Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ରତ୍ନ ଭଣ୍ଡାର ଖୋଲିବା ପ୍ରସ୍ତୁତି, ଦିନ ୧ ଟା ୨୮ ମିନିଟ ପରେ ଶୁଭ ମୁହୁର୍ତ୍ତ, ଜଗି ରହିବେ ସାପ ଧରାଳି
ଜାତୀୟ ଖବର

ଆରମ୍ଭ ହେଲା ରତ୍ନ ଭଣ୍ଡାର ଖୋଲିବା ପ୍ରସ୍ତୁତି, ଦିନ ୧ ଟା ୨୮ ମିନିଟ ପରେ ଶୁଭ ମୁହୁର୍ତ୍ତ, ଜଗି ରହିବେ ସାପ ଧରାଳି

July 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେଲା ରତ୍ନ ଭଣ୍ଡାର ଖୋଲିବା ପ୍ରସ୍ତୁତି, ଦିନ ୧ ଟା ୨୮ ପରେ ଶୁଭ ମୁହୁର୍ତ୍ତ, ଜଗି ରହିବେ ସାପ ଧରାଳି

ପୁରୀ: ଆଜି ଖୋଲାଯିବ ମହାପ୍ରଭୃଙ୍କ ରତ୍ନ ଭଣ୍ଡାର। ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ନେଇ ଆଜି ସକାଳେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟ ବୈଠକ ବସିଯାଇଛି। ଏଥିରେ ଆଜି ଦିନ ୧ ଟା ୨୮ ମିନଟ ପରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ନିଷ୍ପତି କରାଯାଇଛି।

ତେବେ ତା ପୂର୍ବରୁ ମନ୍ଦିର ଭିତରେ ରତ୍ନ ଭଣ୍ଡାର ନିକଟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହି ଅନୁସାରେ ମନ୍ଦିର ଭିତରକୁ ଓଡ୍ରାଫ ଟିମ ଏବଂ ସାପ ଧରାଳି ପ୍ରବେଶ କରିଛନ୍ତି। ସେହିପରି ତାଲା ନିର୍ମାଣକାରୀଙ୍କୁ ମଧ୍ୟ ସେଠାରେ ନିୟୋଜିତ କରାଯାଇଛି। ଓଡ୍ରାଫ ଟିମ ହାଇମାକ୍ସ ଲାଇଟ୍ ସହିତ ବିଭିନ୍ନ ଯନ୍ତ୍ରପାତି ଏବଂ କ୍ୟାମେରା ଧରି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେଠାରେ ସେମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଏହି ରତ୍ନ ଭଣ୍ଡାର ଖୋଲିବା ପାଇଁ ୧୧ ଜଣ ନିୟୋଜିତ ରହିବେ। ସେଥିମଧ୍ୟରେ ତଦାରଖ କମିଟରୁ ଦୁଇ ଜଣ ଯିବେ। ସେମାନେ ହେଲେ ଖୋଦ ତଦାରଖ କମିଟର ଅଧକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏବଂ ଡାକ୍ତର ସି ବି କେ ମହାନ୍ତି। ସେହିପରି ଖୋଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏଏସଆଇର ସୁପରିଟେଣ୍ଡଣ୍ଟ, ଭଣ୍ଡାର ମେକପ ସେବାୟତ ସହିତ ଭଣ୍ଡାର ସଂପର୍କିତ କେତେକ ସେବାୟତ ରହିବେ।

ତେବେ ନିଷ୍ପତି ଅନୁସାରେ ଜିଲ୍ଲାପାଳ ଭଣ୍ଡାରଘର ଚାବି ଏହି କମିଟକୁ ହସ୍ତାନ୍ତର କରିବେ। ନିର୍ଦ୍ଧାରିତ ଶୁଭ ବେଳା ୧ ଟା ୨୮ ପରେ ସେହି ଚାବିରେ ଭଣ୍ଡାରଘର ଖୋଲାଯିବ। ସେଥିରେ ତାଲା ଖୋଲିଲେ କମିଟ ସଦସ୍ୟ ଭିତରକୁ ଯିବେ। ଯଦି ତାଲା ନ ଖୋଲେ ତେବେ ସେହି ତାଲା ଭାଙ୍ଗିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବେ। ସେହି ଅନୁସାରେ ସେଠାରେ ଉପସ୍ଥିତ ଥିବା ତାଲା ନିର୍ମାଣକାରୀ ତାଲା ଭାଙ୍ଗିବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାରେ ଥିବା ସମସ୍ତ ଜିନିଷକୁ ବାହାରକୁ ବାହାର କରାଯିବ। ସେସବୁକୁ ମନ୍ଦିର ଭିତରେ ଗୋଟିଏ ସ୍ଥାନରେ ରଖାଯିବ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କ ତରଫରୁ ଛଅଟି କାଠର ସିନ୍ଧୁକ ନିର୍ମାଣ କରାଯାଇଛି। ସେଗୁଡିକ ମନ୍ଦିର ଭିତରକୁ ପ୍ରବେଶ କରାଯାଇଛି। ସେହି କାଠର ସିନ୍ଧୁକରେ ସମସ୍ତ ଜିନିଷ କଡା ସୁରକ୍ଷା ମଧ୍ୟରେ ରଖାଯିବ।

ଏହା ପୂର୍ବରୁ ଆଜି ସକାଳେ ଶ୍ରୀଲୋକନାଥଙ୍କଠାରୁ ଆଜ୍ଞାମାଳ ଆସିଛି। ପୁରାଣ ଅନୁସାରେ ଶ୍ରୀଲୋକନାଥ ଭଣ୍ଡାର ଘରର ଦାୟିତ୍ବରେ ରହିଛନ୍ତି। ସେବାୟତମାନେ ଶ୍ରୀଲୋକନାଥଙ୍କ ନିକଟକୁ ଯାଇ ସେଠାରୁ ଆଜ୍ଞାମାଳ ଅଣାଯାଇ ଭଣ୍ଡାର ଘର ସମ୍ମୁଖରେ ପୂଜାପାଠ କରାଯାଇଛି। ମନ୍ଦିର ଭିତରେ ଥିବା ଭଣ୍ଡାର ଘର ସମ୍ମୁଖରେ ମଧ୍ୟ ଶ୍ରୀଲୋକନାଥ ମନ୍ଦିର ରହିଛି। ସେଠାରେ ଏହି ପୂଜାପାଠ କରାଯାଇଛି।

RathYatra2024 ଖୋଲିଲା ରତ୍ନ ଭଣ୍ଡାର ରତ୍ନଭଣ୍ଡାର ରତ୍ନଭଣ୍ଡାର ଚାବି ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026
Latest News

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ମାରାତ୍ମକ ହୋଇପାରେ ଏସିର ବ୍ୟବହାର, ଜାଣନ୍ତୁ କାରଣ କଣ ?

May 28, 2026

ମସ୍ତିଷ୍କ ଏବଂ କିଡନୀରେ ଜଟିଳତା ସୃଷ୍ଟି କରୁଛି ହିଟୱେଭ : ସତର୍କ ରୁହନ୍ତୁ , ସୁସ୍ଥ ରୁହନ୍ତୁ

May 28, 2026

ଆଜି ମେ ୨୮ ତାରିଖ ଗୁରୁବାରରେ ଏହି ଛଅଟି ରାଶି ଉପରେ ଶ୍ରୀଗଣେଶଙ୍କର ରହିଛି କୃପା

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.