଦାନ କରି ଶହୀଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରର ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଭାରତର…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିକଟରେ ସେ ରୁଷର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପରେ ସୁଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସେହି ବାଲୁକା କଳା ଭେଟି ଦେଇଛନ୍ତି। ସାକ୍ଷାତ ପରେ ସୁଦର୍ଶନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ମୁଁ ବିଶେଷ ଖୁସି ଅଛି। ତାଙ୍କର ପ୍ରେରଣା ମୋତେ ସବୁବେଳେ ଉତ୍ସାହିତ କରିଛି। ତାଙ୍କୁୱ ସାକ୍ଷାତ କରି ଋଷୁରେ ଜିତିଥିବା ପଦକ ସଂପର୍କରେ କହିଲି। ସେଠାରେ ଜଗନ୍ନାଥ ଏବଂ ତାଙ୍କର ଭକ୍ତ ବଳରାମ ଦାସଙ୍କ ବାଲୁକା କଳା କରି ଏହି ପଦକ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଛନ୍ତି ସୁଦର୍ଶନ।
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କ୍ରାନ୍ତି ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରଭୁକଳ୍ୟାଣ ମହାପାତ୍ର । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ। ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର । ଏହି ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଏକ ଅଭିଲେଖ ପ୍ରଦର୍ଶନୀ ସହ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଆଲୋଚନା ଚକ୍ରର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଭୁକଲ୍ୟାଣ ମହାପାତ୍ର କହିଥିଲେ ଭାରତର ସ୍ୱାଧୀନତା…
ଭୁବନେଶ୍ୱର: ଓଡ଼ିଶାରେ ଖୋଲିଛି ଭାରତର ପ୍ରଥମ ୨୪ ଘଣ୍ଟିଆ ଅନ୍ନପୂର୍ତ୍ତି ‘ଶସ୍ୟ ଏଟିଏମ୍’।ଏହାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ଏହି ‘ଶସ୍ୟ ଏଟିଏମ୍’କୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହଯୋଗରେ ଆୟୋଜିତ ହୋଇଛି । ଏହି ଏଟିଏମ୍ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନେ ଯେକୌଣସି ସମୟରେ ସେମାନଙ୍କର ଶସ୍ୟ ପାଇପାରିବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଜାତୀୟ ଖାଦ୍ୟ ନିରାପତ୍ତା ଅଧିନସ୍ଥ ହିତାଧିକାରୀମାନେ ଯେକୌଣସି ସମୟରେ ସେମାନଙ୍କର ଶସ୍ୟ ପାଇପାରିବେ ଏବଂ ଏହି ଏଟିଏମ୍ ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୀର୍ଘ ୬ ଦଶନ୍ଧି ଧରି ଉତ୍ତମ ସହଭାଗିତା ଜାରି ରହିଛି ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରରେ ଗରିବ…
ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ “ହର ଘର ତ୍ରିରଙ୍ଗା” ଅଭିଯାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ। ଆଗାମୀ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୭ ବର୍ଷ ପାଳନ ଅବସରରେ ଏହି ଅଭିଯାନ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ। ପ୍ରତ୍ୟେକ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ଭାରତର ସ୍ୱାଧୀନତା ଉତ୍ସବ ପାଳିବାକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏ ସଂପର୍କରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରିତ ପତ୍ର ଆଧାରରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ “ହର ଘର ତିରଙ୍ଗା” ଅଭିଯାନ ଅନୁଷ୍ଠିତ ହେବ। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମିଶନ…
ଭୁବନେଶ୍ବର: ଆଜି ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଗୌରବ ଆଣିଛନ୍ତି। ସ୍ପେନକୁ ଭାରତ ୨-୧ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଖବର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଫୋନରେ ନବୀନ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ। ଆପଣମାନେ ଭାରତ ପାଇଁ ବିଶେଷ କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି। ଏହାର ଉତ୍ତରରେ ଓଡିଆ ହକି ଖେଳାଳୀ ଅମିତ ରୋହଦାସ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ଆପଣ ହକିକୁ ପ୍ରାୟୋଜିତ କରିଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ।
ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକସ୍ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଛନ୍ତି। ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେମାନଙ୍କୁ ଶୀଘ୍ର ଓଡିଶା ଆସିବାକୁ ସେ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ…
ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣା ଓ ତଦଜନିତ ମୃତୁ୍ୟସଂଖ୍ୟା ହ୍ରାସକୁ ପ୍ରାଧାନ୍ୟ ଦେଇଛି ବାଣିଜ୍ୟ ଓ ପରିବହନ ବିଭାଗ। ବିଶେଷକରି ଗ୍ରାମାଞ୍ଚଳ ଓ ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏ ସଂକ୍ରାନ୍ତରେ ଆଗକୁ ପଦକ୍ଷେପ ନେବା ଲକ୍ଷ୍ୟରେ ଆଇଆଇଟି ମାଡ୍ରାସର ପ୍ରତିନିଧିଙ୍କ ସହ ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ପରିବହନ କମିସନର ଅମିତାଭ ଠାକୁର ଆଲୋଚନା କରିଛନ୍ତି। ଆଇଆଇଟି ମାଡ୍ରାସ ପକ୍ଷରୁ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍ ସେଫଟିର ମୁଖ୍ୟ ଡ. ଭେଙ୍କଟେଶ ବାଲାସୁବ୍ରମଣ୍ୟମ ବିସ୍ତୃତ ଭାବେ ତାଙ୍କର ମତାମତ ଉପସ୍ଥାପିତ କରିଥିଲେ। ଆଧୁନିକ ଜ୍ଞାନକୌଶଳ ଓ ସୁବ୍ୟବସ୍ଥିତ ଢଙ୍ଗରେ ସଡ଼କ ସୁରକ୍ଷା କାର୍ଯ୍ୟକୁ କିଭଳି ପରିଚାଳନା କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁର୍ଘଟଣା କାହିଁକି ଘଟୁଛି, କିପରି ଏହାକୁ କମ କରାଯାଇପାରିବ, ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ସଡ଼କ ବ୍ୟବହାରକାରୀଙ୍କୁ…
ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସହ ସାକ୍ଷାତ କଲେ ଜାପାନୀ ପ୍ରତିନିଧି ଦଳ । ଓଡ଼ିଶାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ୍ ଶିକ୍ଷାନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଗଠନ ନେଇ ଆଲୋଚନା କରିଛନ୍ତି ଜାପାନର ସୁକୁବା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରୁୟିଚି ଆଓକି (Ryuichi Aoki) । ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷା ଓ ତାଲିମ୍ ପ୍ରଦାନ କରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ବୋଲି ରୁୟିଚି ଆଓକି ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛି । ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ପ୍ରାୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଶିକ୍ଷା, ମେଡ଼ିକାଲ ଭଳି ଅନେକ କ୍ଷେତ୍ରରେ ଚାକିରି କରୁଛନ୍ତି ।…
ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ସେଚ ସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୀରାକୁଦ ଏବଂ ରେଙ୍ଗାଲୀ ଜଳ ଭଣ୍ଡାର ସମେତ ରାଜ୍ୟର ଅନ୍ୟ ବିଭିନ୍ନ ନଦୀ ଅବବାହିକାରେ ଥିବା ବୃହତ୍, ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ଓ ନଦୀରେ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଭିନ୍ନ ଜିଲ୍ଲାରେ ଲାଗି ରହିଥିବା ମୌସୁମୀ ଓ ଲଘୁଚାପ ଜନିତ ଲଗାଣ ବର୍ଷା, ଆଗକୁ ଲଘୁଚାପ ଫଳରେ ଅଧିକ ବର୍ଷା ସମ୍ଭାବନା ସଂପର୍କରେ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳ ପ୍ରବାହ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିବା ସହ ସତର୍କତାର ସହ ଜଳ ପରିଚାଳନା କରିବା ଏବଂ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ…
ଭୁବନେଶ୍ୱର: ଆଫ୍ରିକାର ବ୍ୟବସାୟିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଭାରତୀୟ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍, ଏକ ଭିନ୍ନ ତଥା ଅତ୍ୟାଧୁନିକ ମାନବ ସମ୍ବଳ ପରିଚାଳନା ସୂଚନା ପ୍ରଣାଳୀ (HRMIS) ସହାୟତାରେ ଗାମ୍ବିଆରେ ଶାସନ ପରିଚାଳନା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାରେ ଲକ୍ଷ୍ୟ ରଖିଛି। ଗାମ୍ବିଆ ସରକାରଙ୍କ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବା ନିମନ୍ତେ ସିଏସ୍ଏମ୍ ଟେକ୍, ବିସ୍ତୃତ HRMIS ର ପରିକଳ୍ପନା ଏବଂ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଏବଂ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ସହ ଏକ ଚୁକ୍ତି ପାଇବା ରେ ସକ୍ଷମ ହୋଇପାରିଛି ଯାହା କି ଗାମ୍ବିଆ ଆର୍ଥିକ ପରିଚାଳନା ବିକାଶ ପ୍ରକଳ୍ପ ର ଏକ ଅଂଶ ଅଟେ। ସିଏସ୍ଏମ୍ ଟେକ୍ ଏହି ବିଡ୍ ଜିତିଥିଲା ଏବଂ ରିପବ୍ଲିକ୍ ଅଫ୍ ଗାମ୍ବିଆର ଢାଞ୍ଚାରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଏବଂ ଅନୁଷ୍ଠାନଗୁଡିକରେ ରଣନୀତି ପ୍ରସ୍ତୁତ କରିବାକୁ ଚୁକ୍ତି ପାଇବାରେ ସମର୍ଥ ହୋଇଥିଲା। ଏହି…
ଭୁବନେଶ୍ୱର: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ବହୁଭାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଆସନ୍ତା ୧୦ ତାରିଖ ଯାଏଁ ଚାଲୁ ରହିବ। ଭୁବନେଶ୍ୱରସ୍ଥିତ ଠକର ବାପା ଛାତ୍ରାବାସଠାରେ ପାଠ୍ୟପୁସ୍ତକ, ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଜନଜାତି ଭାଷାର ସଂଯୋଜନଭିତ୍ତିକ ବହୁଭାଷୀ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀର ସହ ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ଭୂତିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଜନଜାତି ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଭାଷା ସମ୍ବନ୍ଧୀୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରଶିକ୍ଷାର୍ଥୀମାନେ ଏହି ଶିବିରରେ ଅଧିକରୁ ଅଧିକ ଅଂଶଗ୍ରହଣ କରି ବିଦ୍ୟାଳୟସ୍ତରରେ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶିବିରଟି ଜିଲ୍ଲା ମଙ୍ଗଳ…
ଭୁବନେଶ୍ୱର: ଶେଷ ହୋଇଛି ପାଚିକା ତଥା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର। ଜୁଲାଇ ୭ ରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ୮୦୦ ପାଚିକା ତଥା ସହାୟିକା ୮ ଟି ପର୍ଯ୍ୟାୟରେ ତାଲିମ୍ ଗ୍ରହଣ କରିଛନ୍ତି । ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାଚିକା ତଥା ସହାୟିକାଙ୍କୁ ନେଇ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କେନ୍ଦୁଝର, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ପାଚିକା ତଥା ସହାୟିକା ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଓଡ଼ିଶାର ପ୍ରତି ଜିଲ୍ଲାରେ କାର୍ଯ୍ୟରତ ୧ ଲକ୍ଷ ୯ ହଜାର ପାଚିକା ତଥା ସହାୟିକାଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍ ପ୍ରସାଦ ଏବଂ ନେଭେଲି ଲିଗ୍ନାଇଟ କର୍ପୋରେସନ ଓ ମହାନଦୀ କୋଲଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନାରେ ଶ୍ରୀ ମୀନା କହିଥିଲେ ଯେ ଦେଶର ସମୁଦାୟ କୋଇଲା ଉତ୍ପାଦନରୁ ୨୦ ପ୍ରତିଶତ କୋଇଲା କେବଳ ଓଡିଶାରୁ ଉତ୍ପାଦିତ ହେଉଛି। ତେଣୁ ଓଡିଶାର ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ବୈଠକରେ କୋଇଲା ସଚିବ ଶ୍ରୀ ମୀନା ଓଡିଶାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ। ବିଶେଷକରି ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ…
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ 20 ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଦେଖନ୍ତୁ ପୁରା ତାଲିକା ବିଜୟ କୁମାର ଉପାଧ୍ୟାୟ- ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ ଆଶିଷ ଠାକରେ- ସଚିବ, ରାଜସ୍ବ ପର୍ଷଦ ଦିଲ୍ଲୀପ ରାଉତରାୟ- ଭଦ୍ରକ ଜିଲ୍ଲାପାଳ କମଳ ଲୋଚନ ମିଶ୍ର- ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ- ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ-କେନ୍ଦ୍ରାପଡା ଜିଲ୍ଲାପାଳ ସୁଧା ଦେବ ସିଂ- ଅତିରିକ୍ତ ଶାସନ ସଚିବ, ପଂଚାୟତ୍ତିରାଜ ପାରୁଲ ପାଟୱାରୀ- ଜିଲ୍ଲାପାଳ, ରାୟଗଡା ଅମ୍ବିତ ଋତୁରାଜ- କନ୍ଧମାଳ ଜିଲ୍ଲାପାଳ ସିଦ୍ଧଶ୍ବର ବଳିରାମ ବନ୍ଦର- ସମ୍ବଲପୁର ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଧେ- କଟକ ଜିଲ୍ଲାପାଳ। ହେମକାନ୍ତ ସା- ମୟୁରଭଞ୍ଜ ଜିଲ୍ଲାପାଳ ବି. ଅନିମେଷ ରେଡ୍ଡୀ- ଯାଜପୁର ଜିଲ୍ଲାପାଳ ଆଶିଷ ପାଟିଲ- ମାଲକାନଗିରି ଜିଲ୍ଲାପାଳ ସମେଷ କୁମାର ଉପାଧ୍ୟାୟ-ଢେଙ୍କାନାଳ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର-…
ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ମୋଟ ୧ଲକ୍ଷ ୮୬ ହଜାର ୪୪୦ କୋଟି ଟଙ୍କା ଟିକସ ପ୍ରଦାନ କରିଛି। ଗତ ବର୍ଷ ତୁଳନାରେ ଏହା ୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ଦେଶର ଅର୍ଥବ୍ୟବସ୍ଥାରେ ରିଲାଏନ୍ସର ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ମାଇଲ୍ଖୁଣ୍ଟ ଅତିକ୍ରମ କରିଥିବା ରିଲାଏନ୍ସ ଭାରତର ପ୍ରଥମ କମ୍ପାନୀ ହୋଇପାରିଛି। ଅନ୍ୟ କୌଣସି କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଙ୍କକୁ ଛୁଇଁ ପାରି ନାହାଁନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୨୭ ପ୍ରତିଶତ ବୃଦ୍ଧି ହୋଇଛି। ମାର୍କେଟ କ୍ୟାପିଟାଲାଇଜେସନ୍ ଅର୍ଥାତ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ରିଲାଏନ୍ସ ହେଉଛି ବିଶ୍ୱର ୪୮ତମ କମ୍ପାନୀ। ସେହିଭଳି ମୋଟ ରାଜସ୍ୱରେ ରିଲାଏନ୍ସ ୧୦ ଲକ୍ଷ…
ଭୁବନେଶ୍ବର: ଭାରତୀୟ ରେଳବାଇର ସବୁଜ ପଦକ୍ଷେପ ନୀତି ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଏବଂ ସର୍ଭିସ ବିଲଡିଙ୍ଗର ଛାତ ଉପରେ ସୌରଶକ୍ତି ଅଥବା ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ରେଳପଥ ପରିସୀମା ମଧ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ସବୁଜ ଶକ୍ତି ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକ ମଧ୍ୟ ଗ୍ରହଣ କରୁଛି। ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବାର୍ଷିକ ପ୍ରାୟ 21826 KWp କ୍ଷମତା ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଯାହାଫଳରେ ଶକ୍ତି ବାବଦରେ ବ୍ୟୟ ବାବଦରେ ପ୍ରାୟ ₹ 14 କୋଟି ଏବଂ କାର୍ବନ କ୍ରେଡିଟ ଅଥବା କ୍ରୟ କ୍ଷେତ୍ରରେ ପ୍ରାୟ 91.41 ଲକ୍ଷ ଟଙ୍କା ସଞ୍ଚୟ କରିପାରିବ। ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ 149 ଟି ଷ୍ଟେସନ୍ ବିଲଡିଙ୍ଗ, 248 ଟି ସର୍ଭିସ୍ ବିଲଡିଙ୍ଗ, 6924 ଟି ଆବାସିକ ବିଲଡିଙ୍ଗ ଏବଂ 366…

