ଭୁବନେଶ୍ୱର: ଅନ୍ଧାରୁଆ ଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରକୁ ଆଜି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରିଛନ୍ତି। ଏଥିରେ ମନ୍ତ୍ରୀ ପ୍ରତିଷ୍ଠାନର ପରିସର ଯଥା ପ୍ରଶାସନିକ ବ୍ଲକ, ଏକାଡେମିକ ବ୍ଲକ, ଲାଇବ୍ରେରୀ ଓ ଛାତ୍ରାବାସ ଆଦି ବୁଲି ଦେଖିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାନର କାର୍ଯ୍ୟବଳୀ ଓ ଯୋଜନା ସମ୍ପର୍କରେ ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେନା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟବଳୀ, ପାଠ୍ୟ ଖସଡା , ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ। ଗଣିତର ଗବେଷଣାତ୍ମକ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ଶିକ୍ଷାଦାନ, ଗଣିତର ପ୍ରୟୋଗାତ୍ମକ ଦିଗରେ ଗବେଷଣା , ମେଧା ଅନ୍ଵେଷଣ ଓ ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟକୁ ହାତକୁ ନେଇ ପ୍ରତିଷ୍ଠାନ ସେହି ଦିଗରେ କାର୍ଯ୍ୟ କରୁଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆବଶ୍ୟକ ଅନୁସାରେ ଏହି ପ୍ରତିଷ୍ଠାନରେ ଅଧ୍ୟାପକ ନିଯୁକ୍ତି…
Author: Samikhsya Bureau
ଭୁବନେଶ୍ୱର: ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ସଫଳ ନାଗରିକ ଗଢିବା ପାଇଁ ଓଡିଏମ୍ ଶିକ୍ଷାସମୂହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛି । ଏକବିଂଶ ଶତାବ୍ଦୀର ଚାହିଦା ଅନୁଯାୟୀ ଦେଶ ଓ ବିଦେଶର ଚାକିରି ବଜାରରେ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଉନ୍ନତ ଡିଜିଟାଲ ଜ୍ଞାନକୌଶଳ ଓ ଜୀବନକୌଶଳ ସହିତ ଶିକ୍ଷାକୁ ଏକୀକୃତ କରିବା ତଥା ନିଜର ବହୁମୂଖୀ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଓଡିଏମ୍ ଶିକ୍ଷାସମୂହର ଅଧ୍ୟକ୍ଷ ଡଃ ସତ୍ୟବ୍ରତ ମୀନକେତନ କହିଛନ୍ତି। ରାଂଚିରେ ଥିବା ଓଡିଏମ୍ ସାଫାୟାର ଗ୍ଲୋବାଲ ସ୍କୁଲ ପରିସରରେ ଏକ ପରୀକ୍ଷଣ ପର୍ଯ୍ୟାୟରେ ଏହି ପାଠ୍ୟକ୍ରମ ସଦ୍ୟ ଆରମ୍ଭ କରାଯାଇଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ବିଭିନ୍ନ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଏକ ଟିମ୍ ଦ୍ୱାରା ଏହି ପାଠ୍ୟକ୍ରମକୁ ଡିଜାଇନ କରାଯାଇଛି, ଯେଉଁଥିରେ ମେଶିନ ଲର୍ଣ୍ଣିଙ୍ଗ୍ ଏବଂ ନ୍ୟୁରାଲ…
ପୁରୀ: ଗତକାଲି ପୁରୀ ରଥଯାତ୍ରାରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ଏହା କୌଣସି ଧାର୍ମିକ ଘଟଣା ହୋଇ ନ ଥିଲେ ମଧ୍ୟ ସାରା ଓଡିଶାରେ ତାହା ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡଦାଣ୍ଡରେ ମଞ୍ଚ ତଳୁ ରାଷ୍ଟ୍ରପତିଙ୍କୁ ନମସ୍କାର ମାରିବା। ସେ ନମସ୍କାର ମାରି ଫେରିଯାଉଥିବା ବେଳେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ତଳକୁ ଆସି ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ଏହି ଦୃଶ୍ୟ ଯେତେବେଳେ ସେଠାରେ ଉପସ୍ଥିତ ଭକ୍ତ ଏବଂ ଟିଭି ମାଧ୍ୟମରେ ଲକ୍ଷଲକ୍ଷ ଦର୍ଶକ ଦେଖିଲେ ସେତେବେଳେ ସେମାନେ ଭାବ ବିହ୍ବୋଳ ହୋଇପଡିଥିଲେ। କାରଣ କାଲି ନିଜେ ନବୀନ ମଞ୍ଚ ଉପରେ ବସୁଥିବା ବେଳେ ସମୟ କ୍ରମେ ସେ ଆଜି ମଞ୍ଚ ତଳେ ନମସ୍କାର ମାରିବାକୁ ପଡିଲା। ତେବେ ସାଧାରଣ ଲୋକେ ଏହାକୁ ନେଇ ବେଶ ପ୍ରଶଂସା କରିଛନ୍ତି। କାରଣ ହେଲା ଯେ ନବୀନ ବର୍ତ୍ତମାନ…
ପୁରୀ: ଆଜି ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସୁରକ୍ଷା କର୍ମୀଙ୍କ ଗହଣରେ ସେ ବେଳାଭୂମିରେ ବେଶ କିଛି ସମୟ ଚାଲିଥିଲେ। ହଠାତ ରାଷ୍ଟ୍ରପତି ବେଳାଭୂମିରେ ଚାଲୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ରାଷ୍ଟ୍ରପତି ରଥଯାତ୍ରା ଦେଖିବା ପାଇଁ ଗତକାଲିଠାରୁ ପୁରୀ ଗସ୍ତରେ ଅଛନ୍ତି। ରଥଯାତ୍ରା ପରେ ସେ ରାତ୍ରୀରେ ପୁରୀ ରାଜଭବନରେ ଅବସ୍ଥାନ କରିଥିଲେ। ତେବେ ରାଷ୍ଟ୍ରପତି ବେଳଭୂମିରେ ଚାଲିବା ପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ପରିବେଶ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ‘ ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି। ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି। ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ…
ଭୁବନେଶ୍ବର: ନିର୍ବାଚନରେ ବିପର୍ଯ୍ୟୟର ବହୁଦିନ ପରେ ବିଜେଡିର ଚେତା ପଶିଛି। ଏବେ ରାଜ୍ୟ କମିଟର ବ୍ୟାପକ ପରିବର୍ତ୍ତନ କରିଛି। କେବଳ ଜିଲ୍ଲା ଏବଂ ତଳ ସ୍ତରୀୟ କମିଟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ରାଜ୍ୟ ସ୍ତରୀୟ କମିଟରେ ଏହି ପରିବର୍ତ୍ତନ କରାଯାଇଛି। ଏଥିରେ ବିଜେଡିର ବରିଷ୍ଠ ନେତା ଡ଼ଃ ସଂତୃପ୍ତ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେହିପରି ଦଳ ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି କରିଛି। ଡ. ସଂତୃପ୍ତ ମିଶ୍ରଙ୍କ ସହିତ କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ୧୪ ଜଣଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ଦଳ ନିଯୁକ୍ତି ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର,…
ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଜନ ସାଧାରଣ ଙ୍କୁଉତ୍ତମ ଭାବେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଆୟୁର୍ବେଦ ଓ ହୋମିଓପ୍ୟାଥିକ ପଦ୍ଧତି ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଆୟୁର୍ବେଦ ସ୍ୱାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଥିବା ବେଳେ ବିଗତ ଦୁଇ ବର୍ଷ ଧରି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ କ୍ୟାମ୍ପ ହୋଇପାରି ନାହିଁ। ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ କ୍ୟାମ୍ପ କରିବା ପାଇଁ ଆୟୁଷ ଛାତ୍ର ସଂସଦ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦେଶାଳୟ କୁ ଅନୁରୋଧ କରାଯାଇଥିଲା। ହେଲେ ହୋମିଓପ୍ୟାଥିକ କ୍ୟାମ୍ପ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଉତ୍ସାହ ପ୍ରକାଶ କରାଯାଇ ନ ଥିଲା। ଅନ୍ୟପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶକ କାର୍ଯ୍ୟାଳୟରେ ଆୟୁଷ ପରାମର୍ଶ ଦାତା ଭାବେ ଡେପୁଟେସନ ରେ ଥିବା ଜଣେ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆୟୁଷ ନିର୍ଦ୍ଦେଶକଙ୍କ ଆୟୁଷ ପରାମର୍ଶ…
ଭୁବନେଶ୍ବର: ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟିଛି। ସେ ରଥଟାଣିବା ବେଳେ ଶ୍ବାସରୁଦ୍ଧ ହୋଇପଡିଥିବାର ଜଣାପଡିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ: ଆଜି ମହାପ୍ରଭୃଙ୍କ ରଥଯାତ୍ରାର ପ୍ରଥମ ଦିନରେ ତିନି ରଥ ଆଗପଛ ହୋଇ ସିଂହଦ୍ବାରରୁ ଅଳ୍ପ ଦୂରରେ ରହିଛନ୍ତି। ପ୍ରଥମେ ବଡଭାଇ ବଳଭଦ୍ର ଏବଂ ପରେ ମା ସୁଭଦ୍ରାଙ୍କ ରଥ ଟଣାଯାଇଥିଲା। ଏହାପରେ ନନ୍ଦିଘୋଷ ରଥ କେତେ ହାତ ଗଡିବା ପରେ ସଂଧ୍ୟା ପାଇଁ ବନ୍ଦ ରହିଲା। ପୁଣି ଥରେ ଆସନ୍ତାକାଲି ରଥଟଣା ନୀତି ଆରମ୍ଭ ହେବ। ଆଜି ନିର୍ଦ୍ଧାରିତ ସମୟରେ ମହାପ୍ରଭୃଙ୍କ ନୀତିକାନ୍ତି କରାଯାଇଥିଲା। ଏପରିକି ପହଣ୍ଡି ବିଜେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଏହାପରେ ଗଜପତି ମହାରାଜାଙ୍କ ଛେରା ପହଁରା ପରେ ଚାରମାଳ ଫିଟା ଏବଂ ରଥଟଣା କାର୍ଯ୍ୟ କରାଯାଇଥିଲା।
ଭୁବନେଶ୍ବର: ଆଜି ହେଉଛି ରଥଯାତ୍ରା। ତେବେ ସବୁ ବର୍ଷ ରଥାଯାତ୍ରା ହୁଏ। ହେଲେ ଏଥର ରଥଯାତ୍ରା ହେଉଛି ଏକ ବିରଳ ରଥଯାତ୍ରା। କାରଣ ହେଲା ଏଥର ରଥଯାତ୍ରା ଦୁଇଦିନ ଧରି ହେବ। ଚଳିତ ବର୍ଷ ଅନବସର ପନ୍ଦର ଦିନ ପରିବର୍ତ୍ତେ ତେର ଦିନ ପଡିଥିଲା। ଫଳରେ ଶ୍ରୀଜିୟୁଙ୍କର ନବଯୌବନ ଦର୍ଶନ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ଫଳରେ ନୀତିକାନ୍ତି ଶେଷ ହେବା ପାଇଁ ସମୟ ଲାଗୁଛି। ଆଜି ସମସ୍ତ ନୀତିକାନ୍ତି ଶେଷ ହେଲା ବେଳକୁ ଅପରାହ୍ନ ହୋଇଯାଉଛି। ଆଜି ମନ୍ଦିର ଭିତରେ ଠାକୁରଙ୍କ ନବଯୌବନ ନୀତି ସହିତ ରଥନୀତି ମଧ୍ୟ କରାଯିବ। ସେଥିପାଇଁ ଆଜି ଦିନ ଗୋଟାଏ ବେଳେ ଶ୍ରୀଜିୟୁଙ୍କର ପହଣ୍ଡି ବିଜେ କରାଯିବ। ସେହିପରି ରଥଟଣା ଆଜି ଅପରାହ୍ନ ପାଞ୍ଚଟା ବେଳକୁ ହେବ। ଏତେ ଡେରିରେ ରଥଟଣା ହେଉଥିବାରୁ ଆଜି ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ପାରିବ ନାହିଁ।ଆସନ୍ତାକାଲି ସକାଳୁ ମଧ୍ୟ ରଥଟଣା ଯିବ।
ଭୁବନେଶ୍ବର: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବଡ ଦାଣ୍ଡରେ ରଥ ଉପରେ ବିଜେ କରିବେ ପ୍ରଭୃ ଜଗନ୍ନାଥ, ମା ସୁଭଦ୍ରା ଏବଂ ବଡ ଭାବେ ବଳଭଦ୍ର। ଏହି ଉପଲକ୍ଷେ ଆଜି ସିଂହଦ୍ବାର ସମ୍ମଖରେ ଲାଗିଛି ତିନି ରଥ। ରଥ ନିର୍ମାଣ ଶେଷ ହେବା ପରେ ପ୍ରଥମେ ପ୍ରଭୃଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲା। ଏହାପରେ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା। ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଭକ୍ତମାନ ହରିବୋଲ ହୁଳହୁଳି ପକାଇ ଟାଣିଟାଣି ଆଣିଥିଲେ। ଏଥିସହିତ ସହିତ ସେଠାରେ ଥିବା ପୋଲିସ ତଥା ସୁରକ୍ଷା କର୍ମିଗଣ ରଥ ସିଂହଦ୍ବାରକୁ ଆଣିବାରେ ସାହାଯ୍ୟ କରିଥିଲେ। ଆସନ୍ତାକାଲି ରବିବାର ସକାଳେ ତିନି ଠାକୁର ପହଣ୍ଡି ବିଜେ ହୋଇ ରଥାରୁଢ ହେବେ।
ଭୁବନେଶ୍ବର: ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହି ଉପଲକ୍ଷେ ପୁରୀରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହେବାରେ ଲାଗିଛି। ତେବେ ରଥଯାତ୍ରା ପୂର୍ବରୁ ବଡ ଦାଣ୍ଡକୁ ସଫାସୁତୁରା ରଖିବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଗେଇ ଆସିଛନ୍ତି। ଆଜି ସକାଳୁ ସେ ଏବଂ ତାଙ୍କ ମନ୍ତ୍ରୀଗଣଙ୍କ ସହିତ ମିଶି ଶରଧାବାଲିରେ ଝାଡୁ ମାରି ସଫା କରିଛନ୍ତି। ଏହି ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତି ପରିଡା ମଧ୍ୟ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଏଥିସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପସନା ମହାପାତ୍ର ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଏକା ଧାରା ରେ ଜଣେ ଦେଶସେବକ, ଜନ ନାୟକ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଆଦର୍ଶ ଶିକ୍ଷକ ଥିଲେ। ସତ୍ୟବାଦୀ ରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବ । ଓଡ଼ିଆ ନବଯୁଗ ର ପ୍ରବର୍ତ୍ତକ ଥିଲେ ଗୋପବନ୍ଧୁ ଥିଲେ ଗୋପବନ୍ଧୁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ଓଡିଆ ଭାଷା ସାହିତ୍ୟ ର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଚିର ସ୍ମରଣୀୟ। ଉତ୍କଳମଣି ଗୋପବନ୍ଧୁ ବାସ୍ତବିକ୍…
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ। ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପି. ଏମ. କିସାନ ଯୋଜନାରେ…
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ବରିଷ୍ଠ ନେତା, ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କାକଟପୁରବାସୀଙ୍କ ସେବା ଓ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ସ୍ମରଣୀୟ। ଜଣେ ଦକ୍ଷ ରାଜନେତା ଏବଂ ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ। ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଓଡିଶାର ବରିଷ୍ଠ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ସେ ନେଇ ସେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଭୁବନେଶ୍ବରସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି। ସୁରେନ୍ଦ୍ର ନାଥ ନାୟକ ଓଡିଶା ରାଜନୀତିରେ ସୁର ନାୟକ ଭାବେ ପରିଚିତ। କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅସ୍ତରଙ୍ଗ ପଂଚାୟତର ଚେୟାରମ୍ୟାନ ଭାବେ ନିଜର ରାଜନୈତିକ କ୍ୟାରିଆର ଆରମ୍ଭ କରିଥିଲେ ସୁରେନ୍ଦ୍ର ନାୟକ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭ ଏବଂ ୧୯୮୫ ମସିହାରେ ଜନତା ପାର୍ଟିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୦ ଜନତା ଦଳରେ , ୧୯୯୫…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଉଛନ୍ତି ବଡ ବାସ୍ତୁ ବିଶ୍ବାସୀ। ଏ କଥା ଗତକାଲି ସେ ଲୋକସେବା ଭବନ ତୃତୀୟ ମହଲାରେ ବସିବା ପରେ ସ୍ପଷ୍ଟ ହେଲା। କାରଣ ଲୋକସେବା ଭବନର ତୃତୀୟ ମହଲାରେ ଥିବା ତାଙ୍କ ପ୍ରକୋଷ୍ଠରେ ବସିବା ଆସନ ପୂର୍ବାଭିମୁଖୀ କରାଯାଇଛି। ଏହି ପ୍ରକୋଷ୍ଠରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ 24 ବର୍ଷ ଧରି ବସିଆସୁଥିଲେ। ନବୀନ ସେହି ପ୍ରକୋଷ୍ଠରେ ବସିବା ବେଳେ ତାଙ୍କ ଆସନ ଦକ୍ଷିଣାଭୂମିଖୀ ହୋଇ ରହିଥିଲା। ହେଲେ ମୋହନ ମାଝୀଙ୍କ ବାସ୍ତୁବିତ୍ ତାହାକୁ ପରିବର୍ତ୍ତନ କରି ପୂର୍ବାଭିମୁଖୀ କରିଛନ୍ତି। ବାସ୍ତୁବିତ ମନୋଜ ଲେଙ୍କାଙ୍କ ସୂଚନା ଅନୁସାରେ ବସୁଥିବା ଆସନ ପୂର୍ବାଭିମୁଖୀ ରହିଲେ ସେହି ବ୍ୟକ୍ତି ସବୁବେଳ ସକ୍ରିୟ ରହିବା ସହିତ ରାଜ୍ୟ କଥା ଚିନ୍ତା କରିବ। ଏଥିସହିତ ସେ ଲୋକଙ୍କ ସହିତ ମିଶିବାକୁ ଭଲ ପାଇବ ବୋଲି ଶ୍ରୀ ଲେଙ୍କା କହିଛନ୍ତି। ନବୀନ ସେହି ପ୍ରକୋଷ୍ଠରେ ଏକ କାଠ ଚଉକିରେ ବସୁଥିବା ବେଳେ…
ଭୁବନେଶ୍ବର: ରତ୍ନଭଣ୍ଡାର ଯାଞ୍ଚ ପାଇଁ ବିଜେଡି ସରକାର ଗଠନ କରିଥିବା କମିଟ ଭାଙ୍ଗି ଦିଆଯାଇଛି। ଏହି କମିଟର ଅଧ୍ୟକ୍ଷ ଥିଲେ ଅରଜିତ ପଶାୟତ। ଗୁରୁବାର ଦିନ ସେ ଏହି ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ପୁରୀ ଆସିଛନ୍ତି। ସେଠାରେ ସେ ରତ୍ନ ଭଣ୍ଡାର ଉପରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ତା ପୂର୍ବରୁ ନୂଆ ସରକାର ସେହି କମିଟକୁ ଭାଙ୍ଗି ଦେଇ ନୂଆ କମିଟ ଘୋଷଣା କରିଛନ୍ତି। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଅଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ। ଏଥିସହିତ ଏହି କମିଟରେ ଓଡିଶାର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ଡକ୍ଟର ସି ବି କେ ମହାନ୍ତି, ଚାର୍ଟଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ଏବଂ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ…
ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି । ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି– (୧) ବିଲ୍ଡିଂ ପ୍ଲାନ୍ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ) (୨) ବିଲ୍ଡିଂ ପ୍ଲାନ୍ର ପୁନଃବୈଧିକରଣ ନିମନ୍ତେ ଅନୁମତି (ସମୟ ସୀମା: ୭ ଦିନ) (୩) ପ୍ଲିନ୍ଥ ଅନୁମୋଦନ (ସମୟ ସୀମା: ୭ ଦିନ) (୪) ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ (ସମୟ ସୀମା: ୧ ଦିନ) ଏବଂ (୫) ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍…
ଭୁବନେଶ୍ବର: ପୁରା 22 ଦିନ ପରେ ଆଜି ଲୋକସେବା ଭବନରେ ପ୍ରବେଶ କରି କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ ଲୋକସେବା ଭବନରେ ପ୍ରବେଶ କରିବା ପରେ ପ୍ରଥମେ ଭିତରେ ଥିବା ପ୍ରବେଶ ଦ୍ବାର ପାଖରେ ମୁଣ୍ଡିଆ ମାରିଥିଲେ। ଏହାପରେ ସେ ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ସେଠାରେ ପଣ୍ଡିତମାନେ ମନ୍ତ୍ରୀପାଠ କରି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ଆସନରେ ବସାଇଥିଲେ। ଆଜି ପୁର୍ବାହ୍ମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନକୁ ପ୍ରବେଶ କରିଥିଲେ। ତା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସହିତ ମୁଖ୍ୟଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଏବଂ ସଚିବାଳୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ସେ ମୁଖ୍ୟ ଫାଟକରେ ସେ ମୁଣ୍ଡିଆ ମାରି ଲିଫ୍ଟରେ ତୃତୀୟ ମହଲାକୁ ଯାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଲୋକସେବା…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓସଆରଟିସି ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ହାଇଟେକ ବସ ସେବା ଯୋଗାଇ ଦିଆଯାଉଛି। ମୁଖ୍ୟତଃ ଯାତ୍ରୀମାନେ ଆରମ ଦାୟକ ଯାତ୍ରାର ଅନୁଭବ ହାସଲ କରିବା ପାଇଁ ଏହି ବସ ସେବାର ପ୍ରଚଳନ କରାଯାଇଛି। ସେହିପରି ଏକ ବସ ସେବା ହେଲା ଉମରକୋଟରୁ ବିଶାଖାପାଟଣା ଏସି ଡିଲକ୍ସ ବସ ସେବା। ଏହି ବସଟି ପ୍ରତିଦିନ ରାତି 9 ଟା 30ରେ ବିଶାଖାପାଟଣାରୁ ବାହାରି ସକାଳ 7ଟାରେ ଉମରକୋଟରେ ପହଞ୍ଚିବ। ସେହିପରି ରାସ୍ତାରେ ବସଟି ବିଜୟାନଗରମ, ଜୟପୁର, ବୋରିଗୁମ୍ମା, ନବରଂଗପୁର ଏବଂ ଡାବୁଗାଁ ଦେଇ ଉମରକୋଟରେ ପହଞ୍ଚିବ। ସେହିପରି ଉମରକୋଟରୁ ବସଟି ସଂଧ୍ୟା 6 ଟାରୁ ବାହାରି ବିଶାଖାପାଟଣାରେ ଭୋର 4ଟାରେ ପହଞ୍ଚିବ।

