ଭୁବନେଶ୍ୱର: ଶିଶୁ ସାହିତ୍ୟ କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କ ପ୍ରୋତ୍ସାହନ, ପ୍ରକାଶକମାନଙ୍କ ଦିଗ୍ଦର୍ଶନ ନେଇ ଶିଶୁ ସାହିତ୍ୟିକ ମାନସ ରଂଜନ ସାମଲ ଗୁରୁତ୍ୱ ଆରୋପ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ବାଲ୍ ସାହିତ୍ୟ ପୁରସ୍କାର ବିଜେତା ଶ୍ରୀ ସାମଲ ‘ମୋ ଜୀବନ: ମୋ ସୃଜନ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ତାଙ୍କର ଲେଖକୀୟ ଜୀବନର ପ୍ରେରଣା, ପ୍ରଥମ ଲେଖା ପ୍ରକାଶନ, ପତ୍ରିକା ସଂପାଦନା ଓ ପ୍ରକାଶନରେ ସମସ୍ୟା ତଥା ପାଠକୀୟତା ବୃଦ୍ଧି ପାଇଁ ଉଦ୍ୟମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ସେ ତାଙ୍କ ସଂପାଦିତ ‘ଝୁମୁକା’ ଶିଶୁ ପତ୍ରିକାର ବିଭିନ୍ନ ଦିଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ। ବିଶିଷ୍ଟ ସାହିତି୍ୟକମାନେ ଶିଶୁ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରି ଭବିଷ୍ୟତ ନାଗରିକଙ୍କ ସୃଜନ କୃତିତ୍ୱକୁ ଉତ୍ସାହ ଦେବାକୁ ସେ ଅନୁରୋଧ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମଲଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ…
Author: Samikhsya Bureau
ଭୁବନେଶ୍ବର: ଓଡିଶା ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଉନ୍ନୟନ କମିଶନର ଅନୁ ଗର୍ଗ କେନ୍ଦ୍ରକୁ ଯିବେ। ଆଜି ଏ ନେଇ କେନ୍ଦ୍ରୀୟ ନିଯୁକ୍ତି କ୍ୟାବିନେଟ କମିଟ ଅନୁମୋଦନ କରିଛନ୍ତି। ଫଳରେ ସେ କେନ୍ଦ୍ର ସରକାରଙ୍କ କୌଣସି ବିଭାଗର ସଚିବ କିମ୍ବା ସେହି ପ୍ୟାହାର ପଦବୀରେ ନିଯୁକ୍ତ ହେବେ। 1991 ବ୍ୟାଚ ଆଇଏଏସ ଅନୁ ଗର୍ଗ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟର ମୁଖ୍ୟ ସଚିବ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ କେନ୍ଦ୍ର ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।
ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜଳ ଶକ୍ତି ଅଭିଯାନ-୨୦୨୪ “କ୍ୟାଚ-ଦି-ରେନ୍” ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜଳଶକ୍ତି ଅଭିଯାନର ଥିମ୍ ରହିଛି ‘ନାରୀ ଶକ୍ତି ସେ ଜଳ ଶକ୍ତି’। ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ,…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ। ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର। ଏହି ଅବସରରେ ମୁଖ୍ୟ ବକ୍ତା ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ମାନବ ଲୀଳାର ସ୍ୱତନ୍ତ୍ର ପରିପ୍ରକାଶ ହେଉଛି ଅନବସର।…
ନୂଆଦିଲ୍ଲୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମଧୀପିଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଥମେ ସମସ୍ତେ ରାଜଘାଟ ଯାଇ ସେଠାରେ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିଥିଲେ। ଏହାପରେ ତିନି ଜଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧୀପିଠରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ବିଜେପି ସଭାପତିଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ଆଜି ମଧ୍ୟ ସମସ୍ତେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସଂଧ୍ୟାରେ ଏହି ତିନି ମନ୍ତ୍ରୀ ଦିଲ୍ଲୀର ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ଓଡିଶାବାସୀଙ୍କ ଆର୍ଶୀବାଦରେ ଭାରତୀୟ ଜନତା ପାର୍ଟୀ ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଏଥି ସହ ଦେଶବାସିଙ୍କ ଆର୍ଶୀବାଦ ପାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି। ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧି ଭାବେ ପଠାଇଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ଦାୟୀତ୍ୱ ନେଇଥିବା ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାର ୩ ଜଣ ସ୍ଥ।।ନିତ ହୋଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି। ବିକଶିତ ଓଡିଶା ଗଠନ ଆମର ସଂକଳ୍ପ। ଏହି ଅବସରରେ ଆସନ୍ତା ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ…
ଭୁବନେଶ୍ବର: ଆଜି ନୂଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡା। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଦିଲ୍ଲୀ ଗସ୍ତ। ଏହି ଗସ୍ତ ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଏମାନେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବେ। ବିଜେପି ସରକାର ଶପଥ ନେବା ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସମସ୍ତେ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ସ୍ବାଗତ କରିଥିଲେ। ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବେ ବୋଲି ଜଣାପଡିଛି।
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା। ସେଠାରେ ପ୍ରାଚୀନ କାଳରୁ ସ୍ଥାପିତ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ପିଠରେ ପ୍ରଭୃ ସୁବାଶିତ ଜଳରେ ସ୍ନାନ କରିଥିଲେ। ପ୍ରବଳ ବର୍ଷା ସତ୍ବେ ଭକ୍ତମାନେ ଏକାଠି ହୋଇ ପ୍ରଭୃ ପତିତପାବନଙ୍କ ସ୍ନାନ ନିତିକୁ ନିର୍ଦ୍ଧାରିତ ସମୟରେ ଶେଷ କରିଥିଲେ। ତେବେ ଚାଷଙ୍ଗରାର ପତିତପାବନ ଦେବଙ୍କ ସ୍ନାନ ଯାତ୍ରାର ପ୍ରମୁଖ ଆକର୍ଷଣ ରହିଛି ମୁଆଁ ପୂଜା। ଏହିଦିନ ପ୍ରଭୃଙ୍କ ସ୍ନାନ ପରେ ବିଭିନ୍ନ ପ୍ରକାରର ମୁଆଁ ପୂଜା କରାଯିବାର ପରଂପରା ରହିଛି। ସେଥିପାଇଁ ଗ୍ରାମର ସମସ୍ତ ଭକ୍ତମାନେ ବିଭିନ୍ନ ସୁଗନ୍ଧିତ ମୁଆଁ ତିଆରି କରି ଭୋଗ କରାଇଥାନ୍ତି। ଏଥସହିତ ଦିନ ତମାମ ବିଭିନ୍ନ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପତିତପାବନ ନାଟ୍ୟ ସଂସଦ ତରଫରୁ ପରିବେଷଣ କରାଯାଇଥିଲା ନାଟକ “ଆଖି ଅବୁଝାକୁ ଲୁହ ଅବୁଝା”।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଓ ସାଧନା ଭୂମି ଜମ୍ମୁ ଓ କଶ୍ମୀରରେ ଉପସ୍ଥିତ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜି ଜମ୍ମୁ ଓ କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ସମସ୍ତ ନାଗରିକ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଜାତିସଂଘରେ ଭାରତର ପ୍ରସ୍ତାବକୁ ରେକର୍ଡ ୧୭୭ ଟି ଦେଶ ସମର୍ଥନ କରିଛନ୍ତି। ୨୦୧୫ରେ କର୍ତ୍ତବ୍ୟ…
ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ମନ୍ତ୍ରୀ ମହାବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦେବାଦେବୀ ଏବଂ ପ୍ରତିଷ୍ଠାତା ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଷ୍ଟାଡିଅମ ମଧ୍ୟକୁ ପ୍ରବେଶ କରିଥିଲେ।ଏହି ଅବସରରେ ତାଙ୍କୁ ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ ସ୍ୱାଗତ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଯୋଗ ଅଧିବେଶନରେ ମନ୍ତ୍ରୀ ଯୋଗଦେଇଥିଲେ। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ଭୋଳ, ତହସିଲଦାର ଟି.…
ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳି ମାଡ ହୋଇଛି। ସେ ଆଜି କଂଗ୍ରେସ ଭବନ ଭିତରକୁ ଯିବା ବେଳେ କେତେକ ଦୁର୍ବୁର୍ତ୍ତ ତାଙ୍କ ମୁହଁକୁ କାଳି ଫୋପାଡିଛନ୍ତି। ଫଳରେ ସେ ଭୟରେ ଭିତରକୁ ପଳାଇଯାଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧି କଂଗ୍ରେସ ଭବନରେ ଭିଡ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଶରତ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେଇ ନାହିଁନ୍ତି। ତେବେ ଘଟଣାରୁ ପ୍ରକାଶ ଯେ, ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ ବଣ୍ଟାକୁ ନେଇ ଅନେକ ଅସନ୍ତୁଷ୍ଠ ଅଛନ୍ତି। ସଭାପତି ଟଙ୍କା ନେଇ ଟିକେଟ ବିକ୍ରି କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ସେହି କାରଣ ନେଇ ତାଙ୍କ ଉପରେ ରାଗ ସୁଝାଇବାକୁ କେତେକ ଅସନ୍ତୁଷ୍ଠ କର୍ମି ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି।
ଭୁବନେଶ୍ବର: ଆଜି ହେଉଛି ଯୋଗ ଦିବସ। ଆଜି ସାରା ଭାରତ ପାଳନ କରୁଛି ଯୋଗ ଦିବସ। ସମସ୍ତେ ଏକାଠି ହୋଇ କରିଛନ୍ତି ଯୋଗ। କେବଳ ଭାରତ ନୁହେଁ ସାରା ବିଶ୍ବରେ ମଧ୍ୟ ଏହି ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଏହି ଦିବସ ପାଳିତ ହୋଇ ଆସୁଛି। ମୁଖ୍ୟତଃ ଲୋକମାନେ ନିରୋଗ ତଥା ସୁସ୍ଥ ରହିବା ପାଇଁ ଏହି ପ୍ରାଚୀନ ପଦ୍ଧତିକୁ ସମସ୍ତେ ବର୍ତ୍ତମାନ ଆପଣେଇବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ ଦିବସରେ ନିଜକୁ ସାମିଲ କରାଇଛନ୍ତି। ଆଜି ସକାଳୁ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଣ୍ଡିୟମରେ ପହଁଚି ଶହଶହ ଯୋଗ ଆଗ୍ରହୀଙ୍କ ସହିତ ଯୋଗ ଦେଇ ଯୋଗ କରିଛନ୍ତି। ତାଙ୍କ ସହିତ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ। ସେହିପରି ସାରା ରାଜ୍ୟରେ ମଧ୍ୟ ଏହି ଦିବସ ବେଶ ଧୂମଧାମରେ ପାଳନ…
ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ପ୍ରବଳ ନିଆଁ ଲାଗିଛି। ଏକ ଫ୍ଲାଟ ଭିତରେ ନିଆଁ ଲାଗି ତାହା ବାହାରକୁ ବାହାରି ଆସିଛି। ଫଳରେ ଘର ଭିତରେ ନିଆଁ ଏତେ ଜୋର ହୋଇଛି ଯେ ତାହା ହୁତୁହୁତୁ ହୋଇ ବାହାରକୁ ଦେଖାଯାଉଛି। ଖବର ପାଇଁ ଦମକଳ ବାହିନୀ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଘଟଣାକୁ ଜଣାଯାଇଛି ଯେ, ଭୁବନେଶ୍ବର ପଟିଆ ଅଞ୍ଚଳରେ ଥିବା ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ସକାଳୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା। ଆପାର୍ଟମେଣ୍ଟର ଆଠ ମହଲାରେ ଥିବା ଏକ ଫ୍ଲାଟରୁ ଏହି ଧୂଆଁ ବାହାରିଥିଲା। ସେଠାକାର ବାସିନ୍ଦା ଜାଣିପାରିବା ପରେ ସମସ୍ତେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ବର୍ତ୍ତମାନ ନିଆଁ ନିୟନ୍ତ୍ରଣ ହୋଇଯାଇଥିବାର ଜଣାପଡିଛି।
ଭୁବନେଶ୍ବର: ସାଧାରଣ ନିର୍ବାଚନ ତଥା ଓଡିଶାର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟର କାରଣ ଖୋଜିବ ଦଳ। ଏ ନେଇ ଏଆଇସିସି ତରଫରୁ ଗୋଟିଏ କମିଟ କରାଯାଇଛି। ଏହି କମିଟ ଓଡିଶା ଆସି ବିଭିନ୍ନ ନେତାଙ୍କୁ ସାକ୍ଷାତ କରି ହାରିବାର ନେଇ ସମୀକ୍ଷା କରିବ। ଓଡିଶା ପାଇଁ ଯେଉଁ ଦୁଇ ଜଣିଆ କମିଟ ଗଠନ ହୋଇଛି ସେଥିରେ ଅଛନ୍ତି ଅଜୟ ମାକେନ ଏବଂ ତାରିକ ଅନୱର। ଦଳ ଓଡିଶା ସମେତ ଆଠଟି ରାଜ୍ୟରେ ବିପର୍ଯ୍ୟୟର କାରଣ ଖୋଜିବ। ସେହି ରାଜ୍ୟ ଗୁଡିକ ହେଲା ମଧ୍ୟ ପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲଙ୍ଗାନା। ଏହି ସବୁ ରାଜ୍ୟ ପାଇଁ ମଧ୍ୟ କମିଟ ଗଠନ କରାଯାଇଛି।
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ। ରାଷ୍ଟ୍ରପତି ମୁର୍ମୁ ୧୯୫୮ ଜୁନ ୨୦ ତାରିଖରେ ମୟୁରଭଂଜ ଜିଲ୍ଲା ରାଇରଂଗପୁରର ଉପରବେଡା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତି ହେବା ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେବା ଓ ସମର୍ପଣ ଭାବରେ ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତ ଦେବା ସହିତ ସେ ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।
ଭୁବନେଶ୍ବର: ଜୁନ୍ ୨୧ ତାରିଖରେ ରାଜ୍ୟରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବ। ଏ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜର ଓ ସମାଜ ପାଇଁ ଯୋଗ (ଯୋଗ ଫର ସେଲ୍ଫ୍ ଆଣ୍ଡ ସୋସାଇଟି)। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି। ଏ ବର୍ଷ ଯୋଗ ଦିବସ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନ ସ୍ତରରେ, ବ୍ଲକ ସ୍ତରରେ, ଜିଲ୍ଲା ସ୍ତରରେ,ସ୍କୁଲ , କଲେଜ ସ୍ତରରେ, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବ।ଏଥିରେ ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀ, ଯୁବ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥିତ ଉଚ୍ଚଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ ୧୨ ଘଣ୍ଟାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ଶ୍ରୀ ରମାକାନ୍ତ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, କଲେଜ, ୟୁନିଭରସିଟି ଓ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ। ଉଚ୍ଚଶିକ୍ଷାରେ ନୂତନ ଶିକ୍ଷା ନୀତିକୁ ଆପଣେଇ ଏହାର ଗୁଣାତ୍ମକମାନ ବୃଦ୍ଧି ସହ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ବୃତ୍ତି ରାଶି ବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଜରିଆରେ ଶୈକ୍ଷିକ ବ୍ୟବସ୍ଥାର ପରିଚାଳନା ଓ ପ୍ରୋତ୍ସାହନ ଯୋଗାଇଦେବାକୁ ଓଡ଼ିଶା ସରକାର…
ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ କରିଛନ୍ତି। ସେ ନେଦରଲ୍ୟାଣ୍ଡର ଯୁବତୀ ନାଦିଆଙ୍କୁ ବିବାହ କରିଥିବାର ଜଣାପଡିଛି। ଏହି ବିବାହ ଉତ୍ସବ ନେଦରଲ୍ୟାଣ୍ଡରେ ଗତ 17 ତାରିଖରେ ହୋଇଥିବାର ଜଣାପଡିଛି। ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋ ସେୟାର କରିଛନ୍ତି। ଅରୁଣ ପଟ୍ଟନାୟକ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ। ତଥା ବିଜୁ ପଟ୍ଟନାୟକଙ୍କ ନାତି। କିଛିଦିନ ତଳେ ଅରୁଣ ପଟ୍ଟନାୟକ ଭୁବନେଶ୍ବର ଆସି ଦାଦା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିବାର ଜଣାପଡିଛି। ସେତେବେଳେ ଅରୁଣ ବିଜେଡିର ମଙ୍ଗ ଧରିବା ପାଇଁ ଓଡିଶା ଆସିଲେ ବୋଲି ପ୍ରଚାର କରାଯାଇଥିଲା। ହେଲେ ତାହା ମିଛ ବୋଲି ଜଣାପଡିଛି। ତେବେ ବିଦେଶରେ ଏହି ବିବାହ ହୋଇଥିବାରୁ ନବୀନ ଯାଇପାରି ନ ଥିଲେ। ଏହି ବିବାହ ଉତ୍ସବରେ କେବଳ ତାଙ୍କ ବାପା ପ୍ରେମ ପଟ୍ଟନାୟକ ଯୋଗଦେଇଥିବା ଜଣାପଡିଛି।
ଭୁବନେଶ୍ୱର: ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମଙ୍ଗଳବାର ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ। ଏହି ଅବସରରେ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦଗତି ପାଇଁ ଗୀତା ପାଠ ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ବରିଷ୍ଠ ପ୍ରଶାସନିକ ଅଧିକାରୀ କଲ୍ୟାଣୀ ସଂଘମିତ୍ରା, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଷୋୟୀ,…
ଭୁବନେଶ୍ବର: ଆଜି ବିଧାନସଭାରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶପଥପାଠ କରାଇଛନ୍ତି। ଆଜି ନବୀନ ଗୃହ ମଧ୍ୟରେ ପ୍ରବେଶ କରିବା ପରେ ଟ୍ରେଜରୀ ବେଞ୍ଚରେ ବସିଥିବା ବିଜେପି ବିଧାୟକ ଓ ମନ୍ତ୍ରୀଗଣ ନିଜ ଆସନରୁ ଉଠି ସ୍ବାଗତ କରିଥିଲେ। ତାଙ୍କୁ ବିଧାନସଭାରେ ସଂପୂର୍ଣ୍ଣ ସହାୟତା ଦେଇଥିଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେଓ। ଏଥର ନବୀନ ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ସେ କଣ୍ଟାବାଞ୍ଜୀ ଆସନରୁ ହାରିଯାଇଥିବା ବେଳେ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିରୁ ବିଜୟ ହୋଇଛନ୍ତି।

