Author: Samikhsya Bureau

ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି। ଦଳ ଅଭିଯୋଗ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆସନ୍ତା 24 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଏବଂ ଏସଡିପିଓ ଅଫିସ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଏହି ଧମକ ସେ ଖୋଲିଖୋଲି ପ୍ରେସମିଟ କରି କହିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଖୋର୍ଦ୍ଧାରେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ରହିଛି। ତା ପୂର୍ବ ଦିନ ଅର୍ଥାତ 24 ତାରିଖରେ ସେ ଏପରି କାଣ୍ଡ କରିବେ ବୋଲି ସେ ଧମକ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେେ ପ୍ରଶାନ୍ତ କହିଛନ୍ତି ଯେ, ମୁଁ…

Read More

ଭୁବନେଶ୍ବର: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ। ସେଏହି ଅବସରରେ ପୁଣି ଥରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ…

Read More

ଭୁବନେଶ୍ବର: ଓଡିଶାର ଏକ ଲୋକସଭା ଆସନର ଦୁଇଟି ବୁଥରେ ହେବ ପୁନଃମତଦାନ। ଆସନ୍ତା 23 ତାରିଖ ସକାଳ 7ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଏହି ମତଦାନ ହେବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ ଓଡିଶାର କନ୍ଧମାଳ ଲୋକସଭା ଅଧିନସ୍ଥ କଣ୍ଟାମାଳ ବିଧାନସଭା କ୍ଷେତ୍ରର ସାନକିରାଶିରାର ବୁଥ ନମ୍ବର 26 ଏବଂ ମହେଶ୍ବରପିଣ୍ଡା ବୁଥ ନମ୍ବର 28 ରେ ଏହି ନିର୍ବାଚନ ହେବ। ସେଥିପାଇଁ ଏହି ଦୁଇ ବୁଥର ସମସ୍ତ ଭୋଟରମାନେ ପୁଣି ଥରେ ଆସନ୍ତା 23 ତାରିଖ ଗୁରୁବାର ଦିନ ଭୋଟ ଦେବା ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ଅନୁରୋଧ କରାଯାଇଛି। ଗତ 20 ତାରିଖରେ କନ୍ଧମାଳ ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ସେଦିନ ଏକ ରାଜନୈତିକ ଦଳର କର୍ମିମାନେ ବୁଥ ଭିତରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ ବୁଥ କ୍ୟାପଚରିଂ କରାଯାଇଥିବାର ଅଭିଯୋଗ ଆସିଥିଲା।…

Read More

ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତକରି ଦଳ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେ ଆଜି କରଞ୍ଜିଆରେ ପ୍ରଚାର କରି ଲୋକସଭା ଏବଂ ବିଧାନସଭାରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ।ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି। ସେ କହିଛନ୍ତି ଯେ, ନବୀନ ବାବୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି, ଅନ୍ୟମାନେ ଆପଣଙ୍କୁ ଭୋଟ ପାଇଁ ରଖିଛନ୍ତି। ନବୀନ ବାବୁ ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।  ଆଦିବାସୀ ଭାଇଭଉଣୀମାନେ କୋର୍ଟ କଚେରୀ ଆସି ହେଉଥିବା ହଇରାଣରୁ ମୁକ୍ତ କରିବା…

Read More

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ସେହି ପରିପ୍ରେକ୍ଷୀରେ ଆସନ୍ତା କାଲି ୨୨ତାରିଖ ଦିନ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ସେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ବିଜୁ ବରୁଆଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ। ଶ୍ରୀ ବିଶ୍ୱଶର୍ମା ଦେବଗଡଠାରେ ପୂର୍ବାହ୍ନ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ । ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧.୩୦ରେ ଚଂପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଶ୍ରୀ ଅରୁଣ ଗୋଭିଲ ଆସନ୍ତା…

Read More

ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଏବଂ କଟକରେ ଦେଇଥିବା ତାଙ୍କ ଭାଷଣରେ ସିଧା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ନାମ ନ ନେଇ ସେ ଜଣେ ଖଣି ମାଫିଆ, ଜମି ମାଫିଆ ପ୍ରଭୃତି କହି ସମାଲୋଚନା କରିଛନ୍ତି। ଏପରିକି ଓଡିଶାରେ ବିଜେପି ସରକାର ଆସିଲେ ସେହି ମାଫିଆର ଅଣ୍ଟା ଭାଙ୍ଗି ଦିଆଯିବ ବୋଲି କଡା ଭାଷାରେ ଗାଳି କରିଛନ୍ତି। ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟ ସେ ନା ନ ନେଇ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ବର୍ତ୍ତମାନ ମିଳୁ ନାହିଁ। ଛଅ ବର୍ଷ ଧରି ସେ ଚାବି ହଜିଯାଇଛି। ବର୍ତ୍ତମାନ ସେ ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥାତ ସେ ପରୋକ୍ଷାରେ ତାମିଲନାଡୁର ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଭାଷଣର ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ…

Read More

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଶେଷ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୦ ପ୍ରତିଶତରୁ ଅଧିକ ରହିଛି। ସମସ୍ତ ବୁଥ୍‌ରୁ ତଥ୍ୟ ହସ୍ତଗତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ। ରାଜ୍ୟରେ ଉପରୋକ୍ତ ୫ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି। ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଗୋଷ୍ଠୀ ସାମିଲ ହୋଇ…

Read More

ଭୁବନେଶ୍ବର: ସୋମବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଏକ ରୋଡ ସୋ କରିଛନ୍ତି। ଏଥିରେ ଭୁବନେଶ୍ବର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ସେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଏକାମ୍ର ନିର୍ବାଚନ ମଣ୍ଡଳୀର ପୁନମା ଗେଟଠାରୁ ଏକ ସ୍ବତନ୍ତ୍ର ବସରେ ସେ ରୋଡ ସୋ ଆରମ୍ଭ କରିଥିଲେ। ସେଠାରୁ ସେ ଭୀମଟାଙ୍ଗୀ, ସୁନ୍ଦରପଦା, ପୋଖରୀପୁଟ, ଶିରିପୁର ଏବଂ ଏକାମ୍ର ଛକ ପର୍ଯ୍ୟନ୍ତ ଆସିଥିଲେ। ମୁଖ୍ୟମନ୍ତ୍ରୀ ମଝିରେ ମଝିରେ ଭାଷଣ ପ୍ରଦାନ କରୁଥିଲେ। ସେ କହୁଥିଲେ ଯେ, ମୋର ଭାଇ ଓ ଭଉଣୀମାନେ, ଆପଣମାନେ ଭଲ ଅଛନ୍ତି ବୋଲି ପଚାରୁଥିଲେ। ଏହି ପ୍ରଶ୍ନ ଶୁଣିବା ପରେ ଲୋକମାନେ ବେଶ ଉତ୍ସାହର ସହ ହିଁ ଭଲ ଅଛୁ ବୋଲି ଉତ୍ତର ଦେଉଛନ୍ତି। ସେହିପରି ସେ ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ ଯେ, ଏପ୍ରିଲ ମାସରୁ ବିଜୁଳି ବିଲ ଆସିବ ନାହିଁ। ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ହୋଇଛି, ଏଣିକି ସମସ୍ତଙ୍କୁ ବିଏସକେୱାଇ ଦିଆଯିବ।…

Read More

ଭୁବନେଶ୍ବର: ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କୁ ଦଳରୁ ବହିସ୍କାର କରାଯାଇଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେ ଚଳିତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳ ବହିସ୍କାର କରିଛି। ଶ୍ରୀ ସ୍ୱାଇଁଙ୍କ ସମେତ ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ ଓ ବରିର କବିର ଦାସଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଜଣାପଡ଼ିଛି। ସେହିପରି ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନିମାପଡା ବିଧାୟକ ସମୀର ରଂଜନ ଦାଶଙ୍କୁ ଦଳ ନୂଆ ଦାୟିତ୍ବ ପ୍ରଦାନ କରିଛି। ତାଙ୍କୁ ଦଳ ମୁଖପାତ୍ର ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ସମୀରଙ୍କୁ ମଧ୍ୟ କାକଟପୁର, ନିମାପଡ଼ା, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନର ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି। ସଭାପତି ମନମୋହନ ସାମଲଙ୍କ…

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ସଭାରେ ସେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରି, ବିଶେଷ କରି ବିଜେପି ଦଳର ମୁଖା ଖୋଲିଛନ୍ତି। ସେ କହିଲେ ଯେ ବିଜେପି କହୁଛି ମା ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ। ଏଥିପାଇଁ କେବଳ ଓଡିଶାର ମା ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି । ସାରା ଭାରତ ପାଇଁ ୩୦ ଲକ୍ଷ କୋଟି। ଭାରତର ବଜେଟ ୨୦ ଲକ୍ଷ କୋଟି ଟଙ୍କା। ତେଣୁ ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ। ପୂର୍ବରୁ କହିଥିଲେ ୧୫ ଲକ୍ଷ ଟଙ୍କା ଦେବ ମିଳିଲା କି? ଏବେ…

Read More

ଭୁବନେଶ୍ୱର: ଆସନ୍ତାକାଲି ୨୧ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ପୁଣିଥରେ ଓଡିଶା ପ୍ରଚାରରେ ଆସିବେ। ସେ ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ରେମେଡ ଗାଁ ପଡିଆଠାରେ ପୂର୍ବାହ୍ନ ୧୧.୧୫ରେ ଜନସଭାକୁ ସମ୍ବୋଧନ କରିବେ। ଏହି ଜନସଭାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨.୧୫ରେ ଢେଙ୍କାନାଳର ପରଜଙ୍ଗର ବାଟଗାଁ ଖେଳପଡିଆଠାରେ ଏବଂ ଅପରାହ୍ନରେ ୩.୧୫ରେ ନୟାଗଡର ଲାଠିପଡା ଟାଙ୍ଗି ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ସେହିପରି କେନ୍ଦ୍ର କୃଷିକଲ୍ୟାଣ ମନ୍ତ୍ରୀ ଶ୍ରୀ…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟି ତରଫରୁ ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ା ଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ନୀଶିକାନ୍ତ ମହାପାତ୍ର ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଏହାର ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ। ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଆଞ୍ଚଳ ଦିର୍ଘଦିନ ହେଲା ଅବହେଳିତ ଓ ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ବଡକୁଳ ଠାରୁ ବାହାରି ବାଲୁଗାଁ, ବାଣପୁର, ଆୟତ୍ତପୁରୁ, ଗମ୍ଭାରୀମୁଣ୍ଡା…

Read More

OdishaElection2024: ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି। ପ୍ରବଳ ଖରା ସତ୍ବେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବାର ପରିଲକ୍ଷିତ ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧୧ଟା ସୁଦ୍ଧା ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି। ସୂଚନା ମୁତାବକ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ ୧୭.୧୬ ପ୍ରତିଶତ ହୋଇଛି । ସେହିପରି ବରଗଡରେ ୨୨.୦୬ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦,୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ମତଦାନ ହୋଇଛି।

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ରୋଡ ସୋ ସାରିବା ପରେ ସେ ସିଧା ଅନୁଗୁଳ ଜନସମାବେଶରେ ଯୋଗ ଦେଇଥିଲେ। ସେଠାରେ ସେ ରାଜ୍ୟର ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ସେ ଓଡିଆରେ ଭାଷଣ ଆରମ୍ଭ କରି ଓଡିଆ ଲୋକଙ୍କର ମନ ଜିଣିବା ପାଇଁ ଚେଷ୍ଠା କରିଥିଲେ। ସେ ଓଡିଆରେ ମୋର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ବୋଲି କହିଥିଲେ। ତେବେ ମୋଦୀ ତାଙ୍କ ଭାଷଣରେ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ଆଜି ସକାଳେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ହେଲେ ଦୁଃଖର କଥା 6 ବର୍ଷ ଧରି ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କୁଆଡେ ହଜିଯାଇଛି ଯେ, ତାହା ମିଳୁ ନାହିଁ। ଲୋକଙ୍କ ଘର ଚାବି ହଜିଗଲେ ସେମାନେ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ତାହା ପାଉଛନ୍ତି। ହେଲେ ସ୍ବୟଂ ଜଗନ୍ନାଥଙ୍କ ଚାବି ହଜିଛି…

Read More

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଛି ଏହି ମତଦାନ। ଏଥିରେ ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ମତଦାନ ଚାଲିଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ମତଦାନ ହୋଇଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି । ସେହିପରି ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ୪.୮୯ ପ୍ରତିଶତ ମତଦାନ ହେଇଥିବା ଜଣାପଡିଛି।

Read More

ପୁରୀ: ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଏକ ବିଶାଳ ରୋଡ ସୋ କରିଛନ୍ତି। ସେ ଶ୍ରୀମନ୍ଦିରରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ବିଶାଳ ଜନସମାବେଶକୁ ହାତ ହଲାଇ ପଦ୍ମଫୁଲରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଏକ ସୁସଜ୍ଜିତ ଗାଡିରେ ମୋଦୀଙ୍କ ସହିତ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଏବଂ ସଭାପତି ମନମୋହନ ସାମଲ ସାଥୀରେ ଅଛନ୍ତି। ବଡଦାଣ୍ଡର ଦୁଇପଟେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଦେଖିବା ପାଇଁ ସମାଗମ ହୋଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ମଞ୍ଚ କରାଯାଇ ପୁରୀ ଲୋକସଭା କ୍ଷେତ୍ରରେ ଥିବା ବିଜେପି ବିଧାୟକ ପ୍ରାର୍ଥୀମାନେ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଓଡିଶୀ ନୃତ୍ୟ ସହିତ ପଶୁନୃତ୍ୟ ପ୍ରଭୃତିର ଆୟୋଜନ କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କ ଦର୍ଶନ କରିଥିଲେ। ସେହି ସମୟରେ ତାଙ୍କ ସହିତ ଥିଲେ…

Read More

ଭୁବନେଶ୍ବର: ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେଡି। ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ଅଭିଯୋଗ କରିଛି ବିଜେଡି। ଏ ନେଇ ବିଜେଡି ତରଫରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଏଥିରେ କୁହାଯାଇଛି ଯେ, ବରଗଡରେ ସୋମବାରରେ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ବନ୍ଦ ଅଛି। ହେଲେ ଏହି ନିରବ ସମୟରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ପ୍ରମାଣ ମିଳିଛି। ଏହା ନିର୍ବାଚନ ଆଚରଣ ବିଧିର ସଂପୂର୍ଣ୍ଣ ଉଲ୍ଲଘନ ବୋଲି ବିଜେଡି କହିଛି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

Read More

ପୁରୀ / ଭୁବନେଶ୍ୱର:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ରୋଡ ସୋ ସହିତ ବିଭିନ୍ନ ଜନସଭାକୁ ସମ୍ବୋଧନ କରିବେ। ପ୍ରଥମେ ସେ ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥିସହ ବିଜେପିର ନିର୍ବାଚନ ପ୍ରଚାର ପାଇଁ ରୋଡ ଶୋ’ କରିବେ । ଆଜି ସେ ପ୍ରଥମେ ସକାଳ ୭ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ତାପରେ ସେବକ, ଗୁରୁଜନମାନଙ୍କ ସାକ୍ଷାତ ପରେ ସିଂହଦ୍ୱାର ନିକଟରୁ ରୋଡ ସୋ ଆରମ୍ଭ କରିବେ। ଏହି ରୋଡ ସୋ’ ମେଡିକାଲ ଛକ ପର୍ଯ୍ୟନ୍ତ ଯିବ। ଏହା ପରେ ସେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା  ୩୦ ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ।

Read More

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା  ଓଡ଼ିଶାର ଡ୍ବିତୀୟ ପର୍ଯ୍ୟାୟର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି । ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି । ମତଦାନ କେନ୍ଦ୍ର ଏହି ପର୍ଯ୍ୟାୟରେ ମୋଟ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି…

Read More

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜିି ବିଧାନସଭା କ୍ଷେତ୍ର ପାଇଁ ନିୟୋଜିତ ଜଣେ ପୋଲିଂ ଅଧିକାରୀ ସୁଶୀଲ କୁମାର ଆଚାର୍ଯ୍ୟଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ସେ ମତଦାନ ସଂପର୍କିତ କାର୍ଯ୍ୟ ନିମନ୍ତେ ଟିଟିଲାଗଡ଼ ଡିସପର୍ସାଲ ସେଣ୍ଟରର ରେଜିଷ୍ଟ୍ରେସନ୍‌ କାଉଣ୍ଟର ନିକଟରେ ଥିବାବେଳେ ମୁର୍ଚ୍ଛା ହୋଇଯାଇଥିଲେ ।  ତାଙ୍କୁ ତୁରନ୍ତ ଟିଟିଲାଗଡ଼ସ୍ଥିତ ଉପଖଣ୍ଡ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରୁ ତାଙ୍କୁ ବଲାଙ୍ଗିର ସଦର ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ରାସ୍ତାରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଘୋଷଣା କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏହି ଦୁଃଖଦ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ଆଚର୍ଯ୍ୟଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ସେ ଅମର ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ…

Read More

ଭୁବନେଶ୍ବର: କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି। ସେ ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଶାଣିତ ଆକ୍ରମଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ହେଲେ ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି ପାଣ୍ଡିଆନ କହିଥିଲେ। ସେ ଜନସଭାରେ କୁଚିଣ୍ଡାବାସୀଙ୍କୁ କାମର ହିସାବ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି କହିଥିଲେ। ୨୫ ତାରିଖରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଜୋରଦାର ଆଶୀର୍ବାଦ କରନ୍ତୁ ବୋଲି ସେ ଜନସମାଗମକୁ ନିବେଦନ କରିଥିଲେ। ପ୍ରଣବ ବାବୁ ଚୁପ୍‌ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ…

Read More