Author: Samikhsya Bureau

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ବହୁ ପ୍ରତୀକ୍ଷିତ ତଥା ବହୁ ଲୋକଙ୍କ ଜୀଜ୍ଞାଶାର ପୂର୍ଣ୍ଣଛେଦ ପଡିବ। କାରଣ ଆସନ୍ତାକାଲି ଆସିବ ଭୋଟ ଗଣତିର ଫଳାଫଳ। କିଏ ଜିତିବ କିଏ ହାରିବ ତାହା ଆସନ୍ତାକାଲି ଜଣାପଡିବ। ଦୀର୍ଘ ଦିନ ଧରି ଖରାରେ ଟଙ୍କା ଖର୍ଚ୍ଚ କରି ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳାଫଳ ଆସିବ। ସେଥିପାଇଁ ନେତା ବା ପ୍ରାର୍ଥୀମାନଙ୍କର ଛାତି ଆଜିଠାରୁ ଧକଧକ ହେବା ଆରମ୍ଭ କରିସାରିଲାଣି। ଏପରିକି କେତେକ ପ୍ରାର୍ଥୀ ଭଲରେ କିଛି ଖାଇପାରୁ ନାହାଁନ୍ତି। କିଏ ଛାତ ଉପରେ ଖାଲି ପାଗଳଙ୍କ ପରି ବୁଲୁଥିବାର ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଯେଉଁଠି ଜିତିବାର ସମ୍ଭାବନା ଅଛି ସେମାନଙ୍କ ଅପେକ୍ଷା ଟକ୍କର ପରିସ୍ଥିତି ଥିବା ପ୍ରାର୍ଥୀମାନେ ଭାରୀ ଚିନ୍ତାରେ ଅଛନ୍ତି। କେତେବେଳେ ସକାଳ ପାଇବ, କେତେବେଳେ ଗଣତି ଆରମ୍ଭ ହେବ, କେତେବେଳେ ମୁଁ ଆଗୁଆ ହେବି ସେ ନେଇ ସବୁ ପ୍ରାର୍ଥୀଙ୍କ ମୁଣ୍ଡ ଚକ୍କର ଖାଉଛି। ତେବେ ବହୁ ପ୍ରାର୍ଥୀ ବଡି…

Read More

ଭୁବନେଶ୍ବର: ଶେଷ ଓଡିଶାର ଷୋଢଶ ବିଧାନସଭା ଭଙ୍ଗ ହୋଇଛି। ଏ ନେଇ ରାଜ୍ୟପାଳ ସ୍ବୀକୃତ ଦେବା ପରେ ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନିୟମ ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ଷୋଢଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ଯାହାକୁ ରାଜ୍ୟପାଳ ଗ୍ରହଣ କରି ସଂସଦୀୟ ବିଭାଗକୁ ପଠାଇଦେଇଛନ୍ତି। ଆସନ୍ତାକାଲି ମଙ୍ଗଳବାରରେ ଭୋଟ ଗଣତି ହେବା ପରେ ନୂଆ ସରକାର ନେଇ ସ୍ପଷ୍ଟ ଚିତ୍ର ଆସିବ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଏହି କ୍ୟାବିନେଟ ବୈଠକ ହେଉଛି ଚଳିତ ବିଧାନସଭାର ଶେଷ ବୈଠକ। କାରଣ ଆସନ୍ତାକାଲି ଭୋଟ ଗଣତି ପରେ କିଏ ନୂଆ ସରକାର ଗଠନ କରିବ ତାହା ସ୍ପଷ୍ଟ ହେବ। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଶେଷ କ୍ୟାବିନେଟ ବୈଠକରେ ଆଜି ରାଜ୍ୟ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳକୁ ସୁପାରିଶ କରାଯାଇଛି। ନିୟମ ଅନୁସାରେ ନୂଆ ସରକାର ଗଠନ ପୂର୍ବରୁ ପୁରୁଣା ସରକାର ଭାଙ୍ଗ ପାଇଁ ରାଜ୍ୟପାଳଙ୍କୁ କ୍ୟାବିନେଟର ସୁପାରିଶ କରାଯାଇଥାଏ। ସେହି ଅନୁସାରେ ଆଜି ସରକାର ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ କରାଯାଇଛି। ଏହାପରେ ରାଜ୍ୟପାଳ ବିଧାନସଭା ଭଙ୍ଗ ହେଲା ବୋଲି ଘୋଷଣା କରିବେ। ଏଥିସହିତ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ ପୁରୁଣା ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦେବେ।

Read More

ଭୁବନେଶ୍ବର: ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ସରକାର କରିବ। ବହୁ ମତରେ ସେ ଏଥର ବିଧାନସଭାରେ ବିଜୟ ଲାଭ କରିବେ। ଏହିପରି ଏକ ସର୍ଭେ କରିଛି ଭାରତର ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ ନାଓ। ଏହି ସଂସ୍ଥାର ସର୍ଭେ ଅନୁସାରେ ବିଜେଡି ପୂର୍ଣ୍ଣ ବହୁମତରୁ ଢେରେ ଆଗରେ ରହିଛି। ଫଳରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସ୍ପଷ୍ଟ ହୋଇଛି। ଏହି ସର୍ଭେ ଅନୁସାରେ ବିଜେଡି ଓଡିଶା ବିଧାନସଭାର ମୋଟ 147 ଆସନରୁ ହାସଲ କରୁଛି 100 ରୁ 115 ଆସନ। ବର୍ତ୍ତମାନ ବିଜେଡିର ବିଧାନସଭାରେ 113 ଜଣ ସଦସ୍ୟ ଅଛନ୍ତି। ତେଣୁ ଆକଳନ ଅନୁସାରେ ଏଥ ବିଜେଡିକୁ ସେହି ସମାନ ସଂଖ୍ୟା କିମ୍ବା ତାହାଠାରୁ ସାମାନ୍ୟ ଅଧିକା ଆସନ ମିଳୁଛି। ସେହିପରି ବିଜେପି ହାସଲ କରୁଛି ମାତ୍ର 30 ରୁ 38 ଆସନ। ଅର୍ଥାତ ବର୍ତ୍ତମାନର ସଂଖ୍ୟାଠାରୁ ସାମନ୍ୟ ଅଧିକ। ତେବେ ଏହି…

Read More

ଲେଖକ: ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ  ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି। ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି… ମୁଁ ନିଜ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛି । ବାସ୍ତବରେ ଏହି ୨୪ ନିର୍ବାଚନରେ ଅନେକ ସୁଖଦ ସଂଯୋଗ ଦେଖିବାକୁ ମିଳିଛି। ଅମୃତକାଳର ଏହି ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଠରୁ ପ୍ରଚାର ଆରମ୍ଭ କରିଥିଲି । ମା’ ଭାରତୀର ପରିକ୍ରମା କରି ଏହି ନିର୍ବାଚନର ମୋର ଶେଷ ସଭା ପଞ୍ଜାବର ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା। ସନ୍ଥ ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି ପଞ୍ଜାବରେ ଶେଷ…

Read More

ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ ପରିଶ୍ରମ ଏବଂ ଜାନ ଲଗାଇ ଲଢେଇ କରିଛନ୍ତି ସେହି ପ୍ରାର୍ଥୀ ଜିତିବ କି ନାହିଁ ତାହାକୁ ଅପେକ୍ଷା କରି ରହିଛନ୍ତି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟାନ୍ୟ ସ୍ଥାନରେ କେଉଁ ପ୍ରାର୍ଥୀ ଜିତିବ ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଚିଲିକାରେ କିଏ ଜିତିବ ତାହା ଜଣାପଡୁ ନାହିଁ। କାରଣ ଚିଲିକାରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ସହିତ ବିଜେପିର ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି। ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର କର୍ମିମାନେ ଖାତାକଲମ ଧରି ହିସାବ ନିକାସ କରିଥିଲେ। ତେବେ ସେହି ହିସାବରେ ଯେତେ ଯିଏ…

Read More

ଭୁବନେଶ୍ବର: ପାଖେଇଲାଣି ସାବିତ୍ରୀ ବ୍ରତ। ଏହି ଦିନ ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି।  ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେ ଘରେ ପାଳନ କରାଯାଇଥାଏ। ସାବିତ୍ରୀ ଅମାବାସ୍ୟା ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ: ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ। ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: – – ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ। – କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ। – ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ ନକାରାତ୍ମକ…

Read More

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା 70.67 ପ୍ରତିଶତ।

Read More

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର‌୍ୟ୍ୟାଳୟ ତରଫରୁ ଏ ସମ୍ପର୍କରେ ବିଭିନ୍ନ ଉପଦେଶାବଳୀ ଦିଆଯାଇଛି। ସଂପ୍ରତି ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ, ଏଥିପାଇଁ ସମସ୍ତ ଜନସାଧାରଣ ଅତି ଉତ୍ତପ୍ତ ସମୟ ମଧ୍ୟରେ, ସାଧାରଣତଃ ଦିନ ୧୦ ଟା ବା ୧୧ ଟାରୁ ଦିନ ୩ଟା ମଧ୍ୟରେ ଯେ କୌଣସି କାମ ଯଥା, ବ୍ୟକ୍ତିଗତ କାମ ହେଉ, କୌଣସି ଠିକାଦାରଙ୍କ…

Read More

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୨ ପ୍ରତିଶତ ରହିଛି ଓ ଭୋଟିଂ ସମାପ୍ତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ। ରାଜ୍ୟରେ ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି। ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଭୋଟର ସାମିଲ ହୋଇ ନିଜ ଅଧିକାର…

Read More

ଭୁବନେଶ୍ବର: ଆଜି ନିର୍ବାଚନ ସରିବା ପରେ ପ୍ରକାଶ ପାଇଛି ଏଗଜିଟ ପୁଲ ବା ବୁଥ ବାହୁଡା ଫଳାଫଳ। ସେହି ଅନୁସାରେ ଓଡିଶା ଲୋକସଭା ନିର୍ବାଚନରେ ବିଜେପି ଭଲ କରୁଥିବା ବେଳେ ବିଜେଡି ସଂଖ୍ୟା ହ୍ରାସ ପାଇଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା ଇଣ୍ଡିଆ ଟିଭି ସିଏନଏକ୍ସ ବିଜେଡି- 4 ରୁ 6 ବିଜେପି- 15 ରୁ 17 କଂଗ୍ରେସ- 0 ରୁ 1 ଜନ କୀ ବାତ୍ ବିଜେଡି- 4 ରୁ 6 ବିଜେପି- 15 ରୁ 17 କଂଗ୍ରେସ- 0 ରୁ 1 ନ୍ୟୁଜ 24 ବିଜେଡି- 4 ବିଜେପି- 16 କଂଗ୍ରେସ- 1 ରିପବ୍ଲିକ ଟିଭି ବିଜେଡି- 08 ବିଜେପି- 13 କଂଗ୍ରେସ- 00

Read More

ନୂଆଦିଲ୍ଲୀ: ଆସନ୍ତାକାଲି ବିଧାନସଭା ଆସନର ହେବ ଭୋଟ ଗଣତି। ଆସନ୍ତାକାଲି ରବିବାରରେ ସକାଳ ୬ ଟାରୁ ଗଣତି ଆରମ୍ଭ ହେବ। ତେବେ ଏହି ଗଣତି କେବଳ ଅରୁଣାଚଳ ପ୍ରଦେଶ ଓ ସିକିମରେ କରାଯିବ। ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ଭୋଟ ଗଣତି ଲୋକସଭା ସହିତ ଜୁନ ୪ ତାରିଖରେ କରାଯିବ। ଅରୁଣାଚଳ ପ୍ରଦେଶ ବିଧାନସଭାର ମୋଟ ୬୦ଟି ଆସନରୁ ୫୦ଟିରେ ଭୋଟ ଗଣତି କରାଯିବ। କାରଣ ସେଠାରେ ୧୦ଟି ଆସନରେ ବିଜେପି ନିଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ଫଳରେ ବାକି ଆସନରେ ରବିବାରରେ ଗଣତି କରାଯିବ। ଅରୁଣାଚଳ ପ୍ରଦେଶରେ ଗତ ଏପ୍ରିଲ ୧୯ ତାରିଖରେ ନିର୍ବାଚନ କରାଯାଇଥିଲା। ସେହିପରି ସିକିମ ବିଧାନସଭାରେ ଥିବା ୩୨ ଟି ଆସନ ଭୋଟ ଗଣତି ମଧ୍ୟ ଆସନ୍ତାକାଲି ରବିବାରରେ କରାଯିବ। ଏଠାରେ ଗତ ଏପ୍ରିଲ ୧୯ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା।

Read More

ଯାଜପୁର: ଆଜି ଓଡିଶା ବିଧାନସଭା ତଥା ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏହି ମତଦାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ତଥା ନେତାମାନେ ନିଜର ମତାଧିକାର ସାବ୍ୟସ୍ତ କରି ଗଣତନ୍ତ୍ର ପର୍ବରେ ଯୋଗ ଦେଇଛନ୍ତି। ସେହିମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ଆଜି ଯାଜପୁରର ବାହାବଳପୁର ବୁଥରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ପ୍ରଣବ ପ୍ରକାଶ ବର୍ତ୍ତମାନ ଯାଜପୁର ବିଧାୟକ ଅଛନ୍ତି। ସେ ଏଥର ନିର୍ବାଚନରେ ସମ୍ବଲପୁର ଲୋକସଭା ପାଇଁ ନିର୍ବାଚନ ଲଢୁଛନ୍ତି। ସେଠାରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଲଢେଇ କରୁଛନ୍ତି। ତେବେ ଆକଳନ ଅନୁସାରେ ପ୍ରଣବ ସେଠାରେ କଡା ଟକ୍କର ଦେଉଛନ୍ତି। ଅନ୍ୟପଟେ ତାଙ୍କ ବୋଉ ସନ୍ଧ୍ୟାରାଣୀ ଦାସ କୋରାଇ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି।

Read More

ଭୁବନେଶ୍ବର: ଆଜି ରାୟଗଡା ବିଷମ କଟକ ବସଷ୍ଟାଣ୍ଡରେ ବସଗୁଡିକ ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ନିଆଁ ଏତେ ଜୋରରେ ଧରିଛି ଯେ, ସେଠାରେ ଏକ ଆତଙ୍କ ଖେଳିଯାଇଛି। ଖବର ଅନୁସାରେ ସେଠାରେ ବର୍ତ୍ତମାନ 4 ଟି ବସରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନିଆଁ ଏ ପର୍ଯ୍ୟନ୍ତ ଆୟତ ହୋଇ ନ ଥିବାର ଜଣାପଡିଛି। ତେବେ ଏହି ବସରେ କୌଣସି ଯାତ୍ରୀ ନ ଥିଲେ। କାରଣ ବସଗୁଡିକ ଅପରାହ୍ନରେ ନିର୍ଦ୍ଧାରିତ ସ୍ଥାନକୁ ଯିବା ପାଇଁ ଷ୍ଟାଣ୍ଡରେ ରଖାଯାଇଥିଲା। ତେବେ ଯେଉଁ ଚାରିଟି ବସରେ ନିଆଁ ଲାଗିଛି ତାହା ଜଣେ ମାଲିକ କିରଣ କୁମାର ସାହୁଙ୍କର ବୋଲି ଜଣାପଡିଛି। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

Read More

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ ହୋଇଛି।ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଏଥିରେ ବାଲେଶ୍ବରରେ ସର୍ବାଧିକ ମତଦାନ ହୋଇଛି। ସୂଚନା ଅନୁସାରେ ଛଅଟି ଲୋକସଭା ଆସନରେ ଚାଲିଥିବା ଭୋଟ ଗ୍ରହଣରେ ବିଭିନ୍ନ ସ୍ଥାନରେ ମତଦାନ ହାର ହେଲା ବାଲେଶ୍ୱରରେ ୫୪.୦୪ ପ୍ରତିଶତ ଜଗତସିଂପୁରରେ ୫୨.୫୨ ପ୍ରତିଶତ ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ଯାଜପୁରରେ ୪୮.୮୦ ପ୍ରତିଶତ କେନ୍ଦ୍ରାପଡାରେ ୪୬.୪୬ ପ୍ରତିଶତ ଭଦ୍ରକରେ ୪୬.୩୩ ପ୍ରତିଶତ ମତଦାନ ହୋଇଛି

Read More

ଭୁବନେଶ୍ଵର: ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଗୁରୁ ମାଗୁଣି କୁଅଁରଙ୍କର ଓଡିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ ଉଜ୍ଜିବୀତ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଗୁରୁ ମାଗୁଣି କୁଅଁରଙ୍କ ବିୟୋଗ ଓଡିଶାର ପାରମ୍ପରିକ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Read More

ଭୁବନେଶ୍ବର: ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଂଜ ଏବଂ ବାଲେଶ୍ବର। ଏଥିସହିତ ଏହା ଅଧିନରେ ଥିବା 42ଟି ବିଧାନସଭାରେ ମଧ୍ୟ ଏକକାଳିନ ନିର୍ବାଚନ ହେଉଛି। ତେବେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ବିଭିନ୍ନ ବୁଥରେ ଭିନ୍ନ ଭିନ୍ନପ୍ରକାରରେ ସାଜସଜ୍ଜା କରାଯାଇଛି। ସେହିପରି ଏକ ବୁଥକୁ ପାନ ଗଛରେ ସଜାସାଇଛି। ଏହି ବୁଥର ପ୍ରବେଶ ପଥରେ ପାନ ଗଛ ପୋତାଯାଇ ସୁନ୍ଦର ଭାବେ ସଜାଯାଇଛି। କାଳେ ପାନ ଗଛ ମରିଯିବ ସେଥିପାଇଁ ମଝିରେ ମଝିରେ ପାଣି ସିଞ୍ଚନ କରାଯାଉଛି। ଏହି ବୁଥଟି ପୁରୀ ଜିଲ୍ଲାର କାକଟପୁର ବୁଥରେ କରାଯାଇଛି। ଯାହା ଭୋଟରଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।

Read More

ଭୁବନେଶ୍ବର:  ଆଜି ଓଡିଶାର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆଜି ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି।ତେବେ ଅନ୍ୟାନ୍ୟ ସ୍ଥାନରେ ଯେଉଁ ମତଦାନ ହୋଇଛି ତାହା ହେଲା କାଁ ଭାଁ ଇଭିଏମ ଖରାପ ଯୋଗୁଁ ଭୋଟଦାନ ବିଳମ୍ବ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳରା ମତଦାନ ଚାଲିଛି।

Read More

ଭୁବନେଶ୍ବର: ନିର୍ବାଚନ ଟେନସନରୁ ମୁକ୍ତି ମିଳିବା ପରେ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ବହି ଦୋକାନରେ ଦେଖିବାକୁ ମିଳିଥିଲା। ସଂଧ୍ୟା ପ୍ରାୟ 7ଟା ବେଳେ ମୁଖ୍ୟମନ୍ତ୍ରୀ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚି ବହି ଦେଖିଥିଲେ। ସେ ଦୋକାନରେ ଥିବା ବିଭିନ୍ନ ବହି ଖୋଜାଖୋଜି କରି ଦୁଇଟି ବହି କିଣିଥିଲେ। ସେହି ଦୁଇଟି ବହି ହେଲା ଦେବବ୍ରତ ସ୍ବାଇଁଙ୍କ ରଚିତ “ସିକ୍ରେଟସ ଅଫ ସିମିଳିପାଳ’ ଏବଂ ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ “ଆରିୟନସ”। ବହି ଦୋକାନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଦୋକାନ ମାଲିକଙ୍କ ସହିତ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ବହି କିଣିଥିବାର ଦେଖି ସେଠାକେ ଭିଡ ଜମିଯାଇଥିଲା। ଜଣେ ଝିଅର ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ସେଲଫି ମଧ୍ୟ ନେଇଥିଲେ। ଏହି ବହି କିଣିବା ସମୟରେ ତାଙ୍କ ସହିତ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଥିଲେ।

Read More

ଭୁବନେଶ୍ବର: ଆଜି ଓଡିଶାରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳ 7ଟାରୁ ଏହି ପକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପକ୍ରିୟା। ଏହି ପର୍ଯ୍ୟାୟରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଂଜ ଏବଂ ବାଲେଶ୍ବର। ଏଥିସହିତ ଏହା ଅଧିନରେ ଥିବା 42ଟି ବିଧାନସଭାରେ ମଧ୍ୟ ଏକକାଳିନ ନିର୍ବାଚନ ହେଉଛି। ଆଜି ସକାଳୁ ମତଦାତାମାନେ ସେମାନଙ୍କ ମତଦାନ କରିବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିବାର ପରିଲକ୍ଷିତ ହୋଇଛି। ଏହି ମତଦାତାମାନେ ଲୋକସଭା ପାଇଁ ମୋଟ ୬୬ ଜଣ ପ୍ରାର୍ଥୀ ଏବି ବିଧାନସଭା ପାଇଁ ୩୯୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ଏହି ପର୍ଯ୍ୟାୟରେ ମୋଟ ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି।

Read More

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ବା ଶେଷ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା ମୟୂରଭଞ୍ଜ (ଏସ୍‌.ଟି.), ବାଲେଶ୍ୱର, ଭଦ୍ରକ (ଏସ୍‌.ସି.), ଯାଜପୁର(ଏସ୍‌.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର(ଏସ୍‌.ସି.) ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ଆସନ୍ତାକାଲି ମତଦାନ ହେବ। ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୯,୬୧,୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦,୮୮,୦୭୬ ପୁରୁଷ, ୪୮,୭୨,୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ ରହିଛି। ଏମାନଙ୍କ ମଧ୍ୟରେ ୨,୫୭,୩୪୫ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୨୦,୫୧,୫୦୫ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ (ମୋଟ୍‌: ୧୦,୮୮୨) ମତଦାନ କେନ୍ଦ୍ର ରହିଛି।…

Read More