ଭୁବନେଶ୍ବର: ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଆଜି ମଧ୍ୟ ରାଜ୍ୟର ଆଠଟି ସହରର ତାପମାତ୍ରା 45 ଡିଗ୍ରୀ ପାର ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ଚାରିଟି ସହରର ତାପମାତ୍ର 46 ଡିଗ୍ରୀ ପାର ହୋଇଯାଇଛି। ସେଗୁଡିକ ହେଲା ଟିଟିଲାଗଡ, ବଲାଙ୍ଗିର, ସୋନପୁର ଏବଂ ବରଗଡ। ଅନ୍ୟାନ୍ୟ ସ୍ଥାନରେ ଯେଉଁ ତାପମାତ୍ରା ଅନୁଭୂତ ହୋଇଛି ତାହା ହେଲା ତେବେ ଏହିପରି ଗ୍ରୀଷ୍ମ ପ୍ରବାହ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ସତର୍କ ରହିବାକୁ ମଧ୍ୟ ନିବେଦନ କରାଯାଇଛି।
Author: Samikhsya Bureau
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିଷ୍ପତି ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନର ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ ପରେ ଜିଲ୍ଲାରେ ମୋଟ ୨୧ କମ୍ପାନୀ ସିଏପିଏଫ୍ ମୁତୟନ ହୋଇ ରହିବେ। ଏହା ସହ ସାମଗ୍ରିକ ଭାବରେ ଏହି ପର୍ଯ୍ୟାୟ ପାଇଁ ମୁତୟନ ହୋଇଥିବା ସିଏପିଏଫ୍ କମ୍ପାନୀ ସଂଖ୍ୟା ୧୨୬ କୁ ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଆସନ୍ତାକାଲି ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଯେଉଁମାନେ ଭୋଟ ଦେବେ ସେମାନେ ସାଧାରଣତଃ ଭୋଟର ପରିଚୟ ପତ୍ର ମତଦାନ କେନ୍ଦ୍ରରେ ଦେଖାଇଥାନ୍ତି। ହେଲେ ଯଦି କୌଣସି ଭୋଟରଙ୍କ ଏହି ପରିଚୟ ପତ୍ର ନାହିଁ ତେବେ ସେମାନେ ଅନ୍ୟ କାର୍ଡକୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖାଇ ଭୋଟ ଦେଇପାରିବେ। ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଏକ ସୂଚନା ପ୍ରଦାନ କରାଯାଇଛି। ତାହା ହେଲା ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ଯେ କୌଣସି ସରକାରୀ ପରିଚୟ ପତ୍ରକୁ ମତଦାନ କେନ୍ଦ୍ରରେ ପୁଲିଂ ଅଫିସର ଗ୍ରହଣ କରିବେ। ତେଣୁ ଯେଉଁମାନେଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ସେମାନେ ଏହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରିପାରିବେ।
ଭୁବନେଶ୍ବର: ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଏହି ପର୍ଯ୍ୟାୟର ପ୍ରଚାର ବେଶ ସରଗରମ ହୋଇପଡିଥିଲା। କାରଣ ସବୁ ରାଜନୈତିକ ଦଳ ସେମାନଙ୍କର ଶେଷ ଅସ୍ତ୍ର ପ୍ରୟୋଗ କରି ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ଚେଷ୍ଠା କରିଥିଲେ। ନିର୍ବାଚନ ପ୍ରଚାର ସରିବା ପରେ ବର୍ତ୍ତମାନ କର୍ମିମାନେ ଲୁଚାଛପାରେ ଆରମ୍ଭ କରିବେ ପ୍ରଚାର। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରଚାରରେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସରୁ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଳ ଗାନ୍ଧୀ ମଧ୍ୟ ପ୍ରଚାର କରିଛନ୍ତି। ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଛଅଟି ଲୋକସଭା ଏବଂ ଏହା ଅଧିନରେ ଥିବା 42ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଂଜ, କେନ୍ଦ୍ରାପଡା ଏବଂ ଜଗତସିଂହପୁର। ଆସନ୍ତା ଜୁନ 1 ତାରିଖରେ ଏହିସବୁ ସ୍ଥାନରେ ନିର୍ବାଚନ ହେବ।
ଭୁବନେଶ୍ବର: ଆଜି ଶେଷ ହେଉଛି ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର। ଏହି ପରିପ୍ରେକ୍ଷୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ଜୋରଦାର ପ୍ରଚାର କରିଛନ୍ତି। ସେ ଦୁଇଟି ସ୍ଥାନରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ସେ ଜନ ସମାବେଶକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦୁଇ ଭଉଣୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ। ସିମୁଳିଆ ପାଇଁ…
ଭୁବନେଶ୍ବର: ଆଜି ଓଡିଶାର ରାଜନୀତ ଯେପରି ଗରମ ହୋଇ ଉଠିଛି ସେହିପରି ରାଜ୍ୟର ତାପମାତ୍ରା ମଧ୍ୟ ବେଶ ବୃଦ୍ଧି ପାଇଛି। ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ ପ୍ରବାହିତ ହୋଇଛି। ସେହି ସହରଗୁଡିକ ହେଲା ବଲାଙ୍ଗୀର, ସୋନପୁର, ଝାରସୁଗୁଡା ଏବଂ ଟିଟିଲାଗଡ। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୭ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ପ୍ରବାହିତ ହେଉଛି। ସେଗୁଡିକ ମଧ୍ୟରୁ ତିନୋଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ପ୍ରବାହିତ ହେଉଛି।
ଭୁବନେଶ୍ବର: ନିର୍ବାଚନ ପ୍ରଚାରରେ ଶେଷ ପର୍ଯ୍ୟାୟରେ ଓଡିଶାରେ ଏକ ବିଚିତ୍ର ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ତାହା ହେଲା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ଚିନ୍ତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପ୍ରଚାରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ସେ ପ୍ରମୁଖ ଅସ୍ତ୍ର କରିଛନ୍ତି। ସେ ତିନୋଟି ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ସେ ବିଜେଡି ତଥା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ତାଙ୍କ ପାଖ ଲୋକ କୁଆଡେ ବେଶୀ ଚିନ୍ତିତ। ନବୀନବାବୁ ମୋ ଠାରୁ ସାନ ହେବେ, ହେଲେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ହଠାତ କିପରି ଖରାପ ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ତାଙ୍କଠାରୁ ସାନ ହୋଇ ପ୍ରତିଦିନ ବହୁ ସ୍ଥାନ ବୁଲୁଛି ଖରାରେ ଜନସମାବେଶକୁ ଉଦବୋଧନ ଦେଉଛି। ହେଲେ ନବୀନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏପରି କାହିକି…
ଭୁବନେଶ୍ୱର: ଓଡ଼ିଶାରେ ଅନେକ ପ୍ରକାରର ୱାସିଂ ମେସିନ୍ ରହିଛି । କିନ୍ତୁ ଓଡ଼ିଶା ବିଜେପି ପାଖରେ ଯାହା ଅଛି ତାହା ବାସ୍ତବରେ ଅନନ୍ୟ। ସେମାନେ ଜଣେ ବିଜେଡି ନେତାଙ୍କ ବିରୋଧରେ ଆନ୍ଦୋଳନ କରିବେ, ତାଙ୍କୁ ଗୁଣ୍ଡା, ଜମି ଜବରଦଖଲକାରୀ, କଳାଧନ କାରବାରୀ ଓ ଚୋର କହିବେ । କିନ୍ତୁ ଏହି ବିଜେଡି ନେତା ଓଡ଼ିଶା ବିଜେପିକୁ ଯିବା ମାତ୍ରେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିବା ସହ ଓଡ଼ିଶା ବିଜେପିର ୱାସିଂ ମେସିନରେ ପକାଇ ସେ ସ୍ୱଚ୍ଛ ବୋଲି କହୁଥିବା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର। ଡ. ପାତ୍ର କହିଛନ୍ତି ଯେ ପ୍ରଥମେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ କଥା ନିଅନ୍ତୁ । ସମସ୍ତେ ଜାଣନ୍ତି ଯେ ଖୋର୍ଦ୍ଧା ସାରୁଅରେ ନିଜ କମ୍ପାନୀ ଜରିଆରେ ଗରିବ ଅନୁସୂଚିତ ଜାତି ଚାଷୀଙ୍କ ଠାରୁ ବେଆଇନ ଭାବେ ଜମି ହଡ଼ପ କରିଛନ୍ତି। ସେ ଏହା ଉପରେ ଏକ ବିରାଟ…
ଭୁବନେଶ୍ବର: ଆଜି ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉପଡିଆ, ଅପରାହ୍ନ ୨ ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଓଡିଶା ପାଇଁ ଏହା ହେବ ଶେଷ ପ୍ରଚାର। କାରଣ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଚାରର ଶେଷ ଦିନ। ସେଥିପାଇଁ ମୋଦି ଓଡିଶାରେ ବିଜେପିର ସଫଳତା ପାଇଁ ଶେଷ ଅସ୍ତ୍ର ପ୍ରୟୋଗ କରିବେ ବୋଲି ଜଣାପଡିଛି।
ଭୁବନେଶ୍ବର: ଖୋର୍ଦ୍ଧା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଜେଲରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଓକିଲଙ୍କ ଆବେଦନ ପରେ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଜଗଦ୍ଦେବ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ କରିଥିବାର ଅଭିଯୋଗ ନେଇ ତାଙ୍କୁ ଗିରଫ କରାଯାଇଛି। ସେ ବେଗୁନିଆର ଏକ ବୁଥରେ ଭୋଟ ଦେବା ବେଳେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରୁ ଗିରଫ କରିଛି ବୋଲି ଜଣାପଡିଛି। ସେ ନେଇ ସେ ବର୍ତ୍ତମାନ ଖୋର୍ଦ୍ଧା ଜେଲରେ ଅଛନ୍ତି।
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗତକାଲି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି। ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ଆମେ ନମ୍ବର ପାଇ ସାରିଛୁ। ନିର୍ବାଚନ ଫଳ ବାହାରିଲେ ଆପଣମାନେ ଦେଖିବେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲର ଦୁଇ କର୍ମଚାରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ। ଉଭୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହିତ 20 ହଜାର ଟଙ୍କା ଜରିମାନା। ଯଦି ଜରିମାନା ନ ଦିଅନ୍ତି ତେବେ ସେମାନଙ୍କୁ ଆଉ ଚାରିମାସ ଜେଲ ଦଣ୍ଡାଦେଶ କରାଯିବ ବୋଲି କୋର୍ଟ ରାୟରେ କହିଛନ୍ତି। ସେମାନେ ହେଲେ ବାଣପୁର ତହସିଲର ଅବସରପ୍ରାପ୍ତ ବରିଷ୍ଠ କ୍ଲର୍କ ବୈକୁଣ୍ଠନାଥ ମହାନ୍ତି ଏବଂ ପ୍ରତାପ ଆରଆଇ ଡିଭିଜନର ଅବସରପ୍ରାପ୍ତ ଆରଆଇ ରବିନ୍ଦ୍ରନାଥ ବାରିକ। ଉଭୟ ସଲାସୁତରା ହୋଇ ଜଣେ ବ୍ୟକ୍ତିଙ୍କୁ ସରିୟାତ ଲିଜ ବା ପଥର ଖଣି ଲିଜ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେତେବେଳେ ଭିଜିଲାନସ ଦ୍ବାରା ଧରପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସେ ନେଇ ଭିଜିଲାନ୍ସ କୋର୍ଟରେ ଚାର୍ଯ୍ୟସିଟ ଦାଖଲ କରିବା ପରେ ସ୍ବତନ୍ତ୍ର ଭିଜିନାଲସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଦମଦାର ପ୍ରଚାର କରିଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସମାଜକୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନାରେ ଧୋଇଦେଲେ। ତାଙ୍କ ନାଁ ନ ନେଇ ସେ ଯାହା କହିଲେ ତାହା ବୈଜୟନ୍ତଙ୍କ ମୁଣ୍ଡବିନ୍ଧା ହୋଇଯାଇଥିବ। ଆଜି କେନ୍ଦ୍ରାପଡାରେ ଆୟୋଜିତ ସଭାରେ ପାଣ୍ଡିଆନ କହିଥିଲେ ଯେ, ଆପଣମାନଙ୍କୁ ପୂର୍ବରୁ ଜଣା ସାଂସଦଙ୍କୁ ଦିଆଯାଇଥିଲା। ସେ ଦୁଇଥର ସାଂସଦ ହୋଇଥିଲେ, ଥରେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡା ପାଇଁ କିଛି କଲେ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି ଦଶ ବର୍ଷ ଭିତରେ ତାଙ୍କର ପାରିବାରିକ କଂପାନୀର ବେଶ ବୃଦ୍ଧି କରିପାରିଲେ। ଫାଇନାନ୍ସ କମିଟର ସଦସ୍ୟ ହୋଇ ତାଙ୍କ ଉପରେ ଥିବା ସବୁ ଋଣ ଛାଡ କରାଇଦେଲେ। ହେଲେ କେନ୍ଦ୍ରାପଡା…
ଭୁବନେଶ୍ବର: ପ୍ରକାଶିତ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଚୁଡାନ୍ତ ମତଦାନ ହାର। ଏଥିରେ ଭୁବନେଶ୍ବର ଲୋକସଭାରେ ସର୍ବନିମ୍ନ ଭୋଟ ହାର ପରିଲକ୍ଷିତ ହୋଇଛି। ହେଲେ ସମ୍ବଲପୁରରେ ସର୍ବାଧିକ ମତଦାନ ହୋଇଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ମତଦାନ ହାର ରହିଛି ତାହା ହେଲା ଓଡିଶାରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଇଥିବା ବେଳେ ବର୍ତ୍ତମାନ ତିନିଟି ପର୍ଯ୍ୟାୟ ଶେଷ ହୋଇଯାଇଛି। ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆସନ୍ତା 1 ତାରିଖରେ ଅନୁଷ୍ଠିତ ହେବ। ସେଥିରେ କେନ୍ଦ୍ରାପଡା, ମୟୁରଭଂଜ, ଭଦ୍ରକ. ଯାଜପୁର, ବାଲେଶ୍ବର ଏବଂ ଜଗତସିଂହପୁରରେ ନିର୍ବାଚନ ହେବ।
ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର 42ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି 29 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି…
ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ଗତକାଲି ସେ ବେଗୁନିଆରେ ଭୋଟ ଦେବା ବେଳେ ବୁଥ ଭିତରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ସେତେବେଳେ ପୋଲିସ ତାଙ୍କୁ ନିଜ ଅଧିନକୁ ନେଇ ପଚରାଉଚୁରା କରିଥିଲା। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନୀ ନାମାଞ୍ଜୁର ହେବା ପରେ ଜେଲ ଯାଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଭୋଟ ଦେଉଥିଲେ। ଏହି ସମୟରେ ତାଙ୍କ ସହିତ ସେଠାରେ ଭୋଟ ଦେବାକୁ ଥିବା ଲୋକଙ୍କ ସହିତ ଝଗଡା ହେଲା। ଏହାପରେ ପ୍ରଶାନ୍ତ କୁଆଡେ ବୁଥ ଭିତରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେଠାରେ ତୁମୁଳ କାଣ୍ଡ ହେବା ପରେ ପୋଲିସ ପ୍ରଶାନ୍ତଙ୍କୁ ନିଜ ହେପାଜତକୁ…
ଭୁବନେଶ୍ବର: ବହୁଦିନ ଧରି କୁଆଡେ ଉଭାନ ହୋଇଯାଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶେଷରେ ଆର୍ବିଭାବ ହେଲେ। ତେବେ ନିର୍ବାଚନ ପ୍ରଚାରରେ ନୁହେଁ ବରଂ ମତଦାନ କରିବା ପାଇଁ ବାହାରକୁ ବାହାରିଲେ। ତାଙ୍କୁ ବିଜେଡି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ନ କରିବା ପରେ ତାଙ୍କର ଆଉ ଦେଖା ମିଳି ନ ଥିଲା। ସେ ବିଜେଡି ଛାଡିବେ, ସେ ରାଜନୀତି ଛାଡିବେ ପରି ବହୁ ଚର୍ଚ୍ଚା ହେଲା। ହେଲେ ସେତେବେଳେ କେହି ତାଙ୍କର ଖୋଜଖବର ପାଇପାରିଲେ ନାହିଁ। ତେବେ ମତଦାନର ତୃତୀୟ ପର୍ଯ୍ୟାୟରେ ସେ ଭୋଟ ଦେଇଛନ୍ତି ବୋଲି ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହ ଲେଖା ପୋଷ୍ଟିଂ କରିଛନ୍ତି। ତେବେ ଅନେକ ତାଙ୍କର ଆର୍ବିଭାବକୁ ନେଇ ଖୁସି ପ୍ରକଟ କରିଥିବା ବେଳେ ତାଙ୍କ ଲେଖାକୁ ନେଇ ସନ୍ଦେହ କରିଛନ୍ତି। ଶ୍ରୀମୟୀ ମତଦାନ ପରେ ଯେଉଁ ଲେଖା ପୋଷ୍ଟିଂ କରିଛନ୍ତି ତାହା ହେଲା “ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ଆଜି ନିଜର…
ଭୁବନେଶ୍ବର: ନିମାପଡାରେ ଆସନ୍ତା 1 ତାରଖରେ ହେବ ନିର୍ବାଚନ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟାଣୁଆ ନେତା ସମୀର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ କ୍ଷୁବ୍ଧ ହୋଇ ଶେଷ ମୂର୍ହୂତ୍ତରେ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ପଲା ଭାରୀ ହୋଇପଡିଛି। ତାହାକୁ ଟକ୍କର ଦେବା ପାଇଁ ବିଜେଡି ୮ ଜଣ ନିର୍ବାଚନ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି। ସେମାନେ ହେଲେ ଶୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଂଜନ ବଳିଆରସିଂ, ସଂଗ୍ରାମ ପାଇକରାୟ, କମଳ କୁମାର ପାତ୍ର, ସୁନୀଲ ମହାନ୍ତି ଏବଂ ଦିବାକର ପାତ୍ର।
ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି। ଶ୍ରୀମତୀ ଇରାନୀ କହିଛନ୍ତି ଯେ, “ମୋଦି ଗ୍ୟାରେଂଟି”କୁ ଓଡ଼ିଶାର ଲୋକେ ଚାହୁଁଛନ୍ତି। ବିଜେପି ‘ଆମେଠିରୁ ରାହୁଳଙ୍କୁ ହଟାଇଛି, ଓଡ଼ିଶାରୁ ବିଜେଡି’କୁ ହଟାଇବ। ଓଡିଶାରେ ରିମୋଟ୍ କଂଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲବାବୁ। ୨୫ବର୍ଷରେ ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ଚାପି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଇରାନୀ। ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟର ଯାଂଚ କରାଯିବ। ଯାଂଚ ପରେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ…
Odisha Voter Turnout: ରାଜ୍ୟରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଅନୁଗୁଳରେ ୬୫.୧୯ ପ୍ରତିଶତ ଭୋଟ ହୋଇଛି। ସେହିପରି ଅନ୍ୟନ୍ୟା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ ହାର ହେଲା କଟକରେ ୫୩.୧୪ ଢେଙ୍କାନାଳରେ ୫୮.୬୯ ପୁରୀରେ ୬୧.୯୬ ନୟାଗଡ଼ରେ ୬୧.୦୮ ସମ୍ବଲପୁରରେ ୬୫.୬୧ କେନ୍ଦୁଝର ୬୨.୫୯ ମୟୂରଭଂଜ ୬୧.୩୮ ଆଠମଲ୍ଲିକରେ ୬୬.୨୦ ଛେଣ୍ଡିପଦାରେ ୬୫.୫୦ ଦେବଗଡ଼ରେ ୬୭.୦୦ କୁଚିଣ୍ଡାରେ ୭୨.୫୫ ସମ୍ବଲପୁରରେ ୫୪.୪୦ ରେଙ୍ଗାଲିରେ ୬୯.୧୧ ରେଢାଖୋଲରେ ୬୬.୦୦ ପ୍ରତିଶତ ଖୋର୍ଦ୍ଧାରେ ୫୮.୧୨, ଜୟଦେବରେ ୬୪.୮୦ ଜଟଣୀରେ ୫୨.୪୦ ଏକାମ୍ରରେ ୪୯.୫୦ ଚିଲିକାରେ ୬୦.୧୨ ଭୁବନେଶ୍ବର ଉତ୍ତରରେ ୪୫.୪୫ ଭୁବନେଶ୍ବର ମଧ୍ୟରେ ୪୪.୧୨ ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି।
ଭୁବନେଶ୍ବର: ପୂର୍ବରୁ ଓଡିଶାରେ ଦୁଇଟି ନିର୍ବାଚନ ଶେଷ ହୋଇଛି। ହେଲେ ସେତେବେଳେ ମୋବାଇଲ ନେବାକୁ ବାରଣ ନ ଥିଲା। ହେଲେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଓଡିଶା ନିର୍ବାଚନ ଅଧିକାରୀ ମୋବାଇଲ କଟକଣା ଜାରୀ କରିଲେ। ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏମ ତିରୂମାଲ ନାୟକ ବୁଥ ଭିତରକୁ ମୋବାଇଲ ନ ନେବା ପାଇଁ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଭୋଟରମାନେ ବୁଥ ଭିତରକୁ ଯିବା ପୂର୍ବରୁ ସେଠାରେ ଥିବା ଅଫିସରଙ୍କ ନିକଟରେ ତାହା ଜମା କରନ୍ତୁ। ଭୋଟ ସରିବା ପରେ ତାହା ନେଇଯାଆନ୍ତୁ ବୋଲି କୁହାଯାଇଛି। ଯଦି ସମ୍ଭବନ ଆପଣଙ୍କ ଗାଡିରେ କିମ୍ବା ଘରେ ମୋବାଇଲ ରଖି ଆସନ୍ତୁ ବୋଲି ଭୋଟରଙ୍କୁ ଅନୁରୋଧ କରାଯାଇଛି। ସେହିପରି ବୁଥରେ ଥିବା କେବଳ ପୁଲିଂ ଅଧିକାରୀ ମୋବାଇଲ ବ୍ୟବହାର କରିପାରିବେ। ଅନ୍ୟମାନଙ୍କ ପାଇଁ କଟକଣା ରହିଛି ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀହ କହିଥିଲେ।

