Author: Samikhsya Bureau

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଏବଂ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଭଦ୍ରକ ଇଡକୋ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜନତାଙ୍କ ବିପୁଳ ଉତ୍ସାହ ଦେଖି ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଉତ୍ସାହିତ ଜନତା ଭାବବିହ୍ବଳ ହୋଇ କରତାଳି ଦେଇ ‘ହଁ’ ଧ୍ବନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବିରୋଧୀ ଦଳ ନେତା ମାନେ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ସେମାନଙ୍କ ପ୍ରତି ସତର୍କ ହୋଇ ରୁହନ୍ତୁ। ମୁଖ୍ୟମନ୍ତ୍ରୀ BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, ଚାଷୀଙ୍କ ପାଇଁ କାଳିଆ, ମଧୁବାବୁ ପେନ୍‌ସନ ଓ ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର…

Read More

ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ। ବହୁ ଭାବି ଚିନ୍ତି ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସଭାପତି ମନମୋହନ ସାମଲ ଦଳରେ ସାମିଲ କରାଇଥିଲେ। ଏହି ସମୟରେ ନିମାପଡା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ। ତିନିଥର ବିଧାୟକ ଥିବା ସମୀର ରଂଜନ ଦାଶଙ୍କୁ ଏଥର ବିଜେଡି ଟିକେଟ ଦେଇ ନ ଥିଲା। ତାଙ୍କ ବଦଳରେ ବିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଇଛି। ଯାହାକୁ ନେଇ ସମୀର ଏବଂ ତାଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ଦିଲ୍ଲୀପଙ୍କ ଟିକେଟ ପରିବର୍ତ୍ତନ କରାଯାଉ ବୋଲି ସେ ଦାବୀ କରିଥିଲେ ମଧ୍ୟ ଦଳ ତାହା ଶୁଣି ନ ଥିଲା। ଫଳରେ…

Read More

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାସ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମୋ ଉପରେ ମୋର ନେତାଙ୍କ ଆସ୍ଥା ରହିଲା ନାହିଁ। ସେଥିପାଇଁ ସେହି ଦଳରେ ଆଉ ରହିବା ଉଚିତ ମନେକଲି ନାହିଁ। ସେଥିପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ସମୀର। ସମୀର ଦାସ ତିନିଥର ନିମାପଡାରୁ ବିଧାୟକ ଭାବେ ନିର୍ବାଚନତ ହୋଇଛନ୍ତି। ସେ ପ୍ରଥମ ୨୦୦୯ ପରେ ୨୦୧୪ ଏବଂ ଶେଷରେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ବିଜେଡି ଏଥର ସମୀର ରଞ୍ଜନ ଦାସଙ୍କ ଟିକେଟ୍ ଦେଇ ନ ଥିଲା। ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ…

Read More

ଭୁବନେଶ୍ବର: ଆସନ୍ତାକାଲି ଦେଶର ପଞ୍ଚମ ପର୍ଯ୍ୟାୟ ଏବଂ ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ଓଡିଶାର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ତେବେ ଏହି ନିର୍ବାଚନରେ କିଏ କେତେ ଆସନ ହାସଲ କରିବ ଭିନ୍ନ କଥା। ହେଲେ ଗତଥର ଏହିସବୁ ଆସନରେ ବିଜେଡି ବାଜିମାତ କରିଥିଲା। ନିର୍ବାଚନ ହେବାକୁ ଥିବା ଏହି ୩୫ଟି ବିଧାନସଭାରେ ବିଜେଡି ଏକାକୀ ୨୬ ଟି ଆସନରେ ଜିତିଥିବା ବେଳେ ବିଜେପି କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ। ବିଜେପି ତଲସରା, ଲୋଇସିଂହା, ସୁନ୍ଦରଗଡ ଏବଂ  ବୀରମିତ୍ରପୁରରେ ଜିତିଥିଲା। ସେହିପରି ଗତ ନିର୍ବାଚନରେ କଂଗ୍ରେସ ରାଜଗାଙ୍ଗପୁର, ବଲାଙ୍ଗିରୀ, କଣ୍ଟାବାଞ୍ଜୀ ଏବଂ ସାନଖେମୁଣ୍ଡି…

Read More

ଭୁବନେଶ୍ୱର: ଓଡିଶାରେ ବିଜେପି ସଫଳତା ହାସଲ କରିବା ପାଇଁ ଦଳ ପ୍ରବଳ ପ୍ରଚେଷ୍ଠା କରିବାରେ ଲାଗିଛି। କେନ୍ଦ୍ରରୁ ଗଣ୍ଡାଗଣ୍ଡା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଓଡିଶା ପ୍ରଚାରରେ ଲଗାଇଛି। ବିଜେଡିକୁ ମାତ ଦେବା ପାଇଁ ବିଜେପି ତାହାର ଆକ୍ରମଣାତ୍ମକ ରଣନୀତି ତିଆରି କରିଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଦଳୀୟ କାର୍ଯ୍ୟାଳୟ ଯାଇ ସେଠାରେ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ସେ ୨୦ ତାରିଖ ଅର୍ଥାତ ସୋମବାର ଦିନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ। ଏହା ପରେ ପୁରୀର ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି। ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ। ସେହିପରି ଆଜି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପୂର୍ବାହ୍ନ ୧୦.୦୦ରେ ସମ୍ବଲପୁରର…

Read More

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି। ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି। ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି। ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି। ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ। ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ…

Read More

Odisha Elections 2nd Phase: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମଇ ୨୦ ତାରିଖରେ ମତଦାନ ହେବ। ଏଥିରେ ଓଡ଼ିଶାରେ ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ହେବ। ସେଥିପାଇଁ ଆଜି ସଂଧ୍ୟାରେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଶେଷ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି। ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା…

Read More

ଭୁବନେଶ୍ୱର: ଗତକାଲି ଓଡିଶାରେ ମାରଥନ ପ୍ରଚାର କରିଛନ୍ତି ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀ। ସେ ପ୍ରଥମେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ସାଲିଆ ସାହିର ଜନସଭାକୁ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣନଗର ମଥୁରା ସାଂସଦ ତଥା ଅଭିନେତା ହେମା ମାଳିନୀ ରାଧେ ରାଧେ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୁଁ ଓଡ଼ିଶାକୁ ୨୦୧୯ରୁ ଆସୁଛି। ଓଡ଼ିଶାର କଳା, ସଂସ୍କୃତିରେ ମୁଁ ପ୍ରଭାବିତ। ଓଡ଼ିଶାର ନୃତ୍ୟଗୁରୁଙ୍କ ସହ ମୋର ସାକ୍ଷାତ ହୋଇଛି। ନିର୍ବାଚନ ବେଳେ କେଳୁଚରଣ ମହାପାତ୍ରଙ୍କ କଥାକୁ ମଧ୍ୟ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି। ପୂରା ଭାରତର ନୂଆ ନିର୍ମାଣ ହେଉଛି। ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ। ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି। ଓଡ଼ିଶାରେ ଏଥର ବିଜେପି ସରକାର କରିବ।…

Read More

ଭୁବନେଶ୍ବର/ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି । ଏହି ସବୁ ସ୍ଥାନରେ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି…

Read More

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଉତ୍ସାହ ମଧ୍ୟରେ ହୋଇଥିବା ମତଦାନ ବିଷୟରେ ସୂଚିତ କରିଥିଲେ। ଏହି ପର୍ଯ୍ୟାୟରେ ହାରାହାରି ମତଦାନ ହାର ୭୫.୬୮ ପ୍ରତିଶତ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ୱାଭିମାନ ଅଞ୍ଚଳଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ କିପରି ସବୁବର୍ଗର ମତଦାତାମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଶ୍ରୀ ଧଳ ସେ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଖଲିକୋଟଠାରେ ହୋଇଥିବା…

Read More

ଭୁବନେଶ୍ବର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ । ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ…

Read More

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ,ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ବିଜୟ ମହାପାତ୍ର ଦୀର୍ଘ ଦିନ ଧରି ଦଳରୁ ଦୂରେଇ ରହିଥିଲେ। ଏଥର ନିର୍ବାଚନରେ ତାଙ୍କର ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପୁଅଙ୍କୁ ଭୋଟ ଦେବା ପାଇଁ ବିଜୟ ଘରେ ବୈଠକ କରୁଛନ୍ତି। ସେଥିପାଇଁ ଦଳ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରିଛି।

Read More

ରାଉରକେଲା, ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅମିତ ଶାହା ଆଜି ଓଡ଼ିଶାର ରାଉରକେଲାଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ସେ ଏହି ଉଦବୋଧନରେ ଓଡିଶାର ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରିବାକୁ ନେଇ ଟାର୍ଗେଟ କରିଥିଲେ । କାର‌୍ୟକ୍ରମରେ ମଂଚରେ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ରଘୁନାଥପଲ୍ଲୀ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ସହିତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିବା ଚାରୋଟି ପର୍ଯ୍ୟାୟରେ ଏନଡିଏ ୨୭୦ ଟି ଆସନ ଅତିକ୍ରମ କରି ୪୦୦ ଆଡ଼କୁ ଗତି କରୁଛି। ଏଥର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ସହିତ…

Read More

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରଥନ ପ୍ରଚାରରେ ଟିଟିଲାଗଡରେ ବିଜେପିକୁ କଡା ସମାଲୋଚନା କରିଛନ୍ତି।  ସେ କହିଛନ୍ତି ଯେ, ଛତିଶଗଡରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛନ୍ତି।  ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ଏହାର ଉଚିତ ଜବାବ୍‍ ଦେବେ ବୋଲି ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ, ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି ପାଣ୍ଡିଆନ ସତର୍କ କରାଇଥିଲେ। ସେ ଟିଟିଲାଗଡର ବିକାଶ ନକ୍ସା ଅଙ୍କନ କରି କହିଥିଲେ ଯେ, ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି,…

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସିବେ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ। ଏ ନେଇ ଦଳ ତରଫରୁ ବେଶ ପ୍ରସ୍ତୁତି ଚାଲିଛି। ଚଳିତ ନିର୍ବାଚନରେ ବିଜେପି ବିଜେଡିକୁ କଡା ଟକ୍କର ଦେବା ପାଇଁ ଜୋରଦାର ପ୍ରୟାସ ଜାରୀ ରଖିଛି। ଫଳରେ କେନ୍ଦ୍ରରୁ ଗଣ୍ଡାଗଣ୍ଡା ନେତା ଓଡିଶା ପ୍ରଚାରରେ ଆସିବାରେ ଲାଗିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରମୁଖ ଆସି ପ୍ରଚାରରେ ଆସିସାରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶା ଆସୁଛନ୍ତି ଡ୍ରିମ ଗାର୍ଲ ହେମାମାଳିନୀ। ସେ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ। ସେ ଭୁବନେଶ୍ବର ଓ କଟକରେ ବିଶାଳ ଜନସଭାକୁ ସେ ଉଦବୋଧନ ଦେବେ। ଏଥିରେ ଉଭୟ ଲୋକସଭା ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିପରି ସେ ପିପିଲିରେ ଏକ ରୋଡ ସୋ କରିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଭୋଟ ଗ୍ରହଣର ଅଳ୍ପ କିଛିଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ। ସେ ନିଜ ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ୨୦୦୪ ମସିହାରେ ସତ୍ୟବାଦୀରୁ ବିଜେଡି ବିଧାୟକ ଥିଲେ। ଏହାପରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ। ହେଲେ ବିଜେପିରେ ତାଙ୍କ ରାଜନୈତିକ କ୍ୟାରିୟରର କୌଣସି ଉନ୍ନତି ହେଲା ନାହିଁ। ରମାରଞ୍ଜନ ଏଥର ବିଜେପି ତାଙ୍କ ସତ୍ୟବାଦୀ ଆସନରେ ପ୍ରାର୍ଥୀ କରିବ ବୋଲି ଆଶା କରିଥିଲେ। ହେଲେ ତାହା ହେଲା ନାହିଁ। ସତ୍ୟବାଦୀରେ 10 ଦିନ ପରେ ନିର୍ବାଚନ ହେବ। ହେଲେ ତାପୂର୍ବରୁ ରମାରଞ୍ଜନଙ୍କ ଇସ୍ତଫା ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ପ୍ରଭାବ ପକାଇବ। ବର୍ତ୍ତମାନ ରମାରଞ୍ଜନଙ୍କ ବୋହୂ ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ଉପନିର୍ବାଚନରେ ଜିତି ବର୍ତ୍ତମାନ ପଦ୍ମପୁର ବିଧାୟିକା ଅଛନ୍ତି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି । କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ୱା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରେ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା ଓ କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆୟୋଜିତ ଜନସଭାରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲା ବିଶାଳ ଜନସମୁଦ୍ର । କଟକ ସଦରରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ…

Read More

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ପ୍ରଚାର କମ୍ପମାନ ହେବ। କାରଣ ଆଜି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଓଡିଶା ପ୍ରଚାରରେ ଆସୁଛନ୍ତି। ଫଳରେ ଉଭୟ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ନେତା ଅମିତ ଶାହା ଆସୁଥିବା ବେଳେ ସଂଧ୍ୟାରେ ଆସୁଛନ୍ତି ନଡ୍ଡା। କଂଗ୍ରେସ କାର୍ଯ୍ୟାଳୟ ଅନୁସାରେ ରାହୁଳ ଆଜି ଦିନ ୧୧ ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ସେ ଏକ ରୋଡ ସୋ କରି ବିଶାଳ ଜନସମାଗମକୁ ଉଦବୋଧନ ଦେବେ। ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ। ସେହିପରି ବିଜେପି ନେତା ତଥା ଗୃହମନ୍ତ୍ରୀ…

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ପ୍ରଥମ ପର୍ଯ୍ୟାୟରେ ନବରଂଗପୁର ଆସିବାର ଥିଲା। ହେଲେ ନାମାଙ୍କନ ଦାଖଲ ପାଇଁ ସେ ଆସିପାରି ନ ଥିଲେ। ବର୍ତ୍ତମାନ ବୁଧବାର ଦିନ ସେ ଆସିବେ ବୋଲି ପ୍ରଦେଶ କଂଗ୍ରେସ ତରଫରୁ କୁହାଯାଇଛି। ସେ ବଲାଙ୍ଗିର ରୋଡ ସୋ କରିବା ସହିତ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ସେ ପ୍ରଚାର କରିବେ। ସୂଚନା ଅନୁସାରେ ରାହୁଳ ମଙ୍ଗଳବାର ଦିନ 11 ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

Read More

ଭୁବନେଶ୍ବର: ଆସନ୍ତାକାଲି ପୁଣି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ହେଲେ ସେ କଣ୍ଟାବାଞ୍ଜୀ ପ୍ରଚାରକୁ ବାତିଲ କରିଛନ୍ତି। ପୂର୍ବରୁ କୁହାଯାଇଥିଲା ଯେ, ଅମିତ ଶାହ ପ୍ରଚାରରେ ଆସିଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛିଡା ହୋଇଥିବା କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳୀରେ ଏକ ରୋଡ ସୋ କରିବେ। ହେଲେ ଆଜି ତାହାକୁ ବାତିଲ କରାଯାଇ କଟକରେ ରୋଡ ସୋ କରିବେ ବୋଲି ଜଣାପଡିଛି। ତେବେ କଣ ପାଇଁ କଣ୍ଟାବାଞ୍ଜୀ ରୋଡ ସୋ ବନ୍ଦ ହେଲା ସେ ନେଇ ଚାଲିଛି ଚର୍ଚ୍ଚା। ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆସନ୍ତାକାଲି ଦିନ ୧୨ଟା ୩୦ରେ  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧. ୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ…

Read More

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇସାରିଛି। ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି। ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକ ରହିଛନ୍ତି। ସିସିଟିଭି ମନିଟରିଂ ମଧ୍ୟ ଜାରୀ ରହିଛି। ନିର୍ବାଚନରେ ପ୍ରତିଯୋଗିତା କରିଥିବା ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ମତଗଣନା ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି। ମତଗଣନା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ସମସ୍ତ ଷ୍ଟ୍ରଙ୍ଗ୍‌ରୁମ୍‌ ସିଏପିଏଫ୍‌ (CAPF) ସୁରକ୍ଷା ବଳୟ ମଧ୍ୟରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ…

Read More