ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା…
Author: Samikhsya Bureau
ରଣପୁର: ବିଧାନସଭା ନିର୍ବାଚନରେ ରଣପୁର ଆସନରୁ ବିଜେପି ପ୍ରାର୍ଥୀନୀ ସୁରମା ପାଢୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟନାରାୟଣ ପ୍ରଧାନ (ବାଦଲ) କୁ ୧୫୩୪୬ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହା ପରେ ସୁରମା ଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ବିଜେଡି ମହଲରେ ନୈରାସ୍ୟ ଭାବ ଖେଳିଯାଇଛି । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ,ବିଜେଡି , କଂଗ୍ରେସ .ସିପିଏମ ସହ ୭ ଜଣ ପ୍ରାର୍ଥୀ ପ୍ରତିନ୍ଦନ୍ଦିତା କରୁଥିଲେ। ଏହି ନିର୍ବାର୍ଚନରେ ବିଜେପି ପ୍ରାର୍ଥୀ ସୁରମା ପାଢୀ ମୋଟ ୮୧୦୦୨ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସତ୍ୟନାରାୟଣ ପ୍ରଧାନ ୬୫୬୫୬ ଖଣ୍ଡ ଭୋଟ ପାଇଥିଲେ । ଯାହାଫଳରେ ସୁରମା ସତ୍ୟନାରାୟଣଙ୍କଠାରୁ ୧୫୩୪୬ ଭୋଟ ଅଧିକା ପାଇଁ ବିଜୟୀ ଲାଭ କରିଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ପ୍ରାଥୀ ର୍ ବିଭୁପ୍ରସାଦ ମିଶ୍ର ୪୯୧୨ ଭୋଟ ପାଇଛନ୍ତି । ୨୦୦୦ ମସିହାରେ…
ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶେଷରେ ହାରିଯାଇଛନ୍ତି। ଭଦ୍ରକ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ 83063 ଖଣ୍ଡ ଭୋଟ ହାସଲ କରିଛନ୍ତି। ମନମୋହନ ବିଜେପି ବିଜେଡି ମେଣ୍ଟ ନ କରିବା ପାଇଁ ସେ ବହୁ ସଂର୍ଘର୍ଷ କରିଥିଲେ। ସେ ପ୍ରବଳ ବିରୋଧ କରିଥିଲେ। ଦାବୀ କରିଥିଲେ ଯେ, ଓଡିଶାରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର କରିବ। ତାଙ୍କ କଥା ଅନୁସାରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଛି ହେଲେ ସେ ହାରିଗଲେ।
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେଡି ମାତ୍ର 51ଟି ଆସନରେ ବିଜୟ ଲାଭ କରି ସତ୍ତାରୁ ଓହରିଯାଇଛି। ତେବେ ଏହି ଭିତରେ ଦଳର ଟାଣୁଆ 12 ଜଣ ମନ୍ତ୍ରୀ ସେମାନେ ମଧ୍ୟ ହାରିଯାଇଛନ୍ତି। ସେମାନେ ହେଲେ 1- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଆସନରୁ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠୁ ୪୬୨୧ଖଣ୍ଡ ଭୋଟରେ ହାରି ଯାଇଛନ୍ତି। 2- ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକଙ୍କଠୁ ୧୬୩୨୪ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। 3- ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନିଜର ବୌଦ୍ଧ ଆସନରୁ ବିଜେପିର ସରୋଜ ପ୍ରଧାନଙ୍କଠୁ ୨୭୬୫ଖଣ୍ଡ ଭୋଟରେ ହାରି ଯାଇଛନ୍ତି। 4- ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପିର ନବଚରଣ ମାଝୀଙ୍କଠୁ ୨ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। 5- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ବିଜେପିର…
ଭୁବନେଶ୍ବର: ନିଜର ଦୀର୍ଘ ରାଜନୈତିକ ଜୀବନରେ କେବେ ବି ହାରି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ସେ ହାରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିଲେ। ଗୋଟିଏ ଥିଲା ତାଙ୍କର ପାରଂପାରିକ ହିଞ୍ଜିଳି ଆସନ ସହିତ ଏଥର ନୂଆ କରି ବଲାଙ୍ଗିରର କଣ୍ଟାବାଞ୍ଜିରେ ମଧ୍ୟ ଛିଡା ହୋଇଥିଲେ। ତେବେ ଏହି ଦୁଇ ଆସନରୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରେ ହାରିଯାଇଥିବା ବେଳେ ହିଞ୍ଜିଳିରୁ ମାତ୍ର 4 ହଜାର 6 ଶହ 36 ଭୋଟରେ ବିଜୟ ଲାଭ କରିଛନ୍ତି। ଏତେ କମ ବ୍ୟବଧାନରେ ଜିତିବା ମଧ୍ୟ ନବୀନଙ୍କ ପାଇଁ ଏକ ଅପମାନର କଥା। ସେ ପୂର୍ବରୁ 50 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତୁଥିବା ବେଳେ ଏଥର ସେ ବ୍ୟବଧାନ ସାଧାରଣ ପ୍ରାର୍ଥୀଙ୍କ ପରି ସ୍ଥିତି ହୋଇଯାଇଛି। କଣ୍ଟାବାଞ୍ଜିରେ ସେ ପ୍ରାୟ 16 ହଜାର ଭୋଟରେ ହାରିଯାଇଛନ୍ତି।
ଭୁବନେଶ୍ବର: ଓଡିଶା ବିଧାନସଭାର ପ୍ରାୟ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁମାନେ ବିଜୟ ଲାଭ କରିଛନ୍ତି ସେମାନଙ୍କ ନାମ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ପ୍ରକାଶ କରିଛନ୍ତି। ସେହି ଅନୁସାରେ ବିଜେତା ପ୍ରାର୍ଥୀମାନେ ହେଲେ.. ବ୍ରଜରାଜନଗର-ସୁରେଶ ପୂଜାରୀ-ବିଜେପି ଝାରସୁଗୁଡା-ଟଙ୍କଧର ତ୍ରପାଠୀ-ବିଜେପି ତଲସରା-ଭବାନୀ ଶଙ୍କର ଭୋଇ- ବିଜେପି ରଘୁନାଥପାଲି- ଦୁର୍ଗା ଚରଣ ତନ୍ତୀ-ବିଜେପି କୁଚିଣ୍ଡା- ରବିନାରାୟଣ ନାୟକ-ବିଜେପି ସମ୍ବଲପୁର-ଜୟନାରାୟଣ ମିଶ୍ର-ବିଜେପି ତେଲକୋଇ- ଡ. ଫକୀର ମୋହନ ନାଏକ-ବିଜେପି କେନ୍ଦୁଝର-ମୋହନ ଚରଣ ମାଝି-ବିଜେପି ଯଶିପୁର-ଗଣେଶରାମ ସିଂହଖୁଣ୍ଟିଆ-ବିଜେପି ବାଙ୍ଗିରିପୋଷୀ-ସଂଜଲି ମୁର୍ମୁ-ବିଜେପି କରଂଜିଆ- ପଦ୍ମତରଣ ହାଇବୁର-ବିଜେପି ଅନୁଗୁଳ-ପ୍ରତାପ ଚନ୍ଦ୍ର ପ୍ରଧାନ-ବିଜେପି ଛେଣ୍ଡିପଦା-ଅଗସ୍ତୀ ବେହେରା-ବିଜେପି ବିରମହାରାଜପୁର-ରଘୁନାଥ ଜଗଦଲା-ବିଜେପି ଉମରକୋଟ-ନିତ୍ୟାନନ୍ଦ ଗୋଣ୍ଡ- ବିଜେପି ଧର୍ମଗଡ଼-ସୁଧୀର ରଂଜନ ପାଟ୍ଟଯୋଶୀ-ବିଜେପି କଣ୍ଟାମାଳ-କହ୍ନାଇ ଚରଣ ଗଣ୍ଡ-ବିଜେପି ବୌଦ୍ଧ-ସରୋଜ କୁମାର ପ୍ରଧାନ-ବିଜେପି କଟକ ସଦର-ପ୍ରକାଶ ଚନ୍ଦ୍ର ସେଠୀ-ବିଜେପି ପିପିଲି-ଆଶ୍ରିତ ପଟ୍ଟନାୟକ-ବିଜେପି ଖୋର୍ଦ୍ଧା-ପ୍ରଶାନ୍ତ କୁମାର ଜଗଦେବ-ବିଜେପି ଚିଲିକା- ପୃଥ୍ଵୀରାଜ ହରିଚନ୍ଦନ-ବିଜେପି ରଣପୁର-ସୁରମା ପାଢ଼ୀ-ବିଜେପି ଖଣ୍ଡପଡ଼ା-ଦୁଷ୍ମନ୍ତ କୁମାର ସ୍ୱାଇଁ- ବିଜେପି ଭଂଜନଗର-ପ୍ରଦ୍ୟୁମ୍ନ କୁମାର ନାୟକ-ବିଜେପି ଖଲିକୋଟ-ପୂର୍ଣ୍ଣ…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ବର୍ତ୍ତମାନ ସୁଦ୍ଧା ଗଣତି ଚାଲିଥିଲେ ମଧ୍ୟ ଯାହା ସ୍ଥିତି ଆସିଛି ତାହା କେହି କେବେ ଭାବି ନ ଥିଲେ। ଏତେ ସଂଖ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେହିପରି ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ନବୀନଙ୍କ ବିଜେଡି ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେବ। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି 80 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ମାତ୍ର 50ଟି ଆସନରେ ଆଗୁଆ ରହିଛି। ଓଡିଶାରେ ସରକାର ଗଠନ କରିବା ପାଇଁ ଦରକାର 74ଟି ଆସନ। ଏହି ଆସନରୁ ଢେର ଆଗରେ ରହିଛି ବିଜେପି। ସେହିପରି ଲୋକସଭାରେ ମଧ୍ୟ ବିଜେଡିର ବଡ ବିପର୍ଯ୍ୟୟ ଘଟିଛି। କାରଣ ଏଥିରେ ମଧ୍ୟ ବିଜେଡି ମାତ୍ର ଗୋଟିଏ ଆସନରେ ଆଗରେ ରହିଛି। ବିଜେପି 19ଟି ଆସନରେ ଆଗରେ ଅଛି। ସେହିପରି କଂଗ୍ରେସ ମଧ୍ୟ କୋରାପୁଟରେ…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭାର ଫଳାଫଳ ବଡ ରୋଚକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଯାହା କେହି କଳ୍ପନା କରି ନ ଥିଲେ ତାହା ଘଟିଛି। ବର୍ତ୍ତମାନ ବିଜେପି ସର୍ବାଧିକ ଆସନରେ ଆଗୁଆ ରହି ଜିତିବା ସ୍ଥିତିରେ ରହିଛି। ଏପରିକି ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବର 74 ପାର ହୋଇସାରିଛି। ଫଳରେ ଏଥର ରାଜ୍ୟରେ ବିଜେପି ସରକାର କରିବା ନିଶ୍ଚିତ ହୋଇଛି। ବିଭିନ୍ନ ଦଳର ବର୍ତ୍ତମାନର ସ୍ଥିତି ହେଲା ବିଜେପି- 81 ବିଜେଡି- 47 କଂଗ୍ରେସ- 15 ଅନ୍ୟାନ୍ୟ- 04
ଭୁବନେଶ୍ବର: ଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ ଅଛନ୍ତି। ମୋଟ 19 ରାଉଣ୍ଡ ମଧ୍ୟରୁ 10 ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ 4582 ଭୋଟ ଆଗରେ ଅଛନ୍ତି। ବିଭିନ୍ନ ପ୍ରାର୍ଥୀଙ୍କୁ 10 ରାଣ୍ଡରେ ଯେତେ ଭୋଟ ପାଇଛନ୍ତି ତାହା ହେଲା 1- ପ୍ରଶାନ୍ତ ଜଗଦ୍ଦେବ, ବିଜେପି- 43193 2- ରାଜେନ୍ଦ୍ର ସାହୁ, ବିଜେଡି- 38611 3-କାଳୁ ଖଣ୍ଡାତରାୟ, ସ୍ବାଧୀନ- 13317 4- ସୋନାଲି ସାହୁ, କଂଗ୍ରେସ- 2088
ଭୁବନେଶ୍ବର: କେଉଁଝରର ଘସିପୁରା ବିଧାନସଭା ଆସନରେ ଏକ ଭିନ୍ନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରେ ନବୀନ ଏବଂ ମୋଦୀ ହ୍ୱାୱା ଚାଲିଥିବା ବେଳେ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ସୌମ୍ୟରଂଜନ ପଟ୍ଟନାୟକ 2110 ଭୋଟ ଆଗରେ ଅଛନ୍ତି। ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପ୍ରାର୍ଥୀ କେତେ ଭୋଟ ହାସଲ କରିଛନ୍ତି। 1- ସୌମ୍ୟରଂଜନ ପଟ୍ଟନାୟକ, ସ୍ବାଧୀନ- 39986 2- ବଦ୍ରିନାରାୟଣ ପାତ୍ର, ବିଜେଡି- 37876 3-ଶମ୍ବୁନାଥ ରାଉତ, ବିଜେପି- 16078
ଭୁବନେଶ୍ବର: ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଲୋକସଭା ଆସନ ପୁରୀରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅରୂପ ପଟ୍ଟନାୟକଙ୍କଠାରୁ ବେଶ ଆଗରେ ରହିଛନ୍ତି। ଗଣତି ଅନୁସାରେ 43118 ଖଣ୍ଡ ଭୋଟରେ ସମ୍ବିତ ଆଗରେ ଅଛନ୍ତି। ସେମାନଙ୍କର ଭୋଟ ହାସଲ କରିଥିବା ସଂଖ୍ୟା ହେଲା 1- ସମ୍ବିତ ପାତ୍ର, ବିଜେପି- 240092 2- ଅରୂପ ପଟ୍ଟନାୟକ, ବିଜେଡି- 195650 3- ଜୟନାରାୟଣ ପଟ୍ଟନାୟକ, କଂଗ୍ରେସ- 8114 4- ନୋଟା- 3057
ଭୁବନେଶ୍ବର: ଓଡିଶାରେ ସବୁଠାରୁ ବଡ ଲଢେଇ ସମ୍ବଲପୁର ଲୋକସଭାରେ ହେଉଥିଲା। ତେବେ ଗଣତି ପରେ ସେଠାରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ରହିଛନ୍ତି। ସେ 36501 ଭୋଟରେ ଆଗରେ ରହିଛନ୍ତି। ପଛରେ ପଡିଯାଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ଗଣତି ହିସାବରେ ସମ୍ବଲପୁରରେ ଯେଉଁ ପ୍ରାର୍ଥୀ ଭୋଟ ହାତେଇଛନ୍ତି ତାହା ହେଲା 1- ଧର୍ମେନ୍ଦ୍ର ପ୍ରଧାନ, ବିଜେପି – 177105 2- ପ୍ରଣବ ପ୍ରକାଶ ଦାସ, ବିଜେଡି- 144613 3- ନଗେନ୍ଦ୍ର ପ୍ରଧାନ, କଂଗ୍ରେସ- 29333
ଭୁବନେଶ୍ବର: ଓଡିଶାର ବିଭିନ୍ନ ଆସନରେ ବିଜେପି ଅଗ୍ରସର ହେବାରେ ଲାଗିଛି। ସେହି ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି। ସେ 8781 ଭୋଟରେ ଆଗୁଆ ଅଛନ୍ତି। ବିଭିନ୍ନ ପ୍ରାର୍ଥୀ ପାଇଥିବା ଭୋଟ ହେଲା 1- ଅପରାଜିତା ଷଡଙ୍ଗୀ, ବିଜେପି- 127501 2- ମନ୍ନଥ ରାଉତରାୟ, ବିଜେଡି- 118720 3- ସୟଦ ୟାସିର ନୱାଜ- 14295
ଭୁବନେଶ୍ବର: ବର୍ତ୍ତମାନ ଭୋଟ ଗଣତି ଟ୍ରେଣ୍ଡ ଅନୁସାରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପଥରେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି। ବର୍ତ୍ତମାନ ଭୋଟ ଗଣତିରୁ ବିଜେପି ଆଗରେ ରହିଥିବା ବେଳେ ବିଜେଡି ପଛରେ ପଡିଛି। ଗଣତି ଅନୁସାରେ ବିଜେପି- 78 ବିଜେଡି- 54 କଂଗ୍ରେସ- 11 ଅନ୍ୟାନ୍ୟ- 03
ଭୁବନେଶ୍ବର: ବିଜେଡି ବିଜେପି ଲଢେଇ ଭିତରେ ବର୍ତ୍ତମାନ କଂଗ୍ରେସ ତାହାର ସ୍ଥିତି ରଖିବା ପାଇଁ ଚେଷ୍ଠା କରିବାରେ ଲାଗିଛି। ତେବେ ଗଣତି ଅନୁସାରେ ବର୍ତ୍ତମାନ ବିଜେପି 71 ଏବଂ ବିଜେଡି 47 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 13ଟି ଆସନରେ ଆଗୁଆ ରହିଛି। ସେଗୁଡିକ ହେଲା ରାଜଗାଂଗପୁର, ଉଦଳା, ଭଣ୍ଡାରୀପୋଖରୀ, ବାସୁଦେବପୁର, ଭବାନୀପାଟଣା, ମୋହନା, ଗୁଣୁପୁର, ରାୟଗଡା, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ମାଲକାନାଗିରି, ଚିତ୍ରକୋଣ୍ଡା। ଭଣ୍ଡାରୀପୋଖରୀରେ ନିରଞ୍ଜନ ପଟ୍ଟନାୟକ, ଜୟପୁରରେ ତାରା ବାହିନୀପତି, ବାସୁଦେବପୁରରୁ ଅଶୋକ ଦାସ ଆଗରେ ଅଛନ୍ତି।
ଭୁବନେଶ୍ବର: ଓଡିଶା ବିଧାନସଭାରେ ବର୍ତ୍ତମାନ ଗଣନା ଅନୁସାରେ ବିଜେପି ଆଗରେ ରହିଛି। ପଛରେ ପଡିଯାଇଛି ବିଜେଡି। ସେହିପରି କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ। ବର୍ତ୍ତମାନ ଗଣନା ଅନୁସାରେ ବିଭିନ୍ନ ଦଳର ଆଗୁଆ ସ୍ଥିତି ରହିଛି ତାହା ହେଲା ବିଜେପି- 60 ବିଜେଡି- 45 କଂଗ୍ରେସ- 10 ସିପିଆଇଏମ- 01 ଜେଏମଏମ- 01 ସ୍ବାଧୀନ- 01
ଭୁବନେଶ୍ବର: ବଡଚଣାରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତି ଆସିଛି। ସେଠାରେ ବିଜେଡି ପ୍ରାର୍ଥୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପଛରେ ପଡିଯାଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ଅମର ନାୟକ ବର୍ଷାଙ୍କଠାରୁ 1228 ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭୋଟ ସଂଖ୍ୟା ହେଲା ବର୍ଷା ପ୍ରିୟଦର୍ଶିନୀ, ବିଜେଡି- 33521 ଅମର ନାୟକ, ବିଜେପି – 4749 ଅଜୟ ସାମଲ, କଂଗ୍ରେସ- 126
ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତର ତୃତୀୟ ରାଉଣ୍ଡ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 50 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି 30 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 6 ଟି ଏବଂ ଗୋଟିଏରେ ସିପିଆଇଏମ ଓ ସ୍ବାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି। ଫଳାଫଳ ଅନୁସାରେ ବ୍ରହ୍ମଗିରି, ପିପିଲି, ଚିଲିକା, ନିମାପଡା ପ୍ରଭୃତି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କାକଟପୁର, ପୁରୀ, ଝାରସୁଗୁଡା, ଦେଓଗଡ ପ୍ରଭୃତି ଆସନରେ ବିଜେଡି ଏବଂ ବାସୁଦେବପୁର, ଆନନ୍ଦପୁର, ସାନଖେମୁଣ୍ଡି, ଜୟପୁରରେ କଂଗ୍ରେସ ଆଗୁଆ ରହିଛି। ଘଷିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗୁଆ ଅଛନ୍ତି।
ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତ ଜାରୀ ରହିଥିବା ବେଳେ ଇତି ମଧ୍ୟରେ ଏକ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 38 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି 23 ଟି ଆସନରେ ଆଗୁଆ ରହିଛି। ଫଳାଫଳ ଅନୁସାରେ ବ୍ରହ୍ମଗିରି, ପିପିଲି, ଚିଲିକା, ନିମାପଡା ପ୍ରଭୃତି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କାକଟପୁର, ପୁରୀ, ଝାରସୁଗୁଡା, ଦେଓଗଡ ପ୍ରଭୃତି ଆସନରେ ବିଜେଡି ଏବଂ ବାସୁଦେବପୁର, ଆନନ୍ଦପୁର, ସାନଖେମୁଣ୍ଡି, ଜୟପୁରରେ କଂଗ୍ରେସ ଆଗୁଆ ରହିଛି।
ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ତେବେ ନିୟମ ଅନୁସାରେ ପ୍ରଥମେ ସକାଳ ଆଠଟାରୁ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଛି। ଏଥିରେ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଥିବା ବେଳେ ବିଧାନସଭାରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ ଅଛନ୍ତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ 8 ଟା 30 ମିନଟରେ ବର୍ତ୍ତମାନ ଇଭିଏମ ଗଣତି ଆରମ୍ଭ ହୋଇଯାଇଛି। ଆଜି ଓଡିଶାର 70ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମେ ଗଣତି ଅଧିକାରୀ ଏବଂ ରାଜନୈତିକ ଏଜେଣ୍ଟମାନେ କେନ୍ଦ୍ରରେ ପହଞ୍ଚିବା ପରେ ଶପଥ ପାଠ କରାଯାଇଥିଲା। ଏଥିରେ ଭିତର କଥା କିପରି ବାହାରକୁ ଯିବ ନାହିଁ ତାହା ଶପଥ କରାଯାଇ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଥିଲା।
ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ । ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ବିଧାନସଭା କ୍ଷେତ୍ର ପାଇଁ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ୱେର ହାଉସ ଠାରେ ଭୋଟ ଗଣତି ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ସ୍ଵଛ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାରି ନିର୍ଦ୍ଦେଶାନାମାର ପାଳନ ପୂର୍ବକ ମତଦାନ ଗଣନା କେନ୍ଦ୍ର ପରିସରରେ କୌଣସି ପ୍ରକାର ମୋବାଇଲ ଫୋନ, ଟାବଲେଟ, ସ୍ମାର୍ଟ ୱ୍ୟାଚ, ଯୋଗାଯୋଗ ରକ୍ଷା ଓ ରେକର୍ଡ଼ିଂ କରିବା ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ ଯାରି…

