Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ପ୍ରତିଯୋଗିତା ଆରମ୍ଭ
ଜାତୀୟ ଖବର

ଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ପ୍ରତିଯୋଗିତା ଆରମ୍ଭ

August 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ର ମିଳିତ ଆନୁକୂଲ୍ୟରେ ଷ୍ଟାରସ୍‌ ((STARS)) କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ଓଡ଼ିଆ ପ୍ରିନୁ୍ୟର ୨.୦ ପ୍ରତିଯୋଗିତା ସମସ୍ତ ୩୦ ଗୋଟି ଜିଲ୍ଲାରେ ଆୟୋଜନ କରାଯାଉଛି। ଏହା ଆଗାମୀ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ୧୦ଟି ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି। ଏହା ସହ ନୂତନ ବୈଷୟିକ ଜ୍ଞାନ ଆଧାରିତ ମତାମତ ମଧ୍ୟ ଗ୍ରହଣ କରାଯାଇଛି।

ପ୍ରାଥମିକ ଭାବେ ୨୬୭୧ ମତାମତ ମଧ୍ୟରୁ ୮୩୮ଟି ଉତ୍କୃଷ୍ଟ ବିଚାରଧାରାକୁ ଚୟନ କରାଯାଇଛି। ଚୟନ ହୋଇଥିବା ବିଚାରଧାରାକୁ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିବେ। ପ୍ରକଳ୍ପ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ପ୍ରତି ଜିଲ୍ଲାରୁ ସର୍ବଶ୍ରେଷ୍ଠ ୩ ଗୋଟି ବିଚାରଧାରାକୁ ପୁରସ୍କୃତ କରାଯିବ ଓ ରାଜ୍ୟସ୍ତରୀୟ ହାକାଥନ୍‌ ପ୍ରତିଯୋଗିତା ନିମନ୍ତେ ବଛାଯିବ।

ଏହି ରାଜ୍ୟସ୍ତରୀୟ ହାକାଥନ୍‌ ଭୁବନେଶ୍ୱରଠାରେ ଥିବା ଓୟୁଟିଆର୍‌ରେ ଆୟୋଜିତ କରାଯିବ। ରାଜ୍ୟସ୍ତରରେ ୩ ଗୋଟି ସର୍ବଶ୍ରେଷ୍ଠ ଦଳକୁ ସମ୍ବର୍ଦ୍ଧିତ କରାଯିବ। ଭବିଷ୍ୟତରେ ସମାଜ କଲ୍ୟାଣକାରୀ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁସରଣ କରି ଏକ ସଫଳ ଉଦ୍ୟୋଗୀ ହେବା ପାଇଁ ଏହି ହାକାଥନ୍‌ ପ୍ରେରଣା ଯୋଗାଇବା ସହ ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇପାରିବେ।

କୃଷି, ଖାଦ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟସେବା, ନବୀକରଣଯୋଗ୍ୟ/ସ୍ଥାୟୀ ଶକ୍ତି, ଉପଲବ୍ଧତା, ଇ-ବାଣିଜ୍ୟ ଏବଂ ସାଇବର ସୁରକ୍ଷା, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ଖେଳନା ଏବଂ ଖେଳ, ବର୍ଜ୍ୟବସ୍ତୁ ପରିଚାଳନା, ବିବିଧତା ଆଦି ବିଷୟବସ୍ତୁକୁ ନେଇ ହାକାଥନ୍‌ ପ୍ରତିଯୋଗିତା ଆୟୋଜିତ କରାଯାଉଛି ।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍‌ ଆର୍‌. ଆୟାର ବିଭିନ୍ନ ବିଚାରଧାରାକୁ ନେଇ ପ୍ରସ୍ତୁତ ପ୍ରକଳ୍ପଗୁଡ଼ିକୁ ପ୍ରଶଂସା କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଓୟୁଟିଆର୍‌ କୁଳପତି ଶ୍ରୀ ବିଭୂତି ଭୂଷଣ ବିଶ୍ୱାଳ ସମସ୍ତ ପ୍ରତିଯୋଗୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଓୟୁଟିଆର୍‌ ନୋଡାଲ ଅଧିକାରୀ ପ୍ରଫେସର ରଞ୍ଜନ କୁମାର ପ୍ରଧାନ ଏବଂ ପ୍ରଫେସର ସୁଧାଂଶୁ ଶେଖର ସାହୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026
Latest News

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.