ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଉଭୟ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବ। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେପରି କେହି ଭୋଟ ଦେବାର ସୁବିଧାରୁ ବଞ୍ଚିତ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପୁଲି ପାର୍ଟି ବିଭିନ୍ନ ଅଞ୍ଚଳକୁ ଯାଇ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ଅବସ୍ଥାନ କରିସାରିଲେଣି। ସେହିପରି ଓଡିଶାର ବିଛିନ୍ନାଞ୍ଚଳରେ ମଧ୍ୟ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଆଜି ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକକୁ ପୁଲିଂ ପାର୍ଟି ଡଙ୍ଗା ମାଧ୍ୟମରେ ମତଦାନ କେନ୍ଦ୍ରକୁ ଯାଇଥିଲେ। ଦୁଇଟି ପୁଲିଂ ପାର୍ଟି ଏହି ସ୍ବତନ୍ତ୍ର ଡଙ୍ଗାରେ ଯାଇ ବିଛିନ୍ନାଞ୍ଚଳ ମତଦାନ କେନ୍ଦ୍ରରେ ପହଞ୍ଚିଥିବାର ଜଣାପଡିଛି।
Author: Samikhsya Bureau
ଭୁବନେଶ୍ବର: ଆସନ୍ତାକାଲି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦେଶର ଚତୁର୍ଥ ପର୍ଯ୍ୟାୟ ହୋଇଥିବା ବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କାଲି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ…
ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ଓଡିଶାରେ ହେବାକୁ ଥିବା ପ୍ରଥମ ନିର୍ବାଚନରେ ହେବ ନେତାଙ୍କ ଭାଗ୍ୟ ପରୀକ୍ଷା। ଏଥିରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ-୩୦ ଜଣ ଥିବା ବେଳେ ମହିଳା ପ୍ରାର୍ଥୀ ୭ ଜଣ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ୨୧୪ ଥିବା ବେଳେ ମହିଳା ପ୍ରାର୍ଥୀ ୨୯ ଜଣ ରହିଛନ୍ତି। କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ ଜଣ ପ୍ରାର୍ଥୀ ରହିଛନ୍ତି। ଝରିଗାଁ, ନବରଙ୍ଗପୁର ଓ ଡେବୁଗାଁ ବିଧାନସଭା ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ…
ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଯେଉଁ ୪ଟି ଲୋକସଭାରେ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଂଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର। ରାଜ୍ୟରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅତିରିକ୍ତ କେନ୍ଦ୍ରକୁ ମିଶାଇ ମୋଟି ୭୩୦୩ ମତଦାନ କେନ୍ଦ୍ର କରାଯାଇଛି। ସେଥି ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସର୍ବମୋଟ ୭୩୦୩ଟି ବୁଥ୍…
ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରେ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ମୃତୁ୍ୟ ହୋଇଛି । ସେ ଡିସ୍ପର୍ସାଲ୍ ସେଣ୍ଟରରୁ ବୁଥ୍ ଅଭିମୁଖେ ଯାଉଥିବାବେଳେ ଉମରକୋଟ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତୁ୍ୟବରଣ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏଥିରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ରନ୍ଧାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି। ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଧଳ ଘୋଷଣା କରିଛନ୍ତି । ଏହା ସହ…
ଭୁବନେଶ୍ବର: ଧିରେଧିରେ ସାରା ଓଡିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସେହିପରି ରାଜ୍ୟର ମର୍ଯ୍ୟଦାସଂପର୍ଣ୍ଣ ଆସନ ଖୋର୍ଦ୍ଧାରେ ମଧ୍ୟ ପ୍ରଚାର ଜୋରଦାର ହୋଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ ପ୍ରଚାରକୁ ତୀବ୍ର କରିଛନ୍ତି। କାରଣ ସେ ଦୁଇ ଜଣ ବିଧାୟକଙ୍କୁ ଟକ୍କର ଦେଉଛନ୍ତି। ସେମାନେ ହେଲା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଖୋର୍ଦ୍ଧାରୁ ବେଗୁନିଆ ବିଧାୟକ ରାଜେନ୍ଦ୍ରଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ଏହି ଦୁଇ ରଥୀଙ୍କ ସହିତ ଏକା ଲଢେଇ କରୁଛନ୍ତି କଂଗ୍ରେସରୁ ସୋନାଲୀ ସାହୁ। ସେଥିପାଇଁ ସେ ପ୍ରଚାର ତରିକାକୁ ଭିନ୍ନ ପ୍ରକାରର କରିଛନ୍ତି। ବିଶାଳ ରାଲି କରିବା ସହିତ ଘରକୁ ଘର ବୁଲି ମଧ୍ୟ ପ୍ରଚାର କରିବାରେ ଲାଗିଛନ୍ତି। ଗତକାଲି ସେ ଏବଂ ଭୁବନେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ ମିଳିତ ଭାବେ ପ୍ରଚାର କରିଥିଲେ। ଉଭୟ ଖୋର୍ଦ୍ଧା…
ଭୁବନେଶ୍ବର: ଶନିବାର ଦିନ ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ସ୍ଥାନରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ସମାଲୋଚନା କରିଛନ୍ତି। କେଉଁଠି ବିଜେଡିର ଏକ୍ସପାୟାର ଡେଟ ଜୁନ ୪ ବୋଲି କହିଛନ୍ତି। ଆଉ କେଉଁଠି ନବୀନ ଓଡିଶାର ଜିଲ୍ଲାର ନାମ କହିପାରିବେ ନାହିଁ ବୋଲି କହି କଟାକ୍ଷ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଧାନମନ୍ତ୍ରୀ ପରି ପଦରେ ଥିବା ବ୍ୟକ୍ତି ଏପରି କହିବା ଠିକ ନୁହେଁ ବୋଲି କୁହାଯାଉଛି। ହେଲେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସମାଲୋଚନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରୀ କରି ତାହାକ କଡା ହିସାବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୫ ବର୍ଷ ଧରି ଜାଣିଛନ୍ତି। ପ୍ରଧାନମନ୍ତ୍ରୀ ତାହା ଜଣାଇବା କିଛି ଆବଶ୍ୟକ ନାହିଁ। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲେ। ହେଲେ ତାହାର ବିକାଶ ପାଇଁ ଆପଣ କେତେ ଟଙ୍କା…
ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ୬ ଜଣ ନେତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ। ସେ ଦଳ ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରୁଥିବାରୁ ଦଳ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟ ଯେଉଁମାନଙ୍କୁ ବହିସ୍କାର କରାଯାଇଛି ସେମାନେ ହେଲେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଝାଁସୀରାଣୀ ଦାସ, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଯୁଗଳ କିଶୋର ନାୟକ, ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜୟ କୁମାର ଦଳବେହେରା, ଆଠଗଡ ନିର୍ବାଚନ ମଣ୍ଡଳୀର ଡା. ହରିଶ୍ ସାହୁ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କାମାକ୍ଷା ପ୍ରଧାନ, ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟପ୍ରିୟ ବେହେରା ।
ଭୁବନେଶ୍ବର: ଆଜି ଫୁଲବାଣୀରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବ ଅପେକ୍ଷା ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇଛନ୍ତି। ଫୁଲବାଣୀ ସଭାରେ ମୋଦୀ କହିଛନ୍ତି ଯେ, ମୁଁ ନବୀନବାବୁଙ୍କୁ ଆହ୍ବାନ କରୁଛି, ସେ ବିନା କାଗଜରେ ଓଡିଶାର ସମସ୍ତ ଜିଲ୍ଲାର ନାମ କହିପାରିବେ କି ? ଯିଏ ନିଜ ରାଜ୍ୟର ଜିଲ୍ଲା ଜାଣିପାରି ନାହିଁ ସେ ଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କର ଦରକାର କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଓଡିଶା ମାଟିର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିବୁ। ସେ ବିଶାଳ ଜନସମାବେଶକୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ କେବଳ ପାଞ୍ଚ ବର୍ଷ ଆମକୁ ଶାସନ କରିବା ପାଇଁ ଦିଅନ୍ତୁ। କେବଳ ପାଞ୍ଚବର୍ଷ ପାଇଁ ଶାସନ କ୍ଷମତା ଦିଅନ୍ତୁ ଦେଖିବେ ଓଡିଶା…
ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ବହୁ ପ୍ରତୀକ୍ଷିତ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 13 ତାରିଖ ସୋମବାର ଦିନ ହେବ। ସେଦିନ ସକାଳ 7 ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିପାଇଁ ଶନିବାର ସଂଧ୍ୟା 6 ଟା ବେଳେ ପ୍ରଚାର ଶେଷ ହେବ। ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚାରିଟି ଲୋକସଭା ଏବି 28ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁ ଚାରିଟି ଲୋକସଭା ପାଇଁ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର। ଏଥିସହିତ ଏହା ଅଧିନରେ ଥିବା 28ଟି ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ।
ସମ୍ବଲପୁର: ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥାଏ ସମସ୍ତ କାର୍ଯ୍ୟ। କାରଣ ବିଶ୍ବାସ ରହିଛି ଯେ, ଏହିଦିନ ଭଲ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ। ସେଥିପାଇଁ ଚାଷିପୁଅ ଏହିଦିନଠାରୁ ଧାନବୁଣା କାମ ଆରମ୍ଭ କରିଥାଏ। ସେହିପରି ଶୁଭ ଅବସରରେ ସମ୍ବଲପୁରର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅକ୍ଷି ମୁଠି ଅନୁକୂଳ କରିଛନ୍ତି। ସେ ଗତକାଲି ରେଙ୍ଗାଳିଠାରେ ବିଲରେ ଧାନ ବୁଣିବା ସହିତ ହଳ ମଧ୍ୟ କରିଛନ୍ତି। ଏ ନେଇ ପ୍ରଣବ ନିଜ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ ,”ରେଙ୍ଗାଲିରେ ଅକ୍ଷି ମୁଠି ଅନୁକୁଲ୍ କରିକରି ଚଷା ଭାଏମାନକର୍ ସାଙ୍ଗେ ବଡ଼ଖା ତିହାର୍ ଅକ୍ଷି ତୃତୀୟା ମନାଲି। ସମକର୍ ଭଲ୍ ପାଏବାର୍ ପାଇକରି ଉସତ୍ ଲାଗଲା। ସମୃଦ୍ଧ ସମ୍ବଲପୁରେ କଥା ହେବା ଅସଲ, ହଁସବା ଚଷା ଭାଏ ଆର୍ କ୍ଷେତେ ଖେଲବା ସୁନାର୍ ଫସଲ୍।”
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦୁଇଜଣ ନେତାଙ୍କୁ ବହିସ୍କାର କରିଛି। କାରଣରେ କିଛି କୁହାଯାଇ ନ ଥିଲେ ମଧ୍ୟ ସେମାନେ ନିର୍ବାଚନ ସମୟରେ ଦଳକୁ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରୁ ନାହାଁନ୍ତି। ସେଥିପାଇଁ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି କ୍ରମେ ସେମାନଙ୍କୁ ଦଳର ବହିସ୍କାର କରାଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଅନିମା କହଁର ଏବଂ କନ୍ଧମାଳ ବିଜେଡିର ସଂପାଦକ ରାଜେନ୍ଦ୍ର କହଁରଙ୍କୁ ବହିସ୍କାର କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ତାତିରୁ ରକ୍ଷା ମିଳିଛି। ତେବେ ଏହିପରି ପାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହା ସହ ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ରହିବ। କଟକ ଭୁବନେଶ୍ବରରେ ମଧ୍ୟ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିବାବେଳେ ତାପମାତ୍ରା ୩୭ ଡିଗ୍ରୀ ଭିତରେ ରହିପାରେ ବୋଲି ଆକଳନ କରାଯାଇଛି।
ନୂଆଦିଲ୍ଲୀ : କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । କର୍ପୋରେଟ୍ ଇଣ୍ଡିଆନ୍ ପ୍ରତିନିଧି ଦଳରେ ଭାରତ ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି, ଶିଳ୍ପର ସଦସ୍ୟମାନେ ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ବଜାରରେ ଭାରତର ସୃଜନଶୀଳ ଅର୍ଥନୀତିକୁ ପ୍ରଦର୍ଶନ କରିବେ। ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରାଯିବ, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ, ଯେଉଁଥିରେ ବିଶ୍ୱର ଚଳଚ୍ଚିତ୍ର ସେଲିବ୍ରିଟି, ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ, କ୍ରେତା ଏବଂ ବିକ୍ରୟ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିବା ସହ ସୃଜନଶୀଳ ସୁଯୋଗ ଏବଂ ସୃଜନଶୀଳ ପ୍ରତିଭାର ଏକ ସମୃଦ୍ଧ ବ୍ୟାଙ୍କ କୁ ପ୍ରଦର୍ଶିତ କରାଯିବ । ନଭେମ୍ବର ୨୦-୨୮, ୨୦୨୪ ରେ ଗୋଆରେ ଆୟୋଜିତ ହେବାକୁ ଥିବା ୫୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (ଆଇଏଫ୍ଏଫ୍ଆଇ)ର ଅଫିସିଆଲ୍ ପୋଷ୍ଟର…
ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗତକାଲି ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ସେହିପରି ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ହୋଇଛି। ରଥ ଖଳାରେତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯାଇଛି। ଏହାପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହୋଇଛି।
ଭୁବନେଶ୍ୱର: ଏସଏଚଜି ମହିଳାଙ୍କ ପାଇଁ ପେନସନ ଗ୍ୟାରେଣ୍ଟି । ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗରୁତ୍ବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଆ ମାନଙ୍କୁ ଖୁସି ତ ବୋଲି ପଚାରି ବୁଝିଛନ୍ତି। ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ପାଇଁ ବିନା ସୁଧରେ ୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେବ। ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ। ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ BSKY କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ।
ଭୁବନେଶ୍ବର: ଗତକାଲି ବିଜୁ ଜନତାଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି । ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ଆପଣଙ୍କ ପାଇଁ କାମ କରୁଛନ୍ତି । ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା…
ଭୁବନେଶ୍ବର: ଗତକାଲି ରାତିରେ ଭୁବନେ୍ୃଶ୍ବରରେ ଏକ ମେଗା ରୋଡ ସୋ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ସ୍ଥାନରେ ପ୍ରଚାର କରିବେ। ସେଗୁଡିକ ହେଲା ଫୁଲବାଣୀ, ବରଗଡ ଏବଂ ବଲାଙ୍ଗିର। ଗତକାଲି ରାତିରେ ପ୍ରଚାର କରିବା ପରେ ସେ ରାଜଭବନରେ ଅବସ୍ଥାନ କରୁଛନ୍ତି। ଆଜି ସେ ସ୍ବତନ୍ତ୍ର ହେଲିକାପ୍ଟରରେ ଏହି ତିନୋଟି ସ୍ଥାନରେ ପ୍ରଚାର କରିବେ। ଗତକାଲି ରାତିରେ ମୋଦୀ ଭୁବନେଶ୍ବରରେ ଏକ ବଡ ରୋଡ ସୋ କରିଥିଲେ। ସେ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ଖୋଲା ଗାଡିରେ ଯାଇଥିଲେ। ତାଙ୍କ ସହିତ ଥିଲେ ବିଜେପି ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହାପରେ ମୋଦୀ ରାଜଭବନ ବିଶ୍ରାମ କରିଥିଲେ।
ମେଷ ରାଶି- ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ବିବାଦ କରନ୍ତୁ ନାହିଁ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ସ୍ବେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇବେ ବୋଲି ଆଶା କରାଯାଏ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ବକ୍ତବ୍ୟ ନିୟନ୍ତ୍ରଣ କରନ୍ତୁ । ଚିନ୍ତିତ ହେବେ। ବ୍ୟବସାୟ ଭଲ କରିବ । ନୂତନ ପାରସ୍ପରିକ କ୍ରିୟା ଲାଭବାନ ହେବ । ଆୟ ବୃଦ୍ଧି ପାଇବ । ସ୍ଥିର ପାଣ୍ଠି ପାଇ ନିବେଶ ବୃଦ୍ଧି ହେବାର ସମ୍ଭାବନା ଅଛି । ପେଟରେ ଅସୁବିଧା ହୋଇପାରେ । ମିଥୁନ ରାଶି- ବିବାଦ ଅସୁବିଧା ସୃଷ୍ଟି କରିବ। ଶାରୀରିକ କଷ୍ଟ ହେବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ…
ଭୁବନେଶ୍ବର: ଶେଷରେ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଭୁବନେଶ୍ବରରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ରାମମନ୍ଦିର ଛକରେ ଥିବା ବିଜେପି କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ କାରରେ ଏହି ରୋଡ ସୋ ଆରମ୍ଭ କରିଛନ୍ତି। ତାଙ୍କ ସହିତ ଗାଡିରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ରାତି 8 ଟା 30 ରେ ପହଞ୍ଚିଥିଲେ। ସେଠାରୁ ସିଧା କାରକେଡରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସଭାପତି ସାମଲ, ଅପରାଜିତା ଷଡଙ୍ଗୀ ଏବଂ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ପ୍ରାର୍ଥୀ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କାର୍ଯ୍ୟାଳୟ ପହଞ୍ଚିବା ପୂର୍ବରୁ ତାଙ୍କ ରୋଡ ସୋ ଆଗରେ ଶହେ ମହିଳା ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗାଡିରେ ଛିଡା ହେବା ପରେ…
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି। ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍ଚା, ଗୁମାସ୍ତା ବୋଲି କହୁଛନ୍ତି। ମୋତେ ଯାହାବି କହିଲେ କିଛି…

