Author: Samikhsya Bureau

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଗଣମାଧ୍ୟମ ତଥା ଚଳଚିତ୍ର ବ୍ୟକ୍ତିତ୍ବ ରାମୋଜୀ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ରାମୋଜୀ ରାଓ ଭାରତର ବିକାଶ କରିବା ଦିଗରେ ଯଥେଷ୍ଠ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ଏକ ଟୁଇଟ କରି ଶ୍ରୀ ମୋଦି କହିଛନ୍ତି ଯେ, “ଶ୍ରୀ ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏ ଭାରତୀୟ ଗଣମାଧ୍ୟମରେ ଏକ ବିପ୍ଳବ ସୃଷ୍ଟି କରିଥିଲେ। ତାଙ୍କର ଅତୂଳନୀୟ ଅବଦାନ ପାଇଁ ଦେଶର ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ତାଙ୍କର ଉଲ୍ଲେଖନୀୟ ପ୍ରୟାସ ମାଧ୍ୟମରେ ସେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ନୂତନତା ଏବଂ ଉତ୍କର୍ଷତା ପାଇଁ ନୂଆ ଦିଗନ୍ତ ସୃଷ୍ଟି କରିଛନ୍ତି। ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। ମୁଁ ସୌଭାଗ୍ୟବଶତଃ ତାଙ୍କ ସହ ଯୋଗାଯୋଗ କରିବା ଏବଂ…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ସୂଚନା ମୁତାବକ ପ୍ରତାପ ଗ୍ରାମ ହରିଜନ ସାହି ମନିଆ ନାୟକ(75) ସବୁଦିନ ପରି ଆଜି ସକାଳୁ ନିକଟସ୍ଥ ଶାଳିଆ କେନାଲରେ ଶୌଚ ପାଇଁ ଯାଇଥିଲେ। ତେବେ ଅସାବଧାନତା ବଶତଃ କେନାଲ ମଧ୍ୟକୁ ଖସିପଡ଼ିଥିବା ସ୍ଥାନୀୟ ଅଂଚଳବାସି କହିଛନ୍ତି। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ମନିଆଙ୍କ ଶବକୁ କେନାଲ ମଧ୍ୟରୁ ଉଦ୍ଧାର କରି ବାଣପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଦେଇଛି। ତେବେ ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।

Read More

ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଛି। ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବା ପାଇଁ କୁହାଯାଇଛି। କୁଟ୍ଟେଙ୍କ ବିରୋଧରେ ବିଜେପି ଦଳ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହି ଅଧାରରେ ନିର୍ବାଚନ କମିଶନର ତାଙ୍କୁ ନିଲମ୍ବନ କରି ନୂଆଦିଲ୍ଲୀ ରେସିଡେନସ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅନ୍ୟତମ ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ବିଜେଡି ପାଇଁ କାମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଦଳ ପାଇଁ କାମ କରୁଥିଲେ ବୋଲି ବିଜେପି ଅଭିଯୋଗ କଲା। ଏହାପରେ ତାଙ୍କର ପ୍ରକୃତରେ ସ୍ବାସ୍ଥ୍ୟ ଖରାପ ନ ମିଛରେ ଛୁଟି ନେଇଛନ୍ତି, ସେ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ସେ…

Read More

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ମିଡିଆ ବ୍ୟକ୍ତିତ୍ବ ତଥା ବିଖ୍ୟାତ ଫିଲ୍ମ ଷ୍ଟୁଡିଓ ଏବଂ ଚଳଚିତ୍ର ପ୍ରଯୋଜକ ରାମୋଜୀ ରାଓଙ୍କ 87 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ 5 ତାରିଖରୁ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଭୋର 4 ଟା 50 ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କର ଧର୍ମପତ୍ନୀ ରମାଦେବୀ ଏବଂ ପୁଅ କିରଣ ଅଛନ୍ତି। ପରିବାର ସୁତ୍ରରୁ ପ୍ରକାଶ ଯେ, ଗତ 5 ତାରିଖରେ ରାମୋଜୀ ରାଓ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଉଚ୍ଚ ରକ୍ତଚାପ ସହିତ ହୃଦରୋଗ ବୃଦ୍ଧି ପାଇଥିବାର ଜଣାପଡିଥିଲା। ଡାକ୍ତରମାନେ ତାଙ୍କ ଛାତିରେ ଷ୍ଟେଣ୍ଟ ଲଗାଇ ଆଇସିୟୁରେ ଚିକିତ୍ସା କରୁଥିଲେ। ହେଲେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରେ ଲାଗିଲା। ଫଳରେ ସେ ଆଜି ଭୋରରୁ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ…

Read More

ଭୁବନେଶ୍ଵର: କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ କଟକ ଜ଼ିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ମାନସ ରଞ୍ଜନ ଚୌଧୁରୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିରୋଧରେ ଗର୍ଜ୍ଜନ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ଧରି କଂଗ୍ରେସ ଦଳରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଆସୁଅଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ବହିଷ୍କାର କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ଦଳର ଏହି କର୍ଯ୍ୟାନୁଷ୍ଠାନ ମୋତେ ବିସ୍ମିତ କରିଛି ବୋଲି ମାନସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଓଡିଶା ରେ ଯେଉଁ ରାଜନୈତିକ ବାତାବରଣ ଥିଲା ସେଥିରୁ ସ୍ପଷ୍ଟ ଯେ ଚାଳିଶିରୁ ଉର୍ଦ୍ଧ୍ବ ବିଧାନସଭା କ୍ଷେତ୍ର ରେ କଂଗ୍ରେସ ବିଜୟ ଲାଭ କରିଥାନ୍ତ ମାତ୍ର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ…

Read More

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଆସନ୍ତା ୯ ତାରିଖ ରବିବାର ସଂଧ୍ୟା ୭ ଟା ୧୫ ମିନିଟରେ ସେ ଶପଥ ନେବେ। ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏ ନେଇ ସୂଚନା ଦେଇଛନ୍ତି। ମୋଦୀ ଏନଡିଏର ନେତା ନିର୍ବାଚିତ ହେବା ପରେ ତାଙ୍କୁ ସରକାର ଗଠନ ପାଇଁ ରାଷ୍ଟ୍ରପତି ଡାକିଥିଲେ। ଫଳରେ ମୋଦି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଦିନ ଓ ସମୟ ସଂପର୍କରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଜେପିର ବରିଷ୍ଠ ନେତା ତଥା ଏନଡିଏ ନେତାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ରବିବାର ଦିନ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇବେ। ଏଥିରେ ସହିତ ଏକ ମନ୍ତ୍ରୀମଣ୍ଡଳର ମଧ୍ୟ ଶପଥ ଗ୍ରହଣ ହେବ। ଏହି ଉତ୍ସବରେ ଯୋଗଦେବା ପାଇଁ…

Read More

ଭୁବନେଶ୍ବର: ମାସେ କିମ୍ବା ଦୁଇ ମାସ ନୁହେଁ। ଏକାଥରେ ୬ ମାସ ପାଇଁ ଛୁଟିରେ ଗଲେ ବହୁ ଚର୍ଚ୍ଚିତ କାର୍ତ୍ତିକ ପାଣ୍ଡିଆନଙ୍କ ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ପୁରା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଗଲେ। ଛୁଟି ନେବା କାରଣରେ ସେ ଉଲ୍ଲେଖ କରିଛନ୍ତି ଯେ ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଲେ। ତାଙ୍କ ଛୁଟିକୁ ମଧ୍ୟ ସରକାର ଗ୍ରହଣ କରି ଅନୁମତି ପ୍ରଦାନ କରିଛନ୍ତି। ସୁଜାତାଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ରାଜ୍ୟ ବିଜେପି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ସୁଜାତାଙ୍କୁ ମିଶନଶକ୍ତି ନିର୍ଦ୍ଦେଶିକା ପଦରୁ ହଟାଇ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ସେ ଏପରି ଲମ୍ବା ଛୁଟିରେ ରହିବାକୁ ଉଚିତ ମନେ କରିଛନ୍ତି।

Read More

ଭୁବନେଶ୍ବର: ନିର୍ବାଚନ ପରେ ପରେ ପ୍ରଦେଶ କଂଗ୍ରେସ ତାହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ଦଳର ଟାଣୁଆ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଦଳ ବହିସ୍କାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ 6 ବର୍ଷ ପାଇଁ ଦଳରୁ ବହିସ୍କାର କରାଯାଇଛି। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି। ତେବେ ମାନସଙ୍କ ଏପରି ବହିସ୍କାରକୁ ନେଇ କଂଗ୍ରେସ ମହଲରେ ବେଶ ଆଲୋଚନା ଚାଲିଛି। କାରଣ ସେ କଂଗ୍ରେସ ପାଇଁ ନିର୍ବାଚନ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ କଣ ପାଇଁ ବହିସ୍କାର କରଗଲା ତାହା ଜଣାପଡି ନାହିଁ।

Read More

ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ ଦେଇଥିଲେ। ହାରିଯାଇଥିଲେ ମଧ୍ୟ ଲୋକଙ୍କ ସେବା କରିବାରେ କୌଣସି ଅବହେଳା ନ କରିବା ପାଇଁ ସେ କହିଥିଲେ। ବୈଠକ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଏକ କମିଟ ଗଠନ କରାଯିବ। ସେହି କମିଟ ତର୍ଜମା କରି ଏକ ରିପୋର୍ଟ ପ୍ରସ୍ତୁତ କରି ସଭାପତିଙ୍କୁ ପ୍ରଦାନ କରିବେ। ତେବେ ଏହି ବୈଠକରେ ପାଣ୍ଡିଆନ କାହିଁକି ଯୋଗଦେଲେ ନାହିଁ ବୋଲି ତାଙ୍କୁ ପଚରାଯାଇଥିଲା। ସେ କହିଥିଲେ ଯେ, ବୈଠକରେ କିଏ ଯୋଗଦେବ କିଏ ଯୋଗ ଦେବ ନାହିଁ ତାହା ନବୀନ ନିଷ୍ପତି କରି ଡାକିଛନ୍ତି। ଆମ ଦଳର ନେତା…

Read More

ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ବିଜେଡିର ବଡ ବିପର୍ଯ୍ୟୟର କାରଣ ପାଣ୍ଡିଆନ ବୋଲି କୁହାଯାଉଛି। ଫଳରେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ପାଣ୍ଡିଆନ ବର୍ତ୍ତମାନ ଦିଲ୍ଲୀ ଯାଇଛନ୍ତି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ କରାଯାଇଛି। ଏପରିକି ନବୀନ ତାଙ୍କୁ ବାହାର କରିଦେଲେ ବୋଲି ସେହି ଗଣମାଧ୍ୟମରେ ଖବର ପ୍ରଚାର ହେଉଛି। ଏହାକୁ ନେଇ ବିଜେଡି ଶଙ୍ଖ ଭବନରେ ଏକ ସ୍ପଷ୍ଟି କରଣ ଦେଇଛି। ଦଳର ନେତା ତଥା ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହା ଉପରେ ମତ ରଖିଛି। ଦଳ କହିଛି ଯେ, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି। ହେଲେ ତାଙ୍କ ଗସ୍ତକୁ ନେଇ କେତେକ ଗଣମାଧ୍ୟମରେ ଯେପରି ଖବର ପ୍ରସାରଣ ହେଉଛି ତାହା…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ତମାଣ୍ଡୋ ଓଭର ବ୍ରିଜ ନିକଟରେ ଏକ ଟ୍ରକରେ ନିଆଁ ଲାଗିଯାଇଛି। ଏତେ ଜୋରରେ ଧୂଆଁ ବାହାରିଥିଲା ଯେ, ଆଖପାଖ ଲୋକେ ଭୟଭିତ ହୋଇଯାଇଥିଲେ। ତେବେ ଅଗ୍ନିଶମ ବାହିନୀ ତୁରୁନ୍ତ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ନିଆଁ ଲାଗିବା ଜାଣିବା ପରେ ଟ୍ରକରୁ ଡ୍ରାଇଭର ଓ ହେଲପର ଓହ୍ଲାଇ ପଡିଥିଲେ। ଫଳରେ ସେମାନଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଘଟଣାରୁ ଜଣାପଡିଛି ଯେ, ଏକ ଟ୍ରାନସପୋର୍ଟ କଂପାନୀର ଟ୍ରକ ଲଗେଜ ନେଇ ବିଜୱାଡାରୁ କୋଲକତା ଯାଉଥିଲା। ତମାଣ୍ଡୋ ଓଭର ବ୍ରିଜ ନିକଟରେ ଟ୍ରକର ପଛ ଚକା ଫାଟିଯାଇଥିଲା। ଫଳରେ ଚକାରୁ ନିଆଁ ବାହାରି ଟ୍ରକକୁ ଧରିବାକୁ ଯାଉଥିଲା। ହେଲେ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିପାରିଛନ୍ତି।

Read More

ଭୁବନେଶ୍ବର: ଓଡିଶାର ନୂଆ ସରକାର ଗଠନ ନ ହେବା ପୂର୍ବରୁ ପ୍ରଶାସନ ସ୍ତରରେ ଧଡକନ ଆରମ୍ଭ ହୋଇଯାଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ତିନି ଉପଦେଷ୍ଠା ନିଜପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣାନ, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ। ସେହିପରି ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ମନୋଜ ହେଉଛନ୍ତି ରେଳ ବିଭାଗର ବରିଷ୍ଠ ଅଧିକାରେ। ସେ ରାଜ୍ୟ ସରକାରଙ୍କ ନିକଟକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଥିଲେ। ସେ ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ  ସେ ରେଳବିଭାଗରୁ ଇସ୍ତଫା ଦେଇ ରାଜ୍ୟ ସରକାରରେ ପୂର୍ଣ୍ଣ କାଳୀନ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ସରକାର ସେହି ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ସେ ଇସ୍ତଫା ଦେବା ପରେ ତାହାକୁ…

Read More

ଭୁବନେଶ୍ବର: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବ ବେଳେ ନିଯୁକ୍ତ ହୋଇଥିବା ତିନି ଜଣ ଉପଦେଷ୍ଠା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣା, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ। ଏହି ତିନିଜଣ ଆଇଏଏସ ଚାକିରୀରୁ ଅବସର ନେବା ପରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ତାଙ୍କର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ପ୍ରଥମେ ବରିଷ୍ଠ ଆଇଏଏ, ଆର ବାଲକ୍ରିଷ୍ଣା ମୁଖ୍ୟମନ୍ତ୍ରଙ୍କ ଉପଦେଷ୍ଠା ଭାବେ ନିଯୁକ୍ତି ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଏହାପରେ ପୂର୍ବତନ ମୁଖ୍ୟଶାସନ ସଚିବ ପଦବୀରୁ ଅବସର ପରେ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଉପଦେଷ୍ଠା ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପ୍ରଥମେ ସେ ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେଠାରୁ ସେ ଇସ୍ତଫା ଦେଇ ସିଏମଓରେ କାର୍ଯ୍ୟ କରୁଥିଲେ। ସେହିପରି ତ୍ରିପୁରାର ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ପରେ ଉପେନ୍ଦ୍ର ତ୍ରିପାଠୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ।…

Read More

ଭୁବନେଶ୍ବର: ବିଜେଡିର ବଡ ବିପର୍ଯ୍ୟୟ ପରେ ଶେଷରେ ମୁହଁ ଖୋଲିଛନ୍ତି ଭି କେ ପାଣ୍ଡିଆନ। ବିଭିନ୍ନ ମହଲରେ ସେ କୁଆଡେ ଗଲେ କଣ କରୁଛନ୍ତି ପ୍ରଭୃତି ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ସେ ହିଁ ବିଜେଡିର ମଙ୍ଗ ଧରିଥିଲେ। ହେଲେ ଦଳ ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏପରି ପରିସ୍ଥିତି ପରେ ମୁହଁ ଖୋଲିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିଜ ଟୁଇଟରରେ ସେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ” ସବୁଦିନ ସମୟ ଭଲ ଆସିଥାଏ, କିନ୍ତୁ ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଯେତେ ବାଧା ବିଘ୍ନ ଆସୁ ନା କାହିଁକି ସର୍ବଦା ବିଜୁ ଜନତା ଦଳ ସାଢେ ଚାରିକୋଟି ଓଡିଶାବାସୀଙ୍କ ସହିତ ରହିବ। ଓଡିଶା ବାସୀଙ୍କ ସହିତ ଭଲ ସମୟରେ ରହିଥିଲୁ ଏବଂ ଖରାପ ସମୟରେ ବି ରହିବୁ, ତାଙ୍କ ଭଲ ପାଇବା ଆମ ପାଇଁ ବଡ଼। ସବୁ କିଛି ମହାପ୍ରଭୁ ଶ୍ରୀ…

Read More

ନୂଆଦିଲ୍ଲୀ: ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍‌ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍‌ଗେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହିତ ତୃତୀୟ ଥର ପାଇଁ ତାଙ୍କର ଏହି ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଭଳି ଭବ୍ୟ ଅଭିନନ୍ଦନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍‌ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଟାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରେ ଏବଂ ଏହା ଦ୍ୱିପାକ୍ଷିକ ସହଭାଗୀତାର ଏକ ଅନୁକରଣୀୟ ଉଦାହରଣ। ଭୁଟାନ ଓ ଭାରତ ମଧ୍ୟରେ ରହିଥିବା ଏହି ଅଭିନବ ବନ୍ଧୁତା ଓ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।…

Read More

ଭୁବନେଶ୍ବର: ଶେଷରେ ସରିଛି ନିର୍ବାଚନ, ପୁରୀ ଲୋକସଭା ଆସନରେ ଆଗରୁ ଯାହା ଆଶା କରାଯାଉଥିଲା ତାହା ସତ ହୋଇଛି। ବିଜେପିର ସମ୍ବିତ ପାତ୍ର ୧ ଲକ୍ଷ ୪ ହଜାର ୭୦୯ ଖଣ୍ଡ ଭୋଟରେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଛନ୍ତି। ତେବେ ଆସନ୍ତୁ ଜାଣିବା ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ କେଉଁ ବିଧାନସଭାରୁ କେତେ ଭୋଟ ପାଇଲେ। ସମ୍ବିତ ପାତ୍ର, ବିଜେପି ପିପିଲି- ୧୦୨୯୬୯ ବ୍ରହ୍ମଗିରି- ୯୩୮୨୪ ପୁରୀ- ୮୪୭୫୭ ସତ୍ୟବାଦୀ- ୮୮୬୩୮ ଚିଲିକା- ୮୭୨୦୩ ରଣପୁର- ୮୪୮୪୧ ନୟାଗଡ- ୮୩୧୧୩ ଅରୂପ ପଟ୍ଟନାୟକ, ବିଜେଡି ପିପିଲି- ୮୧୬୬୫ ବ୍ରହ୍ମଗିରି- ୮୬୧୫୪ ପୁରୀ- ୬୭୬୫୮ ସତ୍ୟବାଦୀ- ୭୦୧୮୩ ଚିଲିକା- ୭୪୧୬୩ ରଣପୁର- ୬୪୮୯୨ ନୟାଗଡ- ୭୮୩୨୧ ଜୟନାରାୟଣ ପଟ୍ଟନାୟକ, କଂଗ୍ରେସ ପିପିଲି- ୪୩୮୦ ବ୍ରହ୍ମଗିରି- ୨୫୩୬ ପୁରୀ- ୬୨୫୭ ସତ୍ୟବାଦୀ- ୧୯୯୦ ଚିଲିକା- ୨୪୭୭ ରଣପୁର- ୪୦୫୦ ନୟାଗଡ- ୨୭୬

Read More

ଭୁବନେଶ୍ୱର: ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତିି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି…

Read More

ଭୁବନେଶ୍ବର: ଏଥର ଲୋକସଭା ଏବଂ ବିଧାନସଭା ଫଳାଫଳ ବେଶ ଆଶ୍ଚର୍ଯ୍ୟଜନକ ହୋଇଛି। ଏଠାରେ ବିଜେପି ବିଧାନସଭାରେ ବହୁମତ ହାସଲ କରିଥିବା ବେଳେ ଲୋକସଭାରେ ସମସ୍ତ ଆସନ ପୋଛି ନେଇଛି। ଏକମାତ୍ରା କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେ ହେଉଛନ୍ତି କୋରାପୁଟ ଆସନର ସପ୍ତଗିରି ଉଲ୍ଲାକା। ଗତଥର ବିଜେପି ମାତ୍ର ଆଠଟି ଲୋକସଭା ଆସନରେ ବିଜୟ ଲାଭ କରିଥିଲା ବେଳେ ବିଜେଡି 12 ଟି ଆସନରେ ବିଜୟ ଲାଭ କରିଥିଲା। ଏଥର ବିଜେଡି 17ଟି ଆସନ ହାସଲ କରିବ ବୋଲି ଆଶା ରଖିଥିଲା। ହେଲେ ଶେଷରେ ତାହା ଧୂଳିସାତ ହୋଇଛି। ଭୋଟ ଗଣତିର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଜପୁରରୁ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ଶେଷ ମୂହୁର୍ତ୍ତରେ ସେ ମଧ୍ୟ ପରାଜୟ କଲେ। ଏହା ବିଜେଡିର ଏକ ବଡ ବିପର୍ଯ୍ୟୟ।

Read More

ଭୁବନେଶ୍ବର: ବିଧାନସଭା ନିର୍ବାଚନରେ ଏଥର ତିନି ଦଳର ସେନାପତି ବା ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେମାନେ ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚେଷ୍ଠା କରିଥିବା ବେଳେ ନିଜେ ନିର୍ବାଚନ ବୈଇତରଣୀ ପାର ହୋଇପାରି ନାହାଁନ୍ତି। ସେମାନେ ହେଲେ ବିଜେପି ସଭାପତି ମନମୋହନ ସାମଲ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରେ ଛିଡା ହୋଇ ଗୋଟିଏରେ ଜିତିଥିବା ବେଳେ ଅନ୍ୟ ଗୋଟେ ଆସନରେ ପରାଜୟ ବରଣ କରିଛନ୍ତି। ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ନିର୍ବାଚନ ଜିତିଛନ୍ତି। ହେଲେ ସେଠାରେ ସେ ମାତ୍ର 4 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କଣ୍ଟାବାଞ୍ଜିରେ ନବୀନ 16 ହଜାର ଭୋଟରେ ହାରିଯାଇଛନ୍ତି। ସେହିପରି ବିଜେପି ସଭାପତି ମନମୋହନ ସାମଲ ଭଦ୍ରକର ଚାନ୍ଦବାଲି ଆସନରୁ ହାରିଯାଇଛନ୍ତି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ…

Read More

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ଲୋକସଭା ଆସନକୁ ଅକ୍ତିୟାର କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମନ୍ନଥ ରାଉତରାୟଙ୍କୁ 35 ହଜାର 152 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅପରାଜିତା ମୋଟ 5 ଲକ୍ଷ 12 ହଜାର 519 ଭୋଟ ପାଇଛନ୍ତି। ସେ ବିଜୟ ଲାଭ କରିବା ପରେ ବିଧି ମୁତାବିକ ତାଙ୍କର ବିଜୟ ପ୍ରମାଣ ପତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କଠାରୁ ଗ୍ରହଣ କରିଛନ୍ତି। ଗତକାଲି ଫଳାଫଳ ବାହାରିବା ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସି ଏହି ପ୍ରମାଣ ପତ୍ର ହାସଲ କରିଛନ୍ତି। ଏହାକୁ ଲୋକସଭାରେ ଦେଖାଇବା ପରେ ସେ ସାଂସଦ ଭାବେ ଶପଥ ଗ୍ରହଣ କରିବେ।

Read More

ଭୁବନେଶ୍ୱର: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଲୋକସଭାର ଜନସାଧାରଣଙ୍କ ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ନେତୃମଣ୍ଡଳୀ ଓଡ଼ିଶାର ସେବା କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏକବିଂଶ ଶତାବ୍ଦୀରେ…

Read More