Author: Samikhsya Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।ମିଉଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ସେ ମାଲ୍ୟାର୍ପଣ କରି ବରପୁତ୍ର ମାନଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ସ୍ଵାଧୀନତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓ ଓଡ଼ିଆ ଅସ୍ମିତାର ସୁରକ୍ଷାରେ ଆମର ଏହି ବରପୁତ୍ର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି।ରାଜ୍ୟର ନୂଆ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ କରି ଚାଲିବେ ବୋଲି ସେ କହିଥିଲେ। ଏହି ଅବସରରେ ଉପ ମୂଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ଆଜି ହେଉଛି ରଜ। ଏହି ଉପଲକ୍ଷେ ଓଡିଶାର ଗାଁଗଣ୍ଡା ବେଶ ଉତ୍ସବ ମୁଖର। ଝିଅମାନେ ସୁନ୍ଦର ବେଶଭୂଷା ସହିତ ଦୋଳି ଖେଳି ଏହି ଉତ୍ସବ ପାଳନ କରିଥାନ୍ତି। ତିନିଦିନ ଧରି ଏହି ଉତ୍ସବ ପୁରପଲ୍ଲୀରେ ପାଳିତ ହେବ। ସେହି ଉପଲକ୍ଷେ ଓଡିଶାବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟି କରି ରାଷ୍ଟ୍ରପତି କହିଛନ୍ତି, “ଗଣପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା, ପାନ ଓ ଦୋଳି ଖେଳ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଏହି ପର୍ବକୁ ହର୍ଷୋଲ୍ଲାସ ସହିତ ପାଳନ କରନ୍ତି। କୃଷିଭିତ୍ତିକ ଏହି ରଜ ପର୍ବ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି।”

Read More

ଭୁବନେଶ୍ବର: ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ। ପ୍ରଥମେ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ପହିଲି ରଜରେ ସକାଳୁ ସକାଳୁ ଗାଁ ଗଣ୍ଡାରେ ଦୋଳି ବାନ୍ଧି ଝିଅମାନେ ଏହି ଉତ୍ସବ ଆରମ୍ଭ କରିଦେଇଛନ୍ତି। ଗୋଡରେ ଅଳତା ଲଗାଇ ଦୋଳିରେ ଝୁଲିବାରେ ଲାଗିଛନ୍ତି। ଏହି ଉତ୍ସବର ଏକ ମୁଖ୍ୟ ଖାଦ୍ୟ ହେଲା ପୋଡପିଠା। ଚାଉଳ ଚୂନାରେ ପ୍ରସ୍ତୁତ ଏହି ପିଠା ବେଶ୍ ସୁସ୍ବାଦ। ଗାଁ ର ଏହି ଉତ୍ସବକୁ ସହରରେ ପାଳନ ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ସହରର ବିଭିନ୍ନ ପ୍ରେକ୍ଷାଳୟରେ ରଜପିଠା ପ୍ରତିଯୋଗୀତା, ହୁଳହୁଳି ପ୍ରତିଯୋଗୀତା ସହିତ ପୁଚି ଖେଳର ମଧ୍ୟ ଆୟୋଜନ କରାଯାଇଛି। ତିନିଦିନ ଧରି ଏହି ଉତ୍ସବ…

Read More

ଭୁବନେଶ୍ବର: ଓଡିଶା ବିଧାନସଭାର ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେବେ କାମଚଳା ବାଚସ୍ପତି। ଏ ନେଇ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ନିଯୁକ୍ତ କରିଛନ୍ତି। ସେ ବାଚସ୍ପତି ନିର୍ବାଚନ ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟ କରିବେ। ଆସନ୍ତା ୧୮ ଏବଂ ୧୯ ତାରିଖରେ ବିଧାୟକଙ୍କ ଶପଥ ପାଠ କରାଯିବ। ସେ ସମସ୍ତ ବିଧାୟକଙ୍କୁ ଶପଥ କରାଇବେ। ସବୁ ବିଧାୟକ ଶପଥ ଗ୍ରହଣ କରିବା ପରେ ଆସନ୍ତା ୨୦ ତାରିଖରେ ବଚସ୍ପତି ନିର୍ବାଚନ କରାଯିବ। ଏହି ପଦବୀ ପାଇଁ ବିଜେପି ସୁରମା ପାଢୀଙ୍କ ନାମ ଘୋଷଣା କରିଛି। ବର୍ତ୍ତମାନ ସଂଖ୍ୟା ଦୃଷ୍ଟିରୁ ସେ ବାଚସ୍ପତି ଭାବେ ନିର୍ବାଚିତ ହେବେ।

Read More

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି । ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତିନି ଦିନିଆ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟ୍ ଗୁଡିକରେ ରଜରଂ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳି ବ୍ୟବସ୍ଥା କରାଯାଇଛି ଏବଂ ଏହି ପର୍ବ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ଭ୍ରମଣ କରୁଥିବା…

Read More

ଭୁବନେଶ୍ବର: ସାଧାରଣତଃ ରଜ ଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତ। ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର‌୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏକ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି। ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା…

Read More

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରେ ନୂଆ ନୂଆ ପଦକ୍ଷେପ ନେବାରେ ଲାଗିଛନ୍ତି। ସେହିପରି ଏକ ବଡ ପଦକ୍ଷେପ ହେଲା ରାଜ୍ୟରୁ 5ଟି ବା ମୋ ସରକାର ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏହାର ଲୋଗୋ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଗାଯୋଗରେ ବ୍ୟବହାର କରାଯିବ ନାହିଁ। ନବୀନ ସରକାର ବେଳେ 5ଟି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଯାହା ଅଧିନରେ ରାଜ୍ୟର ସମସ୍ତ ବିଭାଗକୁ ସେହି ଅଧିନକୁ ଅଣାଯାଇଥିଲା। ଆଉ ତାହାର ମୁଖ୍ୟ ଥିଲେ ଭି କେ ପାଣ୍ଡିଆନ। ଏହି ବ୍ୟବସ୍ଥାକୁ ମୂଳରୁ ବିଜେପି ବିରୋଧ କରିଆସୁଥିଲା। ବର୍ତ୍ତମାନ ସେମାନେ ସରକାରକୁ ଆସିବା ପରେ ତାହାକୁ ହଟାଇ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ଦୁଇ ଅଫିସରଙ୍କ କାର୍ଯ୍ୟକାଳକୁ ପୁଣି ବଢେଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ପି କେ ମିଶ୍ରଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର ଅବସର ପରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଜଡିତ ଥାଏ। ତେଣୁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପରେ ଆଜି ନିଯୁକ୍ତି କ୍ୟାବିନେଟ କମିଟ ତାଙ୍କର କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି। ସେହିପରି ଅନ୍ୟତମ ବରିଷ୍ଠ ଅଧିକାରୀ ଅଜିତ ଡୋଭାଲ ମଧ୍ୟ ଜାତୀୟ ସୁରକ୍ଷା ଉପଦେଷ୍ଠା ଭାବେ ମଧ୍ୟ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସେ ଆଇପିଏସରୁ ଅବସର ନେବା ପରେ ଜାତୀୟ ସୁରକ୍ଷା ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳକୁ ମଧ୍ୟ ଆଜି କ୍ୟାବିନେଟ ନିଯୁକ୍ତି କମିଟ ଅନୁମୋଦନ କରିଛନ୍ତି। ଉଭୟ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଆୟତପୁରରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରା। ପ୍ରଭୃ ବେଲେଶ୍ବରଙ୍କ ନିକଟରେ ଏହି ଉତ୍ସବ ବହୁ ବର୍ଷ ଧରି ପାଳନ କରାଯାଇଆସୁଛି। ସେହି ଅଞ୍ଚଳରେ ବେଲେଶ୍ବର ଶୀତଳ ଷଷ୍ଠୀ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ହୋଇଥାଏ। ପରଂପରା ଅନୁସାରେ ଶିବ ଏବଂ ମା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ବହୁ ସମୟ ଧରି ଏହି ବିବାହ ଉତ୍ସବ ଆୟୋଜିତ ହୋଇଥାଏ। ଏହାପରେ ମା ପାର୍ବତୀଙ୍କୁ ସାଥିରେ ଧରି ଦେବଦେବ ମହାଦେବ ବେଲେଶ୍ବର ଶୋଭଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥାନ୍ତି। ଏହି ସମୟରେ ପାରଂପାରିକ ବାଦ୍ୟ ଓ ନୃତ୍ୟ ପରିବେଷଣ କରାଯାଇଥାଏ।

Read More

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଆଣ୍ଡୋ ଗ୍ରାମ ବୁଲି ଲୋକଙ୍କ ସହିତ ମିଶିଥିଲେ। ଗ୍ରାମବାସୀଙ୍କ ସହିତ କଥୋପକଥନ ସମୟରେ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତିଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି। ଏସବୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି। ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତ ମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା।

Read More

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଅପେକ୍ଷା ପରେ ଚିଲିକା ନିର୍ବାଚନ ମଣ୍ଡଳୀକୁ ମିଳିଛି ମନ୍ତ୍ରୀପଦ। ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚିଲିକାର ନବ ନିର୍ବାଚିତ ବିଧାୟକ ପୃଥୀରାଜ ହରିଚନ୍ଦନ। ସେ ପ୍ରଥମ ଥର ପାଇଁ ବିଜୟ ଲାଭ କରିଛନ୍ତି।  ସେ ପ୍ରଥମ ଥର  ବିଧାୟକ ହେବା ସହିତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜିିତିଥିବା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂହ ଶେଷ ମନ୍ତ୍ରୀ ଥିଲେ। ସେତେବେଳେ ସେ ଜିତିବା ପରେ ମୁଖ୍ୟ ସଚେତକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ୧୯୯୯ ମସିହାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଶିଳ୍ପମନ୍ତ୍ରୀ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ପୁଣି ୨୦୦୦ ମସିହାରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ହୋଇଥିଲେ। ତା ପରେ ଏହି ନିର୍ବାଚନ ମଣ୍ଡଳୀରୁ ଆଉ କେହି ମନ୍ତ୍ରୀ ହୋଇପାରି ନାହାଁନ୍ତି। ଦେବେନ୍ଦ୍ର ମାନସିଂହଙ୍କ ପରେ ପୃଥୀରାଜଙ୍କ ଦାଦା…

Read More

ଭୁବନେଶ୍ବର: ବୁଧବାର ଦିନ ହୋଇଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଯେତିକି ଚର୍ଚ୍ଚା ହୋଇ ନାହିଁ ତାହାଠାରୁ ଅଧିକ ଚର୍ଚ୍ଚା ହୋଇଛି ନବୀନ ପଟ୍ଟନାୟକଙ୍କ ଯୋଗଦାନ। ଏହି ଖବର ବୁଧବାର ରାତିସାରା ଟ୍ରେଣ୍ଡିଂ ହେବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ବିଭିନ୍ନ ଟିପଣୀ ଦେଇ ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି। କହିବାକୁ ଗଲେ ସେହି ଉତ୍ସବରେ ପ୍ରକୃତରେ ହିରୋ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ତାଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମଞ୍ଚରେ ଉପସ୍ଥିତ ହେବା ମାତ୍ରେ ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ସ୍ବାଗତ କରି ବସିବା ପାଇଁ ଇସାରା କଲେ। ତାପରେ ଆଗଧାଡିରେ ବସିଥିବା ଜେପି ନଡ୍ଡା, ନୀତିନ ଗଡକରୀ, ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତେ ଉଠି ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ନବୀନ ଧର୍ମେନ୍ଦ୍ର ଏବଂ ଜେ…

Read More

ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ତାଙ୍କ ସହିତ ୧୫ ଜଣିଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ସେହିପରି ୫ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଅଛନ୍ତି। ସେମାନେ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ୧) କନକ ବର୍ଦ୍ଧନ ସିଂହ ଦେଓ ୨) ପ୍ରଭାତୀ ପରିଡ଼ା କ୍ୟାବିନେଟ୍ ମନ୍ତ୍ରୀ ୧) ସୁରେଶ ପୂଜାରୀ ୨) ରବି ନାରାୟଣ ନାଏକ ୩) ନିତ୍ୟାନନ୍ଦ ଗଣ୍ଡ ୪) କୃଷ୍ଣଚନ୍ଦ୍ର ପାତ୍ର ୫) ପୃଥ୍ୱୀରାଜ ହରିଚନ୍ଦନ ୬) ଡ. ମୁକେଶ ମହାଲିଙ୍ଗ ୭) ବିଭୁତି ଭୁଷଣ ଜେନା ୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ୧) ଗଣେଶ ରାମ ସିଂ ଖୁଣ୍ଟିଆ ୨) ସୂର୍ଯ୍ୟବଂଶୀ ସୂରଜ ୩) ପ୍ରଦୀପ ବଳସମାନ୍ତ ୪) ଗୋକୁଳାନନ୍ଦ ମଲ୍ଲିକ…

Read More

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ କରାକେଡରେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ଫୁଲତୋଡା ଦିଆଯାଇଥିଲା। ଏହାପରେ ମୋହନ ମାଝୀ ନବୀନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ନବୀନ ନିବାସ ବାହାରକୁ ଆସି ମୋହନ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ, ନବୀନବାବୁଙ୍କୁ ଆଜି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିଲି। ତାଙ୍କୁ ଅନୁରୋଧ କରିଥିଲି। ସେ ମଧ୍ୟ ଆଜି ଠିକ ସମୟରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ସାକ୍ଷାତ ସମୟରେ ବିଜେଡିର କିଛି ନେତା ନବୀନ ନିବାସରେ ଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ଗ୍ରହଣ କରିବେ। ସେଥିପାଇଁ ଭୁବନେଶ୍ବରର ଜନତା ମଇଦାନକୁ ବେଶ ପ୍ରସ୍ତୁତ କରି ରଖାଯାଇଛି। ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ପରେ ଓଡିଶା ଆସିବେ। ସେହିପରି ଏହି ଉତ୍ସବରେ ଯୋଗଦେବା ପାଇଁ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ଗତକାଲିଠାରୁ ପହଞ୍ଚିସାରିଛନ୍ତି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ଜୁଏଲ ଓରାମ। ସେହିପରି ଏହି ଉତ୍ସବରେ ନଅ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ, ଗୁଜରାଟ  ଉତ୍ତରାଖଣ୍ଡ, ତ୍ରିପୁରା, ରାଜସ୍ଥାନ, ଛତିଶଗଡ ଓ ହରିଆଣା ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ। ଭୁବନେଶ୍ବର ଜନତା ମଇଦାନରେ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ବ୍ୟାପକ ଆୟୋଜନ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଗତକାଲିଠାରୁ ଭୁବନେଶ୍ବରରେ ଅଛନ୍ତି। ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଫଳରେ ବିଜେପି କର୍ମିଙ୍କ ମହଲରେ ବେଶ ଉତ୍ସାହ ଲାଗିରହିଛି।

Read More

କଟକ: ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ବ ନେଇଛନ୍ତି ଡଃ ପ୍ରଭାସ ଆଚାର୍ଯ୍ୟ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସର୍ବ ପୁରାତନ ଦୈନିକ ସମ୍ବାଦପତ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ଡଃ ପ୍ରଭାସ ଆଚାର୍ଯ୍ୟ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ଉପସ୍ଥିତିରେ ‘ସମାଜ’ର ପୂର୍ବତନ ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ରଙ୍କ ଠାରୁ ଡଃ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିରେ ସମାଜର ମୁଖ୍ୟ ପରିଚାଳକ ଶିବରାମ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡଃ ଆଚାର୍ଯ୍ୟ ଉତ୍କଳମଣିଙ୍କ ଆଦର୍ଶକୁ ପାଥେୟ କରି ଏହି ପୁରାତନ ସମ୍ବାଦପତ୍ରର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଡଃ ଆଚାର୍ଯ୍ୟ ଗଣମାଧ୍ୟମ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ୱ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ…

Read More

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାମ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜାରୀ ରହିଛି। କାରଣ ସେ ଦୀର୍ଘ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ହଟାଇ ସେଠାରେ ସେ ବସିବେ। ତେଣୁ ଓଡିଶାର ଗାଁ ଗହଳିଠାରୁ ଆରମ୍ଭ କରି ସାରା ଦେଶରେ ମୋହନ ମାଝୀ କିଏ ଆଲୋଚନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କେନ୍ଦୁଝର ସଦର ବିଧାୟକ ହେଉଛନ୍ତି ୫୨ ବର୍ଷୀୟ ମୋହନ ମାଝୀ। ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ଗତ ବିଧାନସଭାରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ। ସେ ନେତା ଭାବରେ ଯେତିକି ପରିଚିତ, ଜଣେ ଶାନ୍ତ ଶିଷ୍ଠ ମଣିଷ ଭାବେ ସେତିକି ପରିଚିତ। ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ବିଜେପିର ୭୮ ବିଧାୟକ ଏବଂ ୩ ସ୍ବାଧୀନ ବିଧାୟକ ମିଳିତ ଭାବେ ୮୧ ବିଧାୟକ ରାଜଭଭନ ଯିବେ। ସେଠାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବୀ ପତ୍ର ଦିଆଯିବ। ଆଜି ରାଜ୍ୟ କାର‌୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମୋହନ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ଶ୍ରୀ ମନମୋହନ କହିଛନ୍ତି ଯେ, ଆମପାଖରେ ବର୍ତ୍ତମାନ ୮୧ ବିଧାୟକ ରହିଛନ୍ତି। ସେଥିରେ ବିଜେପି ୭୮ ଜଣ ଥିବା ବେଳେ ୩ ସ୍ବାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ସମସ୍ତେ ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବା ପାଇଁ ଦାବୀ କରିବୁ ବୋଲି ମନମୋହନ କହିଛନ୍ତି। ସେହିପରି ଆସନ୍ତାକାଲି ଶପଥପାଠ ଉତ୍ସବ ହେବ ଏବଂ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ମନମୋହନ କହିଛନ୍ତି।

Read More